Blog

  • ନିଜ ପିଲାଙ୍କ ଉପସ୍ଥିତିରେ ଦ୍ବିତୀୟ ବିବାହ କଲେ ଅଭିନେତ୍ରୀ ସନି ଲିଓନି

    ନିଜ ପିଲାଙ୍କ ଉପସ୍ଥିତିରେ ଦ୍ବିତୀୟ ବିବାହ କଲେ ଅଭିନେତ୍ରୀ ସନି ଲିଓନି

    ପୁଣି ବିବାହ କଲେ ସୋନି ଲିଓନି । ଆପଣ ଠିକ୍ ଶୁଣିଲେ, ବଲିଉଡ ଅଭିନେତ୍ରୀ ସୋନି ଲିଓନି ଦ୍ବିତୀୟ ବିବାହ କରିଛନ୍ତି । ପ୍ରାୟ ସମସ୍ତେ ଜାଣନ୍ତି ଯେ ସୋନି ଲିଓନି ପ୍ରଥମେ ଜଣେ ପର୍ଣ୍ଣ ଷ୍ଟାର ଥିଲେ । ଧିରେ ଧିରେ ସେ ବଲିଉଡରେ ନିଜର ଜଲଓ୍ବା ଦେଖାଇଥିଲେ । ହେଲେ ଏବେ ତାଙ୍କର ଦ୍ବିତୀୟ ବିବାହ ଖବର ଆସିବା ପରେ ପୁଣି ଚର୍ଚ୍ଚା । ସେ କାହାକୁ ଆଉ କାହିଁକି ବିବାହ କଲେ । ତାଙ୍କର ପ୍ରଥମ ସ୍ବାମୀ ଥିବା ବେଳେ ତିନୋଟି ସନ୍ତାନ ମଧ୍ୟ ଥିଲେ । ବେଶ ହସଖୁସୀରେ ତାଙ୍କ ଜାବନ ଅତିବାହିତ ହେଉଥିଲା । ହେଲେ ଏମିତି ହେଲା କଣ । ସମ୍ପର୍କରେ ଫାଟ ଆସିଲା କେମିତି । ତେବେ ସନି ଲିଓନି ତାଙ୍କ ୩ ପିଲାଙ୍କ ଆଗରେ ଏହି ବିବାହ କରିଛନ୍ତି ।

    ସନି ୧୩ ବର୍ଷ ପୂର୍ବେ ଡାନିଏଲ ଓ୍ବେବରଙ୍କୁ ବିବାହ କରିଥିଲେ । ପୁନଶ୍ଚ ଅକ୍ଟୋବର ୩୧ ତାରିଖ ଦିନ ଦୁହେଁ ଦୁହିଙ୍କୁ ବିବାହ କରି ପୂରୁଣା ସର୍ତ୍ତକୁ ଦୋହରାଇଛନ୍ତି । ଏହି ଦମ୍ପତି ମାଲଦୀପର ରୋମାଣ୍ଟିକ ପରିବେଶରେ ଦ୍ବିତୀୟ ଥର ବିବାହ କରିଛନ୍ତି । ଯାହାର ମୁକସାଖୀ ତାଙ୍କର ୩ ପିଲା ପାଲଟିଛନ୍ତି । ସନି ଓ ଡାନିଏଲ ମାଲଦୀପରେ ହ୍ବାଇଟ ଓ୍ବେଡିଂ କରିଛନ୍ତି । ଏହି ଅବସରରେ ହ୍ବାଇଟ ବ୍ରାଇଡାଲ ଗାଉନ ରେ ବହୁତ ସୁନ୍ଦର ଦେଖାଯାଉଥିଲେ ଅଭିନେତ୍ରୀ ସନି । ସେହିପରି ତାଙ୍କ ସ୍ବାମୀ ଡାନିଏଲ ହ୍ବାଇଟ ସାର୍ଟ ପ୍ୟାଣ୍ଟରେ ନଜର ଆସିଥିଲେ । ଖାଲି ଦମ୍ପତି ନୁହନ୍ତି ତିନି ପିଲା ନୋଆ, ଅସର ଓ ନିଶା ମଧ୍ୟ ଏହି ବିବାହକୁ ବେଶ୍ ଉପଭୋଗ କରିଥିଲେ ।

    ତେବେ ସନି ବହୁତ ଦିନରୁ ନିଜ ବିବାହର ପ୍ରତିଜ୍ଞା କୁ ପୁନଶ୍ଚ ଦୋହରାଇବାକୁ ଚାହୁଁଥିଲେ । ତେଣୁ ତାଙ୍କ ପିଲାଙ୍କ ସ୍କୁଲ ହଲିଡେରେ ସେମାନେ ଏବଳି ବିବାହର ଯୋଜନା କଲେ । ସନି ଓ ଡାନିଏଲ ପ୍ରସ୍ପର ପ୍ରେମରେ ସର୍ବଦା ଉବୁଟୁବୁ ହେଉଥିବା ଦେଖିବାକୁ ମିଳେ । ଦୁହିଙ୍କ ଯୋଡି ମଧ୍ୟ ବହୁତ ମଜବୁତ ନଜର ଆସିଥାଏ ।

  • ଯଦି ଟ୍ରମ୍ପ ଏବଂ କମଲା ହାରିସ୍ ସମାନ ସଂଖ୍ୟକ ଭୋଟ୍ ପାଆନ୍ତି ତେବେ କିପରି ନିଷ୍ପତି ହେବ କିଏ ଜିତିଲା? ଏ ହେଉଛି ନିୟମ

    ଯଦି ଟ୍ରମ୍ପ ଏବଂ କମଲା ହାରିସ୍ ସମାନ ସଂଖ୍ୟକ ଭୋଟ୍ ପାଆନ୍ତି ତେବେ କିପରି ନିଷ୍ପତି ହେବ କିଏ ଜିତିଲା? ଏ ହେଉଛି ନିୟମ

    ଦୀର୍ଘ ଦିନ ଧରି ଚାଲିଥିବା ନିର୍ବାଚନ ସମାବେଶ, ବକ୍ତୃତା ଏବଂ ବାଦ-ପ୍ରତିବାଦ ଧାରା ଆଜି ଶେଷ ହୋଇଯିବ। ଆଜି ସନ୍ଧ୍ୟାରୁ ଆମେରିକାରେ ମତଦାନ ଆରମ୍ଭ ହେବ।

    ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ଦିନଟି ସମଗ୍ର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଦୀର୍ଘ ଦିନ ଧରି ଉଭୟ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ୍ ଦୁହେଁ ଏହି ନିର୍ବାଚନ ପାଇଁ ବଳ କଷରତ ଲଗେଇ ଚାଲିଛନ୍ତି। ତେବେ ଏହି ନିର୍ବାଚନରେ ​​ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଠିନ ପ୍ରତିଯୋଗିତା ରହିଛି। ଆଜି ୫ ନଭେମ୍ବର (ମଙ୍ଗଳବାର)ଭାରତୀୟ ସମୟ ଅନୁଯାୟୀ ୪:୩୦ ରେ ଭୋଟ୍ ଆରମ୍ଭ ହେବ | କିଛି ଘଣ୍ଟାର ବ୍ଯବଧାନ ପରେ ପୁରା ବିଶ୍ୱ ଜାଣିବାକୁ ପାଇବ ଯେ ସବୁଠାରୁ ଶକ୍ତିଶାଳୀ ଏବଂ ବୃହତ୍ତମ ଗଣତାନ୍ତ୍ରିକ ଦେଶ ରେ ସାମିଲ ଆମେରିକାର ନେତୃତ୍ୱ କାହାର ହାତରେ ରହିବ ।

    ତେବେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ସଂଘର୍ଷ ଚାଲିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଯଦି ଆମେରିକାର ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ସମାନ ସଂଖ୍ୟକ ଭୋଟ୍ ପାଆନ୍ତି ଅର୍ଥାତ୍ ଉଭୟଙ୍କ ମଧ୍ୟରେ ଚାଲିଥିବା ମୁକାବିଲା ଟାଏ ହୋଇଯାଏ ତେବେ କିଏ ଜିତିବ ତାହା କିପରି ସ୍ଥିର କରାଯିବ?

    ଆମେରିକାର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି

    ଆମେରିକୀୟ ବ୍ୟବସ୍ଥା ଅନୁଯାୟୀ,ରାଷ୍ଟ୍ରପତି ହେବାର ନିଷ୍ପତ୍ତି ୫୩୮ ଜଣ ସଦସ୍ୟଙ୍କ ‘ଇଲେକ୍ଟୋରାଲ କଲେଜ’ଦ୍ୱାରା ହୋଇଥାଏ,ଯେଉଁଥିରେ ଆମେରିକାର ପ୍ରତ୍ୟେକ ରାଜ୍ୟକୁ ସେତିକି ଇଲେକ୍ଟୋରାଲ ମିଳିଥାଏ,ଯେତିକି ତାଙ୍କ ଚୟନକର୍ତ୍ତା ଆମେରିକାର କଂଗ୍ରେସରେ ହୋଇଥାଏ ।

  • ବାଲେଶ୍ବର ଟ୍ରେନ୍ ଲାଇନରୁ ମିଳିଲା ଆଦିବାସୀ ଯୁବତୀଙ୍କ ମୃତଦେହ

    ବାଲେଶ୍ବର ଟ୍ରେନ୍ ଲାଇନରୁ ମିଳିଲା ଆଦିବାସୀ ଯୁବତୀଙ୍କ ମୃତଦେହ

    ପରିବାର ମୁହଁରେ ଦାନା ଦେବା ପାଇଁ ଘରୁ ଗୋଡ କାଢିଥିଲେ ଯସ୍ମିନା ଶବର । ହେଲେ ଗତକାଲି ତାଙ୍କ ମୃତଦେହ ନିଜ ଘରକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ଦୁର୍ଗମ ଆଦିମ ଜନଜାତି ଅଞ୍ଚଳ କିତୁଙ୍ଗ ଗ୍ରାମରେ । ଗ୍ରାମର ଲାଗୁ ଶବରଙ୍କ ୨୦ ବର୍ଷିୟ ଝିଅ ଯସ୍ମିନା ଶବର ଯୁକ୍ତ ଦୁଇ ପାଠ ପଢ଼ି ସାରିବା ପରେ ଗତ ୩ ବର୍ଷ ପୂର୍ବରୁ ସେ ବାଲେଶ୍ଵରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିଆସୁଥିଲେ । ଗରିବ ପରିବାରର ହୋଇଥିବାରୁ ପେଟରେ ଦାନା ମୁଠାଏ ପାଇଁ ଦିନ ରାତି କଠିନ ପରିଶ୍ରମ କରୁଥିଲେ ଯସ୍ମିନା । ହେଲେ ଗତ ଦୁଇ ଦିନ ତଳେ ତାଙ୍କ ମୃତଦେହ ବାଲେଶ୍ଵର ରେଳ ଲାଇନ ନିକଟରୁ ଉଦ୍ଧାର କରିଥିଲା ଜିଆରପି ପୋଲିସ । ଜବତ ମୃତ ଦେହକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଏହା ରେଳ ଦୁର୍ଘଟଣା ଜନିତ ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଲାଞ୍ଜିଆ ସୌରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ତେବେ ଯସ୍ମିନାଙ୍କ ଭଳି ଜଣେ ଆଦିବାସୀ ଯୁବତୀ କଠିନ ପରିଶ୍ରମ କରି ପରିବାରର ବୋଝ ମୁଣ୍ଡାଉଥିବା ବେଳେ ତାଙ୍କ ସହିତ ଏମିତି କଣ ଘଟିଲା ତାହା ସବୁଠୁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ରାଜ୍ୟରେ ଅନେକ ସମୟରେ ଗରିବ ଆଦିବାସୀଙ୍କ ଉପରେ ଜୁଲୁମ ହେଉଥିବା ଖବର ସାମ୍ନାକୁ ଆସେ । ଏଭଳି ଘଟଣା ଉପରେ ଯଦି ସରକାର ଦୃଷ୍ଟି ଦେଇ କୌଣସି ପଦକ୍ଷେପ ନନିଅନ୍ତି ତା ହେଲେ ଆଗାମୀ ଦିନରେ ଆଦିବାସୀ ମହାସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଦିବାସୀ ମହାସଂଘ କହିଛି । ଏଭଳି ଗୋଟିଏ ନୁହେଁ କି ଦୁଇଟି ବାରମ୍ବାର ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ତେବେ ମୃତ ଯସ୍ମୀନାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।

  • ବେଅ।ଇନ ବାଣ କାରବାର ! ବର୍ଷକରେ ପୁରୀରେ ଗଲାଣୀ ୧୮ ଜୀବନ

    ବେଅ।ଇନ ବାଣ କାରବାର ! ବର୍ଷକରେ ପୁରୀରେ ଗଲାଣୀ ୧୮ ଜୀବନ

    ପୁରୀରେ ବଢୁଛି ବେଅ।ଇନ ବାଣ କାରବାର ! ପୁଲିସ ଚୁପ୍… ପ୍ରଶାସନ ଚୁପ… ଯାହାର ଫଳ ଭୋଗିବାକୁ ପଡୁଛି ସାଧାରଣ ଲୋକଙ୍କୁ, ପୁରୀ ନରେନ୍ଦ୍ର ପୁଷ୍କରଣୀ ବାଣ ବିଷ୍ପୋରଣ ଘଟଣା ମନରୁ ନଲିଭୁଣୁ ବାଟଗାଁରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଚାଲିଗଲା ୨ ଜଣକ ଜୀବନ । ଅନ୍ୟଜଣେ ଗୁରତର କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।
    ତେବେ କାହିଁକି ହେଲା ଏପରି ଅଘଟଣ ?… ପୁରୀ ପୁଲିସ କରୁଥିଲା କ’ଣ ? ବେଅ।ଇନ ବାଣ କାରବାର ରୋକିବାରେ କାହିଁକି ବିଫଳ ହେଲା ପୁଲିସ ?… ଗୃହ ବିଭାଗ ନିୟମ ଅନୁସାରେ ଦୀପାବଳୀ ପୂର୍ବରୁ ରାଜ୍ୟର ପ୍ରତ୍ୟକ ଥାନା ଅଂଚଳରେ ଚାଲୁଥିବା ବେଅ।ଇନ ବାଣ କାରବାରକୁ ରୋକିବା ସହ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ କାହିଁକି ଫେଲ ମାରିଲା ପୁଲିସର ଗୁଇଁନ୍ଦା ରିପୋର୍ଟ ?…ତେବେ ଏ ଘଟଣା ପାଇଁ ଦାୟୀ କିଏ ? …କାହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର ? …ଏ ଘଟଣାକୁ ନେଇ ଉଠିଛି ଏଏବେ ମିତି ଅନେକ ପ୍ରଶ୍ନ ?…

    ମଇ ୨୦୨୪ ରେ, ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ସମୟରେ ବାଣ ବିଷ୍ପୋରଣରେ ଚାଲିଯାଇଥିଲା ୧୬ ଜଣ ନିରିହ ଶ୍ରଦ୍ଧାଳୁଙ୍କ ଜୀବନ । ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ପୁଅକୁ ହରାଇଲା ତ ଅ।ଉ କିଏ ବାପାକୁ ହରାଇଲା… କିଏ ଝିଅକୁ ହରାଇଲା ତ ଅ।ଉ କିଏ ମା’କୁ … ମୃତ୍ୟୁର କରୁଣ ଚିତ୍କାର ମନରୁ ନଲିଭୁନୁ, ଏବେ ପୁଣି ବାଟଗାଁରେ ବାଣ ବିଷ୍ପୋରଣ ଘଟଣା , ପୁରୀ ପୁଲିସର ପାରିବା ପଣିଅ।କୁ ପଦାରେ ପକାଇଛି । ।

    ପୁରୀ ସଦର ଥାନା ବାଟଗାଁ ରାଉତ ସାହିରେ ମୃତକ ବୁଲା ରାଉତ ନିଜ ଘରେ ବେଅ।ଇନ ବାଣ ଭିଡୁଥିଲେ ଓ ବାଣ ବିକ୍ରୀ କରୁଥିଲେ, ସହ ଯୋଗ କରୁଥିଲେ ପରିବାର ଲୋକ ।
    ଗାଁ ଲୋକ ଜାଣି ଥିଲେ .. ବାଣ କିଣିବାକୁ ବୁଲା ପାଖକୁ ଯାଉଥିଲେ । ବାଣ ବିକ୍ରୀକରି ବୁଲା ବଡଲୋକ ହେବାକୁ ଚାହୁଁଥିଲା । ହେଲେ, ସବୁ କିଛି ସର୍ବନାଶ ହୋଇଗଲା ।

    ବୁଲା ବାଣ ଭିଡୁଥିବା ବେଳେ ଘରପାଖରେ ଥିଲେ ଭାଉଜ ଲିପା ରାଉତ। ବାଟଗାଁର ସଞ୍ଜୟ ଜେନା ବାଣ କିଣିବାକୁ ଯାଇଥିଲେ । କିଛି ବୁଝିବା ପୂର୍ବରୁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଘଟଣା ସ୍ଥଳରେ ବୁଲା ରାଉତଙ୍କ ମୃତ୍ୟୁ ହୋଇଥିଲା । ସଞ୍ଜୟ ଜେନା ଓ ଲିପା ରାଉତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୀ ପରେ କଟକସ୍ଥିତ SCB ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଉକ୍ତ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ଷକ ମଧ୍ୟରେ ପୁରୀରେ ବିସ୍ଫୋରଣରେ ୧୮ ବ୍ୟକ୍ତି ଜୀବନ ହରାଇଥିବା ଯାଇଥିବା କୁହାଯାଉଛି ।

    ତେବେ, ଏ ଘଟଣାରେ ପୁରୀ ଏସପି ଭିନିତ ଅଗ୍ରଓ୍ବାଲଙ୍କ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ତଦନ୍ତ ଅ।ରମ୍ଭ କରିଛି ପୋଲିସ୍ ।

  • ବିଷାକ୍ତ ପ୍ରଦୂଷଣରେ  ଦିଲ୍ଲୀକୁ ଟପିଲା ଉତ୍ତରପ୍ରଦେଶ

    ବିଷାକ୍ତ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଉତ୍ତରପ୍ରଦେଶ

    ଦିପାବଳୀ ପରେ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଏବଂ ଦିଲ୍ଲୀ ଏନସିଆର ଆଖପାଖରେ ବାୟୁ ବିଷାକ୍ତ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ଦ୍ବାରା ଦିଲ୍ଲୀରେ ଆତସବାଜି ନିଷେଧ ଆଦେଶ ସତ୍ତ୍ବେ ପ୍ରବଳ ମାତ୍ରାରେ ବାଣ ଫୁଟିଛି । ଯଦି ଆମେ ଦିପାବଳୀ ପରେ ଦେଶର ଶ୍ରେଷ୍ଠ ୧୦ ପ୍ରଦୂଷିତ ସହର ବିଷୟରେ ଆଲୋଚନା କରିବା, ତେବେ ଦିଲ୍ଲୀ ଅପେକ୍ଷା ଉତ୍ତରପ୍ରଦେଶର ଥିବା ସହରରେ ନିଶ୍ୱାସ ନେବା ଅଧିକ କଷ୍ଟକର ହେଉଛି । ଆତସବାଜି ଯୋଗୁଁ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବାୟୁମଣ୍ଡଳର କ୍ବାଲିଟି ଅତ୍ୟନ୍ତ ଖରାପ ହୋଇଯାଇଛି ।

    ଉତ୍ତରପ୍ରଦେଶର ଅନେକ ସହର ଏପରି ହୋଇଛି ଯେ, ପ୍ରଦୂଷଣ ହେତୁ ଚାରିଆଡେ ଧୂଆଁମୟ ଦେଖାଯାଉଛି । ୟୁପିରେ ସମ୍ୱାଲର ବାୟୁ ସର୍ବାଧିକ ପ୍ରଦୂଷିତ ହୋଇଛି । ସେଠାରେ AQI 423 ରେକର୍ଡ କରାଯାଇଛି ।

    ଏହି ତାଲିକାରେ ଦିଲ୍ଲୀ ଏକାଦଶ ସ୍ଥାନରେ ରହିଛି । ଦିଲ୍ଲୀର AQI 353 ରେକର୍ଡ କରାଯାଇଛି । ନଭେମ୍ବର ୨୦୨୪ ସକାଳ ୧୦ଟାରେ ପ୍ରଦୂଷଣକୁ ନେଇ ଏହି AQI ଜାରି କରାଯାଇଛି । ଦିଲ୍ଲୀ ସରକାର ଆତସବାଜି ଉପରେ ପ୍ରତିବନ୍ଧକ ଆଦେଶକୁ ଅନୁପାଳନ ପାଇଁ ୩୭୭ଟି ଭ୍ରାମ୍ୟମାଣ ଟିମ୍ ଗଠନ କରିଥିଲେ । ଏଥିସହିତ ସଚେତନତା ମଧ୍ୟ ସୃଷ୍ଟି କରୁଥିଲେ । ଏହାସତ୍ତ୍ବେ ପୂର୍ବ ଓ ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଙ୍ଘନ କରାଯାଇ ପ୍ରବଳ ମାତ୍ରାରେ ଆତଶବାଜି ହୋଇଛି ।

  • କଇଁଛ ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କ ଉପରେ କଟକଣା

    କଇଁଛ ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କ ଉପରେ କଟକଣା

    ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା ଲାଗୁ କଲେ ସରକାର । ଯାହାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବୀ । କଇଁଛ ସୁରକ୍ଷା ପାଇଁ ସରକାର ୭ ମାସର କଟକଣା ଏବେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବିଙ୍କୁ ପକାଇ ଦେଉଛି ଚିନ୍ତାରେ । ନଭେମ୍ବର ୧ରୁ ମେ ୩୧ ଯାଏଁ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କଲେ ସରକାର । ସମୁଦ୍ର କୂଳରୁ ୨୦ ଫାଦାମ୍ ପର୍ଯ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଧରି ପାରିବେ ନାହିଁ ମାଛ । କାରଣ ଏହି ସମୟରେ ଦୂର ସମୁଦ୍ରରୁ କୂଳକୁ ଆସୁଛନ୍ତି ଅଣ୍ଡା ଦାନ କରିବାକୁ ଲକ୍ଷ ଲକ୍ଷ କଇଁଛ । ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର । ।ାହାର ପ୍ରଭାର ସିଧା ମାତ୍ସ୍ଯଜୀବୀଙ୍କ ଉପରେ ପଡୁଛି ।

    ଓଡିଶାର ଦେବୀ , ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ଲାଗାଇଛନ୍ତି ସରକାର । ଏହି କଟକଣାକୁ ମାନି ଅନେକ ମତ୍ସ୍ୟଜୀବୀ ଚାଲୁଥିବା ବେଳେ ସମୁଦ୍ର ଭିତରେ ସେପରି କିଛି ସୀମା ନିର୍ଦ୍ଧାରଣର ବ୍ୟବସ୍ତା କରାଯାଇନଥିବା ବେଳେ ଅନେକ ମତ୍ସ୍ୟଜିବୀ ବାଟ ହୁଡ଼ି ମତ୍ସ୍ୟ ବିଭାଗ, ବନ ବିଭାଗ ଓ ତଟରକ୍ଷୀଙ୍କ ଦ୍ଵାରା ଗିରଫ ମଧ୍ଯ ହେଉଛନ୍ତି । ସେହିପରି ପ୍ରତିବର୍ଷ ବରମ୍ବାର ବାତ୍ୟା, ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବା କାରଣରୁ ଅନେକ ଦିନ ମାଛ ଧରିବାରେ ମଧ୍ଯ ସମସ୍ୟା ଭୋଗ କରୁଛନ୍ତି ମତ୍ସ୍ୟଜୀବୀ ।

  • ସାବିତ୍ରିକୁ ଯମ ଦ୍ୱାର ପଠାଇଲା ସୈତାନ ସତ୍ୟବାନ !

    ସାବିତ୍ରିକୁ ଯମ ଦ୍ୱାର ପଠାଇଲା ସୈତାନ ସତ୍ୟବାନ !

    ପ୍ରେମ ..ଶାସ୍ବତ ପ୍ରେମ ..ଚିରନ୍ତନ..ପ୍ରେମର ସଂଜ୍ଞା ଅନେକ.. ଦିନେ ଶୁଭଶ୍ରୀ ପ୍ରଦ୍ୟୁମ୍ନ ପ୍ରେମରେ ନିଜକୁ ହଜେଇ ଦେଇଥିଲା.. ପ୍ରେମ କୁ ଦେଖିଥିଲା ଅନେକ ସ୍ବପ୍ନ.. ୨୦୨୦ ନଭେମ୍ବେର ୨୨ ତାରିଖରେ ଖୋର୍ଧା ସ୍ଥିତ ବାଟମଙ୍ଗଳା ମନ୍ଦିରରେ ସାତ ଦ୍ବୀପ ଅ।ଠ କଳସକୁ ସାକ୍ଷୀ ରଖି ପ୍ରଦ୍ୟୁମ୍ନ ହାତରୁ ମଥାରେ ସିନ୍ଦୂର ପିନ୍ଧି ନବ ବଧୂବେଶରେ ସଜେଇ ହୋଇ ବାପ ଘରୁ ପାଦ କାଢୀ ଥିଲା ଶାଶୁଘରକୁ.. ବିଧିର ବିଧାନ ଥିଲା ଆଉକିଛି.. ଗ୍ରହଣ କରିନଥିଲେ ପ୍ରଦ୍ୟୁମ୍ନଙ୍କ ବାପ ମା.. ଦୁହେଁ ଘରୋଇ ସଂସ୍ଥାରେ ଚାକିରୀ କରୁଥିବାରୁ ଭୂବନେଶ୍ବରରେ କେସୁରା ଅଂଚଳରେ ଘର ଭଡା ନେଇ ଆରମ୍ଭ କଲେ ଜୀବନର ନୂତନ ଅଧ୍ୟାୟ । ପ୍ରଦ୍ୟୁମ୍ନ ଫାର୍ମାସିଷ୍ଟ ଭାବେ କାମକରୁଥିବା ବେଳେ ଶୁ ଭଶ୍ରୀଙ୍କ ଏକ ଘରୋଇ ବିଲ୍ଡର ସଂସ୍ଥାର ମାର୍କେଟିଂ ଏଜେଣ୍ଟ ଭାବେ କାମ କରୁଥିଲା । ବିବାହର ୬ ମାସ ସଂପର୍କ ଠିକା ଠାକ୍ ଚାଲିଲା .. ତା’ପରେ ଉଭୟ ଙ୍କ ସଂପର୍କ ଭିତରେ ଭଢିଲା ସଂଦେହ । ଶୁଭଶ୍ରୀ ସବୁବେଳେ ସ୍ବାମୀ ପ୍ରଦ୍ୟୁମ୍ନଙ୍କୁ ସଂଦେହ କରୁଥିଲେ ,ଉଭୟଙ୍କ ମଧ୍ୟରେ ସବୁବେଳେ ଲାଗୁଥିଲା କଳି ଝଗଡା ଏପରିକି ଶୁଭଶ୍ରୀଙ୍କୁ ମାଡ ମାରୁଥିଲେ .. ପ୍ରଦ୍ୟୁମ୍ନ ..ଯାହାକୁ ନେଇ ଶୁଭଶ୍ରୀ ପ୍ରଦ୍ୟୁମ୍ନଙ୍କ ହାତ ଛାଡି ନିଜ ବାପ ଘର ପରିବାର ସହ ଖୋର୍ଦ୍ଧା ବିଜେବି ନଗରକୁ ଚାଲିଆସିଲେ । ପୁଣି ଯେତେବେଳେ ପ୍ରଦ୍ୟୁମ୍ନ ଶୁଭଶ୍ରୀଙ୍କ ଘରକୁ ଆସୁଥିଲେ.. ପୁଣି ପତିପତ୍ନୀ ଏକ ହୋଇଯାଉଥିଲେ… ନିରୀହ ଶାଶୁ ଶ୍ୱଶୁର ଦେଖୁଥିଲେ ଠିକ ଠାକ.. ପ୍ରଦ୍ୟୁମ୍ନକୁ ମୁଣ୍ଡରେ ବସାଉଥିଲେ.. ଜ୍ୱାଇଁ
    ପ୍ରଦ୍ୟୁମ୍ନଙ୍କ ଜନ୍ମ ଦିନ ପାଳନ କରୁଥିଲେ.. ଝିଅ ଜ୍ୱାଇଁ ପରସ୍ପରକୁ ଜନ୍ମଦିନର କେକ ମଧ୍ୟ ଖୁଆଉଥିଲେ ଶୁଭଶ୍ରୀ , ଏପରିକି ସ୍ବାମୀ ପାଇଁ ସାବିତ୍ରୀ ଓଷା କରିଥିଲେ । ହେଲେ ଏତେ କମ ସମୟରେ ଲିଭିଯିବ ଜୀବନ ଦ୍ବୀପ ସେ ଜାଣି ନଥିଲେ ..

    ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ପିଶାଚ ସ୍ୱାମୀ। ରଚିଥିଲା ମର୍ଡର ପ୍ଲଟ । ସାମିଲ ହୋଇଥିଲେ ତାର ଦୁଇ ପ୍ରେମିକା ରୋଜି ପାତ୍ର ଏବଂ ଇଜିତା ଭୁୟାଁ। ସାମାନ୍ୟ ଥଣ୍ଡାରେ ପୀଡିତ ଥିବା ଶୂଭଶ୍ରୀଙ୍କୁ କୁ ଭଲ କରିଦେବାକୁ ରୋଜି ଏବଂ ଇଜିତା ରହୁଥିବା ଭଡା ଘରେ ନେଇ ପହଞ୍ଚାଇଥିଲା ପ୍ରଦ୍ୟୁମ୍ନ । ଦେହ ଭଲ ହେବ କହି ତିନିଜଣ ଯାକ ମିଶି ଶୁଭଶ୍ରୀଙ୍କୁ ଜୋର ଜବରଦସ୍ତ ଆନେସ୍ଥେସିଆ ଦେଇଥିଲେ। ଦୁଇ ଥର ମାଂସପେଶୀରେ ଦେବାକୁ ଚେଷ୍ଟା କରି ବିଫଳ ହେବା ପରେ, ଶୀରାରେ ଦେଇଥିଲେ ଇଞ୍ଜେକସନ। ଆଉ ସବୁଦିନ ପାଇଁ ଶୋଇ ଯାଇଥିଲେ ଶୁଭଶ୍ରୀ।

    ଭଶେଷ ଥର ପାଇଁ ଶୁଭଶ୍ରୀ ଅ।ସିଥିଲେ ବାପ ଘର ..୨୭ ଅକ୍ଟୋବର ୨୦୨୪ ତାରିଖ ଦିନ ଶୁଭଶ୍ରୀଙ୍କୁ ପ୍ରଦ୍ୟୁମ୍ନ ହାତ ଧରି ଭୂବନେଶ୍ବର ଅଣିଲା ପରେ ରାସ୍ତାରୁ ସଫା କରିବାକୁ ଯୋଜନା କରିଥିଲା । ଭରତପୁରରେ ରୋଜି ଓ ଇଜିତା ରହୁଥିବା ଭଡା ଘରେ ଶୁଭଶ୍ରୀଙ୍କୁ ଓଭରଡୋଜ ଅ।ନାଥେସିଅ। ଇଂଜେକ୍ସନ୍ ଦେଇ ମାରିବା ପରେ ଚାଲାକି କରିଥିଲା ଜହଲ୍ଲାଦ ଜ୍ୱାଇଁ ପ୍ରଦ୍ୟୁମ୍ନ, ନିରୀହ ଶ୍ବଶ୍ବର ଓ .ଶାଶୁଙ୍କୁ କହିଥିଲା ବାପା ମୋତେ କ୍ଷମା କରିବେ ମୁ ଆପଣକୁ ଅନେକ ଦିନ ହେବ ସମ୍ମାନ ଦେଇନି ଆଜି ଦେଉଛି… ମୋ ଦୋଷତ୍ରୁଟି ଧରିବେନି… ଶାଶୁ ଙ୍କୁ ମାଗିଥିଲେ ଶୁଭଙ୍କ ଅଫିସର ଯୋଗାଯୋଗ ନମ୍ବର … ମାଙ୍କ ସଂଦେହ ହବାରୁ ସେ ଶୁଭଶ୍ରୀକୁ ଫୋନ କରିଥିଲେ ..ହେଲେ ଉଠାଇଲେଆଉଜଣେ ଅନ୍ୟ ଜଣେ ଯୁବତୀ । ତେବେ ଯାହା ଉତ୍ତର ଆସିଥିଲା ସମସ୍ତଙ୍କୁ ତାଯୁବ କରିଦେଇଥିଲା…

    ସେପଟେ ମୃତ ଶୂଭଶ୍ରୀଙ୍କ ଦେହରେ ରହିଥିଲା ଏକାଧୀକ କ୍ଷତ ଚିହ୍ନ ଯାହାକୁ ନେଇ ପୁଲିସର ସଂଦେହ ଘନିଭୁତ ହେଲା । ଅ।ରମ୍ଭ ହେଲା ତଦନ୍ତ । ଅ।ଉ ପୁଲିସର ସଂଦେହ ଅ।ଖିରୁ ଖସି ପାରିନଥିଲେ ୩ ଅଭିଯୁକ୍ତ ଶୁଭଶ୍ରୀଙ୍କ ସ୍ବାମୀ ପ୍ରଦ୍ୟୁମ୍ନ,୨ ଯୁବତୀ ରୋଜି ପାତ୍ର ଓ ଇଜିତା ଭୂୟାଁ କୁ ଗିରଫ କଲା ପୁଲିସ ।।

  • ପିଉସୀ ଘରକୁ ପାଳିବାକୁ ଯାଉଥିଲେ ଦିପାବଳୀ, ଅଧା ବାଟରେ ଲିଭିଗଲା ଜୀବନ ଦୀପ

    ପିଉସୀ ଘରକୁ ପାଳିବାକୁ ଯାଉଥିଲେ ଦିପାବଳୀ, ଅଧା ବାଟରେ ଲିଭିଗଲା ଜୀବନ ଦୀପ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ରାମଲା ଆମ୍ବବଗିଚା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଅନୁସାରେ ଚମ୍ପୁଆ ନିକଟସ୍ଥ ଅଙ୍ଗାରପଦା ଗ୍ରାମର ମଧୁସୂଦନ ମହାନ୍ତ ବାଇକ୍ ରେ ନାବାଳିକା ଝିଅ ଖୁସିରାଣୀ ମହାନ୍ତଙ୍କୁ ନେ଼ଇ ରିମୁଳି ନିକଟସ୍ଥ ରାମଚନ୍ଦ୍ରପୁର ଗ୍ରାମରେ ଥିବା ଭଉଣୀ ଘରକୁ ଯାଉଥିଲେ । ସେଠାରେ ଦିପାବଳୀ ପାଇଁ ଝିଅକୁ ଛାଡ଼ି ଘରକୁ ଫେରିଥାନ୍ତେ । ହେଲେ ଦଇବ ସହିଲା ନାହିଁ। ଏକ ବେପରୁଆ ବାଇକ୍ ଚାଳକଙ୍କ ଯୋଗୁ ଦୁର୍ଘଟଣାରେ ନାବାଳିକା ଝିଅ ର ଜୀବନ ଦୀପ ଅକାଳରେ ଲିଭିଗଲା ।

    ରାମଲା ଆମ୍ବ ବଗିଚା ନିକଟରେ ଆଗରେ ଯାଉଥିବା ଏକ ଟ୍ରେଲରକୁ ଓଭରଟେକ୍ କରୁଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କା ରେ ମଧୁସୂଦନ ଓ ଖୁସିରାଣୀ ଛିଟିକି ପଡି ଟ୍ରଲରରେ ବାଡେଇ ହୋଇଯାଇଥିଲେ । ଗୁରୁତର ଅବସ୍ଥା ରେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମାତ୍ର ସେଠାରେ ଡାକ୍ତର ଖୁସିରାଣୀଙ୍କୁ ମୃତ ଘୋଷଣା କରିଥିଲେ। ମଧୁସୂଦନ ଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ବେପରୁଆ ଗାଡ଼ି ଚାଳନା କରି ମଧୁସୂଦନଙ୍କ ବାଇକ୍ କୁ ଧକ୍କା ଦେଇଥିବା ଡେଣୁଆ ଗ୍ରାମର କୁଶଧ୍ଵଜ ହେସା କୁ ମଧ୍ୟ ଗୁରୁତର ଆହତ ଅବସ୍ଥାରେ ଚମ୍ପୁଆ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ମୃତ ଖୁସିରାଣୀ ସପ୍ତମ ଶ୍ରେଣୀ ରେ ପାଠ ପଢୁଥିବା ଜଣାପଡିଛି।।

  • ହେଲମେଟ ନାହିଁ ଚାଲାଣ କାଟ, ଚେକିଙ୍ଗ ସହ ଗାଡି ଯାଞ୍ଚ

    ହେଲମେଟ ନାହିଁ ଚାଲାଣ କାଟ, ଚେକିଙ୍ଗ ସହ ଗାଡି ଯାଞ୍ଚ

    ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଛକ ନିକଟରେ ଚାଲିଛି ଯୋରଦାର ହେଲମେଟ ଚେକିଙ୍ଗ ସହ ଗାଡି କାଗଚପତ୍ରର ଜାଞ୍ଚ । ହେଲେମେଟ ପିନ୍ଧିନଥିଲେ କିମ୍ବା ଗାଡିର କାଗଚ ପତ୍ର ଠିକ୍ ନଥିଲେ ମୋଟା ଅଙ୍କରର ଚାଲଣ କାଟୁଛି ପୋଲିସି । କାରଣ ଦିନକୁ ଦିନ ବାଲିଆପାଳରେ ସଡକ ଦୁର୍ଘଟଣା ଦେଖିବାକୁ ମେଳୁଛି । କେଛି ଅମାନିଆଙ୍କ ବେପରୁା ଗିଡି ଚାଳନା ପାଇଁ ଚାଲିଯାଉଛି ଅନେକ ଜୀବନ ।

    ଅମାନିଆଙ୍କୁ ସାବାଡ କରିବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲେଶ୍ଵର ଟ୍ରାଫିକ ଇନ୍ସପେକ୍ଟର ସମେନ୍ଦ୍ର ମହାପାତ୍ର ଓ ବାଲିଆପାଳ ପୋଲସ ଆରମ୍ବ କରିଛନ୍ତି ଛକ ଛକରେ ଚେକିଂ । ବିନା ହେଲମେଟରେ ଯାତ୍ରା କରିବା, ବାଇକ ରେ ୨ରୁ ଉର୍ଦ୍ଧ୍ବ ଯାତ୍ରୀ ବସିବା,ଗାଡ଼ି ଚଲେଇବା ସମୟରେ ମୋବାଇଲ ରେ କଥା ହେବା,ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ବହୁ ଲୋକ ଅର୍ଥଦଣ୍ଡ ଗଣିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଚେକିଙ୍ଗ କଡ଼ାକଡ଼ି ହେବ ବୋଲି ବାଲେଶ୍ବର ଇନ୍ସପେକ୍ଟର ସମେନ୍ଦ୍ର ମହାପାତ୍ର କହିଛନ୍ତି।

  • ଅସଲି ଏବଂ ନକଲି ଏନସିପି ର ଲଢେଇକୁ ନେଇ ଅଜିତ ପାୱାର କଲେ ବଡ ଘୋଷଣା

    ଅସଲି ଏବଂ ନକଲି ଏନସିପି ର ଲଢେଇକୁ ନେଇ ଅଜିତ ପାୱାର କଲେ ବଡ ଘୋଷଣା

    ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ମଧ୍ୟରେ ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଯାଇଛି ଏବଂ ସମସ୍ତ ଦଳ ଜିତିବା ପାଇଁ ପ୍ରାଣପଣେ ଚେଷ୍ଟାରେ ଲାଗିଯାଇଛନ୍ତି । ଏହି ସମୟରେ ଆଜି ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ଡେପୁଟି ସିଏମ ଅଜିତ ପାୱାରଏକ ଘରୋଇ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ମିଳନୀରେ ଭାଗ ନେଇଥିଲେ। ଏହି ସମୟରେ ସେ ମହାରାଷ୍ଟ୍ର ରାଜନୀତି ଏବଂ ନିର୍ବାଚନ ସହିତ ଏନସିପି ଏବଂ ଶରଦ ପାୱାରଙ୍କୁ ନେଇ ମଧ୍ୟ ଖୋଲାଖୋଲି କଥା ହୋଇଥିଲେ।

    ଅଜିତ ପାୱାରଙ୍କୁ ପ୍ରଶ୍ନ କରାଯାଇଥିଲା କି ଏଥର ମଧ୍ୟ ‘ଅସଲି’ ଏବଂ ‘ନକଲି’ ଏନସିପି ମଧ୍ୟରେ ଲଢେଇ ହେବ କି? ଯାହାର ଉତ୍ତରରେ ସେ କହିଛନ୍ତି ଯେ ସେମିତି କୌଣସି ଲଢେଇ ନାହିଁ। ଅଜିତ ପାୱାର କହିଛନ୍ତି,”ମୁଁ ଦାୟିତ୍ଵର ସହିତ କହୁଛି ଯେ ମହାରାଷ୍ଟ୍ରରେ ଅସଲି ଏବଂ ନକଲି ଏନସିପି ମଧ୍ୟରେ କୌଣସି ଲଢେଇ ନାହିଁ। ଶରଦ ପାୱାର ଜଣେ ଜାତୀୟ ନେତା, ଏଥିରେ କୌଣସି ସନ୍ଦେହ ନାହିଁ। ଦେଢ ବର୍ଷ ପୂର୍ବେ ଆମର ୪୦-୫୦ ବିଧାୟକ ଏକାଠି ହୋଇ ଦଳ ପାଇଁ ଏକ ନିଷ୍ପତି ନେଇଛନ୍ତି “ଏହା ପରେ ଶରଦ ପାୱାର ନିଜର ଅଲଗା ପାର୍ଟିକୁ ପଞ୍ଜୀକୃତ କରାଇ ତାକୁ ଚଳାଉଛନ୍ତି । ଦୁଇ ଦଳ ମଧ୍ୟରେ କୌଣସି ଲଢେଇ ନାହିଁ।”