Blog

  • ୪୦୦ ବର୍ଷ ପୁରୁଣା କଙ୍କାଳର ଅବଶିଷ୍ଟାଂଶ ଉଦ୍ଧାର

    ୪୦୦ ବର୍ଷ ପୁରୁଣା କଙ୍କାଳର ଅବଶିଷ୍ଟାଂଶ ଉଦ୍ଧାର

    ପୋଲାଣ୍ଡର ପ୍ରତ୍ନତତ୍ୱବିତଙ୍କୁ ମାଟି ତଳୁ ମିଳିଛି ଆଶ୍ଚର୍ଯ୍ୟ ଚକିତ କଲାପରି କିଛି ଜିନିଷ। ଉଦ୍ଧାର ସାମଗ୍ରୀରୁ ଦେଖିବାକୁ ମିଳିଛି ପ୍ରାଚୀନ କାଳରେ ପୋଲାଣ୍ଡବାସୀଙ୍କ ଭିତରେ ଥିବା ଅନ୍ଧବିଶ୍ୱାସର ଝଲକ । ପୋଲାଣ୍ଡର ଏକ ଗାଁରେ ମାଟି ଖୋଳିବା ବେଳେ ପ୍ରତ୍ନତତ୍ୱବିତଙ୍କ ହାତରେ ଲାଗିଛି ଏକ ଛୋଟ ପିଲାର କଙ୍କାଳର ଅବଶେଷାଂଶ। ପରୀକ୍ଷାରୁ ଜଣାପଡିଛି କି, ଏହା ୪୦୦ ବର୍ଷ ପୁରୁଣା। ଛୁଆଟିକୁ ଅତ୍ୟନ୍ତ ଭୟଙ୍କର ରୂପେ ପୋତା ଯାଇଥିଲା। ତାର ମୁଣ୍ଡକୁ ମୋଡା ଯିବା ସହ ତାର ଗୋଡରେ ପକାଯାଇଥିଲା ତାଲା। ଏହି ତାଲାଟି ଥିଲା ବହୁତ ଓଜନ ମଧ୍ୟ। ଏପରି କଙ୍କାଳ ଗବେଷଣାକାରୀ ପ୍ରତ୍ନତତ୍ୱବିତଙ୍କ ଉଡାଇ ଦେଇଥିଲା ହୋସ।


    ତେବେ ପିଲାଟିର କଙ୍କାଳକୁ ନେଇ ସ୍ଥାନୀୟ ବାସିନ୍ଦା କୁହନ୍ତି କି, ହୁଏତ ଏହା କୌଣସି ଭାମ୍ପାୟାର ଶିଶୁ ଥିଲା। ହୁଏତ ସେତେବେଳେ ଶିଶୁଟି ଭାମ୍ପାୟାର ବା ପିଶାଚ ଶିଶୁ ଭାବେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଥିଲା। ତେଣୁ ପିଲାଟିର ମୁଣ୍ଡ ମୋଡି ପୋତା ଯିବା ସହ ଏହି ପିଶାଚ ଯେମିତି କବରରୁ ନ ଉଠେ ସେଥିପାଇଁ ତାର ପାଦରେ ପକା ଯାଇଥିଲା ତାଲା ।


    ନିକୋଲସ୍ କୋପରନିକସ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ୱବିତ ଟିମ ଗାଁର ନେକ୍ରୋପୋଲିସ କବର ମାଟି ଖନନ କରିଥିଲେ। ସେଠାରୁ ପ୍ରାୟ ୩୦ ଅନ୍ୟାନ୍ୟ ଅବଶେଷାଂଶ ଉଦ୍ଧାର ହୋଇଥିଲା। କଙ୍କାଳର ଅବଶେଷାଂଶର ପରୀକ୍ଷାରୁ ଏହା ୫ରୁ ୭ ବର୍ଷର ଶିଶୁର ଥିବା ଜଣାପଡିଛି। ଏହାପୂର୍ବରୁ ନେକ୍ରୋପୋଲିସରୁ ମଧ୍ୟ ଏକ ଭାମ୍ପାୟାର ମହିଳାଙ୍କ କଙ୍କାଳର ଅବଶେଷାଂଶ ଉଦ୍ଧାର କରାଯାଇଥିଲା। ସେହି ମହିଳାଙ୍କ ଗୋଡର ଅଙ୍ଗୁଳିରେ ତାଲା ପଡିଥିବା ବେଳେ ବେକରେ ଧାରଦାର ଅସ୍ତ୍ର ଲାଗିଥିଲା।

    ନେକ୍ରୋପୋଲିସ ଏକ ଗ୍ରୀକ ଶବ୍ଦ, ଯାହାର ଅର୍ଥ ଥିଲା ମୃତକଙ୍କ ସହର। ଅନ୍ୟପଟେ ଯେଉଁମାନଙ୍କୁ ପୋଲାଣ୍ଡ ପିଶାଚ ମଣୁଥିଲେ ସେମାନଙ୍କୁ ପୋତିବା କାଳରେ ଏପରି ପଦକ୍ଷେପ ନିଆଯାଇଥାଏ, କାରଣ ଏପରି ପୋତାଗଲେ ଭାମ୍ପାୟାର ବା ପିଶାଚ ବାହାରକୁ ଆସି ପାରି ନ ଥାଏ ବୋଲି ତତ୍କାଳୀନ ଲୋକଙ୍କ ଭିତରେ ବିଶ୍ୱାସ ରହିଥିଲା।

  • ସମବାୟ ସମିତିରେ ଋଣ ଦୁର୍ନୀତି, ଚାଷୀଙ୍କ କୋଟି କୋଟି ଟଙ୍କା ହଡପ ଅଭିଯୋଗ

    ସମବାୟ ସମିତିରେ ଋଣ ଦୁର୍ନୀତି, ଚାଷୀଙ୍କ କୋଟି କୋଟି ଟଙ୍କା ହଡପ ଅଭିଯୋଗ

    ସମବାୟ ସମିତିରେ ଋଣ ଦୁର୍ନୀତି ଅଭିଯୋଗ । ଚାଷୀଙ୍କ ନାଁରେ ଦୁଇ କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଇଙ୍ଗିନାଠୀ ସମବାୟ ସମିତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଚାଷୀ। ପୂର୍ବତନ ସମବାୟ ସମିତି ସଭାପତି ସୂର୍ଯ୍ୟକାନ୍ତ ନାୟକ ଓ ସମ୍ପାଦକ ବିଘ୍ନେଶ୍ୱର ଗୌଡ଼ ମିଶି ଚାଷୀଙ୍କ କୋଟି କୋଟି ଟଙ୍କା ଚଳୁ କରିଥିବା ହେଉଛି ଅଭିଯୋଗ । ଯାହାର ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ମଧ୍ୟ ରହିଛି। ଟିକେ ନଜର ପକାନ୍ତୁ ଏହି ଦସ୍ତାବିଜ୍ ଉପରେ। ଆର୍ଥିକ ବର୍ଷ ୨୦୧୬-୨୩ ପର୍ଯ୍ୟନ୍ତ ଅଞ୍ଚଳର ପ୍ରାୟ ୧୬୦ ରୁ ଅଧିକ ଚାଷୀଙ୍କ ନାମରେ ହୋଇଛି ଋଣ ହେଲେ ଚାଷୀ ହାତକୁ ଆସିନି ଟଙ୍କା।

    କାଳିଆ ବଳିଆ ଯୋଜନାରେ ଟଙ୍କା ଆସିବ କହି ସେମାନଙ୍କଠାରୁ ଆଧାର କାର୍ଡ ସହ ବିଭିନ୍ନ କାଗଜପତ୍ର ନେଇ ଠକିନେଇଛନ୍ତି କୋଟି କୋଟି ଟଙ୍କା । ଏବେ ସଭାପତି ଓ ସମ୍ପାଦକଙ୍କ ବଦଳି ପରେ ଟଙ୍କା ହଡ଼ପ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଇଙ୍ଗିନାଠି ଗ୍ରାମର ଶହ ଶହ ଚାଷୀ ।

    ପୂର୍ବତନ ସମବାୟ ସମିତି ସଭାପତି ଓ ସମ୍ପାଦକଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେଣେ ଚାଷୀ ହାତକୁ ଟଙ୍କା ଆସିନଥିବାରୁ ଋଣ ଛାଡ଼ କରିବାକୁ ଦାବି କରୁଛନ୍ତି ଚାଷୀ। ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳ ଦିବ୍ୟଶଙ୍କର ରାୟଙ୍କୁ ଦିଆଯାଇଛି ଦାବିପତ୍ର।

  • 5ଟି ସଚିବଙ୍କ ନାଚୁଣୀ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

    5ଟି ସଚିବଙ୍କ ନାଚୁଣୀ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

    ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣୀ ର ଗୋଦାବରୀଶ ଉଚ ବିଦ୍ୟାଳୟ ପଡିଆ ପରିସରରେ ଆୟୋଜିତ ବଶାଳ ସମାବେଶରେ ଯୋଗଦେଲେ 5ଟି ସଚିବ ଭି. କେ ପାଣ୍ଡିଆନ । ଆୟୋଯିତ ସମାବେଶରେ ହଜାର ହଜାର ସଂଖ୍ୟା ରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଉକ୍ତ ସମାବେଶରେ ସାଧାରଣ ଲୋକଙ୍କ ର 400 ଅଭିଯୋଗ ପତ୍ର ଗ୍ରହଣ କରିଥିଲେ 5ଟି ସଚିବ ।

    ରାଜ୍ୟରେ ମିଶନଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ବିଷୟରେ କିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ରାଜ୍ୟକୁ ବିକାଶ ଅଭିମୁଖି କରିବାରେ ସଂକଳ୍ପବଦ୍ଧ ସେ ନେଇ ମଧ୍ୟ କହିଥିଲେ ।ଏବଂ ସେତିକି ନୁହେଁ ବାଣପୁର ଏବଂ ଚିଲିକା ବ୍ଲକର ସମସ୍ଥ ସ୍କୁଲ କୁ 5ଟି ରେ ରୂପାନ୍ତରି କରଣ କରାଯାଇଥିବାର କହିଥିଲେ ।

    ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର, ଚିଲିକା ବ୍ଲକ ବିଭିନ୍ନ ସମସ୍ୟା କୁ ଯଥା ଶୀଘ୍ର ସମାଧାନ କରିବା ପାଇଁ ଦୃଷ୍ଟି କୁ ଆଣିବା ସହ ଗୁରୁତ୍ଵାରୋପ କରିଥିଲେ। ପୁରୀ ସତ୍ୟବାଦୀ ଗସ୍ତ ସମୟରେ କାଳିମାଡ଼ ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

  • ଶିକ୍ଷାବ୍ଯବସ୍ଥାର ବିକଳ ଚିତ୍ର, ପ୍ରଧାନ ଶିକ୍ଷକ ଏବଂ ସି ଆର ସିସି ମଧ୍ୟରେ ଖଣ୍ଡ ଯୁଦ୍ଧ

    ଶିକ୍ଷାବ୍ଯବସ୍ଥାର ବିକଳ ଚିତ୍ର, ପ୍ରଧାନ ଶିକ୍ଷକ ଏବଂ ସି ଆର ସିସି ମଧ୍ୟରେ ଖଣ୍ଡ ଯୁଦ୍ଧ

    ରାସ୍ତା ମଝିରେ ସିଆରସିସି ଏବଂ ପ୍ରଧାନ ଶିକ୍ଷକ ମଧ୍ୟରେ ଖଣ୍ଡଯୁଦ୍ଧ । ଯାହାର ଭିଡିଓ ଏବେ ମୋବାଲ କୁ ମୋବାଇଲ ଘୁରିବୁଲୁଛି। ଏପରି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଦୀର୍ଘଦିନ ହେଲା ମାଣିପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ମହାନ୍ତି ସ୍କୁଲର ମଧ୍ୟାହ୍ନ ଭୋଜନ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ପୋଷାକ ଦେଇ ନାହାନ୍ତି ।

    ଏହାକୁ ନେଇ ପ୍ରତିବାଦ କରିବାରୁ ଅବିଭାବକ ଏବଂ ସିଆରସିସିଙ୍କୁ ନାଲିଆଖି ଦେଖାଇବା ସହିତ ପୋଲିସର ଭୟ ଦେଖାଉଥିଲେ । ଏବିଷୟରେ ସିଆରସିସି ଲମ୍ବୋଦର ସାହୁ ଶିକ୍ଷକଙ୍କୁ ପଚାରିବାରୁ ସେ ଉତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

    ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

  • ଆଜି ଭାରତ ପାଇଁ ଏକ ଐତିହାସିକ ଦିନ,ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’

    ଆଜି ଭାରତ ପାଇଁ ଏକ ଐତିହାସିକ ଦିନ,ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’

    ମହାକାଶ ଜଗତରେ ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଆଜି ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ ।ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ । ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ‘ଚନ୍ଦ୍ରଯାନ-୩’ର ଅବତରଣକୁ ସ୍ଥଗିତ କରାଯାଇ ଏହି ପ୍ରକ୍ରିୟାକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଅଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

    ତେବେ ଯଦି ସବୁ ଠିକ୍ ଠାକ୍ ରୁହେ ତେବେ ଅବତରଣ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ।ଏହାରି ମଧ୍ୟରେ ଚନ୍ଦ୍ରଯାନ-୩ରୁ ଆସିସାରିଛି ଚନ୍ଦ୍ରର ନୂଆ ଫଟୋ। ଇସ୍ରୋ ପକ୍ଷରୁ ଚନ୍ଦ୍ରର ଏହି ନୂଆ ଫଟୋ ପୋଷ୍ଟ କରାଯାଇଛି ।ମିଶନ ଚନ୍ଦ୍ରଯାନ-୩ର ସଫଳତା ପାଇଁ ସମଗ୍ର ଦେଶରେ ଚାଲିଛି ପୂଜାର୍ଚ୍ଚନା ।

    ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ବେଳେ ଦକ୍ଷିଣ ଆଫ୍ରିକାରୁ ଭିସିରେ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଆଜି ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ସ୍କୁଲ ପିଲାମାନେ ଏହାକୁ ଦେଖିବା ପାଇଁ ବ୍ୟବସ୍ଥା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶର ସମସ୍ତ ସରକାରୀ ସ୍କୁଲ ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ପିଲାମାନେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଯେପରି ଭଲ ଭାବେ ଦେଖି ପାରିବେ ତାହାର ବ୍ୟବସ୍ଥା କରାଯାଇଛି।

  • ବିବାହର ବର୍ଷକରେ ନବବଧୂ ହତ୍ୟା ଅଭିଯୋଗ, ଥାନାରେ ମାମଲା

    ବିବାହର ବର୍ଷକରେ ନବବଧୂ ହତ୍ୟା ଅଭିଯୋଗ, ଥାନାରେ ମାମଲା

    ବାପା ମାଆଙ୍କ ବୁକୁଫଟା ଚିତ୍କାର। ୩ ଲକ୍ଷ ଟଙ୍କାରୁ ୫୦ ହଜାର ଦେଇନଥିଲି ବୋଲି ବର୍ଷକରେ ଝିଅକୁ ମୋର ମାରିଦେଲେ। ବୁଢା ବୁଢୀଙ୍କ କାନ୍ଦରେ ଫାଟି ପଡୁଛି ଅଞ୍ଚଳ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ଥାନା କେରୁଣା ଅଂଚଳରେ । ଦଶରଥପୁର ବ୍ଲକ କେରୁଣା ଗ୍ରାମର ଉପେନ୍ଦ୍ର ସେଠୀଙ୍କ ବୋହୂ ତଥା କେନ୍ଦ୍ରାପଡା ଆଳି ଥାନା ଅଧୀନ ପାଲିମି ଗାଁର ମେଘନାଥ ସେଠୀଙ୍କ ଝିଅ ସାଗରିକା ସେଠୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଝିଅକୁ ଶ୍ବଶୁର ଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରୁଛନ୍ତି ମେଘନାଥଙ୍କ ପରିବାର। ସେପଟେ ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା କହିଛନ୍ତି ଆଇଆଇସି।

    ସୂଚନାଯୋଗ୍ୟ, ବର୍ଷେ ତଳେ ସାଗରିକାଙ୍କର ବିବାହ ମନୋରଞ୍ଜନ ସେଠୀଙ୍କ ସହ ବୈଦିକରୀତିରେ ହୋଇଥିଲା। କିନ୍ତୁ ଝିଅ ବାପ ଘର ଲୋକଙ୍କୁ ଫୋନ କରି ତା ପ୍ରତି ଅତ୍ୟାଚାର ହେଉଥିବା କହୁଥିଲେ ବୋଲି ବାପ ଘର ପକ୍ଷରୁ ଅଭିଯୋଗ ହେଉଛି।

  • हारबर्स, ब्लैकजैक, रूलेट

    सक्षम साइन इन किए बिना, हम यह दावा करने में सक्षम हैं कि King567 लोकल कैसीनो में स्पोर्ट्सबुक नहीं है। पिछले पेशेवरों के मार्गदर्शन से पता चलता है कि नवीनतम स्थानीय कैसीनो दांव की पेशकश कर सकता था, (more…)