Blog

  • ପଦ ପାଇଁ ନାମାଙ୍କନ ଦାଖଲ

    ପଦ ପାଇଁ ନାମାଙ୍କନ ଦାଖଲ

    ଉତ୍ତର ପ୍ରଦେଶ ବିଜେପି ସଭାପତି ପଦ ପାଇଁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ତାଙ୍କର ପ୍ରସ୍ତାବକ ଭାବରେ ଠିଆ ହୋଇଥିଲେ। ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଶନିବାର ଦିନ ଦଳର ଲକ୍ଷ୍ନୌ କାର୍ଯ୍ୟାଳୟରେ ଉତ୍ତର ପ୍ରଦେଶ ବିଜେପି ସଭାପତି ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସେ ଆଜି ଅପରାହ୍ନରେ ଏୟାର ଇଣ୍ଡିଆ ବିମାନ ଯୋଗେ ଲକ୍ଷ୍ନୌରେ ପହଞ୍ଚିଥିଲେ ଏବଂ ଚୌଧୁରୀ ଚରଣ ସିଂହ ବିମାନବନ୍ଦରରୁ ସିଧାସଳଖ ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ, ଯେଉଁଠାରେ ସେ ରାଜ୍ୟ ସଭାପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଥିଲେ।

    ମହାରାଜଗଞ୍ଜ ଜିଲ୍ଲାର ତାଙ୍କର ବହୁ ସଂଖ୍ୟକ ସମର୍ଥକ ପୂର୍ବରୁ ଲକ୍ଷ୍ନୌ ବିମାନବନ୍ଦର ଏବଂ ଦଳୀୟ କାର୍ଯ୍ୟାଳୟ ଉଭୟରେ ଉପସ୍ଥିତ ଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ତାଙ୍କର ପ୍ରସ୍ତାବକ ହୋଇଥିଲେ। ନିର୍ବାଚନ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବିଜେପି ଜାତୀୟ ସଂଗଠନ ମହାସଚିବ ବିନୋଦ ତାୱଡେ ଏବଂ ଲକ୍ଷ୍ନୌ ବିଜେପି ମୁଖ୍ୟ ମହେନ୍ଦ୍ର ନାଥ ପାଣ୍ଡେ ପଙ୍କଜ ଚୌଧୁରୀଙ୍କ ନାମାଙ୍କନ ଗ୍ରହଣ କରିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ୟୁପି ସରକାରଙ୍କ ମନ୍ତ୍ରୀ ସ୍ୱତନ୍ତ୍ରଦେବ ସିଂହ, ସୂର୍ଯ୍ୟ ପ୍ରତାପ ଶାହୀ, ସୁରେଶ ଖାନ୍ନା ଏବଂ ବେବି ରାଣୀ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଉତ୍ତର ପ୍ରଦେଶ ବିଜେପିର ପରବର୍ତ୍ତୀ ସଭାପତି ହେବାର ସମ୍ଭାବନା ଅଛି। ଦଳୀୟ ସୂତ୍ର ଅନୁସାରେ, ତାଙ୍କର ନିର୍ବିରୋଧୀ ନିର୍ବାଚନ ପ୍ରାୟ ନିଶ୍ଚିତ। ଏପର୍ଯ୍ୟନ୍ତ କେବଳ ପଙ୍କଜ ଚୌଧୁରୀ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲର ଶେଷ ତାରିଖ ଆଜି ଅପରାହ୍ନ ୩ଟା। ଯଦି କେବଳ ଗୋଟିଏ ନାମାଙ୍କନ ଦାଖଲ ହୁଏ, ତେବେ ଭାରତୀୟ ଜନତା ପାର୍ଟି ଆଜି ହିଁ ଉତ୍ତର ପ୍ରଦେଶ ରାଜ୍ୟ ସଭାପତି ଭାବରେ ପଙ୍କଜ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ କରିପାରିବ।  ରବିବାର ଅପରାହ୍ନରେ ଲକ୍ଷ୍ନୌରେ ଏକ ଦଳୀୟ କାର୍ଯ୍ୟକ୍ରମରେ ନୂତନ ଉତ୍ତର ପ୍ରଦେଶ ବିଜେପି ସଭାପତିଙ୍କ ଆନୁଷ୍ଠାନିକ ଘୋଷଣା ହେବାର ଆଶା କରାଯାଉଛି, ଯେଉଁଠାରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ଜାତୀୟ ପରିଷଦ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରାଯିବ।

  • ସଡକ ଦୁର୍ଘଟଣାରେ ଥରିଲା ସାରା ରାଜ୍ୟ, ମୃତକଙ୍କୁ ମିଳିବ ୧ଲକ୍ଷ

    ସଡକ ଦୁର୍ଘଟଣାରେ ଥରିଲା ସାରା ରାଜ୍ୟ, ମୃତକଙ୍କୁ ମିଳିବ ୧ଲକ୍ଷ

    ଗତ କାଲି ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମା ରାଜୁ ଜିଲ୍ଲା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ସୂଚନା ଅନୁଯାୟୀ ଏକ ବସ ଖାଇରୁ ଖସିପଡିବା ଦ୍ୱାରା ୯ ଜଣଙ୍କର ମୃତ୍ୟୁ ଏବଂ ଅନେକ ଆହତ ହୋଇଥିଲେ |

    ପୁଲିସ ଅଧ୍ୟକ୍ଷ ଅମିତ ବଡାରଙ୍କ ସୂଚନା ଦେଇଥିଲେ, ଭୋର ୪:୩୦ ମିନିଟରେ ଏକ ଘରୋଇ ବସ ଚିଣ୍ଟୁର୍ ମାରେ ଡୁମୁଲିଘାଟ ରୋଡ଼ରେ ଥିବା ଦୁର୍ଗା ମନ୍ଦିର ପାଖରେ ଏହି ଦୁର୍ଘଟଣାଟି ଘଟିଥିଲା | ବସରେ ଡ୍ରାଇଭର ସମେତ ୩୭ ଜଣ ଯାତ୍ରା କରୁଥିଲେ ସେହି ସମୟରେ ବସଟି ନିୟନ୍ତ୍ରଣ ହରାଇ ଖାଇରୁ ଖସି ଓଲଟି ପଡିଥିଲା | ଯାହାଫଳରେ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଆଉ ୨୨ ଜଣ ଗୁରୁତର ଆହତ ହୋଇଥିଲେ | ସେଥିରୁ ୬ ଜଣ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିଲେ | ଆହତମାନଙ୍କୁ ଭଦ୍ରାଚଲମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା |

    ଏହି ଘଟଣାକୁ ନେଇ ସିଏମ ନାଏଡୁ ଦୁଃଖ ପ୍ରକାଶ କରିବା ସହ କହିଥିଲେ,”ଏହା ଏକ ହୃଦୟ ବିଦାରକ ଘଟଣା” | ଏହି ସଡକ ଦୁର୍ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାର ଯାଞ୍ଚ ସହ ଆହତ ମାନଙ୍କୁ କିପରି ଭଲ ଚିକିତ୍ସା ପ୍ରଦାନ କରାଯିବ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବ | ପଏମ ନରେନ୍ଦ୍ର ମୋଦୀ ଟ୍ଵିଟ କରି ଦୁଃଖ ପ୍ରକାଶ କରିଛନ୍ତି | ଯେଉଁମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ସେମାନଙ୍କ ପରିବାରକୁ ୧ଲକ୍ଷ ଟଙ୍କା ଏବଂ ଆହତ ହୋଇଥିବା ଯାତ୍ରୀଙ୍କୁ ୫୦ହଜାର ସହାୟତ ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି | ରାଷ୍ଟ୍ରପତି ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି |

  • କେବେ ମିଳିବ ଶୈଳବାଳାକୁ ନ୍ୟାୟ ?

    କେବେ ମିଳିବ ଶୈଳବାଳାକୁ ନ୍ୟାୟ ?

    ଓଡିଶା ର ପ୍ରଥମ ମହିଳା କଲେଜ କୁ ଅଣ ଦେଖା କରୁଛି ସରକାର | ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ କେବେ ? ଓଡିଶାର ପ୍ରଥମ ଆଉ ଭାରତର ଦ୍ଵିତୀୟ ମହିଳା କଲେଜ ଶୈଳବାଳା ସ୍ୱୟଂ ଶାସିତ ମହିଳା କଲେଜ କୁ ବିଶ୍ୱବିଦ୍ୟାଳୟ ର ମାନ୍ୟତାରୁ ବଞ୍ଚିତ କରାଯିବାର କାରଣ କଣ ?

    ୧୯୧୩ ମସିହାରେ ସ୍ଥାପିତ ଏହି ଖ୍ୟାତନାମା ମହିଳା କଲେଜରେ ଅନେକ ବହୁ ପ୍ରତିକ୍ଷିତ ମହିଳାମାନେ ପାଠ ପଢି ଦେଶ ତଥା ରାଜ୍ୟର ନାଁ କୁ ଗୌରବାନ୍ଵିତ କରିଛନ୍ତି | ମହିଳା ମାନଙ୍କର ଉଚ୍ଚଶିକ୍ଷାର ବିକାଶ ଦିଗରେ ଏହାର ବିଶେଷ୍ୟ ଭୂମିକା ରହିଛି | ତାହା ପରେ ମଧ୍ୟ ଏହାକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ନମିଳିବା ଏକ ଗଭୀର ଦୁଃଖର ବିଷୟ |ବହୁଦିନ ଧରି ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଁ ଦାବି କରିଆସୁଥିଲେ ମଧ୍ୟ ସରକାର ଏହି ଦିଗରେ କୌଣସି ଉଦ୍ୟମ କରୁ ନଥିବା ପରିଲକ୍ଷିତ ହେଉଛି |

    କଲେଜରେ ୪ହଜାରୁ ଅଧିକ ଛାତ୍ରୀ ପଢୁଥିବା ବେଳେ, ୨୪ଟି ପାଠ୍ୟକ୍ରମରେ ଡିଗ୍ରୀ ଓ ୨୨ଟି ପାଠ୍ୟକ୍ରମରେ ସ୍ନାତକୋତ୍ତର ରହିଛି | ବିଶ୍ୱବିଦ୍ୟାଳୟର ମାନ୍ୟତା ସହିତ କଲେଜ ଖେଳପଡିଆ ଓ ଦ୍ଵିତୀୟ କ୍ୟାମ୍ପସ ପାଇଁ ମଧ୍ୟ ବହୁଦିନ ହେଲା ଦାବି କର ଯାଉଛି, ଯାହା ଆଜି ପର୍ଯ୍ୟନ୍ତ ପୂରଣ କରା ଯାଇନାହିଁ | ଏହା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବାସଭବନରେ, ତାଙ୍କ ଝିଅ ନାମରେ ଏହାକୁ ୧୯୧୩ ରେ ପ୍ରତିଷ୍ଠା କରାଯାଇଥିଲା | ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଁ ନିକଟରେ ଏକ ସାମ୍ବାଦିକ ସମିଳନୀର ଆୟୋଜନ କରଯାଇଥିଲା, ଯେଉଁଥିରେ ବହୁ ବୁଦ୍ଧିଜୀବୀ ମାନେ ଏକାଠି ହୋଇ ଦାବି କରିଥିଲେ | ଶୈଳବାଳା କଲେଜର ଅନେକ ଦିନ ପରେ ସ୍ଥାପିତ ହୋଇ ମଧ୍ୟ ଏକାଧିକ କଲେଜ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇ ସାରିଛନ୍ତି |

    କଲେଜ କୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବିଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରକ୍ଷା ଯାଇଛି ବୋଲି କଲେଜ ପରିଚାଳନା କମିଟି ଇଂ. ଡକ୍ଟର ପ୍ରଭାକର ସ୍ବାଇଁ କହିଛନ୍ତି | ଅନ୍ୟପକ୍ଷରେ ରାଜାନୈତିକ ଇଚ୍ଛାଶକ୍ତି ନଥିବାରୁ ବହୁ ପଛରେ ହୋଇଥିବା କଲେଜ ଗୁଡିକ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଛନ୍ତି | ହେଲେ ଏହି ମାନ୍ୟତା ପାଇବା ପାଇଁ ଯୋଗ୍ୟତା ଥାଇ ମଧ୍ୟ ଶୈଳବାଳାକୁ ଅଣଦେଖା କରାଯାଉଛି | ଏଥିପାଇଁ କଟକର ରାଜନେତା ଆଉ କଟକବାସୀ ଦାୟୀବୋଲି ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସତ୍ୟକାମ ମିଶ୍ର କହିଛନ୍ତି |

  • କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ଼ ବୟାନ, ମୋ ସହିତ ଆଦୌ ପରାମର୍ଶ କରାଯାଏ ନାହିଁ …;

    କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ଼ ବୟାନ, ମୋ ସହିତ ଆଦୌ ପରାମର୍ଶ କରାଯାଏ ନାହିଁ …;

    ପଞ୍ଜାବ ରାଜନୀତିକୁ ହଇଚଇ ସୃଷ୍ଟି କରୁଛି କ୍ୟାପଟେନ ଅମରିନ୍ଦର ସିଂହଙ୍କ ବୟାନ । ସେ ବିଜେପିର କାର୍ଯ୍ୟଶୈଳୀଠାରୁ ଆରମ୍ଭ କରି କଂଗ୍ରେସ, ଆମ ଆଦମୀ ପାର୍ଟି, ଅକାଳୀ ଦଳ ଏବଂ ସିଦ୍ଧୁ ପରିବାର ପର୍ଯ୍ୟନ୍ତ ସବୁକିଛି ଉପରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିଛନ୍ତି। ବିଜେପିରେ ନିଷ୍ପତ୍ତି ଦିଲ୍ଲୀରୁ ନିଆଯାଇଥାଏ ବୋଲି ସେ କହିଚନ୍ତି । ଏବଂ ତାଙ୍କ ସହିତ କୌଣସି ପରାମର୍ଶ କରାଯାଏ ନାହିଁ। ସେ କଂଗ୍ରେସକୁ ଫେରିବା ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି।

    ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା କ୍ୟାପଟେନ ଅମରିନ୍ଦର ସିଂହ ନିଜ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଭିତରେ ନିଷ୍ପତ୍ତି ଦିଲ୍ଲୀରେ ନିଆଯାଇଥାଏ ବୋଲି ସେ କହିଛନ୍ତି ଏବଂ ସେ କୌଣସି ନିଷ୍ପତ୍ତିରେ ସାମିଲ ହୁଅନ୍ତି ନାହିଁ। ତଥାପି, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସରେ ପୁନର୍ବାର ଯୋଗଦେବାର କୌଣସି ପ୍ରକାରେ ବି ପ୍ରଶ୍ନ ଉଠୁନାହିଁ। ସିଂହ କହିଛନ୍ତି ଯେ ପଞ୍ଜାବରେ ସ୍ଥିରତା ପାଇଁ ବିଜେପି-ଆକାଲି ମେଣ୍ଟ ଜରୁରୀ।

  • ପାକିସ୍ତାନର ନିଦ ଉଡ଼େଇବ ଭାରତ

    ପାକିସ୍ତାନର ନିଦ ଉଡ଼େଇବ ଭାରତ

    ଭାରତର ବାୟୁ ଶକ୍ତି ଏକ ନୂତନ ଗତି ପାଇବାକୁ ଯାଉଛି। ଭାରତୀୟ ବାୟୁସେନା ଏବଂ ରୁଷ ମଧ୍ୟରେ R-37M ଅଲ୍ଟ୍ରା-ଲମ୍ବା-ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ ପାଇଁ ଚୁକ୍ତିନାମା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦି ୱିକ୍ ରିପୋର୍ଟ ଅନୁଯାୟୀ, ପ୍ରାୟ 300 କ୍ଷେପଣାସ୍ତ୍ର କିଣାଯିବ ଏବଂ ଆଗାମୀ 12 ରୁ 18 ମାସ ମଧ୍ୟରେ ଏହାର ବିତରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ମିସାଇଲଗୁଡ଼ିକ ଭାରତୀୟ ଯୁଦ୍ଧ ବିମାନର ଘାତକ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ।

    ଭାରତ ପାଖରେ ପୂର୍ବରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଅଛି। ଏହା ପରେ, ଭାରତୀୟ ବାୟୁସେନା R-37M କ୍ଷେପଣାସ୍ତ୍ର କିଣିବାକୁ ନିଷ୍ପତ୍ତି ନେଇଛି। 300 କିଲୋମିଟରରୁ ଅଧିକ ଦୂରତା ସହିତ, ଏହାକୁ ବିଶ୍ୱର ସବୁଠାରୁ ଦୀର୍ଘ ଦୂରଗାମୀ ବାୟୁରୁ ଆକାଶ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି କ୍ଷେପଣାସ୍ତ୍ର ମାକ୍ 6 (7400 କିଲୋମିଟର ପ୍ରତି ଘଣ୍ଟା) ର ହାଇପରସୋନିକ୍ ବେଗରେ ଉଡ଼େ ଏବଂ ଆଖି ପିଛୁଳାକେ ଶତ୍ରୁ AWACS, ଟ୍ୟାଙ୍କର୍ ଏବଂ ଉଚ୍ଚ-ମୂଲ୍ୟ ଲକ୍ଷ୍ୟକୁ ଧ୍ୱଂସ କରିପାରିବ। ଭାରତ ଅପରେସନ୍ ସିନ୍ଦୁର ସମୟରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା, ଯାହାର ଗତି 3700 କିଲୋମିଟର ପ୍ରତି ଘଣ୍ଟା, ଯାହା ସୁପରସୋନିକ୍ ବର୍ଗରେ ପଡ଼ିଥାଏ। ତେଣୁ, R-37M କ୍ଷେପଣାସ୍ତ୍ର ଏକ ଭଲ ବିକଳ୍ପ ଏବଂ ଆଖି ପିଛୁଳାକେ ଶତ୍ରୁ ଲକ୍ଷ୍ୟକୁ ଧ୍ୱଂସ କରିପାରିବ।

    ଏହି କ୍ଷେପଣାସ୍ତ୍ରଟି ବିଶେଷ ଭାବରେ Su-30MKI ଭଳି ବଡ଼ ଏବଂ ଦ୍ରୁତ ଲଢ଼ୁଆ ବିମାନ ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ଏକ ସକ୍ରିୟ ରାଡାର ସିକର୍ ରହିଛି, ଯାହା ଲକ୍ଷ୍ୟସ୍ଥଳକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବନ୍ଦ ରହିଥାଏ। ଏଥିରେ ଲାଗିଥିବା 60 କିଲୋଗ୍ରାମ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ଯେକୌଣସି ଉଚ୍ଚ-ମୂଲ୍ୟର ଶତ୍ରୁ ପ୍ଲାଟଫର୍ମକୁ ଧ୍ୱଂସ କରିବା ପାଇଁ ଯଥେଷ୍ଟ।

    ଭାରତୀୟ Su-30MKI ଏବଂ ରୁଷୀୟ Su-30SM ଗୋଟିଏ ପରିବାରର ବିମାନ, ତେଣୁ R-37M କୁ ଭାରତୀୟ ଯୁଦ୍ଧ ବିମାନରେ ଏହାକୁ ଯୋଡିବା ପାଇଁ ପରିବର୍ତ୍ତନର ଆବଶ୍ୟକ ପଡିବ ନାହିଁ। କେବଳ ମିଶନ କମ୍ପ୍ୟୁଟର ଏବଂ ବାର୍ସ ରାଡାରରେ ସଫ୍ଟୱେର୍ ଅପଗ୍ରେଡ୍ କରିବା ଦ୍ୱାରା କ୍ଷେପଣାସ୍ତ୍ର ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିପାରିବ। ପ୍ରତ୍ୟେକ Su-30MKI ଦୁଇଟି R-37M କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହେବ, ଯେତେବେଳେ ଅନ୍ୟ ଯୁଦ୍ଧ ବିମାନଗୁଡ଼ିକ Astra କିମ୍ବା R77 ପରି କ୍ଷେପଣାସ୍ତ୍ର ବ୍ୟବହାର କରିବା ଜାରି ରଖିବେ।

    ଏହି କ୍ଷେପଣାସ୍ତ୍ରର ମୁଖ୍ୟ ଲକ୍ଷ୍ୟ ହେଉଛି ଶତ୍ରୁର ପ୍ରଯୁକ୍ତିବିଦ୍ୟା, ଯାହା ଯୁଦ୍ଧର ଗତିପଥ ପରିବର୍ତ୍ତନ କରିପାରିବ। ଏହାକୁ ସ୍ୱତନ୍ତ୍ର ଭାବରେ AWACS, ଏୟାର-ଟ୍ୟାଙ୍କର୍ ଏବଂ ଜାମିଂ ପ୍ଲାଟଫର୍ମକୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରାଯାଇପାରିବ। R-37M ଭାରତକୁ ଶତ୍ରୁଙ୍କ ଆଖି ଏବଂ କାନ, AWACS, ଯୁଦ୍ଧକ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ନଷ୍ଟ କରିବାର ଶକ୍ତି ଦେବ।

    ଭାରତ ଏବଂ ରୁଷର ମିଳିତ ଉଦ୍ୟମରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିଶ୍ୱବ୍ୟାପୀ ସାମରିକ ଶକ୍ତିର ଦୃଷ୍ଟି ଆକର୍ଷଣ କରିଛି। ଭାରତର ବ୍ରହ୍ମପୁତ୍ର ଏବଂ ରୁଷର ମସ୍କୋଭା ନଦୀର ସଙ୍ଗମ ସ୍ଥାନରୁ ଏହାର ନାମ ନିଆଯାଇଛି, ଯାହା ଦୁଇ ଦେଶର ପ୍ରଯୁକ୍ତିବିଦ୍ୟା ଏକତାର ପ୍ରତୀକ। ଏହାର ଗତି, ସଠିକତା ଏବଂ ନିର୍ଭରଯୋଗ୍ୟ ଆକ୍ରମଣ କ୍ଷମତା ଯୋଗୁଁ, ବ୍ରହ୍ମୋସ୍ ବିଶ୍ୱର ସବୁଠାରୁ ଘାତକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।

    ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ସ୍ଥଳ, ସମୁଦ୍ର ଏବଂ ଆକାଶରୁ ନିକ୍ଷେପ କରାଯାଇପାରିବ, ଏହାକୁ ଯେକୌଣସି ସାମରିକ କାର୍ଯ୍ୟରେ ସହଜରେ ସାମିଲ କରାଯାଇପାରିବ । ବର୍ତ୍ତମାନର ସଂସ୍କରଣ ରେ 450 କିଲୋମିଟର ପର୍ଯ୍ୟନ୍ତ ସଠିକ୍ ଆକ୍ରମଣ ପ୍ରଦାନ କରୁଛି । ନୂତନ ଅପଗ୍ରେଡ୍ ଏହାର ପରିସରକୁ 800 କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରିବ ବୋଲି ଆଶା କରାଯାଉଛି, ଯାହା ଶତ୍ରୁ ଅଞ୍ଚଳ ମଧ୍ୟରେ ଗଭୀର ଆକ୍ରମଣ କରିବାକୁ ସକ୍ଷମ ହେବ । ଏହି କ୍ଷେପଣାସ୍ତ୍ର ମାକ୍ 2.8 (3700 କିମି/ଘଣ୍ଟା) ବେଗରେ ଉଡ଼ିବ। ବ୍ରହ୍ମୋସ୍ ରେ ଲାଗିଥିବା ଉଚ୍ଚ-ବିସ୍ଫୋରକ ଯୁଦ୍ଧାସ୍ତ୍ରର ଓଜନ ପ୍ରାୟ 200 ରୁ 300 କିଲୋଗ୍ରାମ। ଏହା କିଛି ସେକେଣ୍ଡ ମଧ୍ୟରେ ବଙ୍କର, ସାମରିକ ମୁଖ୍ୟାଳୟ, ଜାହାଜ କିମ୍ବା କ୍ଷେପଣାସ୍ତ୍ର ଲଞ୍ଚ ଷ୍ଟେସନ ଭଳି ଯେକୌଣସି ଲକ୍ଷ୍ୟକୁ ଧ୍ୱଂସ କରିପାରିବ।

  • ହେଉଛି ଥଣ୍ଡା, ତେବେ କିପରି ପାଇବେ ମୁକ୍ତି ?

    ହେଉଛି ଥଣ୍ଡା, ତେବେ କିପରି ପାଇବେ ମୁକ୍ତି ?

    ଶୀତ ଦିନ ଯେତିକି ଭଲ ଲାଗେ ସେତିକି ଦେହ ମଧ୍ୟ ଖରାପ ହୁଏ | ଶୀତ ଦିନେ ପିଲାଙ୍କ ଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଥଣ୍ଡା କାଶ ଜ୍ଵର ଲାଗି ରହିଥାଏ | ଏହିଥିରୁ ମୁକ୍ତି ପାଇଁ କିଛି ଘରୋଇ ଉପକାର ଜାଣି ନିଅନ୍ତୁ |

    ଅଧିକ ସମୟରେ ପିଲାଙ୍କ ଠୁ ନେଇ ବୁଢା ପର୍ଯ୍ୟନ୍ତ ଥଣ୍ଡା କାଶ ପଡିଥାନ୍ତି | ଏଥିରୁ ମୁକ୍ତି ପାଇଁ ଘରୋଇ ଉପଚାର ସବୁଠୁ ଲଢଦାୟକ ହୋଇଥାଏ | ଏହା ଏକ ପ୍ରାକୃତିକ ଘରୋଇ ଉପଚାର | ଏହି ଉପଚାରରେ ବ୍ୟବହାର ହେଉଥିବା ପଦାର୍ଥ ଘରେ ଘରେ ମିଳିଥାଏ |

    ଏଥି ପାଇଁ ତୁଳସୀ ଜଟା ର ବ୍ୟବହାର କରାଯାଏ | ତୁଳସୀ ର ଗୁଣ ଆଉ ଉପକାରିତା ବିଷୟରେ ଆମକୁ ଜଣାଅଛି | ତୁଳସୀ ପତ୍ର ଅନେକ ରୋଗରୁ ଉପଶମ ଦେଇଥାଏ | ସେହିପରି ତୁଳସୀ ଜଟା ରେ ବି ଅନେକ ଗୁଣ ରହିଛି | ଏହା ଆପଣଙ୍କ ବାଡି ଘରେ ଥିବା ତୁଳସୀ ଗଛରୁ ଅତି ସହଜରେ ମିଳିଥାଏ |

    କିପରି ପ୍ରସ୍ତୁତ କରିବେ?

    ତେବେ ୧୦ ଟି କଞ୍ଚାଥିବା ତୁଳସୀ ଜଟା କୁ ସଂଗ୍ରହ କରିବେ | ତାପରେ ଏକ ଗ୍ଳାସ ପାଣିକୁ ନେଇ ସେଥିରେ ଜଟା ଗୁଡିକୁ ପକାଇ ଫୁଟାନ୍ତୁ | ପାଣି କୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଫୁଟିବାକୁ ଦେବେ | ଅଧ ଗ୍ଳାସ ପାଣି ହେବ ପର୍ଯ୍ୟନ୍ତ ଫୁଟାନ୍ତୁ, ଦେଖିବେ ଏହାର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯିବ | ତାହା ପରେ ଏହାକୁ ଛାଣି ନେଇ ଥଣ୍ଡା ହେବାକୁ ଦେବେ | ତାପରେ ଏହାକୁ ସେବନ କରିବେ |

    କିପରି ସେବନ କରିବେ?

    ଏହାକୁ ଆପଣ ସକାଳେ ସନ୍ଧ୍ୟାରେ ଏବଂ ମଧ୍ୟାନ ସମୟରେ ସେବନ କରିପାରିବେ | ଅଧିକ କାଶ କିମ୍ବା ଥଣ୍ଡା ହେଲେ ଏଥିରେ ମହୁ ମିଶାଇ ସେବନ କରିପାରିବେ |

  • କ୍ଲବ କିଙ୍ଗ ରୁ ମୋଷ୍ଟୱାଣ୍ଟେଡ ଲୁଥ୍ରାବ୍ରଦର୍ଶ

    କ୍ଲବ କିଙ୍ଗ ରୁ ମୋଷ୍ଟୱାଣ୍ଟେଡ ଲୁଥ୍ରାବ୍ରଦର୍ଶ

    ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ପରେ ଦେଶ ଛାଡି ପଳାୟନ କରିଥିବା ଅଭିଯୁକ୍ତ ଲୁଥ୍ରାବ୍ରଦର୍ଶ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଛି । ନାଇଟ କ୍ଲବ କିଙ୍ଗ ରୁ ମୋଷ୍ଟୱାଣ୍ଟେଡ ଲୁଥ୍ରାବ୍ରଦର୍ଶ । ଡିସେମ୍ବର ୬ ତାରିଖରେ ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା, ତାହା ପରେ କ୍ଲବ ମାଲିକ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ ।

    ଗୋଆର ବିର୍ଚ ନାମକ ଏକ ନାଇଟ୍ କ୍ଲବର ମାଲିକ ଲୁଥ୍ରାବ୍ରଦର୍ଶଙ୍କ କ୍ଲବରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା | ଯାଞ୍ଚ ରୁ ଜଣା ପଡିଲା ଯେ ଯେଉଁ କ୍ଲବ ରେ ଅଗ୍ନିକାଣ୍ଡ ହୋଇଥିଲା ତାହା ସୌରଭ ଲୁଥ୍ରା ଆଉ ଗୌରବ ଲୁଥ୍ରାଙ୍କର । ଅଗ୍ନିକାଣ୍ଡର କିଛି ସମୟ ପରେ ଦିଲ୍ଲୀ ଏୟାରପୋର୍ଟ ରୁ ଫ୍ଲାଇଟ ଧରି ଦେଶ ଛାଡି ଚାଲି ଯାଇଥିଲେ ।

    ରିପୋର୍ଟ ଅନୁଯାଇ ଲୁଥ୍ରାବ୍ରଦର୍ଶ ବିର୍ଚ ଭଳି ମାମାସ ବ୍ୟୟ ଭଳି ବ୍ରାଣ୍ଡ ଲଞ୍ଚ କରିଥିଲେ । ୪ ଟି ଦେଶ ଆଉ ୨୨ ଟି ସହରରେ ନିଜର କ୍ଲବର ବ୍ୟବସାୟ ଥିଲା । ବହୁତ ମାଗାଜିନ ରେ ତାଙ୍କ ବ୍ୟବସାୟ ପ୍ରଶଂସା କରାଯାଇଥିଲା । ଦିଲ୍ଲୀ ନୋଇଡା ଗୁରୁଗ୍ରାମ ଗୋଆ ଭୋପାଲ ଡେରାଡୁନ ଇନ୍ଦୋର ରେ ନିଜର ବ୍ୟବସାୟ ଥିଲା ତାସହ ଆଗ୍ରା ମଥୁରା ପାଟଣା ସମେତ ଅନ୍ୟ ରାଜ୍ୟ ଗୁଡିକରେ ବ୍ୟବସାୟ ଆରମ୍ଭ କରିବାର ଯୋଜନା ଥିଲା ।

    ବହୁତ ଗଣମାଧ୍ୟମ ଖବର ଅନୁଯାୟୀ, ଇଣ୍ଟରପୋଲ୍ ଲୁଥ୍ରା ଭାଇମାନଙ୍କ ବିରୁଦ୍ଧରେ ଏକ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିଥିଲା, ଯାହା ପରେ ସେମାନଙ୍କ ଅଟକର ଖବର ପ୍ରକାଶ ପାଇଥିଲା। ଏହା ପୂର୍ବରୁ, ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଲୁଥ୍ରା ଭାଇମାନଙ୍କ ପାସପୋର୍ଟକୁ ସ୍ଥଗିତ କରିଥିଲା। ବୁଧବାର (ଡିସେମ୍ବର ୧୦, ୨୦୨୫) ସେମାନଙ୍କର ଟ୍ରାଞ୍ଜିଟ୍ ଆଣ୍ଟିସିପେଟୋରୀ ଜାମିନ ଆବେଦନର ଶୁଣାଣି ସମୟରେ, ଲୁଥ୍ରା ଭାଇମାନଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ସେମାନଙ୍କ ପଳାୟନ ଅଭିଯୋଗକୁ ଅସ୍ୱୀକାର କରି କହିଥିଲେ ଯେ ସେମାନେ ଏକ ବ୍ୟବସାୟିକ ବୈଠକ ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ଓକିଲ କହିଥିଲେ ଯେ ତାଙ୍କର କୌଣସି ଦାୟିତ୍ୱ ନାହିଁ, ପରୋକ୍ଷ ଭାବରେ ମଧ୍ୟ ନୁହେଁ। ଲୁଥ୍ରା ଭାଇମାନଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କହିଥିଲେ, “ମୋର ଅନ୍ୟ ରେଷ୍ଟୁରାଣ୍ଟଗୁଡ଼ିକୁ ଭାଙ୍ଗି ଦିଆଯାଇଛି। କର୍ତ୍ତୃପକ୍ଷ ଏବଂ ଗଣମାଧ୍ୟମ ମଧ୍ୟ ମୋ ପଛରେ ପଡିଯାଇଛନ୍ତି ।”

  • ବଢୁଛି ଜାଡ, ଥରୁଛି ଓଡିଶା

    ବଢୁଛି ଜାଡ, ଥରୁଛି ଓଡିଶା

    ଆଜିଠୁ ରାଜ୍ୟରେ ବଢିବ ଶୀତ । କିଛିଦିନ ହେବ ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କିଛି ସହରରେ ରାତିରେ ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୧୨ ତାରିଖ ଯାଏ ଶୀତର ପ୍ରକୋପ ଜାରି ରହିବ। ଆସନ୍ତା ୧୩ ତାରିଖରୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଶୀତ କମିବ ।

    ସେଥିପାଇଁ ୧୧ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୧୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି । ୧୧ଟି ସ୍ଥାନ ରେ ତାପମାତ୍ରା ୧୦ ଡିଗ୍ରୀ ରହିଛି ବୋଲି କୁହାଯାଇଛି ।

    ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳେ ରହୁଛି । ଆଜି ସକାଳ ୫ଟା ୩୦ରେ ଝାରସୁଗୁଡ଼ା ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସକାଳ ୬ଟା ସୁଦ୍ଧା ଶିମିଳିପାଳ ଅଭୟରଣ୍ୟର ବାରହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରହିଛି , ବରେହିପାଣିରେ ୬ ଡିଗ୍ରୀ, ଗୁରୁଗୁଡ଼ିଆରେ ୭ ଡିଗ୍ରୀ ସାତକୋଶିଆରେ ୧୨ ଡିଗ୍ରୀ ରେକର୍ଡ କରାଯାଇଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

    ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକର ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ରହିଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

    ଶୀତରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ପାହାନ୍ତିଆରୁ ଘନ କୁହୁଡି ପାଇଁ ଲୋକଙ୍କ ଯାତାୟତରେ ବି ସମସ୍ୟା ଉପୁଜୁଛି । ଶୀତରେ ଲୋକେ ନିଜକୁ ଫିଟ୍ ରଖିବାକୁ ମର୍ଣ୍ଣିଂ ୱାର୍କ ସହ ଖେଳ କୁଦ କରି ସମୟ କାଟୁଛନ୍ତି ।

  • ଏଆରପୋର୍ଟରେ ଆଉ ଦିଶୁନାହାନ୍ତି ଲୋକେ,ଦିଶୁଛି କେବଳ ଲଗେଜ୍

    ଏଆରପୋର୍ଟରେ ଆଉ ଦିଶୁନାହାନ୍ତି ଲୋକେ,ଦିଶୁଛି କେବଳ ଲଗେଜ୍

    ଇଣ୍ଡିଗୋ ସଙ୍କଟରୁ ଦିଲ୍ଲୀର କ୍ଷତି: ସପ୍ତାହେ ହେଲାଣି ଯାତ୍ରୀଙ୍କୁ ନାକେଦମ କରୁଛି ଇଣ୍ତିଗୋ । ଥରେ ନୁହଁ ଦୁଇ ଥର ନୁହଁ ବାରମ୍ବାର ଅସୁବିଧାର ସମୁଖିନ ହେଉଛନ୍ତି ଯାତ୍ରୀ । ଲଗାତାର ଆଠ ଦିନ ଧରି ଇଣ୍ଡିଗୋ ବିମାନ ସଙ୍କଟ ଜାରି ରହିଛି ଏବଂ ଏହା ଯୋଗୁଁ କେବଳ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତାହା ନୁହେଁ, ବରଂ ଦିଲ୍ଲୀର ବ୍ୟବସାୟୀ ଏବଂ ଏଠାକାର ପର୍ଯ୍ୟଟନ ଶିଳ୍ପ ମଧ୍ୟ ଏକ ବଡ଼ କ୍ଷତିର ସମ୍ମୁଖୀନ ହୋଇଛି। ଇଣ୍ଡିଗୋ ସଙ୍କଟ ଗତ ଆଠ ଦିନ ଧରି ଜାରି ରହିଛି ଏବଂ ଦେଶର ବିଭିନ୍ନ ବିମାନବନ୍ଦରରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ କଠୋରତା ଏବଂ ଅନେକ ପ୍ରୟାସ ସତ୍ତ୍ୱେ, ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ। ପ୍ରତିଦିନ ଶହ ଶହ ଉଡ଼ାଣ ବାତିଲ ହେଉଛି। ଏହା ଇଣ୍ଡିଗୋ ଏବଂ ଏହାର ଇଣ୍ଡିଗୋ ସଙ୍କଟ ଯୋଗୁଁ ଦିଲ୍ଲୀର ବ୍ୟବସାୟ ଏବଂ ପର୍ଯ୍ୟଟନ କ୍ଷେତ୍ର ଦ୍ୱାରା ହୋଇଥିବା କ୍ଷତିର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛି। ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲଙ୍କ ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସ ଘଟଣାର ଯୋଗୁଁ ଦିଲ୍ଲୀର ବାଣିଜ୍ୟ, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ୧୦୦୦ କୋଟି ଟଙ୍କାର ବ୍ୟବସାୟ କ୍ଷତି ସହିବାକୁ ପଡିଛି। କେବଳ ଏତିକି ନୁହେଁ, ଇଣ୍ଡିଗୋ ସଙ୍କଟ ଯୋଗୁଁ ଗତ ୧୦ ଦିନରେ ଦିଲ୍ଲୀରେ ଯାତ୍ରୀଙ୍କ ସଂଖ୍ୟା ୨୫% ହ୍ରାସ ପାଇଛି। ଏହି କାରଣରୁ, ଏଠାରେ ଥିବା ହୋଟେଲ , ରେଷ୍ଟୁରାଣ୍ଟ, ଭୋଜି ଏବଂ ରିସର୍ଟର ହଜାର ହଜାର ବୁକିଂ ମଧ୍ୟ ବାତିଲ କରାଯାଇଛି। ସେ କହିଛନ୍ତି ଯେ ସାମଗ୍ରିକ ଭାବରେ, ଇଣ୍ଡିଗୋ ବିମାନ ବାତିଲର ଏହି ସମସ୍ୟା ଯୋଗୁଁ ଦିଲ୍ଲୀର ଅନେକ ଶିଳ୍ପକୁ ବଡ଼ କ୍ଷତି ସହିବାକୁ ପଡିଛି।

  • ଶୀତ ଦିନେ ଖଜୁରୀ ସେବନର ଉପକାରିତା

    ଶୀତ ଦିନେ ଖଜୁରୀ ସେବନର ଉପକାରିତା

    ଶୀତ ଦିନ ଆସିବା ମାତ୍ରେ ବହୁତ କିଛି ରୋଗର ଲକ୍ଷଣ ଦେଖାଯାଇଥାଏ । ବହୁତ ଲୋକଙ୍କୁ ଶୀତ ଦିନରେ ସର୍ଦ୍ଦି ଜ୍ୱର , ଓ ଆଣ୍ଠୁଗଣ୍ଠି ବାତ ଆଦି ରୋଗର ହୋଇଥାଏ । ଏମିତି ପରିସ୍ଥିତିରେ ଖଜୁରୀ ଖାଇଲେ ସବୁ ଅସୁବିଧାରୁ ରକ୍ଷା ମିଳିଥାଏ ।

    ଖଜୁରୀ ଏକ ଏପରି ଫଳ ଯାହାକୁ ପ୍ରାଚୀନ କାଳରୁ ଶକ୍ତି, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଉତ୍ସ ଭାବରେ ବିବେଚନା କରାଯାଏ । ଏହା ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଡ୍ରାଏ ଫ୍ରୁଟ୍ସ, ଯାହାକୁ ବିଶ୍ୱର ଅନେକ ସ୍ଥାନରେ ଲୋକମାନେ ଖାଇବାକୁ ପସନ୍ଦ କରନ୍ତି। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ଏବଂ ଦୀର୍ଘ ସମୟ ପାଇଁ ରୋଗରୁ ଦୂରରେ ରଖିବାରେ ସାହାଯ୍ୟ କରେ ।

    ଖଜୁରୀ ଖାଇବାର ଅନେକ ଲାଭ ରହିଛି । ଭିଜା ଖଜୁରରେ ଭିଟାମିନ୍ ଏ, ବି, ସି ଏବଂ ଇ, ଏବଂ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ କ୍ୟାଲସିୟମ୍ ଭଳି ଖଣିଜ ପଦାର୍ଥ ଥାଏ । ଏଗୁଡ଼ିକ ଶକ୍ତି ପ୍ରଦାନ କରେ, ହାଡ଼ ଏବଂ ମାଂସପେଶୀକୁ ମଜବୁତ କରେ । ଯେତେବେଳେ ଖଜୁରକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଇବା ଦ୍ୱାରା ଶରୀରକୁ ସହଜରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ।

    ଖଜୁରୀର ଉପକାରିତା

    ହୃଦୟକୁ ସୁସ୍ଥ ରଖେ- ଖଜୁରୀରେ ୫୪ ପ୍ରତିଶତ ଚିନି ଓ ୭ ପ୍ରତିଶତ ପ୍ରୋଟିନ୍ ମିଳିଥାଏ। ହୃଦରୋଗୀଙ୍କ ପାଇଁ ଖଜୁରୀ ଖାଇବା ବହୁତ ଭଲ ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ହୃଦରୋଗ ଥାଏ ତେବେ ସେ ଦିନକୁ ୩-୪ ଟି ଖଜୁରୀ ଖାଇବା ଉଚିତ୍। କାରଣ ଖଜୁରୀ ଶରୀରର କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣ କରିଥାଏ। ଯାହା ଦ୍ୱାରା ହାର୍ଟ ଆଟାକ୍ ସମ୍ଭାବନା କମ୍ କରିଥାଏ।

    ରୋଗ ପ୍ରତିରୋଧକ କ୍ଷମତା- ଯଦି ଆପଣ ଶୀତ ଦିନରେ ନିୟମିତ ଖଜୁରୀର ସେବନ କରୁଛନ୍ତି । ଏହା ଭିତରେ ଥିବା ଗ୍ଲୁକୋଜ୍ ଓ ଫ୍ରୁଟୋଜ୍ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ଆପଣଙ୍କ ଶରୀରରେ ରୋଗକୁ ଲଢିବା ପାଇଁ ଶକ୍ତି ଦେଇଥାଏ ।

    ଚର୍ମକୁ ଉଜ୍ଜ୍ୱଳ କରେ-ଭିଜା ଖଜୁରୀ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଏହା ଚର୍ମକୁ ସୁସ୍ଥ, ଉଜ୍ଜ୍ୱଳ ଏବଂ ଯୁବା ରଖିବାରେ ସାହାଯ୍ୟ କରେ ।

    ଏଥିରେ ଏମିତି କିଛି ଉତ୍ପାଦନ ରହିଛି ଯାହା ଗର୍ଭବର୍ତୀ ମହିଳା ଓ ଗର୍ଭରେ ଥିବା ଶିଶୁ ପାଇଁ ମଧ୍ୟ ଏହା ଲାଭଦାୟକ ।ଖଜୁରୀ କେବଳ ଏକ ସ୍ୱାଦିଷ୍ଟ ଫଳ ନୁହେଁ, ବରଂ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ଏକ ଉତ୍ତମ ମିଶ୍ରଣ ମଧ୍ୟ ।