Blog

  • ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

    ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

    ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ପିସିସି ସଭାପତିଭାବେ ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକଙ୍କ ଏହା ପ୍ରଥମ ବୈଠକ। ତେବେ କଂଗ୍ରେସ ଭବନ ନୁହେଁ ଏକ ତାରକା ହୋଟେଲ‌ରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି। ଗତ କିଛିଦିନ ଧରି ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ସମର୍ଥକମାନେ ଦୁହିଁଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରି ପ୍ରତିବାଦ କରୁଥିବାରୁ ତାରକା ହୋଟେଲକୁ ବୈଠକକୁ ସ୍ଥାନାନ୍ତରିତ କରାଯାଇଥିବା ଚର୍ଚ୍ଚା ହେଉଛି।

    କେବଳ କାର୍ଯ୍ୟକାରିଣୀ ବୈଠକ ନୁହେଁ ରାଜନୈତିକ ବ୍ୟାପାର ଓ କର୍ମକର୍ତା କମିଟି ବୈଠକ ଅନୁଷ୍ଠିତ ହେବ। ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାରଙ୍କ ସମେତ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଏଥିରେ ସାମିଲ ହେବେ। ଧନ୍ୟବାଦ ପ୍ରସ୍ତାବ ସହିତ ଶୋକ ପ୍ରସ୍ତାବ, କୃଷି ଓ ଅର୍ଥନୈତିକ ପ୍ରସ୍ତାବ ଆଗତ କରାଯିବ। ତେବେ କାର୍ଯ୍ୟକାରିଣୀ ବୈଠକରେ ଦୁଇ ନେତାଙ୍କ ନିଲମ୍ବନ ପ୍ରସଙ୍ଗ ସଂପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

  • ମଣିପୁରରେ ଥମୁନି ହିଂସା,ପୁଣି ଭାଇରାଲ ହେଲା ଝୁଲୁଥିବା କଟା ମୁଣ୍ଡ

    ମଣିପୁରରେ ଥମୁନି ହିଂସା,ପୁଣି ଭାଇରାଲ ହେଲା ଝୁଲୁଥିବା କଟା ମୁଣ୍ଡ

    ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ରାଜ୍ୟ ସାରା ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏବେ ପୁଣି ଏକ ସାଂଘାତିକ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ କଟା ମୁଣ୍ଡକୁ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଝୁଲାଇ ଦିଅଯାଇଥିବା ଦେଖିବାକୁ ମିଳିଛି। ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବା ପରେ କୋର୍ଟ ସେମାନଙ୍କୁ ୧୧ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ କହିଛନ୍ତି ।

    ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଧୀରେ ଧୀରେ ଶାନ୍ତ ହୋଇ ଆସୁଥିବା ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ ହେବାରେ ଲାଗିଛି। ଏହି ଘଟଣାରେ ଏଯାବତ ୫ ଜଣଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଏଯାବତ ଆହୁରି ବହୁ ଅଭିଯୁକ୍ତ ପୁଲିସ୍‌ କବଜାରୁ ବାହାରେ ଥିବା ଅଭିଯୋଗ ହେଉଛି। ଏହା ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ହଜାର ହଜାର ଲୋକ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

    ସୂଚନାନୁଯାୟୀ ମେ’ ୩ରୁ ମଣିପୁରରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଜାତିଗତ ହିଂସାର ସୂତ୍ରପାତ ହୋଇଥିଲା । ଏହାର ଦିନକ ପରେ ଅର୍ଥାତ ମେ’ ୪ରେ ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗ୍‌ପୋକ୍‌ପି ଜିଲ୍ଲାରେ ଏହି ହୃଦୟ ବିଦାରକ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ମୁଷ୍ଟିମେୟ ଲୋକ କୁକି ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ ନିକଟସ୍ଥ ଧାନବିଲରେ ଗଣଦୁଷ୍କର୍ମ କରିବା ପରେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ । ପୀଡ଼ତା ମହିଳାଦ୍ୱୟ କ୍ରନ୍ଦନ କରିବା ସହ ଛାଡ଼ିଦେବାକୁ ଗୁହାରି କରୁଥିବାବେଳେ ଅଭିଯୁକ୍ତମାନେ ସେମାନଙ୍କ ପ୍ରତି ଯୌନ ନିର୍ଯାତନା ଦେଉଥିବା ଭିଡିଓରୁ ଜଣାପଡିଛି । ଘଟଣାର ପ୍ରାୟ ଅଡେଇ ମାସ ପରେ ଏହି ଭିଡିଓ ଭାଇରାଲ ହୋଇଥିବାବେଳେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ଘଟଣା ଘଟିବା ଏବଂ ଏହାର ଭିଡିଓ ଭାଇରାଲ ହେବାମଧ୍ୟରେ କିଛିମାସର ବ୍ୟବଧାନ ରହିଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରିନଥିଲା ବୋଲି ମୁଖ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି ।

  • ନବୀନ ପଟ୍ଟନାୟକ ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ

    ନବୀନ ପଟ୍ଟନାୟକ ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ

    ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ । ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ନବୀନଙ୍କ ନାଁରେ ନୂଆ ରେକର୍ଡ । ୨୫ବର୍ଷ ଜନସେବାରେ ଏଯାଏଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି ନବୀନ । ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ୨୫ବର୍ଷ ଜନସେବାରେ ଏଯାଏଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି ନବୀନ । ସେ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ନବୀନ । ଭାରତ ବର୍ଷରେ ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ନବୀନଙ୍କ ନାଁରେ ଯୋଡ଼ିହୋଇଛି ନୂଆ ରେକର୍ଡ । ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ବିଜେଡି କହିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ୨୦୨୪ରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଭାରତ ରାଜନୀତିର ସବୁ ରେକର୍ଡ ହାସଲ କରିବେ । ୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ ।

    ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ । ନବୀନ ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୩ ବର୍ଷ ଶାସନରେ ନବୀନଙ୍କ ନାଁରେ ରେକର୍ଡ ନୂଆ ନୁହେଁ । ଶ୍ରେଷ୍ଠ ପ୍ରଶାସନ, ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ନବୀନଙ୍କ ନାଁରେ । ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ସେହିପରି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି । ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ନେତୃତ୍ବ ଓ ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି ।

  • ଲାଞ୍ଚ ନେଉଥିବା ବେଳେ ୨ ମହିଳା ଅଧିକାରୀଙ୍କୁ ଖାପୁକି ମାଡି ବସିଲା ଭିଜିଲାନ୍ସ

    ଲାଞ୍ଚ ନେଉଥିବା ବେଳେ ୨ ମହିଳା ଅଧିକାରୀଙ୍କୁ ଖାପୁକି ମାଡି ବସିଲା ଭିଜିଲାନ୍ସ

    ଲାଞ୍ଚ ଲୋଭରେ ଲେଡି ଅଫିସର। ନଗଦ ଟଙ୍କା ନେଇ ଭିଜିଲାନ୍ସ ଜାଲରେ ଆଜି ଦୁଇ ଜଣ ମହିଳା ଅଧିକାରୀ ଧରା ପଡିଛନ୍ତି । ଜଣେ ଥାନା ବାବୁଆଣୀ ହୋଇଥିବା ବେଳେ ଆଉ ଜଣେ ଜେଣ୍ଡର କୋଅର୍ଡିନେଟର । ଥାନା ବାବୁଆଣୀଙ୍କ ଠାରୁ ଲକ୍ଷେ ଟଙ୍କା ଜବତ ହୋଇଥିବା ବେଳେ ଜେଣ୍ଡର ମ୍ୟାଡମ୍ ଙ୍କ ଠାରୁ 31 ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।

    ଭିଜିଲାନ୍ସ ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ଜଣେ କ୍ୱାରି ଲିଜଧାରୀଙ୍କୁ ବିନା ବିନା ହଇରାଣ ହରକତରେ ବ୍ୟବସାୟ ଚଳାଇବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଆଜି ଏହି ଟଙ୍କା ଗ୍ରହଣ କରିବା ସମୟରେ ବୌଦ୍ଧ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଶ୍ରୀମତୀ ରାଉତରାୟଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
    ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ହରଭଙ୍ଗା ଆଇଆଇସିଙ୍କ ବିରୋଧରେ ଏବେ ଅଧିକ ତଦନ୍ତ ଚାଲିଛି। ସେହିପରି ବଲାଙ୍ଗିର ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ ଜଣେ ସ୍କୁଲ ହେଡମାଷ୍ଟର ଓ ଏକ୍ସ-ହଷ୍ଟେଲ ଇନଚାର୍ଜଙ୍କ ଠାରୁ ବ୍ୟବହାର ପ୍ରମାଣପତ୍ରର ସମାୟୋଜନ/ଅନୁମୋଦନ ଏବଂ ତାଙ୍କ ସପକ୍ଷରେ କ୍ଲିୟରାନ୍ସ ପ୍ରମାଣପତ୍ର ପ୍ରଦାନ ପାଇଁ ୩୧ ହଜାର ଟଙ୍କା ଲାଞ୍ଚ ମାଗି ଗ୍ରହଣ କରିବା ସମୟରେ ବଲାଙ୍ଗୀର ଓଡିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ଯୋଶୀଙ୍କ ଠାରୁ ସମସ୍ତ ୩୧ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଯୋଶୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଶ୍ରୀମତୀ ସାହୁଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି।