Blog

  • ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

    ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

    () ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତ୍ତି ପଂଚାୟତ ନୂଆଗାଁରେ । ସୁଚନା ଅନୁଯାୟୀ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଲେଖ ଦାସ ଓ ବିଜୟ ଦାସଙ୍କ ୬ବଖରା ଘର ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଛି । ପରବାର ଲୋକେ ଶୋଇଥିବା ଅବସ୍ଥାରେ ଘର ଜାଳିବାରୁ ଜୀବନ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ ।

    ନିଆଁର ପ୍ରକୋପ ଅଧିକ ଥିବାରୁ ଗ୍ରାମବାସୀ ଘରୁ କୌଣସି ସାମଗ୍ରୀ ଉଦ୍ଧାର କରି ପାରିନ ଥିଲେ । ତେବେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ୍ୟ ଅଗ୍ନିଶମ ବିଭାଗ ପହଁଚିବା ପୂର୍ବରୁ ନିଆଁରେ ଆଁ ସବୁ କିଛି ପୋଡି ପାଉଁଶ ହୋଇ ଯାଇଥିଲା । ତେବେ ଏ ଯାଏଁ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।

  • ବାଣୀବିହାର ଓଭରବ୍ରିଜଉପରେ ଦୁର୍ଘଟଣା

    ବାଣୀବିହାର ଓଭରବ୍ରିଜଉପରେ ଦୁର୍ଘଟଣା

    ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା । ଓଏସଆରଟିସି ବସ୍କୁ ଧକ୍କା ଦେଲା ଘରୋଇ ବସ୍ । ଦୁର୍ଘଟଣାରେ ଦୁଇ ବସର ଡ୍ରାଇଭର ସମେତ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ଖୋଳତାଡ଼ ଆରମ୍ଭ କରିଛି । ବସ୍ ବ୍ରେକ ଫେଲ ହେବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ କହିଛି । ତେବେ ଓଭରବ୍ରିଜ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଛି ।

  • ଗୁଣି ସନ୍ଦେହ: ୫ ମାସ ହେଲା ଝିଅ ଘରେ ମୁଣ୍ଡ ଗୁଞ୍ଜିଛି ପରିବାର

    ଗୁଣି ସନ୍ଦେହ: ୫ ମାସ ହେଲା ଝିଅ ଘରେ ମୁଣ୍ଡ ଗୁଞ୍ଜିଛି ପରିବାର

    ଅନ୍ଧବିଶ୍ୱାସର କୁପରିଣତି । ଗୁଣି ଗାରେଡି ସନ୍ଦେହ ପାଇଁ ପଡୋଶୀଙ୍କ ନିର୍ଯାତନାରେ ଭୟଭୀତ ୫ ପ୍ରାଣୀ କୁଟୁମ୍ବ । ଜୀବନ ବିକଳରେ ଏବେ ଆଶ୍ରୟ ନେଇଛି ଜ୍ବାଇଁଙ୍କ ଘରେ। ସେପଟେ ଗାଁରେ ଥିବା ପୁଅ ମୃତ୍ୟୁକୁ ଆପଣେଇ ନେଇଥିବା ବେଳେ ପୁଅକୁ ହତ୍ୟା କରାଯାଇଥିବା ହେଉଛି ଅଭିଯୋଗ। ଏପରି ଏକ ଅମାନୁଷିକ ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତ ରୁଗୁଡି ସାହିର ଗହ୍ମା ମୁଣ୍ଡା ଓ ତାଙ୍କ ସ୍ତ୍ରୀ ସୁନାମଣୀ ୫ ସନ୍ତାନଙ୍କୁ ନେଇ ରହୁଥିଲେ। ହେଲେ ଏହି ଗରିବ ଆଦିବାସୀ ଦମ୍ପତି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ ପଡୋଶୀ । ଗହ୍ମା ମୁଣ୍ଡାଙ୍କର ଜଣେ ବୃଦ୍ଧା ପଡ଼ୋଶୀଙ୍କର ଯେତେବେଳେ ଜ୍ଵରରେ ମୃତ୍ୟୁ ହେଲା ଏହି ସନ୍ଦେହ ନେଇଥିଲା ଉତ୍କଟ ରୂପ । ଏହି ଦମ୍ପତି ଗୁଣି କରି ବୃଦ୍ଧାଙ୍କୁ ମାରିଦେଇଥିବା ସନ୍ଦେହରେ ଦିଆଗଲା ନାନା ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏମିତି କି ଗହ୍ମା ମୁଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ୫ ମାସ ତଳେ ଗ୍ରାମବାସୀଙ୍କ ଆକ୍ରମଣରେ ଗହ୍ମା ମୁଣ୍ଡା ଓ ସୁନାମଣୀ ଆହତ ହୋଇଥିଲେ। ଏହା ପରେବାଂଶପାଳ ବ୍ଲକ ଫୁଲଝର ରୁଗୁଡ଼ି ମୁଣ୍ଡାସାହିରେ ଥିବା ସେମାନଙ୍କ ଜ୍ୱାଇଁ ସେମାନଙ୍କୁ ଚିକିତ୍ସା କରାଇବା ପରେ ସେମାନେ ଭଲ ହେଲେ। କିନ୍ତୁ ଭୟରେ ଆଉ ଗାଁକୁ ଯିବାକୁ ଚାହିଁନଥିଲେ। ତେଣୁ ଜ୍ବାଇଁ ନିଜ ଗାଁକୁ ଗହ୍ମା, ସୁନାମଣୀ ଓ ତାଙ୍କ ନାବାଳକ ୩ ପୁଅ ଝିଅଙ୍କୁ ଧରି ନିଜ ଘରକୁ ଚାଲିଆସିଥିଲେ। ହେଲେ ରୁଗୁଡି ସାହିରେ ବଡ ପୁଅ ତାର ପରିବାରକୁ ନେଇ ରହୁଥିଲା। କିନ୍ତୁ ତିନି ମାସ ପୂର୍ବେ ବଡ ପୁଅ ଗାଁରେ ମରିଗଲା। କିନ୍ତୁ ପୁଅକୁ ଗାଁ ଲୋକେ ମିଶି ମାରି ଅପ୍ରାକୃତିକ ମୃତ୍ୟୁର ରୂପ ଦେଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ଗହ୍ମାଙ୍କ ପରିବାର।

    ଏମିତିକି ନିଜ ଉପରେ ହୋଇଥିବା ଆକ୍ରମଣରେ ପୋଲିସରେ ଅଭିଯୋଗ କରିନଥିଲେ ଗ୍ରାମବାସୀଙ୍କ ଭୟରେ। ଗ୍ରାମବାସୀ ଧମକ ଦେଇଥିଲେ ପୋଲିସକୁ ଗଲେ ସମସ୍ତଙ୍କୁ ମାରିଦେବେ। ସେହି ଭୟରେ ପୁଅ ମରିଥିଲେ ମଧ୍ୟ ବାପା, ମାଆ ଭୟରେ ଆଉ ଗାଁକୁ ଫେରି ନ ଥିଲେ। ନିକଟରେ ଜ୍ବାଇଁଙ୍କ ଗ୍ରାମଲୋକେ ନିଜ ନିଜ ସାଧ୍ୟମତେ ସାହାଯ୍ୟ କରି ଶୁଦ୍ଧିକ୍ରିୟା କରିଛନ୍ତି। ଏବେ ଏହି ମୁଣ୍ଡାସାହି ଗ୍ରାମବାସୀ ଗ୍ରାମବାସୀ କହୁଛନ୍ତି କି, ଏହି ପରିବାର ଜୀବନ ପ୍ରତି ବିପଦ ରହିଛି। ପୋଲିସ ଏମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ସହ ପୁଅ ମୃତ୍ୟୁର ତଦନ୍ତ କରି ଏମାନଙ୍କୁ ନ୍ୟାୟ ଦେଉ।

    ସେପଟେ ବଡ ପୁଅର ସ୍ତ୍ରୀ ଓ ପିଲାମାନେ ସେମାନଙ୍କ ନିଜ ଗାଁରେ ରହୁଥିବାରୁ ଗହ୍ମା ମୁଣ୍ଡା ଓ ସୁନାମଣି ଚିନ୍ତାରେ। ଏତେବଡ ଘଟଣାଟିଏ ଘଟିଯାଇଥିଲେ ବି ପୋଲିସ ନିକଟରେ କିପରି ଖବର ନାହିଁ ତାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

  • କେମିତି ଟ୍ରକ୍ ପଛରେ ପିଟିହେଲା ସୁଧାକର ବସନ୍ତଙ୍କ କାର?

    କେମିତି ଟ୍ରକ୍ ପଛରେ ପିଟିହେଲା ସୁଧାକର ବସନ୍ତଙ୍କ କାର?

    ଆଜି ସକାଳୁ ଆସିଥିଲା ଏମତି ଏକ ଖବର ଯାହା ପୂରା ଓଲିଉଡକୁ ଦୋହଲାଇ ଦେଇଥିଲା । ସିନେପ୍ରେମୀଙ୍କୁ ଆହତ କରିଥିଲା । ବାସ୍ତବରେ ଘଟଣାଟି ହେଉଛି କଟକ ମଙ୍ଗୁଳି ଛକ ନିକଟର । ଅଚାନକ ଖବର ଆସିଲା ଯେ, ଓଲିଉଡ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି । ଏହାପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସୁଧାକର ବାରିପଦାରୁ ଫେରୁଥିବା ବେଳେ ମଙ୍ଗୁଳି ଛକ ଠାରେ ଏକ ଟ୍ରକ୍‌ ପଛରେ ପିଟି ହୋଇଥିଲା ତାଙ୍କ କାର୍‌ । ତୁରନ୍ତ ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ କାର୍‌କୁ କାଟି ସେଥିରେ ଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । କାରରେ ଡ୍ରାଭରଙ୍କ ସମେତ ତିନି ଜଣ ଥିବା ବେଳେ ସୁଧାକର ଆଗ ସିଟରେ ବସିଥିଲେ ଏବଂ ତାଙ୍କ ସହକାରୀ ନିର୍ଦ୍ଦେଶକ ରଘୁ ପଛ ସିଟ୍‌ରେ ବସିଥିଲେ । ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି । ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ହାତରେ ଅଧିକ ଆଘାତ ଲାଗିଥିବା ବେଳେ ତାଙ୍କୁ ମଧ୍ୟ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ପଛ ସିଟରେ ବସିଥିବା ରଘୁଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ଶୋଇପଡିଥିବାରୁ ସେ ଏ ବାବଦରେ ବିଶେଷ କିଛି ଜାଣିନଥିବା କହିଥିଲେ ।

    ତେବେ କେମିତି ଏହି ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ତେବେ କିଛି ଫ୍ଲମ କଳାକାରଙ୍କ ମତରେ,
    ଡ୍ରାଇଭରଙ୍କ କହିବା ମୁତାବକ, କାରର ବେଗ ଘଣ୍ଟା ପ୍ରତି ୬୦/୭୦ କି.ମି ଥିଲା। ମଙ୍ଗୁଳି ନିକଟରେ ସାମ୍ନାରୁ ହଠାତ୍ ଏକ ଗାଡ଼ି ମାଡ଼ି ଆସିବାରୁ ଡ୍ରାଇଭର କାରକୁ ଗୋଟିଏ ପାଖକୁ ମୋଡି ଦେଇଥିଲେ । ଫଳରେ ପାଖରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା ।

  • ଚୌଦ୍ୱାର: ସଡକ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି

    ଚୌଦ୍ୱାର: ସଡକ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି

    ଚୌଦ୍ୱାର: ସଡକ ଦୁର୍ଘଟଣାରେ ଗୁରୁତର ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କୁ କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ (SCBMCH) ରେ ଭର୍ତ୍ତି କରାଯାଇଛି ।

    ପ୍ରାଥମିକ ସୂଚନା ଅନୁସାରେ, ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ ଆସୁଥିବା ସୁଧାକର ବସନ୍ତଙ୍କ କାର୍‌ (OD17 D4891) କୁ ମଙ୍ଗୁଳି ଛକରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି କାର୍‌କୁ କାଟି ସୁଧାକର ବସନ୍ତଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ କାର୍‌ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।

  • ସାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବିଧାୟକ ସମ୍ବିତ ରାଉତରାୟ

    ସାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବିଧାୟକ ସମ୍ବିତ ରାଉତରାୟ

    ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ରାହାମା ତାର 50 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ ସମାରୋହ। ୧୯୬୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ସମୟ ସ୍ରୋତରେ ତାର କଳେବରରେ ପରିବର୍ତ୍ତନ କରିସାରିଥିବା ବେଳେ ସାଇଲୋ ଜିପି ହାଇସ୍କୁଲ ଏବେ ସରକାରୀ ଉଚ୍ଚ ବିଦ୍ୟାଳୟ ସାଇଲୋରେ ପରିଣତ ହୋଇ 5t ଜରିଆରେ ନୂତନ ରୂପରେ ଝଲସୁଛି।

    ଶତାଧିକ ନୂତନ ଓ ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ପାଳିତ ଏହି ସୁବର୍ଣ୍ଣ ଜୟନ୍ତୀ ମା ସାରଳାଙ୍କ ପୀଠରୁ ଆଜ୍ଞା ମାଳ ଓ ଜ୍ୟୋତି ଆଣି ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ନିର୍ଦ୍ଧିଷ୍ଟ ସ୍ଥାନରେ ପହଂଚିଥିଲେ। ସୁବର୍ଣ୍ଣ ଜୟନ୍ତୀର ଉପଦେଷ୍ଟା ବୈଜ୍ଞାନିକ ଡ଼ଃ ଅଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱ କାଳରେ ମୁଖ୍ୟ ଅତିଥି ଭାବେ ସାଂସଦ ଡା ରାଜଶ୍ରୀ ମଲ୍ଲିକ, ସମ୍ମାନିତ ଅତିଥି ବିଧାୟକ ସମ୍ବିତ ରାଉତରାଏ, ମୁଖ୍ୟ ବକ୍ତା ଭାବେ ଦୂରଦର୍ଶନର ପୂର୍ବ ଉପ ମହା ନିଁର୍ଦ୍ଦେଶକ ଡା ଶାନ୍ତନୁ ରଥ, ବ୍ଲକ ଅଧ୍ଯକ୍ଷା ନିନାରାଣୀ ସାହୁ ପ୍ରମୁଖ ଯୋଗଦେଇଥିଲେ।

    ଶିକ୍ଷା ଗୁଣାବଳୀ, ପାରମ୍ପରିକ ଓ ଆଧୁନିକ ଶିକ୍ଷା ପ୍ରଣାଳୀକୁ ନେଇ ବିଶେଷ ବକ୍ତବ୍ୟ ରଖିଥିଲେ ମାନ୍ୟ ଗଣ୍ୟ ଅତିଥି ବୃନ୍ଦ। ସାଇଲୋର ଯୁବ ସରପଞ୍ଚ ସରୋଜ କୁମାର ସେଠୀଙ୍କ ତତ୍ୱାବଧାନରେ ଚାଲିଥିବା ତିନି ଦିନିଆ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟର ପ୍ରାରମ୍ଭରେ ଆମ ସ୍କୁଲ କହିବ ଆମ କଥା ନାମକ ଏକ ନିଚ୍ଛକ ଚିତ୍ର ପ୍ରଦର୍ଶିତ ହୋଇଥିଲା। ବିଧାୟକ ଓ ସାଂସଦଙ୍କ ଦ୍ୱାରା ବିଦ୍ୟାଳୟର ନୂତନ ଭିତ୍ତି ପ୍ରସ୍ତର ସ୍ଥାପନ ସହ ହାଇମାଷ୍କ ଲାଇଟ ମଧ୍ୟ ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ଉପସ୍ଥାପନ କରାଯାଇଥିଲା, ଯାହା ଦର୍ଶକଙ୍କ ମନ ମୋହିଥିଲା।

  • କୋରା ନଦୀ ପୋଲରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    କୋରା ନଦୀ ପୋଲରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    କେନ୍ଦୁଝର ଜିଲ୍ଲା ବଲାଣି ଥାନା, ଆରିୟା ପ୍ଲାଣ୍ଟ ନିକଟ କାରୋ ନଦୀ ପୋଲରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଯୋଡ଼ା ଅଞ୍ଚଳର ୬୨ ବର୍ଷୀୟ ଝାଡେଶ୍ୱର ସାହୁ। ସେ ଯୋଡ଼ା ଟାଟା ଷ୍ଟିଲ କମ୍ପାନୀର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ । ଅବସର ପରେ ସେ ନିଜ ପରିବାର ସହିତ ଯୋଡାରେ ରହି ବଲାଣି ଅଞ୍ଚଳରେ ଥିବା କୌଣସି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ଗତକାଲି ସେ ପିକନିକ୍ ଯାଉଛି କହି ଘରୁ ବାହାରି ଆସି ଆଉ ଘରକୁ ଫେରି ନଥିଲେ ବୋଲି ତାଙ୍କ ପୁଅ ମନୋରଞ୍ଜନ ସାହୁ ସୂଚନା ଦେଇଛନ୍ତି । ଆଜି ସକାଳୁ କାରୋ ନଦୀ ବ୍ରିଜରେ ଝାଡେଶ୍ୱରଙ୍କ ମୃତଦେହ ଝୁଲୁ ଥିବାର ଦେଖିବାକୁ ମିଳିଥିଲା । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡିନାହିଁ । ଏହା ଆତ୍ମହତ୍ୟା ନା ଆଉ କିଛି କାରଣ ରହିଛି ସେନେଇ ବଲାଣି ପୋଲିସ୍ ଖୋଳତାଡ଼ ଚଳାଇଛି । ପୋଷ୍ଟ ମାର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି ।

  • ନଦୀ ପୋଲରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

    ନଦୀ ପୋଲରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

    ()କେନ୍ଦୁଝର ଜିଲ୍ଲା ଯୋଡା ବଲାଣି ଥାନା, ଆର୍ୟ୍ୟା ପ୍ଲାଣ୍ଟ ନିକଟ କାରୋ ନଦୀ ପୋଲରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଯୋଡ଼ା ଅଞ୍ଚଳର ୬୨ ବର୍ଷିୟ ଝାଡେଶ୍ୱର ସାହୁ। ସେ ଯୋଡ଼ା ଟାଟା ଷ୍ଟିଲ କମ୍ପାନୀର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ । ଅବସର ପରେ ସେ ନିଜ ପରିବାର ସହିତ ଯୋଡାରେ ରହି ବଲାଣି ଅଞ୍ଚଳରେ ଥିବା କୌଣସି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ଗତ କାଲି ସେ ପିକନିକ୍ ଯାଉଛି କହି ଘରୁ ବାହାରି ଆସି ଆଉ ଘରକୁ ଫେରି ନଥିଲେ ବୋଲି ତାଙ୍କ ପୁଅ ମନୋରଞ୍ଜନ ସାହୁ ସୂଚନା ଦେଇଛନ୍ତି । ଆଜି ସକାଳୁ କାରୋ ନଦୀ ବ୍ରିଜରେ ଝାଡେଶ୍ୱରଙ୍କ ମୃତ ଦେହ ଝୁଲୁ ଥିବାର ଦେଖିବାକୁ ମିଳିଥିଲା । ତେବେ କେଉଁ ପରିସ୍ଥିତିରେ ତାଙ୍କର ଏଭଳି ମୃତ୍ୟୁ ଘଟିଲା ତାହା ଜଣାପଡିନାହିଁ । ଏହା ଆତ୍ମହତ୍ୟା ନା ଆଉ କିଛି କାରଣ ରହିଛି ସେନେଇ ବଲାଣି ପୋଲିସ୍ ଖୋଳତାଡ଼ ଚଳାଇଛି । ପୋଷ୍ଟ ମାର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛି ପୋଲିସ ।

  • ଆନନ୍ଦପୁର ଡବଲ୍ ମର୍ଡର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

    ଆନନ୍ଦପୁର ଡବଲ୍ ମର୍ଡର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

    ଏକ ଲୋମହର୍ଷଣକାରୀ ତବଲ ମଡର୍ର ଘଟଣାରେ ହତ୍ଯାକାରୀ ଯୁବକ ଦେବାଶିଷକୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ଏଥିସହ ଏହି ମାମଲାରେ ଦଫା ୩୭୮ରେ ଦୁଇବର୍ଷ ଜେଲ ଦଣ୍ଡ ସହ ୩ହଜାର ଟଙ୍କା ଜରିମାନା, ଦଫା ୪୩୬ରେ ୬ମାସ ଜେଲ୍ ସହ ୧୦ହଜାର ଜରିମାନା ଓ ଦଫା ୪୬୧ ରେ ଏକ ବର୍ଷ ଜେଲ୍ ସହ ଏକ ହଜାର ଜରିମାନାର ରାୟ ଦେଇଛନ୍ତି କୋର୍ଟ। ଏଠାରେ ସୂଚନାଯୋଗ୍ଯ, ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ୯ ତାରିଖ ରାତିରେ ଏକ ଡବଲ ମର୍ଡର ହୋଇଥିଲା। ଏଥିରେ ଜଞ୍ଜାଳୀ ଜେନା ଓ ପୁଅ ବନମାଳୀ ଜେନାଙ୍କ ମୃତ୍ୟୁ ହୋଇଥିଲା। ଉଭୟ ନନ୍ଦିପଦା ଥାନା ଅଧୀନ କଳିଗାଁଠାରେ ଥିବା ଏକ ପରିତ୍ୟକ୍ତ ଅଙ୍ଗନବାଡି କେନ୍ଦ୍ରକୁ ଲାଗି ପଲାମାରି ରହୁଥିଲେ। ସେହି ରାତିରେ ଅଭିଯୁକ୍ତ ସେମାନଙ୍କ ପଲା ଭିତରେ ପଶି ଅଭିଯୁକ୍ତକୁ ଯୋର ଜବରଦସ୍ତ ଟଙ୍କା ମାଗିଥିଲା। ସେମାନେ ଟଙ୍କା ନଦେବାରୁ ଯୁକ୍ତି ହୋଇଥିଲା । ଯୁକ୍ତିତର୍କରେ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତ ଏକ ବାଉଁଶରେ ପିଟିପିଟି ଉଭୟ ମା ଓ ପୁଅଙ୍କୁ ହତ୍ଯା କରିଥିଲା। ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଉଭୟଙ୍କ ମୃତଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ସହ ଘରେ ଥିବା ଟଙ୍କା ନେଇ ଫେରାର ହୋଇଯାଇଥିଲା ହତ୍ଯାକାରୀ। କୋର୍ଟଙ୍କ ରାୟ ପରେ ଆନନ୍ଦପୁର ସରକାରୀ ଓକିଲ ବାଇଧର ସେଠୀ ସୂଚନା ଦେଇଛନ୍ତି।

  • ପାରାଦ୍ୱୀପ: ଜାହାଜରୁ କୋକେନ ଜବତ ଘଟଣା

    ପାରାଦ୍ୱୀପ: ଜାହାଜରୁ କୋକେନ ଜବତ ଘଟଣା

    ପାରାଦ୍ୱୀପ ପିଆଇସିଟି ବର୍ଥ ରେ ଜାହାଜ ରୁ କୋକେନ ଜବତ ଘଟଣା l ଘଟଣା କୁ 49 ଦିନ ବିତିଯାଇଥିଲେ ମଧ୍ଯ କଷ୍ଟମ୍ସ ବିଭାଗ ତରଫରୁ କୋକେନ ଜବତ ଘଟଣା ର ତଦନ୍ତ ଚଳାଇଥିଲେ ମଧ୍ୟ ଘଟଣା ର କୌଣସି ଟେର ପାଉନଥିବା ନେଇ ଆଇନଜୀବୀ ମାନେ ପ୍ରଶ୍ନ ଇଠାଇଛନ୍ତି l ଏହା ସହିତ ଜାହାଜ ମୁକୁଳାଇବା ଏବଂ ଜାହାଜ ର କ୍ରୁ ମେମ୍ବର ମାନଙ୍କୁ ସ୍ବଦେଶ ଫେରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି l ଜାହାଜ ଏମ ଭି ଦେବି ପାନ୍ନାମା ସ୍ପେନ ରୁ ଇଣ୍ଡୋନେସିଆ ଦେଇ ପାରାଦ୍ୱୀପ ପିଆଇସିଟି ବର୍ଥ ରେ ଆଇରନ ପ୍ଲେଟ ଲୋଡ଼ କରୁଥିବା ସମୟରେ 22 ଗୋଟି ପ୍ୟାକେଟ ରୁ 220 କୋଟି ଟଙ୍କାର ନିଷିଦ୍ଧ ଜହର କୋକେନ ଜବତ ହୋଇଥିଲା l ସେବେଠାରୁ କଷ୍ଟମ୍ସ ବିଭାଗ ତରଫରୁ ଜାହାଜ ସହିତ ସମସ୍ତ21 ଜଣ କ୍ରୁ ମେମ୍ବର ମାନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି l

    ଏଥିମଧ୍ୟରେ ଜାହାଜ କମ୍ପାନୀ ତରଫରୁ ଜାହାଜ ମୁକୁଳାଇବାକୁ କୁଜଙ୍ଗ କୋର୍ଟରେ ଆବେଦନ କରିବା ସହିତ କଷ୍ଟମ୍ସ ବିଭାଗ ଅନୁମତି ରେ ଜାହାଜ କୁ ବର୍ଥ ରୁ ଆଙ୍କରେଜ କୁ ନେବାରେ ସଫଳ ହୋଇଛି l ଆଙ୍କରେଜ ରେ ରହିଥିବା ସମୟରେ ଜାହାଜ ର କ୍ରୁ ସଦସ୍ୟ ଖସିପଡି ଆହତ ଘଟଣା ରେ ବର୍ତମାନ ସୁଦ୍ଧା କ୍ରୁ ସଦସ୍ୟ ଜଣକ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ କଷ୍ଟମ୍ସ ବିଭାଗ ତରଫରୁ କଡା ନଜର ରଖାଯାଇଥିବା ନେଇ ସୂଚନା ମିଳିଛି l

    ଜାହାଜ ର ସମସ୍ତ କ୍ରୁ ସଦସ୍ୟ ମାନଙ୍କୁ ସ୍ବଦେଶ ଫେରାଇନେବାକୁ ଜାହାଜ କମ୍ପାନୀ ତରଫରୁ ପ୍ରୟାସ ଆରମ୍ଭ ହୋଇଛି l କୁଜଙ୍ଗ କୋର୍ଟ ରେ ଚାରିଜଣ ଆଇନଜୀବି ପକ୍ଷ ରଖିବା ନେଇ ସୂଚନା ମିଳିଛି l ତେବେ ଜାହାଜ ରୁ କୋକେନ ଜବତ ଘଟଣା କୁ ପଚାଶ ଦିନ ପୁରିଥିଲେ ମଧ୍ଯ କୋକେନ କେଉଁଠୁ ଆସିଥିଲା ଏବଂ କେଉଁଠାକୁ ଯାଉଥିଲା କଷ୍ଟମ୍ସ ବିଭାଗ ଏହାର ଟେର ପାଇବାରେ ଫେଲ ମାରିଥିବା ଭଳି କୁଜଙ୍ଗ କୋର୍ଟ ର ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି l ତେବେ ଜାହାଜ ସହିତ ସମସ୍ତ କ୍ରୁ ସଦସ୍ୟ ମାନଙ୍କୁ ମୁକୁଳାଇବାରେ ଜାହାଜ କମ୍ପାନୀ ତରଫରୁ ଆରମ୍ଭ ହୋଇଥିବା ପ୍ରୟାସ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା l