Blog

  • ବନ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି

    ବନ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି

    ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଗତ ଦୁଇ ଦିନ ଧରି ସାରା ରାଜ୍ୟରେ ଝିପି ଝିପିରୁ ନେଇ ଅତି ପ୍ରବଳ ବର୍ଷା ଲାଗି ରହିଥିବାରୁ, ଅନେକ ଜିଲ୍ଲାରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ଏପରି ସ୍ଥଳେ ଆଗାମୀ 24 ଘଣ୍ଟା ଯାଏଁ, 10ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି 83.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଶେଷ ଖବର ମିଳିଥିବା ଯାଏଁ ଅନେକ ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ଜଳ ବା ପ୍ରବଳ ବର୍ଷାର ଉଛୁଳା ଜଳ ତଳିଆ ଅଂଚଳରେ ପ୍ରବେଶ କରିବା ଆରମ୍ଭ କରିଛି । ଏହାକୁ ନେଇ ରାଜ୍ୟ ସ୍ପେଶାଲ ରିଲିଫ କମିଶନର ଗୁରୁତ୍ବ ପୂର୍ଣ୍ଣ ବୈଠକ ଡାକିଛନ୍ତି ।

    ଲଗାଣ ବର୍ଷା ଓ ଆଗାମୀ ରେଡ୍ ୱାର୍ଣ୍ଣିଂକୁ ନଜରରେ ରଖି ଏସଆରସି ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆଳୋଚନା କରିଛନ୍ତି । ବିଶେଷ କରି ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାପାଳମାନଙ୍କୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ବର୍ଷା ଜଶ ପ୍ରବେଶ କରୁଛି, ସେଠାରେ ପ୍ରଭାବିତ ଲୋକମାନଙ୍କୁ ଥଇଥାନ କରିବା ସହ ରନ୍ଧା କିମ୍ବା ଶୁଖିଲା ଖାଦ୍ୟ ଦେବା ସହ ପାନୀୟ ଜଳ ଓ ରହିବା ବନ୍ଦୋବସ୍ତ ପାଇଁ କୁହାଯାଇଛି । ସ୍ଥିତି ଉପରେ ନଜର ରଖି, ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି । ବିଶେଷ କରି ଅନୁଗୋଳ, ବାଲେଶ୍ବର, ବରଗଡ, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦୁଝର, କଳାହାଣ୍ଡି, ମୟୁରଭଂଜ, ନୂଆପଡା, ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲପାଳଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ଏସଆରସି । ସରକାରୀ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ସାପ କାମୁଡା ଇଂଜେକ୍ସନ୍ ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡିଲେ ଜିଲ୍ଲାପାଳ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି । ରାସ୍ତା ଉପରେ ପାଣି ଚାଲୁଥିଲେ, କମ୍ବା ଗଛ ଉପୁଡି ପଡିଥିଲେ ଏହାକୁ କିପରି ଗମନାଗମନ ଯୋଗ୍ୟ କରି ହେବ ତାହାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

    ବୌଦ୍ଧ,ମୟୁରଭଂଜ, ସୁବର୍ଣ୍ଣପୁର ଅନୁଗୋଳ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର,ଯାଜପୁର,ଭଦ୍ରକ ଜିଲ୍ଲାରେ ଉଦ୍ଧାରକାରୀ ଦଳ ମୁତୟନ ସହ ପୀଡିତଙ୍କୁ ସାହାଯ୍ୟ କରିବା ଲାଗି ଅଗ୍ନିଶମ ବିଭାଗ ଡିଜିଙ୍କୁ ଅନୁରୋଧ କରାଯାଇଛି । ସେହିପରି କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ରେଢାଖୋଲରେ ଆଗାମୀ 2 ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ପାଇଁ ଆକଳନ ଥିବାରୁ ସେଠାରେ ଓଡ୍ରାଫ୍ ଟିମ୍ ମୁତୟନ ପାଇଁ କୁହାଯାଇଛି । ସେହିପରି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଏସିଆରିସି ବିଭିନ୍ନ ନଦୀ ଜଳର ମଧ୍ୟ ସମୀକ୍ଷା କରିଛନ୍ତି । ଲଗାଣ ବର୍ଷା ସ୍ଥିତିକୁ ଦେଖି ଦେବଗଡ ଜିଲ୍ଲାରେ ଆଜି ଓ ଆସନ୍ତାକାଲି 2 ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

  • ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କଲା ବିଜେଡି

    ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କଲା ବିଜେଡି

    ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜେଡି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା ମଲ୍ଲିକ। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ।

    ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ । ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ସେ ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହିଦିନ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ।ଏହାପରେ ବିଧାନସଭା ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମେ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ।

  • ବିକ୍ରି ମୂଲଚାଲ ବେଳେ ବଜ୍ରକାପ୍ତା ଉଦ୍ଧାର

    ବିକ୍ରି ମୂଲଚାଲ ବେଳେ ବଜ୍ରକାପ୍ତା ଉଦ୍ଧାର

    ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ମାଡି ବସିଲା ବନ ବିଭାଗ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଘଟଣାରେ ରାଇରଙ୍ଗପୁର ନିକଟରୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡ଼ି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ଏହି ସୂଚନା ଦେଇଛନ୍ତି।

    ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ବନବିଭାଗ ପୂର୍ବ ସୂଚନା ଅନୁସାରେ ଯୋଜନାବଦ୍ଧ ଭାବେ ଏହି ସଫଳତା ପାଇଛି। ଗିରଫ ହୋଇଥିବା ୮ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

  • ବୈତରଣୀରେ ବିପଦ ସଂକେତ

    ବୈତରଣୀରେ ବିପଦ ସଂକେତ

    ଲଘୁଚାପ ପ୍ରଭାବରୁ କେନ୍ଦୁଝର ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଜାରି ରହିଛି। ଆଜି ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମି.ମି ବର୍ଷା ହୋଇଥିବା ବେଳେ ଆନନ୍ଦପୁର ରେ ୯୬.୨ ମିଲିମିଟର ବର୍ଷା ହୋଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁ ବଢିବାକୁ ଲାଗିଛି ବୈତରଣୀ ନଦୀ। ନଦୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏବେ ୩୮.୯୦ ମିଟରରେ ଜଳସ୍ତର ରହିଛି। ଆଜି ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଚାଲିଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଉପୁଜିବା ସହିତ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଅନୁମାନ କରାଯାଉଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

  • ପ୍ରବଳ ବର୍ଷାରେ କେନ୍ଦୁଝର ବେହାଲ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନ ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

    ପ୍ରବଳ ବର୍ଷାରେ କେନ୍ଦୁଝର ବେହାଲ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନ ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

    କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି । ତେଲକୋଇ ବ୍ଲକ ରେ ଥିବା ସମାକୋଇ ନଦୀ ଉପରେ ୧୦ଫୁଟର ପାଣି ଯାଉଛି, ଯାହାଫଳରେ ତେଲକୋଇରୁ ଭୁବନେଶ୍ୱର, ଯାଜପୁର, ତାଳଚେର, ଅନଗୁଳ, ସମ୍ବଲପୁର ଏହିପରି ପ୍ରାୟ ଜାଗାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।ଏଥିସହିତ ଜିଲ୍ଲାର ପାଟଣା ବ୍ଲକ, ଚମ୍ପୁଆ ବ୍ଲକ, ହରିଚନ୍ଦନପୁର ଭଳି ବ୍ଲକ ଗୁଡିକରେ ଛୋଟ ଛୋଟ ନଦୀ ନାଳ ଥିବା ପୋଲ ଉପରେ ପାଣି ଚାଲୁ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।

  • ସବୁଜ ସମାଜ ଗଢିବା ପାଇଁ, ବୃକ୍ଷ ରୋପଣ

    ସବୁଜ ସମାଜ ଗଢିବା ପାଇଁ, ବୃକ୍ଷ ରୋପଣ

    ସବୁଜ ସମାଜ ଗଡ଼ିବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରଖିଛି ଓଡିଶା ଜନ କଲ୍ୟାଣ ସେବା ସଂଗଠନ। ପୁରୀ ଜିଲ୍ଲା ନିମାପଡା ବ୍ଲକ ହରିପୁର ଗ୍ରାମର ପ୍ରସିଧ୍ୟ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ବୃକ୍ଷ ରୋପଣ କରାଯାଇଛି । ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ଓ ସବୁଜ ସମାଜ ଗଡ଼ିବା ପାଇଁ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ର ସଭାପତି ଲଳିତ ବରାଳ ଆଗକୁ ଆସିଥିଲେ ଓ ସଂଗଠନର ଯୁବ ସଦସ୍ୟ ଏଥିରେ ସାହାଯ୍ୟ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟ ରେ ସଂଗଠନ ସଭାପତି ଲଳିତ ବରାଳ ସଂଗଠନ ର ସଦସ୍ୟ ପ୍ରଭାତ ସାହାଣୀ, ସସିକାନ୍ତ ବେହେରା ,ଜଗନ ସ୍ୱାଇଁ,ପପୁ ସ୍ୱାଇଁ,ଜାଗା ସାହାଣୀ,ରାଜୁ ,ପବିତ୍ର ,ସିଲୁ , ପଦିଆ ଓ ଭଗବାନ ସାହୁ ଉପସ୍ଥିତ ରହି ବୃକ୍ଷ ରୋପଣରେ ସାହାଯ୍ୟ କଲେ। ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକ ମାନେ ଓ ମନ୍ଦିର ପୂଜକ ବହୁତ ଖୁସି ଅନୁଭବ କରିଥିଲେ ଓ ସଂଗଠନ କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଧିକ ମାତ୍ରା ରେ ଜାରି ରହିବବୋଲି କହିଛନ୍ତି ସଂଗଠନର ସଭାପତି ଲଳିତ ବରାଳ, ସବୁ ପ୍ରକାର ର ସେବାରେ ଏବେ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ।

  • ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲା କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି । ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏଣେ ବର୍ଷାରେ ତେଲକୋଇ ବେହାଲ। ସମାକୋଇ ପୋଲ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ। ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ। ତେଲକୋଇ-ଭୁବନେଶ୍ବର ଯୋଗାଯୋଗ ବିଚ୍ଛିନ୍ନ।

    ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି ।

    ଭୋର ୪ଟାରୁ ସମାକୋଇ ନଦୀର ଦୁଇ ମୁଣ୍ତରେ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡ଼ିମଟର ଅଟକି ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରାଯାଇଛି। ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି। ତେଣେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡି,ସ୍କୁଲ ଓ +୨କଲେଜକୁ ଛୁଟି ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ।

    ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

    ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତା’ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି ।