Blog

  • ୫୫୦୦ରୁ ଅଧିକ ଛାତ୍ରୀଙ୍କ ସେକ୍ସ ଭିଡିଓ,ସମଗ୍ର ପାକିସ୍ତାନରେ ଚହ​ଳ

    ୫୫୦୦ରୁ ଅଧିକ ଛାତ୍ରୀଙ୍କ ସେକ୍ସ ଭିଡିଓ,ସମଗ୍ର ପାକିସ୍ତାନରେ ଚହ​ଳ

    ପାକିସ୍ତାନର ବାହାୱଲପୁରସ୍ଥିତ ଇସଲାମିଆ ବିଶ୍ୱବିଦ୍ୟାଳୟ(ଆଇୟୁବି)ର ୫୫୦୦ରୁ ଅଧିକ ଛାତ୍ରୀଙ୍କ ସେକ୍ସ ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ପାକିସ୍ତାନରେ ଚହ​ଳ ପଡ଼ିଯାଇଛି । ଏହି ଘଟଣାର କମ୍ପନ ଯୋଗୁଁ ପାକିସ୍ତାନର କେନ୍ଦ୍ରୀୟ ସରକାର ବି ଦୋହଲି ଯାଇଛି । କାରଣ ଏହି ମେଗା ସେକ୍ସ ସ୍କାଣ୍ଡାଲର ମାଷ୍ଟରମାଇଣ୍ଡ ଜଣେ ମନ୍ତ୍ରୀଙ୍କ ପୁଅ ବୋଲି ଜଣାପଡ଼ିଛି ।

    ସେହବାଜ ସରିଫ କ୍ୟାବିନେଟରେ ଥିବା ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଚୌଧୁରୀ ତାରିକ୍ ବସିର ଚିମାଙ୍କ ପୁଅ ଚୌଧୁରୀ ଓ୍ବଲିଦାଦ୍ ଚିମା ଏହି ସ୍କାଣ୍ଡାଲର ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଛି । ଏହା ସହିତ ଆଇୟୁବିର ସୁରକ୍ଷା ମୁଖ୍ୟ ମେଜର ଏଜାଜ ଶାହା ମଧ୍ୟ ଏହି ସେକ୍ସ ଭିଡିଓ ଦୁର୍ନୀତିରେ ସମ୍ପୃକ୍ତ ଥିବା କୁହାଯାଉଛି । ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଓ୍ବଲିଦାଦ ଚିମାର ଡ୍ରଗ୍ସ କାରବାର ରହିଛି । ସେ ନିଜେ ନିଶାଶକ୍ତ ଅବସ୍ଥାରେ ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କୁ ଯୌନଶୋଷଣ କରିବା ସହ ଭିଡିଓ କରିଥାଏ । ସେହିପରି ସୟଦ୍ ଇଜାଜ ହୁସେନ ଶାହା ବିଶ୍ୱବିଦ୍ୟାଳୟର ଝିଅମାନଙ୍କୁ ଡ୍ରଗ୍ସ ଦେଉଥିଲେ ଏବଂ ଅଶ୍ଳୀଳ ଭିଡିଓ ରେକର୍ଡ କରୁଥିଲେ । ତଦନ୍ତବେଳେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଠାରୁ ପୁଲିସ ପାଖାପାଖି ୫୫୦୦ ସେକ୍ସ ଭିଡିଓ ଜବତ କରିଥିଲା।

    IUB କୁଳପତି ପ୍ରଫେସର ଡ. ନବୀନ ଅଖତରଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଆୟୋଜିତ

    ମନ୍ତ୍ରୀ ଚିମା ଏସମ୍ପର୍କରେ ଜାଣିବା ପରେ ନିଜ ପୁଅକୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ତେବେ ଏହି ଘଟଣା ପରେ ତାଙ୍କ ରାଜନୈତିକ ଭାବମୂର୍ତ୍ତୀ ପ୍ରତି ବିପଦ ଆସିଯାଇଛି । ଆସନ୍ତା ନିର୍ବାଚନରେ ସେ ନିଜ ପୁଅକୁ ଛିଡ଼ା କରିବାକୁ ଯୋଜନା କରୁଥିଲେ ।

    https://twitter.com/i/status/1683064659719467008
  • ଆଇନକୁ ହାତକୁ ନେଲେ ଅସଲ ରୂପ ଦେଖାଇବ ପୋଲିସ

    ଆଇନକୁ ହାତକୁ ନେଲେ ଅସଲ ରୂପ ଦେଖାଇବ ପୋଲିସ

    ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଆଇନକୁ ହାତକୁ ନେଲେ ହାତକଡି ପିନ୍ଧାଇବା ସହ ପୋଲିସ ଦେଖାଇବ ତାର ଅସଲ ରୂପ। ପେଶାଦାର ଅପରାଧୀଙ୍କୁ ଗିରଫ କରି ଟ୍ରେଲର ଦେଖାଇଥିବା ପୋଲିସ ଆଜି ଦେଖାଇଛି ପୂରା ଫିଲ୍ମ ।

    ଭରତପୁର ଥାନା ବରମୁଣ୍ଡା ମହାବୀର ନଗର ବସ୍ତିରେ ନିଶା ବେପାର ଚଳାଇଥିବା ରାଜନ ନାୟକର ଘରେ ବୁଲଡୋଜର ବୁଲାଇଛି ପୋଲିସ। ଅଭିଯୁକ୍ତ ୧୦ ବର୍ଷରୁ ଅଧିକ ସମୟ ଧରି ଉକ୍ତ ବସ୍ତିରେ ନିଶା ବେପାର ଚଳାଉଥିବା ନେଇ ମହିଳା ସଂଗଠନ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ସୁଦ୍ଧା ଜାମିନରେ ଆସି ନିଶା ବେପାର ଚଳାଇଥିଲା ।

    ଦୀର୍ଘଦିନ ଧରି ସରକାରୀ ଜାଗାରେ ଘର କରି ନିଶା ବେପାର କରିବା ସହ ଅପରାଧ ଘଟାଉଥିଲେ ରାଜନ । ତେବେ ପୋଲିସ ଏହି ଅପରାଧ ସାମ୍ରାଜ୍ୟର ଅନ୍ତ କରିବାକୁ ରାଜନ ନାୟକର ଘରେ ବୁଲଡୋଜର ବୁଲାଇଛି । ଅପରାଧ ଓ ଅପରାଧୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି କମିଶନରେଟ ପୋଲିସ ଆପଣାଉଥିବା ସୂଚନା ଦେଇଛନ୍ତି ଭରତପୁର ଥାନାଧିକାରୀ ।

  • ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ

    ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ

    ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ପୁଲିସ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ମହିଳା ଏଏସ୍‌ଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

    ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା କିଆକଟା ଥାନାର ଏଏସ୍‌ଆଇ ନବୀନ ଶତପଥୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେହିପରି ଗତ ୨୧ ତାରିଖରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଥିଲେ। ଜୁଲାଇ ୧୯ ତାରିଖରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ ୫୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜୁଲାଇ ୧୩ ତାରିଖରେ ୧୫ ହଜାର ଲାଞ୍ଚ ନେଲା ବେଳେ ଭୁବନେଶ୍ୱରର ସହିଦ ନଗର ଥାନା ଏଏସ୍‌ଆଇ ମମତା ବସ୍ତିଆଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ଜୁଲାଇ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏଏସ୍‌ଆଇ ନିର୍ମଳ କୁମାର ସେନାପତି।

    ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୁଲାଇ ୨୫ ତାରିଖରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ। ଜୁଲାଇ ୨୧ ତାରିଖରେ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ ବଲାଙ୍ଗିର ଡିପିସି ଅଫିସର ଜଣେ ମହିଳା ଅଧିକାରୀ ପୁଷ୍ପାଙ୍ଗିନୀ ଯୋଶୀ। ଜୁଲାଇ ୧୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବାଲେଶ୍ୱର-ମୟୂରଭଞ୍ଜ ବୃହ୍ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ରଞ୍ଜନ ଦାସ। ଜୁଲାଇ ୫ ତାରିଖରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳର ରାଜସ୍ୱ ନୀରିକ୍ଷକ ସୀମାଞ୍ଚଳ ସାହୁ।

  • ମଣିପୁର ମହିଳାଙ୍କ ଉପରେ ଘଟିଥିବା ନିର୍ଯ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ

    ମଣିପୁର ମହିଳାଙ୍କ ଉପରେ ଘଟିଥିବା ନିର୍ଯ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ

    ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବର କାଣ୍ଡ ପରେ ସାରା ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ଚାରିଆଡେ ଏହି ଘଟଣାକୁ ନେଇ ନିନ୍ଦା କରାଯାଉଥିବା ବେଳେ ଆକ୍ସନ ମୋଡକୁ ଆସିଛି ସିବିଆଇ । ଅପରାଧ ଘଟାଇଥିବା ଅପରାଧୀଙ୍କ ମଧ୍ୟରୁ ଏବେ ଯାଏଁ ୧୦ଜଣଙ୍କୁ ଗିରଫ କରିଛି ସିବିଆଇ ଟିମ୍ । ମହିଳାଙ୍କ ଉପରେ ଘଟିଥିବା ନିର୍ଯ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ କରିଛି ସିବିଆଇ । ପାଖାପାଖି ୩ମାସ ହେବ ମଣିପୁରରେ ହିଂସାକାଣ୍ଡା ଘଟିଆସୁଛି । ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇ ଚଲାଇ ନେବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ, ଗତ ଗୁରୁବାର ସିବିଆଇକୁ ତଦନ୍ତ ଭାର ସମ୍ଭାଳିବା ପାଇଁ ଦାୟିତ୍ୱ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଏହାସହିତ ମଣିପୁରରେ କିପରି ପୁଣି ଶାନ୍ତି ଫେରିବ ସେଦିଗରେ ଚେଷ୍ଟା ଜାରି ରହିଛି । ଗତ ସପ୍ତାହ ତଳେ ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଦୁଇ ମହିଳାଙ୍କ ସହ ଗଣ ଦୁଷ୍କର୍ମ ବି କରାଯାଇଥିଲା । ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ବାପା ଓ ଭାଇ ବିରୋଧ କରିବାରୁ ତାଙ୍କୁ ହତ୍ୟା କରିଦିଆଯାଇଥିଲା । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏହି ଘଟଣାକୁ ସୁପ୍ରିମକୋର୍ଟ ମଧ୍ୟ ନିନ୍ଦା କରିଥିଲେ । ତୁରନ୍ତ ଉଚିତ୍ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

  • ଶିଆଳ କାମୁଡ଼ାରେ ୪ ଶିଶୁ ସମେତ ୧୦ ଜଣ ଆହତ

    ଶିଆଳ କାମୁଡ଼ାରେ ୪ ଶିଶୁ ସମେତ ୧୦ ଜଣ ଆହତ

    ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ କାମୁଡ଼ିଲା ଶିଆଳ। ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ଗ୍ରାମବାସୀ ମଧ୍ୟ ଶିଆଳ ଆକ୍ରମଣରେ ଶିକାର ହୋଇଛନ୍ତି। ଶିଆଳ କାମୁଡ଼ାରେ ୪ ଶିଶୁ ସମେତ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡାଲଙ୍ଗ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ଆଜି ସକାଳେ ଏକ ଶିଆଳ ଅଙ୍ଗନବାଡି କେନ୍ଦ୍ରକୁ ପଶି ଆସିଥିଲା। ପିଲାମାନେ ଶିଆଳକୁ ଦେଖି ପାଟିତୁଣ୍ଡ କରିଥିଲେ। ପିଲାଙ୍କ ପାଟିତୁଣ୍ଡରେ ଶିଆଳଟି ଡରିଯାଇଥିଲା। ସେଠାରୁ ପଳାଇଯିବାକୁ ଚେଷ୍ଟା କରିଥିଲା। ତାହା ହାବୁଡରେ ଯେଉଁ ପିଲା ପଡ଼ିଥିଲେ ତାକୁ କାମୁଡ଼ିଥିଲା। ପାଟି ଶୁଣି ଗ୍ରାମବାସୀ ପିଲାମାଙ୍କୁ ଉଦ୍ଧାର କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ। ଶିଆଳକୁ କାବୁ କରିବା ପାଇଁ ଗ୍ରାମବାସୀମାନେ ଚେଷ୍ଟା କରିଥିଲେ। ହେଲେ ଶିଆଳଟି ମଧ୍ୟ ଗ୍ରାମବାସୀଙ୍କୁ କାମୁଡ଼ିଥିଲା। ପରେ ଗ୍ରାମବାସୀ ଶିଆଳଟିକୁ କାବୁ କରିଥିଲେ। ଆହତ ଗ୍ରାମବାସୀ ଓ ଶିଶୁଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

  • ମାଓବାଦୀଙ୍କ ସହିଦ ସପ୍ତାହ ପାଳନ,ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

    ମାଓବାଦୀଙ୍କ ସହିଦ ସପ୍ତାହ ପାଳନ,ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

    ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଳକରେ ମାଓବାଦୀଙ୍କ ଦବଦବା ରହିଥିବା ବେଳେ ହିସାଂକାଣ୍ଡକୁ ଏଡାଇବା ପାଇଁ ପୋଲିସ ସଜାଗ ରହିଛି ।

    ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି ରାୟଗଡା ଜିଲ୍ଲାର ସୀମାନ୍ତ କଳାହାଣ୍ଡି, କନ୍ଧମାଳ, ଗଜପତି ଓ କୋରାପୁଟ ସୀମାନ୍ତରେ ବିଏସଏଫ୍, ସିଆରପିଏଫ୍, ଡିଭିଏଫ୍, ଏସ୍ଓଜି ଓ କେନ୍ଦ୍ରୀୟ ଯବାନ ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

    ନିୟମଗିରି ଅଞ୍ଚଳରେ ପୋଲିସ ଓ ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଜାରି ରହିଛି । ଅନ୍ୟପଟେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟର ଓ ବ୍ୟାନର ଲଗାଇ ନିଜ ଉପସ୍ତିତିକୁ ଜାହିର କରିଛନ୍ତି ।

    ଏହାକୁ ଦୃଷ୍ଟିରେ ରଖି କିଛି ଜାଗାକୁ ବସ ଚଳାଚଳକୁ ବନ୍ଦ ରଖିଛି ଓଏସ୍ଆରଟିସି । ବିଶେଷ କରି ରାୟଗଡା-ଥୁଆମାଳରାମପୁର, ରାୟଗଡା-ଚନ୍ଦ୍ରପୁର, ରାୟଗଡା-ନାରାୟଣପାଟଣା, ରାୟଗଡା-ଗୁଲୁଗୁଡା, ରାୟଗଡା-ବ୍ରହ୍ମପୁର ଓ ସାନ୍ଦୁବାଡି-ନାରାୟଣପାଟଣାକୁ ଆଜିଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ କିଛି ଯାଗାକୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି ।

    ତେବେ ସମସ୍ତ ପ୍ରକାର ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୋଲିସ ସଜାଗ ରହିଥିବା ରାୟଗଡା ଅତିରିକ୍ତ ଏସ୍ପି ବିଷ୍ଣୁପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।

  • ପୁଣି ଦୁଷ୍କର୍ମର ଶିକାର ହେଲା ୪ ବର୍ଷର ନାବାଳିକା

    ପୁଣି ଦୁଷ୍କର୍ମର ଶିକାର ହେଲା ୪ ବର୍ଷର ନାବାଳିକା

    ଜଗତସିଂହପୁର ପାରାଦୀପ ଅଞ୍ଚଳରେ ଘଟିଯାଇଛି ଲଜ୍ୟାଜନକ ଘଟଣା । ବିଳମ୍ବିତ ରାତ୍ରିରେ ଏକ ୪ ବର୍ଷର ଶିଶୁ କନ୍ୟା କୁ ଦୁଷ୍କର୍ମ ହୋଇଥିବା ନେଇ ଜଟାଧାରୀ ମହାଣ ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୪ ବର୍ଷର ଶିଶୁ କନ୍ୟା ହଠାତ ଘରୁ ନିଖୋଜ ହୋଇଯାଇଥିଲା । ବାପା ମା ରାତିସାରା ଖୋଜାଖୋଜି କରୁଥିବା ସମୟରେ ଜଣେ ବୟସ୍କ ବ୍ୟକ୍ତି ଶିଶୁ କନ୍ୟା କୁ ଗୁରୁତର ଅବସ୍ଥାରେ ବାପା,ମାଙ୍କ ପାଖରେ ଆଣି ପହଂଚାଇଥିଲେ । ତେବେ ନାବାଳିକାର ଯୌନାଙ୍ଗରୁ ରକ୍ତସ୍ରାବ ହେଉଥିବାରୁ ପରିବାର ଲୋକେ ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ଆଜି ସକାଳୁ ପ୍ରଥମେ ଶିଶୁ କନ୍ୟା କୁ ଅଠରବାଙ୍କ ବିଜୁ ମେମୋରିଆଲ ହସ୍ପିଟାଲକୁ ନେବା ପରେ ଡାକ୍ତର ପ୍ରଥମେ ପ୍ରାଥମିକ ଚିକିତ୍ସା କରିବାପରେ ପରବର୍ତ୍ତୀ ମୁହୂତିରେ ଅଧିକ ଚିକିତ୍ସାପାଇଁ ଜଗତସିଂହପୁର ମେଡିକାଲକୁ ପଠାଇ ଦେଇଛନ୍ତି। ତେବେ ଏ ନେଇ ଜଟାଧାରୀ ମୂହାଣ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଏବଂ ଶିଶୁ କନ୍ୟା କୁ ଉଦ୍ଧାର କରିଥିବା ବୟସ୍କ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ପଚରା ଉଚରା ଜାରି ରହିଛି ।

  • ଦୁବାଇ ରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

    ଦୁବାଇ ରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

    ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଜଗନାଥପୁର ଗ୍ରାମର ସୁଦର୍ଶନ ଦଣ୍ଡସେଣାଙ୍କ ପୁଅ ସୁମନ ଦଣ୍ଡସେଣl (୨୪ ) ଘରର କରଜ ସୁଜିବା ନିମନ୍ତେ ଯାହାକି ଅଧିକ ରୋଜଗାର ଆଶାରେ ଜଣେ ଶ୍ରମିକ ଭାବେ କାମ କରିବାକୁ ଚଳିତ ବର୍ଷ ଫେବୃଆରୀ ମାସରେ ବାଣପୁରରୁ ସୁଦୂର ଦୁବାଇ ଗଲ୍ଫ ଏସିଆ ଙ୍କମ୍ପାନୀରେ କାମ କରିବାକୁ ମୁମ୍ବାଇ ଓ.ଏମ.ଜୀ ଏଜେନସି ମାଧ୍ୟମରେ ଯାଇଥିଲେ l ତେବେ ସେଠାରେ ଚଳିତ ମାସ ୨୦ ତାରିଖ ଗୁରୁବାର ଦିନ ସୁମନ ର ମୃତ୍ୟୁ ଘଟିଛି ବୋଲି ଶୁକ୍ରବାର ସନ୍ଧ୍ୟାରେ ଦୁବାଇ ରୁ ତାଙ୍କ ଘରକୁ ଖବର ଆସିଥିଲା l ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ, ଦୁବାଇରୁ ବିମାନ ଯୋଗେ ବିଶାଖାପାଟନାମ୍ ବିମାନ ବନ୍ଦରରୁ ଆମ୍ବୁଲାନ୍ସ ଯୋଗେ ଗୁରବାର ରାତି ୮.୩୦ ସମୟରେ ନିଜ ବାସଭବନ ରେ ପହଞ୍ଚିଥିଲା ସୁମନଙ୍କ ମର ଶରୀର l ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ସ୍ମଶାନରେ ଶବ ସଂସ୍କାର କରାଯାଇଥିଲା l ସୁମନଙ୍କ ପରିବାର ଲୋକେ କହିବା ମୁତାବିକ ସାତଦିନ ତଳେ ଗୁରୁବାର ଦିନ ସୁମନର ସେଠାରେ କିପରି ମୃତ୍ୟୁହେଲା ତାହା କମ୍ପାନୀ ଆମକୁ ଜଣାଇନଥିଲା l କିନ୍ତୁ ସୁମନ ର ମୃତ୍ୟୁ ହୋଇଛି ବୋଲି ଆମ ପାଖକୁ ଶୁକ୍ରବାର ରାତିରେ ଖବର ଆସିଥିଲା l ଆମେ ଗରିବ ଆମର ରୋଜଗାରିଆ ପୁଅର କିପରି ମୃତ୍ୟୁ ହେଲା ତାହା ଆମକୁ ଜଣାନାହିଁ l ଓଡ଼ିଶା ସରକାରଙ୍କ ମାଧ୍ୟମରେ ଦୁବାଇ ରେ ଥିବା ଭାରତ ଏମ୍ବାସି ସହଯୋଗରେ ଗଲ୍ଫ ଏସିଆ କମ୍ପାନୀ ଠାରୁ ଆମକୁ କିଛି ସାହାଯ୍ୟ କରିବା ପାଇଁ ପରିବାର ଲୋକେ ରାଜ୍ୟ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି l