Blog

  • ଆକାଶମାର୍ଗରୁ ଗଳି ପଡିଲା ବିମାନ !

    ଆକାଶମାର୍ଗରୁ ଗଳି ପଡିଲା ବିମାନ !

    ରାଉରକେଲା ବିମାନ ଦୁର୍ଘଟଣାକୁ ନେଇ ଆକ୍ସନ ମୋଡ଼ ରେ ସରକାର ,ହଠାତ ଆକାଶ ମାର୍ଗରୁ କେମିତି ଭାରସାମ୍ୟ ହରାଇ ତଳକୁ ଖସିଲା ବିମାନ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚା ଆଲୋଚନା | ବିମାନ ଯଦି ପୂର୍ବରୁ ସବୁ ଠିକ ଠାକଥିଲା ତେବେ ଏହି ବିମାନକୁ ଫୋର୍ସ ଲଣ୍ଡିଙ୍ଗିନ କରିବାକୁ ପଡିଲା କାହିଁକି | ଅବତାରଣା ପୂର୍ବରୁ କାହିଁକି ଦେଖା ଦେଲା ଏତେ ବଡ ତ୍ରୁଟି | ବିମାନରେ ବସିଥିଲା କ୍ରିୟୁ ମେମ୍ବର ନା ପାଇଲଟ ଙ୍କ ଭୁଲ ଯୋଗୁଁ ଏଭଳି ଘଟିଛି ତାହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ କରିଛନ୍ତି ସରକାର | ଗତ କଲି ରାଉରକେଲା ଅଂଚଳରେ ଦିନ ୧.୩୦ ମିନିଟ ରେ ଘଟିଥିବା ଚାଟାର୍ଡ ଫ୍ଲାଇଟ ଦୁର୍ଘଟଣା କେଇ ମୁହୁର୍ତରେ ସାରା ଦେଶରେ ଚହଳ ପକାଇ ଦେଇଥିଲା | ମାତ୍ର ଭଗବାନ ଙ୍କ କୃପାରୁ ବିମାନରେ ବସିଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ମେମ୍ବର ସୁରକ୍ଷିତ ଥିବା ବେଳେ ସେମାନଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ରାଉରକେଲା ସାରକରାଇ ମେଡିକାଲରେ ଭର୍ତି କରାଯାଇଥିଲା , ହେଲେ ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି , ତେବେ ଦରକାର ପଡିଲେ ଗୁରୁତର ଆହତଙ୍କୁ ଏୟାର ଲିଫ୍ଟ କରାଯିବ ବୋଲି ପ୍ରାଥମିକ ସୂଚନା ମିଳିଛି | ତେବେ ଏହି ଘଟଣାରେ ଏବେ ରାଜ୍ୟ ସରକାରଙ୍କ ତରଫରୁ ତଦନ୍ତ ଆରମ୍ଭ କରାଯିବା ସହ ଘଟଣାସ୍ଥଳକୁ ଯାଇଛନ୍ତି ବଡ ବଡ ସରକାରୀ ଅଧିକାରୀ |

    ରାଉଲକେଲା ଚାର୍ଟର ବିମାନ ଦୁର୍ଘଟଣା ପରେ ପରିବହନ ସଚିବ ଉଷା ପାଢ଼ୀ ଦୁର୍ଘଟଣା ପହଞ୍ଚି ପରିସ୍ଥିତର ତଦାରଖ କରିଛନ୍ତି | ସେ ବରିଷ୍ଠ ପ୍ରଶାସନିକ ଓ ବିମାନବନ୍ଦର ଅଧିକାରୀମାନଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କିତ ପ୍ରାଥମିକ ତଥ୍ୟ ସଂଗ୍ରହ କରିଛନ୍ତି | ଚାର୍ଟର ବିମାନ ଦୁର୍ଘଟଣା କିପରି ଘଟିଲା ଓ କଣ ପାଇଁ ବିମାନଟିକୁ ଫୋର୍ସ ଲ୍ୟାଣ୍ଡିଂ କରିବାକୁ ପଡିଲା , ସେସବୁ ଉପରେ ଟିକିନଖି ତଦନ୍ତ କରିବା ପାଇଁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ଓ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) କୁ ଦାୟିତ୍ୱ ଦିଆଯାଇଛି। ତାହା ସହ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଓ ଚିକିତ୍ସା ନିରୀକ୍ଷଣ ପାଇଁ ଭୁବନେଶ୍ୱରରୁ ଦୁଇଜଣିଆ ଡାକ୍ତରୀ ଟିମ୍‌ ରାଉରକେଲାରେ ପହଞ୍ଚିଛନ୍ତି। ଖବର ଅନୁଯାୟୀ, ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ୯ -ସିଟ୍ ବିଶିଷ୍ଟ ‘ଇଣ୍ଡିଆ ଓ୍ୱାନ ଏୟାର’ର ଏକ ବିମାନ ଉଡାଣ ଭରିଥିଲା | କିନ୍ତୁ ଯାନ୍ତ୍ରିକ ତୁଟି ପାଇଁ ରାଉରକେଲାଠାରୁ ପ୍ରାୟ ୧୦ ରୁ ୧୫ କିଲୋମିଟର ଦୂର ଜଳଦ ନିକଟ ଏକ ପଡିଆରେ ଲାଣ୍ଡିଂ କରାଇଥିଲେ ମୁଖ୍ୟ ପାଇଲଟ | ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବାବେଳେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ କ୍ୟାପଟେନ ନବୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ , ତାଙ୍କୁ ICUରେ ରଖାଯାଇଛି । ତଦନ୍ତ ଦଳ ଏବଂ ବରିଷ୍ଠ ଡାକ୍ତରମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବା ପାଇଁ ଏକ ରାଜ୍ୟ ହେଲିକପ୍ଟର ନିୟୋଜିତ କରାଯାଇଛି । ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅଧିକାରୀମାନେ ରାଉରକେଲାରେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରୁଛନ୍ତି।

  • ଆଇ-ପ୍ୟାକ୍ ରେଡ୍ ପରେ ପଶ୍ଚିମବଙ୍ଗରେ ରାଜନୀତିକ ଝଡ଼

    ଆଇ-ପ୍ୟାକ୍ ରେଡ୍ ପରେ ପଶ୍ଚିମବଙ୍ଗରେ ରାଜନୀତିକ ଝଡ଼

    ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଛି ପଶ୍ଚିମବଙ୍ଗର ରାଜନୈତିକ ହାଇଡ୍ରାମା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉକୁ ବିରୋଧ କରି ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ବିକ୍ଷୋଭ କରିଛନ୍ତି। ବିକ୍ଷୋଭ ସମୟରେ ଦିଲ୍ଲୀ ପୁଲିସ ଓ ଟିଏମସି ସାଂସଦମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଧସ୍ତାଧସ୍ତି ଘଟିଥିଲା। ଏହି ଘଟଣାରେ ୮ ଜଣ ଟିଏମସି ସାଂସଦଙ୍କୁ ପୁଲିସ ଅଟକ କରି ଉଠାଇ ନେଇଥିବା ଜଣାପଡ଼ିଛି।

    ଏହି ବିକ୍ଷୋଭର ପୃଷ୍ଠଭୂମିରେ ରହିଛି କୋଇଲା ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ତଦନ୍ତ। ଗତକାଲି ଇଡି ପଶ୍ଚିମବଙ୍ଗ ସମେତ ଦେଶର ୧୫ଟି ସ୍ଥାନରେ ଚଢ଼ଉ କରିଥିଲା। କୋଲକାତାରେ ରାଜନୈତିକ ପରାମର୍ଶଦାତା ସଂସ୍ଥା ‘ଆଇ-ପ୍ୟାକ୍‌’ର ସଲ୍ଟଲେକ୍ ସେକ୍ଟର-୫ ସ୍ଥିତ କାର୍ଯ୍ୟାଳୟ ଓ ସଂସ୍ଥାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ମଧ୍ୟ ଇଡି ଚଢ଼ଉ କରିଥିଲା। ପ୍ରତୀକ ଜୈନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତି ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଭାବେ ପରିଚିତ।

    ଚଢ଼ଉ ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଇ-ପ୍ୟାକ୍‌ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ଇଡି ଜବତ କରିଥିବା କିଛି ଫାଇଲ ଓ ଇଲେକ୍ଟ୍ରୋନିକ ଉପକରଣ ଛଡ଼ାଇ ନେଇଥିବା ଅଭିଯୋଗ ଇଡି ପକ୍ଷରୁ କରାଯାଇଛି। ମମତାଙ୍କ ସହ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଉପସ୍ଥିତ ଥିବାରୁ ଇଡି ଟିମ୍ ଏକ ପ୍ରକାର ଉପାୟଶୂନ୍ୟ ହୋଇପଡ଼ିଥିବା କୁହାଯାଉଛି।

    ଏହି ଘଟଣାକୁ ନେଇ ଇଡି କଲକାତା ହାଇକୋର୍ଟରେ ପିଟିସନ ଦାୟର କରି ମମତା ବାନାର୍ଜୀ ସାମ୍ବିଧାନିକ ପଦର ଦୁରୁପଯୋଗ କରି ତଦନ୍ତକାରୀ ଏଜେନ୍ସିର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛି। ଅନ୍ୟପକ୍ଷରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଇଡି ଚଢ଼ଉ ତୃଣମୂଳ କଂଗ୍ରେସର ନିର୍ବାଚନୀ ରଣନୀତି, ପ୍ରାର୍ଥୀ ତାଲିକା ଓ ଗୋପନୀୟ ଦସ୍ତାବିଜ ହାତେ ପାଇବା ପାଇଁ ଉଦ୍ଦିଷ୍ଟ। ସେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହାର ପଛରେ ଥିବା ଅଭିଯୋଗ କରିଛନ୍ତି।

    ବିଜେପି ପକ୍ଷରୁ ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟରେ ବାଧା ସୃଷ୍ଟି କରିବାର ପୁରୁଣା ଇତିହାସ ମମତା ବାନାର୍ଜୀଙ୍କର ରହିଛି। ଅପରପକ୍ଷରେ ଇଡି ସ୍ପଷ୍ଟ କରିଛି ଯେ ଏହି ଚଢ଼ଉ ନିର୍ବାଚନ ସହ ସମ୍ପର୍କିତ ନୁହେଁ, ବରଂ କୋଇଲା ଦୁର୍ନୀତିରୁ ଆସିଥିବା ଅପରାଧର ଆୟ ମନିଲଣ୍ଡରିଂ ତଦନ୍ତର ଏକ ଅଂଶ। ଏଜେନ୍ସି କହିଛି ଯେ ୨୦୨୨ ଗୋଆ ନିର୍ବାଚନ ପାଇଁ ଏହି ଟଙ୍କା ‘ଆଇ-ପ୍ୟାକ୍‌’ ମାଧ୍ୟମରେ ପଠାଯାଇଥିବା ସନ୍ଦେହ ରହିଛି ଏବଂ ତଦନ୍ତ ଜାରି ରହିଛି।

  • ଚା କପ ଠାରୁ କାମ ଦାମରେ ମିଳିବ ସୁନା !

    ଚା କପ ଠାରୁ କାମ ଦାମରେ ମିଳିବ ସୁନା !

    ଏହି ଦେଶରେ ମିଳୁଛି ୧୮୧ଟଙ୍କା ରେ ୧ଗ୍ରାମ ସୁନା !

    ହଁ ଆଜ୍ଞା, ଆପଣ କଣ ଜାଣିଲେ ବିଶ୍ୱାସ କରିବେ ଏହି ଦେଶରେ ମିଳୁଛି ଚା କାପ ଠାରୁ କାମ ଦରରେ ସୁନା |ଭାରତରେ ସୁନାର ଦର ଆକାଶଛୁଆଁ ହୋଥିବାବେଳେ ,ଏହି ଦେଶରେ ଅତି କାମ ଦାମରେ ମିଳୁଛି ସୁନା | ଏକଥା ଶୁଣିବାପରେ କୋଣସି ଲୋକ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ସତ କଥା | ଦକ୍ଷଣି ଆମେରିକୀୟ ମହାଦେଶରେ ଅବସ୍ଥିତ ଏହି ଦେଶ ଭେନେଜୁଏଲା|

    ଭାରତରେ ଲୋକମାନେ ସୁନା କିଣିବା ପାଇଁ ଜୀବନ ସାରା ସବୁ ପାଣ୍ଠି ଲଗେଇ ଦେଉଛନ୍ତି | କିନ୍ତୁ ଭେନେଜୁଏଲରେ ସୁନା ମାତ୍ର କିଛି ଟଙ୍କାରେ ମିଳିଯାଉଛି | ବର୍ତ୍ତମାନ ଭାରତରେ ୨୪ କ୍ୟାରେଟ ସୁନାର ଦାମ ୧ଗ୍ରାମ ପିଛା ୧୩,୮୨୭ ମୂଲ୍ୟରେ ମିଳୁଛି |ଭେନେଜୁଏଲାରେ, ୨୪ କ୍ୟାରେଟ ସୁନାର ଏକ ଗ୍ରାମ ପିଛା କେବଳ ୧୮୧.୬୫ ଟଙ୍କା (ଭାରତୀୟ ଟଙ୍କାରେ)| ସେହିଭଳି ଦେଖିବା କୁ ଗଲେ ଭେନେଜୁଏଲାରେ ୨୨ କ୍ୟାରେଟ ସୁନାର ଦାମ ପ୍ରତି ଗ୍ରାମ ପିଛା ୧୬୬ ଟଙ୍କା କହିଲେ ଭୁଲ ହେବ ନାହିଁ | ଭାରତରେ ଏକ ଭଲ ରେଷ୍ଟୁରାଣ୍ଟରେ ଚା କପ ର ଦାମ ଯେତିକି ହେବ ସେତିକି ଭେନେଜୁଏଲାରେ ସୁନାର ଦାମ ସହ ସମାନ |

  • ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିବେ ତିଲକ ବର୍ମା !

    ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିବେ ତିଲକ ବର୍ମା !

    T-20 ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଲାଗିପାରେ ବଡ ଝଟକା | ଏସିଆ କପ୍ ଫାଇନାଲର ହିରୋ ତଥା ଭାରତୀୟ ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଆହତ ହୋଇଥିବା କାରଣରୁ ଦଳରୁ ବାହାରି ପାରନ୍ତି ବୋଲି ଖବର ସାମନାକୁ ଆସିଛି । ବର୍ମାଙ୍କ ପେଟରେ ଗଭୀର ଆଘାତ ଲାଗିଥିବାରୁ , ସେ ୩ରୁ ୪ ସପ୍ତାହ ପାଇଁ ଦଳରୁ ବାହାର ହୋଇପାରନ୍ତି ବୋଲି ଖବର ଆସିଛି ।
    ବାମହାତୀ ବ୍ୟାଟ୍ସମ୍ୟାନ ବର୍ମା ରାଜକୋଟରେ ହାଇଦ୍ରାବାଦ ପକ୍ଷରୁ ବିଜୟ ହଜାର ଟ୍ରଫି ଖେଳୁଥିବ ସମୟରେ ପେଟ ଯନ୍ତ୍ରଣା ଅନୁଭ କରିଥିଲେ | ଯାହାଦ୍ଵାରା ତାଙ୍କୁ ଜଲଦି ଗୋକୁଳ ହସ୍ପିଟାଲକୁ ନିଆଯାଇଥିଲା| ସେଠାରେ ଚେକପ ପରେ ଜଣାପଡିଥିଲା ‘ଟେଷ୍ଟିକ୍ୟୁଲାର ଟର୍ସନ’ ରୋଗ ହୋଇଛି ବୋଲି । ସେଥିପାଇଁ ଡାକ୍ତର ତାଙ୍କୁ ଜଲଦି ଅସ୍ତ୍ରାପଚାର ପାଇଁ କହିଥିଲେ |
    ଅନ୍ୟାପକ୍ଷରେ ଭାରତୀୟ କ୍ରିକେଟ୍ ଆସୋସିଏସନର ସଭାପତି ଜୟଦେବ ଶାହ କହିଛନ୍ତି ଯେ, ତିଲକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ଏବେ ସୁସ୍ଥ ଅଛନ୍ତି। ଏହି ସମସ୍ୟା କାରଣରୁ ୨୧ ଜାନୁଆରିରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆରମ୍ଭ ହବାକୁ ଯାଉଥିବା ଟି-୨୦ ସିରିଜରୁ ତିଲକ ବାଦ୍ ପଡିପାରନ୍ତି ବୋଲି ଜଣାପଡିଛି |ଏହା ସହ ବିଶ୍ୱକପ୍ ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କ ଟି-୨୦ ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚ ଚାଲିଛି |

  • ପୂର୍ବତନ ବିଜେପି ମନ୍ତ୍ରୀ କବିନ୍ଦ୍ର ପୁରକାୟସ୍ଥଙ୍କ ପରଲୋକ !

    ପୂର୍ବତନ ବିଜେପି ମନ୍ତ୍ରୀ କବିନ୍ଦ୍ର ପୁରକାୟସ୍ଥଙ୍କ ପରଲୋକ !

    ପୂର୍ବତନ ବିଜେପି କେନ୍ଦ୍ରମନ୍ତ୍ରୀ କବିନ୍ଦ୍ର ପୁରକାୟସ୍ଥଙ୍କ ବୁଧବାର ଦିନ ସିଚାର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୯୫ ବୟସରେ ମୃତ୍ୟ ହୋଇଛି | ସେ ତିନି ଥର ସଂସଦ ଭାବେ କାର୍ଯ୍ୟ କରୁଥିଲେ |ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରରେ ପୁରକାୟସ୍ଥ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ | ୨୦୨୪ ମସିହାରେ ସେ ଆସାମ ବିଶ୍ୱବିଦ୍ୟାଳୟରୁ ଡକ୍ଟରଟେ ଉପାଧି ପାଇଥିଲେ |
    ସେ ସମାଜ ସେବା କରିବା ସହ , ଆସାମର ବିକାଶରେ ତାଙ୍କର ଗୁରୁତ୍ୱପୁନ୍ନ ଭୂମିକା ରହିଛି ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି | ପ୍ରଧାନମନ୍ତ୍ରୀ ଗଣମାଧ୍ୟମରେ କବିନ୍ଦ୍ରଙ୍କ ଏକ ପୋଷ୍ଟ ସେୟାର କରି ଶୋକ ପ୍ରକାଶ କରିଛନ୍ତି |
    ସେ ଆସାମରେ ବିଜେପି ର ମୂଳଦୁଆ ସଜାଡି ଥିଲେ | ୧୯୯୧ ରେ ମନ୍ତ୍ରୀ କବିନ୍ଦ୍ର ପ୍ରଥମେ ଲୋକସଭାରେ ସଦସ୍ୟ ହୋଇଥିଲେ | ତାହା ପରେ ପୁଣିଥରେ ୧୯୯୮ ରୁ ୨୦୦୯ ରେ ନିର୍ବାଚିତ ହୋଇଥିଲେ | ସାରା ରାଜ୍ୟରେ ଦଳକୁ ମଜଭୁତ କରିବାରେ ତାଙ୍କର ଅବଦାନ ବହୁତ | ଏହି ଦୁଃଖ ସମୟରେ ପରିବାର ସହ , ତାଙ୍କ ପ୍ରସଂଶଙ୍କମାନେ ବି ସମବେଦନା ଜଣାଇଛନ୍ତି |

  • ଡେଟିଂ ଆପ୍‌ ଠକେଇ; ପ୍ରେମ ଜାଲରେ ପଡି କୋଟି କୋଟି ଟଙ୍କା ବର୍ବାଦ

    ଡେଟିଂ ଆପ୍‌ ଠକେଇ; ପ୍ରେମ ଜାଲରେ ପଡି କୋଟି କୋଟି ଟଙ୍କା ବର୍ବାଦ

    ଆଧୁନିକ ଦୁନିଆ ପାଇଁ ପ୍ରେମ ଖୋଜିବା ସହଜ ବାଟ ସାଜିଥିଲା ଡେଟିଂ ଆପ୍‌ | ଲକ୍ଷାଧିକ ଲୋକ ଏହି ଆପ୍‌ରେ ଯୋଡିତ ହୋଇ ପ୍ରେମ ଓ ବନ୍ଧୁତା ପାଉଥିବାବେଳେ ଅନେକ ଠକେଇରେ ଶିକାର ହଉଛନ୍ତି |
    ଆପଣ ଯଦି ମୋବାଇଲ୍ ଡେଟିଂ ଆପ୍ ଜରିଆରେ ନୂତନ ସମ୍ପର୍କ ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଏକ ସତର୍କବାଣୀ। ଡିଜିଟାଲ୍ ବନ୍ଧୁତା, ବିଶ୍ୱାସ ଏବଂ ଭାବନାର ଆଳ ଦେଖାଇ, କୋଟି କୋଟି ଟଙ୍କା ଲୋଟୁଛନ୍ତି | ଏକ ସାଇବର ଠକେଇ ରାକେଟ ସାରା ଦେଶରେ କାର୍ଯ୍ୟ କରୁଥିଲା, ଯାହା ଶହ ଶହ ଲୋକଙ୍କୁ ସେମାନଙ୍କ ଜୀବନର ସଞ୍ଚୟ ହରାଇବାକୁ ବାଧ୍ୟ କରୁଥିଲା।

    ମହାରାଷ୍ଟ୍ର ପୁଲିସ ମୁମ୍ବାଇ ସଂଲଗ୍ନ ମୀରା ରୋଡ୍ ଅଞ୍ଚଳରେ ଏହି ହାଇ-ପ୍ରୋଫାଇଲ୍ ସାଇବର ଠକେଇ ଗ୍ୟାଙ୍ଗକୁ ଠାବ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ଅତି କମରେ ୧୧ଟି ରାଜ୍ୟରେ ୫୧ଟି ମାମଲା କରିଛି । ଯେତେବେଳେ ପୁଲିସ ସନ୍ଦେହ କରୁଛି ଯେ ପ୍ରକୃତ ପୀଡିତଙ୍କ ସଂଖ୍ୟା ୪୫୦ ରୁ ୫୦୦ ମଧ୍ୟରେ ହୋଇପାରେ। ଠକେଇର ଆନୁମାନିକ ପରିମାଣ ୨୦୦ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଉଛି।
    ସମ୍ପର୍କରେ ବିଶ୍ୱାସ ଜମେଇ ତାହାପରେ ଠକେଇ ଚାଲୁ କରିଛନ୍ତି |
    ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଲୋକଙ୍କୁ ଠକେଇବା ପାଇଁ ଏକ ଅତ୍ୟନ୍ତ ଚତୁରତାର ସହ ବ୍ୟବହାର କରୁଥିଲେ। ସେମାନେ ପ୍ରଥମେ ଡେଟିଂ ଏବଂ ବୈବାହିକ ୱେବସାଇଟରେ ଆକର୍ଷଣୀୟ ଓ ନକଲି ପ୍ରୋଫାଇଲ୍ ତିଆରି କରି ବନ୍ଧୁତା ସ୍ଥାପନ କରିଥିଲେ। ତା’ପରେ, ସେମାନେ ଧୀରେ ଧୀରେ ସେମାନଙ୍କର ଭାବପ୍ରବଣ ସମ୍ପର୍କକୁ ମଜବୁତ କରିଥିଲେ | ତା’ପରେ, ସେହି ବିଶ୍ୱାସକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରି, ସେମାନେ ନିବେଶ ନାମରେ ଏକ ଫାଶ ବିଛାଇଥିଲେ।

    ଶେୟାର ବଜାର ଓ ସୁନା ବାଣିଜ୍ୟରେ, ଶୀଘ୍ର ଏବଂ ନିଶ୍ଚିତ ଲାଭର ଦାବି କରାଯାଇଥିଲା ବେଳେ ଏହାକୁ ହାସଲ କରିବା ପାଇଁ, ଏହି ଗ୍ୟାଙ୍ଗ ଅନେକ ନକଲି, ୱେବସାଇଟ୍ ତିଆରି କରିଥିଲା। ଏହି ୱେବସାଇଟ୍‌ ଗୁଡ଼ିକୁ ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ଭାବରେ ପ୍ରଚାର କରାଯାଇଥିଲା। ଜଣେ ପୀଡିତ ଏହି ୱେବସାଇଟ୍‌ ଗୁଡ଼ିକୁ ଟଙ୍କା ସ୍ଥାନାନ୍ତର କରିବା ପରେ, ପାଣ୍ଠି ସବୁଦିନ ପାଇଁ ହଜିଗଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଠକେଇ ପାଣ୍ଠିକୁ କ୍ରିପ୍ଟୋକରେନ୍ସି ମାଧ୍ୟମରେ ବିଦେଶକୁ ସ୍ଥାନାନ୍ତର କରାଯାଇଥିଲା।

    ଏହି ନେଟୱାର୍କ ବହୁ ଦିନ ଧରି ସକ୍ରିୟ ଥିଲା। ପୁଲିସକୁ ଲୁଚିବା ପାଇଁ , ଅଭିଯୁକ୍ତମାନେ ସ୍ଥାନ ବଦଳାଉଥିଲେ। ପୁଲିସ ନଭେମ୍ବର ୧୨ତାରିଖରେ, ମୀରା ରୋଡ୍ ହାଇୱେର ଏକ ହୋଟେଲରେ ଠକେଇଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇବା ପରେ, ପୁଲିସ ହୋଟେଲରେ ଚଢାଉ କରିଥିଲା ​​ଏବଂ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଧରିଥିଲା । ଚଢାଉ ସମୟରେ, ପୁଲିସ ଅନେକ ଲାପଟପ୍, ମୋବାଇଲ୍ ଫୋନ୍, ଶହ ଶହ ସିମ୍ କାର୍ଡ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ସମସ୍ତ ଅଭିଯୁକ୍ତ ଶିକ୍ଷିତ, ଟେକ୍ନୋଲୋଜି-ସାଭି ଓ ସୋସିଆଲ ମିଡିଆର ବିଶେଷଜ୍ଞ ବୋଲି ପଚରାଉଚରାରୁ ଜଣାପଡିଛି |

  • ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ‘ଗାଵର’ !

    ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ‘ଗାଵର’ !

    କ୍ରିକେଟ ଜଗତରେ ଚକ ଚଉକାରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଗାଵର ଏବେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି |
    ହଁ ଆଜ୍ଞା, ଭାରତୀୟ କ୍ରିକେଟର ଶିଖର ଧୱନଙ୍କ ଘରେ ପୁଣି ଶାହାନାଇ ବାଜିବାକୁ ଯାଉଛି । ଭାରତୀୟ କ୍ରିକେଟର ‘ଗବ୍ବର’ ଭାବେ ଜଣାଶୁଣା ଧୱନ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି | ନିଜର ବାନ୍ଧବୀ ତଥା ଆୟରଲ୍ୟାଣ୍ଡର ମଡେଲ ସୋଫି ସାଇନ୍‌ଙ୍କୁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୁହେଁ ବହୁ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି।

    ଖବର ଅନୁସାରେ, ଫେବୃୟାରୀ ମାସରେ ଏହି ଯୋଡ଼ି ବିବାହ କରିବାକୁ ଯାଉଛନ୍ତି । ବାହାଘର ପାଇଁ ଫେବୃଆରୀ ତୃତୀୟ ସପ୍ତାହରେ ଦିଲ୍ଲୀ-ଏନସିଆରରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହେବ । ଯେଉଁଥିରେ କ୍ରିକେଟ୍ରର ଏବଂ ବଲିଉଡର ବଡ଼ ବଡ଼ ସେଲିବ୍ରେଟି ମାନେ ସାମିଲ ହେବେ । ବିବାହ ପାଇଁ ପ୍ରସ୍ତୁତି ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି । ଏହା ଉଭୟଙ୍କ ପାଇଁ ଏକ ନୂଆ ଆରମ୍ଭ ଏବଂ ସେମାନେ ଏଥିପାଇଁ ବହୁତ ଖୁସି ଅଛନ୍ତି।
    ଉଭୟଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ଧରି ଚାଲିଥିବା ଚର୍ଚ୍ଚା ଚାଲିଥିଲା ବେଳେ ଏବେ ଖବରଟି ସାମ୍ନାକୁ ଆସିଛି । ପ୍ରଥମେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମୟରେ ଧୱନଙ୍କ ସହ ଷ୍ଟାଣ୍ଡରେ ସୋଫି ସାଇନ୍‌ଙ୍କୁ ଦେଖିବା ପରେ ଏହି ଗୁଜବ ଆରମ୍ଭ ହୋଇଥିଲା । ଅନେକ ଲୋକ ତାଙ୍କ ସହ ଥିବା ‘ମିଷ୍ଟ୍ରି ଓମ୍ୟାନ’ଙ୍କ ବିଷୟରେ ଜାଣିବାକୁ ଚାହୁଥିଲେ। ସମୟ ଅତିବାହିତ ହେବା ସହ ସୋସିଆଲ ମିଡିଆରେ କିଛି ସଙ୍କେତ ଏବଂ ସର୍ବସାଧାରଣରେ ଦୁହିଁଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ସମ୍ପର୍କ ସ୍ପଷ୍ଟ ହୋଇଥିଲା।
    ଶିଖର ଏବଂ ସୋଫିଙ୍କ ଭେଟ କିଛି ବର୍ଷ ପୂର୍ବେ ଦୁବାଇରେ ହୋଇଥିଲା । ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଏବଂ ପରେ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ଏହା ପରେ ଆଇପିଏଲ୍ ୨୦୨୪ ସମୟରେ ମଧ୍ୟ ସୋଫିଙ୍କୁ ଅନେକ ଥର ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା।

    ଏହା ପୂର୍ବରୁ ଶିଖର ୨୦୧୨ ମସିହାରେ ଅଷ୍ଟ୍ରେଲିଆରେ ରହୁଥିବା ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଜୋରାଭର ଧୱନ ନାମକ ଏକ ପୁଅ ଅଛି । ୨୦୨୧ ମସିହାରେ ଆୟେଶା ଧୱନଙ୍କଠାରୁ ଅଲଗା ହୋଇଥିବା କଥା ସୂଚନା ମିଳିଥିଲା ଏବଂ ୨୦୨୩ ମସିହାରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା ।

    କିଏ ଏହି ସୋଫି ସାଇନ୍?
    ସୋଫି ସାଇନ୍ ଆୟର୍ଲାଣ୍ଡରେ ରୁହନ୍ତି | ସୋଫି ପ୍ରଡକ୍ଟ କନସଲଟାଣ୍ଟ ଏବଂ ଶିଖର ଫାଉଂଡେସନ ସହ ଜଡିତ । ସେ ଇଣ୍ଡିଆନ ହଉ କି ଓଷ୍ଟର୍ନ ହଉ ସବୁଥିରେ ସୁନ୍ଦର ଲାଗନ୍ତି | ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ସୋଫି ସାମାଜିକ ଗଣମାଧ୍ୟମରେ ବହୁତ ସକ୍ରିୟ ରୁହନ୍ତି |

  • ପ୍ରୋଟିନଶେକ ନେଲା ଜୀବନ

    ପ୍ରୋଟିନଶେକ ନେଲା ଜୀବନ

    ଆଜିର ଯୁବପୀଡ଼ି ଫିଟି ରହିବ ସହ ସୁନ୍ଦର ଶରୀର ଗଠନ କରିବା ନିଶାରେ ମାତିଛନ୍ତି | ଯାହାଦ୍ୱାରା ନିଜେ ମୃତ୍ୟୁ ମୁଖରେ ପଡୁଛନ୍ତି | ସେହିଭଳି ଏକ ଘଟଣା ସମ୍ମାନକୁ ଆସିଛି ,ଉତ୍ତର ପ୍ରଦେଶର କନୌଜରେ ଜଣେ ୧୯ ବର୍ଷୀୟ ବାଳକ ପ୍ରୋଟିନ୍ ଶେକ୍ ଖାଇବା ପରେ ମୃତ୍ୟୁବରଣ କରିଥିଲେ। ଶେକ୍ ପିଇବା ପରେ ତାଙ୍କ ଫୁସଫୁସ କାମ କରିବା ବନ୍ଦ ହୋଇଯାଇଥିଲା , ଯାହା ଫଳରେ ତାଙ୍କ ଶରୀରରେ ଅମ୍ଳଜାନର ଅଭାବ ଦେଖା ଯାଇଥିବାରୁ, ତାଙ୍କର ମୃତ୍ୟୁ ହୋଇଥିଲା |


    ଖବର ଅନୁଯାଇ ,ବାଳକ ଜଣଙ୍କ କିଛି ଦିନ ପୂର୍ବରୁ ଏକ ଜିମ୍‌ରେ ଯୋଗ ଦେଇଥିଲେ |ସେବେଠାରୁ ପ୍ରୋଟିନ୍ ଶେକ୍ ପିଇଥିଲେ। ଶୀଘ୍ର ମାଂସପେଶୀ ନିର୍ମାଣ କରିବା ଏବଂ ଫିଟ୍ ଦେଖାଯିବା ପାଇଁ, ଲୋକମାନେ ପ୍ରୋଟିନସେକ ବ୍ୟବହାର କରିଥାନ୍ତି | ସେମାନେ ଭୁଲିଯାଉଛନ୍ତି ଯେ ପ୍ରତ୍ୟେକ ଶରୀରର ଭିନ୍ନ ଭିନ୍ନ ଆବଶ୍ୟକତା ଥାଏ। ଡାକ୍ତରଙ୍କ ପରାମର୍ଶ ବିନା ପ୍ରୋଟିନ୍ ସପ୍ଲିମେଣ୍ଟ୍ ନେବା ନିଜ ଶରୀର ପାଇଁ କ୍ଷତିକାରକ ହୋଇପାରେ।
    ଭାରତରେ ବିକ୍ରି ହେଉଥିବା ୩୬ଟି ସବୁଠାରୁ ଲୋକପ୍ରିୟ ପ୍ରୋଟିନ୍ ସପ୍ଲିମେଣ୍ଟ୍ ମଧ୍ୟରୁ ୭୦% ସେମାନଙ୍କ ଲେବଲ୍‌ରେ ଭୁଲ୍ ଲେଖାଯାଇଛି। ଏହି ସପ୍ଲିମେଣ୍ଟ୍ ମଧ୍ୟରୁ ୧୪% ରେ ବିଷାକ୍ତ ପଦାର୍ଥ ଥିବା ଜଣାପଡିଛି। ଚାଲନ୍ତୁ ଜାଣିବା ଯେ ପ୍ରୋଟିନ୍ କ’ଣ? ଏହା ଶରୀର ପାଇଁ କାହିଁକି ଜରୁରୀ ? ପ୍ରୋଟିନ୍ ଗ୍ରହଣ କରିବାର ଏକ ସଠିକ୍‌ ଉପାୟ କ’ଣ?
    ପ୍ରୋଟିନ୍ କ’ଣ ଏବଂ ଏହା ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ:
    ଆମ ଶରୀର ତିନୋଟି ମୁଖ୍ୟ ଉପାଦାନରେ ଗଠିତ: ୬୦% ପାଣି, ୧୬ % ପ୍ରୋଟିନ୍‌, ୧୬% ଚର୍ବି। ପ୍ରୋଟିନ୍ ଏକ ଅତ୍ୟାବଶ୍ୟକ ପୁଷ୍ଟିକର ପଦାର୍ଥ, ଯାହା କୋଷଗୁଡ଼ିକର ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ମାଂସପେଶୀ ନୁହେଁ ବରଂ ସମଗ୍ର ଶରୀରର କାର୍ଯ୍ୟକାରିତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

    ପ୍ରୋଟିନ୍ ଆମିନୋ ଏସିଡ୍ ରେ ଗଠିତ, ଯାହା ଶରୀରର ନିର୍ମାଣ ବ୍ଲକ।
    ପ୍ରୋଟିନ୍ ମାଂସପେଶୀ, ଚର୍ମ, କେଶ ଏବଂ ନଖ ଗଠନରେ ସାହାଯ୍ୟ କରେ।
    ପ୍ରୋଟିନ୍ ଏନଜାଇମ୍ ଏବଂ ହରମୋନ୍ ଗଠନ ପାଇଁ ଅତ୍ୟାବଶ୍ୟକ।
    ପ୍ରୋଟିନ୍ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରେ ଏବଂ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ।
    ପ୍ରୋଟିନ୍ ଶରୀର ମରାମତି ଏବଂ ବୃଦ୍ଧି ପାଇଁ ଅତ୍ୟାବଶ୍ୟକ।
    ପ୍ରୋଟିନ୍ ମେଟାବୋଲିଜିମ୍ ଏବଂ ଶକ୍ତି ସନ୍ତୁଳନକୁ ସମର୍ଥନ କରେ।
    ଆଘାତ କିମ୍ବା ଅସୁସ୍ଥତା ପରେ ଆରୋଗ୍ୟରେ ପ୍ରୋଟିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

    ଯଦି ଶରୀର ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ନପାଏ ତେବେ କ’ଣ କ୍ଷତି କରେ?

    ପ୍ରୋଟିନ୍ କେବଳ ମାଂସପେଶୀ ପାଇଁ ନୁହେଁ ବରଂ କୋଷ, ଏନଜାଇମ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ପାଇଁ ମଧ୍ୟ ଜରୁରୀ। ଯେତେବେଳେ ଶରୀର ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ପାଏ ନାହିଁ, ସେତେବେଳେ ଏହା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ନିଜର ମାଂସପେଶୀକୁ ଭାଙ୍ଗିଦିଏ। ଏହା ମେଟାବୋଲିଜିମ୍ କୁ ଧିର କରିଦିଏ, ପୁନରୁଦ୍ଧାରକୁ ବାଧା ଦିଏ ଏବଂ ରୋଗର ଆଶଙ୍କା ବୃଦ୍ଧି କରେ। ଦୀର୍ଘକାଳୀନ ପ୍ରୋଟିନ୍ ଅଭାବ ଶାରୀରିକ ଦୁର୍ବଳତା, ହରମୋନ୍ ଅସନ୍ତୁଳନ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ପ୍ରୋଟିନ୍ ଅଭାବ ଧୀରେ ଧୀରେ ଶରୀରକୁ ଦୁର୍ବଳ କରିଦିଏ, ତେଣୁ ସନ୍ତୁଳିତ ପରିମାଣର ପ୍ରୋଟିନ୍ ଖାଇବା ଗୁରୁତ୍ୱପୂର୍ଣ୍ଣ।

    ଜଣେ ସୁସ୍ଥ ବୟସ୍କଙ୍କୁ ପ୍ରତିଦିନ କେତେ ପରିମାଣରେ ପ୍ରୋଟିନ୍ ଆବଶ୍ୟକ?

    ଜଣେ ସୁସ୍ଥ ବୟସ୍କଙ୍କୁ ପ୍ରତିଦିନ କେତେ ପ୍ରୋଟିନ୍ ଆବଶ୍ୟକ ହୁଏ ତାହା ତାଙ୍କ ଓଜନ, ବୟସ ଏବଂ ଜୀବନଶୈଳୀ ଉପରେ ନିର୍ଭର କରେ। ଜଣେ ସାଧାରଣ ବୟସ୍କଙ୍କ ପାଇଁ, ପ୍ରତି କିଲୋଗ୍ରାମ ଶରୀର ଓଜନ ପାଇଁ ୦.୮ ଗ୍ରାମ ପ୍ରୋଟିନ ଯଥେଷ୍ଟ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ହେଉଛି ଯେ ୬୦ କିଲୋଗ୍ରାମ ଓଜନର ବ୍ୟକ୍ତିଙ୍କୁ ପ୍ରତିଦିନ ପ୍ରାୟ ୪୮ ଗ୍ରାମ ପ୍ରୋଟିନ ଆବଶ୍ୟକ। ଯେଉଁମାନେ ଶାରୀରିକ ପରିଶ୍ରମ କିମ୍ବା ବ୍ୟାୟାମ କରନ୍ତି ସେମାନଙ୍କୁ ପ୍ରତି କିଲୋଗ୍ରାମ ପାଇଁ ୧-୧.୨ ଗ୍ରାମ ପ୍ରୋଟିନ ଆବଶ୍ୟକ।

    ବୟସ୍କଙ୍କ କ୍ଷେତ୍ରରେ, ମାଂସପେଶୀ ହ୍ରାସ ଏହି ଆବଶ୍ୟକତାକୁ ପ୍ରତି କିଲୋଗ୍ରାମ ପାଇଁ ୧-୧.୨ ଗ୍ରାମ ବୃଦ୍ଧି କରିପାରେ। ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ମଧ୍ୟ ଅଧିକ ପ୍ରୋଟିନ ଆବଶ୍ୟକ। ଗୁରୁତର ରୋଗ, ଆଘାତ କିମ୍ବା ଅସ୍ତ୍ରୋପଚାର ପରେ ଶରୀରର ପ୍ରୋଟିନର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଏ। ତେଣୁ, ପ୍ରୋଟିନର ପରିମାଣ ବୟସ, ଓଜନ ଏବଂ ଅବସ୍ଥା ଅନୁସାରେ ଭିନ୍ନ ହୋଇଥାଏ।

    ପ୍ରୋଟିନ୍ ଖାଇବା ପରେ ଅନେକ ଲୋକ ଗ୍ୟାସ୍, ଭାରୀପଣ କିମ୍ବା ବଦହଜମୀ ଅନୁଭବ କରନ୍ତି। ଏହା ପ୍ରାୟତଃ ଅତ୍ୟଧିକ ପ୍ରୋଟିନ୍ ଗ୍ରହଣ, ଭୁଲ ଉତ୍ସ କିମ୍ବା ଖରାପ ପାଚନ ଯୋଗୁଁ ହୋଇଥାଏ। ପ୍ରୋଟିନ୍ ହଜମ କରିବା ପାଇଁ ଶରୀରକୁ ପର୍ଯ୍ୟାପ୍ତ ଏନଜାଇମ୍, ପାଣି ଏବଂ ସଠିକ୍ ସମୟ ଆବଶ୍ୟକ କରିଥାଏ। ଏକାଥରକେ ଅତ୍ୟଧିକ ପ୍ରୋଟିନ୍ ଖାଇବା ଦ୍ୱାରା ପେଟ ଉପରେ ଚାପ ପଡ଼େ। ପରିପୂରକ ସହିତ ଏହି ସମସ୍ୟା ଅଧିକ ଦେଖାଯାଏ। ତେଣୁ, ଅନେକ ଭାଗରେ ପ୍ରୋଟିନ୍ ଗ୍ରହଣ କରନ୍ତୁ, ପ୍ରାକୃତିକ ଖାଦ୍ୟକୁ ପ୍ରାଥମିକତା ଦିଅନ୍ତୁ ଏବଂ ଆପଣଙ୍କ ପାଚନ କ୍ଷମତା ଅନୁସାରେ ମାତ୍ରା ସଜାଡ଼ନ୍ତୁ।

  • ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥରେ ମହିଳା ସାମ୍ବାଦିକାଙ୍କ ମୃତ୍ୟୁ

    ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥରେ ମହିଳା ସାମ୍ବାଦିକାଙ୍କ ମୃତ୍ୟୁ

    ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ମହିଳା ସାମ୍ବାଦିକାଙ୍କ ଜୀବନ ଯାଇଛି। ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ସାମ୍ନାରେ ଏହି ଦୁଃଖଦ ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ସ୍କୁଟି ଉପରେ ପଛଦିଗରୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚଢ଼ିଯିବାରୁ ଦୁର୍ଘଟଣା ଘଟିଥିଲା।

    ସୂଚନା ଅନୁଯାୟୀ, ରାସ୍ତା ଉପରେ ବାଲିଗଦା ହୋଇଥିବା କାରଣରୁ ସ୍କୁଟି ଚାଳକା ଗତି କମାଇଥିଲେ। ଏହି ସମୟରେ ପୁରୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ସ୍କୁଟିକୁ ପଛଦିଗରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ମଙ୍ଗଳପୁର ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ମୃତକ ମହିଳାମାନଙ୍କ ମଧ୍ୟରୁ ଜଣେ ଶିଲା ପଟ୍ଟନାୟକ ବୋଲି ଚିହ୍ନଟ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ଜଣେ ମହିଳା ସାମ୍ବାଦିକା ବୋଲି ସୂଚନା ମିଳିଛି।

    ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଭାରି ଟ୍ରାଫିକ ଜାମ୍‌ ସୃଷ୍ଟି ହୋଇଥିଲା। ଖବର ପାଇ ପିପିଲି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ପରିସ୍ଥିତି ସମ୍ଭାଳିବା ସହ ବସ୍‌ ଓ ସ୍କୁଟିକୁ ଜବତ କରିଛି। ପୁଲିସ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ, ବସ୍‌ ଚାଳକଙ୍କ ଭୂମିକାକୁ ମଧ୍ୟ ତଦନ୍ତ ଆଧୀନରେ ରଖାଯାଇଛି।

  • ୫୪ତମ ଜନ୍ମଦିବସରେ ମୋହନ ମାଝୀ, ସାରା ଦେଶରୁ ଶୁଭେଚ୍ଛାର ସୁଅ

    ୫୪ତମ ଜନ୍ମଦିବସରେ ମୋହନ ମାଝୀ, ସାରା ଦେଶରୁ ଶୁଭେଚ୍ଛାର ସୁଅ

    ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୫୪ତମ ଜନ୍ମଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦେଶ-ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ଓଡ଼ିଶାର କଠିନ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଓଡ଼ିଶାର ବିକାଶ ପଥକୁ ବୃଦ୍ଧି କରିବା ଏବଂ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଉଲ୍ଲେଖନୀୟ ପ୍ରୟାସ ପ୍ରଶଂସନୀୟ। ଲୋକଙ୍କ ସେବାରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।”

    ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଆପଣଙ୍କ ନେତୃତ୍ୱ ଓ ମାର୍ଗଦର୍ଶନ ଓଡ଼ିଶାବାସୀଙ୍କ ସେବା ପାଇଁ ମୋର ସଂକଳ୍ପକୁ ଆହୁରି ଦୃଢ଼ କରୁଛି।

    କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, “ମୋଦୀ ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆପଣ ଓଡ଼ିଶାରେ ଜନସେବା ଓ ସୁଶାସନକୁ ତ୍ୱରାନ୍ୱିତ କରୁଛନ୍ତି। ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସଫଳ ଓ ଦୀର୍ଘ ଜୀବନ ଦିଅନ୍ତୁ।”

    କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଜୀବନ ଓ ସଫଳ ଜନସେବା ପାଇଁ କାମନା କରିଛନ୍ତି।

    ଉଲ୍ଲେଖନୀୟ ଯେ, ୧୯୭୨ ମସିହା ଜାନୁଆରି ୬ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ମୋହନ ଚରଣ ମାଝୀ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର। ୧୯୯୭ ମସିହାରେ ସରପଞ୍ଚ ଭାବେ ରାଜନୀତିରେ ପ୍ରବେଶ କରିଥିବା ମାଝୀ ୨୦୨୪ ବିଧାନସଭା ନିର୍ବାଚନରେ ଚତୁର୍ଥଥର ପାଇଁ କେନ୍ଦୁଝର ଆସନରୁ ବିଜୟୀ ହୋଇଥିଲେ। ଜୁନ୍ ୧୨ ତାରିଖରେ ଶପଥ ଗ୍ରହଣ କରି ସେ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

    ସରଳ ବ୍ୟକ୍ତିତ୍ୱ ଓ ଲୋକମୁଖୀ ଶାସନ ପାଇଁ ପରିଚିତ ମୁଖ୍ୟମନ୍ତ୍ରୀ ମାଝୀ ଅଭିଯୋଗ ଶୁଣାଣି ମାଧ୍ୟମରେ ସିଧାସଳଖ ଜନସମସ୍ୟା ସମାଧାନ କରୁଛନ୍ତି। ତାଙ୍କ ଜନ୍ମଦିବସ ଅବସରରେ ସାରା ରାଜ୍ୟରେ ଉତ୍ସାହ ଓ ଆଶାର ପରିବେଶ ସୃଷ୍ଟି ହୋଇଛି।