Blog

  • ସରକାରୀ ଜାଗା କିଣି ଫସିଗଲେ ସମ୍ବାଦିକା

    ସରକାରୀ ଜାଗା କିଣି ଫସିଗଲେ ସମ୍ବାଦିକା

    ଭୁବନେଶ୍ବର ଶିଶୁପାଳଗଡରେ ସାମ୍ବାଦିକାଙ୍କ ବିରୋଧରେ ଚକ୍ରାନ୍ତ । ଘରେ ପଶିଲେ,ଭଙ୍ଗାରୁଜା କଲେ ଏବଂ ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ ।

    ଏମିତି ଅଭିଯୋଗ କରିଛନ୍ତି ଜଣେ କାର୍ଯ୍ୟକରତ ସାମ୍ବାଦିକା । ତେବେ ଅଭିଯୋଗ ଅନୁଯାୟୀ, ଭୁବନେଶ୍ବରର ଶିଶୁପାଳ ଗଡ ଠାରେ ଜନ ପ୍ରତିନିଧି ଝରଣା ସାମଲ ଏକ ଜାଗା ୨ ଲକ୍ଷ ୬୦ ହଜାର ଟଙ୍କାରେ ଜୟନ୍ତୀ ସାହୁ ନାମକ ମହିଳାଙ୍କ ଠାରୁ କିଣିଥିଲେ । ହେଲେ ତାହା ସରକାରୀ ଜାଗା ବୋଲି ଝରଣା ପରେ ଜାଣିବାକୁ ପାଇଲେ । ତା’ ପରେ ଟଙ୍କା ଫେରାଇବାକୁ କହିବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ସେ କହିଛନ୍ତି । ସରକାରୀ ଜାଗାକୁ ଘରୋଇ ଜାଗା ଭାବି ସେ କିଣିସାରିଥିବାରୁ ସେଥିରେ ସେ ଘର କରିବା ପାଇଁ ବିଭିନ୍ନ ଜିନିଷପତ୍ର ଆଣି ରଖିଥିବାରୁ ତାଙ୍କୁ ଧମକ ଦିଆଯାଉଛି । ଏବେ ସେଠାରେ କ୍ଲବ ଘର ହେବ କହି କିଛି ଅସାଧି ଲୋକ ଝରଣାଙ୍କୁ ଫୋନରେ ଧମକ ଦେଉଛନ୍ତି । ଝରଣା କହିଛନ୍ତି, ତାଙ୍କ ଘର ପାଖରେ ଅନୈତିକ କାରବାର ହେଉଥିବାର ଖବର ସେ ପ୍ରସାରଣ କରିଥିଲେ । ତେଣୁ ଅସାଧି ଲୋକମାନେ ତାଙ୍କୁ ଫଶାଇ ଦେଇଥିବା କହିଛନ୍ତି ।

    ତେବେ ଝରଣା ଘର କରିବା ପାଇଁ କିଛି ଜିନିଷ ଆଣି ରଖିଥିବା ବେଳେ ସେସବୁ ଚୋରି ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । କିଛି ଅସମାଜିକ ଲୋକ ତାଙ୍କୁ ଘରୁ ତଡିବାକୁ ଯାଇଥିଲେ । ଝରଣା ନଯିବାରୁ ତାଙ୍କ ଘରେ ନିଆଁ ଲଗେଇ ଦେଇଥିଲେ ଏବଂ ବାହାରେ ତାଲା ପକେଇ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି କିଛି ମହିଳା ଫୋନରେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ତେବେ ସେପ୍ଟେମ୍ବର ୮ ତାରିଖରେ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ତାଙ୍କୁ ଧମକ ଦେଇଥିଲେ । ସେହିଦିନ ମହିଳା ଧଉଳି ଥାନାରେ ଏଫଆଇଆର ଦେଇଥିଲେ । କିନ୍ତୁ, ପୁଲିସ ଏହି ଘଟଣାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକା ।

  • ସୁଭଦ୍ରା ଯୋଜନାରେ ଆଧାର ସଂଯୋଗ, ଲୋକେ ହନ୍ତସନ୍ତ, ଛୋଟ ପିଲାଙ୍କ ଲମ୍ବିଛି ଧାଡି

    ସୁଭଦ୍ରା ଯୋଜନାରେ ଆଧାର ସଂଯୋଗ, ଲୋକେ ହନ୍ତସନ୍ତ, ଛୋଟ ପିଲାଙ୍କ ଲମ୍ବିଛି ଧାଡି

    ସୁଭଦ୍ରା ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ସଂଯୋଗ ତଥା ଇକେଓ୍ବାଇସି କରିବାକୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଆଧାର କାର୍ଡ ସଂଯୋଗ ପାଇଁ ଘଣ୍ଟା ଘଣ୍ଟା ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସଦର ମହକୁମା ଉପ ଡାକ ଘରେ ଆଜି ଅଧରାତିରୁ ଛୋଟ ଛୋଟ ପିଲାଙ୍କୁ ଧରି ଧାଡ଼ିରେ ମହିଳା ମାନେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

    ଆଧାର ନାମ ସହିତ ମୋବାଇଲ ନମ୍ବରକୁ ସଂଯୋଗ କରିବାକୁ ଲୋକେ ଚମ୍ପୁଆ ଉପ ଡାକଘର ସମ୍ମୁଖରେ ଧାଡି ବାନ୍ଧି ଛିଡ଼ା ହୋଇଥିବା ବେଳେ ଏହି ଧାଡ଼ିରେ ଛୋଟ ଛୋଟ ପିଲା ଓ ବୃଦ୍ଧ ବୃଦ୍ଧା ମଧ୍ୟ ଥିବା ଦେଖିବାକୁ ମିଳିଛି । ଲୋକେ କାମଧନ୍ଦା ଛାଡି ଆଧାର ସଂଯୋଗ କରିବାକୁ ଧାଡ଼ି ଲଗାଇଥିବା ବେଳେ ଛୋଟ ଛୋଟ ପିଲାମାନେ ସ୍କୁଲ ବନ୍ଦ୍ କରି ଧାଡ଼ି ଲଗାଇବା ଦୃଶ୍ୟ ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି ଧାଡ଼ିରେ ରହିବା ପାଇଁ ଲୋକେ ଅଧ ରାତିରୁ ପିଲା ଛୁଆଙ୍କୁ ଧରି ଡ଼ାକ ଘର ସମ୍ମୁଖରେ ଭିଡ ଜମାଇଛନ୍ତି ।

    ଅନ୍ୟପଟେ ଠିକ୍ ସମୟରେ ସୁଭଦ୍ରା ଓ ଖାଦ୍ୟ ସୁରକ୍ଷା ଯୋଜନାର ପୋର୍ଟାଲ ଖୋଲୁ ନଥିବା ଯୋଗୁଁ ବିଭିନ୍ନ ଜନସେବା କେନ୍ଦ୍ର ଓ ପିଡିଏସ ସେଣ୍ଟରରେ ମଧ୍ୟ ଲୋକେ ଧାଡ଼ି ବାନ୍ଧି ଛିଡ଼ା ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ଭିଡ ମଧ୍ୟପରେ ଆଧାର ସଂଯୋଗ ପାଇଁ ବହୁ ଅବ୍ୟବସ୍ଥା ମଧ୍ୟ ଦେଖାଦେଇଛି । ଗୋଟିଏ ଦିନରେ ସ୍ବଳ୍ପ ସଂଖ୍ୟରେ ଲୋକଙ୍କ ଆଧାର ସଂଯୋଗ ହୋଇପାରୁଥିବା ବେଳେ ଦିନକୁ ଦିନ ଏହି ସମସ୍ୟା ବଢିବାରେ ଲାଗିଛି । ଏଣୁ, ଅସନ୍ତୋଷ ଯେତିକି ବଢୁଛି ଡ଼ାକ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ସେତିକି ବୃଦ୍ଧି ପାଉଛି ।

    ,

  • ‘୩୦ ବର୍ଷ ମୁଁ ଜେଲରେ ଅଛି, ରାଜୀବ ଗାନ୍ଧୀଙ୍କ ଦୋଷୀଙ୍କୁ କରାଗଲା ମୁକ୍ତ ତେବେ ମୋତେ କାହିଁକି ନୁହଁ ? ‘, କଏଦୀଙ୍କ କଥା ଶୁଣିବା ପରେ ସୁପ୍ରିମକୋର୍ଟ ଦେଇଥିଲେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    ‘୩୦ ବର୍ଷ ମୁଁ ଜେଲରେ ଅଛି, ରାଜୀବ ଗାନ୍ଧୀଙ୍କ ଦୋଷୀଙ୍କୁ କରାଗଲା ମୁକ୍ତ ତେବେ ମୋତେ କାହିଁକି ନୁହଁ ? ‘, କଏଦୀଙ୍କ କଥା ଶୁଣିବା ପରେ ସୁପ୍ରିମକୋର୍ଟ ଦେଇଥିଲେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ୩୦ ବର୍ଷ କାଳ ଜେଲରେ ସଜ୍ଜା କାଟୁଥିବା ଜଣେ ୮୪ ବର୍ଷ ବୟସ୍କ ବ୍ୟକ୍ତି ଆଜୀବନ କାରାଦଣ୍ଡକୁ ମୃତ୍ୟୁଦଣ୍ଡଠାରୁ ଖରାପ ବୋଲି ବର୍ଣ୍ଣନା କରିଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ ବୁଧବାର (୧୧ ସେପ୍ଟେମ୍ବର ୨୦୨୪) କହିଛନ୍ତି ଯେ ତୁମେ ତୁମର ଦଣ୍ଡକୁ ମୃତ୍ୟୁରେ ପରିଣତ କରିବାକୁ ଚାହୁଁଛ। ସ୍ୱାମୀ ଜଣକ ଶ୍ରଦ୍ଧାନନ୍ଦ ଓରଫ ମୁରଲୀ ମନୋହର ମିଶ୍ର ମୁକ୍ତ ହେବା ପାଇଁ ଅନୁରୋଧ କରି କହିଛନ୍ତି ଯେ ସେ ବିନା ପାରୋଲରେ ସେ କ୍ରମାଗତ ୩୦ ବର୍ଷ ଜେଲରେ ସଜା କାଟୁଛନ୍ତି ଏବଂ ଏହି ସମୟ ମଧ୍ୟରେ ତାଙ୍କ ବିରୋଧରେ କୌଣସି ପ୍ରତିକୂଳ ମାମଲା ରୁଜୁ କରାଯାଇ ନାହିଁ।

    ଜଷ୍ଟିସ ରାମକୃଷ୍ଣନ ଗଭଇ, ଜଷ୍ଟିସ ପି.କେ ମିଶ୍ର ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ଜେଲରୁ ମୁକୁଳିବା ପାଇଁ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ତେବେ ସୁପ୍ରିମକୋର୍ଟଙ୍କ ଜୁଲାଇ ୨୦୦୮ ର ପୁନଃ ସମୀକ୍ଷା ପାଇଁ ତାଙ୍କ ପୃଥକ ଆବେଦନ ଶୁଣିବାକୁ ବେଞ୍ଚ ରାଜି ହୋଇଛି, ଯାହା ତାଙ୍କୁ ସାରା ଜୀବନ ଜେଲରୁ ମୁକ୍ତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେଞ୍ଚ କହିଛି , ଆପଣ ଏହାକୁ ଫାଶୀରେ ପରିଣତ କରିବାକୁ ଚାହୁଁଛନ୍ତି କି? ଦୋଷୀଙ୍କର ଓକିଲ କହିଛନ୍ତି ଯେ ଯଦି ସମ୍ଭବ, ଆଜିର ତାରିଖକୁ ଟାଙ୍ଗିବା ଏକ ଭଲ ପରିସ୍ଥିତି ହେବ |

    ବେଞ୍ଚ ପଚାରିଲା, ‘ତୁମେ ତୁମର ଓକିଲଙ୍କ ସହ କଥା ହୋଇଛ କି?’ ଓକିଲ ଉତ୍ତର ଦେଲେ, ମୁଁ ତାଙ୍କ ସହ କଥା ହୋଇ ନାହିଁ। ସେ ଯୁକ୍ତି ଦର୍ଶାଇଥିଲେ ଯେ ଶ୍ରଦ୍ଧାନଦଙ୍କୁ ଦିଆଯାଇଥିବା ଏପରି ଦଣ୍ଡ ସେତେବେଳେ ତତ୍କାଳୀନ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ପ୍ରଦାନ କରାଯାଇ ନାହିଁ। ଅଭିଯୁକ୍ତଙ୍କ ନିକଟରେ ହାଜର ହୋଇଥିବା ଆଡଭୋକେଟ୍ ବରୁଣ ଠାକୁର କହିଛନ୍ତି ଯେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ନ୍ୟାୟିକ ସ୍ୱୀକାରୋକ୍ତି ଉପରେ ଆଧାରିତ। ବେଞ୍ଚ ପ୍ରଶ୍ନ କରିଛି, ‘ବର୍ତ୍ତମାନ ଆମେ ମାମଲା ପୁନଃ ଖୋଲିବା ଉଚିତ କି?’ ବେଞ୍ଚ କହିଛି ଯେ କର୍ଣ୍ଣାଟକ ହାଇକୋର୍ଟଙ୍କ ସହ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଦୋଷକୁ ସମର୍ଥନ କରିଛନ୍ତି।

  • ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ‘ନିର୍ବାଚନ ପୂର୍ବରୁ ଜାଣିବ ଆମ ପାୱାର’

    ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ‘ନିର୍ବାଚନ ପୂର୍ବରୁ ଜାଣିବ ଆମ ପାୱାର’

    କଂଗ୍ରେସ ଛାଡ଼, ନହେଲେ ତୁମକୁ ହତ୍ୟା କରାଯିବ।’

    କଂଗ୍ରେସ ଛାଡ଼, ନହେଲେ ତୁମକୁ ହତ୍ୟା କରାଯିବ।’ ଏମିତି ଧମକ ଆସିଛି କଂଗ୍ରେସରେ ଯୋଗ ଦେଇଥିବା ବଜରଙ୍ଗ ପୁନିଆଙ୍କୁ । ଏନେଇ ଥାନାରେ ଏଫଆଇଆର କରିଛନ୍ତି ବଜ୍ରଙ୍ଗ ପୁନିଆ । ତାଙ୍କୁ ହ୍ୱାଟ୍‌ସଆପ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତି ଏହି ମ୍ୟାସେଜ୍ ପଠାଇଥିବା କହିଛନ୍ତି ବଜରଙ୍ଗ । ମ୍ୟାସେଜ୍ ଆସିଥିବା ନମ୍ବରଟି ବିଦେଶର ବୋଲି କହିଛି ପୋଲିସ ।

    ତେବେ ସେହି ହ୍ୱାଟ୍‌ସଆପ୍ ମ୍ୟାସେଜରେ ଥିଲା କଣ । ବଜରଙ୍ଗ ପୁନିଆଙ୍କ କହିବା ମୁତାବକ, ତାଙ୍କୁ ଧମକ ଦିଆଯାଇଛି । କଂଗ୍ରେସ ନଛାଡିଲେ ସେ ଓ ତାଙ୍କ ପରିବାର ବିପଦରେ ପଡିବେ । ସେଥିରେ ଆହୁରି ମଧ୍ୟ ଲେଖା ଅଛି ଯେ, ଏହା ଆମର ଅନ୍ତିମ ମ୍ୟାସେଜ୍ । ନିର୍ବାଚନ ପୂର୍ବରୁ ଆମେ ଦେଖାଇ ଦେବୁ ଯେ ଆମେ କେତେ ଶକ୍ତିଶାଳୀ । ତୁମେ ଯେଉଁଠି ଚାହୁଁଛ ଅଭିଯୋଗ କରିପାର । କିନ୍ତୁ, ଏହା ହେଉଛି ଆମର ପ୍ରଥମ ଓ ଅନ୍ତିମ ଚେତାବନୀ ।

    ଏପରି ଧମକ ଆସିବାର ପ୍ରମୁଖ କାରଣ ହେଉଛି ବଜରଙ୍ଗ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ରେସଲର ଭିନେସ ଫୋଗାଟ୍ ମଧ୍ୟ ଦଳରେ ଯୋଗ ଦେଇଛନ୍ତି । ଆଉ ସେମାନଙ୍କର ସଂଘର୍ଷ ଏକଦା ବିଜେପି ସାଂସଦ ଥିବା ବ୍ରଭୂଷଣ ଶରଣ ସିଂଙ୍କ ବିରୁଦ୍ଧରେ ରହିଛି । ଅନ୍ୟପଟେ ଆଗକୁ ହରିୟାଣା ବିଧାନସଭା ନିର୍ବାଚନ ରହିଛି । ଯେଉଁଥିରେ ଉଭୟ ଭିନେଶ ଏବଂ ବଜରଙ୍ଗ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ତାହା ପୂର୍ବରୁ ବଜ୍ରଙ୍ଗ ପୁନିଆଙ୍କ ମନୋବଳ ଭାଙ୍ଗିବାକୁ ଏପରି ପ୍ରୟାସ କରାଯାଉଥିବା କୁହାଯାଉଛି ।

  • ‘ପିସି’ଖିଆ ଏଏନଏମ ଦିଦିଙ୍କ ମନମୁଖି କାର୍ଯ୍ୟ!

    ‘ପିସି’ଖିଆ ଏଏନଏମ ଦିଦିଙ୍କ ମନମୁଖି କାର୍ଯ୍ୟ!

    ଦୀର୍ଘ ୧୯ ବର୍ଷ ଧରି ମନମୁଖି କାର୍ଯ୍ୟକଳାପ ଚଳାଇଥିବା ଏଏନଏମଙ୍କ ବିରୋଧରେ ତେଜୁଛି ପଞ୍ଚାୟତ ବାସୀଙ୍କ ଅସନ୍ତୋଷ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡା ଅଂଚଳରେ । ଏଏନଏମ ପ୍ରିୟମ୍ବଦା ଭୋଇଙ୍କ ମନମୁଖି କାମକୁ ବିରୋଧ କରି ଆଜି ସାହାଡା ପଞ୍ଚାୟତବାସୀ ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ।

    କାର୍ଯ୍ୟରତଏଏନଏମ ପ୍ରିୟମ୍ବଦା ଭୋଇ ଅଞ୍ଚଳର ନିରିହ ଆଦିବାସୀଙ୍କ ସେବା କରିବା ପାଇଁ ଟଙ୍କା ମାଗୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । କୁହାଯାଉଛି, ପ୍ରିୟମ୍ବଦା ଆୟୁର୍ବେଦ ଔଷଧ ଆଣି ଗରିବ ଆଦିବାସୀମାନଙ୍କୁ ପାଞ୍ଚରୁ ଦଶଗୁଣା ମୂଲ୍ୟରେ ବିକ୍ରି କରିବା ଏବଂ ଗର୍ଭବତୀ ମାନଙ୍କୁ ପ୍ରସବ କରାଇବା ପାଇଁ ଟଙ୍କା ମାଗିବା ସହ ଆଶାକର୍ମୀ ମାନଙ୍କୁ ପ୍ରତେକ ମାସରେ ମିଳୁଥିବା ସେମାନଙ୍କ ଦରମାରୁ କିଛି ପ୍ରତିଶତ ଟଙ୍କା ମାଗୁଛନ୍ତି । ତୁରନ୍ତ ଏଏନଏମ ଙ୍କ ବିରଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ସାହାଡାରୁ ବଦଳି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି ଜନତା ।

  • ବଢୁଛି “ବାର୍ଡ଼ ଫ୍ଲୁ” ବିପଦ, ପିପିଲି ପରେ କେନ୍ଦ୍ରାପଡାରେ କୁକୁଡ଼ା ମଡ଼କ

    ବଢୁଛି “ବାର୍ଡ଼ ଫ୍ଲୁ” ବିପଦ, ପିପିଲି ପରେ କେନ୍ଦ୍ରାପଡାରେ କୁକୁଡ଼ା ମଡ଼କ

    ଡେରାବିଶରେ ଆରମ୍ଭ ହେଲା କୁକୁଡ଼ାମରା ଅଭିଯାନ । ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ କୁକୁଡ଼ା ମଡ଼କ ଘଟଣା ନଜରକୁ ଆସିବା ପରେ ବିଭିନ୍ନ ଫାର୍ମରୁ କୁକୁଡ଼ାଙ୍କ ସାମ୍ପଲ ନେଇ ପରୀକ୍ଷା କରାଯାଇଥିଲା । ସାମ୍ପଲ ପରୀକ୍ଷା ପରେ ଅଂଚଳରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ସ୍ପଷ୍ଟ ହୋଇଥିଲା ।

    ଆଜି ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ଡେରାବିଶ ବ୍ଲକ ପ୍ରଶାସନ ନିର୍ଦେଶରେ ଡେରାବିଶ ବ୍ଲକ ଭେଟନାରୀ ଅଫିସର ଓ ସ୍ୱାସ୍ଥ୍ୟ ବିଭାଗର ରିସର୍ଚ୍ଚ ଅଫିସର ଜ୍ୟୋତି ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ପହଂଚି ବାଲିଆ, ଏଣ୍ଡର ଆଦି ଅଞ୍ଚକର ବିଭିନ୍ନ କୁକୁଡ଼ା ଫାର୍ମକୁ ଯାଇ ବାର୍ଡ଼ଫ୍ଲୁ ପଜିଟିଭ ଥିବା କୁକୁଡ଼ାଙ୍କୁ ମାରି ପୋତିଦେଇଛନ୍ତି । ପାଖାପାଖି ୪୪ ବସ୍ତା କୁକୁଡ଼ାଙ୍କୁ ଗାତ ଖୋଳି ସେଥିରେ ପୋତି ଦିଆଯାଇଛି । ଏଥି ସହ, ବାର୍ଡ଼ଫ୍ଲୁ ଆକ୍ରାନ୍ତ ଥିବା କୁକୁଡ଼ା ଫାର୍ମର ଏକ କିଲୋମିଟର ପର୍ଯ୍ୟନ୍ତ କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି ।

    ମେଡିକାଲ ଟିମ ସହାୟତାରେ ସଂକ୍ରମିତ ଅଞ୍ଚଳକୁ ସାନିଟାଇଜ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଅଧିକ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ବାର୍ଡ଼ ଫ୍ଲୁ ହେତୁ ଏବେ କୁକୁଡା ଚାଷୀମାନେ ବିପୁଳ କ୍ଷତି ସହିଥିବା କହିଛନ୍ତି ।

  • ଲଗାଣ ବର୍ଷାରେ ଵେହାଲ କୋଟପାଡ଼ର ତିନି ପଞ୍ଚାୟତ

    ଲଗାଣ ବର୍ଷାରେ ଵେହାଲ କୋଟପାଡ଼ର ତିନି ପଞ୍ଚାୟତ

    କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତ l ଦିଗାପୂର୍, ଘୁମର ଓ ମଶୀଙ୍ଗା ପଞ୍ଚାୟତରେ ବର୍ଶାର ତାଣ୍ଡବ। ୧୦ ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ ହୋଇଥିବା ସୂଚନା । ପ୍ରାୟ ୫୦୦ ରୁ ଅଧିକା ଏକର ଜମି ଜଳମଗ୍ନ । କୁନ୍ଦୁରା ଓ ଜୟପୁରକୁ ସମ୍ପୁର୍ଣ ଯୋଗାଯୋଗ ବିଛିନ୍ନ। ଦିଗାପୁର ଠାରୁ ଘୁମର ରାସ୍ତା ଉପରେ ୩ ଫୁଟ ରୁ ଅଧିକା ପାଣି ପ୍ରବାହିତ ହେଉଛି ଏବଂ ବିରୀନଦୀ ପୋଲ ଉପରେ ପାଞ୍ଚ ଫୁଟର ପାଣି ପ୍ରବାହିତ ହେଉଛି l

    ଅନେକ ସ୍ଥାନରେ ଘର କାନ୍ଥ ଭାଙ୍ଗି ଯାଇଛି l କୁନ୍ଦ୍ରା ସଦର ମୋହକୁମା ଠାରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟାଙ୍କ ଘର ଭିତରେ ପାଣି ପସିଚି l ଏକ ପ୍ରକାର ବନ୍ୟା ପରିସ୍ଥିତି ମଧ୍ଯ ସୃଷ୍ଟି ହୋଇଛି l

    ଗତ ୪୦ ବର୍ଷ ରେ ସବୁଠାରୁ ଅଧିକା ବର୍ଷା ବିପ୍ତାତ ଅନୁମାନ କରୁଛନ୍ତି କୁନ୍ଦୁରା ଅଂଚଳର ଲୋକେ ।

  • ବଜ୍ରାଘାତରେ ଜୀବନ ହାରିଲେ ମହିଳା

    ବଜ୍ରାଘାତରେ ଜୀବନ ହାରିଲେ ମହିଳା

    ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ ଅଧିନସ୍ଥ ସିଙ୍ଗାରି ଗ୍ରାମପଞ୍ଚାୟତର ଖରଜୋଡା ଗ୍ରାମରେ ବିଜୁଳି ମାରି ଜଣେ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। କପା ବାଡ଼ରେ ଉକ୍ତ ମହିଳାଙ୍କୁ ଜଗି ବସିଥିଲା ଯମ । ସବୁ ଦିନପରି ସକାଳେ ଗାଁ ପାଖରେ ଥିବା କପାବାଡ଼ କୁ ଘାସ କାମ କରିବାକୁ ଯମୁନା ମହାନନ୍ଦିଆ ଯାଇଥିଲେ। ହଠାତ୍ ପବନ ସହ ଘଡଘଡି ବିଜୁଳୀ ମାରି ବର୍ଷା ହେଉ ଥିବାରୁ କପା ବାଡ଼ ରୁ ଘରକୁ ଫେରୁ ଥିଲେ ସେହି ସମୟରେ ୫୦ ବର୍ଷୀୟ ଯମୁନା ମହାନନ୍ଦିଆଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ଗାଁ ଲୋକ ଦେଖି କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଫଳରେ ଡାକ୍ତର ମୃତ୍ୟୁ ଘଷଣା କରିଥିଲେ। ବଜ୍ରପାତରେ ଯମୁନା ମହାନନ୍ଦିଆ ଙ୍କ ମୃତ୍ୟୁ ହୋଇଥିବାରୁ ମୃତକଙ୍କ ସ୍ବାମୀ ଓ ପରିବାର ଲୋକେ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଶାସନକୁ ନିବେଦନ କରିଛନ୍ତି।

  • ବିଜେପିରେ ବିଲିନ ହେବକି ବିଜେଡି ?

    ବିଜେପିରେ ବିଲିନ ହେବକି ବିଜେଡି ?

    ପ୍ରଥମେ ମମତା ମହାନ୍ତ, ଏବେ ସୁଜିତ କୁମାର, ଏହାପରେ ଆଉ କିଏ?

    ଏକଦା ବିଜେଡି ଓ ପାଣ୍ଡିଆନଙ୍କର ବିଶ୍ବସ୍ତ ଥିବା ସୁଜିତ କୁମାର ସମସ୍ତଙ୍କୁ ଚକମା ଦେଇ ଦିଲ୍ଲୀରେ ଧରିଛନ୍ତି ପଦ୍ମ । ବିଜେଡିର ବଡ଼ ବଡ଼ ନେତା ଏକଥାର ଟେର ପାଇବା ପୂର୍ବରୁ ବିଜେପିରେ ସାମିଲ ହୋଇସାରିଥିଲେ ସୁଜିତ । ତେବେ, ପ୍ରଶ ଉଠୁଛି —
    ସୁଜିତ ହଠାତ୍ ଏପରି ନିଷ୍ପତ୍ତି ନେଲେ ନା ଆଗରୁ ଖୋଜୁଥିଲେ ମଉକା ? ମଉକା ଦେଖି ଛକ୍କା ମାରିଲେ କି ସୁଜିତ ? …କୁହାଯାଏ, ସୁଜିତ କୁମାର ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହୋଇଥିବା ବେଲେ ବିଦେଶରେ ରହୁଥିଲେ । ଓଡ଼ିଶାରେ ତାଙ୍କୁ କେହି ଜାଣି ନ ଥିବା ବେଳେ, ପାଣ୍ଡିଆନ ଭରସା କରି ବିଜେଡିରେ ସାମିଲ କରିଥିଲେ । ଏହାପରେ ସୁଜିତଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା କରାଗଲା ଏବଂ ସିଧା ରାଜ୍ୟସଭା ପଠାଗଲା ! ହେଲେ ବିଜେଡି ଭିତରେ ଏମିତି କ’ଣ ହେଲା ଯେଉଁଥିପାଇଁ ସେ ରାଜ୍ୟ ସଭା ସଦସ୍ୟତା ପଦ ଛାଡି ବିଜେପିରେ ମିଶିଲେ ? ପାଣ୍ଡିଆନଙ୍କ ଖାସ୍ ଲୋକରୁ ଏବେ ଧର୍ମେନ୍ଦ୍ରଙ୍କ ପାଖଲୋକ ହୋଇଗଲେ ? ପାଣ୍ଡିଆନ ଓ ନବୀନଙ୍କ ଉପରେ ତାଙ୍କର ଭରସା ପାଇଲାନି କି ? ଅଚାନକ ବିଜେଡି ଛାଡି ବିଜେପିରେ ମିଶିଲେ, ଆଉ ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିପଡିଛନ୍ତି ।

    ଯଦି ବିଧାନସଭା ପରର ବିଜେଡି କଥା ତର୍ଜମା କରିବା ତେବେ ଦଳର ଅନୁଶାସନ ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି କହିଲେ କିଛି ଭୁଲ୍ ହେବନି । ଅବଶ୍ୟ ଏହା ଠିକ୍ ଯେ କିଛି ଲୋକଙ୍କୁ କେତେବେଳେ ଏ ପୋଖରୀ ଆଉ କେତେବେଳେ ସେ ପୋଖରୀରେ ଗାଧୋଇବାକୁ ଭଲ ଲାଗେ । ତଥାପି ବଜେଡିର ଯେଉଁ କେତେ ଜଣ ବଡବଡିଆ ଥିଲେ ସେମାନେ କରୁଥିଲେ କ’ଣ ? ବିଶେଷ କରି ଦଳର ପାଓ୍ବାର କରିଡର କୁହାଯାଉଥିବା ଭିକେ ପାଣ୍ଡିଆନ ଏବେ ନବୀନ ନିବାସରେ କରୁଛନ୍ତି କ’ଣ? ଦଳର ପରାଜୟ ହେଲା କି ନାହିଁ ତୁରନ୍ତ ନେତାଙ୍କ ଦଳଡିଆଁ ଆରମ୍ଭ ହୋଇଗଲା ! ନିର୍ବାଚନରେ ହାରିବା ପରେ ନବୀନଙ୍କ ନେତୃତ୍ୱରେ ନାହିଁ କି ଦମ ? ୨୪ ବର୍ଷ ଶାସନରେ ଥିବା ବେଳେ ସୁଜିତ ବିଜେଡିରେ ବଡ଼ ପଦ ପଦବୀରେ ରହିଲେ ଆଉ ଏବେ କିଛି ବି କାରଣ ଦର୍ଶାଇ ହାତ ଛାଡିଦେଲେ ! ତେବେ, ଘଟଣା ଯାହା ବି ହେଉ ନା କାହିଁକି, ବିଜେଡି ଦଳକୁ ନେଇ ଆଜି ଉଠୁଛି ଅନେକ ପ୍ରଶ୍ନ ।

    ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବା ବଦଳରେ ତାଙ୍କୁ ବାରମ୍ବାର ପ୍ରଶଂସା କରି ପୁଣି ଥରେ ଦଳର ହର୍ତ୍ତାକର୍ତ୍ତା ବୋଲି ବାର୍ତ୍ତା ଦେବାପରେ ନବୀନଙ୍କ ପ୍ରତି ତୁଟୁଛି କି ଭରସା ? ପରାଜୟର କାରଣ ନ ଖୋଜିବା କ’ଣ ବିଜେଡିର ଦୁର୍ବଳତା ? ଦିନ ଥିଲା ମାଳ ମାଳ ନେତା ଅନ୍ୟ ଦଳରୁ ଆସି ବିଜେଡିରେ ଯୋଗ ଦେଉଥିଲେ; ହେଲେ ଆଜି, ବିଜେଡିରୁ ନେତା ଆମଦାନୀ କରୁଛି ବିଜେପି । ସବୁ କର୍ମଫଳ । ବିଜେଡିରୁ ନେତା ଯେପରି ଭାବେ ବିଜେପିକୁ ଆସିବା ଆରମ୍ଭ କରିଛନ୍ତି, କୁହାଯାଉଛି ଆଉ ଅଳ୍ପ ଦିନ ଭିତରେ ବିଜେଡି, ବିଜପିରେ ବିଲିନ ହୋଇଯିବ । ସତ ହେବ ବିଜେପିର ‘ଅପରେସନ ଲୋଟସ’ ।

  • ସୁନା ଅଳଙ୍କାର ସହିତ ନଗଦ ୨୩ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

    ସୁନା ଅଳଙ୍କାର ସହିତ ନଗଦ ୨୩ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

    ଗତ ଗୁରବାର ବିଳମ୍ବିତ ରାତିରେ ବାଲୁଗାଁ ଥାନା ଅଞ୍ଚଳ ଚିଲିକା ରୋଡ ସ୍ଥିତ ସୂର୍ଯ୍ୟ ନଗରରେ ୨ଜଣଙ୍କ ଘରେ କଳାକନା ବୁଲେଇଲେ ଦୁର୍ବୃତ l ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୨୩ ହଜାର ଟଙ୍କା l ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିର ଅନ୍ଧକାରରେ ଘରର ଗ୍ରିଲ ତାଲା ଭାଙ୍ଗିଲେ, ପରେ ଦୁଇ ଦୁଇଟି କବାଟର ତାଲା ଭାଙ୍ଗି ଗୋଟିଏ ମହଲାର ଦୁଇଟି ଘରୁ ତାଲା ଭାଙ୍ଗି ଘର ଭିତରେ ପଶି ଆଲମିରା ତାଡି ଲୁଟି ଥିଲେ ଦୁର୍ବୃତ l ଚିଲିକା ରୋଡ଼ରେ ଥିବା ସୂର୍ଯ୍ୟନଗର ସ୍ଥିତ ଅଚ୍ୟୁତା ନନ୍ଦ ସାହୁଙ୍କ ତିନି ମହଲା ଘରେ ଭଡାରେ ରହୁଥିବା ମାନସ ପାତ୍ରଙ୍କ ତଳ ମହଲା ରୁ ପ୍ରାୟ ୮ ଲକ୍ଷ ରୁ ଅଧିକ ସୁନା ଓ ରୁପା ଅଳଙ୍କାର ସହିତ ୧୮ ହଜାର ଟଙ୍କା ଚୋରି କରିନେଛନ୍ତି ଦୃର୍ବୁତ୍ତ ।

    ଘର ମାଲିକ ଅଚ୍ୟୁତା ନନ୍ଦ ସାହୁଙ୍କ ଉପର ଘରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ସହିତ ନଗଦ ୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି l ମାନସ ପାତ୍ର ଗୁରବାର ରାତିରେ ଘରେ ଅନୁପସ୍ଥିତ ଥିବା ସ୍ଥଳେ ଘର ମାଲିକ ରାତ୍ର ସମୟରେ ଗ୍ରିଲ ରେ ତାଲା ପକାଇ ସେ ମଧ୍ୟ ଅନ୍ୟତ୍ର ଚାଲି ଯାଇଥିଲେ । ସକାଳୁ ଆସି ଦେଖନ୍ତି ତ ଘର ଗ୍ରିଲ ଖୋଲା ହେବା ସହିତ କବାଟ ମଧ୍ୟ ଖୋଲା ହୋଇଛି l

    ଆଉ ଅଳଙ୍କାର ସହିତ ଟଙ୍କା ପଇସା ଚୋରି ହୋଇଯାଇଛି l ମାନସ ପାତ୍ର ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି  ।ପରେ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିଲା l ଏହିପରି ବାଲୁଗାଁ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଯୋଗୁଁ  ଅଞ୍ଚଳ ବାସୀ ଘରଛାଡି କୁଆଡେ ଯିବା ପାଇଁ ସୁରକ୍ଷିତ ମଣୁ ନଥିବା ଦେଖିବାକୁ ମିଳିଛି l