Blog

  • ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

    ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

    ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

    ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ବିଭିନ୍ନ ସ୍ଥାନରେ ଲୋକଙ୍କ ଅନୁରୋଧକୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ୩ଟି ନୂତନ ବୃହତ ସେତୁର ନିର୍ମାଣ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

    ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି। ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ। ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବରଗଡ ଓ ବରପାଲି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ସହିତ ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଯୋଗାଯୋଗର ସୁବିଧା ସୃଷ୍ଟି ହେବ। ଏହାଦ୍ୱାରା ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଉପକୃତ ହେବେ।

    ସେହିପରି ବରଗଡ ପୌରାଞ୍ଚଳ ଆଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ବରଗଡ ଜିଲ୍ଲା ମୁଖ୍ୟାଳୟ ସହିତ ପରପାଲି ଓ ଭେଡେନ ବ୍ଲକ ମୁଖ୍ୟାଳୟକୁ ଯୋଡିବ । ଏହାଦ୍ୱାର ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।

    ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ। ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଭଟଲି ବ୍ଲକ ମୁଖ୍ୟାଳୟକୁ ବରଗଡ ଓ ଅତାବିରା ବ୍ଲକ ମୁଖ୍ୟାଳୟକୁ ଯୋଡିବ। ଏହାଦ୍ୱାରା ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।

  • ପଥର ଖାଦାନରେ ବ୍ଲାଷ୍ଟିଂ,ତଳେ ଛଟପଟ ଶ୍ରମିକ

    ପଥର ଖାଦାନରେ ବ୍ଲାଷ୍ଟିଂ,ତଳେ ଛଟପଟ ଶ୍ରମିକ

    ପଥର ଖାଦାନରେ ବ୍ଲାଷ୍ଟିଂ ହୋଇ ୫ ଶ୍ରମିକ ଗୁରୁତର । ଏପରି ଏକ ଘଟଣା ଆଜି ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ପଥର ଖାଦାନରେ ଘଟିଛି। ଏହି ଅଘଟଣ ଯୋଗୁ ପଥର ତଳେ ଜଣେ ଶ୍ରମିକ ଚାପି ହୋଇ ଯାଇଥିବା ଜଣାଯାଇଛି ।ଆଜି ସକାଳେ ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ କରାଯାଇଥିଲା। ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଶ୍ରମିକଙ୍କ ଉପରେ ପଥର ଖଣ୍ଡମାନ ପଡ଼ିଥିଲା। ଫଳରେ ୫ ଜଣ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।ଏଥିସହ ଏବେବି ଜଣେ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳ ଅଭିମୁଖେ ଯାଇଥିବା ଜଣାଯାଇଛି।ସୂଚନାଯୋଗ୍ୟ, ସୋରର ବାଗୁଡ଼ିରେ ବାରମ୍ବାର ଏପରି ଅଘଟଣ ଘଟୁଛି l ହେଲେ ପ୍ରଶାସନ ଏପରି ଘଟଣା ପ୍ରତି ଆଖି ବୁଜି ଦେଉଥିବା ଆଲୋଚନା ହେଉଛି।

  • ୧୯, ୪୦୦ ଫୁଟ୍‌ ଉଚ୍ଚରେ ବିଶ୍ବର ସର୍ବୋଚ୍ଚ ସଡ଼କ ନିର୍ମାଣ କରିବ ଭାରତ

    ୧୯, ୪୦୦ ଫୁଟ୍‌ ଉଚ୍ଚରେ ବିଶ୍ବର ସର୍ବୋଚ୍ଚ ସଡ଼କ ନିର୍ମାଣ କରିବ ଭାରତ

    ସ୍ବାଧୀନତାର ୭୭ତମ ବାର୍ଷିକୀ ପାଳନ ଦିନ ପୂର୍ବ ଲଦାଖର ହାନ୍‌ଲେ ନିକଟରେ ‘ବିଆର୍‌ଓ’ ‘ଲିକାରୁ-ମିଗ୍‌ଲା-ଫୁକ୍‌ଚେ’ ସଡ଼କ ନିର୍ମାଣ ଆରମ୍ଭ କରିଛି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳଠାରୁ ୩ କିଲୋମିଟର୍‌ ଦୂରରେ ନିର୍ମାଣ ଚାଲିଥିବା ୬୪ କିଲୋମିଟର୍‌ ଦୀର୍ଘ ବିଶ୍ବର ଏହି ସର୍ବୋଚ୍ଚ ସଡ଼କ ଲିକାରୁକୁ ଫୁକ୍‌ଚେ ସହିତ ସଂଯୋଗ କରିବ। ଏହି ପ୍ରକଳ୍ପ ନିମନ୍ତେ ଆନୁମାନିକ ୫୨୦ କୋଟି ଟଙ୍କାର ବଜେଟ୍‌ କରାଯାଇଛି। ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ ନିକଟରେ ସମୁଦ୍ର ପତ୍ତନଠାରୁ ୧୯,୪୦୦ ଫୁଟ୍‌ ଉଚ୍ଚରେ ମଟର ଗାଡ଼ି ଚଳାଚଳ ନିମନ୍ତେ ରାସ୍ତା ନିର୍ମାଣ କରି ଭାରତ ବିଶ୍ବ ରେକର୍ଡ କରିବ ବୋଲି ‘ବର୍ଡର୍‌ ରୋଡ୍‌ସ୍‌ ଅର୍ଗାନାଇଜେସନ୍‌’ (ବିଆର୍‌ଓ) ସୂଚନା ଦେଇଛି। ସୈନ୍ୟମାନଙ୍କ ଗମନାଗମନ ନିମନ୍ତେ ଉଦ୍ଦିଷ୍ଟ ଏହି ସଡ଼କ ନିର୍ମାଣ ନିମ‌େନ୍ତେ ‘ବିଆର୍‌ଓ’ ସବୁଠୁ ଭଲ ଯନ୍ତ୍ରପାତି ଓ ବୈଜ୍ଞାନିକ ପଦ୍ଧତି ଉପଯୋଗ କରୁଛି। ଏଥିରେ ବ୍ୟବହୃତ ସାମଗ୍ରୀ ଭୀଷଣ ତୁଷାରପାତରେ ବି ଏହି ରାସ୍ତାର ବିଶେଷ କ୍ଷତି କରାଇଦେବ ନାହିଁ। ‘ବିଆର୍‌ଓ’ର ମହାନିର୍ଦେଶକ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରାଜୀବ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ସଡ଼କ ଯୋଗୁଁ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନଯାପନ ମାନ ବୃଦ୍ଧି ପାଇବ। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ଉନ୍ନତି ଘଟିବ। ଏହା ପୂର୍ବରୁ ୨୦୨୧ରେ ‘ବିଆର୍‌ଓ’ ୧୯,୦୨୪ ଫୁଟ୍‌ ଉଚ୍ଚରେ ନିର୍ମାଣ କରିଥିବା ‘ଉମ୍‌ଲିଙ୍ଗ୍‌ ଲା’ ଘାଟି ଯାନବାହାନ ଚଳାଚଳ ଉପଯୋଗୀ ବିଶ୍ବର ସର୍ବୋଚ୍ଚ ସଡ଼କ ଭାବେ ରେକର୍ଡ କରିଥିଲା।

  • ଆଜି ଅଭିନେତ୍ରୀ ମନୀସାଙ୍କ ଜନ୍ମଦିନ

    ଆଜି ଅଭିନେତ୍ରୀ ମନୀସାଙ୍କ ଜନ୍ମଦିନ

    ୧୯୭୦ ମସିହା ଅଗଷ୍ଟ ୧୬ ତାରିଖରେ ମନୀଷା କୋଇରାଲା ନେପାଳର କାଠମାଣ୍ତୁରେ ଜନ୍ମଗ୍ରହଣ କରିଥିଲେ। ୯୦ ଦଶକରେ ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଥିଲେ ମନୀଷା । ତାଙ୍କ ସୌନ୍ଦର୍ଯ୍ୟର ଉଦାହରଣ ଆଜି ବି ଦିଆଯାଇଥାଏ । ମନୀଷାଙ୍କ ନେପାଳର ଏକ ରାଜନୈତିକ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ପ୍ରକାଶ କୋଇରାଲା ଓ ମାତାଙ୍କ ନାମ ସୁଷମା ଅଟେ। ସେ କେବେ ବି ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖି ନଥିଲେ, ସେ ଡାକ୍ତର ହେବାକୁ ଚାହୁଁଥିଲେ କିନ୍ତୁ ମଡେଲିଂ ତାଙ୍କ ପାଇଁ ବଲିଉଡ଼ର ନେଇ ବାଟ ଖୋଲିଥିଲା ​​। ଅଭିନେତ୍ରୀ ଦିଲୀପ କୁମାର ଓ ରାଜକୁମାରଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ନଜର ଆସିଥିଲେ । ମନୀଷା ୧୯୮୯ ମସିହାରେ ନେପାଳୀ ଚଳଚ୍ଚିତ୍ର ‘ଫେରି ଭେଟୁଲା’ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସୁଭାଷ ଘାଇ ତାଙ୍କୁ ବଲିଉଡରେ ପ୍ରଥମ ବ୍ରେକ୍ ଦେଇଥିଲେ। ୧୯୯୧ ମସିହାରେ ‘ସୌଦାଗର’ ଚଳଚ୍ଚିତ୍ରରୁ ସେ ନିଜ ବଲିଉଡ଼ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସୌନ୍ଦଯ୍ୟ ଓ ଅଭିନୟ ଦେଖି ତାଙ୍କୁ ଅନେକ ଫିଲ୍ମରେ କାମ କରିବା ନେଇ ଅଫର ମିଳିଥିଲା ଏହାପରେ ମନୀଷା କେବେ ପଛକୁ ଫେରି ଚାହିଁ ନଥିଲେ । ‘ଆକେଲେ ହମ୍ ଆକେଲେ ତୁମ୍’, ‘ଅଗ୍ନିସାକ୍ଷୀ’, ‘ବମ୍ବେ’, ଖାମୋସି ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ଅଭିନେତ୍ରୀଙ୍କ ନାମ ନାନା ପାଟେକରଙ୍କ ସହ ଯୋଡ଼ାଯାଇଥିଲା କିନ୍ତୁ ନେପାଳର ବ୍ୟବସାୟୀ ସମ୍ରାଟ ଦହଲଙ୍କୁ ବିବାହ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।ଏହି ବିବାହ କେବଳ ଦୁଇ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା । ପରେ ଦୁହେଁ ପରସ୍ପରଠାରୁ ଛାଡପତ୍ର ନେଇଥିଲେ। ଏହାର କିଛି ବର୍ଷ ପରେ ମନୀଷା ଓଭାରି କ୍ୟାନ୍ସରରେ ପୀଡ଼ିତ । ବହୁ ବର୍ଷ ଧରି କର୍କଟ ସହ ସଂଷର୍ଘ କରିବା ପରେ ଶେଷରେ ସେ କ୍ୟାନସର ମୁକ୍ତ ହୋଇଥିଲେ । ସେ ନ୍ୟୁୟର୍କରୁ ଫିଲ୍ମ ମେକିଙ୍ଗେରେ ଡିଗ୍ରୀ ହାସଲ କରିଛନ୍ତି ।