Blog

  • ନିଜକୁ ଗୁଳି କଲେ ବରିଷ୍ଠ ପୁଲିସ ଅଧିକାରୀ

    ନିଜକୁ ଗୁଳି କଲେ ବରିଷ୍ଠ ପୁଲିସ ଅଧିକାରୀ

    ମହାରାଷ୍ଟ୍ରରର ପୁନେରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କ ପତ୍ନୀ ଓ ପୁତୁରାଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ପୁଲିସ ଅଧିକାରୀଙ୍କ ନାଁ ଭରତ ଗାଏକ୍ୱାଡ଼ (୫୭)। ତାଙ୍କ ପତ୍ନୀଙ୍କ ନାଁ ମୋନି ଗାଏକ୍ୱାଡ଼ (୫୫) ଓ ପୁତୁରାଙ୍କ ନାଁ ଦୀପକ (୩୫)। ଭରତ ଗାଏକ୍ୱାଡ଼ ଅମରାବତୀରେ ଆସିଷ୍ଟାଣ୍ଟ କମିଶନର ଅଫ୍ ପୁଲିସ (ଏସିପି) ଭାବେ କାର୍ଯ୍ୟ କରୁଥିଲେ। ସେ ଛୁଟି ନେଇ ପୁନେ ସ୍ଥିତ ନିଜ ଘରକୁ ଆସିଥିବା ବେଳେ ଏହି ଘଟଣା ଘଟିଛି।

    ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। ଏସିପି ଭରତ ଗାଏକ୍ୱାଡ଼ ପ୍ରଥମେ ତାଙ୍କ ପତ୍ନୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ତାଙ୍କ ପତ୍ନୀଙ୍କ ମୁଣ୍ଡରେ ଗୁଳି ବାଜି ଥିଲା। ଗୁଳିମାଡ଼ ଶବ୍ଦ ଶୁଣି ତାଙ୍କ ପୁଅ ଓ ପୁତୁରା ଦୌଡ଼ି ଆସି କବାଟ ଖୋଲିବା ମାତ୍ରେ ଭରତ ଗାଏକ୍ୱାଡ଼ ତାଙ୍କ ପୁତୁରାଙ୍କ ଉପରକୁ ଗୁଳି କରିଥିଲେ। ଗୁଳିଟି ତାଙ୍କ ପୁତୁରାଙ୍କ ଛାତିରେ ବାଜିଥିଲା। ତା’ପରେ ଭରତ ଗାଏକ୍ୱାଡ଼ ନିଜ ମୁଣ୍ଡରେ ବନ୍ଧୁକ ରଖି ଗୁଳି କରି ଦେଇଥିବା ଅଭିଯୋଗ ହୋଇଛି। ତିନି ଜଣ ଯାକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଏସିପି ଭରତ ଗାଏକ୍ୱାଡ଼ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଏହା ପୂର୍ବରୁ ଗତ ୭ ତାରିଖରେ ତାମିଲନାଡୁର କୋଏମ୍ବାଟୁର ରେଞ୍ଜର ଡିଆଇଜି ବିଜୟ କୁମାର ନିଜକୁ ଗୁଳି କରି ଦେଇଥିଲେ। କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।

  • ୧୦୦ଟି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପ ହେବ ବିଦେଶୀ ଭାଷାରେ ଅନୁବାଦ

    ୧୦୦ଟି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପ ହେବ ବିଦେଶୀ ଭାଷାରେ ଅନୁବାଦ

    ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ରାଜ୍ୟର କୃଷକଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ କୃଷି ସାମଗ୍ରୀକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ଓଡ଼ିଆ ଭାଷାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ବିଦେଶରେ ଜନ୍ମଲାଭ କରିଥିବା ବା ରହୁଥିବା ଓଡ଼ିଆ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

    ତେବେ ଏହା ମଧ୍ୟରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ସହିତ ପ୍ରଚାର, ପ୍ରସାର କରିବା ପାଇଁ ୧୦୦ଟି ଉଚ୍ଚକୋଟୀର ଓ ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପକୁ ଅନୁବାଦ କରାଯିବ । ଫଳରେ ବିଦେଶୀମାନେ ଓଡ଼ିଆ ସାହିତ୍ୟକୁ ସେମାନଙ୍କ ଭାଷାରେ ସହଜରେ ପଢ଼ି ପାରିବେ । ଓଡ଼ିଆ ଗଳ୍ପକୁ ଇଂରାଜୀ, ସ୍ପାନିସ, ଫ୍ରେଞ୍ଚ, ଜର୍ମାନୀ, ଜାପାନୀ ଭାଷାରେ ଅନୁବାଦ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି ।

    ଇଚ୍ଛୁକ ସଂସ୍ଥା, ସଂଗଠନ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଗଷ୍ଟ ମାସ ୭ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ବିଭାଗୀୟ ନିର୍ଦ୍ଦେଶକଙ୍କ ଠିକଣାରେ ଆବେଦନ କରିପାରିବେ । ଏଥିପାଇଁ ସେମାନଙ୍କୁ ଅନୁବାଦ କ୍ଷେତ୍ରରେ ଥିବା ଅଭିଜ୍ଞତା ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଆଶାୟୀମାନେ ଏ ସମ୍ପର୍କିତ ଅଧିକ ତଥ୍ୟ ପାଇବା ପାଇଁ ବିଭାଗୀୟ ୱେବସାଇଟକୁ ପରିଦର୍ଶନ କରିପାରିବେ । ଏଥିପାଇଁ ନାମ, ଠିକଣା, ଫୋନ ନମ୍ବର, ଇ-ମେଲ ଦେବାକୁ ପଡ଼ିବ । ଯଦି କୌଣସି କାରଣ ନ ଦର୍ଶାଇ କେହି ଆବେଦନ କରିଥିବେ ତେବେ ତାଙ୍କର ଦରଖାସ୍ତକୁ ନାକଚ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

  • ଅଞ୍ଜୁ ହେଲେ ଫାତିମା,ବିବାହ ପାଇଁ କଲେ ଧର୍ମ ପରିବର୍ତ୍ତନ

    ଅଞ୍ଜୁ ହେଲେ ଫାତିମା,ବିବାହ ପାଇଁ କଲେ ଧର୍ମ ପରିବର୍ତ୍ତନ

    ପ୍ରେମ ମାନେନା ବନ୍ଧ ବାଡ଼, ଜାତି ଧର୍ମ ଏମିତିକି ସୀମା ସରହଦ I ସେଥିପାଇଁ କିଛିଦିନ ପୂର୍ବରୁ ସୀମା ହାଇଦର ନିଜ ପ୍ରେମିକ ସଚିନଙ୍କ ପାଖକୁ ପାକିସ୍ତାନରୁ ଭାରତ ଚାଲିଆସିଥିଲେ ଯାହା ଏବେ ଚର୍ଚାର ବିଷୟ ପାଲଟିଛି I ପୁଣି ଏବେ ସାମ୍ନାକୁ ଆସିଛି ଆଉ ଏକ ପ୍ରେମ କାହାଣୀ ହେଲେ ଏଥର ଝିଅ ଭାରତୀୟ ଏବଂ ପ୍ରେମିକ ପାକିସ୍ଥାନୀ I ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ଶେଷରେ ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଗଲେ ଅଞ୍ଜୁ। ବର୍ତ୍ତମାନ ସେଠାରେ ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି ସେ। କିନ୍ତୁ ବିବାହ ପୂର୍ବରୁ ଅଞ୍ଜୁଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ ଗ୍ରହଣ କରିବାକୁ ପଡ଼ିଛି । ଧର୍ମ ପରିବର୍ତ୍ତନ ସହିତ ବଦଳି ଯାଇଛି ତାଙ୍କ ନାଁ। ନସରୁଲ୍ଲାଙ୍କୁ ବିବାହ କରି ଅଞ୍ଜୁ ପାଲଟିଛନ୍ତି ଫାତିମା।

    ତେବେ ଭିସା ନେଇ ପାକିସ୍ତାନ ଯାଇଥିବା ଅଞ୍ଜୁ ପୂର୍ବରୁ କହିଥିଲେ ଯେ ସେ ନିଜ ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ ସେଠାକୁ ଯାଇଛନ୍ତି ଏବଂ କିଛି ଦିନ ପରେ ଭାରତ ଫେରିବେ। ହେଲେ ଏବେ ପାକିସ୍ତାନରୁ ତାଙ୍କ ବିବାହ ହେବାର ଖବର ସାମ୍ନାକୁ ଆସିଛି। ଅଞ୍ଜୁ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଅଞ୍ଜୁ ଜଣେ ଖ୍ରୀଷ୍ଟିଆନ ଥିଲେ।

    ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ଅଞ୍ଜୁଙ୍କୁ ବିବାହ କରିଥିବା ଖବରକୁ ଅସ୍ବୀକାର କରିଛନ୍ତି ନସରୁଲ୍ଲା। ସେ କହିଛନ୍ତି, ମୁଁ ଅଞ୍ଜୁଙ୍କୁ ବିବାହ କରିନାହିଁ। ସେ ମୋର ଭଲ ବନ୍ଧୁ। ତାଙ୍କ ସହ ମୋର ପ୍ରେମ ସମ୍ପର୍କ ନାହିଁ।

    ନସରୁଲ୍ଲା ଏଭଳି ଦାବି କରୁଥିବା ବେଳେ କୋର୍ଟରେ ଦୁହେଁ ବିବାହ କରିଥିବାର ପ୍ରମାଣ ପତ୍ର ସାମ୍ନାକୁ ଆସିଛି। ଏହା ସହ ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲେଖାଯାଇଛି ଅଞ୍ଜୁ ୱେଡସ୍ ନସରୁଲ୍ଲା।

  • ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

    ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

    ବାଡ଼ ଯେବେ ଫସଲ ଖାଏ,ଗୁହାରି କାହାକୁ ଆଉ ଜଣାଇବା । ବର୍ତ୍ତମାନ ଆମ ସମାଜ କଳୁଷିତ ହେବାରେ ବସିଲାଣି ଦୟାମାୟା କ୍ଷମା ସବୁ ଭୁଗଲାଣି ଏହି ସମାଜରେ ବାସ କରୁଥିବା ମଣିଷ I ଏମିତିକି ଜୁଇରେ ପୋଡାହେଉଥିବା ନିଜ ଝିଆରୀର ପୋଡା ମାଂସ ମଧ୍ୟ ଖାଇବାରେ ପଛାଇନଥିଲା ନିଜ କାକା I ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ I ପାରିବାରିକ କଳହର କରୁଣ ପରିଣତି । ପିଶାଚ ବାପାର ନାରକୀୟ କାଣ୍ଡ । ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ଜବତ କରିବା ସହ ପିଶାଚ ବାପାକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

    ସୂଚନା ଅନୁସାରେ ଗତକାଲି ଅପରାହ୍ନରେ କେନ୍ଦୁବାହାରା ଗାଁର ଗଜାନନ୍ଦ ମାଝୀ ମଦ ପିଇ ଘରକୁ ଯାଇଥିଲେ । ଏହି ସମୟରେ ସ୍ତ୍ରୀ ଗୋପପୁରୀ ମାଝୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ି ଯାଇଥିଲା । ଏହାଦେଖି ଝଗଡ଼ା ବନ୍ଦ କରିବା ପାଇଁ ଆସିଥିଲା ଝିଅ । ଏଥିରେ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ହରାଇ ବସିଥିଲା ଅଭିଯୁକ୍ତ ।

    ନିଶାସକ୍ତ ବାପା ୧୩ ବର୍ଷର ନାବାଳିକା ଝିଅଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଆଜି ସକାଳୁ ଧରମବନ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପିଶାଚ ବାପାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଧରମବନ୍ଧା ଆଇଆଇସି ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି ।

  • ଶିକ୍ଷକ ପଦ ପୂରଣ ପାଇଁ ଦାବି ହେଉଥିଲେ ସୁଦ୍ଧା ଶୁଣୁନି ପ୍ରଶାସନ, ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

    ଶିକ୍ଷକ ପଦ ପୂରଣ ପାଇଁ ଦାବି ହେଉଥିଲେ ସୁଦ୍ଧା ଶୁଣୁନି ପ୍ରଶାସନ, ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

    ଶିକ୍ଷକ ପଦବୀ ପୁରଣକୁ ନେଇ ରାସ୍ତାରେ ବସିଲେ ବୋରିକ ନୋଡାଲ ସ୍କୁଲର ଛାତ୍ରଛାତ୍ରୀ । ସୂଚନା ମୁତାବକ ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତର ବୋରିକ ନୋଡାଲ ସ୍କୁଲରେ ଦୀର୍ଘ ଦିନ ଧରି ଶିକ୍ଷକଙ୍କ ଅଭାବ ଲାଗି ରହିଛି । ତେବେ ଏନେଇ ବ୍ଲକ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବ୍ଲକ ଅଫିସର ୭ ଦିନ ମଧ୍ୟରେ ପଦବୀ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ମାତ୍ର ଏକ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ପଦବୀ ଗୁଡିକ ପୁରଣ ହୋଇପାରିଲା ନାହିଁ । ଯାହାକୁ ନେଇ ପୁନର୍ବାର ଆଜି ଛାତ୍ର,ଛାତ୍ରୀ ମାନେ ସ୍କୁଲ ଗେଟରେ ତାଲା ପକେଇ ରାସ୍ତା ଉପରେ ଧାରଣାରେ ବସିଛନ୍ତି

    ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଜାରି ରହିବ ବୋଲି ଅବିଭାବକ ଓ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପିଲାଙ୍କ ପାଠ ପଢା ପାଇଁ ଶିକ୍ଷକ ଅଭାବ ଥିବା ବେଳେ ପିଲାମାନେ କେମିତି ପଢୁଛନ୍ତି ପାଠ । ସ୍ଥାନୀୟ ବ୍ଲକ ପ୍ରଶାସନ ଏଦିଗରେ କାହିଁକି ଦୃଷ୍ଟି ଦେଉନାହାନ୍ତି ।

  • ରେଳ ଟିକଟ ବୁକିଂରେ ଟେକ୍ନିକାଲ ତ୍ରୁଟି

    ରେଳ ଟିକଟ ବୁକିଂ ୱେବସାଇଟ ଆଇଆରସିଟିସିରେ ଟେକ୍ନିକାଲ ତ୍ରୁଟି । ତେଣୁ ଅନଲାଇନରେ ଟିକଟ ବୁକିଂ କରି ହେଉ ନାହିଁ । ଏହା ଦ୍ୱାରା ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆପ୍ ମଧ୍ୟ ଚାଲୁ ନାହିଁ । ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକଟ ବୁକ୍ ହୋଇ ପାରୁନଥିବା ୟୁଜର ଅଭିଯୋଗ କରିଛନ୍ତି ।

    ସେପଟେ ଏକ ବିବୃତ୍ତିରେ ଆଇଆରସିଟିସି ପକ୍ଷରୁ କୁହାଯାଇଛି ଯେ, ଟେକ୍ନିକାଲ ତ୍ରୁଟି କାରଣରୁ ଏହାର ସେବା ଉପଲବ୍ଧ ନାହିଁ । ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। ତେବେ ଏହି ସମୟରେ ବି ଟୁ ସି ପରି ପ୍ଲାଟଫର୍ମ ଆମାଜନ୍, ମେକ୍ ମାଇଁ ଟ୍ରିପ୍ ପରି ଆପ୍ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି ।

    ଯଦି କିଏ ଟିକଟ ବାତିଲ କରିବାକୁ ଚାହୁଁଛି, ସେ କଷ୍ଟମର କେୟାର ନମ୍ବରରେ ଫୋନ୍ କରିବାକୁ ପରାମର୍ଶ ଦିଆଯାଇଛି । 14646,0755-6610661 & 0755-4090600 ନମ୍ବରରେ କଲ୍ କରିବାକୁ ବା etickets@irctc.co. ରେ ମେଲ୍ କରିବାକୁ କୁହାଯାଇଛି।

    ରେଳ ଟିକଟ ବୁକିଂ ୱେବସାଇଟ ଆଇଆରସିଟିସିରେ ଟେକ୍ନିକାଲ ତ୍ରୁଟି । ତେଣୁ ଅନଲାଇନରେ ଟିକଟ ବୁକିଂ କରି ହେଉ ନାହିଁ । ଏହା ଦ୍ୱାରା ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆପ୍ ମଧ୍ୟ ଚାଲୁ ନାହିଁ । ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକଟ ବୁକ୍ ହୋଇ ପାରୁନଥିବା ୟୁଜର ଅଭିଯୋଗ କରିଛନ୍ତି ।

    ସେପଟେ ଏକ ବିବୃତ୍ତିରେ ଆଇଆରସିଟିସି ପକ୍ଷରୁ କୁହାଯାଇଛି ଯେ, ଟେକ୍ନିକାଲ ତ୍ରୁଟି କାରଣରୁ ଏହାର ସେବା ଉପଲବ୍ଧ ନାହିଁ । ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। ତେବେ ଏହି ସମୟରେ ବି ଟୁ ସି ପରି ପ୍ଲାଟଫର୍ମ ଆମାଜନ୍, ମେକ୍ ମାଇଁ ଟ୍ରିପ୍ ପରି ଆପ୍ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି ।

    ଯଦି କିଏ ଟିକଟ ବାତିଲ କରିବାକୁ ଚାହୁଁଛି, ସେ କଷ୍ଟମର କେୟାର ନମ୍ବରରେ ଫୋନ୍ କରିବାକୁ ପରାମର୍ଶ ଦିଆଯାଇଛି । 14646,0755-6610661 & 0755-4090600 ନମ୍ବରରେ କଲ୍ କରିବାକୁ ବା etickets@irctc.co. ରେ ମେଲ୍ କରିବାକୁ କୁହାଯାଇଛି।