Blog

  • ଆସାମ ବନ୍ୟାରେ ୧୯ ଜିଲ୍ଲା ପ୍ରଭାବିତ

    ଆସାମ ବନ୍ୟାରେ ୧୯ ଜିଲ୍ଲା ପ୍ରଭାବିତ

    ଆସାମରେ ବନ୍ୟା ବିତ୍ପାତ। ଚଳିତ ବନ୍ୟାରେ ଅଦ୍ୟାବଧି ୧୯ ଜିଲ୍ଲାର ୪.୮୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ହେଲାଣି ୨ ଜଣଙ୍କ ମୃତ୍ୟୁ। ଆସାମର ବିଭିନ୍ନ ପ୍ରାନ୍ତରେ ଜାରି ରହିଛି ପ୍ରବଳ ବର୍ଷା। ଚଳିତ ବର୍ଷ ହୋଇଥିବା ବର୍ଷାରେ ବ୍ରହ୍ମପୁତ୍ର ନଦୀ ବନ୍ଧରେ ନେମତିଘାଟ, ପୁଥିମାରୀଠାରେ ହୋଇଛି ଘଳିଆ । ଫଳରେ ବିଭିନ୍ନ ସ୍ଥାନରେ ଛୁଟୁଛି ନଦୀ ଜଳ। ଯୁଆଡେ ଦେଖିବ ସିଆଡେ ଖାଲି ପାଣି ପାଣି ଆଉ ପାଣି। ଘରେ ପାଣି, ବାହାରେ ପାଣି। ପାଣି ଘେରରେ ଲୋକେ। କେତେକ ସ୍ଥାନରେ ପାଣି ମାଡରେ ଘର ଭାଙ୍ଗି ଯାଇଛି ତ ପୁଣି କେଉଁଠି ପାଣି ଭିତରେ ବୁଡି ରହିଛି ଘର। ପଗଲାଦିୟା, କୁମାରିକାଟାର ତାମୁଲପୁରରେ ବନ୍ଧ ଭାଙ୍ଗିବାରୁ ଲୋକଙ୍କ ଘରେ ପଶିଛି ପାଣି।


    ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବଜାଲି ଉପମଣ୍ଡଳ। ସେଠାରେ ୨.୬୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ନଲବାଡିରେ ୮୦ହଜାର ଲୋକ ଓ ବାରପେଟା ଜିଲ୍ଲାରେ ୭୩ ହଜାର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି। ବନ୍ୟାର ଉଗ୍ରତାକୁ ଦେଖି ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୪୦ ଆଶ୍ରୟସ୍ଥଳୀ ଖୋଲାଯାଇ ୩୫ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। ଏହା ବ୍ୟତୀତ ୭୫ ରିଲିଫ କେନ୍ଦ୍ର କାର୍ଯ୍ୟରତ। ବନ୍ୟା ପ୍ରଭାବିତଙ୍କ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଜିଆରଏଫ, ନାଗରିକ ସୁରକ୍ଷା, ଏନଜିଓ ଓ ଅଞ୍ଚଳବାସୀ ସହଯୋଗ କରୁଛନ୍ତି।


    ରାଜ୍ୟର ବିଭିନ୍ନ ଜିଲ୍ଲାର ବହୁ ସ୍ଥାନରେ ସଡକ, ପୋଲ, ପୁରାତନ ଢାଞ୍ଚା କ୍ଷତିଗ୍ରସ୍ତ ହୋଇଛି। ଭାରି ବର୍ଷା ଭିତରେ ବହୁ ସ୍ଥାନରେ ଭୂସ୍ଖଳନ ଘଟିଲାଣି। ଗତ ୨୪ ଘଣ୍ଟାରେ ଜଣେ ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗୋଟିଏ ପଟେ ବନ୍ୟା, ଆରପଟେ ଅନବରତ ଚାଲିଛି ବର୍ଷା, ଯାହା ବନ୍ୟା ପ୍ରଭାବିତଙ୍କ ବଢାଇ ଦେଇଛି ସମସ୍ୟା।

  • ED ଓ CBIକୁ ଡରନ୍ତୁ ନାହିଁ, ସତ୍ୟର ସାମ୍ନା କରନ୍ତୁ: ସତ୍ୟପାଲ

    ED ଓ CBIକୁ ଡରନ୍ତୁ ନାହିଁ, ସତ୍ୟର ସାମ୍ନା କରନ୍ତୁ: ସତ୍ୟପାଲ

    ଏବେଠାରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ବିଭିନ୍ନ ଦଳ ପକ୍ଷରୁ ବୟାନବାଜି ଜାରି ରହିଛି । ବିରୋଧୀ ଦଳ ଏକତା ରାଜନୀତି ଜୋର ଧରିଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପୁଣି ଥରେ ସେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ED ଓ CBIକୁ ନ ଡରିବାକୁ ସେ ସବୁ ନେତାଙ୍କୁ କହିଛନ୍ତି । ସତ୍ୟକୁ ସାମ୍ନା କରନ୍ତୁ, ED ଓ CBI ଟେନସନ୍ ନିଅନ୍ତୁ ନାହିଁ ।

    ୨୦୨୪ ଲୋକସଭା ନିର୍ବାଚନରେ ​​ଭାରତୀୟ ଜନତା ଦଳର ପରାଜୟ ନିଶ୍ଚିତ ବୋଲି ଟ୍ୱିଟରରେ ଲେଖିଛନ୍ତି ସତ୍ୟପାଲ । ଆଗାମୀ ନିର୍ବାଚନରେ ​​ବିଜେପିର ମୂଳପୋଛ । କେନ୍ଦ୍ର ବିଜେପି ପୁରାପୁରି ଲୋପ ପାଇବ ବୋଲି ସେ କହିଛନ୍ତି । ବିଜେପିର ପରାସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସହଯୋଗୀମାନଙ୍କ ତଦନ୍ତ କରିବ । ତେଣୁ ଆପଣମାନେ ସାହସର ସହିତ କେନ୍ଦ୍ର ସରକାରଙ୍କ ଏହି ଏଜେନ୍ସିଗୁଡ଼ିକର ସାମ୍ନା କରିବା ଉଚିତ୍ ବୋଲି କହିଛନ୍ତି ସତ୍ୟପାଲ ମଲ୍ଲିକ । ମାତ୍ର ୬ ମାସ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ । ବିଜେପିର ପରାଜୟ ନିଶ୍ଚିତ । ଏହାପରେ ସବୁ ଅଧିକାରୀ ପଳାୟନ କରିବେ । ସେମାନେ ଭାବିବେ ଚାଲିଯିବାର ସମୟ ଆସିଗଲାଣି । ତେଣୁ କାର୍ଯ୍ୟରୁ ବିଦାୟ ନେବେ । ତେଣୁ ସେମାନଙ୍କ ବିରୋଧରେ କିଛି କରିବାର ଆବଶ୍ୟକତା ନାହିଁ । କେବଳ କ୍ଷମତାରେ ବସିଥିବା ବିଜେପି ଲୋକଙ୍କ ତଦନ୍ତ ହେବ ।

    ସମୟକୁ ଅପେକ୍ଷା କରିବାକୁ କହିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ । ଏହାର କିଛି ଦିନ ପୂର୍ବେ ସେ କହିଥିଲେ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବେଳେ ସୈନିକମାନଙ୍କ ଶରୀର ଉପରେ ୨୦୧୯ ନିର୍ବାଚନ ଲଢ଼ାଯାଇଥିଲା । ଏଥିରେ ବାଜି ମାରିଥିଲା ବିଜେପି । ସେହି ଘଟଣାର ତଦନ୍ତ ହୋଇଥିଲେ ‌ତତ୍କାଳୀନ ଗୃହମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା । ଆକ୍ରମଣ ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ ପରେ ସେ ଚୁପ୍ ରହିବା ପାଇଁ କହିଥିଲେ । ସେପଟେ, ଏହି ଆକ୍ରମଣ ଘଟଣାର ଏଯାଏ କୌଣସି ତଦନ୍ତ ହୋଇନାହିଁ ।

  • ନୂଆଦିଲ୍ଲୀ: ଆମେରିକା ପରେ ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

    ନୂଆଦିଲ୍ଲୀ: ଆମେରିକା ପରେ ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

    ଯୁକ୍ତରାଷ୍ଟ୍ର ଆମେରିକା ପରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଦୁଇଦିନିଆ ଷ୍ଟେଟ୍‌ ଭିଜିଟ୍‌ରେ ଇଜିପ୍ଟ ଗସ୍ତ କରିଛନ୍ତି । ଇଜିପ୍ଟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ଗସ୍ତ । ରା‌ଷ୍ଟ୍ରପତି ଅବ୍‌ଦେଲ୍‌ ଫତା ଏଲ୍‌-ସିସିଙ୍କ ଆମନ୍ତ୍ରଣ ପରେ ଇଜିପ୍ଟ ଗସ୍ତରେ ଯାଇଛନ୍ତି ପିଏମ୍ । ୧୯୯୭ ପରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଇଜିପ୍ଟ ଯାଇଛନ୍ତି ।

    ଆଜି ସନ୍ଧ୍ୟାରେ ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋସ୍ତାଫା ମଦବୌଲିଙ୍କ ସହିତ ତାଙ୍କର ଗୋଲ୍‌ ଟେବୁଲ୍‌ ବୈଠକ ବସିବ । ଏହାପରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଆଲୋଚନା କରିବେ ମୋଦି । ରାତି ପ୍ରାୟ ସାଢ଼େ ୧୦ଟାରେ ଇଜିପ୍ଟର ଗ୍ରାଣ୍ଡ ମୁଫ୍‌ତିଙ୍କୁ ଭେଟି ଇଜିପ୍ଟୀୟ ଚିନ୍ତାନାୟକମାନଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଦିନ ପ୍ରାୟ ୧ଟା ବେଳେ ପ୍ରଧାନମନ୍ତ୍ରୀ, ଦାଉଦି ବୋରା ସମ୍ପ୍ରଦାୟ ଦ୍ୱାରା ପୁନରୁଦ୍ଧାର ୧୧ଶ ଶତାବ୍ଦୀର ଅଲ୍‌ ହକିମ୍‌ ମସ୍‌ଜିଦ୍‌ ପରିଦର୍ଶନ କରିବେ ।

    ଅପରାହ୍ଣ ୨ଟାରେ ହେଲିଓପଲିସ୍‌ ୱାର୍‌ ସିମେଟେରିକୁ ଯିବେ ପିଏମ୍ । ସେଠାରେ ପ୍ରଥମ ବିଶ୍ୱଯୁଦ୍ଧରେ ଇଜିପ୍ଟ ପାଇଁ ସହିଦ ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏସବୁ କାର୍ଯ୍ୟ ଶେଷ ପରେ ରାଷ୍ଟ୍ରପତି ଭବନରେ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ୍‌ ଫତା ଏଲ୍‌-ସିସିଙ୍କୁ ଭେଟିବେ ମୋଦି । ଦ୍ୱିପାକ୍ଷିକ ଆଲୋଚନା ହେବା ସହ ରାଜିନାମାରେ ସ୍ୱାକ୍ଷର କରିବେ ଦୁଇ ନେତା । ଏଥିସହ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ମିଳିତ ପ୍ରେସ୍ ବିବୃତିରେ ଉଦ୍‌ବୋଧନ ଦେବେ ପିଏମ୍ । ସନ୍ଧ୍ୟା ସାଢ଼େ ୬ଟାରେ ନୂଆଦିଲ୍ଲୀ ଫେରିବେ ପ୍ରଧାନମନ୍ତ୍ରୀ ମୋଦି ।

  • କାହିଁକି ହୁଏ ହୃଦଘାତ , କଣ ରହିଛି ସମାଧାନ

    କାହିଁକି ହୁଏ ହୃଦଘାତ , କଣ ରହିଛି ସମାଧାନ

    ୩୦୦୦ ବର୍ଷ ପୂର୍ବେ ଭାରତରେ ଜଣେ ମହାନ ରୁଷି ଥିଲେ | ତାଙ୍କର ନାମ ଥିଲା ମହର୍ଷି ବାଗବଟ, ସେ ଅଷ୍ଟାଙ୍ଗ ହୃଦୟଂ ନାମକ ଏକ ପୁସ୍ତକ ଲେଖିଥିଲେ ଏବଂ ଏହି ପୁସ୍ତକରେ ସେ ରୋଗର ଉପଶମ ପାଇଁ ୭୦୦୦ ସୂତ୍ର ଲେଖିଥିଲେ। ଏହା ସେହି ସୂତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ | ବାଗବଟଜୀ ଲେଖିଛନ୍ତି ଯେ ଯେତେବେଳେ ବି ହୃଦୟ ଆକ୍ରମଣ ହୁଏ ହୃଦୟର ଟ୍ୟୁବରେ ଅବରୋଧ ଆରମ୍ଭ ହେବାକୁ ଲାଗେ, ତା’ହେଲେ ଏହାର ଅର୍ଥ ହେଉଛି ରକ୍ତରେ ଅମ୍ଳତା (ଏସିଡ଼ିଟି) ବୃଦ୍ଧି ପାଇଛି, ଅମ୍ଳତାକୁ ଇଂରାଜୀରେ ଏସିଡିଟି କୁହାଯାଏ। ଦୁଇ ପ୍ରକାର ଅଛି, ଗୋଟିଏ ହେଉଛି ପେଟର ଅମ୍ଳତା ଏବଂ ଗୋଟିଏ ହେଉଛି ରକ୍ତର ଅମ୍ଳତା | ଯେତେବେଳେ ଆପଣଙ୍କ ପେଟରେ ଅମ୍ଳତା ବଢେ, ଆପଣ କହିବେ ଯେ ପେଟରେ ଜ୍ୱଳନ୍ତ ଅନୁଭବ ଅଛି, ଖଟା ଖଟା ଢକାର ଆସୁଛି , ପାଟିରୁ ପାଣି ବାହାରୁଛି ଏବଂ ଯଦି ଏହି ଅମ୍ଳତା ଆହୁରି ବଢେ, ତେବେ ସେଠାରେ ହାଇପରାସିଡିଟି ହେବ ଏବଂ ଯେତେବେଳେ ପେଟର ଏହି ଅମ୍ଳତା ରକ୍ତରେ ବଢିଯାଏ , ସେତେବେଳେ ରକ୍ତରେ ଅମ୍ଳତା ଦେଖାଯାଏ ଏବଂ ଯେତେବେଳେ ରକ୍ତରେ ଅମ୍ଳତା ବଢିଯାଏ, ତେବେ ଏହି ଅମ୍ଳୀୟ ରକ୍ତ ହୃଦୟର ରକ୍ତବାହୀ ଦେଇ ଯାଇପାରିବ ନାହିଁ |

    ଏବଂ ଏହା ଟ୍ୟୁବରେ ଅବରୋଧ ସୃଷ୍ଟି କରେ, କେବଳ ସେତେବେଳେ ହୃଦଘାତ ହୁଏ, ଏହା ବିନା ହୃଦଘାତ ହୁଏ ନାହିଁ ଏବଂ ଏହା ଆୟୁର୍ବେଦର ସବୁଠାରୁ ବଡ ସତ୍ୟ ଯାହା କୌଣସି ଡାକ୍ତର ଆପଣଙ୍କୁ କୁହନ୍ତି ନାହିଁ କାରଣ ଏହାର ଚିକିତ୍ସା ସବୁଠାରୁ ସହଜ ଅଟେ! ଚିକିତ୍ସା କ’ଣ ? ବାଗବଟଜୀ ଲେଖିଛନ୍ତି ଯେ ଯେତେବେଳେ ରକ୍ତରେ ଅମ୍ଳତା ବଢିଯାଏ , ସେତେବେଳେ ତୁମେ ଏପରି ଜିନିଷ ବ୍ୟବହାର କର ଯାହାକି କ୍ଷାରୀୟ ଅଟେ | ତୁମେ ଜାଣ ଯେ ଦୁଇ ପ୍ରକାରର ଜିନିଷ ଅମ୍ଳୀୟ ଏବଂ କ୍ଷାରୀୟ! ଅମ୍ଳ ଏବଂ କ୍ଷାର ବର୍ତ୍ତମାନ ଏସିଡ୍ ଏବଂ କ୍ଷାର ମିଶ୍ରିତ ହେଲେ କ’ଣ ହୁଏ? ଯଦି ଏସିଡ୍ ଏବଂ କ୍ଷାର ମିଶ୍ରିତ ହୁଏ ତେବେ କ’ଣ ହେବ? ସମସ୍ତେ ଜାଣନ୍ତି ଯେ ଏହା ନିରପେକ୍ଷ, ତେଣୁ ବାଗବଟଜୀ ଲେଖିଛନ୍ତି ଯେ ଯଦି ରକ୍ତର ଅମ୍ଳତା ବୃଦ୍ଧି ପାଇଛି, ତେବେ କ୍ଷାରୀୟ ଜିନିଷ ଖାଆନ୍ତୁ! ତେଣୁ ରକ୍ତର ଅମ୍ଳତା ନିରପେକ୍ଷ ହୋଇଯିବ | ଏବଂ ରକ୍ତରେ ଥିବା ଅମ୍ଳତା ନିରପେକ୍ଷ ହୋଇଗଲା! ତେଣୁ ଜୀବନରେ ହୃଦଘାତ ହେବାର କୌଣସି ସମ୍ଭାବନା ନାହିଁ! ଏହା ହେଉଛି ପୁରା କାହାଣୀ! ବର୍ତ୍ତମାନ ତୁମେ ପଚାରିବ କେଉଁ ଜିନିଷଗୁଡ଼ିକ କ୍ଷାରୀୟ ଏବଂ ଆମେ ଖାଇବା ଉଚିତ୍ କି? ଆପଣଙ୍କ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି ଯାହା କ୍ଷାରୀୟ ଅଟେ, ଯଦି ଆପଣ ଏହାକୁ ଖାଆନ୍ତି, ତେବେ ଆପଣ କଦାପି ହୃଦଘାତରେ ଆକ୍ରାନ୍ତ ହେବେ ନାହିଁ ଏବଂ ଯଦି ଏହା ଆସିଛି, ତେବେ ତାହା ଆଉ ଆସିବ ନାହିଁ |

    ଆମେ ସମସ୍ତେ ଜାଣୁ ଅତ୍ୟଧିକ କ୍ଷାରୀୟ ଜିନିଷ କ’ଣ ଏବଂ ଏହା ସହଜରେ ଉପଲବ୍ଧ | ତେବେ ଏହା ଏକ ପରିବା ରୂପରେ ଖିଆ ଯାଏ, ଯାହାକୁ ଲାଉ ମଧ୍ୟ କୁହାଯାଏ, ଇଂରାଜୀରେ ଏହାକୁ buttleguard କୁହାଯାଏ, ହିନ୍ଦୀ ରେ ଏହା କୁ ଲକି ମଧ୍ୟ କୁହାଯାଏ, ଯାହାକୁ ଆପଣ ପନିପରିବା ଭାବରେ ଖାଆନ୍ତି! ଏହାଠାରୁ ଅଧିକ କ୍ଷାରୀୟ କିଛି ନାହିଁ! ତେଣୁ ଆପଣ ପ୍ରତିଦିନ ଲାଉ ରସ ପିଅନ୍ତୁ  କିମ୍ବା କଞ୍ଚା ଲାଉ ଖାଆନ୍ତୁ  ବାଗବଟଜୀ କୁହନ୍ତି ଯେ ରକ୍ତର ଅମ୍ଳତା ହ୍ରାସ କରିବା ପାଇଁ ଲାଉର ସର୍ବାଧିକ ଶକ୍ତି ଅଛି, ତେଣୁ ଆପଣ ଲାଉ ରସ ଖାଇବା ଉଚିତ |ଆପଣ କେତେ ଖାଇବା ଉଚିତ୍? ପ୍ରତିଦିନ ୨୦୦ ରୁ ୩୦୦ ମିଲିଗ୍ରାମ ପିଅନ୍ତୁ, କେବେ ପିଇବେ? ଆପଣ ଏହି ଲାଉ ରସକୁ ସକାଳେ ଖାଲି ପେଟରେ (ଶୌଚାଳୟ ଯିବା ପରେ) କିମ୍ବା ଅଧ ଘଣ୍ଟା ଜଳଖିଆ ପରେ ପିଇପାରିବେ | ଆପଣ ଏଥିରେ ୭ ରୁ ୧୦ ତୁଳସୀ ପତ୍ର ମିଶାଇ ଏହି ଗୁଣ୍ଡ ରସକୁ ଅଧିକ କ୍ଷାରୀୟ କରିପାରିବେ |

    ତୁଳସୀ ମଧ୍ୟ ବହୁତ କ୍ଷାର ଅଟେ, ଏହା ସହିତ ଆପଣ ୭ ରୁ ୧୦ ପୁଦିନା ପତ୍ର ମିଶାଇ ପାରିବେ | ପୁଦିନା ମଧ୍ୟ ଅତ୍ୟଧିକ କ୍ଷାରୀୟ |ଏହା ସହିତ, ଆପଣ ନିଶ୍ଚିତ ଭାବରେ କଳା ଲୁଣ କିମ୍ବା ସୈନ୍ଧବ ଲୁଣ ମିଶାନ୍ତୁ, ଏହା ମଧ୍ୟ ଅତ୍ୟଧିକ କ୍ଷାରୀୟ, କିନ୍ତୁ ମନେରଖନ୍ତୁ, କେବଳ କଳା କିମ୍ବା ସୈନ୍ଧବ ଲୁଣ ମିଶାନ୍ତୁ, ଅନ୍ୟ ଆୟୋଡାଇଜଡ୍ ଲୁଣ ମିଶାନ୍ତୁ ନାହିଁ , ଅନ୍ୟ ଆୟୋଡାଇଜଡ୍ ଲୁଣ ଅମ୍ଳଯୁକ୍ତ ଅଟେ | ଆପଣ ଏହି ଲାଉ ରସ ଖାଇଲେ ଏହା ୨ ରୁ ୩ ମାସ ମଧ୍ୟରେ ଆପଣଙ୍କର ସମସ୍ତ ହୃଦୟ ଅବରୋଧକୁ ନିଶ୍ଚିତ ଭାବରେ ଭଲ କରିଦେବ |

  • ନବରଙ୍ଗପୁର: ଅତିରିକ୍ତ ଉପଜିଲ୍ଲାପାଳ ଗିରଫ, ନିଜ ଆୟର ୫୦୬% ଅଧିକ ସମ୍ପତ୍ତି ଠାବ

    ନବରଙ୍ଗପୁର: ଅତିରିକ୍ତ ଉପଜିଲ୍ଲାପାଳ ଗିରଫ, ନିଜ ଆୟର ୫୦୬% ଅଧିକ ସମ୍ପତ୍ତି ଠାବ

    ଶେଷରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଟିମ୍ । ତାଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହୋଇଥିବା ବେଳେ ୫ କୋଟିରୁ ଅଧିକ ପରିମାଣର ସମ୍ପତ୍ତି ଠାବ ହୋଇଛି । ନିଜ ଆୟର ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ । ଏ ନେଇ ଭିଜିଲାନ୍ସ ଏସପି ଏମ.ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି ।

    ଗତକାଲି ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ରେଡ୍ ହୋଇଥିଲା । ଏକକାଳୀନ ୯ଟି ଜାଗାରେ ଚଢ଼ାଉ କରିଥିଲା ଭିଜାଲାନ୍ସ । ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ୨ ଲକ୍ଷ ଜବତ କରିଥିଲା ଟିମ୍ । ଭୁବନେଶ୍ବର, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସ ଭଳି ସ୍ଥାନରୁ ଏସବୁ ଟଙ୍କା ଜବତ କରାଯାଇଛି ।

    ପ୍ରଶାନ୍ତ କୁମାର ମୋଟ ୯୨ ଲକ୍ଷ ୩୪ ହଜାର ଟଙ୍କା ଡିପୋଜିଟ୍ କରିଛନ୍ତି । ବ୍ୟାଙ୍କରେ ୩୮ ଲକ୍ଷ ଥିବାବେଳେ ବେନାମୀ ଆକାଉଣ୍ଟରେ ବାକି ଟଙ୍କା ଡିପୋଜିଟ୍ ରହିଥିବା କହିଛି ଭିଜିଲାନ୍ସ ବିଭାଗ ।

    ସେହିପରି ପିଲାଙ୍କ ପାଠ ପଢ଼ାରେ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ପ୍ରଶାନ୍ତ । ତାଙ୍କର ୫ଟି ପ୍ଲଟ୍ ଥିବା କହିଛି ଭିଜିଲାନ୍ସ ଟିମ୍ ।

    ବେଆଇନ୍ କାରବାର ପାଇଁ ଜଙ୍ଗଲ ମାଫିଆ, ଉନ୍ନୟନ କାମ ବାବଦରେ ବାଲିମାଫିଆ,ଖଣି ମାଫିଆ ଏବଂ ଠିକାଦାରମାନଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ । ବେଆଇନ୍ ଭାବେ ଲାଞ୍ଚ ନେଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । କୋଟି କୋଟି ଟଙ୍କା ଆୟ କରିବା ପରେ ଶେଷରେ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ଉରେ ୯ଟି ଟିମ୍ ସାମିଲ ହୋଇଥିଲେ ।