Blog

  • ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ସହକାରୀ ପ୍ରଫେସର ନିଲମ୍ବିତ

    ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ସହକାରୀ ପ୍ରଫେସର ନିଲମ୍ବିତ

    ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ନିଲମ୍ବିତ ହୋଇଛନ୍ତି ସହକାରୀ ପ୍ରଫେସର ସରୋଜ ସାହୁ । ଏହି ଅଭିଯୋଗ ସହିତ କ୍ୟାମ୍ପସରେ ଆଲୋଚନା,ଚର୍ଚ୍ଚା ଓ ଚିନ୍ତାର ବିଷୟ ସୃଷ୍ଟି ହୋଇଛି । ବିଶ୍ବବିଦ୍ୟାଳୟ ଏମବିଏ ବିଭାଗର ଜଣେ ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଅଭିଯୋଗ କମିଟି ବା ଆଇସିସି ତଦନ୍ତ କରିଥିଲେ । ତଦନ୍ତ ଶେଷରେ ବିଶ୍ବବିଦ୍ୟାଳୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇ ସରୋଜ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସମ୍ପୃକ୍ତ ଅଧ୍ୟାପକ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁ, କିମ୍ବା ଶିକ୍ଷାଦାନ କରିପାରିବେ ନାହିଁ। ସେହିପରି, ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଅନିବାର୍ଯ୍ୟ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

  • ବୁଲିଅନ୍ ବଜାରରେ ଉତ୍ସାହ: ସୁନା ଓ ରୂପା ମୂଲ୍ୟରେ ଏକଦିନିଆ ବଡ଼ ବୃଦ୍ଧି

    ବୁଲିଅନ୍ ବଜାରରେ ଉତ୍ସାହ: ସୁନା ଓ ରୂପା ମୂଲ୍ୟରେ ଏକଦିନିଆ ବଡ଼ ବୃଦ୍ଧି

    ପୁଣି ବଢିଲା ସୁନା ଓ ରୂପା ମୂଲ୍ୟ । ଲଗାତାର ଦୁଇ ଦିନ ହ୍ରାସ ପାଇବା ପରେ ସୁନା ଓ ରୂପା ମୂଲ୍ୟରେ ଆଜି ବଡ଼ ଧରଣର ବୃଦ୍ଧି ପାଇଛି | ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ୍ ପିଛା ୨,୮୯୦ ଟଙ୍କା ବୃଦ୍ଧି ପାଇ ୧,୫୬,୬୦୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନାର ଦର ୨,୬୫୦ ଟଙ୍କା ବଢ଼ି ୧,୪୩,୫୫୦ ଟଙ୍କାରେ ପହଞ୍ଚିଛି | ସେହିଭଳି ରୂପାରେ ମଧ୍ୟ ମୂଲ୍ୟର ପରିବର୍ତନ ଦେଖାଦେଇଛି । ପ୍ରତି କିଲୋଗ୍ରାମ୍ ରୂପାର ମୂଲ୍ୟ ପିଛା ୫,୦୦୦ ଟଙ୍କା ବଢ଼ି ୨,୮୫,୦୦୦ ଟଙ୍କାରେ ପହଞ୍ଚିଛି | ନିବେଶକମାନେ ଏହାକୁ ବୁଲିଅନ୍ ବଜାରର ନୂଆ ଶକ୍ତିର ସଙ୍କେତ ଭାବୁଛନ୍ତି, କିନ୍ତୁ ବିବାହ ଓ ବଡ଼ କର୍ମ କ୍ରିୟା ଯୋଜନା କରୁଥିବା ଲୋକମାନଙ୍କ ମଧ୍ୟରେ ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତା ବଢିଛି । ବଜାର ବିଶେଷଜ୍ଞଙ୍କ ମତରେ, ଅନ୍ତର୍ଜାତୀୟ ଚାହିଦା ଓ ମୁଦ୍ରା ମୂଲ୍ୟର ଓଠାପଡ଼ା ଦେଶୀୟ ବଜାରକୁ ପ୍ରଭାବିତ କରୁଛି ।

  • ଇତିହାସ ରଚନା ପାଇଁ ମଇଦାନକୁ ଓହ୍ଲାଇଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ

    ଇତିହାସ ରଚନା ପାଇଁ ମଇଦାନକୁ ଓହ୍ଲାଇଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ

    କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଆଜି ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ । ଚଳିତ ବର୍ଷ ଭାରତୀୟ ଦଳ ‘ଡିଫେଣ୍ଡିଂ ଚାମ୍ପିଅନ୍’ ଭାବେ ପଡ଼ିଆକୁ ଓହ୍ଲାଇବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି । ୨୦୨୪ ମସିହାରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଭାରତ ଇତିହାସ ରଚିଥିଲା । ତେବେ ଟି-୨୦ ବିଶ୍ୱକପ୍ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଦଳ କ୍ରମାଗତ ଭାବେ ଦୁଇଥର ଟାଇଟଲ୍ ଜିତିବାରେ ସଫଳ ହୋଇନାହାନ୍ତି । ଏହି ଅପରାଜେୟ ଧାରାକୁ ଭାଙ୍ଗି ଏକ ନୂଆ ରେକର୍ଡ କରିବା ଲକ୍ଷ୍ୟରେ ରହିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ।

  • ସମ୍ବଲପୁର NSCB ପଡ଼ିଆରେ ଦିନିକିଆ ନିଯୁକ୍ତି ମେଳା

    ସମ୍ବଲପୁର NSCB ପଡ଼ିଆରେ ଦିନିକିଆ ନିଯୁକ୍ତି ମେଳା

    ଗୁରୁବାର ସମ୍ବଲପୁରର NSCB ପଡ଼ିଆରେ ଏକ ଦିନିକିଆ ନିଯୁକ୍ତି ମେଳା ସଫଳତାର ସହିତ ଆୟୋଜିତ ହୋଇଥିଲା । ଏହି ନିଯୁକ୍ତି ମେଳାଟି ବୋର୍ଡ ଅଫ୍ ପ୍ରାକ୍ଟିକାଲ ଟ୍ରେନିଂ (BOPT), କୋଲକାତା ଦ୍ୱାରା ପରିଚାଳିତ ହୋଇଥିଲା । ମେଳାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀମାନଙ୍କୁ ନିଜୁକ୍ତି ସୁଯୋଗ ସମ୍ପର୍କରେ ସଚେତନ କରିବା, ସେମାନଙ୍କୁ ଟ୍ରେନିଂ ସୁବିଧା ଯୋଗାଇଦେବା ଓ ଶିଳ୍ପ ସଂସ୍ଥାନଗୁଡ଼ିକ ସହିତ ସଂଯୋଗ କରିବା । ଏହି ମେଳାରେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ସହଯୋଗ ଦେବା ସହିତ ବିଭିନ୍ନ ଟ୍ରେନିଂ ଷ୍ଟାଫ୍ ଓ ଶିକ୍ଷାନୁଷ୍ଠାନମାନଙ୍କୁ ଆକର୍ଷିତ କରିବା ମୁଖ୍ୟ ଲକ୍ଷ୍ୟ ରହିଥିଲା । ମେଳାରେ ଏକ ହଜାରରୁ ଅଧିକ ଚାକିରି ଆଶାୟୀ ଯୋଗ ଦେଇଥିଲେ । ଏଥିରେ ଡିପ୍ଲୋମା, ଡିଗ୍ରୀ ଓ ଟେକ୍ନିକାଲ ଶିକ୍ଷା ପାଇଥିବା ଅନେକ ଯୁବକ ଯୁବତୀ ଭାଗ ନେଇଥିଲେ ।


    ମେଳା ସମୟରେ ପ୍ରାୟ ୬୦୦ ଜଣ ଆଶାୟୀଙ୍କୁ National Apprenticeship Training Scheme (NATS) ଅଧିନରେ ପଞ୍ଜିକୃତ କରାଯାଇଥିଲା। ଏହା ମାଧ୍ୟମରେ ଯୁବକମାନେ ଭବିଷ୍ୟତରେ ଟ୍ରେନିଂ ସହିତ ଚାକିରିର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି ।
    ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ରିଜିଓନାଲ ଡାଇରେକ୍ଟର ଡକ୍ଟର ମୁରଲିଧର ମାଝି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଓ କୌଶଳ ବିକାଶର ଗୁରୁତ୍ୱ ବିଷୟରେ ବୁଝାଇଥିଲେ ଏବଂ ଏପରି ନିଯୁକ୍ତି ମେଳା ଯୁବପିଢ଼ି ପାଇଁ ଉପକାରୀ ବୋଲି ମତ ପ୍ରକାଶ କରିଥିଲେ । ବୋର୍ଡ ଅଫ୍ ପ୍ରାକ୍ଟିକାଲ ଟ୍ରେନିଂର ଅଫିସର ଅନ୍ ସ୍ପେସାଲ୍ ଡିୟୁଟି ବିଜୟ ପ୍ରସାଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ଭବିଷ୍ୟତ ପାଇଁ ଏକ ନୂଆ ଆଶା ଆଣିଛି ବୋଲି କହିପାରିବା ।

  • ଭାରତ-ଆମେରିକା ବିଶେଷ ବାଣିଜ୍ୟ ଚୁକ୍ତିର ତଥ୍ୟ ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି

    ଭାରତ-ଆମେରିକା ବିଶେଷ ବାଣିଜ୍ୟ ଚୁକ୍ତିର ତଥ୍ୟ ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି

    ଭାରତ ଏବଂ ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ଯୁଗ୍ମ ବିବୃତି ଜାରି କରାଯାଇଛି, ଯାହାର ଅନ୍ତର୍ଗତ ଟ୍ରମ୍ପ ପ୍ରଶାସନ ୨୫% ଭାରତୀୟ ସାମଗ୍ରୀ ଉପରେ ଲାଗୁ ଥିବା ରୁଷ ତେଲ ଶୁଳ୍କକୁ ହଟାଇଛି। ଏହି ଚୁକ୍ତି ଭାରତ ଏବଂ ଯୁକ୍ତରାଷ୍ଟ୍ର ପାଇଁ ପାରସ୍ପରିକ ଲାଭଦାୟକ ବାଣିଜ୍ୟର ଏକ ଫ୍ରେମୱର୍କ ତିଆରି କରିଛି। ନୂଆ ବାଣିଜ୍ୟ ଡିଲରେ ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରୁଷୀୟ ତେଲ ଆମଦାନିକୁ ବନ୍ଦ କରିବାର ପ୍ରତିଶ୍ରୁତି ଦେଇଛି।ନୂଆଦିଲ୍ଲୀ କହିଛି, ଭାରତ ଯୁକ୍ତରାଷ୍ଟ୍ରର ଶକ୍ତି ଉତ୍ପାଦ କ୍ରୟ କରିବ ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ସହିତ ଏକ ଫ୍ରେମୱାର୍କ ପ୍ରସ୍ତୁତି ହୋଇଛି ।  ଏହି ଚୁକ୍ତି ଅନୁଯାୟୀ ଓ୍ୱାଶିଂଟନ୍ ଭାରତୀୟ ଉତ୍ପାଦ ଉପରେ ଥିବା ଟାରିଫକୁ ୨୫ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତକୁ ଆଣିବ। ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଯୁକ୍ତରାଷ୍ଟ୍ରର ଶକ୍ତି ଉତ୍ପାଦ, ବିମାନ ଓ ଯନ୍ତ୍ରାଂଶ, ମୂଲ୍ୟବାନ ଧାତୁ, ଟେକ୍ନୋଲୋଜି ଉତ୍ପାଦ ଏବଂ ଜାଳେଣି କୋଇଲା ସହ ୫୦୦ ବିଲିୟନ ମୂଲ୍ୟର ସାମଗ୍ରୀ କ୍ରୟ କରିବ ବୋଲି ବିବୃତ୍ତିରେ କୁହାଯାଇଛି ।

    ଋଷ ତେଲ କିଣିବାକୁ ନେଇ ଭାରତ-ଆମେରିକା ବାଣିଜ୍ୟ ବିବାଦ ଆରମ୍ଭ ହୋଇଥିଲା। ଟ୍ରମ୍ପ ଭାରତୀୟ ପଣ୍ୟ ଉପରେ ଶୁଳ୍କ ଲଗାଇଥିଲେ ଏବଂ ପରେ ନୂଆଦିଲ୍ଲୀର ରୁଷୀୟ ତୈଳ କ୍ରୟ ଉପରେ ଦଣ୍ଡ ସ୍ୱରୂପ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏବେ ଏହି ଶୁଳ୍କ ୧୮ ପ୍ରତିଶତକୁ କମାଇଛି ଆମେରିକା । 

    ସୁଧୁରୁଛି ଭାରତ-ଆମେରିକା ସମ୍ପର୍କ
    ଭାରତ-ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତିର ଆସିଲା ଫ୍ରେମୱାର୍କ
    ଭାରତୀୟ ସାମଗୀ ଉପରେ ଉପରେ ଲଗାଇଥିବା ୨୫% ଶୁଳ୍କ ହଟାଇଲେ ଟ୍ରମ୍ପ
    ଭାରତ ଏବଂ ଯୁକ୍ତରାଷ୍ଟ୍ର ପରସ୍ପର ଲାଭଦାୟକ ବାଣିଜ୍ୟ ଉପରେ ଚୁକ୍ତି ହୋଇଛି
    ଶନିବାର ସକାଳେ ହ୍ୱାଇଟ୍ ହାଉସ୍ ଏନେଇ ଏକ  ଏକ ଯୁଗ୍ମ ବିବୃତ୍ତି ଜାରି କରିଛି

    ଏହି ସପ୍ତାହରେ ଘୋଷଣା କରାଯାଇଥିବା ବାଣିଜ୍ୟ ଚୁକ୍ତିକୁ କାର୍ଯ୍ୟକାରୀ କରିବାର ଏକ ପଦକ୍ଷେପ। 
    ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ରୁଷୀୟ ତେଲ ଆମଦାନି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି
    ଭାରତ ଯୁକ୍ତରାଷ୍ଟ୍ରର ଶକ୍ତି ଉତ୍ପାଦ କ୍ରୟ କରିବାକୁ ଏଥିରେ ଚୁକ୍ତି ହୋଇଛି

    ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଆମେରିକା ସହ ଏକ ଫ୍ରେମୱାର୍କ ପ୍ରସ୍ତୁତି ହୋଇଛି
    ଭାରତୀୟ ଉତ୍ପାଦ ଉପରେ ଥିବା ଟାରିଫକୁ ୨୫%ରୁ ହ୍ରାସ କରି ୧୮ ପ୍ରତିଶତକୁ ଆଣିବ ଆମେରିକା
    ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମେରିକାର ୫୦୦ ବିଲିୟନ ମୂଲ୍ୟର ସାମଗ୍ରୀ କ୍ରୟ କରିବ 

    ଶକ୍ତି ଉତ୍ପାଦ, ବିମାନ ଓ  ଯନ୍ତ୍ରାଂଶ, ମୂଲ୍ୟବାନ ଧାତୁ, ଟେକ୍ନୋଲୋଜି ଉତ୍ପାଦ, ଜାଳେଣି କୋଇଲା କିଣିବ ଭାରତ 
    ଭାରତ ସମସ୍ତ ଯୁକ୍ତରାଷ୍ଟ୍ର ଶିଳ୍ପ ପଣ୍ୟ ଏବଂ ଖାଦ୍ୟ ଓ କୃଷି ଉତ୍ପାଦର ଉପରେ ଶୁଳ୍କ ହଟାଇବ ସମ୍ମତ ହୋଇଛି

    ପଶୁଖାଦ୍ୟ ପାଇଁ ବ୍ୟବହୃତ ଲାଲ ସୋରଘମ୍, ବାଦାମ, ତାଜା ଫଳ, ସୋୟାବିନ୍ ତେଲ, ଓ୍ବାଇନ୍ ଓ ସ୍ପିରିଟ୍ସ ଅନ୍ତର୍ଭୁକ୍ତ 
    ଭାରତୀୟ ଉତ୍ପତ୍ତିର ପଣ୍ୟ ଉପରେ ୧୮ % ପରସ୍ପର ଶୁଳ୍କ ହାର ପ୍ରୟୋଗ କରିବ ଆମେରିକା
    ଭାରତୀୟ ବସ୍ତ୍ର ଓ ପୋଷାକ, ଚର୍ମ ଓ ଜୋତା, ପ୍ଲାଷ୍ଟିକ୍ ଓ ରବର ଉପରେ ଶୁଳ୍କ କମିବ
    ଜୈବିକ ରସାୟନ, ଘର ସଜ୍ଜା, ହସ୍ତଶିଳ୍ପ ଉତ୍ପାଦ ଏବଂ ନିର୍ଦ୍ଦିଷ୍ଟ ଯନ୍ତ୍ରପାତି ଉପରେ ଶୁଳ୍କ ୧୮% ରହିବ
    ଭାରତର ଜେନେରିକ୍ ଔଷଧ, ରତ୍ନ ଓ ହୀରା, ଏବଂ ବିମାନ ଯନ୍ତ୍ରାଂଶ ଉପରେ ଶୁକ୍କ କମାଇବେ ଟ୍ରମ୍ପ। 

  • ପୁଣି ଆସିଲା ବାର୍ଡ ଫ୍ଲୁ: ସତର୍କ ହେବାର ସହଜ ଉପାୟ

    ପୁଣି ଆସିଲା ବାର୍ଡ ଫ୍ଲୁ: ସତର୍କ ହେବାର ସହଜ ଉପାୟ

    ତାମିଲନାଡ଼ୁର ଚେନ୍ନାଇରେ ପ୍ରାୟ ୧,୫୦୦ କାଉଙ୍କ ହଠାତ୍ ମୃତ୍ୟୁ ବାର୍ଡ ଫ୍ଲୁ ପୁଣି ଏକ ଭୟଙ୍କର ମାମଲା ହିସାବରେ ସମାଜର ଦୃଷ୍ଟିକୁ ଆକର୍ଷଣ କରିଛି। ଗତ କିଛି ବର୍ଷ ଧରି, ଏହି ରୋଗ ସାରା ବିଶ୍ୱରେ ଖବର ମୁଖ୍ୟ ଶିରୋନାମାରେ ରହିଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହେଉଥିବା ଆଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁ ଦ୍ରୁତ ଗତିରେ ବିକାଶ ପାଇଛି, ଯାହା ଭବିଷ୍ୟତରେ ଏକ ଗମ୍ଭୀର ବିଶ୍ୱ ମହାମାରୀ ଘଟାଇପାରେ।ଏହି ଚିନ୍ତାର କେନ୍ଦ୍ରରେ ଅତ୍ୟଧିକ ପାଥୋଜେନିକ୍ ଆଭିଆନ୍ ଇନଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ଅଛି, ଯାହା ସାଧାରଣତଃ ଇନଫ୍ଲୁଏଞ୍ଜା ଏଏଚ୍୫ଏନ୍୧ ଭୂତାଣୁ ଭାବରେ ଜଣାଶୁଣା। ଏହି ଷ୍ଟ୍ରେନ୍ ପକ୍ଷୀମାନଙ୍କ ମଧ୍ୟରେ ଗୁରୁତର ରୋଗ ଓ ବହୁଳ ମୃତ୍ୟୁ ଘଟାଇବା ପାଇଁ କୁଖ୍ୟାତ, କିନ୍ତୁ ଏହାର ବିପଦ ସେଠାରେ ଶେଷ ହୁଏ ନାହିଁ। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଏଚ୍୫ଏନ୍୧ ପ୍ରଜାତିର ପକ୍ଷୀରୁ ପଶୁ ଓ ବେଳେବେଳେ ମଣିଷକୁ ସଂକ୍ରମିତ ହେବାର କ୍ଷମତା ଅଛି।

    ନିକଟ ଅତୀତରେ ଭାରତରେ ବାରମ୍ବାର ସଂକ୍ରମଣ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ତେଲେଙ୍ଗାନା ଓ ତାମିଲନାଡୁ ଭଳି ରାଜ୍ୟରେ କୁକୁଡ଼ାଙ୍କଠାରେ ସଂକ୍ରମଣ ହୋଇଥିବା ବେଳେ ସମଗ୍ର ମହାଦେଶରେ ଅନେକ ବନ୍ୟଜନ୍ତୁ ଏହି ଭୂତାଣୁ ଦ୍ୱାରା ଧ୍ୱଂସ ହୋଇଯାଇଛନ୍ତି। ତେବେ ଏଚ୍୫ଏନ୍୧ ଏକ ବିରଳ କିମ୍ବା ସ୍ଥାନୀୟ ସମସ୍ୟା ନୁହେଁ, ବରଂ ଏକ ବିଶ୍ୱସ୍ତରୀୟ ବିପଦ।

    ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ତଥ୍ୟ ଅନୁସାରେ ଜାନୁଆରି ୨୦୦୩ରୁ ଡିସେମ୍ବର ୨୦୨୫ ମଧ୍ୟରେ ୨୫ଟି ଦେଶରେ ସମୁଦାୟ ୯୯୩ ମାନବ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା। ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ (୪୭୭ ଜଣ)ମୃତ୍ୟୁବରଣ କରିଥିଲେ। ଏହି ଭୂତାଣୁ ମୁଖ୍ୟତଃ ପକ୍ଷୀମାନଙ୍କୁ ସଂକ୍ରମିତ କରୁଥିବାବେଳେ ବିକ୍ଷିପ୍ତ ମାନବ ମାମଲା ସାମ୍ନାକୁ ଆସୁଛି ।

    ସେଥିପାଇଁ ଆମକୁ ସତର୍କ ହେବାର ଆବଶ୍ୟକତା ଅଛି। ମଣିଷକୁ ସଂକ୍ରମିତ ହେଲେ ଏହା ସାଧାରଣ ଫ୍ଲୁ (ସର୍ଦ୍ଦି) ଅପେକ୍ଷା ଭୟଙ୍କର ଓ ମାରାତ୍ମକ ହୋଇପାରେ। ଲକ୍ଷଣଗୁଡ଼ିକ ସାମାନ୍ୟ ହୋଇପାରେ, ଋତୁକାଳୀନ ଫ୍ଲୁ ପରି ହୋଇପାରେ କିମ୍ବା ଆଖି ପ୍ରଦାହ ଭାବରେ ଦେଖାଯାଇପାରେ, କିନ୍ତୁ ସେଗୁଡ଼ିକ ଗୁରୁତର ଶ୍ୱାସକ୍ରିୟା ରୋଗ ଓ ମୃତ୍ୟୁର କାରଣ ବି ହୋଇପାରେ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ-ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଆଇସିଏମ୍ ଆର୍-ଏନ୍ ଆଇଭି) ର ଜଣେ ଭାଇରୋଲୋଜିଷ୍ଟଙ୍କ ଅନୁଯାୟୀ, ସଂକ୍ରମିତ ମଣିଷ ସାଧାରଣତଃ ଉଚ୍ଚ ଜ୍ୱର, କାଶ, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଓ ଥକାପଣ ଅନୁଭବ କରନ୍ତି। ଅଧିକ ଗମ୍ଭୀର କ୍ଷେତ୍ରରେ, ନିମୋନିଆ ହୋଇପାରେ ।

    ଋତୁକାଳୀନ ଫ୍ଲୁ ଅପେକ୍ଷା ବାର୍ଡ ଫ୍ଲୁ ଲକ୍ଷଣ ଅଧିକ ଆକ୍ରମଣାତ୍ମକ ହୋଇପାରେ। ସାଧାରଣତଃ ସଂସ୍ପର୍ଶରେ ଆସିବାର ଆଠରୁ ଦଶ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ, ଯଦିଓ ଲକ୍ଷଣବିହୀନ ସଂକ୍ରମଣ ମଧ୍ୟ ରିପୋର୍ଟ କରାଯାଇଛି। ସଂକ୍ରମିତ ପକ୍ଷୀ ବା ପଶୁଙ୍କ ସହ ଶାରୀରିକ ସଂସ୍ରବରେ ଆସିବା ଦ୍ବାରା ଏହି ସଂକ୍ରମଣ ହେଉଥିବାରୁ କୌଣସି ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମଣ ସୂଚନା ମିଳିବା ମାତ୍ରେ ଆମେ ଯଥାସମ୍ଭବ ସଂସ୍ରବରୁ ଦୂରରେ ରହିବା, ମାସ୍କ ପିନ୍ଧିବା, ସାବୁନରେ ହାତ ଆଦି ଧୋଇବା ଭଳି କୋଭିଡ୍‌-କାଳନ ନିୟମ ପାଳନ କରିବା ଉଚିତ ‌ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

  • ପାରାଦୀପର ମଞ୍ଚରେ ସଂସ୍କୃତି ଓ କଳାର ଅଦ୍ଭୁତ ଝଲକ, ଆଦିଦେବ ଏଣ୍ଟରଟେନମେଣ୍ଟଙ୍କ ସୌନ୍ଦର୍ୟ ପ୍ରତିଯୋଗିତା ପ୍ରତିଭାର ଉଜାଗର

    ପାରାଦୀପର ମଞ୍ଚରେ ସଂସ୍କୃତି ଓ କଳାର ଅଦ୍ଭୁତ ଝଲକ, ଆଦିଦେବ ଏଣ୍ଟରଟେନମେଣ୍ଟଙ୍କ ସୌନ୍ଦର୍ୟ ପ୍ରତିଯୋଗିତା ପ୍ରତିଭାର ଉଜାଗର

    ଆମ ଓଡ଼ିଆ ଚାଲିଚଳଣି, ପରମ୍ପରା ଓ ସଂସ୍କୃତି ସମ୍ପୂର୍ଣ୍ଣ ନିଆରା। ଏହା ସହିତ ଭାରତୀୟ ସଂସ୍କୃତି, କଳା ଓ ଐତିହ୍ୟ ଆମ ଦେଶର ଗରିମାକୁ ସମଗ୍ର ବିଶ୍ୱ ସମ୍ମୁଖରେ ପ୍ରତିଫଳିତ କରୁଛି। ଏହି ଭାବନାକୁ ଆଧାର କରି ପାରାଦୀପର ସୁନାମଧନ୍ୟ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଆଦିଦେବ ଏଣ୍ଟରଟେନମେଣ୍ଟ ତରଫରୁ ଆୟୋଜିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡ଼ିଶା ସହ ଦେଶର ବିଭିନ୍ନ ରାଜ୍ୟର ପରମ୍ପରା ଓ ସଂସ୍କୃତିର ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା।

    ପାରାଦୀପ ଜୟଦେବ ସଦନ ସମ୍ମୁଖ ପଡିଆରେ ଆଦିଦେବ ଏଣ୍ଟରଟେନମେଣ୍ଟ ତରଫରୁ ଆୟୋଜିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପାରାଦୀପ ଦର୍ଶକ ଙ୍କ ମନ ଜିଣିଥିଵା ବେଳେ ଏହି କାର୍ଯ୍ୟକ୍ରମ ର ମଞ୍ଚସଜ୍ଜା ଓ ପ୍ରତିଯୋଗି ମାନଙ୍କ ପ୍ରଦର୍ଶନ କୁ ନେଇ ଏହା ବାଲିଯାତ୍ରା ର ଭ୍ରମ ସୃଷ୍ଟି କରିଛି ବୋଲି କହିଛନ୍ତି ଦର୍ଶକ ଓ ଓଡ଼ିଶାର ଭେଟେରାନ ସିନେକଳାକାର l ପାରାଦୀପ ଓ ଆଖପାଖ ଅଞ୍ଚଳ ରେ ବଣମଲ୍ଲୀ ବଣରେ ଝଡ଼ିଯିଵା ଭଳି ଅନେକ ପ୍ରତିଭା ଘର କୋଣରେ ଲୁଚି ଯାଉଛନ୍ତି l

    ଏହି କଳାକାର ମାନଙ୍କୁ ଲୋକଲୋଚନ କୁ ଆଣିବା ଏବଂ ସେମାନଙ୍କ ପ୍ରତିଭା କୁ ରାଜ୍ୟ ତଥା ଜାତୀୟ ସ୍ତରରେ ପହଞ୍ଚାଇବାକୁ ଆଦିଦେବ ଏଣ୍ଟରଟେନମେଣ୍ଟ କରିଥିବା ପ୍ରୟାସ ଆଜି ସଫଳ ହୋଇଛି l ପାରାଦୀପ ର କୁନିକୁନି ପ୍ରତିଭା ମାନଙ୍କୁ ନେଇ ପାରାଦୀପ ପରୀ, ଯୁବତୀ ମାନଙ୍କୁ ନେଇ ପାରାଦୀପ ରାଜକୁମାରୀ ଓ ଗୃହିଣୀ ମାନଙ୍କୁ ନେଇ ପାରାଦୀପ ଶ୍ରୀମତୀ ପ୍ରତିଯୋଗିତା ରେ ଅନେକ କଳାକାର ସେମାନଙ୍କ ଚମତ୍କାର ପ୍ରତିଭା କୁ ଉପସ୍ଥାପନ କରିଛନ୍ତି ଆଦିଦେବ ର ମଞ୍ଚ ରେ l ଯାହା ଉପସ୍ଥିତ ଓଲିଉଡ଼ ର ପ୍ରତିଷ୍ଠିତ ସିନେଅଭିନେତା ଅଶ୍ରୁ୍ମୋଚନ ମାହାନ୍ତି, ବବି ମିଶ୍ର, ପୁପିନ୍ଦର ଓ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର, ସୂର୍ଯ୍ୟମୟୀ ଙ୍କ ମନ ଜିଣିବା ସହିତ ଏତେ ପ୍ରତିଭା ଥାଇ କିପରି ଏହି କଳାକାର ମାନେ ଲୋକଲୋଚନ କୁ ଆସିପାରିନାହାନ୍ତି ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ଆଗାମୀ ଦିନରେ ପାରାଦୀପ ର ଏହି ଚମତ୍କାର ପ୍ରତିଭା ମାନଙ୍କୁ ରାଜ୍ୟ ସ୍ତରରେ ପହଞ୍ଚାଇବା କୁ ଆମେ ଉଦ୍ୟମ କରିବୁ ବୋଲି କହିଛନ୍ତି ଓଲିଉଡ଼ ର ପ୍ରତିଷ୍ଠିତ ଏହି ଆଗଧାଡିର ଅଭିନେତା, ଅଭିନେତ୍ରୀ l

    ପ୍ରଥମ ଥର ପାଇଁ ଆଦିଦେବ ଏଣ୍ଟରଟେନମେଣ୍ଟ ତରଫରୁ ପାରାଦୀପ ରେ ଆୟୋଜିତ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ର ସଫଳତା କୁ ନେଇ ଆସନ୍ତାବର୍ଷ ଏହାକୁ ଆହୁରି ଉନ୍ନତ ଭାବରେ ଆୟୋଜନ କରିବା ନେଇ କହିଛନ୍ତି ଆଦିଦେବ ଏଣ୍ଟରଟେନମେଣ୍ଟ ର ଅଧ୍ୟକ୍ଷା ବନ୍ଦିତା ଶୁଭଦର୍ଶିନୀ ପଟ୍ଟନାୟକ l

  • ଫୁଲ, ଫଳ, ପନିପରିବାରେ ମନୋରମ ପ୍ରଦର୍ଶନ, ପାରାଦୀପ ବନ୍ଦରର ୪୦ତମ ଫ୍ଲାୱାର ସୋ

    ଫୁଲ, ଫଳ, ପନିପରିବାରେ ମନୋରମ ପ୍ରଦର୍ଶନ, ପାରାଦୀପ ବନ୍ଦରର ୪୦ତମ ଫ୍ଲାୱାର ସୋ

    ପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀ l ଏହି ଫ୍ଲାୱାର ସୋ ରେ ୪୮ ରୁ ଉର୍ଧ୍ୱ ପ୍ରଜାତିର ଫୁଲ ସହିତ ବିଭିନ୍ନ ପ୍ରକାର ର ପନିପରିବା ସାମିଲ ହୋଇଛି l ପାରାଦୀପ ଅଫିସର୍ସ କ୍ଳବ ପରିସରରେ ବନ୍ଦର ତରଫରୁ ଆୟୋଜିତ ଏହି ଫ୍ଲାୱାର ସୋ କୁ ଉଦଘାଟନ କରିଥିଲେ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ l କିଭଳି ପାରାଦୀପ ବନ୍ଦର ତରଫରୁ ସବୁଜ ବଳୟ ସୃଷ୍ଟି କରିବା କୁ ଗୁରୁତ୍ୱ ଦେଉଛି ଏ ବିଷୟରେ ଆଲୋଚନା କରିବା ସହିତ ବେଳାଭୂମି ଅଞ୍ଚଳ ରେ ପାରାଦୀପ ବନ୍ଦର ତରଫରୁ ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଛି l ଏହି ଜଙ୍ଗଲ ପାରାଦୀପ କୁ ସବୁଜ ବଳୟ ସୃଷ୍ଟି କରିବା ଏବଂ ଲୁଣାପବନ କୁ ରୋକିବାରେ ସହାୟକ ହୋଇପାରିଛି l

    ହିମାଂଶୁ ରାଉତ ( ମୁଖ୍ୟଯନ୍ତ୍ରୀ,ପାରାଦୀପ ବନ୍ଦର )

    ବନ୍ଦର ତରଫରୁ ପାରାଦୀପ ର ବିଭିନ୍ନ ଅଞ୍ଚଳ ରେ ଫଳଗଛ ସହିତ ବିଭିନ୍ନ ପ୍ରଜାତି ର ଫୁଲଗଛ ଲଗାଯାଇଛି l ଯାହା ପରିବେଶ କୁ ସୁଧାରିବା ସହିତ ଫୁଲ କୁ ଦେଖିଲେ ବିଷାଦ ମନ ପ୍ରଫୁଲ୍ଲିତ ହୋଇପଡୁଛି l ବନ୍ଦର ତରଫରୁ ସବୁଜିମା କୁ ଗୁରୁତ୍ୱ ଦିଆଯିବା ସହିତ ବନ୍ଦର ରେ କାର୍ଯ୍ୟରତ କର୍ମଚାରୀ ମାନେ ନିଜ ବାଡ଼ି ବଗିଚା ରେ ଲଗାଇଥିବା ନାନା ପ୍ରକାର ର ଫୁଲ, ଫଳ ଓ ପନିପରିବା ଏହି ପ୍ରଦର୍ଶନୀ ରେ ସ୍ଥାନ ପାଇଛି l ବିଶେଷକରି ପାରାଦୀପ ଭଳି ଲବଣାକ୍ତ ଅଞ୍ଚଳ ରେ ବିଭିନ୍ନ ପ୍ରକାର ର ଫୁଲଗଛ କୁ ଅତି ଯତ୍ନ ର ସହିତ ବଢ଼ାଇଥିବା କର୍ମଚାରୀ ମାନଙ୍କୁ ଏହି ପୁଷ୍ପ ପ୍ରଦର୍ଶନୀ ଜରିଆରେ ସମ୍ବର୍ଦ୍ଧିତ କରାଯାଉଛି l ଯାହା କର୍ମଚାରୀ ମାନଙ୍କ ମନୋବଳ ବଢାଇବା ସହିତ ଏକ ସୁସ୍ଥ ବାତାବରଣ ପାଇଁ ସମସ୍ତ କର୍ମଚାରୀ ବୃକ୍ଷ ରୋପଣ ପ୍ରତି ଆଗ୍ରହ ପ୍ରକାଶ କରିବା ଏହି ପୁଷ୍ପ ପ୍ରଦର୍ଶନୀ ମାଧ୍ୟମ ରେ ପାରାଦୀପ ବନ୍ଦର ର ପ୍ରୟାସ ବୋଲି କହିଛନ୍ତି ବନ୍ଦର ର ମୁଖ୍ୟଯନ୍ତ୍ରୀ ହିମାଂଶୁ ରାଉତ l

  • ଚିଟ୍‌ଫଣ୍ଡ ମାମଲା: ଜମାକାରୀ ଆବେଦନର ସମୟସୀମା ମାର୍ଚ୍ଚ 31 ଯାଏଁ ବଢ଼ିଲା

    ଚିଟ୍‌ଫଣ୍ଡ ମାମଲା: ଜମାକାରୀ ଆବେଦନର ସମୟସୀମା ମାର୍ଚ୍ଚ 31 ଯାଏଁ ବଢ଼ିଲା

    ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରକାର ପୁଣିଥରେ ବୃଦ୍ଧି କରିଛନ୍ତି। ଏବେ ଏହି ଆବେଦନ ପ୍ରକ୍ରିୟା ମାର୍ଚ୍ଚ 31 ପର୍ଯ୍ୟନ୍ତ ଚାଲିବ।

    ପୂର୍ବରୁ ଟଙ୍କା ଫେରତ ପାଇଁ ଶେଷ ତାରିଖ ଜାନୁୟାରୀ 31 ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅଧିକାଂଶ କ୍ଷୁଦ୍ର ଜମାକାରୀ ଏପର୍ଯ୍ୟନ୍ତ ନିଜର ଜମା ରାଶି ଫେରସ୍ତ ପାଇପାରିନଥିବାରୁ, ସେମାନଙ୍କ ସୁବିଧା ଦୃଷ୍ଟିରୁ ସରକାର ସମୟସୀମା ବଢ଼ାଇବାକୁ ସିଦ୍ଧାନ୍ତ ନେଇଛି।

    ସରକାରୀ ନିର୍ଦ୍ଦେଶାନୁସାରେ, ଅବଶିଷ୍ଟ ଜମାକାରୀମାନେ ନିଜର ସମ୍ବନ୍ଧିତ ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ଦେଖାଇ ନିଜ ଟଙ୍କା ଫେରତ ପାଇପାରିବେ। ଅର୍ଥ ବିଭାଗ ଏହାକୁ ନିମନ୍ତେ ଜାଣିଥିବା କହିଛି। ଜମାକାରୀମାନେ ନିଜ ଜିଲ୍ଲାର ସରକାରୀ ୱେବ୍‌ସାଇଟ୍‌ ଏବଂ ସେମାନଙ୍କ ନାମ, ଆବେଦନ ନମ୍ବର, ସତ୍ୟପାଠ ନମ୍ବର ଦେଇ ସେମାନଙ୍କ ଆବେଦନପତ୍ରର ସ୍ଥିତି ଜାଣିପାରିବେ । ଏହାପରେ ନିଜର ପରିଚୟ ପତ୍ର, ମୂଳ ଜମା ରସିଦ୍, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଆଦି ସଂପୃକ୍ତ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କ ପାଖରେ ଜମାକଲେ ୧୫ଦିନ ମଧ୍ୟରେ ସେମାନଙ୍କ ଟଙ୍କା ଫେରାଇବା ବ୍ୟବସ୍ଥା କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ।

  • ପାରାଦ୍ୱୀପରେ ହେବ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ”

    ପାରାଦ୍ୱୀପରେ ହେବ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ”

    ପରାଶର କ୍ଷେତ୍ର ପାରାଦ୍ୱୀପର ପବିତ୍ର ବେଳାଭୂମିରେ ଆସନ୍ତା ଦିନରେ ଭବ୍ୟ ଓ ଦିବ୍ୟ ଶ୍ରୀଜଗନ୍ନାଥ ମହାଚେତନା ମହୋତ୍ସବ “ଦରିଆ କୂଳେ ଶ୍ରୀଜଗନ୍ନାଥ” ଆୟୋଜିତ ହେବାକୁ ଯାଉଛି। ନବଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଓ ଅଲୌକିକ ଲୀଳାକୁ ଉଦ୍‌ଘାଟିତ କରାଯିବ।

    ଏହି ମହୋତ୍ସବ ଅବସରରେ ମହାପ୍ରଭୁଙ୍କ ୩୨ ବେଶ, ୫୬ ଭୋଗ, ଶ୍ରୀବିଷ୍ଣୁ ବିଶ୍ୱ ଶାନ୍ତି ମହାଯଜ୍ଞ, ଶ୍ରୀଜଗନ୍ନାଥ ଚରିତ୍ରାମୃତ ପାଠ ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଦେଶର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସାଧୁସନ୍ଥ, ଧାର୍ମିକ ବିଦ୍ୱାନ ଓ ଜଗନ୍ନାଥ ଭକ୍ତମାନେ ଏହି ମହୋତ୍ସବରେ ଯୋଗ ଦେବେ। ମହୋତ୍ସବ ସମୟରେ ପ୍ରତିଦିନ ଆନନ୍ଦ ବଜାରରେ ମହାପ୍ରସାଦ ମିଳିବା ସହ ପାରାଦ୍ୱୀପ ବେଳାଭୂମି ନବଦିନ ପାଇଁ ଶ୍ରୀକ୍ଷେତ୍ର ପୁରୀର ଅନୁଭୂତି ଦେବ ବୋଲି ଆୟୋଜକମାନେ କହିଛନ୍ତି।

    ଶ୍ରୀକ୍ଷେତ୍ରର ଅଭିଜ୍ଞ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ମେ ୨୭ ତାରିଖରୁ ଏହି ଦିବ୍ୟ ଓ ଭବ୍ୟ ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବକୁ ନେଇ ପାରାଦ୍ୱୀପ ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପରେ ଏକ ବୃହତ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।