Blog

  • ରଣବୀର କପୁର ହେବେ ଖଳନାୟକ , ୨୦୨୭ରେ ଆରମ୍ଭ ହେବ ‘ଆନିମଲ୍ ପାର୍କ’ ସୁଟିଂ

    ରଣବୀର କପୁର ହେବେ ଖଳନାୟକ , ୨୦୨୭ରେ ଆରମ୍ଭ ହେବ ‘ଆନିମଲ୍ ପାର୍କ’ ସୁଟିଂ

    ମୁମ୍ବାଇ: ରଣବୀର କପୁରଙ୍କ ସୁପରହିଟ୍ ଫିଲ୍ମ ‘ଆନିମଲ୍’ ପରେ ଏବେ ତାହାର ସିକ୍ୱେଲ୍ ‘ଆନିମଲ୍ ପାର୍କ’କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଫିଲ୍ମ ନିର୍ମାତା ସନ୍ଦୀପ ରେଡ୍ଡୀ ଭାଙ୍ଗା ଏକ ଜୁମ୍ କଲ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ‘ଆନିମଲ୍ ପାର୍କ’ ଫିଲ୍ମର ସୁଟିଂ ୨୦୨୭ ମସିହାରେ ଆରମ୍ଭ ହେବକୁ ଯାଉଛି |

    ସନ୍ଦୀପ ରେଡ୍ଡୀ ଭାଙ୍ଗା କହିଛନ୍ତି ଯେ ‘ସ୍ପିରିଟ୍’ ଫିଲ୍ମର ସୁଟିଂ ସମାପ୍ତ ହେବା ପରେ ସିଧାସଳଖ ‘ଆନିମଲ୍ ପାର୍କ’ର କାମ ଆରମ୍ଭ କରାଯିବ | ଏହି ଫିଲ୍ମରେ ରଣବୀର କପୁର ରଣବିଜୟ ସିଂହ ଚରିତ୍ରରେ ନଜର ଆସିବେ ଏବଂ ଏଥିପାଇଁ ସେ ଖଳନାୟକ ଭୂମିକାରେ ଦେଖାଯିବେ ବୋଲି ସନ୍ଦୀପ ସ୍ପଷ୍ଟ କରିଛନ୍ତି |

    ଏହା ମଧ୍ୟରେ ‘ଆନିମଲ୍’ ଫିଲ୍ମ ଆନ୍ତର୍ଜାତୀୟ ସ୍ତରରେ ମୁକ୍ତି ପାଇବାକୁ ପ୍ରସ୍ତୁତ କରାଯାଉଛି | ତାହା ସହ ଜାପାନରେ ମଧ୍ୟ ମୁକ୍ତି ଲାଭ ପାଇବ ବୋଲି ଜଣାପଡିଛି | ଏହାକୁ ନେଇ ବିଶ୍ୱବ୍ୟାପୀ ସିନେମାପ୍ରେମୀମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳୁଛି |

    ରଣବୀର କପୁର ନିଜେ ମଧ୍ୟ ‘ଆନିମଲ୍ ପାର୍କ’କୁ ନେଇ ସେ ବହୁତ ଖୁସି ବୋଲି କହିଛନ୍ତି | ଖଳନାୟକ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ବେଶ୍ ପ୍ରେରଣାଦାୟକ | ସେ କହିଛନ୍ତି, ଏହି ଚରିତ୍ରରେ ପୁଣି ସେଟକୁ ଫେରିବା ପାଇଁ ମୁଁ ଅପେକ୍ଷା କରିପାରୁ ନାହିଁ | ଏହି ଫିଲ୍ମରେ ରଶ୍ମିକା ମାଣ୍ଡାନ୍ନା, ଅନିଲ କପୁର, ବବି ଦେଓଲ ଓ ତୃପ୍ତି ଡିମରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ | ସନ୍ଦୀପ ରେଡ୍ଡୀ ଭାଙ୍ଗା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ‘ଆନିମଲ୍ ପାର୍କ’ରେ ଆହୁରି ଅନେକ ନୂଆ ଏବଂ ଆକର୍ଷଣୀୟ ଚରିତ୍ର ଦେଖିବାକୁ ମିଳିପାରେ |

    ଅନ୍ୟପଟେ, ରଣବୀର କପୁରଙ୍କ ଆଗାମୀ ଫିଲ୍ମଗୁଡ଼ିକ ମଧ୍ୟରେ ‘ରାମାୟଣ’ ଓ ‘ଲଭ୍ ଆଣ୍ଡ୍ ୱାର୍’ ରହିଛି | ଗଲତି ସେ ମିଷ୍ଟେକ୍ ଓ ଚନ୍ନା ମେରେୟା ପରି ଗୀତରେ ତାଙ୍କ ଅଭିନୟ ଓ ଡ୍ୟାନ୍ସ ଯେପରି ଦର୍ଶକଙ୍କୁ ଆକର୍ଷିତ କରିଥିଲା, ସେହିପରି ‘ଆନିମଲ୍ ପାର୍କ’ରେ ତାଙ୍କ ନୂଆ ଲୁକ୍ ଓ ବୋଲ୍ଡ ଅନ୍ଦାଜକୁ ନେଇ ପ୍ରଶଂସକମାନେ ଏବେଠୁ ଅନେଇ ବସିଛନ୍ତି |

  • ବଣ୍ଡାଘାଟି ଆବାସ ଦୁର୍ନୀତି ମାମଲାରେ କଠୋର ପଦକ୍ଷେପ ନେବାକୁ ଘୋଷଣା

    ବଣ୍ଡାଘାଟି ଆବାସ ଦୁର୍ନୀତି ମାମଲାରେ କଠୋର ପଦକ୍ଷେପ ନେବାକୁ ଘୋଷଣା

    ବଣ୍ଡାଘାଟିରେ ଆବାସ ଦୁର୍ନୀତି ପ୍ରସଙ୍ଗକୁ ନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ପକ୍ଷରେ ବିତଣ୍ଡା ଯୁକ୍ତି ରଖିଛନ୍ତି। ଆବାସ ଯୋଜନାରେ ଅନିୟମ ହୋଇଥିବା ଅଭିଯୋଗ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

    ସେହିପରି ଆବାସ ଘର ପାଇଁ ମିଳୁଥିବା ଅର୍ଥ ହଡପ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆବାସ ଘର ନିର୍ମାଣ ପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କୁ କିସ୍ତି ଅନୁସାରେ ଅର୍ଥ ଯୋଗାଇ ଦେଉଥିବାବେଳେ, ଯେଉଁ ମାମଲାରେ ହିତାଧିକାରୀ ନିଜେ ଘର କରିପାରୁନଥିଲେ, ସେଠାରେ କିଏ ଠିକାଦାରଙ୍କୁ କାମ ଦେଲା ଓ କିଏ ଅର୍ଥ ହଡପ କଲା—ସେଥିରେ ଗଭୀର ତଦନ୍ତ ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ଏ ନେଇ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ । ଖଇରପୁଟ ଅଞ୍ଚଳରେ ଆବାସ ନାରେ ହୋଇଛି ବ୍ୟାପକ ର୍ଦୁନୀତି । ମାଲକାନଗିରି ଜିଲା ମାଥିଲି ଗସ୍ତରେ ଆସି ବଣ୍ତାଙ୍କ ପ୍ରତି ହୋଇଥିବା ଦୁର୍ନୀତି ଉପରେ ବିତଣ୍ଡା ଯୁକ୍ତି ଦେଇଛନ୍ତି ମନ୍ତ୍ରୀ ଗଣ୍ତ ।

     ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିର ଅଧିକାଂଶ ଗାଁରେ ଘର କରିବାକୁ କହି ଠିକାଦାର ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଦଳ ପହଞ୍ଚି ନିମ୍ନମାନର କାମକୁ ଦେଖି ତାଜୁବ ହୋଇଥିଲେ । ନିରୀହ ବଣ୍ତାଙ୍କ ଆବାସ ଅର୍ଥ ହେରଫେରକୁ ନେଇ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏ ନେଇ କନକ ନ୍ୟୁଜରେ ପ୍ରଥମ ଖବର ପ୍ରସାରଣ ହେବା ପରେ ବିଡିଓଙ୍କ ବଦଳି ବି ହୋଇଛି ।

  • ୧୯ ବର୍ଷରୁ କମ୍ ବିଶ୍ବକପ, ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲକୁ ଭାରତ

    ୧୯ ବର୍ଷରୁ କମ୍ ବିଶ୍ବକପ, ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲକୁ ଭାରତ

    ୧୯ ବର୍ଷରୁ କମ୍ ବିଶ୍ବକପରେ ଟିମ୍ ଇଣ୍ଡିଆର ବିଜୟ ଯାତ୍ରା ଅବିରତ ଭାବରେ ଜାରି ରହିଛି। ହରାରେ ଗ୍ରାଉଣ୍ଡରେ ଆୟୋଜିତ ରୋମାଞ୍ଚକ ସେମିଫାଇନାଲ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୭ ୱିକେଟରେ ପରାଜିତ କରି, ଲଗାତାର ଷଷ୍ଠଥର ଏବଂ ମୋଟ ଦଶମଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରିଛି।ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭରରେ ୪ ୱିକେଟ୍ ହରାଇ ୩୧୦ ରନ୍‌ର ଦୃଢ଼ ସ୍କୋର ଖଡ଼ିଆଇଥିଲା। କିନ୍ତୁ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନମାନେ ଏହି ବଡ଼ ଲକ୍ଷ୍ୟକୁ ଅଶ୍ଚର୍ଯ୍ୟଜନକ ଭାବରେ ଖେଳି ମାତ୍ର ୪୧.୧ ଓଭରରେ ୩୧୧ ରନ୍ କରି ମ୍ୟାଚ୍ ଜିତିନେଲେ।

    ଭାରତଙ୍କ ବିଜୟର ନାୟକ ହେଲେ ଆରୋନ୍ ଜର୍ଜ, ଯିଏ ଅଦ୍ଭୁତ ଶତକ ପ୍ରଦାନ କଲେ। ସେଙ୍କ ସାଙ୍ଗକୁ ବୈଭବ ସୂର୍ଯ୍ୟବଂଶୀ ଦମଦାର ବିସ୍ଫୋରକ ଇନିଂସ୍ ଖେଳି ଟିମକୁ ଝଟପଟ ନିଜ ଲକ୍ଷ୍ୟତିରେ ପହଞ୍ଚାଇଦେଲେ। ଏବେ ସମାଗ୍ର ବିଶ୍ୱର ଦୃଷ୍ଟି ରହିଛି ଆଜି ହେବାକୁ ଯାଉଥିବା ଫାଇନାଲ‌ ଉପରେ, ଯେଉଁଠାରେ ଭାରତ ଇଂଲଣ୍ଡ ସହ ଶୀର୍ଷ ସ୍ଥାନ ପାଇଁ ଟକ୍କର ଦେବ। ଯୁବ ଟିମ୍ ଇଣ୍ଡିଆର ବର୍ତ୍ତମାନର ଫର୍ମ୍ ଦେଖି ଭାରତୀୟ ଦର୍ଶକମାନେ ଆପଣାପେ ବିଜୟ ଆଶା କରୁଛନ୍ତି।

  • ଭୟଙ୍କର ଦୁର୍ଘଟଣା: ଯଖପୁରା ନିକଟରେ ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍‌ଚ୍ୟୁତ

    ଭୟଙ୍କର ଦୁର୍ଘଟଣା: ଯଖପୁରା ନିକଟରେ ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍‌ଚ୍ୟୁତ

    ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ରେଳଷ୍ଟେସନ୍‌ ନିକଟରେ ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। କୌଣସି ଅଜଣା କାରଣରୁ ଏମଜିଆର–ଚେନ୍ନାଇ ସେଣ୍ଟ୍ରାଲ–ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଘଟଣାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

    ଆଜି ଭୁବନେଶ୍ୱରରୁ ଏମଜିଆର-ଚେନାଇ ସେଣ୍ଟ୍ରାଲ ନ୍ୟୁ ଜଳପାଇଗୁଡ଼ି ଏକ୍ସପ୍ରେସ କଲିକତା ଅଭିମୁଖେ ଆସୁଥିଲା । ହଠାତ କୌଣସି କାରଣରୁ ଯଖପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରାକରୁ ତିନୋଟି ବଗି ଖସି ଯାଇଥିଲା । ସୌଭାଗ୍ୟ ବସତଃ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି । ସେପଟେ ଖବର ପାଇ ବରିଷ୍ଠ ଅଧିକାରୀ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

  • ନୂଆପଡାରେ ଆରମ୍ଭ ହେଲା ଦୁଇ ଦିନିଆ ପିଏମ୍‌ଶ୍ରୀ ମେଳା

    ନୂଆପଡାରେ ଆରମ୍ଭ ହେଲା ଦୁଇ ଦିନିଆ ପିଏମ୍‌ଶ୍ରୀ ମେଳା

    ସ୍ଥାନୀୟ ସରକାରୀ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟର ମାରାଗୁଡା ମଣ୍ଡପରେ ଦୁଇ ଦିନିଆ ପିଏମ୍‌ଶ୍ରୀ ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ବିଧାୟକ ଜୟ ଢୋଲକିଆ କଳାହାଣ୍ଡି ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ଜିଲ୍ଲା ପରିଷଦ ଉପାଧକ୍ଷ ଦୀପିକା ଦୀପ ପଦ୍ମଶ୍ରୀ ଉପାଧିରେ ବିଭୂଷିତ ଶିକ୍ଷା ଓ ଭାଷା ଜାତୀୟ ପରାମର୍ଶ ଦାତା ନୂଆ ଦିଲ୍ଲୀ ମହେନ୍ଦ୍ର ମିଶ୍ର ଜିଲ୍ଲା ପ୍ରାନ୍ତୀୟ ବନଖଣ୍ଡ ଅଧିକାରୀ ମହମ୍ମଦଆଜିଜ ଖାନ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

    ଏହି କାର୍ଯ୍ୟକ୍ରମ ରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଆବାହକ ରୂପେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଜିଲ୍ଲାର କୋଣ ଅନୁକୋଣରୁ ଅନେକ ପ୍ରତିଭାବାନ ଛାତ୍ର ଛାତ୍ରୀ ଅନେକ ବିଜ୍ଞାନ ସମ୍ମତ ଏକକ ବ୍ୟବହୃତ ପ୍ଲାଷ୍ଟିକ ତଥା ଆବର୍ଜନା ରୁ ନବନିର୍ମିତ ହୋଇପାରୁଥିବା ଗୃହଉପଯୋଗୀ ସାମଗ୍ରୀ କିପରି ନିର୍ମାଣ କରାଯାଇପାରେ ସେନେଇ ଅନେକ ପ୍ରକଳ୍ପ ପ୍ରଦର୍ଶନୀ କରିଥିଲେ।

    ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ କିପରି ଅଧିକ ସ୍ୱାଭଲମ୍ବୀ ହୋଇପାରିବେ ସେଥିପାଇଁ ସମଗ୍ର ଶିକ୍ଷା ଅଭିଯାନ ର ଆଇଇଡି ସଂଯୋଜକ ହେମନ୍ତ ଭୋଇ ଏବଂ ତାଙ୍କର ସହଯୋଗୀଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ଏକ ଷ୍ଟଲ ବହୁତ ପ୍ରେରଣାଦାୟୀ ଥିଲା। ରାଜ୍ୟସରକାର ରାଜ୍ୟରେ ୧୨୫୦୦ ପିଏମଶ୍ରୀ ବିଦ୍ୟାଳୟ ପରିଚାଳନା ପାଇଁ ଖୋଲିଥିବା ବେଳେ ନୂଆପଡା ଜିଲ୍ଲାରେ ୧୨ ଟି ପାଇଁ ଅନୁମୋଦିତ କରିଥିବାରୁ ନିଜେ ଜିଲ୍ଲାପାଳ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ସନ୍ଧ୍ୟା ସମୟରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମାରାଗୁଡା ମଣ୍ଡପ ଦୁଲୁକି ଉଠିଥିଲା।

  • ସୁନା ଓ ରୁପାର ଦର ଆଜି ପୁଣି ବୃଦ୍ଧି, ବଜାରର ଚଞ୍ଚଳତା ଓ ଆଶା

    ସୁନା ଓ ରୁପାର ଦର ଆଜି ପୁଣି ବୃଦ୍ଧି, ବଜାରର ଚଞ୍ଚଳତା ଓ ଆଶା

    ଆଜି ପୁଣି ବଢିଲା ସୁନା ଦର । ସୁନା ଓ ରୁପାର ଦର ଆଜି ପୁଣି ବୃଦ୍ଧି ପାଇଛି। ଗତକାଲି ଯେଉଁ ଗତିରେ ଦର କମିଥିଲା, ଏବେ ପୁଣି ବଢିବା ଆରମ୍ଭ ହୋଇଛି। ୨୨ କ୍ୟାରେଟ୍ ସୁନା: ଗତକାଲି ପ୍ରାୟ ୪୧,୦୦୦ ଟଙ୍କା ଥିଲା, ଆଜି ୬,୫୦୦ ଟଙ୍କା ବୃଦ୍ଧି ସହିତ ୧,୪୭,୧୫୦ ଟଙ୍କାରେ ପହଞ୍ଚିଛି। ୨୪ କ୍ୟାରେଟ୍ ସୁନା: ପ୍ରାୟ ୫୪,୦୦୦ ଟଙ୍କାରୁ ୬,୬୬୦ ଟଙ୍କା ବୃଦ୍ଧି, ୧,୬୦,୫୩୦ ଟଙ୍କା ପହଞ୍ଚିଛି। ରୁପା: ପିଛା ୨୦,୦୦୦ ଟଙ୍କା ବୃଦ୍ଧି ସହିତ ୩,୨୦,୦୦୦ ଟଙ୍କାରେ ଗଲା। ବଜାରର ଏହି ଚଞ୍ଚଳ ଗତି ସମସ୍ତଙ୍କ ପାଇଁ ଆଶା ଓ ସୁଯୋଗର ସୂଚନା ଦେଉଛି। ସୁନା-ରୁପାର ମୂଲ୍ୟ ବୃଦ୍ଧି ନିବେଶକମାନେ ଓ ସାଧାରଣ ଲୋକଙ୍କୁ ଉତ୍ସାହିତ କରୁଛି, ଏବଂ ବଜାରର ଅସ୍ଥିରତା ସହିତ ଚିତ୍ତଶାନ୍ତି ରଖିବାର ପ୍ରେରଣା ମଧ୍ୟ ଦେଉଛି।

  • କପିଳ ଦେବ ପାକିସ୍ତାନର T20 ବିଶ୍ବକପ ବର୍ଜନ ନିଷ୍ପତ୍ତିକୁ କଠୋର ସମାଲୋଚନା କଲେ

    କପିଳ ଦେବ ପାକିସ୍ତାନର T20 ବିଶ୍ବକପ ବର୍ଜନ ନିଷ୍ପତ୍ତିକୁ କଠୋର ସମାଲୋଚନା କଲେ

    ଭୁବନେଶ୍ୱର: ୧୯୮୩ ବିଶ୍ବକପ ବିଜୟୀ ଭାରତୀୟ ଅଲରାଉଣ୍ଡର୍‌ କପିଳ ଦେବ ପାକିସ୍ତାନ କ୍ରିକେଟ୍ ଦଳକୁ ସମାଲୋଚନା କରିଛନ୍ତି | ତାଙ୍କ କହିବା ଅନୁସାରେ, ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ମନାକରିବା ପାକିସ୍ତାନର ଏହି ପଦକ୍ଷେପ କ୍ରିକେଟ୍‌କୁ ତଳିତଳାନ୍ତ କରିପାରେ ଓ ଏହା ମଧ୍ୟ ଖେଳକୁ ନଷ୍ଟ କରିବ |

    କପିଳ ଦେବ କହିଛନ୍ତି, ଏହି ବର୍ଜନ ନିଷ୍ପତ୍ତି କିଏ ନେଇଛନ୍ତି? ଯଦି ଖେଳାଳିମାନେ ନେଇଛନ୍ତି, ତେବେ ସେମାନେ ସ୍ପଷ୍ଟ ଭାବରେ କହିବା ଉଚିତ | କିନ୍ତୁ ବୋର୍ଡ ଏହାକୁ ଖେଳାଳିମାନଙ୍କ ଅସ୍ତିତ୍ୱର ଉପରେ ଲାଗୁ କରିବେ, ତେବେ ଦେଶର ସମ୍ମାନ ପ୍ରଭାବିତ ହେବ |

    ସେ ଆହୁରି ମଧ୍ୟ କହିଛନ୍ତି ,ଏହି ପଦକ୍ଷେପ ଦ୍ୱାରା ଗୋଟିଏ ପିଢିକୁ ନଷ୍ଟ କରାଯାଉଛି | ପାକିସ୍ତାନକୁ ଅନେକ ମହାନ ଖେଳାଳି ମିଳିଛନ୍ତି, କିନ୍ତୁ ପିଲାମାନଙ୍କୁ ଖେଳିବାକୁ ଦିଆନଯିବା ସହିତ ଖେଳର ପରମ୍ପରା ଓ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ ପହଞ୍ଚାଉଛନ୍ତି |

  • ଅଷ୍ଟ୍ରେଲିଆ–ଫ୍ରାନ୍ସ ପରେ ସ୍ପେନ୍ ମଧ୍ୟ କଠୋର: ୧୬ ବର୍ଷ ତଳେ ପିଲାଙ୍କୁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧ ପ୍ରସ୍ତାବ

    ଅଷ୍ଟ୍ରେଲିଆ–ଫ୍ରାନ୍ସ ପରେ ସ୍ପେନ୍ ମଧ୍ୟ କଠୋର: ୧୬ ବର୍ଷ ତଳେ ପିଲାଙ୍କୁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧ ପ୍ରସ୍ତାବ

    ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ପରେ ଏବେ ସ୍ପେନ୍ ମଧ୍ୟ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧ ଲଗାଇବାକୁ ଯୋଜନା କରୁଛି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଛନ୍ତି, ଯୁବପିଢ଼ିଙ୍କୁ ଅନଲାଇନ୍ ବିଷୟବସ୍ତୁର କୁପ୍ରଭାବରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି। ଏହା ସହିତ ସ୍ପେନ୍ ମଧ୍ୟ ସେହି ଦେଶମାନଙ୍କ ଶ୍ରେଣୀରେ ସାମିଲ ହୋଇଛି, ଯେଉଁମାନେ ନାବାଳକଙ୍କ ପାଇଁ ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବା ଦିଗରେ କଠୋର ପଦକ୍ଷେପ ନେଇଛନ୍ତି।

    ଦୁବାଇରେ ହୋଇଥିବା ଏକ ସମ୍ମିଳନୀରେ ଭାଷଣ ଦେଇ ସାଞ୍ଚେଜ୍ ବଡ଼ ବଡ଼ ଟେକ୍ କମ୍ପାନିଗୁଡ଼ିକୁ କଠୋର ଭାଷାରେ ସମାଲୋଚନା କରିଥିଲେ। ସେ କହିଥିଲେ, ଏହି କମ୍ପାନିଗୁଡ଼ିକ ନିଜ ମଞ୍ଚରେ ଶିଶୁ ଯୌନ ନିର୍ଯାତନା, ଯୌନଗତ ଡିପ୍‌ଫେକ୍ ଚିତ୍ର ଭଳି ଅବୈଧ ଓ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରକୁ ରୋକିବାରେ ବିଫଳ ହେଉଛନ୍ତି। ତାଙ୍କ କହିବା ଅନୁଯାୟୀ, ଆଜିର ପରିସ୍ଥିତିରେ ପିଲାମାନେ ଗଭୀର ସଙ୍କଟର ସାମ୍ନା କରୁଛନ୍ତି।

    ଏହା ପୂର୍ବରୁ ଜାନୁଆରି ମାସରେ ଫ୍ରାନ୍ସ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧ ଲଗାଇବା ସମ୍ବନ୍ଧୀୟ ଏକ ବିଲ୍ ପାସ୍ କରିଥିଲା। ସେହି ବିଲ୍ ଆସନ୍ତା ସେପ୍ଟେମ୍ବରରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ସହିତ କାର୍ଯ୍ୟକାରୀ ହେବାକୁ ଥିବା ବେଳେ, ହାଇସ୍କୁଲରେ ମୋବାଇଲ୍ ଫୋନ୍ ବ୍ୟବହାରକୁ ମଧ୍ୟ ନିଷେଧ କରାଯିବ।ପିଲାମାନଙ୍କୁ ଆକାଉଣ୍ଟକୁ ରୋକିବାରେ ବିଫଳ ହୋଇଥିବାରୁ ଟିକଟ୍, ଟ୍ୱିଚ୍, ଫେସବୁକ୍, ସ୍ନାପଚଟ୍, ରେଡିଟ୍, ଏକ୍ସ ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମଗୁଡ଼ିକୁ ଦାୟୀ କରି ଅଷ୍ଟ୍ରେଲିଆ ସରକାର ଏକ ପଦକ୍ଷେପ ଗ୍ରହଣ କରି ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ପ୍ରତିବନ୍ଧକ ଲାଗୁ କରିବା ଆରମ୍ଭ କରିଛନ୍ତି ।

    ଡେନମାର୍କ ୧୫ ବର୍ଷରୁ କମ୍ ବୟସ୍କ ୟୁଜରଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ନିଷେଧ କରିବା ପାଇଁ ଆଇନ ପ୍ରଣୟନ କରିଛି । ୟୁକେ ଗତ ମାସରେ କହିଥିଲା ​​ଯେ, ଆମେ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ନିଷେଧ କରିବା ବିଷୟରେ ବିଚାର କରିବୁ । କାରଣ ଏହା ପିଲାମାନଙ୍କୁ କ୍ଷତିକାରକ ବିଷୟବସ୍ତୁ ଓ ଅତ୍ୟଧିକ ସ୍କ୍ରିନ୍ ସମୟରୁ ସୁରକ୍ଷା ଦେବ । ସାଞ୍ଚେଜ୍ କହିଛନ୍ତି, ସ୍ପେନ୍ ସରକାର ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ବୟସ ଯାଞ୍ଚ୍ ପ୍ରଣାଳୀ ସହିତ ନିଷେଧ ଲାଗୁ କରିବାକୁ ବାଧ୍ୟ କରିବେ ।ଅନେକ ସୋସିଆଲ ମିଡିଆ ଆପ୍ ୟୁଜରଙ୍କୁ ଅତି କମରେ ୧୩ ବର୍ଷ ବୟସ ହେବା ଆବଶ୍ୟକ କରିଥାଏ । ୟୁଜରମାନଙ୍କୁ ପ୍ରାୟତଃ ସେମାନଙ୍କ ବୟସ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଥାଏଏ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ସ୍ପେନ୍‌ର ପ୍ରତିବନ୍ଧକକୁ ସଂସଦରେ ବିତର୍କ ହେଉଥିବା ନାବାଳକଙ୍କ ପାଇଁ ଡିଜିଟାଲ୍ ସୁରକ୍ଷା ଉପରେ ପୂର୍ବରୁ କେନ୍ଦ୍ରିତ ଥିବା ପଦକ୍ଷେପରେ ଯୋଡାଯିବ। ସାଞ୍ଚେଜ୍ କହିଛନ୍ତି, ଏହା ଆସନ୍ତା ସପ୍ତାହରେ ହୋଇପାରେ । ସାଞ୍ଚେଜ୍‌ଙ୍କ ବାମପନ୍ଥୀ ମେଣ୍ଟ ସଂସଦରେ ଆବଶ୍ୟକୀୟ ଅନୁମୋଦନ ପାଇବ କି ନାହିଁ ତାହା ସ୍ପଷ୍ଟ ନୁହେଁ । କାରଣ ତାଙ୍କ ସରକାରର ବହୁମତ ନାହିଁ। ଫେସବୁକ୍ ଓ ଇନଷ୍ଟାଗ୍ରାମର ମାଲିକ ସୋସିଆଲ ମିଡିଆ କମ୍ପାନି ମେଟା ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।

    ଏକ୍ସର କୋଟିପତି ମାଲିକ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ, ସଂଯୁକ୍ତ ଆରବ ଏମିରେଟ୍ସରେ ବିଶ୍ୱ ସରକାର ସମ୍ମିଳନୀରେ ସ୍ପାନିସ୍ ନେତାଙ୍କ ଭାଷଣକୁ ଉଲ୍ଲେଖ କରି ଏକ ପୋଷ୍ଟରେ ଲେଖିଛନ୍ତି, ସାଞ୍ଚେଜ୍ ହେଉଛନ୍ତି ଜଣେ ପ୍ରକୃତ ଫାସିଷ୍ଟ୍‌ । ସ୍ପେନ୍ ବେଆଇନ ବିଷୟବସ୍ତୁକୁ ବୃଦ୍ଧି କରିବା ପାଇଁ ଆଲଗୋରିଦମକୁ ହେରଫେର କରିବା ଏକ ଅପରାଧିକ ଅପରାଧ କରିବ । ସେସବୁ ପ୍ଲାଟଫର୍ମରୁ ଅପରାଧିକ ବିଷୟବସ୍ତୁକୁ ହଟାଇବାରେ ବିଫଳ ହେଲେ ଟେକ୍ କାର୍ଯ୍ୟନିର୍ବାହୀମାନଙ୍କୁ ଦାୟୀ କରିବ ବୋଲି ସେ କହିଛନ୍ତି।ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ସ୍ପାନିସ୍ ଆଇନ ପରିବର୍ତ୍ତନ କରିବା ପାଇଁ ଉଭୟ ପଦକ୍ଷେପ ପାଇଁ ସଂସଦୀୟ ଅନୁମୋଦନ ଆବଶ୍ୟକ ହେବ ।

  • ନିଶାଳୁ ହେଲା ଅନଲାଇନ୍ ଗେମ୍: ୯ମ ମହଲାରୁ ଡେଇଁ ତିନି ନାବାଳିକା ଭଉଣୀଙ୍କ ମୃତ୍ୟୁ

    ନିଶାଳୁ ହେଲା ଅନଲାଇନ୍ ଗେମ୍: ୯ମ ମହଲାରୁ ଡେଇଁ ତିନି ନାବାଳିକା ଭଉଣୀଙ୍କ ମୃତ୍ୟୁ

    ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ଅତ୍ୟନ୍ତ ମର୍ମାନ୍ତିକ ଘଟଣା ପ୍ରକାଶ ପାଇଛି। ତିନି ଜଣ ନାବାଳିକା ଭଉଣୀ ଏକ ଆବାସିକ କୋଠାର ନବମ ତଳାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ କହିଛି ଯେ, ସେମାନେ ଅନଲାଇନ୍ ଗେମିଂରେ ଅତ୍ୟଧିକ ଆସକ୍ତ ହୋଇପଡ଼ିଥିଲେ। ପରିବାର ଲୋକେ ଖେଳିବାକୁ ମନା କରିବା ପରେ ଏହି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।

    ମୃତ ଭଉଣୀମାନଙ୍କ ନାମ ନିଶିକା, ପ୍ରାଚୀ ଓ ପାଖି। ସେମାନଙ୍କ ବୟସ କ୍ରମେ ୧୬, ୧୪ ଓ ୧୨ ବର୍ଷ ବୋଲି ଜଣାପଡ଼ିଛି। ଗାଜିଆବାଦର ଟିଲା ମୋଡ୍ ପୁଲିସ ଥାନା ଅନ୍ତର୍ଗତ ଭାରତ ସିଟି ଅଞ୍ଚଳରେ ଏହି ହୃଦୟବିଦାରକ ଘଟଣା ଘଟିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।କୋରିଆନ୍ ଲଭ୍ ଗେମ୍ ଖେଳୁଥିଲେ।
    କୁହାଯାଉଛି ଯେ, ତିନି ଭଉଣୀ ପୂର୍ବରୁ ଅନଲାଇନ୍ ଟାସ୍କ-ଭିତ୍ତିକ ଖେଳ କୋରିଆନ୍ ଲଭ୍‌ ଖେଳୁଥିଲେ। ଏହି ଘଟଣା ପରେ ସେମାନଙ୍କ ବାପା ଚେତନ କୁମାର ଏନେଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି।। କୁହାଯାଉଛି ଯେ, କୋଭିଡ୍-୧୯ ମହାମାରୀ ସମୟରେ ତିନି ଭଉଣୀ ମୋବାଇଲ୍ ଗେମ୍ ନିଶାରେ ପଡ଼ିଥିଲେ। ତିନିଜଣ ପ୍ରାୟତଃ ଟାର୍ଗେଟ୍ ଗେମ୍ ଖେଳୁଥିଲେ। ପୁଲିସ କହିବା ଅନୁଯାୟୀ, ସେମାନେ ସ୍କୁଲକୁ ନିୟମିତ ଯାଉ ନଥିଲେ।

    ସେମାନେ ଏକାଠି ସବୁକିଛି କରୁଥିଲେ, ଡେଇଁଲେ ବି ଏକାଠି, ମଙ୍ଗଳବାର ରାତି ୨ଟାରେ ଭାରତ ସିଟି ସୋସାଇଟିର ଏକ କୋଠାର ୯ମ ମହଲାରୁ ତିନି ଜଣ ନାବାଳିକା ଭଉଣୀ ଡେଇଁ ପଡ଼ିଥିଲେ। ରିପୋର୍ଟ ଅନୁଯାୟୀ, ସେମାନେ ଭାରତ ସିଟି ବି-୧ ଟାୱାରର ୯୦୭ ଫ୍ଲାଟରେ ରହୁଥିଲେ। କୁହାଯାଉଛି ଯେ, ସେମାନେ ଏକାଠି ଖାଇବା, ସ୍କୁଲ ଯିବା, ଶୋଇବା ଓ ଅନ୍ୟାନ୍ୟ ଦୈନନ୍ଦିନ କାମ କରିବା ଭଳି ସବୁକିଛି କରୁଥିଲେ। ଗତକାଲି ରାତି ପ୍ରାୟ ୨ଟାରେ, ତିନି ଜଣ ୯ମ ମହଲାରୁ ଡେଇଁ ପଡ଼ିଥିଲେ।

  • ସାଉଦି ସାଂଘିକତାର ଝଟକା: ଋଣ ଫେରାଇବାକୁ ୟୁଏଇର ଚାପ, ଆର୍ଥିକ ସଙ୍କଟରେ ପାକିସ୍ତାନ

    ସାଉଦି ସାଂଘିକତାର ଝଟକା: ଋଣ ଫେରାଇବାକୁ ୟୁଏଇର ଚାପ, ଆର୍ଥିକ ସଙ୍କଟରେ ପାକିସ୍ତାନ

    ସାଉଦି ଆରବର ସମର୍ଥନ ଆଶାରେ ନିଜ ସ୍ଥିତି ଶକ୍ତ କରିବାକୁ ପାକିସ୍ତାନ ସାଉଦି ସହ ଘନିଷ୍ଠତା ବଢ଼ାଇଥିଲା । କିନ୍ତୁ ଏହି ସମ୍ପର୍କ ଶେଷରେ ପାକିସ୍ତାନ ପାଇଁ ଭାରି ପଡ଼ିଛି । ୟୁନାଇଟେଡ୍ ଆରବ ଏମିରେଟ୍ସ ପକ୍ଷରୁ ପାକିସ୍ତାନକୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ନେଇଥିବା ଋଣ ଟଙ୍କା ଶୀଘ୍ରତମ ସମୟରେ ଫେରାଇବାକୁ ପଡ଼ିବ । ୟୁଏଇ ପାକିସ୍ତାନକୁ ୨ ବିଲିୟନ ଡଲାର ଋଣ ପ୍ରଦାନ କରିଛି । ଦୁଇଟି କିସ୍ତିରେ ଏହି ଋଣ ପ୍ରଦାନ କରିଛି ୟୁଏଇ, ଅର୍ଥାତ୍ ପ୍ରଥମେ ୧ବିଲିୟନ୍ ଡଲାର, ପରେ ପୁଣି ୧ବିଲିୟନ୍ ଡଲାର ପାକିସ୍ତାନକୁ ଋଣ ଆକାରରେ ଦେଇଛି ୟୁଏଇ । ଏହି ଋଣ ସୁଝିବାର ଶେଷ ତାରିଖ ଥିଲା ଜାନୁଆରି ୧୬ ଓ ୨୨ ତାରିଖ । କିନ୍ତୁ ଏହି ସମୟସୀମା ମଧ୍ୟରେ ଋଣ ପରିଶୋଧ କରିନପାରିବାରୁ ପାକିସ୍ତାନକୁ ଆଉ ୩୦ଦିନର ମହଲତ ଦେଇଛି ୟୁଏଇ । ତଥାପି ପାକିସ୍ତାନ ଆହୁରି ସମୟ ଚାହୁଁଛି ଏବଂ ସୁଧ ହାର କମାଇବା ପାଇଁ ଗୁହାରି କରୁଛି ।ବର୍ତ୍ତମାନର ୬.୫% ସୁଧ ହାରରେ ପାକିସ୍ତାନକୁ ଋଣ ପ୍ରଦାନ କରିଛି ୟୁଏଇ । ତଥାପି ପାକିସ୍ତାନ ସୁଧ ହାର ହ୍ରାସ ଏବଂ ଦୀର୍ଘ ଅବଧି ଚାହୁଁଛି । ୟୁଏଇ କିନ୍ତୁ ଆଉ ଅଧିକ ସମୟ ବଢ଼ାଇବାକୁ ଚାହୁଁନି। କଠୋର ମନୋଭାବ ଗ୍ରହଣ କରି କେବଳ ଗୋଟିଏ ମାସ ମଞ୍ଜୁର କରିଛି । ଏହା ପ୍ରଥମ ଥର ଘଟିଛି, ଯେଉଁଠି ୟୁଏଇ ପାକିସ୍ତାନକୁ ଋଣ ପରିଶୋଧ ପାଇଁ ଏତେ କମ୍ ସମୟସୀମା ପ୍ରଦାନ କରିଛି । ଏହାକୁ ସାଉଦି ଆରବ ଓ ୟୁଏଇ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ଯୋଡା ଯାଇଛି ।

    ସବୁ କ୍ଷେତ୍ରରେ ପାକିସ୍ତାନ ଖୋଲାଖୋଲି ଭାବରେ ସାଉଦି ଆରବକୁ ସମର୍ଥନ କରିଆସୁଛି । ଏହି ପରିପ୍ରେକ୍ଷୀରେ, ୟୁଏଇ ପାକିସ୍ତାନ ଉପରେ ନିଜର ଦବଦବା ଜାହିର କରିବା ପାଇଁ କଠୋର ମନଭାବ ଆପଣାଇଥିବା କୁହାଯାଉଛି। ଯଦି ୟୁଏଇ ତାର କଠୋର ମନୋଭାବ ବଜାୟ ରଖେ, ତେବେ ପୂର୍ବରୁ ଏକ କଷ୍ଟକର ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇପାରେ ।

    ରିପୋର୍ଟରେ କୁହାଯାଇଛି, ଏସବିପିର ଗଭର୍ଣ୍ଣର ଜମିଲ ଅହମ୍ମଦ ୟୁଏଇ ସରକାରଙ୍କୁ ୨.୫ ବିଲିୟନ ଡଲାର ଋଣକୁ ଦୁଇ ବର୍ଷ ବୃଦ୍ଧି କରିବା ଏବଂ ସୁଧ ହାରକୁ ଅଧା କରିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପରବର୍ତ୍ତୀ ସମୟରେ ୟୁଏଇ ରାଷ୍ଟ୍ରପତିଙ୍କୁ ସମାନ ଅନୁରୋଧ କରିଥିଲେ । କିନ୍ତୁ ପାକିସ୍ତାନ ଷ୍ଟେଟ୍ ବ୍ୟାଙ୍କ ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ, ୟୁଏଇ ଋଣ ପରିଶୋଧ ସମୟ ବୃଦ୍ଧି କରିବାକୁ ସିଧା ସିଧା ମନା କରିଦେଇଛନ୍ତି । ୟୁଏଇ କେବଳ ଗୋଟିଏ ମାସ ପାଇଁ ସମୟ ବୃଦ୍ଧି କରିଛି । ଦୁଇ ବର୍ଷ ବୃଦ୍ଧି ଏବଂ ସୁଧ ହାରର ଦେଢ଼ଗୁଣ ପାଇଁ ପାକିସ୍ତାନର ଦାବି ପୂରଣ ହେବାର ସମ୍ଭାବନା କମ୍ ଦେଖାଯାଉଛି ।

    ତେବେ ଏଠାରେ କହିରଖୁଛୁ କି, ୨୦୧୮ ମସିହାରେ, ୟୁଏଇ ପାକିସ୍ତାନକୁ ଗୋଟିଏ ବର୍ଷ ପାଇଁ ୨ ବିଲିୟନ ଡଲାର ଋଣ ଦେଇଥିଲା । ପାକିସ୍ତାନ ଏହି ରାଶି ପରିଶୋଧ କରିପାରିନଥିଲା ଏବଂ ସେବେଠାରୁ ସମୟ ଗଡ଼ାଇ ଚାଲିଛି ପାକିସ୍ତାନ । ୨୦୧୮ ମସିହାରେ, ୟୁଏଇ ଋଣ ଉପରେ ୩% ସୁଧ ହାର ନେଉଥିଲା। ଗତ ବର୍ଷ, ଏହାକୁ ୬.୫% ବୃଦ୍ଧି କରିଥିଲା । ପାକିସ୍ତାନ ପୁଣି ଥରେ ୩% ହାର ହ୍ରାସ ପାଇଁ ଅନୁରୋଧ କରିଛି । ସବୁଠୁ ରୋଚକ କଥା ହେଉଛି ପାକିସ୍ତାନ ମୁଦ୍ରା ହିସାବରେ ୨ ବିଲିୟନ ଡଲାର ହେଉଛି ପାକିସ୍ତାନର ୧୬ ବିଲିୟନ ଡଲାର ସହ ସମାନ । ବର୍ତ୍ତମାନର ହାରରେ, ପାକିସ୍ତାନ ୟୁଏଇ ଋଣ ଉପରେ ବାର୍ଷିକ ପ୍ରାୟ ୧୩୦ ମିଲିୟନ୍ ଡଲାର ସୁଧ ଦେଉଛି ।