Blog

  • କେନ୍ଦୁଝର: ଦୁଇ ସାଙ୍ଗଙ୍କ ମଧ୍ୟରେ କଳିରୁ ଗୁଳିମାଡ଼, ଗୁରୁତର ସାଙ୍ଗ SCBରେ ଭର୍ତ୍ତି

    କେନ୍ଦୁଝର: ଦୁଇ ସାଙ୍ଗଙ୍କ ମଧ୍ୟରେ କଳିରୁ ଗୁଳିମାଡ଼, ଗୁରୁତର ସାଙ୍ଗ SCBରେ ଭର୍ତ୍ତି

    କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଦିନ ହେଉ ଅବା ରାତି ଅପରାଧୀମାନେ ଅପରାଧ ଘଟାଇବାରେ ଲାଗିଛନ୍ତି । କେତେବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହେଉଛି ତ ଆଉ କେତେବେଳେ ଫେଲ୍ ମାରିଛି । ଏବେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇ ଗୁଳିମାଡ଼ ପରେ ଜଣେ ସାଙ୍ଗ ଗୁରୁତର ହୋଇଛି ।

    କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିମ୍ବିଲା ଗାଁ । ନିକଟରେ ଥିବା ପୋଖରୀ କୂଳରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଏହି କଳି ଶେଷ ସୀମାରେ ପହଞ୍ଚିଥିଲା । ଶେଷରେ ଜଣେ ସାଙ୍ଗ, ଅନ୍ୟ ଜଣେ ସାଙ୍ଗଙ୍କୁ ଗୁଳିମାଡ଼ କରିଥିଲା । ଅଭିଯୁକ୍ତ ବିନୋଦ ପାତ୍ରର ଗୁଳିମାଡ଼ରେ ପୂର୍ଣ୍ଣଚନ୍ଦ୍ର ଦାଶ ଗୁରୁତର ହୋଇଛନ୍ତି । ଗୁଳିମାଡ଼ ପରେ ଗୁରୁତର ଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକେ ।

    ଚିକିତ୍ସା ପାଇଁ ପୂର୍ଣ୍ଣଚନ୍ଦ୍ରଙ୍କୁ ହରିଚନ୍ଦନପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ କିନ୍ତୁ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଲା ନାହିଁ । ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

    ଆଜିକାଲି ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରାୟତଃ ଏଭଳି ଅପରାଧ ଘଟି ଚାଲିଛି । ଚୋରି, ଡକାୟତି, ମରଣାନ୍ତକ ଆକ୍ରମଣ, ଗୁଳିକାଣ୍ଡ ପରି ଘଟଣା ଲୋକଙ୍କୁ ଟେନସନରେ ପକାଇଛି । ପୋଲିସ ପ୍ରଶାସନ ତତ୍ପରତା ଦେଖାଇ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

  • ଭିଜିଲାନ୍ସ ଜାଲରେ ୩ ଅଧିକାରୀ, ଲାଞ୍ଚ ନେବାବେଳେ ଧରିଲା ଟିମ୍

    ଭିଜିଲାନ୍ସ ଜାଲରେ ୩ ଅଧିକାରୀ, ଲାଞ୍ଚ ନେବାବେଳେ ଧରିଲା ଟିମ୍

    ଭିଜିଲାନ୍ସ ଜାଲରେ ବ୍ୟାଙ୍କ ଅଧିକାରୀ । ବ୍ୟାଙ୍କିଂ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରାକରଙ୍କୁ ଧରିଛି ଭିଜିଲାନ୍ସ । ଭବାନୀପାଟଣା ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ କୋମନା ବ୍ରାଞ୍ଚର ବ୍ୟାଙ୍କିଂ ଆସିଷ୍ଟାଣ୍ଟ ପ୍ରଦୀପ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ନୂଆପଡ଼ା ବେଲଟୁକୁରିରେ ଥିବା ୨ ମହଲା କୋଠା ସହ ଆଉ ଏକ ଦୁଇ ମହଲା କୋଠାରେ ରେଡ୍ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସେହପରି ବେଲଟୁକୁରିର ଆଉ ଏକ ସ୍ଥାନରେ ୩ ହଜାର ବର୍ଗଫୁଟ ଜମିରେ ଘର ନିର୍ମାଣ ଚାଲିଛି । ଅଫିସ ଚାମ୍ବରରେ ଛାନବିନ କରିଛି ଭିଜିଲାନ୍ସ ବିଭାଗ । ରେଡରେ ୩ ଡିଏସପି,୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

    ସେପଟେ ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖରିଆର NAC କାର୍ଯ୍ୟାଳୟର ଜୁନିଅର୍ ଇଞ୍ଜିନିୟର ଦେବ ଚନ୍ଦନ ରାଉତ । ଟେକ୍ନିକାଲ କନସଲଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି କନିଷ୍ଠ ଯନ୍ତ୍ରୀ ଦେବଚନ୍ଦନ ରାଉତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ସାର୍ଟିଫିକେଟ୍ ଓ ଫାଇନାଲ୍ ବିଲ୍ ରିଲିଜ୍ ପାଇଁ ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜେଇ । ଏଥିସହ ତାଙ୍କ ଘରୁ ହୀରା ହାର ଜବତ କରିଛି ଟିମ୍ । ଦେବଚନ୍ଦନଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରେ ବି ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । କଟକ ଅଫିସ ଓ ବାସଭବନ ସମେତ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଭୁବନେଶ୍ୱର ସୌଭାଗ୍ୟନଗରରେ ଥିବା ଘର,ଚକେଇସିଆଣିରେ ଥିବା ସମ୍ପର୍କୀୟଙ୍କ ଘର, ନରସିଂହପୁର ଲେହେଙ୍ଗାରେ ଥିବା ପୈତୃକ ଘରେ ଚଢ଼ାଉ ହୋଇଛି ।

    ପୁଅକୁ ଇଞ୍ଜିନିୟର ଓ ଝିଅକୁ ଡାକ୍ତରୀ ପାଠ ପଢ଼ାଇବା ପାଇଁ ସେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଏଥିସହ ବ୍ୟାଙ୍କରେ ୧୨ ଲକ୍ଷ ୬୨ ହଜାର ଟଙ୍କା ଡିପୋଜିଟ୍ ରଖିଛନ୍ତି । କ୍ରିପ୍ଟୋ କରେନ୍ସିରେ ୧ ଲକ୍ଷ ୨୩ ହଜାର ଟଙ୍କା ନିବେଶ କରିଛନ୍ତି ବିକାଶ ଚନ୍ଦ୍ର ଭୂୟାଁ । ତାଙ୍କ ଘରୁ ୩୮ ଲକ୍ଷ ଟଙ୍କାର ସୁନା ଏବଂ ରୁପା ଗହଣା ଜବତ କରାଯାଇଛି । ଗୋଟିଏ ୪ ଚକିଆ ଗାଡ଼ି,୩ଟି ୨ ଚକିଆ ଗାଡ଼ି ମିଳିଛି ଯାହାର ମୂଲ୍ୟ ୧୩ ଲକ୍ଷ ୪୦ ହଜାର ବୋଲି କହିଛି ଭିଜିଲାନ୍ସ ଟିମ୍ ।

    କିଛି ଦିନ ହେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି । ଅଭିଯୋଗ ପରେ ଅଧିକାରୀମାନଙ୍କ ଘର ରେଡ୍ କରୁଛି ଟିମ୍ । ଏଯାଏ ବହୁ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଲେଣି । ଆସନ୍ତା ଦିନରେ ଭିଜିଲାନ୍ସ ପକ୍ଷରୁ ଏହି ଅଭିଯାନ ଜାରି ରହିବ ।

  • ମୟୂରଭଞ୍ଜ: ଯାମଦା ବ୍ଲକ୍ ତାରଣା ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବି

    ମୟୂରଭଞ୍ଜ: ଯାମଦା ବ୍ଲକ୍ ତାରଣା ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବି

    ମୟୂରଭଞ୍ଜ ଜିଲ୍ଲା ଯାମଦା ବ୍ଲକ୍ ତାରଣା ପଞ୍ଚାୟତରେ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ମାନବୀର ପାପାରି ସାହି ଠାରୁ ତାଲା ସାହିକୁ ଗ୍ରେଡ୍-୧ ମେଟାଲ ବିଛାଇବା ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ତେବେ କିଛି ମେଣ୍ଟାଲ ଅଣାଯାଇଥିବା ବେଳେ ତାହା ପଡ଼ି ରହିଛି କିନ୍ତୁ କୌଣସି କାମ ଆରମ୍ଭ ହୋଇନି । ସଂଯୋଜକ ମୌଡସିଂ ନାଏକ ଓ କନିଷ୍ଠ ଯନ୍ତ୍ରୀ ଅନିଲ ମହାପାତ୍ରଙ୍କ ନାଁରେ ଅର୍ଥ ହଡ଼ପ ଅଭିଯୋଗ କରିଛନ୍ତି ଗାଁ ଲୋକେ ।

    କୁଦାହାଁସା ଗାଁର ୧୦ ଜଣ,ବଡ଼ସିହାରୁ ୧୬ ଜଣ ଏବଂ ପାହାଡ଼ପୁରରୁ ୨ ଜଣ,ଦିଘିଆବେଡ଼ାରୁ ୧୮ ଜଣ ଓ ମାନବୀର ଗାଁର ୨୨ ଜଣ ନକଲି ଶ୍ରମିକଙ୍କ ନାଁରେ ଟଙ୍କା ଉଠାଯାଇଛି । ୨୦୨୧ ନଭେମ୍ବର ଓ ଡିସେମ୍ବର ମାସରେ ୧ ଲକ୍ଷ ୭୧ ହଜାର ୧୪୦ ଟଙ୍କା ହଡ଼ପ କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

    ସରପଞ୍ଚ ମାଦୁରୀ ହେମ୍ବ୍ରମଙ୍କ ସହାୟତାରେ ୨୦୨୨ ସେପ୍ଟେମ୍ବରରେ ନାଏବ ସରପଞ୍ଚ ଜାମ୍ବିରା ବାଗେ, ସମିତି ସଭ୍ୟ ଡିକୁଲ ବାଗେ, ୱାର୍ଡ ସଭ୍ୟ ବୁଧିଆ ବାଗେ, ଅଙ୍ଗନବାଡି କର୍ମୀ ଜୁଣ୍ଟା ନାଏକ, ଆଶା କର୍ମୀ ସୁମିତ୍ରା ବିରୁଆ ଓ ଗାଁ ଲୋକେ ଲିଖିତ ଅଭିଯୋଗ କରିଥିଲେ । ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଏଯାଏ କୌଣସି ପଦକ୍ଷେପ ନିଆଯାଇନି । ଏପରିକି ଜେଇ ଅନିଲ ମହାପାତ୍ରଙ୍କୁ ଅନ୍ୟତ୍ର ବଦଳି କରି ଏକପ୍ରକାର ନିରବଦ୍ରଷ୍ଟା ସାଜିଛନ୍ତି ବିଡିଓ ।

    ପାପାରି ସାହି ଠାରୁ ତାଲାସାହି ଗ୍ରେଡ-୧ ମେଟାଲ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଦାବି ଉପସ୍ଥାପନ କରାଯାଇଛି । ଖୁବଶୀଘ୍ର ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନାଏବ ସରପଞ୍ଚ ଜାମ୍ବିରା ବାଗେ ଦାବି ଉପସ୍ଥାପନ କରିଛନ୍ତି ।

  • ମୟୂରଭଞ୍ଜ: ଜେଇଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ମାନବୀର ଲୋକେ

    ମୟୂରଭଞ୍ଜ: ଜେଇଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ମାନବୀର ଲୋକେ

    ମୟୂରଭଞ୍ଜ ଯାମଦା ବ୍ଲକରେ ଜଣେ ଜେଇଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ତାରଣା ପଞ୍ଚାୟତରେ ଥିବା ମାନବୀର ଗାଁ ଲୋକେ ଜେଇ ଅନିଲ ମହାପାତ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ।

    ମାନବୀର ଗାଁରେ ବିଭିନ୍ନ କାମରେ ଅର୍ଥ ହେରଫେର ସହ ଦୁର୍ନୀତି ହେଉଛି । ମାନବୀର ଗାଁରେ ଥିବା ଜାହିରା ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ୨୦୧୯ ମସିହା ମାର୍ଚ୍ଚ ୨୮ ତାରିଖରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା । ପୋଖରୀ ହିଡ଼ ଉପରେ କମ୍ ଖର୍ଚ୍ଚରେ ଆବଶ୍ୟକ ସୁଇଚ୍ ନିର୍ମାଣ କରିବା ବଦଳରେ ୨୦୨୦-୨୧ରେ ଜେଇ ଅନିଲ ମହାପାତ୍ର ଚେକ୍ ଡ୍ୟାମ ନିର୍ମାଣ କରିଥିଲେ । ତେଣୁ ସେ ସନ୍ଦେହ ଘେରକୁ ଆସିଥିଲେ ।

    ମାନବୀର ଜାହିରା ନାଳ ଉପରେ ଚେକ୍ ଡ୍ୟାମ୍ ହେବାର ଥିଲା କିନ୍ତୁ ଏହା ନକରି ଜାହିରା ବନ୍ଧ ହିଡ଼ରେ ନିର୍ମିତ ହୋଇଥିଲା ଚେକ୍ ଡ୍ୟାମ୍ । ଏହି ଅର୍ଥକୁ ସେ ହେରଫେର କରିନେଇଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବତନ ଯାମଦା ବ୍ଲକ୍ ଅଧ୍ୟକ୍ଷା ହେଲେନା ବାଗେ ଓ ତାରଣା ପଞ୍ଚାୟତର ନାଏବ ସରପଞ୍ଚ ଜାମ୍ବିରା ବାଗେ ସୁଇଚ୍ ନର୍ମାଣ ଟଙ୍କା ଗଲା କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ନେତା ଓ ଗାଁ ଲୋକେ । ଘଟଣାର ତଦନ୍ତ କରିବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ..

  • ଗୁଜୁରାଟରେ ତିଆରି ହୁଏ ବିଶ୍ବର ସବୁଠୁ ବଡ ରୁଟି, ଯାହାର ଓଜନ ୧୪୫ କେ.ଜି, ଗୋଟିଏ ରୁଟିରେ ପୂରା ଗାଁ ଖାଇବେ

    ଗୁଜୁରାଟରେ ତିଆରି ହୁଏ ବିଶ୍ବର ସବୁଠୁ ବଡ ରୁଟି, ଯାହାର ଓଜନ ୧୪୫ କେ.ଜି, ଗୋଟିଏ ରୁଟିରେ ପୂରା ଗାଁ ଖାଇବେ

    ବିଭିନ୍ନ ପ୍ରକାରର ଖାଦ୍ୟ ପାଇଁ ଭାରତ ସାରା ବିଶ୍ୱରେ ପ୍ରସିଦ୍ଧ । ଏଠାରେ ଖାଦ୍ୟର ସ୍ୱାଦ ଏବଂ ରାନ୍ଧିବାର ଶୈଳି ପ୍ରତି ଶହେ କିଲୋମିଟରରେ ଅନ୍ତରରେ ବଦଳିଥାଏ । କିନ୍ତୁ, ରୁଟି ଏପରି ଏକ ଜିନିଷ ଯାହା ସମଗ୍ର ଭାରତରେ ସମାନ ଭାବରେ ତିଆରି ହୋଇଥାଏ । ଆକାର ମଧ୍ୟ ସବୁ ସ୍ଥାନରେ ସମାନ । ହେଲେ ସମଗ୍ର ଭାରତରେ କେବଳ ଗୋଟିଏ ସ୍ଥାନ ଅଛି ଯେଉଁଠାରେ ବିଶ୍ୱର ସବୁଠୁ ବଡ ରୁଟି ତିଆରି କରାଯାଏ । ଏହି ରୁଟି ଏତେ ବଡ ଯେ, ଗୋଟିଏ ଗାଁର ମଧ୍ୟ ପେଟ ପୂରିଯିବ । ତେବେ ଆସନ୍ତୁ ଜାଣିବା ଏହି ଅନନ୍ୟ ରୁଟିର କାହାଣୀ ବିଷୟରେ ।

    ଦୁନିଆର ସବୁଠୁ ବଡ ରୁଟି ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘର ଗୁଜୁରାଟର ଜାମନଗରରେ ତିଆରି ହୋଇଛି । ଯଦିଓ ଏହି ରୁଟି ପ୍ରତିଦିନ ତିଆରି ହୁଏନାହିଁ । ବରଂ ଏହା କେବଳ କିଛି ବିଶେଷ ଉତ୍ସବରେ ତିଆରି ହୋଇଥାଏ । ଯେମିତି ଡାଗଡୁ ସେଠ୍ ଗଣପତି ସର୍ବସାଧାରଣ ମହୋତ୍ସବ କିମ୍ବା ଜଲାରାମ ବାପାଙ୍କ ଜନ୍ମ ବାର୍ଷିକୀ ଆଦି ଉତ୍ସବରେ । ଏହି ରୁଟି ଜଲାରାମ ମନ୍ଦିରର ଜିଣୋଦ୍ଧାର କମିଟି ଦ୍ୱାରା ପ୍ରସ୍ତୁତ କରାଯାଏ । ଆଉ ଏଥିରେ ମନ୍ଦିରକୁ ଆସୁଥିବା ଲୋକମାନେ ପେଟ ଭରି ଖାଆନ୍ତି । ଲୋକମାନେ ଏହି ବିଶେଷ ଦିନରେ ଏହି ରୁଟି ଖାଇବା ପାଇଁ ଦୂରଦୂରାନ୍ତରୁ ଜାମନଗରକୁ ଆସନ୍ତି ।

    ଆପଣଙ୍କୁ କହିରଖୁଛୁ ଯେ, ଜଣେ କିମ୍ବା ଦୁଇ ଜଣ ନୁହେଁ ବରଂ ଅନେକ ମହିଳା ଏକାଠି ହୋଇ ଦୁନିଆର ସବୁଠୁ ବଡ ରୁଟି ତିଆରି କରନ୍ତି ଏବଂ ଘଣ୍ଟା ଘଣ୍ଟା ପରିଶ୍ରମ ପରେ ଏହି ରୋଟି ପ୍ରସ୍ତୁତ ହୁଏ । ଏହି ରୁଟି ତିଆରି ପାଇଁ ବହୁତ ଅଟା ବ୍ୟବହୃତ ହୁଏ । ଯେତେବେଳେ ଏହି ରୁଟି ପ୍ରସ୍ତୁତ ହୁଏ, ଏହାର ଓଜନ ୧୪୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ରୁଟି ରାନ୍ଧିବା ପାଇଁ ମନ୍ଦିର ନିକଟରେ ଏକ ବଡ଼ ସ୍ୱତନ୍ତ୍ର ତାଓ୍ବା ରହିଛି । ସେଥିରେ ଏହି ସ୍ବତନ୍ତ୍ର ରୁଟି ରନ୍ଧାଯାଏ । ରୁଟି ରାନ୍ଧିବା ପାଇଁ ଅନେକ ଲୋକ ମଧ୍ୟ ନିୟୋଜିତ ହୁଅନ୍ତି ଏବଂ ରୋଟି ଜଳି ନଯିବା ପାଇଁ ନିଆଁର ଆଞ୍ଚ କମ୍ ରଖାଯାଏ ।

  • ”ଭାରତରେ ବର୍ତ୍ତମାନ ମହାଭାରତ ଦୋହରା ଯାଉଛି”

    ”ଭାରତରେ ବର୍ତ୍ତମାନ ମହାଭାରତ ଦୋହରା ଯାଉଛି”

    ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟି ରବିବାର ଦିନ ଐତିହାସିକ ରାମଲିଳା ମୈଦାନରେ ଏକ ବିଶାଳ ଜନ ସମାବେଶ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି । ଏହି ସମୟରେ ଆପ୍ ବିଜେପିକୁ କୌରବଙ୍କ ସହ ତୁଳନା କରି କହିଛି ଯେ, ଆଜିର ଭାରତରେ ମହାଭାରତର ପୁନରାବୃତ୍ତି ହେଉଛି ।

    ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ ଏହି ସମାବେଶକୁ ସମ୍ବୋଧିତ କରିବା ବେଳେ କହିଛନ୍ତି, କୌରବ ମାନେ ହସ୍ତିନାପୁରର ଅଧିକାର ଯେଉଁ ପାଣ୍ଡଙ୍କୁ ମିଳିଥିଲା ତାକୁ ଛନ୍ଦ କପଟ କରି କୌରବ ମାନେ ଛଡାଇ ନେବା ସହିତ ପାଣ୍ଡବଙ୍କୁ ୧୨ ବର୍ଷର ବନବାସ ଆଉ ଏକ ବର୍ଷ ଅଜ୍ଞାତବାସକୁ ପଠାଇ ଦେଇଥିଲେ । ଆଜିର ଭାରତରେ ମହାଭାରତର ପୁନରାବୃତ୍ତି କରାଯାଉଛି । ମୋଦୀ ସରକାର ଛଳନା କରି ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲକୁ ପଠାଇ ଦେଇଛି । ସୁପ୍ରିମକୋର୍ଟର ନିଷ୍ପତ୍ତିକୁ କଳା ଅଧ୍ୟାଦେଶରେ ବଦଳାଇ ଦିଲ୍ଲୀର ଅଧିକାର ଛଡ଼ାଇ ନିଆଗଲା ବୋଲି ସୌରଭ କହିଛନ୍ତି ।

    ଏହାପୂର୍ବରୁ ରାଜ୍ୟସଭା ସାଂସଦ କପିଲ ସିବଲ ଦିଲ୍ଲୀର ରାମଲିଳା ମୈଦାନରେ ଆମ୍ ଆଦମୀ ପାର୍ଟିର ରାଲିରେ ସାମିଲ ହୋଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଦେଶର ଲୋକମାନେ ଆଉ କେନ୍ଦ୍ର ସରକାରଙ୍କୁ ପସନ୍ଦ କରନ୍ତି ନାହିଁ । ଜନସାଧାରଣ ବର୍ତ୍ତମାନ ଏକଛତ୍ରବାଦୀ ଶାସନ ବିରୋଧରେ ଠିଆ ହୋଇଛନ୍ତି । ବିରୋଧୀ ଦଳ ଗୁଡିକ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଏକଜୁଟ ହେବା ଆବଶ୍ୟକ ।

  • ଅମିତ ଶାହାଙ୍କୁ ସଞ୍ଜୟ ରାଉତ କହିଲେ ‘ଏ ଡର ଭଲ’

    ଅମିତ ଶାହାଙ୍କୁ ସଞ୍ଜୟ ରାଉତ କହିଲେ ‘ଏ ଡର ଭଲ’

    ଶିବସେନା (ଉଦ୍ଧବ ଦଳ) ସାଂସଦ ସଞ୍ଜୟ ରାଉତ ରବିବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପାଲଟା ଜବାବ ଦେଇଛନ୍ତି । ରାଉତ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନାନ୍ଦେଡରେ ଦେଇଥିବା ଉଦ୍ଧବ ଠାକରେଙ୍କୁ ଦେଇଥିବା ମନ୍ତବ୍ୟରୁ ଜଣାପଡୁଛି ଯେ, ଉଦ୍ଧବ ଠାକରେଙ୍କୁ ବିଜେପି ଭୟ କରୁଛି । ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସେନାଙ୍କ ଆଭିମୁଖ୍ୟ ଅକ୍ଷୂର୍ଣ୍ଣ ରହିଛି ।

    ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରିଥିଲେ ଯେ ମୁଁ ଉଦ୍ଧବ ଠାକରେଙ୍କୁ ପଚାରିବାକୁ ଚାହୁଁଛି, ଯେ କର୍ଣ୍ଣାଟକରେ ଯେଉଁ ସରକାର ଗଠିତ ହୋଇଛି ସିଏ ଇତିହାସ ପୁସ୍ତକରୁ ବୀର ସାବରକରଙ୍କୁ ଲିଭାଇବାକୁ ଚାହୁଁଛନ୍ତି । ଆପଣ ଏଥିରେ ସହମତ କି ?

    ଏହାସହିତ ଅମିତ ଶାହା ମହା ବିକାଶ ଅଘାଡି ଅର୍ଥାତ୍ MVAର ମିଳିତ ଗଠବନ୍ଧକୁ ମଧ୍ୟ ଟାର୍ଗେଟ କରିଥିଲେ । ସଞ୍ଜୟ ରାଉତ କହିଛନ୍ତି, “ନନ୍ଦେଡ ରାଲିରେ ନିଜର ୨୦ ମିନିଟର ଭାଷଣରେ ଅମିତ ଶାହା ଅତି କମରେ ସାତ ମିନିଟ୍ ପର୍ଯ୍ୟନ୍ତ ଉଦ୍ଧବ ଠାକରେଙ୍କୁ ଆକ୍ରମଣ କରିଥିଲେ । ଏହାର ଅର୍ଥ ହେଉଛି ଯେ, ମାତୋଶ୍ରୀଙ୍କ ଆଧିପତ୍ୟ ଅକ୍ଷୁର୍ଣ୍ଣ ରହିଛି । ଶିବସେନା ଦଳ ଭାଙ୍ଗିଦିଆଗଲା ଏବଂ ଏହାର ନାମ ଏବଂ ନିର୍ବାଚନୀ ପ୍ରତୀକ ବିଶ୍ବାସଘାତକଙ୍କୁ ଦେଇଦିଆଗଲା । ଏହାସତ୍ତ୍ବେ ମଧ୍ୟ ସେମାନଙ୍କ ମଧ୍ୟରେ ଠାକରେ ଏବଂ ଶିବସେନାଙ୍କ ଭୟ ରହିଛି, ଏହି ଭୟ ଭଲ ଅଟେ । “

    ରାଜ୍ୟସଭା ସାଂସଦ ରାଉତ କହିଛନ୍ତି ଯେ, ଶିବସେନାର ନିର୍ବାଚନୀ ପ୍ରତୀକ ତଥା ନାମକୁ ଏକନାଥ ସିନ୍ଦେ ଗୋଷ୍ଠିର ବିଶ୍ବାସଘାତକ ମାନଙ୍କୁ ଦିଆଯିବା ସତ୍ତ୍ବେ ବିଜେପି ଠାକରେଙ୍କୁ ଭୟ କରୁଛି ।