Blog

  • ଭାରତ–ବାଂଲାଦେଶ ମଧ୍ୟରେ ଯଦି ତୀବ୍ର ତନାତନି ସୃଷ୍ଟି ହୁଏ, ତେବେ ପାକିସ୍ତାନ ପକ୍ଷରୁ କଠୋର ପ୍ରତିକ୍ରିୟା ଆସିପାରେ।

    ଭାରତ–ବାଂଲାଦେଶ ମଧ୍ୟରେ ଯଦି ତୀବ୍ର ତନାତନି ସୃଷ୍ଟି ହୁଏ, ତେବେ ପାକିସ୍ତାନ ପକ୍ଷରୁ କଠୋର ପ୍ରତିକ୍ରିୟା ଆସିପାରେ।

    କିଛି ରିପୋର୍ଟ ଓ ରାଜନୀତିକ ବିଶ୍ଳେଷଣରେ ଦାବି କରାଯାଉଛି ଯେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଙ୍ଗ୍ଲାଦେଶ ଏବେ ପାକିସ୍ତାନର ପ୍ରଭାବକ୍ଷେତ୍ରରେ ଅଧିକ ନିକଟ ହୋଇପାରେ। ଯେ ପାକିସ୍ତାନଙ୍କ ଶାସନରୁ ଭାରତ କେବେକାଳି ବାଙ୍ଗ୍ଲାଦେଶକୁ ମୁକ୍ତ କରିଥିଲା, ସେହି ଦେଶ ଏବେ ୟୁନୁସ ସରକାରକୁ ସମର୍ଥନ ଦେବାକୁ ଆଗ୍ରହ ପ୍ରକାଶ କରୁଛି ବୋଲି ଆପତ୍ତି ଉଠୁଛି।

    ଏପରି ପରିସ୍ଥିତିରେ, ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫଙ୍କ ଦଳ — ପାକିସ୍ତାନ ମୁସଲିମ ଲିଗ୍ (ନୱାଜ୍) —ର ନେତା କାମରାନ ସଇଦ ଉସମାନି ଭାରତକୁ କଡ଼ା ସତର୍କବାଣୀ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଯଦି ଭାରତ ବାଙ୍ଗ୍ଲାଦେଶ ଉପରେ ସାମରିକ କାର୍ଯ୍ୟନୁଷ୍ଠାନ କରେ, ତେବେ ପାକିସ୍ତାନ ଢାକାଙ୍କ ପକ୍ଷରେ ଦୃଢ଼ ଭାବେ ଠିଆ ହେବ।

    ଉସମାନି ଏହିପର୍ଯ୍ୟନ୍ତ କହିଛନ୍ତି ଯେ 2025 ମଇରେ ଭାରତ–ପାକିସ୍ତାନ ମଧ୍ୟରେ ଘଟିଥିବା ତନାତନିକୁ ସେ ନିଜ ପରିପ୍ରେକ୍ଷ୍ୟରୁ “ଗୌରବର ଅନୁଭବ” ବୋଲି ଦେଖନ୍ତି — ଯାହା ପୁନଃ ରାଜନୈତିକ ମହଲରେ ଚର୍ଚ୍ଚାର ସୃଷ୍ଟି କରିଛି।

    କାମରାନ ସଇଦ ଓସମାନି ପାକିସ୍ତାନର ପତାକା ସହିତ ବାଂଲାଦେଶ ପତାକା ଲଗାଯାଇଥିବା ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ସେ ଭାରତକୁ ଧମକ ଦେଉଥିବାର ଶୁଣିବାକୁ ମିଳୁଛି। ସେ କହିଛନ୍ତି, ଆଜି ମୁଁ ଜଣେ ରାଜନେତା ଭାବରେ ନୁହେଁ, ବରଂ ବାଂଲାଦେଶର ମାଟି, ଇତିହାସ, ତ୍ୟାଗ ଓ ସାହସକୁ ସଲାମ କରୁଥିବା ଜଣେ ବ୍ୟକ୍ତି ଭାବରେ କହୁଛି। ଯେତେବେଳେ ମୁଁ ୨୦୨୧ରେ ଏହି ଅଭିଯାନ ଆରମ୍ଭ କରିଥିଲି, ସେତେବେଳେ କେହି ମୋ ସହିତ ନଥିଲେ। ଆଜି ମୋ ସହିତ ବାଂଲାଦେଶ ଓ ପାକିସ୍ତାନ ଏକାଠି ଠିଆ ହୋଇଛନ୍ତି। ମୁଁ କୌଣସି ରାଜନୈତିକ ବିବୃତି ଦେଉ ନାହିଁ। ଉସମାନ ହାଦି କହିଥିଲେ, ବାଂଲାଦେଶକୁ କୌଣସି ଦେଶର ଉପନିବେଶ ହେବାକୁ ଦିଆଯିବ ନାହିଁ। ବାଂଲାଦେଶରେ କାହାର ଗୁଣ୍ଡାଗିରିକୁ ସହ୍ୟ କରାଯିବ ନାହିଁ। ବାଂଲାଦେଶକୁ କାହାର ଦାସ ହେବାକୁ ଦିଆଯିବ ନାହିଁ। କିନ୍ତୁ ତାଙ୍କୁ ଶେଷରେ ହତ୍ୟା କରାଯାଇଥିଲା।

    ଭାରତକୁ ବୃଥା ଧମକ 
    କାମରାନ ସଇଦ କହିଛନ୍ତି, ଉସମାନ ହାଦିଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ତାଙ୍କର ବିଚାରଧାରାର ହତ୍ୟା ହୋଇନି ।  ଆଜି ବାଂଲାଦେଶର ଲୋକମାନେ ଭାରତର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ମୁଁ ମୋର ବାଂଲାଦେଶୀ ଭାଇଭଉଣୀମାନଙ୍କୁ କହିବାକୁ ଚାହୁଁଛି, ଆମେ ଆପଣଙ୍କ ସହିତ ଠିଆ ହୋଇଛୁ । ଯଦି କୌଣସି ଦେଶ ବାଂଲାଦେଶ ଉପରେ ଚାପ ପକାଇବାକୁ ଚେଷ୍ଟା କରେ କିମ୍ବା ବାଂଲାଦେଶର ସ୍ୱାୟତ୍ତତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ପାକିସ୍ତାନର ଲୋକେ ଆପଣଙ୍କ ସହିତ ଠିଆ ହେବେ । ମୁଁ ଚେତାବନୀ ଦେଉଛି, ଯଦି କେହି ବାଂଲାଦେଶକୁ ଖରାପ ନଜରରେ ଦେଖିବାକୁ ସାହସ କରେ, ତେବେ ପାକିସ୍ତାନୀ ଲୋକେ, ପାକିସ୍ତାନୀ ସେନା ଓ ଆମର କ୍ଷେପଣାସ୍ତ୍ର ସେଭଳି ଦେଶଙ୍କଠାରୁ ଦୂରରେ ନାହିଁ। ଆମେ ଅପରେସନ ସିନ୍ଦୂର ବିରୋଧରେ ଅପରେସନ ବୁନୟାନ ଅଲ୍ ମାର୍ସୁସ୍ ମାଧ୍ୟମରେ ଯେପରି ଝଟ୍‌କା ଦେଇଥିଲୁ ସେହିପରି ପଦକ୍ଷେପ ଗ୍ରହଣ କରିବୁ ବୋଲି ବୃଥା ଧମକ ଦେଇଛନ୍ତି । 

  • ପାକିସ୍ତାନଙ୍କ ବିପକ୍ଷରେ ଖେଳିବା ପାଇଁ ଭାରତୀୟ ଟିମ୍‌ ଶ୍ରୀଲଙ୍କା ଯିବ

    ପାକିସ୍ତାନଙ୍କ ବିପକ୍ଷରେ ଖେଳିବା ପାଇଁ ଭାରତୀୟ ଟିମ୍‌ ଶ୍ରୀଲଙ୍କା ଯିବ

    ଟି-୨୦ ବିଶ୍ୱକପ୍‌ରେ ଭାରତ ସହ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଅସ୍ୱୀକାର କରିପାରେ ବୋଲି ଯେଉଁ ଘୋଷଣା ସାମ୍ନାକୁ ଆସିଛି, ତାହାକୁ ନେଇ କ୍ରିକେଟ୍‌ ମହଲରେ ଅବିରତ ଚର୍ଚ୍ଚା ଚାଲୁଛି। ତଥାପି, ପାକିସ୍ତାନ କ୍ରିକେଟ୍‌ ବୋର୍ଡର ପୂର୍ବ ଇତିହାସକୁ ମନେ ପକାଇ ଅନେକ ଜଣଙ୍କ ମନେ ଧାରଣା — ଶେଷକେ ପିସିବି ଏହି ନିଷ୍ପତ୍ତିରୁ ପଛକୁ ହଟିବାର ସମ୍ଭାବନା କମ୍‌ ନୁହେଁ।

    ଭାରତୀୟ କ୍ରିକେଟ୍‌ ଦିଗଗଜ ସୁନୀଲ ଗାଭାସ୍କରଙ୍କ ମତ ଅନୁସାରେ, ପାକିସ୍ତାନଙ୍କ “ୟୁ-ଟର୍ଣ୍ଣ” ନେବାର ଐତିହାସ ଆଗରୁ ମଧ୍ୟ ରହିଛି। ସେ କହିଛନ୍ତି, ପାକିସ୍ତାନୀ ଖେଳାଳିମାନେ ଅବସର ଘୋଷଣା କରି କିଛି ଦିନ ମଧ୍ୟେ ପୁଣି ଫେରି ଆସିବା ଘଟଣା ନୂଆ ନୁହେଁ। ଏହି ଧାରାବାହିକତା ଦେଖି ଅନେକଙ୍କ ମତ, ପିସିବି ମଧ୍ୟ ଏବେର ଚର୍ଚ୍ଚିତ ନିଷ୍ପତ୍ତିକୁ ପୁଣି ପରିବର୍ତ୍ତନ କରିପାରେ।

    ଯଦି ପିସିବି ନିଜ ନିଷ୍ପତ୍ତିରେ ଅଟଳ ରହେ ଓ ମ୍ୟାଚ ଖେଳେନାହିଁ ତେବେ ଭାରତୀୟ ଦଳର ପରବର୍ତ୍ତି ପଦକ୍ଷେପ କଣ ହେବ? ଭାରତୀୟ ଦଳ କ”ଣ ଏହି ମ୍ୟାଚ ଖେଳିବାକୁ ଶ୍ରୀଲଙ୍କା ଗସ୍ତ କରିବ? ଏହାର ଉତ୍ତର ହେଉଛି, ଆସନ୍ତା ୧୫ ତାରିଖରେ ଭାରତୀୟ ଦଳ ନିଶ୍ଚିତ ଭାବେ ଶ୍ରୀଲଙ୍କା ଗସ୍ତ କରିବ। ଆଇସିସିର ପ୍ରୋଟୋକଲ୍ ଅନୁସାରେ ଗୋଟିଏ ପ୍ରତିଯୋଗିତାରେ ଓ୍ବାକ୍-ଓଭର ପଏଣ୍ଟ ପାଇବାକୁ ହେଲେ ଗୋଟିଏ ଦଳକୁ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ ପଡ଼ିବ। ଏପରିକି ଦଳର ଅଧିନାୟକଙ୍କୁ ଟସ୍ ପାଇଁ ପଡ଼ିଆରେ ଉପସ୍ଥିତ ରହିବେ। ଯଦି ବିପକ୍ଷ ଦଳର ଅଧିନାୟକ ଟସ୍ ପାଇଁ ଆସନ୍ତି ନାହିଁ, ତେବେ ରେଫରି ମ୍ୟାଚକୁ ବାତିଲ୍ ଘୋଷଣା କରିବା ସହ ପଡ଼ିଆରେ ଉପସ୍ଥିତ ଥିବା ଦଳକୁ ଅଙ୍କ ପ୍ରଦାନ କରନ୍ତି।

    ଏଣୁ ଆସନ୍ତା ୧୫ ତାରିଖରେ ଭାରତୀୟ ଦଳ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଉପସ୍ଥିତ ରହିବ। ଏହା ସହିତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ପାଇଁ ପଡ଼ିଆରେ ଉପସ୍ଥିତ ରହିବେ ଓ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କୁ ଅପେକ୍ଷା କରିବେ। ଯଦି ସଲମାନ ଟସ୍ ପାଇଁ ଆସନ୍ତି ନାହିଁ ତେବେ ମ୍ୟାଚ୍ ରଦ୍ଦ ହେଲା ବୋଲି ଘୋଷଣା କରାଯିବ ଓ ଭାରତକୁ ଓ୍ବାକ-ଓଭର ପ୍ରଦାନ କରାଯିବା ସହ ୨ ଅଙ୍କ ପ୍ରଦାନ କରାଯିବ।

  • ରାଷ୍ଟ୍ରପତି ଶାସନ ପରେ ମଣିପୁରରେ ସରକାର ଗଠନ ପ୍ରୟାସ ଜୋରଦାର

    ରାଷ୍ଟ୍ରପତି ଶାସନ ପରେ ମଣିପୁରରେ ସରକାର ଗଠନ ପ୍ରୟାସ ଜୋରଦାର

    ମଣିପୁରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ଫେବ୍ରୁଆରି ୧୨ରେ ଶେଷ ହେବାକୁ ଯାଉଥିବାବେଳେ, ରାଜ୍ୟରେ ସରକାର ଗଠନକୁ ନେଇ ରାଜନୈତିକ ଚଳଚଞ୍ଚଳତା ବଢ଼ିଛି | ଏହି ପରିପକ୍ଷରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଣିପୁରର ସମସ୍ତ ଏନ୍‌ଡିଏ ବିଧାୟକଙ୍କୁ ଦିଲ୍ଲୀକୁ ଡାକିଛନ୍ତି |

    ସୋମବାର ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବର୍ତ୍ତମାନର ସୁରକ୍ଷା ଓ ରାଜନୈତିକ ପରିସ୍ଥିତି ଉପରେ ସମୀକ୍ଷା କରାଯିବ | ମଣିପୁର ବିଜେପି ସଭାପତି ଅଧିରାଜମାୟୁମ୍ ଶାରଦା ଦେବୀ ସହ ୨୦ରୁ ଅଧିକ ବିଧାୟକ ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି | ଏନ୍‌ଡିଏର ସହଯୋଗୀ ଦଳ ନ୍ୟାସନାଲ ପିପୁଲ୍ସ ପାର୍ଟି ଏବଂ ନାଗା ପିପୁଲ୍ସ ଫ୍ରଣ୍ଟର ନେତାମାନେ ମଧ୍ୟ ବୈଠକରେ ଯୋଗଦେବେ |

    ବିଜେପି ରାଜ୍ୟ ୟୁନିଟ୍ ସୂତ୍ର ଅନୁଯାୟୀ, ରାଜ୍ୟରେ ସ୍ଥିରତା ଫେରାଇବା ପାଇଁ ଏକ ଶକ୍ତିଶାଳୀ ନେତୃତ୍ୱ ଚୟନ ଉପରେ ଆଲୋଚନା କରାଯିବ | ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଏପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଛି | ଲାମସାଙ୍ଗ ବିଧାୟକ ଏସ. ରାଜେନ ସିଂହ କହିଛନ୍ତି ଯେ, କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ସମଗ୍ର ପରିସ୍ଥିତିକୁ ବିଚାର କରି ମୁଖ୍ୟମନ୍ତ୍ରୀ ଚୟନ କରିବେ | ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ମଧ୍ୟ ବୈଠକକୁ ନେଇ ଆଶାବାଦୀ ମତ ପ୍ରକାଶ କରିଛନ୍ତି | ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ଫେବ୍ରୁଆରି ୧୨ ପୂର୍ବରୁ ମଣିପୁରରେ ଏକ ନୂଆ ସରକାର ଗଠନ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି |

  • ଅଜିତଙ୍କ ମୃତ୍ୟୁରେ ବିଜେପିର ବଡ଼ ହାତ: ସଂଜୟ ରାଉତଙ୍କ ଚମକପୂର୍ଣ୍ଣ ଦାବି

    ଅଜିତଙ୍କ ମୃତ୍ୟୁରେ ବିଜେପିର ବଡ଼ ହାତ: ସଂଜୟ ରାଉତଙ୍କ ଚମକପୂର୍ଣ୍ଣ ଦାବି

    ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ଅକାଳ ମୃତ୍ୟୁ ସମ୍ବନ୍ଧୀୟ ସମ୍ବାଦ ରାଜନୀତିକ ପରିଦୃଶ୍ୟରେ ଭାରି ଚର୍ଚ୍ଚାର ସୃଷ୍ଟି କରିଛି। ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବା ସହ ସହିତ, ଏହାକୁ ଖାଲି ଦୁର୍ଘଟଣା ଭାବେ ନେଉଥିବା ଠାରୁ ଅଧିକ କିଛି ରହିଛି କି ନାହିଁ—ତାହାକୁ ନେଇ ଅନେକ ମହଲରେ ସନ୍ଦେହ ଜନ୍ମ ନେଇଛି।

    ଶିବସେନା (ୟୁବିଟି) ସାଂସଦ ଏବଂ ପ୍ରବକ୍ତା ସଞ୍ଜୟ ରାଉତ ଏହି ଘଟଣାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ କରି ନୂତନ ଚର୍ଚ୍ଚା ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଅଜିତ ପାୱାରଙ୍କ ଦୁର୍ଘଟଣା ସମ୍ପର୍କରେ ପ୍ରଶ୍ନ ଉଠିବା ସଂପୂର୍ଣ୍ଣ ସ୍ୱାଭାବିକ ଏବଂ ତାହା ଉଠିବା ଉଚିତ ମଧ୍ୟ। ବିମାନ କିପରି ଦୁର୍ଘଟ୍ଟିତ ହେଲା ବା ଯେଉଁ ଅଭିଯୋଗଗୁଡ଼ିକ ସାମ୍ନାକୁ ଆସୁଛି—ସେ ସବୁକୁ ଗଭୀର ତଦନ୍ତ ଆବଶ୍ୟକ।

    ସଞ୍ଜୟ ରାଉତଙ୍କ ମତ ଅନୁସାରେ, ଏହି ସମଗ୍ର ଘଟଣାର ପରଦା ପଛରେ କୌଣସି ଗୁପ୍ତ ରହସ୍ୟ ଲୁକାଇଥିବା ସମ୍ଭାବନାକୁ ଅନାଦର କରିହେବ ନାହିଁ। ତାଙ୍କ ଏହି ମନ୍ତବ୍ୟରେ ରାଜନୀତିକ ମହଲରେ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଛି।ଅଜିତ ପାୱାରଙ୍କ ମୃତ୍ୟୁ ଏନସିପି ଭିତରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି । ଏହାକୁ ନେଇ ପ୍ରଶ୍ନ ଠିବାରେ ଲାଗିଛି । ସଞ୍ଜୟ ରାଉତ କହିଛନ୍ତି, ତାଙ୍କର ମୃତ୍ୟୁ ସନ୍ଦେହଜନକ । ପରଦା ପଛରେ କିଛି ଘଟିଥିବ। ସନ୍ଦେହ ହେଉଛି । ଅଜିତ ଦାଦା କହିଥିଲେ ଯେ, ସେ ଘର ବାହୁଡ଼ିବାକୁ ଚାହାନ୍ତି । ଏହା ପରେ ବିଜେପି ସଦସ୍ୟମାନେ ତାଙ୍କୁ ଜଳସେଚନ ଦୁର୍ନୀତି ସହ ଜଡିତ ଫାଇଲ ନେଇ ଧମକ ଦେଇଥିଲେ । ଅଜିତଙ୍କୁ ମିଳିଥିବା ଧମକ ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି, ଅଜିତ ଫାଇଲଗୁଡ଼ିକ ଉପରେ ଜବାବ ଦେଇଥିଲେ । ତେବେ ଏହାର ୧୦ ଦିନ ମଧ୍ୟରେ ରହସ୍ୟମୟ ଭାବରେ ତାଙ୍କର ମୃତ୍ୟୁ ଘଟିଥିଲା ।

  • ଘନ କୁହୁଡିରେ କୋରାପୁଟ–ଖୋର୍ଦ୍ଧା ଆଚ୍ଛାଦିତ, ଯାତାୟାତ ବହୁତ ବାଧାପ୍ରାପ୍ତ

    ଘନ କୁହୁଡିରେ କୋରାପୁଟ–ଖୋର୍ଦ୍ଧା ଆଚ୍ଛାଦିତ, ଯାତାୟାତ ବହୁତ ବାଧାପ୍ରାପ୍ତ

    କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ ପୁଣି ଶୀତର ବଦଳ ବଢ଼ିବା ସହ ଘନ କୁହୁଡିର ପ୍ରଭାବ ବଢ଼ୁଛି | ରାତିରୁ ପାହାନ୍ତିଆ ପର୍ଯ୍ୟନ୍ତ ତିବ୍ର କୁହୁଡି ଛାଇ ରହିବାରୁ ସାଧାରଣ ଜୀବନ ସହ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି | କୋରାପୁଟରେ ଶୀତ ସ୍ପଷ୍ଟ ଭାବରେ ଅନୁଭବ ହେବାରୁ ସକାଳେ ଦୂର ପର୍ଯ୍ୟନ୍ତ କିଛି ଦେଖାଯାଉନଥିବା ପରିସ୍ଥିତି ସୃଷ୍ଟି ହେଉଛି |

    କୋରାପୁଟ ରୁ ରାୟଗଡାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଘନ କୁହୁଡିର ଏତେ ଅଧିକ ଯେ ବହୁତ ଗାଡିକୁ ରାସ୍ତା କଡରେ ରହିବାକୁ ପଡ଼ୁଛି | ପରିବହନ ଗାଡିଗୁଡିକ ଧୀରେଚାଲିଥିବାରୁ ଯାତାୟାତ ସମୟରେ ବହୁତ ବିଳମ୍ବ ମଧ୍ୟ ହେଉଛି | ଲକ୍ଷ୍ମୀପୁର ସହ ଜିଲ୍ଲାର ବହୁ ସ୍ଥାନରେ କୁହୁଡି ଏତେ ଘନ ଯେ ସୂର୍ଯ୍ୟୋଦୟ ସମୟରେ ମଧ୍ୟ ଆଲୋକ ଠିକ ଭାବରେ ପଡ଼ୁନାହିଁ | ଗାଁ ମଝିଆଁରେ କୁହୁଡିର ଚାଦର ଛାଇ ରହିଥିବାରୁ ଲୋକମାନେ ଥାଣ୍ଡା ସହ ପ୍ରତିଦିନ ନିଜ କାମକରୁଥିବା ବା କାମକୁ ଯାଉଥିବା ଲୋକ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି |

    ଖୋର୍ଦ୍ଧାରେ ମଧ୍ୟ ଘନ କୁହୁଡି ଦେଖାଦେଇଛି | ସକାଳୁ ଘନ କୁହୁଡି ଛାଇ ରହିବାରୁ ରାସ୍ତା ପରି ହେବା ବହୁତ କଷ୍ଟକର ହେଉଛି | ଯାତାୟାତ ବ୍ୟବସ୍ଥା ଗୁରୁତର ଭାବରେ ପ୍ରଭାବିତ ହୋଇଛି ବେଳେବେଳେ ଦୁର୍ଘଟଣା ସଂଭାବନା ମଧ୍ୟ ବଢ଼ିବାକୁ ଲାଗିଛି | ମୌସମ ବିଭାଗ ପକ୍ଷରୁ ଆଗମନ ଅଛି ଯେ ଆଗାମୀ କିଛି ଦିନ ଏହି ପରିସ୍ଥିତି ଚାଲିଥିବାର ସମ୍ଭାବନା ରହିଛି |ସତର୍କ ରହିବା ଓ ଧୀରେ ଗାଡି ଚାଳନା କରିବାକୁ ଯାତ୍ରୀ ଓ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି |

  • ମମତାଙ୍କ ଗଡ଼କୁ ଲକ୍ଷ୍ୟ କରି ଶାହଙ୍କ ଗର୍ଜନ, ବଙ୍ଗଳା ଜନସଭାରେ କଡ଼ା ସମାଲୋଚନା

    ମମତାଙ୍କ ଗଡ଼କୁ ଲକ୍ଷ୍ୟ କରି ଶାହଙ୍କ ଗର୍ଜନ, ବଙ୍ଗଳା ଜନସଭାରେ କଡ଼ା ସମାଲୋଚନା

    ମମତା ବାନାର୍ଜୀଙ୍କ ଗଡରେ ଜୋରଦାର ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପଶ୍ଚିମବଙ୍ଗରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରି ଶାହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହ ତୃଣମୂଳ କଂଗ୍ରେସ ସରକାରକୁ କଠୋର ଭାଷାରେ ଲକ୍ଷ୍ୟ କରିଛନ୍ତି।

    ଶାହ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗରେ ଟିଏମସି ସରକାରର ଶେଷ ନିଶ୍ଚିତ ଏବଂ ୨୦୨୬ ବର୍ଷ ରାଜ୍ୟର ରାଜନୀତି ପାଇଁ ଏକ ନୂଆ ମୁଖ ନେଇ ଆସିବ। ସେ କହିଛନ୍ତି, ବାମପନ୍ଥୀ ସରକାରକୁ ହଟାଇବା ଆଶାରେ ବଙ୍ଗଳାର ଜନତା ଟିଏମସିକୁ ଶାସନର ଦାୟିତ୍ୱ ଦେଇଥିଲେ, କିନ୍ତୁ ବର୍ତ୍ତମାନ ସେହି ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ପୁଲିସର ଦୁରୁପଯୋଗ ଓ ଅବୈଧ ଅନୁପ୍ରବେଶକୁ ଆଶ୍ରୟ ଦେଇ ରାଜ୍ୟକୁ ପଛୁଆ ଦିଗରେ ଠେଲି ଦେଉଛି।
    ଶାହ କହିଛନ୍ତି ଯେ ୨୦୨୬ ବର୍ଷ ତୃଣମୂଳ କଂଗ୍ରେସ ପାଇଁ ବିଦାୟର ବର୍ଷ ହେବ। ଅନୁପ୍ରବେଶ ମୁଦ୍ଦାକୁ ଉଠାଇ ଗୃହମନ୍ତ୍ରୀ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗରେ ଚାଲିଥିବା ଅବୈଧ ପ୍ରବେଶ କେବଳ ରାଜ୍ୟ ପାଇଁ ନୁହେଁ, ସମଗ୍ର ଦେଶର ସୁରକ୍ଷା ପ୍ରତି ମଧ୍ୟ ଗୁରୁତର ସଙ୍କଟ ସୃଷ୍ଟି କରୁଛି।

    ସେ ଅଭିଯୋଗ କରିଛନ୍ତି ଯେ ସୀମାରେ ବାଡ଼ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଉପଲବ୍ଧ କରାଉନାହାଁନ୍ତି, ଯାହା ଫଳରେ ସୀମା ସୁରକ୍ଷା ବାହିନୀ ନିଜ ଦାୟିତ୍ୱ ପାଳନରେ ବାଧାର ସମ୍ମୁଖୀନ ହେଉଛି। ଏହି ମାମଲାରେ ହାଇକୋର୍ଟ ବିଏସଏଫଙ୍କ ପକ୍ଷରେ ରାୟ ଦେଇଥିବା ସତ୍ତ୍ୱେ ମଧ୍ୟ ଜମି ହସ୍ତାନ୍ତର କରାଯାଉନାହିଁ।

  • ଶ୍ରୀମନ୍ଦିରରେ ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ

    ଶ୍ରୀମନ୍ଦିରରେ ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ

    ଆଜି ପବିତ୍ର ମାଘ ପୂର୍ଣ୍ଣିମା | ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ | ମଧ୍ୟାହ୍ନରେ ରତ୍ନସିଂହାସନ ଉପରେ ଶ୍ରୀମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ପ୍ରଦର୍ଶିତ ହୋଇବ | ସନ୍ଧ୍ୟାଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ ଦିଆଯିବ | ପୌରାଣିକ କଥାନୁସାରେ, ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲେ | ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ଭଗବାନଙ୍କୁ ପ୍ରାର୍ଥନା କଲେ, ଯାହାର ପରିଣାମରେ ଭକ୍ତଙ୍କ ଡାକ ଶୁଣି କୁମ୍ଭୀରଙ୍କୁ ଠାକୁର ନିକଟରୁ ଗଜରାଜକୁ ଉଦ୍ଧାର କରିଥିଲେ |

    ଏହି ସ୍ମୃତିରେ ଶହଶହ ବର୍ଷ ଧରି ଶ୍ରୀମନ୍ଦିରରେ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେଉଛି | ଏହି ବେଶରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ରୂପେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି | ଗରୁଡ଼ ଉପରେ ବସି ଲକ୍ଷ୍ମୀ ପ୍ରତିମା କୋଳରେ ଧାରଣ କରିଥାନ୍ତି, ଯେଉଁଥିରେ ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ ଓ ମୁଷଳ ଧାରଣ କରି ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସଦୃଶ ରୂପରେ ବିରାଜମାନ ହୋଇଥାନ୍ତି |ପର୍ଯ୍ୟଟକ, ଭକ୍ତ ଏବଂ ସାଧୁ-ସନ୍ୟାସୀମାନେ ଏହି ଦୃଶ୍ୟ ଦେଖି ଆନନ୍ଦିତ ହେଉଛନ୍ତି, ଏବଂ ମାଘ ପୂର୍ଣ୍ଣିମା ଅବସରକୁ ପବିତ୍ର ଭାବେ ଅନୁଭବ କରୁଛନ୍ତି।

  • ମହାନଦୀ ଗଣ୍ଡରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ବିଲୁପ୍ତ ପ୍ରାୟ ଘଡ଼ିଆଳ ମଧ୍ୟ ଦେଖାଯାଇଛି

    ମହାନଦୀ ଗଣ୍ଡରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ବିଲୁପ୍ତ ପ୍ରାୟ ଘଡ଼ିଆଳ ମଧ୍ୟ ଦେଖାଯାଇଛି

    ସାତକୋଶିଆର ମହାନଦୀ ଗଣ୍ଡରେ ଏବେ ୧୧୦ଟି କୁମ୍ଭୀର ଗଣନା କରାଯାଇଛି | ଏହି ଗଣନା ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇଥିଲା | ସେଥିରେ ୮୮ଟି ମଗର ଏବଂ ୨୨ଟି ବିଲୁପ୍ତ ପ୍ରାୟ ଘଡ଼ିଆଳ ଦେଖାଯାଇଛି | ୧୪ଟି ଟିମ୍ ଏହି ଗଣନାରେ ନିଯୁକ୍ତ ଥିଲେ, ଯେଉଁଥିରେ ପ୍ରାୟ ୭୦ ଜଣ ବନ କର୍ମଚାରୀ ଏବଂ ଗବେଷକ ସାମିଲ ଥିଲେ | ଗତବର୍ଷ ସାତକୋଶିଆ ମହାନଦୀ ଗଣ୍ଡରେ ୭୫ଟି କୁମ୍ଭୀର ଥିଲେ, ଯେଉଁଥିରେ ୫୯ଟି ମଗର ଏବଂ ୧୬ଟି ଘଡ଼ିଆଳ ଥିଲେ। ତୁଳନା କଲେ, ଗତବର୍ଷ ତୁଳନାରେ ଏବେ ଉଭୟ ମଗର ଓ ଘଡ଼ିଆଳର ସଂଖ୍ୟା ବୃଦ୍ଧି ପାଇଛି | ବିଶେଷଜ୍ଞଙ୍କ ମତାନୁସାରେ, ମହାନଦୀ ଗଣ୍ଡରର ଉତ୍ତମ ପରିବେଶ ଏବଂ ପ୍ରକୃତି ସୁରକ୍ଷା ଯୋଗୁଁ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି।

  • ପୁଣି ବାଲେଶ୍ୱରରେ ଆଉ ଏକ ଲଜ୍ୟା ଜନକ ଘଟଣା, ଯୁକ୍ତ ୨ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ

    ପୁଣି ବାଲେଶ୍ୱରରେ ଆଉ ଏକ ଲଜ୍ୟା ଜନକ ଘଟଣା, ଯୁକ୍ତ ୨ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ

    କେବେ ନାରୀଙ୍କୁ ମିଳିବ ସୁରକ୍ଷା ? କେବେ ରାକ୍ଷସ ରୂପି ନରଙ୍କ ନଜରୁ ସୁରକ୍ଷିତ ଭାବେ ଜୀବନ ବଞ୍ଚିବେ ଝିଅ ଓ ମହିଳା ? ଥରେ ନୁହେଁ କି ଦୁଇ ଥର ନୁହେଁ, ସବୁବେଳେ ଗୋଟିଏ ନାରୀ ହିଁ କାହିଁକି ନିର୍ଯାତିତ ଓ ଦୁଷ୍କର୍ମର ଶିକାର ହେଉଛି ଏହାର ଉତ୍ତର ଦେଇପାରିବେ କି ସରକାର ? ଏହି ପ୍ରଶ୍ନ ଆଜି ସମଗ୍ର ସମାଜ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ଉଠିଛି । ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି କୋଣରୁ ନାରୀ ଉପରେ ନିର୍ଯାତନା, ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଛି, ଯାହା ନାରୀ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି । ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଦିନକୁ ଦିନ ଅଧିକ ଗଭୀର ହେଉଥିବା ବେଳେ, ପୁଣି ଏକ ଲୋମହର୍ଷକ ଘଟଣା ସମଗ୍ର ସମାଜକୁ ଲଜ୍ଜିତ କରିଛି । ଆଜ୍ଞା ହଁ ଆସିଛି ବଲେଶ୍ଵର୍ ଜିଲ୍ଲାର ସୋର ଥାନା ଅଞ୍ଚଳରୁ ।

    ଏକ ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ଶନିବାର ସଂଧ୍ୟାରେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ, ଦୁଇଜଣ ଯୁବଙ୍କ ତାଙ୍କୁ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି । ସେହି ସମୟରେ ଛାତ୍ରୀ ଜଣଙ୍କ ଜୋରରେ ଚିତ୍କାର କରିବାରୁ ଦୁଇ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ପରେ ଛାତ୍ରୀ ଗୁରୁତର ମାନସିକ ଆଘାତରେ ଥିବା ବେଳେ,ପରିବାର ଲୋକେ ଘଟଣାସ୍ଥଳରୁ ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ଏନେଇ ଥାନାରେ ଏତଲା ଦାଖଲ କରିଛନ୍ତି । ଏତଲା ଆଧାରରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

  • ଆଉ ଶୁଣାଯିବନି କି ଅରିଜିତଙ୍କ ସ୍ୱର? ସୋସିଆଲ ମିଡିଆରେ ଚର୍ଚ୍ଚା

    ଆଉ ଶୁଣାଯିବନି କି ଅରିଜିତଙ୍କ ସ୍ୱର? ସୋସିଆଲ ମିଡିଆରେ ଚର୍ଚ୍ଚା

    ଭାରତୀୟ ସଙ୍ଗୀତ ଜଗତର ସବୁଠୁ ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂହଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଧରିଛି | ଇନଷ୍ଟାଗ୍ରାମରେ ଆସିଥିବା ଏକ ପୋଷ୍ଟକୁ କେନ୍ଦ୍ର କରି ଅନେକ ଫ୍ୟାନ୍‌ଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି ଯେ ଅରିଜିତ୍ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍‌କୁ ବିଦାୟ ନେବାକୁ ଯାଉଛନ୍ତି | ତେବେ ଏନେଇ କୌଣସି ସରକାରୀ ଘୋଷଣା ନ ହୋଇଥିବାବେଳେ ଗୁଜବ ଓ ଅନୁମାନ ହିଁ ଚାଲିଛି |

    ଆଉ ଶୁଣାଯିବନି ସେଇ ସ୍ୱର, ସିନେମା ସିନା ଚାଲିବ କିନ୍ତୁ ସେ ଆଉ ଗାଇବେନି। ଯାହାଙ୍କ ଗୋଟିଏ ଗୀତ ସାରା ସିନେମାକୁ ହିଟ୍ କରିଦିଏ, ଯାହାର ଗୋଟିଏ ‘ଆଲାପ’ ମନର ଆଘାତକୁ ଭରି ଦିଏ, ସେ ହେଲେ ଅରିଜିତ୍ | ଯୁବ ହେଉ କି ବୟସ୍କ, ହିନ୍ଦୀ ହେଉ କି ବଙ୍ଗଳା, ଓଡ଼ିଶାର ହେଉ କି ତାମିଲନାଡ଼ୁ କିଏ ନ ସେ ଜାଣିଚି ଅରିଜିତଙ୍କୁ ଆଉ ତାଙ୍କ ଗୀତକୁ |

    ୨୦୦୫ ମସିହାରେ ଏକ ରିଆଲିଟି ଶୋ’ରୁ ଯାତ୍ରା ଆରମ୍ଭ କରି ବିଫଳତାକୁ ଜୟ କରିଥିବା ଅରିଜିତ୍ ୨୦୧୨ରେ ‘ମର୍ଡର ୨’ର ‘ଫିର୍ ମୋହବ୍ବତ୍’ ମାଧ୍ୟମରେ ଦେଶବ୍ୟାପୀ ପରିଚୟ ପାଇଥିଲେ | ‘ଆଶିକୀ ୨’ ପରେ ସେ ଭାରତୀୟ ସଙ୍ଗୀତ ଶିଳ୍ପରେ ଏକ ଅଲଗା ଧାରା ସୃଷ୍ଟି କରିଥିଲେ। ‘ଏ ଦିଲ୍ ହେ ମୁସକିଲ’, ‘ଖାମୋସିଆଁ’, ‘ଚେନ୍ନାଇ ଏକ୍ସପ୍ରେସ’, ‘ବ୍ରହ୍ମାସ୍ତ୍ର’ ପରି ଅନେକ ସୁପରହିଟ୍ ଗୀତ ତାଙ୍କ ସଫଳତାର ସାକ୍ଷୀ |

    ସଫଳତାର ଶିଖରରେ ଥିଲେ ମଧ୍ୟ ଅରିଜିତ୍‌ଙ୍କ ସରଳ ଜୀବନଶୈଳୀ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରେ | ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସାଧାରଣ ଜୀବନ, ସ୍କୁଟରରେ ଘୁରିବା, ବିନା ସୁରକ୍ଷାରେ ବୁଲିବା ଏହା ତାଙ୍କର ସରଳତାର ପରିଚୟ | ନିକଟରେ ଓଡ଼ିଶାର ଯାଜପୁର ଗସ୍ତ ମଧ୍ୟ ଫ୍ୟାନ୍‌ମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥିଲା |ଏହି ପରିପ୍ରେକ୍ଷିତରେ ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍‌କୁ ନେଇ ଚାଲିଥିବା ଗୁଜବ ଫ୍ୟାନ୍‌ମାନଙ୍କୁ ଭାବୁକ କରିଥିଲେ ମଧ୍ୟ, ସମସ୍ତେ ଆଶା କରୁଛନ୍ତି ଯେ ଅରିଜିତ୍‌ଙ୍କ ସ୍ୱର ଆଗାମୀ ଦିନରେ ମଧ୍ୟ ସିନେମା ପରଦା ଓ ସଙ୍ଗୀତପ୍ରେମୀଙ୍କ ମନକୁ ସ୍ପର୍ଶ କରିବ |