Blog

  • ସିନ୍ଦୁରଗୈାରୀ ଗ୍ରାମ ପୁରୁଣା ରେଳ ଫାଟକ ନିକଟରେ ଛାତ୍ରଙ୍କ ମୃତଦେହ ଉଦ୍ଧାର

    ସିନ୍ଦୁରଗୈାରୀ ଗ୍ରାମ ପୁରୁଣା ରେଳ ଫାଟକ ନିକଟରେ ଛାତ୍ରଙ୍କ ମୃତଦେହ ଉଦ୍ଧାର

    ମୟୁରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ରାଇରଙ୍ଗପୁର ନିକଟସ୍ଥ ସିନ୍ଦୁରଗୈାରୀ ଗ୍ରାମରେ ମଙ୍ଗଳବାର ସକାଳୁ ଶୋକର ମାହୋଲ। ଗାଁ ନିକଟବର୍ତ୍ତୀ ପୁରୁଣା ରେଳ ଫାଟକରେ ପଡିଥିଲା ଜଣେ ଛାତ୍ରଙ୍କ ମୃତଦେହ। ବାଦାମ ପାହାଡ଼ରୁ ରାଇରଙ୍ଗପୁର ଡାଉନ୍ ଟ୍ରେନ ଧକ୍କାରେ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ସୂଚନା। ଖବର ମୁତାବକ, ବାଭଣବୋଷ ଗ୍ରାମର ଦଶମ ଶ୍ରେଣୀ ଛାତ୍ର ରାମ କିସ୍କୁ ସାଙ୍ଗ ଘରୁ ରେଳ ଧାରଣା କଡରେ ସାଇକେଲରେ ଫେରୁଥିଲା। ସିନ୍ଦୁରଗୈାରୀ ରେଳ ଫାଟକ ପାର କରୁଥିବା ବେଳେ ଦୃତ ଗତିରେ ଆସୁଥିବା ଟ୍ରେନ ରାମଙ୍କୁ ଧକ୍କା ଦେଇଥିଲା ଓ ସେଠାରେ ତାଙ୍କ ମୃତ୍ୟୁ ହୋଇଗଲା। ତେବେ ସେ କାନରେ ଇୟର ଫୋନ ଦେଇଥିବାରୁ ରେଳର ସିଗନାଲ ଶୁଣିନପାରିବାରୁ ଏପରି ହୋଇଥିବା ଜଣାପଡିଛି। ଏହି ଅଭାବନୀୟ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ୍ୟୁବରଣ କରିଥିବା ରାମ ହେଉଛନ୍ତି ଗୋରୁମହିଷାଣୀ ଅନ୍ତର୍ଗତ କୁଲଡ଼ିହା ଗ୍ରାମର ଚରଣ କିସ୍କୁଙ୍କ ପୁଅ। ଚରଣଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା। ଅଭାବ ଅନାଟନ ପାଇଁ ଚରଣଙ୍କ ପତ୍ନୀ ଡ଼ୁବୁରୀରେ ମୁଲ ମଜୁରୀ ଲାଗି ଘର ଚଳାଉଛନ୍ତି। ତେଣୁ ରାମଙ୍କୁ ତାଙ୍କ ବଡମାଆ ସେ ରହୁଥିବା ବାଭଣବୋଷ ଗାଁକୁ ନେଇଆସିଥିଲେ ଓ ସେଠାରେ ରହି ସେ ପଢୁଥିଲେ। ରାମଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକ ଗରିବ, ଅସହାୟ ରାମଙ୍କ ମାଆଙ୍କୁ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିବେଦନ କରୁଛନ୍ତି।

  • ରାଜ୍ୟସଭାରେ କଟ୍ଟର ବିରୋଧୀ ଭୂମିକା ତୁଲାଇବ ବିଜେଡି

    ରାଜ୍ୟସଭାରେ କଟ୍ଟର ବିରୋଧୀ ଭୂମିକା ତୁଲାଇବ ବିଜେଡି

    ବଦଳିଲା ବିଜେଡିର ରଣନୀତି। ଆଉ ପ୍ରୋ ଗଭମେଣ୍ଟ ପାର୍ଟି ହୋଇ ରହିବ ନାହିଁ। ରାଜ୍ୟସଭାରେ ବିରୋଧୀ ଭୂମିକାକୁ ଓହ୍ଲାଇବ ବିଜେଡି। ରାଜ୍ୟର ସ୍ବାର୍ଥ ପାଇଁ ଆବଶ୍ୟକ ହେଲେ ଗୃହର ମଧ୍ୟଭାଗକୁ ଓହ୍ଲାଇବ ଦଳ। ଏଣିକି କଠୋର ଆଭିମୁଖ୍ଯ ରଖିବ ବିଜେଡି ବୋଲି ଆଜି ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ପରେ ବିଜେଡି ରାଜ୍ୟସଭା ସାଂସଦଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି। ବିଜେପି ସହ ମେଣ୍ଟ କରି ସରକାରକୁ ଆସିଥିବା ବିଜେଡି। ସେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା। ସହଯୋଗୀ ଦଳ ଭାବେ ବିଜେଡି କାର୍ଯ୍ୟ ତୁଲାଇଥିଲା।

    ପରବର୍ତ୍ତୀ ସମୟରେ, ଅର୍ଥାତ୍ ୨୦୦୪ରେ କେନ୍ଦ୍ରରେ ବିଜେପିର ପରାଜୟ ପରେ ମନମୋହନ ସିଂହ ସରକାର ଆସିଲା। ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିଦେଲା ବିଜେଡି। ଏହା ପରେ ନବୀନ ସରକାରର ଗୋଟିଏ ଆଭିମୁଖ୍ଯ ରହି ଆସିଥିଲା, କୌଣସି ଦଳ ସହ ମେଣ୍ଟ କରିବ ନାହିଁ, ହେଲେ କେନ୍ଦ୍ରରେ ଯିଏ ସରକାର ଗଠନ କରିବ ବାହାରୁ ବିଭିନ୍ନ ପ୍ରସ୍ତାବରେ ଶାସକ ଦଳକୁ ଯୋଗାଇଦେବ ସମର୍ଥନ। ତେଣୁ ୨୦୧୪ରୁ ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ପରେ ବିଭିନ୍ନ ବିଲ ପାଶ ସମୟରେ ବା ସଙ୍କଟ ସମୟରେ ବିଜେଡି ରାଜ୍ୟସଭା ଓ ଲୋକସଭାରେ ସମର୍ଥନ ଜଣାଇଥିଲା। ବହୁ ବଡ ବଡ ବିପଦରୁ ମୋଦି ସରକାରକୁ ମୁକୁଳାଇ ଚାଲିଥିଲା। ହେଲେ ଚଳିତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ବଦଳିବାକୁ ଯାଉଛି ଦୃଶ୍ୟପଟ୍ଟ।

    ଲୋକସଭାରେ ବିଜେଡି ଖାତା ଖୋଲି ନ ଥିବା ବେଳେ ରାଜ୍ୟସଭାରେ ଦଳର ୯ ସାଂସଦ ରହିଛନ୍ତି। ଚଳିତ ଥର ଆଉ ବିଜେପିକୁ ଆବଶ୍ୟକ ସମୟରେ ସମର୍ଥନ ନ କରି ରାଜ୍ୟ ସ୍ବାର୍ଥ ପାଇଁ ଦଳୀୟ ସାଂସଦ କାର୍ଯ୍ୟକରିବେ ବୋଲି ନିଷ୍ପତ୍ତି ହୋଇଛି। ସୋମବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ବୈଠକରେ ଚଳିତ ଥର ଦଳର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଯାଇଛି। ବୈଠକ ପରେ ଚଳିତ ଥର ରାଜ୍ୟସଭାରେ ବାଜେଡି ବିରୋଧୀର ରୋଲ ତୁଲାଇବ ବୋଲି କୁହାଯାଇଛି। ଏଥିରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ଜାତୀୟ ରାଜପଥ, ଗ୍ରାମାଞ୍ଚଳ ପକ୍କାଘର, ରେଲୱେ ଓ ଯୋଗାଯୋଗକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

    ଆଜିର ଏହି ବୈଠକର ଫଟୋ ଓ ଭିଡିଓକୁ ସାଂସଦ ମାନସ ମଙ୍ଗରାଜ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ବୈଠକରେ ଡ ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ, ଦେବାଶିଷ ସାମନ୍ତରାୟ, ମୁନା ଖାଁ, ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଷି, ଶୁବାଶିଷ ଖୁଣ୍ଟିଆ ରହିଥିଲେ।

  • ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଡୋଲାମଣି, ଉଚ୍ଚସ୍ତରୀୟ ତଦନ୍ତ ଦାବି

    ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଡୋଲାମଣି, ଉଚ୍ଚସ୍ତରୀୟ ତଦନ୍ତ ଦାବି

    ବଲାଙ୍ଗିର ଦାଦନ ପ୍ରବଣ ଜିଲ୍ଲା ଭାବେ କୁଖ୍ୟାତି ଅର୍ଜନ କରିଛି। ଏହି ଜିଲ୍ଳାର ହଜାର ହଜାର ଲୋକ ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ସେଠାରେ ଯାଇ ଅନେକ ନିର୍ଯାତନାର ଶିକାର ମଧ୍ୟ ହେବାର ବହୁ ନଜିର ରହିଛି। ଖାଲି ନିର୍ଯାତନାର ଶିକାର ହୋଇନଥାନ୍ତି, ଅନେକ ସମୟରେ ନିର୍ଯାତନା ସହି ନ ପାରି ଅନେକ ମୃତ୍ୟୁବରଣ କରନ୍ତି। ଯାହାକୁ ନେଇ ରାଜ୍ୟରେ ଚହଳ ପଡେ। ସରକାର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଏ, ହେଲେ ଦାଦନଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ଆଉ ଜଣେ ଦାଦନ, କାମ ପାଇଁ ବାହାର ରାଜ୍ୟକୁ ଯାଇ ଆଖି ବୁଜିଦେଇଛନ୍ତି। ଏହି ଘଟଣା ଜିଲ୍ଲାରେ ଚହଳ ସୃଷ୍ଟି କରିଛି।

    ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ସାଲେପାଲି ଗ୍ରାମ ପଞ୍ଚାୟତ କର୍ଲାମାଲ ଗାଁର ୨୬ ବର୍ଷୀୟ ଡୋଲାମଣି ପୁଟେଲ ଜିଲ୍ଲା କି ରାଜ୍ୟରେ କାମ ଧନ୍ଦା ନ ପାଇ ହତାଶ ହୋଇଯାଇଥିଲେ। ତାଙ୍କ ହତାଶାର ସୁଯୋଗ ନେଇ ସ୍ଥାନୀୟ ଦାଦନ ସର୍ଦ୍ଦାର ଲିଙ୍ଗ ଷାଣ୍ଢ ଡୋଲାମଣିଙ୍କୁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ବାହାର ରାଜ୍ୟକୁ ପଠାଇ ଦେଇଥିଲେ। ସେଠାକୁ ଯିବାର କିଛି ଦିନ ପରେ ଅକଥନୀୟ ଖଟଣି ପାଇଁ ଅସୁସ୍ଥ ହେଲେ ଡୋଲାମଣି। ତେଣୁ ସର୍ଦ୍ଦାରକୁ ଫୋନ ଯୋଗେ ଅଭିଯୋଗ କରିଥିଲେ ଓ ସେଠାରୁ ଗାଁକୁ ଫେରାଇ ନେବାକୁ ଅନୁରୋଧ କରିଥିଲେ। ହେଲେ ସର୍ଦ୍ଦାର କିଛି ଶୁଣି ନ ଥିଲା। ରୋଗ ସାଙ୍ଗକୁ ଅର୍ଥାଭାବରେ ଡୋଲାମଣି ଶେଷରେ ଆଖି ବୁଜି ଦେଇଛନ୍ତି। ଡୋଲାମଣିଙ୍କ ମୃତ୍ୟୁ ପରେ ସର୍ଦ୍ଦାର ଘର ଲୋକଙ୍କୁ ମିଛ କହିଲା କି, ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେପଟେ ପରିବାର ଲୋକଙ୍କୁ ସହଯୋଗ କରିବା ପାଇଁ ଇଟାଭାଟି ମାଲିକ ଦୁଇ ଲକ୍ଷ ଟଙ୍କା ପଠାଇ ଦେଇଥିବା ବେଳେ ସର୍ଦ୍ଦାର ସବୁ ଟଙ୍କା ଆତ୍ମସାତ କରିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ସର୍ଦ୍ଦାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

  • ଉଗ୍ର ହେଉଛି ବିଜେପିର ଗୋଷ୍ଠୀ କନ୍ଦଳ, ଆଶାୟୀଙ୍କ ଉପରେ ପରାସ୍ତ ପ୍ରାର୍ଥୀଙ୍କ ଆକ୍ରମଣ ଅଭିଯୋଗ

    ଉଗ୍ର ହେଉଛି ବିଜେପିର ଗୋଷ୍ଠୀ କନ୍ଦଳ, ଆଶାୟୀଙ୍କ ଉପରେ ପରାସ୍ତ ପ୍ରାର୍ଥୀଙ୍କ ଆକ୍ରମଣ ଅଭିଯୋଗ

    ଯାଜପୁର ବିଜେପିରେ ଉଗ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ। ଯେଉଁ ବିଦ୍ରୋହ ଭିତରେ ଭିତରେ କୁହୁଳୁଥିଲା, ଏବେ ତାହା ଆଗ୍ନେୟ ଉଦଗୀରଣର ରୂପ ନେଇଛି। ବିଧାୟକ ପ୍ରାର୍ଥୀ ଏବଂ ଦଳୀୟ ଟିକେଟ ଆଶାୟୀଙ୍କ ମଧ୍ୟରେ ଏବେ ସମ୍ମୁଖ ଯୁଦ୍ଧର ବିଗୁଲ ବାଜିଲାଣି। ଟିକେଟ ଆଶାୟୀ ସଂଗ୍ରାମ ପାତ୍ରଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ସଂଗ୍ରାମଙ୍କ ଗାଡି ଭାଙ୍ଗି ଚୁରମାର ହୋଇଯାଇଛି। ଏହି ଆକ୍ରମଣ ବିଧାୟକ ପ୍ରାର୍ଥୀଙ୍କ ନିର୍ଦ୍ଦେଶରେ ହୋଇଥିବା ଅଭିଯୋଗ ହେଉଛି। ଯାହା ଜିଲ୍ଲା ବିଜେପିରେ ସବୁକିଛି ଠିକ ନ ଥିବା ସ୍ପଷ୍ଟ କରିଛି। ଯାଜପୁର ବ୍ଲକ ଭୁବନେଶ୍ବରପୁର ପଞ୍ଚାୟତରେ ରବିବାର ସଂଧ୍ୟାରେ ଶ୍ୟାମା ଚରଣ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ହେଉଥିଲା। ଏହି କାର୍ଯ୍ୟକ୍ରମକୁ ସଂଗ୍ରାମ ପାତ୍ର ନିମନ୍ତ୍ରଣ କ୍ରମେ ଯାଇଥିଲେ। ସଂଗ୍ରାମ ସେହି କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ତାଙ୍କ ଗାଡିକୁ କିଛି ଲୋକ ଅଟକାଇ, ଗୌତମ ଭାଇ ଆସୁଛନ୍ତି କହିଥିଲେ। ସଂଗ୍ରାମ ସେଠାରେ ଗୌତମଙ୍କ ପାଇଁ ଅପେକ୍ଷା କରୁଥିବା ବେଳେ ଗୌତମ ତାଙ୍କ କିଛି ନିକଟତମ ସମର୍ଥକଙ୍କ ସହ ଠେଙ୍ଗା, ବାଡି ମାରଣାସ୍ତ୍ର ସହ ପହଞ୍ଚିଥିଲେ ଓ ସମର୍ଥକମାନେ ସଂଗ୍ରାମଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ସଂଗ୍ରାମ ଓ ତାଙ୍କ ସହ ଥିବା ସମର୍ଥକମାନେ। ଗୌତମଙ୍କ ପରାଜୟ ପଥରେ ସଂଗ୍ରାମଙ୍କ ହାତଥିବା ସନ୍ଦେହରେ ଏହି ଆକ୍ରମଣ ହୋଇଛି ବୋଲି କହିଛନ୍ତି ନିଜେ ସଂଗ୍ରାମ। ଆକ୍ରମଣରେ ସଂଗ୍ରାମଙ୍କ ହାତ ଭାଙ୍ଗିଛି, ସେ ଯାଇଥିବା ଗାଡି ଭାଙ୍ଗି ଯାଇଛି ଓ ଗାଡିର ଡ୍ରାଇଭର ଆହତ ହୋଇଛନ୍ତି।

    ଏଠାରେ କହି ରଖୁଛୁ କି, ନିର୍ବାଚନ ପୂର୍ବରୁ ଟିକେଟ ଆଖେଇଥିବା ସଂଗ୍ରାମଙ୍କୁ ପଛରେ ପକେଇ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଟିକେଟ ହାତେଇ ନେଇଥିଲେ। ଯାହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବିବାଦ ବଢିଥିଲା। ନିର୍ବାଚନରେ ଗୌତମଙ୍କ ପରାଜୟ ପରେ ଏଥିପାଇଁ ସଂଗ୍ରାମଙ୍କୁ ଦାୟୀ କରୁଛନ୍ତି ଗୌତମ ଓ ତାଙ୍କ ସମର୍ଥକମାନେ। ଯାହାକୁ ନେଇ ବିଜେପିର ଦୁଇ ଆଗଧାଡିର ନେତା ପରସ୍ପର ବିରୋଧୀ ହୋଇଛନ୍ତି। ଏପରି ସ୍ଥିତି ଯାଜପୁର ବିଜେପି ପାଇଁ ଆଗାମୀ ଦିନରେ କାଳ ହେବାକୁ ଯାଉଥିବା ପରି ମନେ ହେଉଛି। 

  • ପଞ୍ଚାୟତ ମୁଖିଆରୁ ନିଟ୍ ପେପର ଲିକ ମୁଖିଆ: ସଂଜୀବ ଓରଫ ଲୁଟନ ମୁଖିଆକୁ ଖୋଜୁଛି ପୋଲିସ

    ପଞ୍ଚାୟତ ମୁଖିଆରୁ ନିଟ୍ ପେପର ଲିକ ମୁଖିଆ: ସଂଜୀବ ଓରଫ ଲୁଟନ ମୁଖିଆକୁ ଖୋଜୁଛି ପୋଲିସ

    ପାଟନା ମେଡିକାଲ କଲେଜରେ ଆଡମିଶନ ପାଇଁ ଏନଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ମାମଲାର ଯାଞ୍ଚ ଖୁବ୍ ଜୋର ସୋରରେ ଚାଲିଥିବାବେଳେ ପାଟନା ପୁଲିସ ଓ ଅର୍ଥନୈତିକ ଅପରାଧ ଶାଖାର ଛାନଭିନ୍ ରେ ନୂଆ ନୂଆ ଚେହେରା ସାମନାକୁ ଆସୁଛି। ପ୍ରଥମେ ସିକନ୍ଦର, ଅମିତ୍ , ଅନୁରାଗ ଅଂଶୁଳ ଓ ଅତୁଲଙ୍କ ପରେ ଏବେ ସଞ୍ଜୀବ ମୁଖିଆର ନାଁ ସାମନାକୁ ଆସିଛି। ଏହି ଘଟଣାର ସଂଜୀବ ମୁଖିଆଙ୍କୁ କିଙ୍ଗପିନ ବୋଲି କୁହାଯାଉଛି । ଅର୍ଥନୈତିକ ଅପରାଧ ଶାଖା ଓ ପାଟନା ପୁଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

    ମିଡ଼ିଆ ରିପୋର୍ଟ ମୁତାବକ, ସଞ୍ଜୀବ ମୁଖିଆକୁ ନିଟ୍ ପରୀକ୍ଷାର ପ୍ରଶ୍ନ ପତ୍ର ଜଣେ ପ୍ରଫେସର ମୋବାଇଲ ମାଧ୍ୟମରେ ପଠାଇଥିଲେ। ଏହାପରେ ସେ ପ୍ରତି ଛାତ୍ର ପିଛା ୪୦ ଲକ୍ଷ ଟଙ୍କାରେ ଡିଲ୍ କରିଥିଲା । ଏହାର ପୂରା ପ୍ଲାନିଂ ନିଜେ ସଞ୍ଜୀବ ହିଁ କରିଥିଲା। ସେ ସିକନ୍ଦର ଯଦୁବଂଶୀ ଓ ଅନ୍ୟମାନଙ୍କୁ ପେପର ଉପଲବ୍ଧ କରାଇ ଥିଲେ। ଏହାପରେ ୪ ମେ’ର ରାତି ଓ ୫ ମେ ରେ ନିଟ୍ର ପ୍ରାର୍ଥୀଙ୍କୁ ପ୍ରଶ୍ନ ପତ୍ରର ଉତ୍ତର ପାଟନାର ଖେମନି ଚକ ସ୍ଥିତ ପ୍ଲେ ଆଣ୍ଡି ଲର୍ନ ସ୍କୁଲର ହଷ୍ଟେଲରେ ଦିଆ ଯାଇଥିଲା। ସଞ୍ଜୀବ ମୁଖିଆର, ରବି ଅତ୍ରି ଗ୍ୟାଙ୍ଗ ସହ ସିଧାସଳଖ ସଂପର୍କ ରହିଛି।

    ଉଲ୍ଲେଖନୀୟ ଯେ, ନିଟ୍ ପେପର ଲିକ୍ କାଣ୍ଡରେ ଫେରାର ଥିବା ସଞ୍ଜୀବ ମୁଖିଆଙ୍କ ଉପନାମ ଲୁଟନ ମୁଖିଆ ମଧ୍ୟ ରହିଛି। ସେ ନାଳନ୍ଦାର ନୁରସରାୟ ହର୍ଟିକଲଚର କଲେଜରେ ଟେକ୍ନିକାଲ ସହାୟକ ପଦରେ ମୁତୟନ ଥିଲା। ଚାକିରି ଛାଡ଼ି ସେ ରାଜନୀତରେ ପାଦ ରଖି ଥିଲା ଏବଂ ନିଜ ପଞ୍ଚାୟତର ମୁଖିଆ ହୋଇଥିଲା। ୨୦୧୬ରେ ପୁଲିସ୍ ଭର୍ତ୍ତି ପରୀକ୍ଷାରେ ପେପର ଲିକ୍ରେ ସର୍ବ ପ୍ରଥମେ ତାର ନାଁ ଆସିଥିଲା, ପରେ ବିଏସସି ଶିକ୍ଷକ ଭର୍ତ୍ତି ପରୀକ୍ଷାରେ ପେପର ଲିକ୍ କାଣ୍ଡରେ ତାର ସଂପୃକ୍ତି ରହିଛି। ସଞ୍ଜୀବ ମୁଖିଆ ବିଏସସି ଶିକ୍ଷକ ବହାଲି ପେପର ଲିକ୍ କାଣ୍ଡରେ ଜେଲ୍ ଯାଇ ସାରିିଛି ଏବଂ ତାର ପୁଅ ଡାକ୍ତର ଶିବ କୁମାର ଏହି ମାମଲାରେ ଏବେ ବି ଜେଲ୍ ରେ ଅଛି।

  • ନିଟ୍ ବିବାଦ : ଇସ୍ରୋ ଓ ଏମ୍ସର ପୂର୍ବତନ ମୁଖ୍ୟଙ୍କୁ ନେଇ ୭ ଜଣିଆ କମିଟି ଗଠିତ

    ନିଟ୍ ବିବାଦ : ଇସ୍ରୋ ଓ ଏମ୍ସର ପୂର୍ବତନ ମୁଖ୍ୟଙ୍କୁ ନେଇ ୭ ଜଣିଆ କମିଟି ଗଠିତ

    ନିଟ ପେପର ଲିକ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଆଜି ଶିକ୍ଷା ମନ୍ତ୍ରଣାଳୟ ୭ ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷତା ଇସ୍ରୋର ପୂର୍ବତନ ମୁଖ୍ୟ ଡ. କେ ରାଧାକ୍ରିଷ୍ଣନ କରିବେ। ସେ ଏବେ ଆଇଆଇଟି କାନପୁରର ବୋର୍ଡ ଅଫ ଗଭର୍ଣ୍ଣରସ ଭାବେ କାମ କରୁଛନ୍ତି। ସେହିପରି କମିଟିରେ ଏମ୍ସର ପୂର୍ବତନ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟର ବିଭାଗର ପୂର୍ବତନ ପ୍ରଫେସର ରାମମୂର୍ତ୍ତି କେ, ପିପୁଲ ଷ୍ଟ୍ରଙ୍ଗର ସହ ପ୍ରତିଷ୍ଠାତା ଓ କର୍ମଯୋଗୀ ଭାରତର ସଦସ୍ୟ ପଙ୍କଜ ବଂସଲ, ଆଇଆଇଟି ଦିଲ୍ଲୀର ଶିକ୍ଷାର୍ଥୀ ବ୍ୟାପାରର ଡିନ ଆଦିତ୍ୟ ମିତ୍ତଲ ଓ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୈସୱାଲ ରହିଛନ୍ତି।

    ଏ ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସୂଚନା ଦେଇଥିଲେ । ସ୍ୱଚ୍ଛ, ନିରକ୍ଷେପ ଓ ସରଳ ଭାବେ ବିଭିନ୍ନ ଜାତୀୟ ସ୍ତରୀୟ ପରୀକ୍ଷା ପାଇଁ ମନ୍ତ୍ରଣାଳୟ ଏପରି ଏକ କମିଟି ଗଠନ କରିଛି। ଏହି କମିଟି ପରୀକ୍ଷା ପ୍ରକ୍ରିୟାରେ ଉନ୍ନତି ଆଣିବା, ଡାଟା ସୁରକ୍ଷା ପ୍ରୋଟୋକଲ୍ ଓ ଏନଟିଏ ଢାଞ୍ଚାରେ ଉନ୍ନତି ଆଣିବା ଆଦି ଉପରେ କାର୍ଯ୍ୟ କରିବ। କମିଟି ଆସନ୍ତା ୨ ମାସ ମଧ୍ୟରେ ପରୀକ୍ଷା ପ୍ରକ୍ରିୟାର ସଂସ୍କାର ନେଇ ଗୋଟିଏ ରିପୋର୍ଟ ଶିକ୍ଷା ମନ୍ତ୍ରଣାଳୟରେ ଦାଖଲ କରିବ।

  • ମୋହନ ସରକାରରେ ୨୨ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

    ମୋହନ ସରକାରରେ ୨୨ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

    ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ନବ ଗଠିତ ବିଜେପି ସରକାର ଅତି କମରେ ୨୨ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି । ଆସନ୍ତୁ ଜାଣିବା କେଉଁ ଅଧିକାରୀ କେଉଁ ପଦବୀ ପାଇଲେ…

    ୧) ପ୍ରଦୀପ କୁମାର ବେହେରା (ଅତିରିକ୍ତ ସଚିବ) -ଏସଟି ଏବଂ ଏସି ବିଭାଗ
    ୨) ମାୟାଧର ପଟ୍ଟାୟତ (ଅତିରିକ୍ତ ସଚିବ) -ଏଚ୍ ଏବଂ ୟୁଡି ବିଭାଗ
    ୩) ନୃସିଂହ ଚରଣ ମିଶ୍ର (ଅତିରିକ୍ତ ସଚିବ) -ଏସଟି ଏବଂ ଏସି ବିଭାଗ
    ୪) ଚିତ୍ତରଞ୍ଜନ ମହାନ୍ତି(ଅତିରିକ୍ତ ସଚିବ) -ଇସ୍ରାତ ଓ ଖଣି ବିଭାଗ
    ୫) ଧରଣିଧର ମହନ୍ତ (ଅତିରିକ୍ତ ସଚିବ) -ରାଜସ୍ୱ ଏବଂ ଡିଏମ ବିଭାଗ
    ୬) ଅଭୟ କୁମାର ମହାନ୍ତି (ଅତିରିକ୍ତ ସଚିବ)-ପି ଏବଂ ସି ବିଭାଗ
    ୭) ଧନେଶ୍ୱର ପଣ୍ଡା (ଯୁଗ୍ମ ସଚିବ)-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
    ୮) ଚିରଞ୍ଜିବ ନାରାୟଣ ଧାର (ଯୁଗ୍ମ ସଚିବ)-ଜଙ୍ଗଲ ବିଭାଗ
    ୯) ଜୟନ୍ତ କୁମାର ବେହେରା (ଯୁଗ୍ମ ସଚିବ)-ଜଙ୍ଗଲ ବିଭାଗ
    ୧୦) ବସନ୍ତ କୁମାର ମଲ୍ଲିକ (ଯୁଗ୍ମ ସଚିବ)-ଏଫ ଏବଂ ଏଆରଡି ବିଭାଗ
    ୧୧) କାଳୁରାମ ଟୁଡୁ (ଉପ ସଚିବ)-ଏଚ୍ ଏବଂ ୟୁଡି ବିଭାଗ
    ୧୨) ପ୍ରଶାନ୍ତ କୁମାର ନାୟକ (ଉପ ସଚିବ)-ସଂସଦୀୟ ବ୍ୟାପାର ବିଭଆଗ
    ୧୩) ପ୍ରଦୀପ୍ତ କୁମାର ମହାନ୍ତି (ଉପ ସଚିବ)-କୋଅପରେସନ ବିଭାଗ
    ୧୪) ଚୀର କୁମାର ମହାପାତ୍ର (ଉପ ସଚିବ)-ଜଙ୍ଗଲ ବିଭାଗ
    ୧୫) ଅମୂଲ୍ୟ କୁମାର ମହାନ୍ତି (ଉପ ସଚିବ)-ଏଚ୍ ଏବଂ ୟୁଡି ବିଭାଗ
    ୧୬) ପ୍ରଫୁଲ୍ଲ କୁମାର ବାରିକ(ଉପ ସଚିବ)-ଗୃହ ବିଭାଗ
    ୧୭) କେ. ରାଘବ ରାଓ(ଅଣ୍ଡର ସେକ୍ରେଟେରୀ)-ଅର୍ଥ ବିଭାଗ
    ୧୮) ପରମେଶ୍ୱର ବେହେରା (ଅଣ୍ଡର ସେକ୍ରେଟେରୀ)-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
    ୧୯) ବିଷ୍ଣୁ ପ୍ରସାଦ ସ୍ୱାଇଁ (ଡେସ୍କ ଅଫିସର)-ଗୃହ ବିଭାଗ
    ୨୦) ସୁକାନ୍ତ କୁମାର ଦାସ(ଡେସ୍କ ଅଫିସର)-ରାଜସ୍ୱ ଏବଂ ଡିଏମ ବିଭାଗ
    ୨୧) ଶସାଙ୍କ ଶେଖର ନନ୍ଦ(ଡେସ୍କ ଅଫିସର)-ଅର୍ଥ ବିଭାଗ
    ୨୨) ସୁଧୀର ପଟ୍ଟନାୟକ(ସେକସନ ଅଫିସର)-ଏଫଏସ ଏବଂ ସିଡବ୍ଲୁ ବିଭାଗ

  • ଅଦାଲତରେ ବୃଦ୍ଧ ପିତାଙ୍କୁ ସାନପୁଅ ଗୋଡ଼ାଇ ଗୋଡ଼ାଇ ପିଟିଲା, ଭାଉଜ ସହିତ ଅନୈତିକ ସମ୍ପର୍କ, ସମସ୍ତ ସମ୍ପତ୍ତି ଦେବାକୁ ଚାହୁଁଛନ୍ତି

    ଅଦାଲତରେ ବୃଦ୍ଧ ପିତାଙ୍କୁ ସାନପୁଅ ଗୋଡ଼ାଇ ଗୋଡ଼ାଇ ପିଟିଲା, ଭାଉଜ ସହିତ ଅନୈତିକ ସମ୍ପର୍କ, ସମସ୍ତ ସମ୍ପତ୍ତି ଦେବାକୁ ଚାହୁଁଛନ୍ତି

    ବିହାରର ଗୋପାଳଗଞ୍ଜରେ ଜଣେ ବୃଦ୍ଧ ତାଙ୍କ ବଡ଼ ବୋହୂଙ୍କ ନାମରେ ତାଙ୍କ ପୋୖତୃକ ଜମି ପଞ୍ଜିକରଣ କରିବାକୁ ଆସିଥିଲେ। ବୃଦ୍ଧଙ୍କ ସାନ ପୁଅ ଏବଂ ବୋହୂ ଏଥିରେ ରାଗି ଯାଇଥିଲେ। ସାନ ପୁଅ କୋର୍ଟରେ ପହଞ୍ଚି ତାଙ୍କ ପିତାଙ୍କୁ ଆକ୍ରମଣ କରିଥିଲା। ଯାହାଦ୍ୱାରା କୋର୍ଟ ପରିସରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।

    ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣା ପଡିଛି । ଏହି ଭାଇରାଲ ଭିଡିଓ ଗୁରୁବାରର ବୋଲି କୁହାଯାଉଛି। ବୃଦ୍ଧ ଜଣକ ତାଙ୍କ ବଡ଼ ପୁଅର ସ୍ତ୍ରୀ ନାଁରେ ଜମି ପଞ୍ଜିକରଣ କରିବାକୁ ଆସିଥିଲେ। ଏଥିରେ ତାଙ୍କ ସାନ ପୁଅ ଏବଂ ବୋହୂ ରାଗି ଯାଇଥିଲେ।

    ମାଂଝାଗଡ ପୋଲିସ ଷ୍ଟେସନ ଅଞ୍ଚଳର ଛବହି ଗାଁର ଜଣେ ବୃଦ୍ଧ ବାସିନ୍ଦା ତାଙ୍କ ବଡ଼ପୁଅଙ୍କ ପତ୍ନୀ ଅର୍ଥାତ୍ ବଡ଼ ବୋହୂଙ୍କ ନାମରେ ପୌତୃକ ଜମି ପଞ୍ଜିକରଣ କରିବାକୁ କୋର୍ଟରେ ପହଞ୍ଚିଥିଲେ । ଏହି ସମୟରେ ବୃଦ୍ଧଙ୍କ ସାନ ପୁଅ ତାଙ୍କ ପତ୍ନୀଙ୍କ ସହ କୋର୍ଟରେ ପହଞ୍ଚି ତାଙ୍କ ପିତାଙ୍କ ସହ ଝଗଡା ଆରମ୍ଭ କରିଦେଇଥିଲେ। ବୃଦ୍ଧଙ୍କୁ ମାରପିଟ କରିଥିବା ସାନପୁଅ ଅଭିଯୋଗ କରିଛି ଯେ ତାଙ୍କ ପିତା ବଡ ଭାଉଜଙ୍କ ସହିତ ଦୀର୍ଘ ୨୦-୨୫ ବର୍ଷ ଧରି ଅନୈତିକ ସମ୍ପର୍କ ରଖିଛନ୍ତି।

  • ହଜ୍ ତୀର୍ଥଯାତ୍ରା ସମୟରେ ଅଘଟଣ ୯୮ ଭାରତୀୟଙ୍କର ମୃତ୍ୟୁ

    ହଜ୍ ତୀର୍ଥଯାତ୍ରା ସମୟରେ ଅଘଟଣ ୯୮ ଭାରତୀୟଙ୍କର ମୃତ୍ୟୁ

    ହଜରେ ମକ୍କା ଯାଇଥିବା ୯୮ ଜଣ ଭାରତୀୟଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏକ ଲକ୍ଷ ୭୫ ହଜାର ଭାରତୀୟ ଏଠାକୁ ଆସିଛନ୍ତି। ପ୍ରାକୃତିକ କାରଣରୁ ସମସ୍ତ ମୃତ୍ୟୁ ଘଟିଥିଲା ​​| ଏଥିମଧ୍ୟରେ ବେଙ୍ଗାଲୁରୁର ଦୁଇଜଣ ହଜ୍ ତୀର୍ଥଯାତ୍ରୀ ଅଛନ୍ତି। ସେମାନଙ୍କୁ କୌସର ରୁଖସାନା (୬୯ ) ଏବଂ ଅବଦୁଲ ଅନସାରୀ (୫୪ ) ବୋଲି ଚିହ୍ନଟ କରାଯାଇଛି।

    ମରୁଭୂମି ଦେଶରେ ପ୍ରବଳ ଉତ୍ତାପ ଯୋଗୁଁ ଅନ୍ୟାନ୍ୟ ନାଗରିକଙ୍କ ପରି ବେଙ୍ଗାଲୁରୁର ଦୁଇଜଣ ତୀର୍ଥଯାତ୍ରୀ ଡିହାଇଡ୍ରେସନ୍ ଏବଂ ଉତ୍ତାପ ଯୋଗୁଁ ମୃତ୍ୟୁ ବରଣ କରିଥିଲେ। କର୍ଣ୍ଣାଟକ ରାଜ୍ୟ ହଜ୍ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଏସ ସରଫରାଜ ଖାନ କହିଛନ୍ତି ଯେ ମକ୍କା ଉପକଣ୍ଠରେ ଥିବା ମୀନା ଉପତ୍ୟକାରେ ରାମି ଅଲ-ଜାମାରତ (ଶୟତାନକୁ ପଥର ମାରିବା) ରୀତିନୀତିରେ ଯୋଗଦେବା ସମୟରେ ଏହି ଘଟଣା ଘଟିଛି। ପ୍ରାୟତଃ ଏହି ରୀତିନୀତି ସମୟରେ ଧାଁ-ଧପଡ କାରଣରୁ ଲୋକଙ୍କ ମୃତ୍ୟୁ ହୋଇଥାଏ | ତେବେ ସାଉଦି ଆରବ ବର୍ତ୍ତମାନ ଏ ସମ୍ପର୍କରେ ଅନେକ ବ୍ୟବସ୍ଥା ମଧ୍ୟ କରିଛି।

    ସାଉଦି ଆରବର ମକ୍କାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦୦୦ ରୁ ଅଧିକ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମକ୍କା ହେଉଛି ଏମିତି ଏକ ଅଞ୍ଚଳ ଯାହା କେବଳ ଗ୍ରୀଷ୍ମ ମାସରେ ନୁହେଁ ଶୀତ ମାସରେ ମଧ୍ୟ ଗରମର ଦାଉ ଦେଖିବାକୁ ମିଳିଥାଏ | ଏହି ସ୍ଥାନର ତାପମାତ୍ରା ଶୀତ ମାସରେ ମଧ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥାଏ | ମକ୍କାର ଜଳବାୟୁ ବିଷୟରେ ବିଶେଷଜ୍ଞମାନେ କୁହନ୍ତି ଯେ ଏହାର ଉତ୍ତାପ ପାଇଁ ଏହାର ଭୌଗୋଳିକ ଫେକ୍ଟର ସବୁଠାରୁ ଅଧିକ ଦାୟୀ | ମକ୍କା ହେଉଛି ସାତୋଟି ଭିନ୍ନ ପର୍ବତ ଦ୍ୱାରା ଘେରି ରହିଥିବା ଏକ କ୍ଷେତ୍ର | ସାଉଦି ଆରବ ଏକ ଉପତ୍ୟକା ଅଞ୍ଚଳ | ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ମାତ୍ର ୯୦୯ ଫୁଟ | ବିଶାଳ ପର୍ବତ ଯୋଗୁଁ ଉତ୍ତରରୁ ଆସୁଥିବା ଶୀତଳ ପବନ ମକ୍କାରେ ପହଞ୍ଚିପାରେନାହିଁ | ମକ୍କା ସମୁଦ୍ର ପତ୍ତନଠାରୁ ମାତ୍ର ୩୦୦ ମିଟର ଉପରେ ଅବସ୍ଥିତ, ଏହାର ନିମ୍ନ ଉଚ୍ଚତା ହେତୁ ଏହା ଅନ୍ୟ ଉଚ୍ଚ ଉଚ୍ଚତା ସ୍ଥାନ ତୁଳନାରେ ଏଠାରେ କମ୍ ଥଣ୍ଡା ପଡିଥାଏ |

  • ଏବେ ତୁରନ୍ତ ଆପଣଙ୍କ ଘରକୁ ସାମଗ୍ରୀ ପହଞ୍ଚାଇବ Flipkart! ୧୦ ହଜାରରୁ ଅଧିକ ପ୍ରଡକ୍ଟର କରିପାରିବେ ଅର୍ଡର

    ଏବେ ତୁରନ୍ତ ଆପଣଙ୍କ ଘରକୁ ସାମଗ୍ରୀ ପହଞ୍ଚାଇବ Flipkart! ୧୦ ହଜାରରୁ ଅଧିକ ପ୍ରଡକ୍ଟର କରିପାରିବେ ଅର୍ଡର

    ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଆସନ୍ତା ମାସରେ ଏକ ବଡ ଲଞ୍ଚ ପାଇଁ ପ୍ରସ୍ତୁତ ହେଉଛି | ବାସ୍ତବରେ, ଫ୍ଲିପକାର୍ଟ ଏହାର ନୂତନ ସେବା ‘ଫ୍ଲିପକାର୍ଟ ମିନିଟ୍’ ଜୁଲାଇ ୧୫ ରେ ଆରମ୍ଭ କରିପାରେ | ଏହା ବ୍ୟତିତ, କମ୍ପାନୀ ୧୫ ମିନିଟରେ ଡେଲିଭେରି କରିବାର ଦାବି କରିଛି, Flipkart Minutes ଗ୍ରାହକଙ୍କ ପାଇଁ ୧୦ ହଜାରରୁ ଅଧିକ ଉତ୍ପାଦନର ଏକ ତାଲିକା ମଧ୍ୟ ଉପଲବ୍ଧ କରାଇବ |

    ଏଥିରେ ତାଜା ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ, ଖାଦ୍ୟ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ଘରୋଇ ସାମଗ୍ରୀ, ସ୍ୱାସ୍ଥ୍ୟ ଉତ୍ପାଦ ଏବଂ ଦୈନନ୍ଦିନ ଆବଶ୍ୟକତା ସହିତ ଜଡିତ ଅନ୍ୟାନ୍ୟ ସାମଗ୍ରୀ ଅନ୍ତର୍ଭୂକ୍ତ ହେବ | ଏହାପୂର୍ବରୁ ୨୦୨୧ ମସିହାରେ, କମ୍ପାନୀ ଫ୍ଲିପକାର୍ଟ କୁଇକ୍ ମଧ୍ୟ ଲଞ୍ଚ କରିଥିଲା, ଯେଉଁଥିରେ ୯୦ ମିନିଟ୍ ବିତରଣ କରିବାକୁ ଦାବି କରାଯାଇଥିଲା, କିନ୍ତୁ ଏହା ସଫଳ ହୋଇପାରିନଥିଲା ।