Blog

  • ରାଜ୍ୟ-ସ୍ତରୀୟ ମେହେର ସମ୍ମିଳନୀ ଉଦଘାଟିତ

    ରାଜ୍ୟ-ସ୍ତରୀୟ ମେହେର ସମ୍ମିଳନୀ ଉଦଘାଟିତ

    ବରଗଡ ଜିଲ୍ଲା ବରପାଲିଠାରେ ରାଜ୍ୟ ସ୍ତରୀୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ତଥା ମେହେର (ଭୁଲିଆ) ସମାଜର ରାଜ୍ୟ-ସ୍ତରୀୟ ମହାସଭାକୁ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ସଭାପତି ବୈଶମ୍ପାୟନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତିୟା, ବରଗଡ଼ ବିଧାୟକ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ ଯୋଗ ଦେଇଥିଲେ। ଡକ୍ଟର ଶୁକ ମୁନି ମେହେର ସଭାର ଆଭିମୁଖ୍ୟ ଏବଂ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡାକ୍ତର ସୁବାସ ମେହେର। ଏହି ଅବସରରେ, ‘ମେହେର ଶତାବ୍ଦୀ ସୌରଭ’ ନାମକ ସ୍ମରଣିକା ଉନ୍ମୋଚନ କରିଥିଲେ ଅତିଥିଗଣ।

    ମଧ୍ୟାହ୍ନ ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କବି ଓ ଲେଖକମାନଙ୍କ ପୁସ୍ତକ ସବୁକୁ ଉନ୍ମୋଚନ କରାଯାଇଥିଲା । ସନ୍ଧ୍ୟାରେ ବିଶିଷ୍ଟ ବାଗ୍ମୀ କୃଷ୍ଣ କେଶବ ଷଡ଼ଙ୍ଗୀ ମେହେର ସାହିତ୍ୟ ଆଲୋଚନା କରିବା ସହ ଗଙ୍ଗାଧର ସଙ୍ଗୀତ ଉପରେ ଆଧାରିତ ଗଙ୍ଗାଧର ଗୀତି କାର୍ଯ୍ୟକ୍ରମକୁ ରୀନା ଦାଶ ଓ ରବୀନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । ଏହାସହ, ସୁନ୍ଦରଗଡର କଳାକାରମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ମହାସଭାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ସଭ୍ୟ-ସଭ୍ୟା ଯୋଗ ଦେଇଛନ୍ତି ।

  • ଆଦାନୀ ଗ୍ରୁପ୍ ପକ୍ଷରୁ ଲାଞ୍ଚ ଅଭିଯୋଗକୁ ଅସ୍ୱୀକାର କରିବା ପରେ ସେୟାରଗୁଡିକ, ସମସ୍ତ ଷ୍ଟକ୍ ରୁ ଆଗୁଆ

    ଆଦାନୀ ଗ୍ରୁପ୍ ପକ୍ଷରୁ ଲାଞ୍ଚ ଅଭିଯୋଗକୁ ଅସ୍ୱୀକାର କରିବା ପରେ ସେୟାରଗୁଡିକ, ସମସ୍ତ ଷ୍ଟକ୍ ରୁ ଆଗୁଆ

    ଆଜି, ନଭେମ୍ବର 27 ରେ, ଆଦାନୀ ଗୃପର ଅଧିକାଂଶ ସେୟାରରେ ବୃଦ୍ଧି ଘଟିଛି | ସକାଳର ବାଣିଜ୍ୟ ଅଧିବେଶନରେ ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ଗ୍ରୀନ୍ ଏନର୍ଜି, ଆଦାନୀ ପାୱାର, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ଏନର୍ଜି ସଲ୍ୟୁସନ୍, ଅମ୍ବୁଜା ସିମେଣ୍ଟସ୍, ଆଦାନୀ ୱିଲମାର, ଆଦାନୀ ସ୍ପୋର୍ଟସ ଏବଂ ସ୍ପେଶାଲ ଇକୋନୋମିକ ଜୋନ୍ ଏବଂ ଏନଡିଟିଭିର ସେୟାର ବୃଦ୍ଧି ପାଇଛି।

    ଆଦାନି ଗୃପ ପକ୍ଷରୁ ଲାଞ୍ଚ ଅଭିଯୋଗକୁ ଅସ୍ୱୀକାର କରିବା ପରେ ବଢୁଥିବା ସେୟାରଗୁଡିକ , ପାଖାପାଖି ସମସ୍ତ ଷ୍ଟକ୍ ରୁ ଆଗୁଆ ଆଦାନୀ ଗ୍ରୁପ୍ ଷ୍ଟକ୍: ସୂଚନା ଅନୁଯାୟୀ ଯେ ଆଦାନୀ ଗ୍ରୁପ୍ କମ୍ପାନୀର ଆଦାନୀ ଗ୍ରୀନ୍ ଏନର୍ଜି ସ୍ପଷ୍ଟ କରିଛନ୍ତି ଯେ ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବିନୀତ ଜୈନଙ୍କୁ ଆମେରିକା ବିଦେଶ ଭ୍ରଷ୍ଟାଚାର ନିୟମ ଅନୁଯାୟୀ କୌଣସି ଲାଞ୍ଚ ଅଭିଯୋଗ କରାଯାଇ ନାହିଁ ।

    କମ୍ପାନୀର ଏହି ବିବୃତ୍ତି ପରେ ନିବେଶକଙ୍କ ଧାରା ସକରାତ୍ମକ ଅଟେ ଯେଉଁଥିପାଇଁ ଆଦାନୀ ଗ୍ରୁପ୍‌ର ସେୟାରଗୁଡ଼ିକ ବୃଦ୍ଧି ପାଉଛି।

  • ସାଇକ୍ଲୋନ ଫେଙ୍ଗଲ ଯୋଗୁଁ ଭାରତର କେଉଁ ରାଜ୍ୟରେ ରହିଛି ଭୟର ବାତାବରଣ ? ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ବିନାଶ କେତେ ବିପଜ୍ଜନକ?

    ସାଇକ୍ଲୋନ ଫେଙ୍ଗଲ ଯୋଗୁଁ ଭାରତର କେଉଁ ରାଜ୍ୟରେ ରହିଛି ଭୟର ବାତାବରଣ ? ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ବିନାଶ କେତେ ବିପଜ୍ଜନକ?

    ଆଣ୍ଡାମାନ ସାଗରରେ ଉତ୍ପନ୍ନ ହୋଇଥିବା ଭୟଙ୍କର ଘୂର୍ଣ୍ଣିବଳୟ ଫେଙ୍ଗଲ ଦ୍ରୁତ ଗତିରେ ଭାରତୀୟ ଉପକୂଳ ଆଡକୁ ଗତି କରୁଛି ଏବଂ ବୁଧବାର ଦିନ ଏହା ଅଧିକ ଭୟଙ୍କର ହେବ ବୋଲି ଆକଳନ କରାଯାଉଛି। ଏହି ବାତ୍ୟା ଯୋଗୁଁ ଶ୍ରୀଲଙ୍କା ଏବଂ ଦକ୍ଷିଣ ଭାରତର ଅନେକ ସ୍ଥାନରେ ବଡ଼ ଧରଣର କ୍ଷତି ହୋଇପାରେ। ବାତ୍ୟାର ପ୍ରଭାବକୁ ନେଇ ଅନେକ ରାଜ୍ୟରେ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ବାତ୍ୟା ହେତୁ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ବିଶେଷ କରି ଚେନ୍ନାଇରେ ପ୍ରବଳ ବର୍ଷା ହେଉଛି।

    ପାଣିପାଗ ବିଭାଗ ଅନୁଯାୟୀ, ସାଇକ୍ଲୋନ୍ ଫେଙ୍ଗଲ ଯୋଗୁଁ ତାମିଲନାଡୁ ଏବଂ ପୁଡୁଚେରୀ ୨୭ ଏବଂ ୨୮ ନଭେମ୍ବରରେ ପ୍ରବଳ ବର୍ଷା ଓ ପ୍ରବଳ ପବନର ସମ୍ମୁଖୀନ ହୋଇପାରେ। ବିଶେଷକରି ତାମିଲନାଡୁରେ ଅବସ୍ଥିତ ଉପକୂଳବର୍ତ୍ତୀ ଅଞ୍ଚଳ ଏହି ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବ। ରିଲିଫ କାର୍ଯ୍ୟ ପାଇଁ ପ୍ରସ୍ତୁତିର ଏକ ଅଂଶ ଭାବରେ ୭ ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି ଏବଂ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ସୁପାରିଶ କରିଛନ୍ତି। ଏହି ବାତ୍ୟାର ମୁକାବିଲା ପାଇଁ ରିଲିଫ କ୍ୟାମ୍ପ ଏବଂ ଜରୁରୀକାଳୀନ ଅପରେସନ୍ ସେଣ୍ଟରରେ କଡା ବ୍ୟବସ୍ଥା କରାଯାଇଛି।

    ମତ୍ସ୍ୟଜୀବୀଙ୍କ ପାଇଁ ବିଶେଷ ନିର୍ଦ୍ଦେଶ

    ଏହି ଘୂର୍ଣ୍ଣିବଳୟର ପ୍ରଭାବ ଦ୍ୱାରା ଚେନ୍ନାଇରେ ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନରେ ଜଳସ୍ତର ସୃଷ୍ଟି ହୋଇ ଟ୍ରାଫିକ ଜାମ୍ ହୋଇ ଲୋକଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିଛି। ଏହି ସଙ୍କଟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ ଏବଂ ସମ୍ବେଦନଶୀଳ ଜିଲ୍ଲାମାନଙ୍କରେ ରିଲିଫ କାର୍ଯ୍ୟ ପାଇଁ ଅଧିକାରୀମାନଙ୍କୁ ନିୟୋଜିତ କରିଥିଲେ। ଏଥିସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ସମସ୍ତ ସମ୍ଭାବ୍ୟ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷା ହେବାର ସମ୍ଭାବନା

    ତାମିଲନାଡୁ ସହିତ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ୨୭ ରୁ ୨୯ ନଭେମ୍ବର ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳରେ ଲଗାତାର ବର୍ଷା ହେତୁ ସାଧାରଣ ଜୀବନ ପ୍ରଭାବିତ ହୋଇପାରେ | ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁଠାରେ ଉଚ୍ଚ ଢେଉର ଆଶଙ୍କା ରହିପାରେ | ପାଣିପାଗ ବିଭାଗ ମଧ୍ୟ ଏହି କ୍ଷେତ୍ରରେ ସତର୍କ ସୂଚନା ଜାରି କରିଛି।

    ଉତ୍ତର ଭାରତରେ ଘନ କୁହୁଡିର ସଙ୍କଟ

    ବାତ୍ୟା ଯୋଗୁଁ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଅନୁଭୂତ ହେଉଥିବାବେଳେ ନଭେମ୍ବର ୨୮ ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଉତ୍ତର ଭାରତରେ ଘନ କୁହୁଡିର ସମ୍ଭାବନା ରହିଛି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଚଣ୍ଡିଗଡ଼ ଭଳି ଅଞ୍ଚଳରେ କୁହୁଡ଼ି ହେତୁ ଦୃଶ୍ୟମାନତା ହ୍ରାସ ହେବାର ଚେତାବନୀ ଦିଆଯାଇଛି, ଯାହା ସଡ଼କ ଏବଂ ବିମାନ ସେବାରେ ଯାତାୟାତ ଉପରେ ପ୍ରଭାବ ପକାଇପାରେ। ହିମାଚଳ ପ୍ରଦେଶରେ ମଧ୍ୟ ୨୭ ରୁ ୩୦ ନଭେମ୍ବର ମଧ୍ୟରେ କୁହୁଡ଼ି ହେତୁ ଖରାପ ଦୃଶ୍ୟମାନ ହୋଇପାରେ |

  • ଦୁଇ ଲକ୍ଷ ଟଙ୍କା ନେବାପରେ କମିଟିକୁ ଭୁଆଁ ବୁଲାଇଲେ ମାଲିକ,ଠକିବା ଅଭିଯୋଗରେ ଥାନାର ଦ୍ବାରସ୍ଥ ହେଲା କମିଟି

    ଦୁଇ ଲକ୍ଷ ଟଙ୍କା ନେବାପରେ କମିଟିକୁ ଭୁଆଁ ବୁଲାଇଲେ ମାଲିକ,ଠକିବା ଅଭିଯୋଗରେ ଥାନାର ଦ୍ବାରସ୍ଥ ହେଲା କମିଟି

    ଯାତ୍ରା କମିଟିକୁ ଠକିବା ଅଭିଯୋଗରେ କମିଟିର ସଦସ୍ଯ ମାନେ ଯାତ୍ରା ପାର୍ଟି ଗାଡି ଗୁଡିକୁ ଅଟକ ରଖିବା ସହ ନ୍ଯାୟ ପାଇଁ ଥାନାର ଦ୍ବାରସ୍ଥ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭେଲୋରା ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ ଭେଲୋରା ଯାତ୍ରା କମିଟିର ସଦସ୍ଯ ମାନେ ଗତ ବର୍ଷ ତୁଳସୀ ଗଣନାଟ୍ଯର ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଯାତ୍ରା ପାଂଇ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଥିଲେ। ମାତ୍ର ଅନନ୍ତ ଧଳ ସେମାନଙ୍କୁ ଆଜି କାଲି କହି ତାରିଖ ଘୁଞ୍ଚାଇବା ସହ ଯାତ୍ରା ଦେଇ ନଥିଲେ । ଭେଲୋରା ଯାତ୍ରା କମିଟିର ସଦସ୍ଯ ମାନେ ବାରମ୍ବାର ତାଙ୍କୁ ଟଙ୍କା ଫେରସ୍ତ ପାଂଇ ନିବେଦନ କରିଥିଲେ ମଧ୍ଯ ସେ କିଛି ଶୁଣିନଥିଲେ ।

    ଏହା ପରେ କମିଟିର ସଦସ୍ଯ ମାନେ ବାଧ୍ଯ ହୋଇ ତାଙ୍କ ନିକଟକୁ ଯାଇ ଟଙ୍କା ଫେରସ୍ତ ପାଂଇ ଦାବି କରିବାରୁ ମାଲିକ ଜଣଙ୍କ ଗୁଣ୍ତା ଲଗାଇ ମାରି ଦେବାର ଧମକ ଦେଇ ଥିଲେ । ଭୟରେ କମିଟିର ସଦସ୍ଯ ମାନେ ଫେରି ଆସିବା ପରେ ଅନନ୍ତ ତୁଳସୀ ଗଣନାଟ୍ଯ ବଦଳରେ ନାଟ୍ଯ ସମ୍ରାଟ ପୃଥ୍ବୀରାଜ ନେବା ପାଂଇ କହିଥିଲେ । ଯଦି ଯାତ୍ରା ପାର୍ଟି ନନେବ ତାହାଲେ ଅଗ୍ରୀମ ୨ ଲକ୍ଷ ଟଙ୍କା ଆଉ ମିଳିବନି ବୋଲି ଧମକ ଦେଇ ଥିଲେ । କମିଟିର ସଦସ୍ଯ ମାନେ କୌଣସି ଉପାୟ ନପାଇ ନାଟ୍ଯ ସମ୍ରାଟ ପୃଥ୍ବୀରାଜ ନେବା ପାଂଇ ଚୁକ୍ତି କରିଥିଲେ ।

    ଗତ ନଭେମ୍ବରରେ ତିନିଦିନ ଧରି ଭେଲୋରା ତାରିଣୀ ପଡିଆରେ ଯାତ୍ରା ପରିବେଷଣ ପାଇଁ ଧାର୍ଯ୍ଯ କରାଗଲା ମାତ୍ର ଉକ୍ତ ମାଲିକ ଜଣଙ୍କ ପୂଣି ୪ ଲକ୍ଷ ଟଙ୍କା ଅଗ୍ରୀମ ଦେବା ପାଇଁ କହିବାରୁ କମିଟିର ସଦସ୍ଯ ମାନେ ପୂଣି ୪ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଥିଲେ। ତେବେ ଯାତ୍ରା ପାର୍ଟି ପହଞ୍ଚିବା ପରେ ଅତ୍ଯନ୍ତ ନିମ୍ନ ମାନର ସାଜସଜ୍ଯା ଏବଂ ଜଣେ ହେଲେବି ଭଲ କଳାକାର ନଥିବାରୁ ୩ ଦିନରେ ୨ ଲକ୍ଷର ବି ଟିକେଟ ବିକ୍ରି ହେଲାନାହିଁ,ଫଳରେ ୬ ଲକ୍ଷ ଟଙ୍କା ଯାତ୍ରା ପାର୍ଟି ମାଲିକ ନେଇ ସାରିଥିବା ବେଳେ କମିଟି ସଦସ୍ଯ କେମିତି ଟଙ୍କା ଫେରି ପାଇବେ ସେନେଇ ଏବେ ଚିନ୍ତାରେ, ଏନେଇ କମିଟି ର ସଦସ୍ଯ ମାନେ ଯାତ୍ରା ମାଲିକକୁ ଫୋନ କରିବାରୁ ସେ କୌଣସି କଥା ନବୁଝି ଗାଳିଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ କରିଛନ୍ତି କମିଟିର ସଦସ୍ଯ ମାନେ । ପରେ କୌଣସି ଉପାୟ ନପାଇ ବାଧ୍ଯ ହୋଇ କମିଟିର ସଦସ୍ଯ ମାନେ ଯାତ୍ରା ପାର୍ଟି ଗାଡି ଗୁଡିକୁ ଅଟକ ରଖିଛନ୍ତି

  • ଖଣି କମ୍ପାନୀରେ IT ରେଡ୍‌,ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ

    ଖଣି କମ୍ପାନୀରେ IT ରେଡ୍‌,ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ

    ଖଣି କମ୍ପାନୀରେ ବଡ଼ଧରଣର ଆୟକର ବା (IT) ରେଡ୍ । ଏସ୍.ଏନ୍ ମହାନ୍ତି ଗ୍ରୁପର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡ଼ବିଲ ଓ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଏହି ରେଡ୍ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ ବଡ଼ବିଲରେ ଥିବା କମ୍ପାନୀ ଅଫିସ, ଭୁବନେଶ୍ୱରରେ ଥିବା ଘର ଓ କର୍ପୋରେଟ ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ୬ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ, ଆଜି ଭୋରରୁ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ନଗଦ ଟଙ୍କା ଓ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି ।

  • ମୃତ ଦାଦନ ପରିବାରକୁ ସହଯୋଗର ହାତ ବଢ଼ାଇଲେ ସରପଞ୍ଚ

    ମୃତ ଦାଦନ ପରିବାରକୁ ସହଯୋଗର ହାତ ବଢ଼ାଇଲେ ସରପଞ୍ଚ

    ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ପଳାଶପୁର ଗ୍ରାମର ମୃତ ଦାଦନ ଶ୍ରମିକ ସିଦ୍ଧାର୍ଥ ରାଉତଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଜେଡ଼ି ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ସହ ବାଲେଶ୍ଵରର’ଆପଣ ଏକା ନୁହଁନ୍ତି’ ସ୍ବଛାସେବୀ ସଙ୍ଗଠନ ।

    ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ପଳାଶପୁର ଗ୍ରାମର ଅଭିରାମ ରାଉତଙ୍କ ପୁଅ ସିଦ୍ଧାର୍ଥ ରାଉତ ସୁଦୁର ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଥିଲେ। । ତିନି ବର୍ଷ ବିନା ଦରମାରେ ବେଠି ଖଟାଇବା ପରେ ଦରମା ଟଙ୍କା ମାଗିବାରୁ ଚଳିତ ମାସ ୧୦ ତାରିଖ ଦିନ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।ଉକ୍ତ ଖବର ପ୍ରସାରିତ ହେବାପରେ ବାଲେଶ୍ଵର ଖାଇରାର ‘ଆପଣ ଏକା ନୁହଁନ୍ତି’ ସ୍ୱଛାସେବୀ ଟ୍ରଷ୍ଟର ସଭ୍ୟବୃନ୍ଦ ଖେରଙ୍ଗ ସରପଞ୍ଚଙ୍କ ସହାୟତାରେ ସିଦ୍ଧାର୍ଥଙ୍କ ଘରେ ପହଞ୍ଚିଥିଲେ ।

    ସେଠାରେ ତାଙ୍କ ବୃଦ୍ଧ ପିତାମାତାଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିବା ସହ ଆର୍ଥିକ ସହାୟତା ବାବଦରେ ତାଙ୍କ ପରିବାରକୁ ରାସନ ସାମଗ୍ରୀ, କମ୍ବଳ, ଲୁଗାପଟା ଆଦି ପ୍ରଦାନ କରିଥିଲେ । ଗରିବ ତଥା ଅସହାୟ ଅଭିରାମଙ୍କ ପରିବାରକୁ ଆର୍ଥିକ, ନ୍ୟାୟିକ ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିବା ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳଙ୍କ ଉଦ୍ୟମକୁ ‘ଆପଣ ଏକା ନୁହଁନ୍ତି’ ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରସଂଶା କରିଥିଲେ ।

  • ଡକାୟତି ଯୋଜନା ପଣ୍ଡ,ଅସ୍ତ୍ର ଶସ୍ତ୍ର ସହିତ ପାଞ୍ଚ ଗିରଫ

    ଡକାୟତି ଯୋଜନା ପଣ୍ଡ,ଅସ୍ତ୍ର ଶସ୍ତ୍ର ସହିତ ପାଞ୍ଚ ଗିରଫ

    ଚାଲିଥିଲା ଡକାୟତି ଯୋଜନା , ପଣ୍ଡ କଲା ବରଗଡ଼ ପୋଲିସ । ସୂଚନା ଅନୁଯାୟୀ ତ କାଲି ବିଳମ୍ବିତ ରାତିରେ ବରଗଡ ପୁରୁଣା ଜିରା ବ୍ରିଜ ନିକଟ ସ୍ମଶାନ ଘାଟ ନିକଟରେ ପାଞ୍ଚ ଜଣ ଯୁବକ ଡକାୟତି ନେଇ ଯୋଯନା କରୁଥିଲେ ।ମାତ୍ର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ SP ପ୍ରହଲ୍ଲାଦ ସାହାଇ ମିନାଙ୍କ ନିଁର୍ଦ୍ଦେଶ କ୍ରମେ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜିରା ବ୍ରିଜ ସ୍ମଶାନ ଘାଟରେ ଅତର୍କିତ ଚଢ଼ାଉ କରାଯାଇଥିଲା ।

    ଏହି ଚଢାଉରେ ଞ୍ଚୋଟି ପିସ୍ତଲ ସହ ୩୪ ଟି ଜୀବନ୍ତ ଗୁଳି ଓ ପାଞ୍ଚୋଟି ମୋବାଇଲ ଫୋନ ସହ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଏତେ ବନ୍ଧୁକ ଆଉ ଗୁଳି ଦେଖି ପ୍ରଶ୍ନ ଉଠୁଛି ଏହି ପାଞ୍ଚ ଅଭିଯୁକ୍ତ ବଡ ଧରଣର ଡକାୟତ ଯୋଜନା ପାଇଁ ଆସିଥିଲେ ନାଁ ବନ୍ଧୁକ ଚୋରା ଚାଲାଣ ପାଇଁ ଆସିଥିଲେ ।ଏମାନଙ୍କର ଆଉ କେହି ମାଷ୍ଟର ମାଇଣ୍ଡ ଅଛନ୍ତି କି । ଯଦି ବନ୍ଧୁକ ଚେରାଚାଲଣ ହେଉଥିଲା ତେବେ କେଉଁଠାକୁ ଚୋରାଚାଲଣ ହେଉଥିଲା । ଏହି ସବୁ ଦିଗକୁ ପୋଲିସ ଅନୁଧ୍ୟାନ କରି ତଦନ୍ତ ଆରମ୍ବ କରିଛି I ତଦନ୍ତ ସରିବା ପରେ ସର୍ବିଶେଷ ତଥ୍ୟ ଦିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କରିଛନ୍ତି

  • ପରିବାର ପ୍ରତିପୋଷଣରେ ବର୍ଜ୍ୟଜଳ ସାଜିଛି ବାଧକ

    ପରିବାର ପ୍ରତିପୋଷଣରେ ବର୍ଜ୍ୟଜଳ ସାଜିଛି ବାଧକ

    ପାରାଦ୍ଵୀପ ଓ କେନ୍ଦ୍ରାପଡା ଜିଲ୍ଲାର କୈବର୍ତ୍ତ ପରିବାର ଏବେ ଭୋକ ଉପାସରେ। କମ୍ପାନୀର ବର୍ଜ୍ୟ ବସ୍ତୁ ପ୍ରଭାବରେ ନଦୀ ଗୁଡିକର ଜଳ ଏବେ ପ୍ରଦୁଷିତ ହେଉଛି । ମାଛ ବଂଶ ବୃଦ୍ଧିରେ ବାଧକ ସାଜିଛି କମ୍ପାନୀ ଗୁଡ଼ିକର ବର୍ଜ୍ୟ ଜଳ। ପୂର୍ବରୁ କୁଜଙ୍ଗର ଷଣ୍ଢ ରାଜା କୈବର୍ତ୍ତ ମାନଙ୍କୁ କୁଜଙ୍ଗ ଓ ପାରାଦ୍ଵୀପ ଅଞ୍ଚଳର ୫୭ କିତା ନଦୀ ପ୍ରଦାନ କରିଥିଲେ । ଯାହାର ମାଲିକ ହେଉଛନ୍ତି ଷୋଳଭାଇ କୈବର୍ତ୍ତ ସମାଜ | ସେମାନେ ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ । ଧିରେ ଧିରେ ଏହି ନଦୀ ଗୁଡିକ ଜବରଦଖଲ କରାଯିବା ସହିତ କମ୍ପାନୀ ର ପ୍ରଦୁଷିତ ଜଳ ବାଧକ ସାଜିଛି ।

    ମହାନଦୀ ମୁହାଣ‌ ଦେଇ ସମୁଦ୍ର ରୁ ମାଛ ମହାନଦୀ କୁ ଆସିଥାନ୍ତି ଏବଂ ଏହି ମାଛ ଧରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଏବେ ତାହା ସମ୍ଭବ ହେଉନାହିଁ, ଯାହାକୁ ନେଇ କୁଜଙ୍ଗ ବ୍ଲକର ବିଶ୍ବାଳୀ ଠାରେ କୁଜଙ୍ଗ, ଏରସମା, କେନ୍ଦ୍ରାପଡା ଜିଲ୍ଲାର କୈବର୍ତ୍ତ ମାନଙ୍କୁ ନେଇ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା ।

  • ଜଳେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ସହ ଜଳିଗଲା ଡ୍ରାଇଭର

    ଜଳେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ସହ ଜଳିଗଲା ଡ୍ରାଇଭର

    ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଳେଶ୍ୱର ଦେଇ ପଶ୍ଚିମବଙ୍ଗରୁ ତାମିଲନାଡୁ ଆଡକୁ ଦ୍ରୁତ ଗତିରେ ଯାଉଥିବା ଚା’ ବୋଝେଇ କଣ୍ଟେନର ଭାରସାମ୍ଯ ହରାଇ ଲକ୍ଷ୍ମଣ ନାଥ ଟୋଲପ୍ଲାଜାରେ ଥିବା ପକ୍କା ଡିଭାଇଡର ଉପରକୁ ଚଢି ଯାଇ ଟୋଲ ପ୍ଲାଜାର କେବିନକୁ ଜୋରରେ ଧକ୍କା ଦେଇ କଣ୍ଟେନରଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା । କେବିନ ମଧ୍ୟରେ ଥିବା ଟୋଲ କର୍ମଚାରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କଣ୍ଟେନରରେ ଥିବା ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲେ । କଣ୍ଟେନର ସହ ହେଲପର ମଧ୍ଯ ଜଳି ଯାଇ ଥିବା ସନ୍ଦେହ କରାଯାଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଟ୍ରକରେ ହେଲ୍ପର ନ ଥିଲେ ।

    ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ, ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଡିଜେଲ ଟାଙ୍କି ଫାଟି ସେଥିରୁ ଡିଜେଲ ଲିଙ୍କ ହୋଇ ଗାଡ଼ିରେ ନିଆଁ ଲାଗିଯାଇଥିଲା ଗାଡ଼ିରେ ନିଆଁ ଲାଗିବ ଫଳରେ ଟାୟାର ଫାଟିବାରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା

    ପ୍ରାୟ ଏକ ଘଣ୍ଟାର ଅପରେଶନ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା ବେଳେ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି। ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକମାନେ କହୁଥିଲା ବେଳେ ପୋଲିସର ତଦନ୍ତ ପରେ ସମସ୍ତ ସତ୍ୟତା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

    — ଜଳେଶ୍ବରରୁ ଚନ୍ଦନ କୁମାର ଜେନାଙ୍କ ରିପୋର୍ଟ, Suchanatv24x7

  • ଶବ ଭଳି ଉଠାଇ ନେଇ ୟୁନିଅନ ଅଫିସରେ ୫ ଘଣ୍ଟା ନିର୍ଯ୍ୟାତନା

    ଶବ ଭଳି ଉଠାଇ ନେଇ ୟୁନିଅନ ଅଫିସରେ ୫ ଘଣ୍ଟା ନିର୍ଯ୍ୟାତନା

    ଦିନ ଦ୍ବିପହରରେ ପାରାଦୀପ ବନ୍ଦରର ଜଣେ କର୍ମଚାରୀଙ୍କୁ ଉଠାଇନେଇ ଶ୍ରମିକ ୟୁନିଅନ ଭିତରେ ଦେଲେ ନିର୍ଯ୍ୟାତନା। ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅପହର୍ତ୍ତାଙ୍କ କବଳରେ ରହିଲେ କର୍ମଚାରୀ, ତାଙ୍କ ପତ୍ନୀ ଥାନାରେ ଏତଲା ଦେଲେ, ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ‘ଶୂନ’। ଘଟଣାକୁ ତିନିଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏତଲା ରେଜିଷ୍ଟ୍ରେସନ କରିନାହିଁ ପୋଲିସ। “ରାଜ୍ୟରେ ଏବେ ଆମର ବିଜେପି ସରକାର ଚାଲିଛି, ତେଣୁ କିଏ କ’ଣ କରିବ ଦେଖିବୁ”, ବୋଲି ଖୋଲାଖୋଲି ଧମକ ଦେଉଛନ୍ତି ଅପହର୍ତ୍ତା। ଜୋର ଜବରଦସ୍ତି ଦୁଇଜଣ ପିଲା ଦୁଇଟି କମ୍ପାନୀରେ କରୁଛନ୍ତି ଚାକିରି, ଯାହାକୁ ବିରୋଧ କରିବାରୁ ଜଣଙ୍କୁ ଉଠାଇ ନେଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେମାନେ ଦୁଇଜଣ ବନ୍ଦରର ଓଡ୍ରାଫ ଟିମ୍ ର ଷ୍ଟାଫ୍ ରହିବା ସହିତ ସିପଟେକ୍ ସଲ୍ୟୁସନ ପ୍ରାଇଭେଟ୍ ଲିଃ କମ୍ପାନୀ ମେରାଇନ ବିଭାଗରେ ମଧ୍ୟ ଚାକିରି କରିଛନ୍ତି।ପାରାଦ୍ଵୀପ ବନ୍ଦରର ନିୟମ ଅନୁଯାୟୀ ଗୋଟିଏ ଲୋକ ଗୋଟିଏ କମ୍ପାନୀ ଅଧିନରେ ବନ୍ଦରରେ କାର୍ଯ୍ୟ କରିପାରିବ।

    ଫଳରେ ପାରାଦ୍ଵୀପ ବନ୍ଦର ଏହି ସିପଟେକ୍ କମ୍ପାନୀର ଦୁଇଜଣ ଯୁବକଙ୍କ ଗେଟ୍ ପାସ୍ କୁ ବ୍ଲାକ୍ ଲିଷ୍ଟ କରିଥିଲା। ସେମାନେ ଏହି କମ୍ପାନୀ ସହିତ ଅନ୍ୟ କମ୍ପାନୀରେ ଚାକିରୀ କରୁଥିବା ପ୍ରମାଣ ମିଳିଥିଲା। ଯାହାକୁ ନେଇ ଉକ୍ତ ଯୁବକମାନେ ବ୍ରାଞ୍ଚ୍ ମୁଖ୍ୟ କୀର୍ତ୍ତିଚନ୍ଦ୍ର ଦାସଙ୍କୁ ଅପହରଣ କରି ଏକ ୟୁନିୟନ ଘରେ ନିର୍ଯ୍ୟାତନା ଦେଇଥିବା ଥାନାରେ ଅଭିଯୋଗ କରିଥିଲେ କୀର୍ତ୍ତି ଙ୍କ ସ୍ତ୍ରୀ ।

    ମାତ୍ର ପୋଲିସ ଏପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ କରୁନଥିବା କହିଛନ୍ତି କୀର୍ତ୍ତିଙ୍କ ସ୍ତ୍ରୀ। ଯଦି ତୁରନ୍ତ ଉକ୍ତ ଅସାମାଜିକ ଯୁବକଙ୍କୁ ଗିରଫ କରାନଯାଏ ତେବେ ଥାନା ସମ୍ମୁଖରେ ଧାରଣା ଦେବା ସହିତ ସପରିବାର ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି।

    ତେବେ, ଦେଖିବାକୁ ବାକିରହିଲା, ପାରାଦୀପ ବନ୍ଦରର ନିୟମ ବିରୁଦ୍ଧରେ ଏବଂ ଅପହରଣ ଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତଥିବା ଏହି ଯୁବକମାନଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ।