Blog

  • ଶୀତ ଦିନେ ଖଜୁରୀ ସେବନର ଉପକାରିତା

    ଶୀତ ଦିନେ ଖଜୁରୀ ସେବନର ଉପକାରିତା

    ଶୀତ ଦିନ ଆସିବା ମାତ୍ରେ ବହୁତ କିଛି ରୋଗର ଲକ୍ଷଣ ଦେଖାଯାଇଥାଏ । ବହୁତ ଲୋକଙ୍କୁ ଶୀତ ଦିନରେ ସର୍ଦ୍ଦି ଜ୍ୱର , ଓ ଆଣ୍ଠୁଗଣ୍ଠି ବାତ ଆଦି ରୋଗର ହୋଇଥାଏ । ଏମିତି ପରିସ୍ଥିତିରେ ଖଜୁରୀ ଖାଇଲେ ସବୁ ଅସୁବିଧାରୁ ରକ୍ଷା ମିଳିଥାଏ ।

    ଖଜୁରୀ ଏକ ଏପରି ଫଳ ଯାହାକୁ ପ୍ରାଚୀନ କାଳରୁ ଶକ୍ତି, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଉତ୍ସ ଭାବରେ ବିବେଚନା କରାଯାଏ । ଏହା ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଡ୍ରାଏ ଫ୍ରୁଟ୍ସ, ଯାହାକୁ ବିଶ୍ୱର ଅନେକ ସ୍ଥାନରେ ଲୋକମାନେ ଖାଇବାକୁ ପସନ୍ଦ କରନ୍ତି। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ଏବଂ ଦୀର୍ଘ ସମୟ ପାଇଁ ରୋଗରୁ ଦୂରରେ ରଖିବାରେ ସାହାଯ୍ୟ କରେ ।

    ଖଜୁରୀ ଖାଇବାର ଅନେକ ଲାଭ ରହିଛି । ଭିଜା ଖଜୁରରେ ଭିଟାମିନ୍ ଏ, ବି, ସି ଏବଂ ଇ, ଏବଂ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ କ୍ୟାଲସିୟମ୍ ଭଳି ଖଣିଜ ପଦାର୍ଥ ଥାଏ । ଏଗୁଡ଼ିକ ଶକ୍ତି ପ୍ରଦାନ କରେ, ହାଡ଼ ଏବଂ ମାଂସପେଶୀକୁ ମଜବୁତ କରେ । ଯେତେବେଳେ ଖଜୁରକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଇବା ଦ୍ୱାରା ଶରୀରକୁ ସହଜରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ।

    ଖଜୁରୀର ଉପକାରିତା

    ହୃଦୟକୁ ସୁସ୍ଥ ରଖେ- ଖଜୁରୀରେ ୫୪ ପ୍ରତିଶତ ଚିନି ଓ ୭ ପ୍ରତିଶତ ପ୍ରୋଟିନ୍ ମିଳିଥାଏ। ହୃଦରୋଗୀଙ୍କ ପାଇଁ ଖଜୁରୀ ଖାଇବା ବହୁତ ଭଲ ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ହୃଦରୋଗ ଥାଏ ତେବେ ସେ ଦିନକୁ ୩-୪ ଟି ଖଜୁରୀ ଖାଇବା ଉଚିତ୍। କାରଣ ଖଜୁରୀ ଶରୀରର କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣ କରିଥାଏ। ଯାହା ଦ୍ୱାରା ହାର୍ଟ ଆଟାକ୍ ସମ୍ଭାବନା କମ୍ କରିଥାଏ।

    ରୋଗ ପ୍ରତିରୋଧକ କ୍ଷମତା- ଯଦି ଆପଣ ଶୀତ ଦିନରେ ନିୟମିତ ଖଜୁରୀର ସେବନ କରୁଛନ୍ତି । ଏହା ଭିତରେ ଥିବା ଗ୍ଲୁକୋଜ୍ ଓ ଫ୍ରୁଟୋଜ୍ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ଆପଣଙ୍କ ଶରୀରରେ ରୋଗକୁ ଲଢିବା ପାଇଁ ଶକ୍ତି ଦେଇଥାଏ ।

    ଚର୍ମକୁ ଉଜ୍ଜ୍ୱଳ କରେ-ଭିଜା ଖଜୁରୀ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଏହା ଚର୍ମକୁ ସୁସ୍ଥ, ଉଜ୍ଜ୍ୱଳ ଏବଂ ଯୁବା ରଖିବାରେ ସାହାଯ୍ୟ କରେ ।

    ଏଥିରେ ଏମିତି କିଛି ଉତ୍ପାଦନ ରହିଛି ଯାହା ଗର୍ଭବର୍ତୀ ମହିଳା ଓ ଗର୍ଭରେ ଥିବା ଶିଶୁ ପାଇଁ ମଧ୍ୟ ଏହା ଲାଭଦାୟକ ।ଖଜୁରୀ କେବଳ ଏକ ସ୍ୱାଦିଷ୍ଟ ଫଳ ନୁହେଁ, ବରଂ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ଏକ ଉତ୍ତମ ମିଶ୍ରଣ ମଧ୍ୟ ।

  • ରାଜରାସ୍ତାରେ ଦେଶର ଭବିଷ୍ୟତ

    ରାଜରାସ୍ତାରେ ଦେଶର ଭବିଷ୍ୟତ

    ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ସଂଘର ଶିକ୍ଷକମାନେ ବିଭିନ୍ନ ଜିଲ୍ଲାରୁ ଆସି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକାଠି ହୋଇ ବିଧାନସଭା ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ । ସାରା ରାଜ୍ୟରେ ଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବାଟିକା ପାଖରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ବିଷୟ ପଢ଼ାଉଥିବା ବେଳେ, ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହଜାରରୁ ଅଧିକ ଶିକ୍ଷକ କାର୍ଯ୍ୟରତ ।

    ଦାବି ସରକାର ପୂରଣ କର ନାରା ଦେଇ ବସିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଅଗଷ୍ଟ ୨୨ ତାରିଖରେ ଶିକ୍ଷାକଙ୍କୁ ନିୟମିତ କରିବାକୁ ଘୋଷଣା କରିଥିଲେ ମଧ୍ୟ, ୪ ମାସ ବିତିଯିବା ପରେ ବି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ବାହାରୁନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶିକ୍ଷାକ ସଂଘ ।

    ବିଦ୍ୟଳୟରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ଭବିଷ୍ୟତ ଆଜି ଅଜୀବି ଅସୁରକ୍ଷିତ । ସେମାନେ ସରକାରୀ କର୍ମଚାରୀ ନୁହନ୍ତି। ଏବେ ଯାଏଁ ୨୪ ମୃତ ଶିକ୍ଷକଙ୍କର ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ତାହା ପ୍ରତି ସରକାର କୌଣସି ଦୃଷ୍ଟି ଦେଉନାହାନ୍ତି ।ଏଥିପାଇଁ ପ୍ରାଥମିକ ଶିକ୍ଷକଙ୍କ ଦାବିହେଉଛି ଯେ, ଗ୍ରେଡ୍ ପେ’କୁ ୨୨ଶହ ରୁ ୪୨ଶହ କରାଯାଉ । ୪୨ଶହ ଗ୍ରେଡ୍ ପେ’ ହେଲେ ଶିକ୍ଷକଙ୍କ ମୂଳ ଦରମା ୩୪,୫୦୦ ଟଙ୍କା ହେବ । ୨୨ଶହ ଗ୍ରେଡ୍ ପେ’ ଅନୁସାରେ ସେମାନଙ୍କ ମୂଳ ଦରମା ୨୩,୦୦୦ ଟଙ୍କା ରହିଛି ।

    ସେହିପରି ଠିକାରେ ନିଯୁକ୍ତ ପ୍ରାୟ ୧୩ ହଜାର ଶିକ୍ଷକଙ୍କୁ ନିୟମିତ କରିବାକୁ ସଂଘ ଦାବି କରୁଛି । ୨୦୧୭, ୨୦୨୨ ଓ ୨୦୨୩ରେ ବି ଏମିତି ପ୍ରାଥମିକ ଶିକ୍ଷକ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ରାଜଧାନୀରେ ଆନ୍ଦୋଳନ କରିଥିଲେ । ସେତେବେଳେ ବି ସରକାର ଦେଇଥିଲେ ପ୍ରତିଶ୍ରୁତି, ଏମିତିକି ୨୦୧୭ରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ବି ଦାବି ପୂରଣ କରି ନ ଥିଲେ ପୂର୍ବ ସରକାର । ଏହି ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ଆଗକୁ ବାର୍ଷିକ ପରୀକ୍ଷା ମଧ୍ୟ ରହିଛି । ଏପଟେ ଦାବିଗୁଡ଼ିକ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ମହାସଂଘର ରାଜ୍ୟ ସଭାପତି ଚେତାବନୀ ଦେଇଛନ୍ତି ।

  • ବିଜୟପରେ ମୁଖ୍ୟମନ୍ତ୍ରୀଙ୍କ ବଡଘୋଷଣା

    ବିଜୟପରେ ମୁଖ୍ୟମନ୍ତ୍ରୀଙ୍କ ବଡଘୋଷଣା

    ବାରବାଟୀରେ ଭାରତର ବଡ ବିଜୟ |୧୦୧ ରନ୍ ରେ ଦକ୍ଷିଣ-ଆଫ୍ରିକା କୁ ହରାଇଲା ଭାରତ |କଟକ ବାରବାଟୀ ଷ୍ଟାଡିୟମ୍ ରେ ମଙ୍ଗଳବାର (ଡିସେମ୍ବର ୯) ଦିନ ଭାରତ ଓ ଦକ୍ଷିଣ-ଆଫ୍ରିକା ମଧ୍ୟରେ ପ୍ରଥମ T – 20 ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ଭାରତୀୟ ଦଳ ନିଜର ଦମଦାର ପ୍ରଦର୍ଶନ କରିଥିଲା |

    ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ପାଇଁ ୧୭୬ ରନ୍ ଟାର୍ଗେଟ୍ ଦେଇଥିଲା।ପରେ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସି ପ୍ରଥମ ଓଭରରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଓଭର ଅର୍ଶଦୀପ ସିଂ କ୍ୱିଣ୍ଟନ ଡିକକ୍‌ଙ୍କୁ ପାଭେଲିୟନ ପଠାଇ ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର କୌଣସି ବ୍ୟାଟରଙ୍କୁ ପିଚ୍‌ରେ ସମୟ ବିତାଇବାକୁ ଦେଇନଥିଲେ ଭାରତୀୟ ବୋଲର ।

    ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଟିମ ଭାରତୀୟ | । ମାତ୍ର ୫ ରନ୍ ଦଳୀୟ ସ୍କୋର୍‌ରେ ଶୁବମନ ଗିଲ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଅଭିଶେଷ ଶର୍ମା କିଛିଟା ବଡ଼ ସଟ୍‌ ଖେଳିଥିଲେ ମଧ୍ୟ ବଡ଼ ସ୍କୋର୍‌ କରିପାରିନଥିଲେ ।ଏହି ସମୟରେ ପିଚ୍‌କୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଗୋଟିଏ ପରେ ଗୋଟିଏ ୱିକେଟ ଭାରତ ହରାଉଥିବା ବେଳେ ଏକାକୀ ଦଳୀୟ ସ୍କୋର୍‌କୁ ଆଗକୁ ବଢ଼ାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ୨୮ଟି ବଲ୍‌ର ୪ଟି ଛକା ଓ ୬ଟି ଚୌକା ବଳରେ ୫୯ ରନ୍‌ କରିଥିଲେ । ଯାହାଫଳରେ ଟିମ୍‌ ଇଣ୍ଡିଆର ଦଳୀୟ ସ୍କୋର୍‌ ୬ ୱିକେଟ ବିନିମୟରେ ୧୭୫ ରନ୍‌ରେ ପହଞ୍ଚିଥିଲା ।

    ବାରବାଟୀରେ ବଡ଼ ବିଜୟ ସହ ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଏହାକୁ ନେଇ ଦର୍ଶକଙ୍କ ଖୁସି କହିଲେ ନସରେ | ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏପରି ଶକ୍ତି ପ୍ରଦର୍ଶନକୁ ନେଇ ପୁରା ଷ୍ଟାଡିୟମ୍ ରେ ହାର୍ଦ୍ଦିକଙ୍କ ନାଁର କମ୍ପି ଉଠିଥିଲା |

    ଏହା ପରେ ବାରବାଟୀରେ ସିଟ୍ ବଢ଼ିବା ନେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ ଘୋଷଣା । ବାରବାଟୀରେ ବଢ଼ିବ ସିଟ୍, ଷ୍ଟାଡିୟମର ହେବ ଉନ୍ନତି । ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ପୂର୍ଣ୍ଣ ଥିଲା । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ବହୁତ ଭଲ ଭାବରେ ହୋଇଥିଲା ।ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୁରା ପୋଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ମଧ୍ୟ କରିଥିଲେ । ଆଗକୁ ଷ୍ଟାଡିୟମ୍‌ରେ ଆହୁରି ମ୍ୟାଚ୍ ହେବ । ସେସବୁର ପରିଚାଳନାକୁ ଅଧିକ ଉନ୍ନତ କରାଯିବ ବୋଲି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

  • ଇଣ୍ଡିଗୋ କମ୍ପାନୀ କୁ ଶକ୍ତ ଝଟକା

    ଇଣ୍ଡିଗୋ କମ୍ପାନୀ କୁ ଶକ୍ତ ଝଟକା

    ଇଣ୍ଡିଗୋକୁ ସରକାରଙ୍କ ଶକ୍ତ ଚାପୁଡା । ବିଗତ ସପ୍ତାହ ରୁ ଲୋକଙ୍କୁ ହଇରାଣ କରିଆସୁଛି ଇଣ୍ଡିଗୋ। ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ ଇଣ୍ଡିଗୋ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଦେଶର ବିମାନ ଚଳାଚଳ ନିୟାମକ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଇଣ୍ଡିଗୋର ଶୀତକାଳୀନ ସମୟସୂଚୀକୁ ହ୍ରାସ କରିଛି । ଯାହା ଫଳରେ ଉଡ଼ାଣ ସଂଖ୍ୟା ୫ ପ୍ରତିଶତ ହ୍ରାସ ପାଇଛି ।

    ଦେଶର ଅଗ୍ରଣୀ ବିମାନ ସେବା ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ କରିବା ପରେ ଯାତ୍ରୀମାନଙ୍କୁ ଟିକେଟ ପଇସା ଫେରାଇବା କାର୍ଯ୍ୟ ଜାରି ରହିଛି। ସୋମବାର ଡିସେମ୍ବର ୮ତାରିଖ ସୁଦ୍ଧା ୮୨୭ କୋଟି ଟଙ୍କାର ରିଫଣ୍ଡ କରିଛି ବୋଲି ଇଣ୍ଡିଗୋ ଦାବି କରିଛି। ଅବଶିଷ୍ଟ ରିଫଣ୍ଡ ୧୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜାରି କରାଯିବ ବୋଲି କମ୍ପାନୀ କହିଛି।

    କେବଳ ସେତିକି ନୁହେଁ, ବୋର୍ଡିଂ ପାଇଁ ଯାଇଥିବା ଗ୍ରାହକଙ୍କ ବ୍ୟାଗ୍ ଫେରାଇବା କଥା ଇଣ୍ଡିଗୋ କହିଛି। ୪୫୦୦ ରୁ ଅଧିକ ବ୍ୟାଗ ଗ୍ରାହକଙ୍କ ପାଖକୁ ପହଞ୍ଚାଇଥିବା ବେଳେ ,ଆଗାମୀ ୩୬ ଘଣ୍ଟା ମଧ୍ୟରେ ବାକି ବ୍ୟାଗ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛି ବୋଲି ସୂଚନା ଦେଇଛି । ଯୋଗାଯୋଗ କରି ପ୍ରତିଦିନ ୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସହାୟତା କରାଯାଉଛି ବୋଲି ଇଣ୍ଡିଗୋ କହିଛି । ସାରା ଦେଶରେ ଇଣ୍ଡିଗୋ ସେବା ଲମ୍ବା ସମୟ ଧରି ବ୍ୟାହତ ହେବାପରେ ଯାତ୍ରୀମାନେ ନିଜର ଅସନ୍ତୋଷ ଝଡ଼ିଥିବା ଦେଖିବାକୁ ମିଳିଛି ।

    ଇଣ୍ଡିଗୋ ପ୍ରତିଦିନ ପ୍ରାୟ ୨,୨୦୦ ଘରୋଇ ଏବଂ ଆନ୍ତର୍ଜାତୀୟ ଉଡ଼ାଣ ପରିଚାଳନା କରେ, କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଇଣ୍ଡିଗୋର ୧୧୦ ଟି ଉଡ଼ାଣ ହ୍ରାସ କରାଯାଇଛି । ଇଣ୍ଡିଗୋର ବଡ ପଡିଥିବା ଏହି ସ୍ଲଟ୍ ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଦିଆଯିବ ବୋଲି ସରକାର କହିଛନ୍ତି ।ସେ ସମସ୍ତ ବିମାନ କମ୍ପାନୀକୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ ଯାତ୍ରୀମାନଙ୍କୁ ହଇରାଣ କରିବାକୁ କାହାକୁ କ୍ଷମତା ଦିଆଯିବ ନାହିଁ ଏବଂ ସେମାନଙ୍କ ସୁରକ୍ଷା ସହିତ କୌଣସି ପ୍ରକାରର ସାଲିଶ କରାଯିବ ନାହିଁ।

  • ଇଣ୍ଡିଗୋ ସଙ୍କଟକୁ ନେଇ ରାମମୋହନ ଦେଲେ ବଡ ବୟାନ…

    ଇଣ୍ଡିଗୋ ସଙ୍କଟକୁ ନେଇ ରାମମୋହନ ଦେଲେ ବଡ ବୟାନ…

    ଇଣ୍ଡିଗୋ ହେଉଛି ଇଣ୍ଟରଗ୍ଲୋବ ଆଭିଏସନ୍ ଲିମିଟେଡ୍ ମାଲିକାନାରେ ଥିବା ଏକ ଭାରତୀୟ ବିମାନ କମ୍ପାନୀ। ଏହା ଏକ କମ୍ ମୂଲ୍ୟର ବିମାନ କମ୍ପାନୀ ଯାହାର ମୁଖ୍ୟାଳୟ ହରିୟାଣାର ଗୁଡ଼ଗାଓଁରେ ଅବସ୍ଥିତ। ଏହି ବିମାନ କମ୍ପାନୀ 2006 ମସିହାରେ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ର ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗୱାଲ ଦ୍ୱାରା ଏକ ଘରୋଇ କମ୍ପାନୀ ଭାବରେ ପ୍ରତିଷ୍ଠିତ ହୋଇଥିଲା।

    ଇଣ୍ଡିଗୋ ସଙ୍କଟ ସମ୍ପର୍କରେ ଲୋକସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଇଣ୍ଡିଗୋର ଏକ ଆଭ୍ୟନ୍ତରୀଣ ରୋଷ୍ଟର ସମସ୍ୟାରୁ ଏହି ସଙ୍କଟ ସୃଷ୍ଟି ହୋଇଛି ଏବଂ ଡିଜିସିଏ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି। ଇଣ୍ଡିଗୋର ସିଇଓଙ୍କୁ ଏକ ନୋଟିସ ଜାରି କରାଯାଇଛି। ସେ ସ୍ପଷ୍ଟ କରିଥିଲେ ଯେ ଯାତ୍ରୀ ସୁରକ୍ଷା ଏକ ପ୍ରାଥମିକତା ଏବଂ ଏଥିରେ କୌଣସି ପ୍ରକାରର ଆପତ୍ତି କରାଯିବ ନାହିଁ। ଇଣ୍ଡିଗୋ ଏୟାରଲାଇନ୍ସର ବିମାନଗୁଡ଼ିକ ସମସ୍ୟାରେ ରହିଛି। ଅହମ୍ମଦାବାଦ ବିମାନବନ୍ଦରରେ ଯାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ବାଧାପ୍ରାପ୍ତ ହେଉଛନ୍ତି, ଆଜି ଅନେକ ବିମାନ ବାତିଲ ହୋଇଛି। ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ମଧ୍ୟ 250 ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି। ଦିଲ୍ଲୀରେ 75ଟି ପ୍ରସ୍ଥାନ ଏବଂ 59ଟି ଆଗମନ, ବେଙ୍ଗାଲୁରୁରେ 65ଟି ଆଗମନ ଏବଂ 62ଟି ପ୍ରସ୍ଥାନ ବାତିଲ କରାଯାଇଛି।

  • ଖୋଲିବ ଗର୍ଭଗୃହ, ଭିତରେ ରହିଛି କ’ଣ?

    ଖୋଲିବ ଗର୍ଭଗୃହ, ଭିତରେ ରହିଛି କ’ଣ?

    ୧୩ଶହ ଶତବଦ୍ଧି ରେ ନିର୍ମିତ ଐତିହାସିକା କୋଣାର୍କ ସୂର୍ଯ୍ୟ ମନ୍ଦିର ବାଲି ମୁକ୍ତ ହେବ । ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ କଢ଼ା ହେବ ବାଲି । ବହୁତ ଦିନର ବ୍ୟବଧାନ ପରେ ଏନେଇ ଏଏସ୍‌ଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

    ପୂର୍ବେ ମନ୍ଦିରର ଗର୍ଭଗୃହରୁ ପଥର ଖସିବାରୁ, ଏହାର ସୁରକ୍ଷା ପାଇଁ ୧୯୦୩ ମସିହାରେ ଇଂରେଜ ସରକାର, ସେଥିରେ ବାଲି ଓ ପଥର ଭର୍ତ୍ତି କରି ଦ୍ଵାର ସିଲ୍ କରି ଦେଇଥିଲେ। ୮୦ ଫୁଟ ଉଚ୍ଚରେ ମନ୍ଦିରର ପଶ୍ଚିମ ପାର୍ଶ୍ଵ କାନ୍ଥରେ ୨୬ ଫୁଟରୁ ଅଧିକ କାନ୍ଥ ଖୋଳା ସରିଛି । ପରେ ଗର୍ଭଗୃହ ଭିତର ବାଲି ଓ ପଥରକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ ଲ୍ୟାବ୍‌କୁ ପଠାଯାଇଛି ।

    ତାପରେ ଏହା କେତେ ସୁରକ୍ଷିତ , ଯଦି ଏହାର ଗର୍ଭଗୃହରୁ ବାଲି କାଢ଼ିବା ପରେ ମନ୍ଦିର ସୁରକ୍ଷିତ ରହିବ କି ନାହିଁ ସେନେଇ ଅଧିକ ଅନୁଧ୍ୟାନ କରୁଛି ଏଏସ୍‌ଆଇ ବୈଷୟକ ଟିମ୍ । ତେବେ ଗର୍ଭଗୃହ ଭିତରର ପଥର ଓ ବାଲିର ପରୀକ୍ଷା ପରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳି ପାରିବ ବୋଲି କୁହାଯାଉଛି । ଡ୍ରିଲିଂ ବେଳେ ଯେପରି ସୁକ୍ଷ୍ମ କାରୁକାର୍ଯ୍ୟ ସଂପନ୍ନ ପଥରକୁ ଆଞ୍ଚ ନଆସେ, ସେଥିପାଇଁ ଡାଇମଣ୍ଡ ଡ୍ରିଲ ମେସିନ୍ ସହ ଜିରୋ ଭାଇବ୍ରେସନ ମେସିନର ବ୍ୟବହାର ହୋଇଛି ।

    ବାଲି ଓ ପଥର ନିଷ୍କାସନ କାମ ସରିଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନ ଦ୍ଵାର ସବୁଦିନ ପାଇଁ ଖୋଲିଦିଆଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡକ୍ଟର ଡି ବି. ଗଡନାୟକ ସୂଚନା ଦେଇଛନ୍ତି ।

  • ରାଇରଙ୍ଗପୁରରେ ଲୋକଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

    ରାଇରଙ୍ଗପୁରରେ ଲୋକଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

    ରାଇରଙ୍ଗପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲି ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳା ନନ୍ଦ ସାହୁ,ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ରବୀନ୍ଦ୍ର କୁମାର ମାର୍ଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ଜନସାଧାରଣଙ୍କ ଠାରୁ ମୋଟ ୧୦୯ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୯୪ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୧୫ଟି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା । ଆବେଦନର ଗୁରତ୍ୱକୁ ବିଚାର କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଜଣଙ୍କୁ ୧୦,୦୦୦ ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୧୦, ୦୦୦ ଟଙ୍କା ଜିଲ୍ଲାପାଳ ମଂଜୁର କରିଛନ୍ତି। ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

  • ଅଧୁରା ରହିଗଲା ମା’ର ସ୍ଵପ୍ନ

    ଅଧୁରା ରହିଗଲା ମା’ର ସ୍ଵପ୍ନ

    ଆଖି ବୁଜିଲେ ପୀଡ଼ିତା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଆଉ ଜଣେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଆତ୍ମାହୁତି ଉଦ୍ୟମ କରିଥିଲେ ଯୁକ୍ତଦୁଇ ଛାତ୍ରୀ। ୯୦ ପ୍ରତିଶତ ଜଳି ଯାଇଥିଲା ଶରୀର ତାପରେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।

    ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ରାଉଲକେଲ ସ୍ଥିତ ଇସ୍ପାତ ଜେନେରାଲ ହସପିଟାଲର(IGH) ବର୍ଣ୍ଣ ସେଣ୍ଟର କୁ ଚିକିତ୍ସା ପାଇଁ ପଠା ଯାଇଥିଲା।ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ । ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉ ବୋଲି ପରିବାର ଲୋକ ଦାବି କରିଥିଲେ ଯାହାକୁ ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏୟାରଲିଫ୍ଟ ପୂର୍ବରୁ ପୀଡ଼ିତା ଆଖି ବୁଜିଦେଲା

    ସୂତ୍ରରୁ ଜଣ ପଡିଛି ଯେ ତାଙ୍କୁ ଜଣେ ଯୁବକ ବ୍ଲାକ ମେଲ କରିଥିଲେ ସେଥିପାଇଁ ପୀଡ଼ିତା ଜଣକ ଗତ ଶନିବାର ରେ କିରୋସିନ ଢଳି ହରେ ନିଆଁ ଲାଗାଇଥିଲେ । ଯୁବକ ଜଣକ ଙ୍କୁ ଗିରଫ କରାଯାଇଥିଲା କିନ୍ତୁ କିଛିବି ଏପର୍ଯ୍ୟନ୍ତ କୌଣସି ତଥ୍ୟ ସମନ୍ନାକୁ ଆସି ନାହିଁ । ସେପଟେ IGH ରେ ପୀଡ଼ିତାଙ୍କ ମୃତଦେହକୁ ଉଠାଇବା ପାଇଁ ୫୦ଲକ୍ଷ୍ୟ ଟଙ୍କାର ଦବି କରିଥିଲେ ପରିବାର ଲୋକ ।

  • କାଲିର ମ୍ୟାଚ ପାଇଁ ଝାଳବୁହାଇଲା ଭାରତ

    କାଲିର ମ୍ୟାଚ ପାଇଁ ଝାଳବୁହାଇଲା ଭାରତ

    ଆସନ୍ତା କଲି କଟକ ବାରବାଟୀ ଷ୍ଟାଡିୟମ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ T-20 ମ୍ୟାଚ । ସେଥିପାଇଁ ଜୋରସୋରେ ଚାଲିଛି ପ୍ରସ୍ତୁତି ।ଶୁକ୍ରବାର ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଆସିଥିବା ବେଳେ ଗତକଲି ଭୁବନେଶ୍ଵରରେ ପହଞ୍ଚିଥିଲେ ଭାରତୀୟ ଟିମ୍ ।ସେମାନଙ୍କ ରହଣୀ ପାଇଁ ହୋଟେଲ ମେ ଫେୟାରରେ ବ୍ୟବସ୍ଥା କରାଯାଇଛି ।ଖେଳାଳିଙ୍କୁ ପାରମ୍ପାରିକ ଆଦିବାସୀ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ସ୍ଵାଗତ କରାଯାଇଥିଲା ।

    କାଲିର ମ୍ୟାଚ ପାଇଁ ଆଜି ଉଭୟ ଟିମ ଷ୍ଟାଡିୟମ ଆସି ରେ ନେଟ୍ ପ୍ରାକ୍ଟିସ କରିବେ। ନେଟ୍ ପ୍ରାକ୍ଟିସ କିପରି ସୁରୁଖୁରୁରେ ହେବା ସେଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ, ପୁଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯାଇଛି । ଆଜି ଦର୍ଶକଙ୍କ ପାଇଁ ବିନା ଶୁଳ୍କରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିପାରିବାର ସୁବର୍ଣ୍ଣ ସୁଯୋଗ ଅଛି । ଦର୍ଶକ କିପରି ଶୃଙ୍ଖଳିତ ଭାବେ ଦେଖିପାରିବେ ,ଏଥିପାଇଁ ମଧ୍ୟ ପ୍ରଶାସନ ତରଫରୁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

    ନେଟ୍ ପ୍ରାକ୍ଟିସ ପାଇଁ ଦିନ ୧ଟା ବେଳେ ଟିମ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚି ଦିନ ୧ ଟା ୩୦ ରୁ ୪ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ । ତାପରେ ଦକ୍ଷିଣ ଆଫ୍ରିକା ୫ ତା ୩୦ ରୁ ୮ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ ବୋଲି କ୍ରିକେଟ ଆସୋସିଏସନ ସୂଚନା ଦେଇଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ୨-୦ ରେ ବିଜୟ ହୋଇଥିଲା ପରେ ଭାରତ ୨-୧ ବିଜୟ ହୋଇ ପ୍ରତିଶୋଧ ନେଇଥିଲା କଟକ ରେ ପ୍ରଥମ ମ୍ୟାଚ ଖେଳାଯିବା ପରବର୍ତ୍ତୀ ସମୟରେ ଚାରିଟି ମ୍ୟାଚ ଖେଳାଯିବ ।

  • ଫ୍ରାନ୍ସର ଭାରସାମ୍ୟ ହରାଇ ଖ୍ରୀଷ୍ଟମାସ ବଜାର ଭିଡକୁ ମାଡ଼ିଗଲା କାର, ୧୦ ମୃତ୍ୟୁ ଅନେକ ଆହତ

    ଫ୍ରାନ୍ସର ଭାରସାମ୍ୟ ହରାଇ ଖ୍ରୀଷ୍ଟମାସ ବଜାର ଭିଡକୁ ମାଡ଼ିଗଲା କାର, ୧୦ ମୃତ୍ୟୁ ଅନେକ ଆହତ

    ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତ ହେଉଥିବା ଫ୍ରାନ୍ସ ଗୁଆଡେଲୁପ୍‌ର ସେଣ୍ଟ-ଆନ୍ ସହରରେ ଲୋକଙ୍କ ଭିଡ଼ ଉପରେ ଏକ ନିୟନ୍ତ୍ରଣହୀନ କାର ଚଢ଼ିଗଲା। ଗୁଆଡେଲୁପ୍‌ରେ ଏକ ଖ୍ରୀଷ୍ଟମାସ ବଜାରର ପ୍ରସ୍ତୁତି ସମୟରେ ଘଟିଥିଲା ଏହି ଦୁର୍ଘଟଣା । ଶୁକ୍ରବାର ସନ୍ଧ୍ୟାରେ ଏକ କାର ଭିଡ଼ ଉପରେ ଚଢ଼ିଗଲା, ଯେଉଁଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୯ ଜଣ ଗୁରୁତର ଆହତ ହୋଇଥିଲେ।

    ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟସ୍ଥଳ, ଆମେରିକାର ଏଲୋନ ମସ୍କ ମଧ୍ୟ ଖ୍ରୀଷ୍ଟମାସ ବଜାର ଦୁର୍ଘଟଣା ଉପରେ ମନ୍ତବ୍ୟ ଦେଇଛନ୍ତି।

    ସ୍ଥାନୀୟ ଗଣମାଧ୍ୟମ ଏବଂ ଅଧିକାରୀଙ୍କ ଅନୁଯାୟୀ, ଏହି ଘଟଣାଟି ସହରର ଟାଉନ ହଲ୍ ଏବଂ ଚର୍ଚ୍ଚର ଠିକ୍ ବିପରୀତ ଦିଗରେ ଅବସ୍ଥିତ ଏକ ବ୍ୟସ୍ତବହୁଳ ପଦଯାତ୍ରୀ ରାସ୍ତା ସ୍କୋଏଲଚର ସ୍କୋୟାରରେ ଘଟିଛି, ଯେଉଁଠାରେ ପରିବାର ଏବଂ ସ୍ଥାନୀୟ ଲୋକମାନେ ଖ୍ରୀଷ୍ଟମାସ ଆଲୋକୀକରଣ ଏବଂ ସାଜସଜ୍ଜା ପାଇଁ ଶେଷ ପ୍ରସ୍ତୁତି କରୁଥିଲେ। ରେଡିଓ କାରାଇବସ୍ ଇଣ୍ଟରନ୍ୟାସନାଲ୍ ଗୁଆଡେଲୁପ୍ (RCI) ରିପୋର୍ଟ କରିଛି ଯେ 19 ଜଣ ପୀଡିତଙ୍କ ମଧ୍ୟରୁ 10 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆହତମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି, ଯେତେବେଳେ ଅନ୍ୟମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ପ୍ରାରମ୍ଭିକ ରିପୋର୍ଟରେ ଏହା ମଧ୍ୟ ସୂଚିତ ହୋଇଛି ଯେ ଅନେକ ପରିବାର ଷ୍ଟଲ୍ ଲଗାଇବା ଏବଂ ସାଜସଜ୍ଜା କରିବା ପାଇଁ ଏକାଠି ହୋଇଥିଲେ।

    ଘଟଣାସ୍ଥଳରୁ ଡ୍ରାଇଭର ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କୁ ହେପାଜତକୁ ନିଆଯାଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀ ସୂଚିତ କରିଛନ୍ତି ଯେ ଡ୍ରାଇଭରଙ୍କର କୌଣସି ଜରୁରୀକାଳୀନ ଚିକିତ୍ସା ହୋଇଥାଇପାରେ, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କାରଣ ନିର୍ଣ୍ଣୟ କରିନାହିଁ। ଘଟଣାଟି ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା (ସ୍ଥାନୀୟ ସମୟ) ସମୟରେ ଘଟିଥିଲା। ଅଗ୍ନିଶମ କର୍ମଚାରୀ, ପାରାମେଡିକ୍ସ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସହରର ମେୟର କିଛି ସମୟ ପରେ ପହଞ୍ଚି ଏକ ସଙ୍କଟ ପରିଚାଳନା ଦଳକୁ ସକ୍ରିୟ କରିଥିଲେ, ଯାହା ପୀଡିତ ଏବଂ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରୁଛି। ମେୟର ଏହାକୁ ଏକ “ଭୟାନକ ଦୁଃଖଦ ଘଟଣା” ବୋଲି କହିଥିଲେ ଏବଂ ସମାଜ ପ୍ରତି ସମବେଦନା ପ୍ରକାଶ କରିଥିଲେ।