Blog

  • ରତ୍ନଭଣ୍ଡାର ଅଳଙ୍କାର ଗଣନା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

    ରତ୍ନଭଣ୍ଡାର ଅଳଙ୍କାର ଗଣନା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

    ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହେଉଛି । ଏହି ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାଲିଛି। ବୈଠକରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି–ମଣତି ସମ୍ପର୍କିତ ବିଷୟରେ ବିସ୍ତୃତ ଆଲୋଚନା ହେବାକୁ ଯାଉଛି ।

    ଗତ ରତ୍ନଭଣ୍ଡାର ହାଇଲେବୁଲ ମିଟିଂରେ ଅଳଙ୍କାର ଗଣତି–ମଣତି ସମ୍ପର୍କିତ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା ଏବଂ ସେଥିରେ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ସମ୍ପନ୍ନ ହୋଇସାରିଛି । ଆଜି ସେହି ଚିଠା ପ୍ରସ୍ତାବକୁ ନେଇ ପୁନର୍ବାର ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ନୀତି ପ୍ରଶାସକ ସହ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିଛନ୍ତି ।

  • ବିଜେଡି ନେତାଙ୍କ ଘରେ ଇଡିର ତନାଘନା, ଗଞ୍ଜାମରେ ମେଗା ରେଡ୍

    ବିଜେଡି ନେତାଙ୍କ ଘରେ ଇଡିର ତନାଘନା, ଗଞ୍ଜାମରେ ମେଗା ରେଡ୍

    ଓଡ଼ିଶାରେ ଅବୈଧ ଲଘୁ ଖଣିଜ ଉତ୍ତୋଳନ ଓ ଲୁଟ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବିଜେଡି ନେତାଙ୍କ ଘରେ ଇଡିର ତନାଘନା । ଭୁବନେଶ୍ୱର ଜୋନାଲ ଅଫିସ୍‌ର ନିର୍ଦ୍ଦେଶନାରେ ଗଞ୍ଜାମ ଜିଲ୍ଲାରେ ୫ରୁ ଅଧିକ ସ୍ଥାନରେ ଏକାସାଥିରେ ଚଢାଉ ଚାଲିଛି। ଏହି ମେଗା ରେଡ୍‌ରେ ପ୍ରାୟ ୧୦୦ ଜଣିଆ ଇଡି ଟିମ୍ ସାମିଲ ହୋଇଥିବା ସୂଚନା ମିଳିଛି। ବାଲି ଓ କଳାପଥର ଭଳି ଲଘୁ ଖଣିଜ ପଦାର୍ଥର ବେଆଇନ ଓ ଅନଧିକୃତ ଖନନ, ପରିବହନ ଏବଂ ବିକ୍ରୟ ସଂପର୍କିତ ମାମଲାକୁ ନେଇ ଏହି ଚଢାଉ କରାଯାଉଛି। ଲଘୁ ଖଣିଜ ଲୁଟ ଘଟଣାରେ ଗ୍ୟାଙ୍ଗଷ୍ଟର ଏବଂ ବାହୁବଳୀମାନେ ସାମିଲ ଅଛନ୍ତି । ଯେଉଁମାନେ ଅଞ୍ଚଳରେ ଆତଙ୍କ ଖେଳାଇ ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଲୁଟ ଚଳାଇଥିଲେ । 

    ଚଢ଼ାଉ ସମୟରେ କୋଟି କୋଟି ଟଙ୍କା ନଗଦ ଟଙ୍କା, ଦାମୀ ବେନାମୀ ଯାନବାହନ ଏବଂ ଏହି ଦୁର୍ବୃତ୍ତମାନଙ୍କ ଦ୍ୱାରା ସମ୍ପାଦିତ ଅସ୍ଥାବର ସମ୍ପତ୍ତି, ଚୁକ୍ତିନାମା ଏବଂ ଖଣି ଲିଜ୍ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି । ତଲାସୀ ଅଭିଯାନ ଜାରି ରହିଛି । ଆଜି ମଧ୍ୟ ରେଡ ଜାରି ରହିବ ବୋଲି ଜଣାପଡିଛି । ଚଢ଼ାଉ ସରିବା ପରେ ଜବତ ସଂପତ୍ତିର ବିବରଣୀ ଜଣାପଡିବ । ରାଜ୍ୟରେ ଅବୈଧ ଖଣି କାରବାର ମାମଲାରେ ଇଡି  ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି । 

  • କଳିଙ୍ଗରେ ଆଜିଠୁ ହକି ଇଣ୍ଡିଆ ଲିଗ୍, ପ୍ରଥମ ଦିନ ୨ଟି ମ୍ୟାଚ୍

    କଳିଙ୍ଗରେ ଆଜିଠୁ ହକି ଇଣ୍ଡିଆ ଲିଗ୍, ପ୍ରଥମ ଦିନ ୨ଟି ମ୍ୟାଚ୍

    ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ପୁରୁଷ ହକି ଇଣ୍ଡିଆ ଲିଗ୍‌ର ଶେଷ ପର୍ଯ୍ୟାୟ ମ୍ୟାଚ୍। ଶୀତୁଆ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ ହେବ ଜୋରଦାର ହକି ଫାଇଟ୍‌ର ସାକ୍ଷୀ। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବାବେଳେ ବିଭିନ୍ନ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି।

    ପ୍ରଥମ ଦିନରେ ମାନେ ଆଜି ଦୁଇଟି ରୋମାଞ୍ଚକର ମ୍ୟାଚ୍ ଖେଳାଯିବ। ସଂଧ୍ୟା ୫ଟାରେ ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମୁକାବିଲା ହେବ। ଏହାପରେ ରାତି ୭ଟାରେ ଘରୋଇ ଦଳ କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ଏସଜି ପାଇପର୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ।

    କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟର ମ୍ୟାଚ୍ ହେବାକୁ ଯାଉଛି | ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ନକ୍-ଆଉଟ୍ ମ୍ୟାଚ୍ ଖେଳାଯାଉଥିବାବେଳେ ୨୬ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ।

    ଗତବର୍ଷ ଭୁବନେଶ୍ୱର ପରିବର୍ତ୍ତେ ରାଉରକେଲାରେ ହକି ଇଣ୍ଡିଆ ଲିଗ୍ ମ୍ୟାଚ୍ ଗୁଡ଼ିକ ଖେଳାଯାଇଥିଲା| କିନ୍ତୁ ଏଥର ସମସ୍ତ ମ୍ୟାଚ୍ କେବଳ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳ ଯିବା ବୋଲି ସୂଚନା ମିଳିଛି ।
    ବର୍ତ୍ତମାନ କଳିଙ୍ଗ ଲାନସର୍ସ ୪ଟି ମ୍ୟାଚ୍ ଖେଳି ୧୧ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଥିବାବେଳେ , ଯାହା ଘରୋଇ ଦର୍ଶକଙ୍କ ଆଶାକୁ ଆହୁରି ବଢ଼ାଇଛି |

  • ଇରାନରେ ୮୦୦ ଜଣଙ୍କ ମୃତ୍ୟୁଦଣ୍ଡ ନିଷ୍ପତ୍ତି ସ୍ଥଗିତ

    ଇରାନରେ ୮୦୦ ଜଣଙ୍କ ମୃତ୍ୟୁଦଣ୍ଡ ନିଷ୍ପତ୍ତି ସ୍ଥଗିତ

    ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରେ ଇରାନରେ ୮୦୦ ଜଣଙ୍କ ମୃତ୍ୟୁଦଣ୍ଡ ନିଷ୍ପତ୍ତି ସ୍ଥଗିତ ହୋଇଛି। ମାନବାଧିକାର ଗୋଷ୍ଠୀ ଅନୁଯାୟୀ, ଇରାନରେ ବିରୋଧୀ ପ୍ରଦର୍ଶନ ଉପରେ ସରକାରୀ ହିଂସାରେ ୨୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସହସ୍ର ହଜାର ଲୋକ ଗିରଫ ହୋଇଛନ୍ତି, ଶହ ଶହଙ୍କର ଫାଶୀ ଦେବାର ଆଶଙ୍କା ରହିଛି।

    ହ୍ୱାଇଟ୍ ହାଉସ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି, ଇରାନ ସରକାର ଯଦି ବିରୋଧୀଙ୍କୁ ହିଂସାରେ ଦମନ କରେ, ତେବେ ତେହେରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ।

    ଟ୍ରମ୍ପ ପ୍ରଶାସନ ଇରାନର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବ ଓ ଗୁପ୍ତ ବ୍ୟାଙ୍କିଂ ନେଟୱର୍କ ସହିତ ଜଡିତ ୧୮ ଲୋକ ଓ କମ୍ପାନି ଉପରେ କଟକଣା ଲାଗାଇଛି।

    ୨୬ ବର୍ଷୀୟ ଇରାନୀ ପ୍ରତିବାଦକାରୀ ଇରଫାନ୍ ସୁଲତାନୀଙ୍କ ମୃତ୍ୟୁଦଣ୍ଡ ଆଦେଶ ପରେ ଟ୍ରମ୍ପ ପ୍ରଶାସନ କଡ଼ା ଚେତାବନୀ ଦେଇଥିଲା। ସୁଲତାନୀଙ୍କର ମୃତ୍ୟୁଦଣ୍ଡ ସ୍ଥଗିତ ହୋଇଛି ବୋଲି ସ୍ପଷ୍ଟ ହୋଇଛି।

    ଆମେରିକା ଓ ଇରାନ ମଧ୍ୟରେ କଥାବାର୍ତ୍ତା ପାଇଁ ସାଉଦି ଆରବ, କତାର, ଓମାନ ଓ ଇଜିପ୍ଟ ମଧ୍ୟସ୍ଥତା କରିଛନ୍ତି। ରଏଟର୍ସର ରିପୋର୍ଟ ଅନୁଯାୟୀ, ଏହି ମଧ୍ୟସ୍ଥତା ପରେ ଆମେରିକା ଇରାନ ବିରୋଧୀ ଆକ୍ରମଣ ଯୋଜନାକୁ ସ୍ଥଗିତ କରିଛି। ଇରାନରେ ହିଂସା କମିଛି ବୋଲି ଟ୍ରମ୍ପ କହିଛନ୍ତି।

  • ନବୀନଙ୍କୁ ‘ନେତା’ କହିବା ପାଇଁ ଅରବିନ୍ଦଙ୍କୁ ମହଙ୍ଗା ପଡ଼ିଲା

    ନବୀନଙ୍କୁ ‘ନେତା’ କହିବା ପାଇଁ ଅରବିନ୍ଦଙ୍କୁ ମହଙ୍ଗା ପଡ଼ିଲା

    ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କର ବିଧାନସଭା ଓ ସାଧାରଣ ମନ୍ତବ୍ୟରେ ଦିଆଯାଇଥିବା ବୟାନ “ନବୀନ ମୋ ନେତା” ନେଇ ବିଜେଡି ଭିତରେ ଅନୁଶାସନ ଚର୍ଚ୍ଚା ଆରମ୍ଭ ହୋଇଛି।

    ତାଙ୍କର ମନ୍ତବ୍ୟ ବାହାରେ ଚର୍ଚ୍ଚିତ ହେଲେ ବି, ବିଜେଡି ନେତୃତ୍ୱ ଏହାକୁ ଦଳ ନୀତି ଭଙ୍ଗ ଭାବରେ ଦେଖି ନିଲମ୍ବନ କରାଇଛି। ରାଜନୈତିକ ମହଲର ଆଲୋଚନା ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ପଛରେ ମନ୍ତବ୍ୟର ପ୍ରଭାବ ସବୁଠାରୁ ମୁଖ୍ୟ।

    ଦଳୀୟ ମହଲ କହୁଛି, ନବୀନଙ୍କୁ ନେତା ଭାବରେ ସ୍ବୀକାର କରିବା ସହ ପାଣ୍ଡିଆନଙ୍କ ହାକିମାତିକୁ ବି ମାନିବାକୁ ପଡ଼ିବ। ଏହାର ପ୍ରଭାବ ଆସନ୍ତା ରାଜ୍ୟସଭା ନିର୍ବାଚନରେ ଦେଖାଯିବ।

    ସାମାଜିକ ମାଧ୍ୟମରେ ଏହି ବିବାଦ ଭାଇରାଲ୍ ହୋଇଛି ଏବଂ ବହୁ ନେତା ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗ ପରୋକ୍ଷରେ ଅରବିନ୍ଦଙ୍କୁ ତାଗିଦ୍ କରାଯାଇଥିଲା, ଯାହା ନିଲମ୍ବନର ପ୍ରଧାନ କାରଣ ବୋଲି ମନାଯାଉଛି।

  • ସୈତାନ ସାଜିଲା ସମ୍ପର୍କୀୟ ମଉସା

    ସୈତାନ ସାଜିଲା ସମ୍ପର୍କୀୟ ମଉସା

    ଗୁହାଳକୁ ଡାକିଥିଲା ସମ୍ପର୍କୀୟ ମଉସା , ଆଉ ନିଜ ମଉସାଙ୍କୁ ଦେଖା କରିବାକୁ ଆସି ଫସିଗଲେ ନାବାଳିକା ଜଣକ | ମଉସା କେଉଁ କାମରେ ଡ଼ାକିଥିବେ ଭାବି ଘର ନିକଟ ଗୁହାଳ ପାଖକୁ ଯାଇଥିଲେ ନାବାଳିକା ହେଲେ ସେଠାରେ ଜଗି ବସିଥିବା ମଉସା ଯେ ନିଜ ଦେହର ଭୋକ ମେଣ୍ଟାଇବାକୁ ସବୁ ପ୍ରସ୍ତୁତି କରି ରଖିଥିଲା ଏକଥା ହୁଏତ ଜାଣି ନଥିଲା ନାବାଳିକା ଜଣକ | ପାଖରେ ପହଂଚୁ ପହଂଚୁ ଗୁହାଳ ଭିତରକୁ ଘୋଷାଡ଼ି ନେଇଥିଲା ମଉସା ଆଉ ତା ପରେ ମାଉସ ଭୁଲିଯାଇଥିଲା ସବୁ ସମ୍ପର୍କ | ନର ରାକ୍ଷସ ମଉସା ଝିଆରୀ ର ଦେହକୁ ଝୁଣି ଖାଇଥିଲା , ଆଉ ଏକଥା କାହାକୁ କହିବାକୁ ମନ କରିଥିଲା , ଯଦି କହିବି ତାହେଲେ ସେ ମାରିଦେବ ବୋଲି ଧମକ ବି ଦେଇଥିଲା | ହଁ ଆଜ୍ଞାଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜେଭଦ୍ରାଙ୍କ ଜିଲ୍ଲା ତୁସୁରୀ ଥାନା ଅଂଚଳରେ |

    ତେର ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପୋଲିସ ହାତରେ ବନ୍ଧା ହୋଇଛି ମଉସା । ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରୁ ଆସିଛି ଏହି ଲଜ୍ଜାଜନକ ଖବର । ଜଣେ ୧୩ ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ୫୫ ବର୍ଷିୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟ, ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି।

  • ମକର ସଂକ୍ରାନ୍ତିରେ ଅଯୋଧ୍ୟା ଭକ୍ତିମୟ,

    ମକର ସଂକ୍ରାନ୍ତିରେ ଅଯୋଧ୍ୟା ଭକ୍ତିମୟ,

    ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଅଯୋଧ୍ୟାରେ ଅଭୂତପୂର୍ବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି | ସରଜୁ ନଦୀରେ ପବିତ୍ର ସ୍ନାନ ଓ ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟାକୁ ଆସିଛନ୍ତି। ଭୋର୍‌ ସମୟରୁ ଘାଟଗୁଡ଼ିକରେ ‘ଜୟ ଶ୍ରୀରାମ’ ଧ୍ୱନି ଗୁଞ୍ଜି ଉଠିଥିବା ବେଳେ ସମଗ୍ର ସହର ଆଧ୍ୟାତ୍ମିକ ରଙ୍ଗରେ ରଙ୍ଗେଇ ଯାଇଛି।

    ଭିଡ଼କୁ ନିୟନ୍ତ୍ରଣ କରିବା ସହ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି | ସମଗ୍ର ମେଳା ଅଞ୍ଚଳରେ ପୁଲିସ, ପିଏସି, ଆରଏଏଫ ଓ ସାଧା ପୋଷାକଧାରୀ କର୍ମଚାରୀ ଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ସିସିଟିଭି ଓ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଭିଡ଼ ଉପରେ ୨୪ ଘଣ୍ଟା ନଜର ରଖାଯାଉଛି।

    ନଦୀ ଘାଟରେ ପୁଲିସ ଓ ଏସଡିଆରଏଫ ଟିମ ନୌକା ସହ ପ୍ରସ୍ତୁତ ରହିଥିବା ବେଳେ, ବ୍ୟାରିକେଡିଂ କରି ସ୍ନାନ କରିବା ପାଇଁ ସୀମା ନିର୍ଦ୍ଧାରଣ କରାଯାଇଛି | ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପାନୀୟ ଜଳ, ଚିକିତ୍ସା ସେବା, ମୋବାଇଲ , ଶୌଚାଳୟ ଓ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା ହୋଇଛି |

    ପ୍ରଶାସନ ପକ୍ଷରୁ ଖବର ମିଳିଛି , ଏତେ ବଡ଼ ସମାଗମ ସତ୍ତ୍ୱେ ମେଳା ସୁସ୍ଥ ଓ ଶାନ୍ତିଶୃଙ୍ଖଳାର ସହ ଚାଲିଛି | ମକର ସଂକ୍ରାନ୍ତିର ଏହି ଉତ୍ସବ ଅଯୋଧ୍ୟାର ଧାର୍ମିକ ମହତ୍ତ୍ୱ ସହ ଭାରତୀୟ ସଂସ୍କୃତି ଓ ପରମ୍ପରାର ଉଜ୍ଜ୍ୱଳ ଦୃଶ୍ୟକୁ ପୁଣିଥରେ ଉଦ୍‌ଘାଟିତ କରିଛି |

  • ଚିନ୍ତା ବଢ଼େଇଲାଣି ନିପା

    ଚିନ୍ତା ବଢ଼େଇଲାଣି ନିପା

    ଏବେ ପୁଣି ଡ଼ରାଇଲାଣି ନିପା ଭାଇରସ | କେତେଦିନର ଦିନର ଅନ୍ତର ପରେ ଏବେ ପୁଣି ଘାରିଛି ଭୁତାଣୁ ଭୟ |
    ପଶିବମବଙ୍ଗ ଉତ୍ତରଚବିଶ ପ୍ରଗଣାର ଏକ ଘୋରୀଇ ହସ୍ପିଟାଲରେ ୨ଜଣ ନର୍ଶଙ୍କ ଠାରେ ଏହି ନିପା ଭାଇରସ ଭୁତାଣୁ ଦେଖାଯିବା ପରେ ଏବେ ପୁଣି ଥରେ ଏହାକୁ ନେଇ ଭୟ ଦେଖାଯାଇଛି |ସେମାନଙ୍କ ଠାରେ ଦେଖା ଯାଉଥିବା ଲକ୍ଷଣ ପ୍ରାଥମିକ ଚିକତ୍ସା ପରେ ନିପା ବୋଲି ଚିହ୍ନଟ ହୋଇଛି | ସେମାନଙ୍କ ନମୁନା ଟେଷ୍ଟ ପାଇଁ ଏମ୍ସ କୁ ପାଠ ଯାଇଛି | ସଂକ୍ରମଣକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଗଠନ କରାଯାଇଛି |


    ପ୍ରତିଦିନ ପଶ୍ଚିମବଙ୍ଗରୁ ଓଡିଶାକୁ ଯିବା ଆସିବା ଲାଗି ରହୁଥିବାରୁ , ଏହି ଘଟଣା ଏବେ ଓଡିଶା ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି | | ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ ନିପା ଭୁତାଣୁ ଚିହ୍ନଟ ହୋଇନାହାନ୍ତି, ହେଲେ କୋଭିଡ ପରିସ୍ଥିତିରେ ଯେଉଁଭଳି ଅନ୍ୟ ରାଜ୍ୟ ଓ ଦେଶରୁ ଆସୁଥିବା ଲୋକଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିଥିଲା, ସେ ଭୟ ଏବେ ବି ମନରେ ରହିଛି | | ପଶୁ ସଂକ୍ରମିତ ଖାଦ୍ୟ ଖାଇବା ବା ସିଧା ସଳଖ ମଣିଷକୁ ଏହି ନିପା ଭୁତାଣୁ ବ୍ୟପିଥାଏ |ସଂକ୍ରମିତ ନାଳ ,ମଳ, ମୂତ୍ର ଓ ରକ୍ତ ଦ୍ୱାରା ଏହି ଭୁତାଣୁ ବ୍ୟପିବାରେ ଆଶଙ୍କା ଅ

  • କୁକୁର ପ୍ରେମୀଙ୍କୁ ସୁପ୍ରିମ ଝଟକା: ରାସ୍ତାରେ ଖାଇବା ଦେଲେ ହେବ ଆକ୍ସନ”

    କୁକୁର ପ୍ରେମୀଙ୍କୁ ସୁପ୍ରିମ ଝଟକା: ରାସ୍ତାରେ ଖାଇବା ଦେଲେ ହେବ ଆକ୍ସନ”

    ଆପଣ କଣ କୁକୁରଙ୍କୁ ଭଲ ପାଆନ୍ତି କି ,
    ରାସ୍ତା ଉପରେ କୁକୁର ଙ୍କୁ ଦେଖିଲେ ଖାଇବାକୁ ଦିଅନ୍ତି କି ,
    ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ ,କାରଣ ଏଣିକି କୁକୁରଙ୍କୁ ଖାଇବାକୁ ଦେବା ମନା – ଦେଲେ ହେବ କଡା ଆକ୍ସନ !
    କୁକୁର ପ୍ରେମୀ ଙ୍କୁ ଲାଗିଛି ସୁପ୍ରିମ ଝଟକା !

    ବୁଲା କୁକୁର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ସମସ୍ତ ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ କୁକୁର କାମୁଡ଼ା ଘଟଣା ଓ ଏଥିରେ ହେଉଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ ସମ୍ପୃକ୍ତ ରାଜ୍ୟ ଉପରେ ଭାରୀ କ୍ଷତିପୂରଣ ଲଗାଯାଇପାରେ।
    ଏହା ସହ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, କୁକୁର ଆକ୍ରମଣ ଯୋଗୁଁ ଯଦି କାହାର ଜୀବନ ବ୍ୟାପୀ ପ୍ରଭାବ ପଡୁଛି, ତେବେ ବୁଲା କୁକୁରଙ୍କୁ ଖାଦ୍ୟ ଦେଉଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟଅନୁଷ୍ଠାନ ନିଆଯିବ | ଏପରିକି
    ସୁପ୍ରିମକୋର୍ଟ କହିଛନ୍ତି ଯେ ‘ଆନିମଲ୍ ବାର୍ଥ କଣ୍ଟ୍ରୋଲ’ ନିୟମ ଲାଗୁ କରିବାରେ ରାଜ୍ୟଗୁଡ଼ିକ ବିଫଳ ହୋଇଛନ୍ତି । ଯାହାଫଳରେ ଏମିତି ଅସୁବିଧା ଦେଖାଯାଉଛି । ଆଗାମୀ ଦିନରେ ଏପରି ମାମଲାକୁ ଗୁରୁତ୍ୱ ଦେଇ କଠୋର ପଦକ୍ଷେପ ନିଆଯିବ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି।

  • “କଟକର ଆକାଶରେ ଗୁଡ଼ି ଉଡ଼ା: ଏକତା, ସଂସ୍କୃତି ଓ ଭାଇଚାରାର ପରମ୍ପରା”

    “କଟକର ଆକାଶରେ ଗୁଡ଼ି ଉଡ଼ା: ଏକତା, ସଂସ୍କୃତି ଓ ଭାଇଚାରାର ପରମ୍ପରା”

    ଗୋଟିଏ ସୂତାରେ ବନ୍ଧା କଟକିଅ।ଙ୍କ ମନ , ସତେ ଯେମିତି ସମସ୍ତେ ଏକାତାର ସୂତ୍ରରେ ବାନ୍ଧି ହୋଇ କଟକର ଐତିହ୍ୟ, ସଂସ୍କୃତି ଓ ଭାଇଚାରାକୁ ଉଜ୍ଜୀବିତ କରି ରଖିଵାକୁ ସଦା ଜାଗ୍ରତ … ଏହାରି ଭିତରେ ମନେ ପଡେ ମକର ସଂକ୍ରାନ୍ତି ର କଥା । ସେ ହିନ୍ଦୁ ହେଉ ଅବା ମୁସଲିମ୍ ସମସ୍ତେ ମିଳିମିଶି କଟକ ଅ।କଶରେ ଉଡାଇ ଦିଅନ୍ତି ଏକତାର ଗୁଡି । ସେଥିପାଇଁ ତ କଟକ ସହରର ଆକାଶ ଅ।ଜି ଗୁଡି ମୟ ,ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିରେ ମକର ଚାଉଳର ମଜା ବେଶ ନିଅ।ରା,ଭାଇ-ଭାଇ କୋଳା କୋଳି ହେଲା ମନ ହଜି ଯାଏ ମାହାନଦୀ ବାଲିପଠାରେ ..କି ଖରା.. କାହାରି ଖାତିର ନାହିଁ .. ସମସ୍ତଙ୍କ ମୁହଁରେ ଖୁସି ଅ।ଉ ଖୁସି .. ଏହି ସମୟରେ କକଟ ରେଡିଓ ସେଣ୍ଟରରୁ ଭାସି ଅ।ସେ .. ଖୋକା ଭାଇଙ୍କ ସେ କାଳଜୟୀ ସଂଗୀତ ..‘ଉଡ଼ି ଉଡ଼ି ଉଡ଼ି… ଯାଆରେ ଗୁଡ଼ି’ ଉଡ଼ି ଯା… ଯାହା ସମସ୍ତଙ୍କୁ ମତୁଅ।ଲା କରି ଦିଏ | ଇଏ ଗୀତ କେବଳ ସଂଗୀତ ନୁହେଁ ..ଏହା ପୁରୁଣା କଟକର ସଂସ୍କୃତି ଓ ଭାଇଚରର ଏକ ଜୀବନ୍ତ ଦଲିଲ | ଅକ୍ଷୟ ମହାନ୍ତି କେବଳ ଗାୟକ ନଥିଲେ ସେ ଥିଲେ କଟକର ପ୍ରାଣ | ଆଜି ବି ମକର ସଂକ୍ରାନ୍ତି ଆସିଲେ କଟକ ସହର ଖୋକା ଭାଇଙ୍କୁ ଝୁରେ |

    କାଠଯୋଡ଼ି କୂଳର ସଞ୍ଜ, ଛାତ ଉପରେ ଲୋକଙ୍କ ଭିଡ଼ ଓ ଆକାଶରେ ଉଡ଼ୁଥିବା ଶହ ଶହ ଗୁଡ଼ିରେ ରଙ୍ଗୀନ ହୋଇଉଠେ କଟକ ସହର | ଏହା କଟକିଆଙ୍କ ପାଇଁ କେବଳ ଏକ ଖେଳ ନୁହେଁ, ଏକ ଭାବନା |
    ମକର ସଂକ୍ରାନ୍ତି ପୂର୍ବରୁ ନିମଚୌରି, ଚାନ୍ଦିନୀ ଚୌକ ଓ ବାଲୁ ବଜାରରେ ଗୁଡ଼ି–ସୂତା ର ବଜାର ଜମିଉଠେ।

    ସକାଳୁ ସକାଳୁ ଛୋଟପିଲାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗୁଡ଼ି ଉଡ଼ାଇବାରେ ହଜିଯାନ୍ତି । “କଟିଗଲା… କଟିଗଲା…” ଶବ୍ଦରେ ସହର ଗଞ୍ଜିଉଠେ। ଏହି ଉତ୍ସବ କଟକର ଭାଇଚାରା, ଏକତା ଓ ସାଂସ୍କୃତିକ ପରିଚୟର ପ୍ରତୀକ ଭାବେ ଆଜି ବି ବଜାୟ ରଖିଛି |ବର୍ତମାନର ସମୟକୁ ଧ୍ୟାନ ଦେଇ ପାରମ୍ପରିକ ସୂତା ବ୍ୟବହାର ଓ ପକ୍ଷୀ ସୁରକ୍ଷା ପ୍ରତି ସଚେତନତା ଉପରେ ଦୃଷ୍ଟି ଦେଇ କଟକରେ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ା ପରମ୍ପରା ଆଜି ବି ବଜାଇ ରଖିବା ସହ ଗୋଟେ ସୂତାରେ କଟକ ସହରବାସୀଙ୍କୁ ବାନ୍ଧି ରଖିଛି |