Blog

  • ପାରାଦ୍ୱୀପରେ ହେବ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ”

    ପାରାଦ୍ୱୀପରେ ହେବ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ”

    ପରାଶର କ୍ଷେତ୍ର ପାରାଦ୍ୱୀପର ପବିତ୍ର ବେଳାଭୂମିରେ ଆସନ୍ତା ଦିନରେ ଭବ୍ୟ ଓ ଦିବ୍ୟ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ” ଆୟୋଜିତ ହେବାକୁ ଯାଉଛି। ନବଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଓ ଅଲୌକିକ ଲୀଳାକୁ ଉଦ୍‌ଘାଟିତ କରାଯିବ।

    ଏହି ମହୋତ୍ସବ ଅବସରରେ ମହାପ୍ରଭୁଙ୍କ ୩୨ ବେଶ, ୫୬ ଭୋଗ, ଶ୍ରୀବିଷ୍ଣୁ ବିଶ୍ୱ ଶାନ୍ତି ମହାଯଜ୍ଞ, ଶ୍ରୀଜଗନ୍ନାଥ ଚରିତ୍ରାମୃତ ପାଠ ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଦେଶର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସାଧୁସନ୍ଥ, ଧାର୍ମିକ ବିଦ୍ୱାନ ଓ ଜଗନ୍ନାଥ ଭକ୍ତମାନେ ଏହି ମହୋତ୍ସବରେ ଯୋଗ ଦେବେ। ମହୋତ୍ସବ ସମୟରେ ପ୍ରତିଦିନ ଆନନ୍ଦ ବଜାରରେ ମହାପ୍ରସାଦ ମିଳିବା ସହ ପାରାଦ୍ୱୀପ ବେଳାଭୂମି ନବଦିନ ପାଇଁ ଶ୍ରୀକ୍ଷେତ୍ର ପୁରୀର ଅନୁଭୂତି ଦେବ ବୋଲି ଆୟୋଜକମାନେ କହିଛନ୍ତି।

    ଶ୍ରୀକ୍ଷେତ୍ରର ଅଭିଜ୍ଞ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ମେ ୨୭ ତାରିଖରୁ ଏହି ଦିବ୍ୟ ଓ ଭବ୍ୟ ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବକୁ ନେଇ ପାରାଦ୍ୱୀପ ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପରେ ଏକ ବୃହତ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

  • ହଷ୍ଟେଲରୁ ଅଦୃଶ୍ୟ ଦୁଇ ଛାତ୍ରୀ: ୧୪ ଘଣ୍ଟା ହେଲା ମଧ୍ୟ ପତ୍ତା ନାହିଁ

    ହଷ୍ଟେଲରୁ ଅଦୃଶ୍ୟ ଦୁଇ ଛାତ୍ରୀ: ୧୪ ଘଣ୍ଟା ହେଲା ମଧ୍ୟ ପତ୍ତା ନାହିଁ

    ହଷ୍ଟେଲରୁ କେଉଁଆଡ଼େ ବାହାରିଥିବା ଦୁଇ ଛାତ୍ରୀ 14 ଘଣ୍ଟା ହେଲା ମଧ୍ୟ ଫେରିନାହାନ୍ତି। ମୟୂରଭଂଜ ଜିଲ୍ଲାର ଉଦଳା ରାଢୋ କେଜିବିଭି ବିଦ୍ୟାଳୟ ହଷ୍ଟେଲରୁ ଏହି ଦୁଇ ଷଷ୍ଠ ଶ୍ରେଣୀ ପିଲା ଗତକାଲିଠୁ ଲାପତ୍ୟା ହେବାରୁ ଚିନ୍ତା ବୃଦ୍ଧି ପାଇଛି।

    ଷଷ୍ଠରୁ ଦ୍ବାଦଶ ପର୍ଯ୍ୟନ୍ତ ମୋଟ 158 ଛାତ୍ରୀ ରହୁଥିବା ଏହି ହଷ୍ଟେଲରୁ ଦୁଇ ବିଦ୍ୟାର୍ଥିନୀଙ୍କ ହଠାତ୍ ଗାୟବ ହେବା ପରେ ଏପର୍ଯ୍ୟନ୍ତ କୌଣସି ସୁଚନା ମିଳିନାହିଁ। ଘଟଣା ବିଷୟରେ ହଷ୍ଟେଲ ୱାର୍ଡେନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ କ୍ୟାମେରା ସାମ୍ନାରେ କଥା କହିବାରୁ ରହିଯାଇଛନ୍ତି। ଖବର ମିଳିବାସହ ଏବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

  • ମହାଭାରତରୁ ଆଜିର ସମାଜ, ନୃତ୍ୟନାଟକରେ ମଞ୍ଚ ମୁଗ୍ଧ ଚଉଗାଁ ଆଶ୍ରମ ବିଦ୍ୟାଳୟ ଧୁମ୍‌ଧାମରେ ପାଳିତ ବାର୍ଷିକ ଉତ୍ସବ

    ମହାଭାରତରୁ ଆଜିର ସମାଜ, ନୃତ୍ୟନାଟକରେ ମଞ୍ଚ ମୁଗ୍ଧ ଚଉଗାଁ ଆଶ୍ରମ ବିଦ୍ୟାଳୟ ଧୁମ୍‌ଧାମରେ ପାଳିତ ବାର୍ଷିକ ଉତ୍ସବ

    ଚଉଗାଁ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ। କୋରାପୁଟ ବ୍ଲକ ଅନ୍ତର୍ଗତ ଚଉଗାଁ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହଇଯାଇଛି। ବିଦ୍ୟାଳୟରେ ପ୍ରଧାନ ସେବକ ପ୍ରମଦ କୁମାର ପଟନାୟକ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆଜି ଶ୍ରୀ ଦୀପକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଲେ,ମୁଖ୍ୟ ବ୍ୟକତା ଶ୍ରୀ ରବୀନ୍ଦ୍ରନାଥ ସାଉ, ସାନମାନିତ ଅତିଥି ଶ୍ରୀ ପ୍ରମୋଦ କୁମାର ସାହୁ, ମୀନତୀ ଖରା ପ୍ରଧାନ ଶିକ୍ଷୟତ୍ରୀ ଚମ୍ପା କେନ୍ଧା G.H.S ଶ୍ୟାମ ମୁଦୁଲି ଏସ ଏମ ସି ଚୈର ମେନ, ପ୍ରମିଳା କୁମାରୀ ପଣ୍ଡା ଆସିଷ୍ଟାଣ୍ଟ ଶିକ୍ଷୟତ୍ରୀ ପଦ୍ମ ପୁର ଏସ ଏସ ସହାୟକ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ, ବିଦ୍ୟାଳୟର ବାର୍ଷିକ ଉତ୍ସବ ରେ ମଞ୍ଚାସିନ ହୋଇଥିଲେ।

    ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଦ୍ବାର ନାଚ,ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କ୍ରୀଡା ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ମହା ଭାରତ ଓ ଆଜିର ସମାଜ ରେ କିପରି ବଞ୍ଚି ପାରିବା ତା ଉପରେ ସ୍କୁଲ ଛାତ୍ରୀ ଙ୍କ ଦ୍ୱାରା ମନମୋହିତ ନାଟକକୁ ନାଚ ମାଧ୍ୟମରେ ଉଚ୍ଚକୋଟୀର ପ୍ରଦର୍ଶନି ଦର୍ଶକଙ୍କୁ ମନ ମୁଗ୍ଧ କରିଥିଲା. ସଂସ୍କୃତକ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର କୁନି କୁନି ଛାତ୍ରୀ ମାନେ ନୃତ୍ୟ ପରିବେଶଣ ବେସ ଆକର୍ଶଣ ହାଇଥିଲା. କାର୍ଯ୍ୟକ୍ରମକୁ ଚୌ ଗାଁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ରେ ସୋହଯୋଗ କରିଥିଲେ। ବାର୍ଷିକ ବିବରାଣୀ ସ୍ଜୁଳ ର ପ୍ରଧାନ ସେବକ ପ୍ରମୋଦ କୁମାର ପଟ୍ଟନାୟକ ପଡିଥିବା ବେଲେ, ପ୍ରଶାନ୍ତ ସାମଳ ମଞ୍ଚ ପରିଚାଳନା ସହ ଧନ୍ୟ ବାଦ ଅର୍ପଣ କରିଥିଲେ।

  • ୟୁନିଫର୍ମ ବଣ୍ଟନ ଅଭିଯାନରେ ଓସେପା କଢା ତୀବ୍ର ନିର୍ଦ୍ଦେଶ-୭ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କର।

    ୟୁନିଫର୍ମ ବଣ୍ଟନ ଅଭିଯାନରେ ଓସେପା କଢା ତୀବ୍ର ନିର୍ଦ୍ଦେଶ-୭ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କର।

    ଦୃଢ଼ ନିର୍ଦ୍ଦେଶ ଜାରି ହୋଇଛି। ଏହା ସମ୍ବନ୍ଧରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଜରୁରୀ ଚିଠି ପଠାଯାଇଛି।ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଏହି ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ଯେ , ସମଗ୍ର ଶିକ୍ଷା, ପିଏମ ଶ୍ରୀ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା  ଅଧୀନରେ ୟୁନିଫର୍ମ ବଣ୍ଟନ କରାଯାଉଛି ।

    ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ବଣ୍ଟନ କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇଛି କି ନାହିଁ, ସେ ନେଇ ଏକ ‘କମ୍ପ୍ଲିସନ୍ ସାର୍ଟିଫିକେଟ୍’  ଦାଖଲ କରିବାକୁ ପଡ଼ିବ। ଏହି ପ୍ରମାଣପତ୍ର ଦାଖଲ କରିବା ପାଇଁ ଆସନ୍ତା ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ବିଭାଗ ପକ୍ଷରୁ ଏହି ଚିଠିକୁ ‘ଅତ୍ୟନ୍ତ ଜରୁରୀ’  ବୋଲି ଦର୍ଶାଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଜିଲ୍ଲାରୁ ରିପୋର୍ଟ ନ ଆସେ, ତେବେ ଏହାକୁ ଗୁରୁତର ସହ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

  • ୫୦ ପ୍ରତିଶତ ବିମାନରେ ପୁନରାବୃତ୍ତ ଯାନ୍ତ୍ରିକ ତ୍ରୁଟି, ସୁରକ୍ଷା କେନ୍ଦ୍ରବିନ୍ଦୁରେ

    ଭାରତରେ ପ୍ରତିଦିନ ବିମାନ ଦୁର୍ଘଟଣାର ହାର ବଢ଼ୁଥିବାବେଳେ, ଏଥିର ପ୍ରମୁଖ କାରଣ ଭାବେ ଯାନ୍ତ୍ରିକ ତ୍ରୁଟିକୁ ଦାୟୀ ମନାଯାଉଛି। ଗୁରୁବାର ଲୋକସଭାରେ ପ୍ରସ୍ତୁତ ତଥ୍ୟ ଅନୁଯାୟୀ, ଅଡିଟ୍ କରାଯାଇଥିବା ବିମାନମାନଙ୍କର ସ୍ନାନ୍ତିକ ୫୦ ପ୍ରତିଶତରେ ବାରମ୍ବାର ତ୍ରୁଟି ଦେଖିବାକୁ ମିଳିଛି। ଏହି ତାଲିକାରେ ଏୟାର ଇଣ୍ଡିଆ ଗ୍ରୁପ୍ ଏବଂ ଇଣ୍ଡିଗୋ ଶୀର୍ଷସ୍ଥାନରେ ରହିଛନ୍ତି।

    ସରକାର ଦ୍ୱାରା ଜଣାଇଯାଇଛି ଯେ, ପୂର୍ବବର୍ଷ ଜାନୁଆରି ଠାରୁ ଏ ପର୍ଯ୍ୟନ୍ତ ବାରମ୍ବାର ଯାନ୍ତ୍ରିକ ସମସ୍ୟା ଦୃଷ୍ଟିରେ ୬ଟି ପଞ୍ଜୀଭୁକ୍ତ ଏୟାରଲାଇନ୍ସର ୭୫୪ଟି ବିମାନର ଯାଞ୍ଚ କରାଯାଇଥିଲା। ଏଥିରୁ ୩୭୭ଟି ବିମାନରେ ପୁନଃପୁନି ତ୍ରୁଟି ଥିବା ପାଇଯାଇଛି। ସବୁଠୁ ଅଧିକ ଇଣ୍ଡିଗୋ ବିମାନରେ ସମୀକ୍ଷା କାର୍ଯ୍ୟ କରାଯାଇଥିଲା।

    ୩ ଫେବୃଆରୀ ପର୍ଯ୍ୟନ୍ତ ମୋଟ ୪୦୫ଟି ଇଣ୍ଡିଗୋ ବିମାନକୁ ଯାଞ୍ଚ କରାଯାଇଥିଲା, ଯେଉଁଥିରୁ ୧୪୮ଟିରେ ବାରମ୍ବାର ତ୍ରୁଟି ଥିବା ଚିହ୍ନଟ ହୋଇଥିଲା। ଏହି ସୂଚନା ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲଙ୍କ ଲିଖିତ ଜବାବରୁ ମିଳିଛି।

    ଏୟାର ଇଣ୍ଡିଆ ଗ୍ରୁପ୍‌ର ପରିସ୍ଥିତି ଏଠାରୁ ମଧ୍ୟ ଗୁରୁତର। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ—ଦୁଇଟି ଏୟାରଲାଇନ୍ସର ୨୬୭ଟି ବିମାନରେ ଯାଞ୍ଚ କରାଯାଇଥାଏ, ଯେଉଁଥିରୁ ୧୯୧ଟିରେ ପୁନଃପୁନି ତ୍ରୁଟି ଚିହ୍ନଟ ହୋଇଥିଲା। ତଥ୍ୟ ଅନୁଯାୟୀ, ୧୬୬ଟି ଏୟାର ଇଣ୍ଡିଆ ବିମାନରେ ୧୩୭ଟିରେ ସମସ୍ୟା ଥିଲା, ଯେବେକି ୧୦୧ଟି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରୁ ୫୪ଟିରେ ତ୍ରୁଟି ପାଇଯାଇଥିଲା।

    ସ୍ପାଇସଜେଟର ୪୩ଟି ବିମାନ ଯାଞ୍ଚ କରାଯାଇଥିଲାଏବେଳେ ୧୬ଟିରେ ବାରମ୍ବାର ତ୍ରୁଟି ଥିଲା। ଆକାଶା ଏୟାରଲାଇନ୍ସର ୩୨ଟି ବିମାନରେ ସମୀକ୍ଷା ହୋଇଥିଲା ଓ ସେଥିରୁ ୧୪ଟିରେ ସମସ୍ୟା ମିଳିଥିଲା।

    ଏୟାର ଇଣ୍ଡିଆଙ୍କ ଏକ ପ୍ରକ୍ତା କହିଛନ୍ତି ଯେ, ବ୍ୟାପକ ଯାଞ୍ଚ ସତ୍ତ୍ୱେ ଅନେକ ବିମାନରେ ତ୍ରୁଟି ଚାଲୁଥାଏ। ଏୟାର ଇଣ୍ଡିଆର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଉଲ୍ଲେଖ କରିଛନ୍ତି ଯେ, ଅଧିକାଂଶ ତ୍ରୁଟି ଅପେକ୍ଷାକୃତ କମ୍ ପ୍ରାଥମିକତାର ଉପକରଣ—ସିଟ୍, ଟ୍ରେ ଟେବୁଲ୍, ସ୍କ୍ରିନ୍ ଇତ୍ୟାଦି ସହିତ ସମ୍ବନ୍ଧିତ।

    ଡିଜିସିଏ ପିଛଲା ବର୍ଷ ନିରୀକ୍ଷଣ କାର୍ଯ୍ୟ ବହୁଗୁଣିତ କରିଥିଲା। ମୋହୋଲଙ୍କ କଥାନୁଯାୟୀ, ଡିଜିସିଏ ୩୮୯୦ଟି ନିରୀକ୍ଷଣ, ୫୬ଟି ଅଡିଟ୍, ୮୪ଟି ବିଦେଶୀ ବିମାନ ଯାଞ୍ଚ (SOFA), ଓ ୪୯୨ଟି ରାମ୍ପ ଯାଞ୍ଚ କରିଛି। ତଦୁପରି, ୮୭୪ଟି ଅଣଯୋଜନାବଦ୍ଧ ସ୍ପଟ୍ ଯାଞ୍ଚ ଏବଂ ୫୫୦ଟି ରାତିର ଯାଞ୍ଚ ମଧ୍ୟ କରାଯାଇଛି।

  • ମନ୍ଦିର ପ୍ରତିଷ୍ଠା ବେଳେ ନାଗ ଦେବତାଙ୍କ ଦର୍ଶନ

    ମନ୍ଦିର ପ୍ରତିଷ୍ଠା ବେଳେ ନାଗ ଦେବତାଙ୍କ ଦର୍ଶନ

    ଶୁଣ୍ଡିପୁଟ ଗ୍ରାମ ଶିବ ମନ୍ଦିର ପ୍ରତିଷ୍ଠା ବେଲେ ନାଗ ସାପର ଏଭଳି ହଠାତ୍ ଦେଖଗାଦେବା ଚକିତ କରିଛି । ସୁଚନା ଥାଉକି ଫେବୃଆରୀ ଦୁଇ ତାରିଖରୁ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରଥମ କୋଳସ ଯାତ୍ରା, ହୂମ ଯୋଗ୍ୟ, ଗୌ ପୂଜନ. ଅଖଣ୍ଡ ସଂକୀର୍ତ୍ତନରେ ହଜାର ହଜାର ଭକ୍ତଙ୍କ ସମାଗୋମ ଦେଖିବାକୁ ମିଳିଥିଲା। କୀର୍ତନ ମଣ୍ଡଳି ତମାମ ଚାରି ଦିନ ଧରି କିର୍ତନ କରୁଥିଲେ। ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ରେ ପାଲଟିଥିଲା।

    ଆଜି ପୂର୍ଣ୍ଣାହୁତି ହେବା ସମୟରେ ନାଗ ସର୍ପୋ ଉପସ୍ଥିତ ଭକ୍ତମାନଙ୍କୁ ଙ୍କୁ ଦର୍ଶନ ଦେଇ କୀର୍ତନ ହେବା ପଡିୟାରୁ ମନ୍ଦିରକୁ ପ୍ରୋବେଶ କରୁଥିବା ବେଲେ ଭକ୍ତ ମାନେ ଚୋକିତ ହୈ  ଏପଟେ ସେପଟେ ଦୌଡ଼ି ବାର ଲାଗିଥିଲା ଶ୍ରୀ ଶ୍ରୀ ବାବା ବିଶ୍ୱେଶ୍ୱରଙ୍କ ଉପସ୍ଥିତ ଥିବା ଅନୁଭବ କରିଥିଲେ। ଏବେ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରି  ପଞ୍ଚାୟତ ଅଧିନରେ ଥିବା ଶୁଣ୍ଡିପୁଟ ଗ୍ରାମରେ ନୂତନ ଭାବେ ପ୍ରତିଷ୍ଠିତ ଶିବମନ୍ଦିର  ରେ ନାଗ ସର୍ପୋ ଅଭିର ଭାବ ଦୃଶ୍ୟ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଚି। ଅଞ୍ଚଳ ରେ ଭକ୍ତି ମୟ ପରିବେଶ ସୃଷ୍ଟି ହଇଛି। ଏହି ଏମାନଙ୍କୁ ମୀରାକେଲ ଲାଗିଥିଲା. ପୁରା ଫିଲ୍ମ ଷ୍ଟେଇଲ ରେ ଦୃଶ୍ୟ ଦେଖିଥିଲେ। ହାର ହାର ମହାଦେବ ବୋଳି ଅଞ୍ଚଳରେ ନାରା ଦେଇଥିଲେ ଭକ୍ତମାନେ।

  • ଯୌତୁକ ନାମକ ଅପପ୍ରଥାରେ ଯୁଇରେ ଜଳିଗଲା ଆଉ ଗୋଟେ ନିରୀହ ପ୍ରାଣ।

    ଯୌତୁକ ନାମକ ଅପପ୍ରଥାରେ ଯୁଇରେ ଜଳିଗଲା ଆଉ ଗୋଟେ ନିରୀହ ପ୍ରାଣ।

    ଯୌତୁକ ପାଇଁ ଯୁଇରେ ଜଳିଗଲା ଆଉ ଏକ ନିରୀହ ଜୀବନ | ପୁଣି ସାମ୍ନାକୁ ଆସିଲା ସାଙ୍ଘାତିକ ଅଭିଯୋଗ | ଯୌତୁକ ପାଇଁ ବଧୂ ମୃତ୍ୟୁ ଅଭିଯୋଗ ହୋଇଛି | ଯୌତୁକ ପାଇଁ ପାଲଟିଗଲେ ସୈତାନ ଏଭଳି ଏକ ଚାଞ୍ଚଲ୍ୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀରୁ |

    ୨୦୨୦ରେ ବଲାଙ୍ଗୀର ର ପ୍ରିୟମ୍ବଦା ପଟ୍ଟନାୟକଙ୍କୁ ବାହା ହେଇଥିଲେ ଫୁଲବାଣୀର ପୁଅ ଅରବିନ୍ଦ ମହାନ୍ତି, ସେମାନଙ୍କର ୨ଟି ପୁଅ ମଧ୍ୟ ଅଛନ୍ତି | ପ୍ରିୟମ୍ବଦାଙ୍କ ବାହା ଘର ପରଠୁ ୫୦ ଲକ୍ଷ ଯୌତୁକ ପାଇଁ ଶାଶୁ ଘର ଲୋକେ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଛି | ଏନେଇ ସବୁବେଳେ ପ୍ରିୟମ୍ବଦା ସ୍ୱାମୀ, ଶାଶୁ ଶଶୁର ମାନଙ୍କ ପାଖରୁ ସବୁବେଳେ ମାଡ, ଗାଳି ପାଟି ତୁଣ୍ଡ, ଝଗଡା, ଗଣ୍ଡଗୋଳ ହେଉଥିବା ଅଭିଯୋଗ ବି ରହିଛି |

    ଗତ ଏକ ତାରିଖ ଦିନ ପ୍ରିୟମ୍ବଦାଙ୍କୁ ଚାବୁକ ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ | ଏମିତି କି ଶାଶୁ ଘର ଲୋକେ ପ୍ରିୟମ୍ବଦାଙ୍କୁ ଚାବୁକ ରେ ପିଟି ପିଟି ହତ୍ୟା କରିସାରିବା ପରେ ବ୍ରହ୍ମପୁର ହସ୍ପିଟାଲ ଆଣିଥିଲେ ସେଠି ଡାକ୍ତର ପ୍ରିୟମ୍ବଦାଙ୍କୁ ମୃତ ଘୋଷଣା କରିଥିଲେ | ସେତେବେଳେ ଅରବିନ୍ଦଙ୍କ ପରିବାରଲୋକେ ସବ ଛାଡି ଫେରାର ହୋଇଯାଇଥିଲେ | ପରେ ଝିଅ ଘର ଲୋକେ ପଂହଁଚି ସବ ସଂସ୍କାର କରିସାରିବା ପରେ ଗତ ୩ ତାରିଖରେ ଫୁଲବାଣୀର ସଦର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି | ସେପଟେ ଏହାକୁ ନେଇ ପ୍ରିୟମ୍ବଦାଙ୍କ ସ୍ୱାମୀ ଅରବିନ୍ଦ କିମ୍ବା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ | ଅପର ପକ୍ଷେ ଫୁଲବାଣୀ ପୁଲିସ ମାମଲାର ତଦନ୍ତ କରୁଛି | ଏହା ହତ୍ୟା ନା ଆତ୍ମହତ୍ୟା ଯାଞ୍ଚ ଚାଲିଥିବା କଥା କହିଛନ୍ତି ଫୁଲବାଣୀ SDPO

  • ଭାରତ ସହ 200ରୁ ଅଧିକ ୱେବ୍ସାଇଟ୍ ଡୋମେନ୍ ସିଜ୍

    ଭାରତ ସହ 200ରୁ ଅଧିକ ୱେବ୍ସାଇଟ୍ ଡୋମେନ୍ ସିଜ୍

    ଆମେରିକାର ଫେଡେରାଲ୍ କର୍ତ୍ତୃପକ୍ଷ ଭାରତ ସହ ଜଡିତ ଏକ ଅନ୍ତର୍ଜାତୀୟ ଆପରାଧିକ ସଂଗଠନ ସହ 200ରୁ ଅଧିକ ୱେବ୍ସାଇଟ୍ ଡୋମେନ୍‌ ସିଜ୍ କରିଛି ଓ 4 ଜଣଙ୍କୁ ଗିରଫ କରାଯାଇଛି। ଏହି ଅବୈଧ ଅନଲାଇନ୍ ଫାର୍ମାସି ସହିତ ସଂପୃକ୍ତ ଟ୍ରାନ୍ସନ୍ୟାସନାଲ କ୍ରିମିନାଲ ଅର୍ଗାନାଇଜେସନ ଉପରେ 2022 ମସିହାରୁ ଆମେରିକାର ଡ୍ରଗ୍ ଏନ୍ଫୋର୍ସମେଣ୍ଟ ଆଡ୍ମିନିଷ୍ଟ୍ରେସନ ରକି ମାଉଣ୍ଟେନ୍ ଫିଲ୍ଡ ଡିଭିଜନ୍ ଦ୍ୱାରା ଅନୁସନ୍ଧାନ ଚାଲିଛି।

    ଡିଇଏ କହିଛି ଯେ, ଏହାର ବିଶ୍ୱସ୍ତରୀୟ ପହଂଚକୁ ବ୍ୟବହାର କରି ଏଜେନ୍ସି ଭାରତ ସରକାରଙ୍କ ଆଇନ ପ୍ରବର୍ତ୍ତନ ସହଭାଗୀମାନଙ୍କ ସହ ସକ୍ରିୟ ଭାବରେ ସହଯୋଗ କରି ଏହି ପ୍ରକାରର ବେଆଇନ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ବିପଜ୍ଜନକ ଆପରାଧିକ ସଂଗଠନଗୁଡ଼ିକୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ କରୁଛି ।
    ମିଳିତ ଅପରେସନ ମାଧ୍ୟମରେ ଡିଇଏ ବେଆଇନ ଫାର୍ମାସ୍ୟୁଟିକାଲ୍ ବିତରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ଏବଂ ଆମେରିକୀୟ ନାଗରିକଙ୍କ ଜନସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ବେଆଇନ ଫାର୍ମାସ୍ୟୁଟିକାଲ୍ ପ୍ରବାହକୁ ବନ୍ଦ କରିବ ।

  • “ଆଜି ମହାମହିମ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ”

    “ଆଜି ମହାମହିମ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ”

    ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ଦର୍ଶନ କରିବେ। ଗତକାଲି ତିନି ରାଇରଙ୍ଗପୁରରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ରାତିରେ ଶିମିଳିପାଳରେ ରାତ୍ରିବାସ କରିଥିଲେ। ଆଜି ଶିମିଳିପାଳରେ ତାଙ୍କର ବୈଠକ ଓ କାର୍ଯ୍ୟକ୍ରମ ହେବାକୁ ଯାଇଛି। ଏହା ପରେ ତିନି ଭୁବନେଶ୍ବରକୁ ଫେରିଆସିବେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ସ୍ବତନ୍ତ୍ର ବାୟୁସେନା ବିମାନ ମାଧ୍ୟମରେ ତିନି ଛତିଶଗଡ଼ ଅଭିମୁଖେ ଯିବେ।ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ  ସାମିଲ ହେବା ସହ ତାଙ୍କ ଶ୍ବଶୁର ଘର ଗାଁ ପାହାଡ଼ପୁରକୁ ଯାଇଥିଲେ । ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସେ ଏସ୍‌ଏଲ୍‌ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବିତୀୟଦିନର ମୟୁରଭଂଜ ଗସ୍ତ ଏକପ୍ରକାର ବ୍ୟସ୍ତବହୁଳ ରହିଥିଲା। ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟଠାରୁ ଆରମ୍ଭ କରି ମହିଳା ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବା, ଜାହିରାପୀଠରେ ଆଶୀର୍ବାଦ ଭିକ୍ଷା, ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ସହିତ ସଂପର୍କ ଯୋଡ଼ିଥିଲେ ।

    ଏହି ମାଟିର ଝିଅ ଭାବେ ଛାପ ଛାଡ଼ିଥିଲେ। ଦେଶର ପ୍ରଥମ ନାଗରିକଙ୍କୁ ପାଖରେ ପାଇ ସମସ୍ତେ ଭାବବିହ୍ବଳ ହୋଇଥିଲେ। ପାରମ୍ପରିକ ନୃତ୍ୟରେ ସ୍ବାଗତ କରିଥିଲେ।  ରାଷ୍ଟ୍ରପତି ଶିମିଳିପାଳ ଯାଇ ଗୁରୁଗୁଡ଼ିଆଠାରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି।
    ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗତକାଲି ରାଇରଙ୍ଗପୁର ଗସ୍ତରେ ଆସି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ତାଙ୍କ ଶ୍ବଶୁରଘର ଗାଁ ପାହାଡ଼ପୁରକୁ ଯାଇଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ପାଛୋଟି ନେଇଥିଲେ।

    ଏହାପରେ ସେ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ରାଷ୍ଟ୍ରପତି ଚାଲିଚାଲି ମୁର୍ମୁଛକ ପର୍ଯ୍ୟନ୍ତ ଆସି ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହି ସମୟରେ ତାଙ୍କ ଭାଇ ତରଣୀସେନ ଓ ଝିଅ ଇତିଶ୍ରୀ ଉପସ୍ଥିତ ଥିଲେ ।  ସେଠାରୁ ଚାଲିଚାଲି ଗୋଷାଣୀପୀଠକୁ ଯାଇଥିଲେ। ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗ୍ରାମବାସୀ। ଗୋଷାଣୀ ପୀଠରେ ଦେବଦେବୀଙ୍କଠାରୁ ଆଶୀର୍ବାଦ ଭିକ୍ଷା କରି ଗ୍ରାମବାସୀଙ୍କ ସହିତ ଭାବ ବିନିମୟ କରିଥିଲେ। ଏହାପରେ ଜାହିରା ପୀଠକୁ ଯାଇ ଜାହିରା ଆୟୋ (ଜାହିରା ମାଆ)ଙ୍କ ଆଶୀର୍ବାଦ ନେଇଥିଲେ। ସେଠାରେ ମହିଳାମାନଙ୍କ ସହ ଆଲୋଚନା କରିବା ସହ ଗାଁର କିଛି ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଥିଲେ ।

    ପରେ ପାହାଡ଼ପୁରସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଯାଇ ସେଠାରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ। ସେମାନଙ୍କ ସହିତ ପାଠପଢ଼ା ସଂପର୍କରେ ଆଲୋଚନା କରିଥିଲେ। ଗ୍ରାମର କିଛି ବେକାର ଯୁବକଯୁବତୀଙ୍କୁ ଡାକି କିପରି ରୋଜଗାରକ୍ଷମ ହୋଇପାରିବେ, ସେ ନେଇ ପରାମର୍ଶ ଦେଇଥିଲେ। ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କୁ ବିଦ୍ୟାଳୟକୁ ସୁନ୍ଦର ଭାବରେ ପରିଚାଳିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

  • ଶେଯ ଉପରେ ବସି ଭଗବାନଙ୍କ ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜଙ୍କ ସ୍ପଷ୍ଟ ଉତ୍ତର

    ଶେଯ ଉପରେ ବସି ଭଗବାନଙ୍କ ନାମ ଜପ କରିହେବ କି? ପ୍ରେମାନନ୍ଦଜୀ ମହାରାଜଙ୍କ ସ୍ପଷ୍ଟ ଉତ୍ତର

    ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି | ଭଗବାନଙ୍କର ନାମ ଜପ କରିବା କଣ ସବୁ ସ୍ଥାନରେ ଠିକ | ଯେଉଁଠିକି ଗୁରୁ ମନ୍ତ୍ର ଜପ କରିବା ପାଇଁ କିଛି ନିୟମ ମାନିବକୁ ପଡିଥାଏ ବୋଲି ଶାସ୍ତ୍ରରେ ଲେଖା ଅଛି | ଇଏ ନେଇ ତାଙ୍କ ବକ୍ତବ୍ୟ ପ୍ରକାଶ ପାଇଛି |

    ଆମମାନଙ୍କ ମନରେ ଅନେକ ପ୍ରଶ୍ନ ଆସେ କି ସବୁ ସ୍ଥାନରେ ବା ସବୁ ଅବସ୍ଥାରେ କଣ ଭଗବାନ ଙ୍କ ନାମ ଜପ କରିବା ଠିକ କି ? ବିଶେଷ କରି ଶୌଚାଳୟ ସମୟରେ ଆଉ ଶୋଇବା ସମୟରେ ଶେଯ ଉପରେ ନାମ ଜପ କରିବାକୁ ନେଇ ଅନେକ ଭ୍ରମ ରହିଥାଏ | ଇଏ ସବୁ ପ୍ରଶ୍ନ ନେଇ ଜଣେ ମହିଳା ଶ୍ରଦ୍ଧାଳୁ ପ୍ରେମାନନ୍ଦଜୀଙ୍କ ପାଖକୁ ଆସିଥିଲେ | ପ୍ରେମନ୍ଦଜୀଙ୍କୁ ପ୍ରଶ୍ନ କରିଥିଲେ ଏବଂ ଠିକ ଉତ୍ତର ମଧ୍ୟ ପାଇଛନ୍ତି | ମହାରାଜଜୀ କହିଛନ୍ତି, ଶାସ୍ତ୍ରରେ ନାମ ଜପ ଓ ଗୁରୁ ମନ୍ତ୍ର ଜପର ଅଲଗା ଅଲଗା ନିୟମ ରହିଛି ଏବଂ ଏଥିପାଇଁ ଭିନ୍ନ ଭିନ୍ନ ମର୍ଯ୍ୟାଦା ବି ରହିଛି | ଶୌଚାଳୟରେ ଥାଇ ବି ଠାକୁରଙ୍କ ନାମ ଜପ କରାଯାଇପାରିବ । ଶାସ୍ତ୍ରରେ କୁହାଯାଇଛି, ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥା ଗତୋପି ବା , ଯଃ ସ୍ମରେତ୍ ପୁଣ୍ଡରିକାକ୍ଷଂ ସ ବାହ୍ୟାଭ୍ୟନ୍ତରଃ ଶୁଚିଃ’ | ଅର୍ଥାତ୍ ବ୍ୟକ୍ତି ପବିତ୍ର କି ଅପବିତ୍ର ଯେଉଁ ଅବସ୍ଥାରେ ଥାଉ ନା କାହିଁକି ଯଦି ସେ ଭଗବାନଙ୍କୁ ସୁମରଣା କରୁଛି ତାହାଲେ ତା’ର ଅନ୍ତର ଭିତରେ ପବିତ୍ର ହୋଇଥିବା ଦରକାର | ପ୍ରେମାନନ୍ଦଜୀ ଏକଥା ବି କହିଛନ୍ତି , ଯଦି ଗୁରୁମନ୍ତ୍ରକୁ ନେଇ କିଛି ନିୟମ ଅଛି ତେବେ ଯେଉଁ ଶଯ୍ୟା ଉପରେ ଗୃହସ୍ଥ ଧର୍ମର ପାଳନ କରାଯାଉଛି ତା’ ଉପରେ ବସି ଗୁରୁ ମନ୍ତ୍ର ଜପ କରିବା ଅନୁଚିତ । ସେହିପରି ଶୌଚାଳୟ କିମ୍ବା କୌଣସି ଅପବିତ୍ର ଅବସ୍ଥାରେ ଗୁରୁ ମନ୍ତ୍ର ଜପ କରିବା ଠିକ ନୁହଁ । କିନ୍ତୁ ଭଗବାନଙ୍କ ନାଁ ଜପ କରିବା ଏହି ନିୟମଠାରୁ ଅଲଗା । ନାମ ଜପ ଯେକୌଣସି ଅବସ୍ଥାରେ କରିହେବ । ସେ ଶୌଚାଳୟରେ ହେଉ ବା ଶେଯ ଉପରେ ହେଉ । ନାମ ସ୍ମରଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ | ବ୍ୟକ୍ତି ପ୍ରତି ପରିସ୍ଥିତିରେ ଭଗବାନଙ୍କ ନାମ ଜପ କରିପାରିବ କାରଣ ଏହା ଉଭୟ ମନ ଓ ଆତ୍ମକୁ ଶୁଦ୍ଧ କରିବା ସହ ମନୁଷ୍ୟକୁ ଭଗବାନଙ୍କ ନିକଟତର କରିଥାଏ |