Blog

  • ଟ୍ରେନ ନେଇଗଲା ପୁଅର ଜୀବନ, ବିହାରରୁ ବୃଦ୍ଧ ବାପାଟେ ଭୁବନେଶ୍ବର ଆସିଛି ପୁଅର ମୃତଦେହ ନେବା ପାଇଁ

    ଟ୍ରେନ ନେଇଗଲା ପୁଅର ଜୀବନ, ବିହାରରୁ ବୃଦ୍ଧ ବାପାଟେ ଭୁବନେଶ୍ବର ଆସିଛି ପୁଅର ମୃତଦେହ ନେବା ପାଇଁ

    ଏ କରୁଣ ଚିତ୍ର ହେଉଛି ଜଣେ ଅସହାୟ ବାପାଙ୍କର । ପୁଅ ଦିନମଜୁରିଆ କାମ ପାଇଁ ଟ୍ରେନରେ ଯାଉଥିଲା । ହେଲେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି ଜାଣିପାରି ସିଧା ବିହାରରୁ ଭୁବନେଶ୍ବର ଦଉଡି ଆସିଛନ୍ତି । ହଁ ଆଜ୍ଞା ବାହାନଗା ଟ୍ରେନ ଦୁର୍ଘଟଣା ଅନେକ ଘର ଉଜାଡି ଦେଇଛି ଆଉ ଅନେକ ସଂସାର ଭାଙ୍ଗି ଦେଇଛି । ଏହି ବୃଦ୍ଧ ଜଣକ କୌଣସି କାରଣରୁ ଜଣିବାକୁ ପାଇଥିଲେ ଯେ, ତାଙ୍କ ପୁଅର ମୃତଦେହ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଅଛି । ତେଣୁ ସେ ଭାଗଲପୁରରୁ ଅତି ବିକଳ ହୋଇ ସିଧା ଧାଇଁ ଆସିଥିଲେ ଭୁବନେଶ୍ବର । ସେଠାରେ ଥିବା ଅଧିକାରୀଙ୍କୁ ନେହୁରା ହେଉଛନ୍ତି ତାଙ୍କ ପୁଅକୁ ଫେରାଇ ଦେବା ପାଇଁ । ଆଉ ଏତିକି ବେଳେ ଅତ୍ୟଧିକ ଭାବପ୍ରବଣ ହୋଇପଡିଥିଲେ ବୃଦ୍ଧ ଜଣକ ।

    ଏହି ବୃଦ୍ଧ ଜଣକ ହେଉଛନ୍ତି ବିହାର ଭାଗଲପୁରର ଚୁଲାହୀ ମଣ୍ଡଳ । ତାଙ୍କ ୨୨ ବର୍ଷିୟ ପୁଅ ସର୍ମୋଦ ମଣ୍ଡଳ କରମଣ୍ଡଳ ଏକ୍ସପ୍ରେସରେ ମଜୁରୀ ଲାଗି ଟଙ୍କା ରୋଜଗାର କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ । ହେଲେ ବିଧାତାର ବିଧାନ ଥିଲା କିଛି ଅଲଗା । ବୃଦ୍ଧ ବାପାକୁ ଆଜି ଏକା କରି ଆରପାରିକୁ ଚାଲିଗଲା ରୋଜଗାରିଆ ପୁଅ ସର୍ମୋଦ । ଯେଉଁ ପୁଅ ପରିବାର ମୁହଁରେ ଦାନା ଦେଇଥାନ୍ତା ସିଏ ଆଜି ସମସ୍ତଙ୍କୁ ପର କରି ଛାଡି ଚାଲିଗଲା । ତେଣୁ ବାପା ଚୁଲାହୀ ଆଜି ଦୁଖରେ ଭାଙ୍ଗିପଡିଛନ୍ତି । ଏହି ବୃଦ୍ଧ ଅବସ୍ଥାରେ ଯେଉଁ ପୁଅ ତାର ଆଶାବାଡି ହେବା କଥା ସେହି ପୁଅର ଶବ ନେବାକୁ ଆଜି ବିହାରରୁ ଦଉଡି ଆସିଛି ବାପା ଚୁଲାହୀ । ସତରେ ଏଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।

  • ପୁଣି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଦଳାଇଲେ ମୁଖ୍ୟ ଶାସନ ସଚିବ

    ପୁଣି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଦଳାଇଲେ ମୁଖ୍ୟ ଶାସନ ସଚିବ

    ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ନେଇ ଆଜି ପୁଣି ନୂଆ ରିପୋର୍ଟ ଉପସ୍ଥାପନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ମୁଖ୍ୟ ଶାସନ ସଚିବ ଟ୍ରେନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଆଧାର କରି ମୁଖ୍ୟ ଶାସନ ସଚିବ ମୃତ୍ୟୁ ସଂଖ୍ୟାକୁ ନେଇ ନୂଆ ସୂଚନା ଦେଇଛନ୍ତି।

    ମୁଖ୍ୟ ଶାସନ ସଚିବ କହିଛନ୍ତି କି, ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ଥିବା ରିପୋର୍ଟ ହୋଇଛି। ଭୁବନେଶ୍ୱରକୁ ମୋଟ ୧୯୩ଟି ମୃତଦେହ ଆସିଥିବା ବେଳେ ବାଲେଶ୍ୱରରେ ୯୪ଟି ମୃତଦେହ ସଂପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ଭଦ୍ରକ ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହି ମୃତଦେହକୁ ପରିବାର ଲୋକଙ୍କୁ ମଧ୍ୟ ହସ୍ତାନ୍ତର କରାଯାଇଛି।

    ଭୁବନେଶ୍ୱର ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ମୋଟ ୨୮୮ଟି ମୃତଦେହରୁ ୨୦୫ଟିକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାସରିଛି। ୮୩ ମୃତଦେହ ଚିହ୍ନଟ ନ ହୋଇ ରହିଥିବା ବେଳେ ସେସବୁର ଡିଏନ୍‌ଏ ସାମ୍ପଲ ରଖାଯାଇଛି। ଦାବିଦାର ଆସିଲେ ଡିଏନ୍‌ଏ ମ୍ୟାଚ୍ କରି ମୃତଦେହ ହସ୍ତାନ୍ତର କରାଯିବ।

    ତେବେ ଏହା ପୂର୍ବରୁ ରବିବାର ପୂର୍ବାହ୍ନରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କି, ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ମୁଖ୍ୟ ଶାସନ ସଚିବ ସେହିଦିନ ଏହାକୁ ଖଣ୍ଡନ କରି କହିଥିଲେ ଯେ ମୋଟ ମୃତ୍ୟୁ ସଂଖ୍ୟା ୨୭୫ । ତା’ପୂର୍ବଦିନ ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କୁହାଯାଇଥିଲା। ଗତକାଲି ରେଳମନ୍ତ୍ରଣାଳୟ ମୃତ୍ୟୁ ସଂଖ୍ୟା ୨୭୮ ଥିବା ସୂଚନା ଦେଇଥିଲା।

    କିନ୍ତୁ ଏସବୁ ସଂଖ୍ୟାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖଣ୍ଡନ କରି ଚାଲିଛନ୍ତି। ଦୁର୍ଘଟଣା ପରେ ତାଙ୍କ ରାଜ୍ୟର ୩୧ ଜଣ ଯାତ୍ରୀ ନିଖୋଜ ଥିବା ସେ କହିଛନ୍ତି। ଏଥିସହ, ଦୁର୍ଘଟଣାସ୍ଥଳରେ ଥିବା ବହୁ ପ୍ରତ୍ୟକ୍ଷଦର୍ଶୀ କୁହନ୍ତି ମୃତ୍ୟୁ ସଂଖ୍ୟା ୫୦୦ରୁ ଅଧିକ ହେବ। ସରକାର ଏହାକୁ ଲୁଚାଉଛି। ସେପଟେ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଥିବା ୧୫ ବର୍ଷରୁ କମ ବୟସର ପିଲାଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ନ ଥିବାକୁ ନେଇ ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି ପ୍ରଶ୍ନ କରିଛନ୍ତି।
    ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ହାତ ଗଣତି କିଛି ପିଲାଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନ୍ୟମାନେ କେଉଁଠି ଓ କେମିତି ଅଛନ୍ତି ସେ ନେଇ ତ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ। ଯେଉଁଠି ବୟସ୍କଙ୍କର ଶରୀର ଟ୍ରେନ ଦୁର୍ଘଟଣାରେ ଖଣ୍ଡ ବିଖଣ୍ଡ ହୋଇଛି, ସେଠି ପୂର୍ଣ୍ଣ ଶାରୀରିକ ବିକାଶ ଲାଭକରିନଥିବା ପିଲା ଯେ କିପରି ସୁରକ୍ଷିତ ଥିବେ ବୋଲି ପ୍ରଶ୍ନ କରିବା ସହ ଦୁର୍ଘଟଣାରେ ଅନେକ ଶିଶୁ ଅନାଥ ହୋଇଥିବା ସନ୍ଦେହ କରି ସେମାନଙ୍କ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସେନାପତି।

  • ଏତେ ବଡ ଦୁର୍ଘଟଣା ପରେ କେମିତି ଅଛନ୍ତି କରମଣ୍ଡଳ ଡ୍ରାଇଭର ଆଉ ଆସିଷ୍ଟାଣ୍ଟ ଡ୍ରାଇଭର ?

    ଏତେ ବଡ ଦୁର୍ଘଟଣା ପରେ କେମିତି ଅଛନ୍ତି କରମଣ୍ଡଳ ଡ୍ରାଇଭର ଆଉ ଆସିଷ୍ଟାଣ୍ଟ ଡ୍ରାଇଭର ?

    କରମଣ୍ଡଳ ଏକ୍ସପ୍ରେସର ଏତେବଡ ଦୁର୍ଘଟଣା ପରେ ଏବେ ଖୋଜାପଡୁଛନ୍ତି ଡ୍ରାଇଭର । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଟ୍ରେନକୁ ଯେଉଁ ଡ୍ରାଇଭର ଚଲାଉଥିଲେ ସେ ଏବେ କେମିତି ଅଛନ୍ତି । ତାଙ୍କର କେତେ କ୍ଷତି ହୋଇଛି । କାରଣ ସେ ଛାତି ଥରା ଦୃଶ୍ୟ ଲୋକଙ୍କ ମନକୁ ପ୍ରତି ମୁହୂର୍ତ୍ତରେ ଆନ୍ଦୋଳିତ କରୁଛି, ଯେଉଁଥିରେ କରମଣ୍ଡଳର ଇଞ୍ଜିନ ମାଲ ଗାଡିର ବଗି ଉପରେ ଚଢିଯାଇଥିଲା । କେବଳ ଇଞ୍ଜିନକୁ ହଁ ଦେଖିଲେ ଅନୁମାନ କରିହୁଏ ଯେ, କେତେ ଭୟାନକ ଥିଲା ଏହି ଦୁର୍ଘଟଣା । ଏତେ ଜୋର ହିଟ୍ କରିବା ପରେ ଅସଂଖ୍ୟ ଲୋକଙ୍କ ମୃତ୍ୟୁ ଘଟିଛି । ଏପରି ସ୍ଥିତିରେ ଲୋକୋ ପାଇଲଟ ବା ଡ୍ରାଇଭର ଆଉ ଆସିଷ୍ଟାଣ୍ଟ ଡ୍ରାଇଭର କେମିତି ଥିବେ ତାହାକୁ ନେଇ ସବୁଠି ଆଲୋଚନା ।

    କରମଣ୍ଡଳ ଏକ୍ସପ୍ରେସର ବେଗ ଥିଲା ପାଖାପାଖି ୧୩୦ କିଲୋମିଟର । ଲୁପ୍ ଲାଇନରେ ଠିଆ ହୋଇଥିଲା ମାଲବାହୀ ଟ୍ରେନ୍ । ଟ୍ରାକ ପରିବର୍ତ୍ତନ କରି ବହୁତ ବଡ ଭୁଲ କରିବସିଥିଲା କରମଣ୍ଡଳ । ଠିଆ ହୋଇଥିବା ମାଲ ଗାଡିକୁ ଏତେ ଜୋରରେ ହିଟ୍ କରିଥିଲା ଯେ, ସାରା ବିଶ୍ବ ସ୍ତବ୍ଧ ହୋଇଯାଥିଲା । ଧକ୍କା ଏତେ ଜୋର ହୋଇଥିଲା ଟ୍ରେନର ବଗି ଗୁଡିକ ଛିନଭିନ ହୋଇଯାଇଥିଲା । ଅନେକ ଲୋକ ଅତି ଦୟନୀୟ ଭାବେ ଜୀବନ ହାରିଲେ ।

    ହେଲେ କଥାରେ ଅଛି ଯାହାକୁ ରଖେ ଅନନ୍ତ କି କରିପାରେ ବଳବନ୍ତ । ସବୁଠୁ ଡେଞ୍ଜର ଏରିଆରେ ଥିବା କରମଣ୍ଡଳ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କର ସେପରି ବିଶେଷ କିଛି କ୍ଷତି ହୋଇନାହିଁ । ଗୁଣନିଧିଙ୍କ ଘର କଟକ ଜିଲ୍ଲା ୪୨ ମୌଜାରେ ହୋଇଥିବା ବେଳେ ତାଙ୍କ ବାପା ହେଉଛନ୍ତି ବିଷ୍ଣୁଚରଣ ମହାନ୍ତି । ଏବେ ଗୁଣନିଧିଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ସେ ଭୁବନେଶ୍ବର ଆମ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଗୁଣନିଧିଙ୍କ ଆସିଷ୍ଟାଣ୍ଟ ଡ୍ରାଇଭର ହଜାରି ବେହେରା ମଧ୍ୟ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ଜଟିଳ ରହିଛି । ସେମାନଙ୍କ ଆସୁ ଆରୋଗ୍ୟ ପାଇଁ ସାରା ଓଡିଶାବାସୀ କାମନା କରିଛନ୍ତି ।

  • ସେଦିନ କରମଣ୍ଡଳରେ କେତେ ପିଲା ଥିଲେ?

    ସେଦିନ କରମଣ୍ଡଳରେ କେତେ ପିଲା ଥିଲେ?

    କରମଣ୍ଡ ଟ୍ରେନ ଦୁର୍ଘଟଣାର ଭୟାବହତା ଏବେ ମଧ୍ୟ ତାଜା। ଏବେ ବି ଆତ୍ମୀୟ ସ୍ୱଜନଙ୍କ ପ୍ରତୀକ୍ଷାରେ ପଡିରହିଛି ଶହେରୁ ଅଧିକ ମୃତଦେହ। ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସହକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟରୁ ଆରମ୍ଭ କରି ଚିକିତ୍ସା, ମୃତଦେହ ହସ୍ତାନ୍ତରରୁ ପରିବହନ ସବୁ କିଛି ବେଶ ସୁରୁଖୁରୁରେ କରାଯାଇଛି। ଏହାକୁ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ। ହେଲେ ସବୁ ଉତ୍କର୍ସତା ଭିତରେ କିନ୍ତୁ ଗୋଟିଏ ଦିଗ ଦୃଷ୍ଟି ଆଢୁଆଳରେ ଯେମିତି ରହିଯାଇଛି।

    ଏହି ଲୌହ ଦାନବର ତାଣ୍ଡବ ଲୀଳାରେ କଣ ଛୋଟଛୋଟ ପିଲା ମୃତାହତ ହୋଇ ନାହାନ୍ତି? କାହିଁ କେଉଁଠି ତ ସେମାନଙ୍କ ସମ୍ପର୍କରେ ସୂଚନା ନାହିଁ। ଏହି ଅଘଟଣ ପୂର୍ବରୁ କ୍ଷତିଗ୍ରସ୍ତ ବଗିଗୁଡିକରେ ମା କୋଳରେ କଣ କୌଣସି କୁନି ପିଲା ନ ଥିଲେ? ସେଦିନ କରମଣ୍ଡଳ ଯାତ୍ରୀ କଣ ସେମାନଙ୍କ ଛିଆ ପିଲାଙ୍କୁ ସାଙ୍ଗରେ ନେଇ ଯାତ୍ରା କରୁ ନ ଥିଲେ? ସେମାନେ ଗଲେ କୁଆଡେ?

    ଦୁର୍ଘଟଣା ପରେ ୧୫ ବର୍ଷରୁ ସାନ ପିଲାଙ୍କ ମୃତଦେହ ତ କାହିଁ କୌଣସି ସ୍ଥାନରେ ଦେଖିବାକୁ ମିଳିନଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ଥିଲେ ହାତ ଗଣତି କିଛି । ଅନ୍ୟମାନେ କେଉଁଠି ଓ କେମିତି ଅଛନ୍ତି ସେ ନେଇ ତ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ତ ଆସିନାହିଁ। ଯେଉଁଠି ଭେଣ୍ଡିଆଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ ଦେଇଛି ଏହି ଯନ୍ତ୍ର ଦାନବ, ସେଠି ପୂର୍ଣ୍ଣ ଶାରୀରିକ ବିକାଶ ଲାଭକରିନଥିବା ପିଲା ଯେ ସୁରକ୍ଷିତ ଥିବେ ତାହା କିପରି ଚିନ୍ତା କରିହେବ?

    ଏହା ବ୍ୟତୀତ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଶିଶୁ ମଧ୍ୟ ବାପା ବା ମା, ଅଥବା ଉଭୟଙ୍କୁ ହରାଇଥିବେ। ଏମାନଙ୍କ ପାଇଁ ସରକାର କିଛି ପଦକ୍ଷେପ ନେଇଛନ୍ତି ତ? ଏହି ସମ୍ବେଦନଶୀଳ ଦିଗଗୁଡିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି। ତେଣୁ ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ପିଲାଙ୍କ ଥଇଥାନ ସରକାରଙ୍କ ଆଶୀର୍ବାଦ ଯୋଜନାରେ କରିବାକୁ ସେନାପତି ଦାବି କରିଛନ୍ତି।

  • ପତ୍ନୀ ବିରୋଧରେ ଏତଲା ଦେଲେ ସ୍ୱାମୀ, ତୁରନ୍ତ ଗିରଫ ଦାବି

    ପତ୍ନୀ ବିରୋଧରେ ଏତଲା ଦେଲେ ସ୍ୱାମୀ, ତୁରନ୍ତ ଗିରଫ ଦାବି

    ସ୍ୱାମୀଙ୍କୁ ମୃତ ଦର୍ଶାଇ ଟଙ୍କା ନେବାକୁ ଉଦ୍ୟମ କରିଥିଲେ । ଶେଷରେ ବଦନାମ ହେବା ସହ ଚମ୍ପଟ ମାରିଲେ । ଟ୍ରେନ୍ ଦୁର୍ଘଟଣାରେ ଟଙ୍କା ହାତେଇବା ଉଦ୍ୟମ ଘଟଣାରେ ନୂଆ ଟ୍ୱିଷ୍ଟ । ପତ୍ନୀଙ୍କ ବିରୋଧରେ ମାଣିଆବନ୍ଧ ଥାନାରେ ଏତଲା ଦେଇଛନ୍ତି ସ୍ୱାମୀ ବିଜୟ ଦତ୍ତ । ଟଙ୍କା ଲୋଭରେ ମୃତ ବ୍ୟକ୍ତିଙ୍କୁ ନିଜର ସ୍ୱାମୀ ପରିଚୟ ଦେଇ ସାଂଘାତିକ ଖେଳ ଖେଳିଥିବା ଅଭିଯୋଗ କରିଛନ୍ତି ପ୍ରକୃତ ସ୍ୱାମୀ । ନିଜର ସମ୍ମାନ ହାନି ହେବା ସହ ବଡ଼ମ୍ବା ମାଣିଆବନ୍ଧ ଅଞ୍ଚଳର ସମ୍ମାନ ହାନି ଘଟିଛି । ତେଣୁ ପତ୍ନୀ ଗୀତାଞ୍ଜଳି ଦତ୍ତଙ୍କୁ ତୁରନ୍ତ ଗିରଫ ପାଇଁ ସ୍ୱାମୀ କହିଛନ୍ତି । ସେପଟେ, ଗତ ୪ ତାରିଖରୁ ପତ୍ନୀ ନିଖୋଜ ଥିବା କହିଛନ୍ତି ସ୍ୱାମୀ ।

    ଗତ ୨ ତାରିଖରେ ବାହାନଗାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ୪ ତାରିଖରେ ଗୀତାଞ୍ଜଳି ଶବକୁ ନେଇ ସାଂଘାତିକ ଖେଳ ଖେଳିବାକୁ ପ୍ଲାନ୍ କରିଥିଲେ ଯାହା ଫେଲ୍ ମାରିଲା । ସହାୟତା ରାଶି ହଡ଼ପ କରିବାକୁ ମହିଳା ଜଣକ ଚକ୍ରାନ୍ତ କରିଥିଲେ । ଟଙ୍କା ପାଇଁ ମୃତ ବ୍ୟକ୍ତିଙ୍କୁ ନିଜର ସ୍ୱାମୀ ବୋଲି ପରିଚୟ ଦେଇଥିଲେ । ବାଲେଶ୍ୱର ନୋସି ବିଜନେସ ପାର୍କ ପରିସରରେ ଏହି ଘଟଣା ଘଟିଥିଲା ।

    ହଠାତ ଘଟଣାସ୍ଥଳରେ ପହଞ୍ଚି କାନ୍ଦବୋବାଳି କରିଥିଲେ ଗୀତାଞ୍ଜଳି । ନିଜ ସ୍ୱାମୀ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା କହିଥିଲେ ଗୀତାଞ୍ଜଳି । ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ସେ ମିଛ କହିଥିଲେ । ଏକ ଶବ ଉପରୁ ଧଳା କପଡ଼ା ଉଠାଇ ନିଜ ସ୍ବାମୀ ବୋଲି ପରିଚୟ ଦେଇଥିଲେ । ସେପଟେ କିନ୍ତୁ ସ୍ୱାମୀଙ୍କ ଆଧାରକାର୍ଡ ସହିତ ପୂର୍ବ ଫଟୋ, ସ୍ୱାମୀଙ୍କ ନାମ ଥାଇ ଆଧାର କାର୍ଡ ମାଗିବା ପରେ ଅଡୁଆରେ ପଡ଼ିଥିଲେ । ଗୀତାଞ୍ଜଳିଙ୍କ ଚାଲବାଜି ଧରାପଡ଼ିବା ପରେ ସେ ବଦନାମ ହୋଇଥିଲେ । ଜିଆରପି ତାଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

  • ଭୁବନେଶ୍ୱର: ବିଜେପି ନେତାଙ୍କ ଫ୍ଲାଟରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

    ଭୁବନେଶ୍ୱର: ବିଜେପି ନେତାଙ୍କ ଫ୍ଲାଟରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

    ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରୁ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ମୃତଦେହ ଠାବ କରାଯାଇଛି । ପ୍ରଦୀପ ପୁରୋହିତଙ୍କ ଭୁବନେଶ୍ୱରସ୍ଥିତ ଫ୍ଲାଟରୁ ମିଳିଛି ମୃତଦେହ । ମୃତକ ବରଗଡ଼ ପାଇକମାଳ ହୀରାପୁରର ଧନୁର୍ଜୟ ପାଣ୍ଡେ ।

    ୫ ବର୍ଷ ହେଲା ପ୍ରଦୀପଙ୍କ ଘରେ ରହି କାମ କରୁଥିଲେ ଧନୁର୍ଜୟ ପାଣ୍ଡେ । ଲକ୍ଷ୍ମୀସାଗର ଭବାନୀ ଆପାର୍ଟମେଣ୍ଟରେ ପ୍ରଦୀପ ପୁରୋହିତଙ୍କ ସହ ଡ୍ରାଇଭର ରହୁଥିଲେ । ହେଲେ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏଥିସହ ସେହି ଫ୍ଲାଟକୁ ସିଲ୍ କରାଯାଇଛି । ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

  • ଦଳିତ ପିଲାଟି ବଲ ଛୁଇଁବାରୁ ଦାଦାର ଆଙ୍ଗୁଠି କାଟ

    ଦଳିତ ପିଲାଟି ବଲ ଛୁଇଁବାରୁ ଦାଦାର ଆଙ୍ଗୁଠି କାଟ

    ସାମାଜରେ ଜାତିପ୍ରଥାର ବ୍ୟାଧି ଆଜି ବି ଆମ ପିଛା ଛାଡୁନି। ଯାହାର କରୁଣ ଚିତ୍ର ଆସିଛି ଗୁଜରାଟରୁ। ଗୁଜରାଟର ପତାନ ଜିଲ୍ଲାରେ ଜଣେ ଦଳିତ ପିଲା କ୍ରିକେଟ ଖେଳ ବେଳେ ବଲଟିକୁ ଛୁଇଁ ଦେଇଥିଲା। ଏଥିପାଇଁ ଉଚ୍ଚ ଜାତିର ଲୋକେ ପିଲାଟିର ଦାଦାଙ୍କୁ ଦେଇଛନ୍ତି କଠୋର ଶାସ୍ତି। ପିଲାଟିର ଦାଦାଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ବୁଢା ଆଙ୍ଗୁଠିକୁ କାଟି ଦିଆଯାଇଛି।

    ଖବରରୁ ପ୍ରକାଶ କି, ପତାନ ଜିଲ୍ଲାର ଏକ ସ୍କୁଲରେ ରବିବାର କ୍ରିକେଟ ମ୍ୟାଚ ହେଉଥିଲା। ଏହି ସମୟରେ ଛୋଟ ପିଲାଟିଏ ଖେଳ ଦେଖୁଥିବା ବେଳେ ତା ନିକଟକୁ ବଲଟି ଆସିବାରୁ ସେ ତାହାକୁ ଛୁଇଁଦେଇଥିଲା। ଏତିକିରେ ଖେଳରେ ପଡିଥିଲା ତାଲା ଓ ଆରମ୍ଭ ହୋଇଗଲା ଗଣ୍ଡଗୋଳ। ଦଳିତ ହୋଇ ଉଚ୍ଚ ବର୍ଣ୍ଣର ଲୋକଙ୍କ ବଲ କିପରି ଛୁଇଁଲା ବୋଲି ପାଟିତୁଣ୍ଡରେ ପଡିଆ କମ୍ପିଥିଲା।

    ତେବେ ସେଠାରେ ଥିବା କିଛି ଲୋକ ମଝିରେ ପଶି ଗଣ୍ଡଗୋଳକୁ ପ୍ରଶମିତ କରିବାରେ ସକ୍ଷମ ହୋଇଥିଲେ। ପିଲାଟିର ଦାଦା ପିଲାଟିକୁ ନେଇ ଘରକୁ ଚାଲିଯାଇଥିଲେ। ହେଲେ ଏଥିରେ ଉଚ୍ଚ ବର୍ଗର ଲୋକଙ୍କ ମନ କିନ୍ତୁ ଶାନ୍ତ ହୋଇନଥିଲା। ତେଣୁ ସନ୍ଧ୍ୟାରେ ୭ ଜଣ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ନେଇ ସେହି ପିଲାର ଘରେ ପହଞ୍ଚିଥିଲେ। ପିଲାଟିକୁ ଧମକ ଚମକ ଦେବା ସହ ଜାତିଗତ ଆକ୍ଷେପ କରିଥିଲେ। ଏହା ଦେଖି ପିଲାଟିର ଦାଦା ଧୀରଜ ପରମାର ପହଞ୍ଚି ଏସବୁକୁ ବିରୋଧ କରିଥିଲେ।

    ଫଳରେ ସେଠାକୁ ଆସିଥିବା ଲୋକେ ଆହୁରି ଉତ୍କ୍ଷିପ୍ତ ହୋଇଯାଇଥିଲେ ଓ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଭାଇ ମାଡ ଖାଉଥିବା ଦେଖି ବଡ ଭାଇ କିର୍ତ୍ତି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ବୁଝିବା ବଦଳରେ ଓଲଟା କିର୍ତ୍ତିଙ୍କୁ ମଧ୍ୟ ମାଡ ମାରିଥିଲେ। କିର୍ତ୍ତିଙ୍କ ହାତର ଏକ ବୁଢା ଆଙ୍ଗୁଠିକୁ କାଟିଦେଇଥିଲେ। ଏନେଇ ଉଭୟଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି।

    ସେମାନଙ୍କର ଦଳିତ ହୋଇଥିବାରୁ ସେମାନଙ୍କ ଅପମାନ କରାଯିବା ସହ ଜାତିକୁ ନେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଧାରା ୩୨୬, ୫୦୬ ଓ ଆଇପିସିର ବିଭିନ୍ନ ଦଫା ତଥା ଏସସି/ଏସଟି ଆଇନ ଅନୁସାରେ ମାମଲା କରିଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିଥିବା କହୁଥିବା ବେଳେ କାହାରିକୁ ଧରାଯାଇ ନ ଥିବା କୁହାଯାଉଛି।

  • ମଣିପୁର: ଉତ୍ତେଜନା ରୋକିବାକୁ ପ୍ରୟାସ, ଜୁନ୍ ୧୦ ଯାଏ ଇଣ୍ଟରନେଟ୍ ସେବା ବନ୍ଦ

    ମଣିପୁର: ଉତ୍ତେଜନା ରୋକିବାକୁ ପ୍ରୟାସ, ଜୁନ୍ ୧୦ ଯାଏ ଇଣ୍ଟରନେଟ୍ ସେବା ବନ୍ଦ

    କେବେ ବନ୍ଦ ହେବ ମଣିପୁର ହିଂସା । ଦିନକୁ ଦିନ ହିଂସା ବଢୁଥିବା ବେଳେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବି ବଢୁଛି । ବିଦ୍ରୋହୀ ଦଳ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହେଉଛି । ଏଥିରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଛନ୍ତି । ତେଣୁ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଆହୁରି ବଢ଼ିଛି । ଭାରତୀୟ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଗୁଳି ବିନିମୟରେ ଜଣେ ସହିଦ ହୋଇଥିବା ବେଳେ ଆହତ ଆଉ ଦୁଇ ଜଣ ଆସାମ ରାଇଫଲ୍‌ କର୍ମୀଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

    ହିଂସାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ମଣିପୁରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଜୁନ୍‌ ୧୦ ତାରିଖ ଯାଏ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ ହଜର ସେନା ଯବାନ ଏବଂ ଆସାମ ରାଇଫଲ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି । ମଣିପୁରର ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଏପରିକି ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଥିଲା ।

    ଉତ୍ତେଜନା,ରାସ୍ତା ଅବରୋଧ ଯୋଗୁଁ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ରହିଛି । ପେଟ୍ରୋଲ କଳା ବଜାରୀ ଯୋଗୁଁ ଲିଟର ପିଛା ୨ ଶହ ଛୁଇଁଲାଣି । ଲୋକଙ୍କ ପାଇଁ ଔଷଧର ମଧ୍ୟ ଅଭାବ ଦେଖିବାକୁ ମିଳିଛି । ଏଟିଏମ୍‌ଗୁଡ଼ିକ ଖାଲି ପଡ଼ିଥିବା ବେଳେ ଦୋକାନବଜାର ମାତ୍ର କିଛି ଘଣ୍ଟା ପାଇଁ ଖୋଲିବା ପରେ ବନ୍ଦ ରହୁଛି । ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟରେ ହିଂସା ନଘଟାଇ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଶାହ ।

  • ଭିଜିଲାନ୍ସ ଜାଲରେ ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ

    ଭିଜିଲାନ୍ସ ଜାଲରେ ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ

    ସୁନ୍ଦରଗଡ଼ ରୁରାଲ ୱାର୍କ ଡିପାର୍ଟମେଣ୍ଟ ବା ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ଭିଜିଲାନ୍ସ ଜାଲରେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ସଞ୍ଜୟଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ।

    ସୂଚନା ମୁତାବକ, ଆରଡବ୍ଲୁଡିରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ସଞ୍ଜୟ ବେହେରାଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିଲେ। ସେ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ଉପାୟରେ ଦୁର୍ନୀତି କରି ଆଶାତୀତ ସମ୍ପତ୍ତି ଠୁଳ କରିଥିବା ନେଇ ବହୁ ଅଭିଯୋଗ ହୋଇଥିଲା।

    ଏହି ସବୁ ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ ତାଙ୍କ ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ଭଡ଼ା ଘର, ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସ, ଭଦ୍ରକ ସହର ମଧ୍ୟରେ ଥିବା ଦୁଇ ମହଲା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତ ଥିବା ପୈତୃକ ବାସଭବନ, ଭଦ୍ରକ ଜିଲ୍ଲା ତିହିଡି ଥାନା ସିନ୍ଦୋଲ ସ୍ଥିତ ଶ୍ୱଶୁର ଘର ଓ ଲେଫ୍ରିପଡା ଅଫିସ ପରିସରରେ ଥିବା ସରକାରୀ ବାସଭବନ ପରି ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ।

    ଏହି ଚଢ଼ାଉରେ ୭ଟି ଟିମ୍ ସାମିଲ ହୋଇଥିବା ବେଳେ ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଚଢାଉ ବେଳେ ଭିଜିଲାନ୍ସ କୁ ବହୁ ସମ୍ପତ୍ତି କାଗଜପତ୍ର ସହ ଆପତ୍ତିଜନକ ଦସ୍ତିବିଜ ହସ୍ତଗତ ହୋଇଛି।

  • ଏହି ୪ ଟି ପନିପରିବାର ରସ ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ, ପିଇବା ପରେ ଶରୀର ସତେଜ ରହିଥାଏ ।

    ଏହି ୪ ଟି ପନିପରିବାର ରସ ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ, ପିଇବା ପରେ ଶରୀର ସତେଜ ରହିଥାଏ ।

    ଅନେକ ପନିପରିବା ରସ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ହୋଇଥାଏ  ଏବଂ ଗ୍ରୀଷ୍ମ ରୁତୁରେ ସେଗୁଡିକ ସହଜରେ ଖାଦ୍ୟର ଏକ ଅଂଶ ହୋଇପାରିବ । ଗ୍ରୀଷ୍ମ ରୁତୁରେ ସୂର୍ଯ୍ୟ କିରଣ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ଏଭଳି ପରିସ୍ଥିତିରେ, ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଏପରି ଖାଦ୍ୟକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍, ଯାହା ଶରୀରକୁ ସତେଜ ରଖିବ ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମଧ୍ୟ ଯୋଗାଇବ । ତେବେ ଏମିତି କିଛି ପରିବା ଅଛି  ଯାହା ଗ୍ରୀଷ୍ମ ରୁତୁରେ ଆପଣଙ୍କ ଖାଦ୍ୟର ଏକ ଅଂଶ ହୋଇପାରିବ ।  ଏହି ପନିପରିବା ଖାଇବା ଶରୀରକୁ ଅନେକ ନୁହେଁ ବରଂ ସେମାନଙ୍କର ରସ ମଧ୍ୟ ଓଜନ ହ୍ରାସ କରିବାରେ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇପାରେ । ଏହାର ୁଫକାର ବିସ.ରେ ଆସନ୍ତୁ ଜାଣିବା । 
    
    କାକୁଡି ରସ । 
    ଗ୍ରୀଷ୍ମ ରୁତୁରେ ବଜାରରେ ସହଜରେ କାକୁଡି ଉପଲବ୍ଧ ଥାଏ । କାକୁଡି ରସ କେବଳ ଶରୀରକୁ ସତେଜ ରଖେ ନାହିଁ ବରଂ ଅନେକ ପୋଷକ ତତ୍ତ୍ୱ ମଧ୍ୟ ଦେଇଥାଏ । କାକୁଡିରେ ଫୋଲେଟ୍, ଆଇରନ୍, ଭିଟାମିନ୍ କେ, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ଜିଙ୍କ୍ ଏବଂ ଫସଫରସ୍ ଏବଂ କ୍ୟାଲସିୟମ୍ ଥାଏ । କାକୁଡି ରସ ପିଇବା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ, ହଜମକୁ ଉନ୍ନତ କରିଥାଏ, ଶରୀରକୁ ଆର୍ଦ୍ରତା ଯୋଗାଇଥାଏ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କାକୁଡି ରସକୁ ଏକ ଚାମଚ ଲେମ୍ବୁ ରସ ସହିତ ମିଶ୍ରଣ କରାଯାଇପାରେ । 
    ବିଟ ଜୁସ 
    ଭିଟାମିନ୍, ଫୋଲେଟ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏକ ଭଲ ଉତ୍ସ, ବିଟ୍ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ଅଟେ । ଗ୍ରୀଷ୍ମ ରୁତୁରେ ବିଟ୍ ରସ ପିଇବା ଦ୍ୱାରା ରକ୍ତଚାପ ସମସ୍ୟା କମିଯାଏ, ରକ୍ତ ପ୍ରବାହରେ ଉନ୍ନତି ହୋଇଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର ହୋଇଥାଏ। ଏହି ରସ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଲେମ୍ବୁ ରସ ଏବଂ ସତେଜ ଧନିଆ ସହିତ ପିଅନ୍ତୁ 
    କଖାରୁ ରସ 
    ଅନେକ ଲୋକ କଖାରୁର ନାମ ଶୁଣିବା ପରେ ନାକ ଟେକିଥାନ୍ତି , କିନ୍ତୁ କଖାରୁ ରସ ସ୍ୱାସ୍ଥ୍ୟ ପାଇଁ ଅନେକ ନୁହେଁ ବରଂ ଅନେକ ଲାଭ ଦେଇଥାଏ । କଖାରୁ ରସରେ ଭିଟାମିନ୍ ଡି, ବି 1, ବି 2, ବି 6, ଭିଟାମିନ୍ ସି ଏବଂ ଭିଟାମିନ୍ ଇ ବହୁତ ପରିମାଣରେ ମିଳିଥାଏ । ଏଥିରେ ଭଲ ପରିମାଣର ମ୍ୟାଗ୍ନେସିୟମ୍, ତମ୍ବା, ଫସଫରସ୍ ଏବଂ ଆଇରନ୍ ଥାଏ . ପୋଦିନା ପତ୍ର ଏବଂ ଲେମ୍ବୁ ମିଶ୍ରଣ କରି କଖାରୁ ରସ ତିଆରି କରି ଏହାକୁ ପିଇବା ଭଲ ସ୍ବାଦ ପାଇଥାଏ ଏବଂ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ । କୋଷ୍ଠକାଠିନ୍ୟ 
    ସମସ୍ୟାରୁ ମୁକ୍ତି ପାଇବା ପାଇଁ କଖାରୁ ରସ ମଧ୍ୟ ପ୍ରଭାବଶାଳୀ ହୋଇପାରେ ।
    
    
    ଲାଉ ରସ ।
    ଲାଉ  ଗ୍ରୀଷ୍ମ ଋତୁରେ ବହୁତ ଖାଆନ୍ତି । ଏଥିରେ ଭିଟାମିନ୍ କେ, ସି ଏବଂ କ୍ୟାଲସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ଭରପୂର ଅଟେ । ରକ୍ତଚାପ ହ୍ରାସ କରିବା ସହିତ ଲାଉ ରସ ପିଇବା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟ ଏବଂ ଚାପର ସମସ୍ୟାକୁ ହ୍ରାସ କରିବା ପାଇଁ ଲାଉ ରସ ମଧ୍ୟ ମଦ୍ୟପାନ କରାଯାଇପାରେ । ଆପଣ ତାଜା କାକୁଡି ମିଶାଇ ଲେମ୍ବୁରେ ମିଶାଇ ଲାଉ ରସ ପିଇପାରିବେ | ଏଥିରେ ପୋଦିନା ପତ୍ର ମଧ୍ୟ ମିଶାଯାଇପାରିବ ।