Blog

  • କୁଆଡେ ଗଲା ଟଙ୍କା ସବୁ ? ଖାଇଲା କିଏ ?

    କୁଆଡେ ଗଲା ଟଙ୍କା ସବୁ ? ଖାଇଲା କିଏ ?

    ପୂର୍ବ ସରକାରରେ ଚର୍ଚ୍ଚା ହେଉଥିଲା ବଗପାଟିଆ ଅଞ୍ଚଳର ଉର୍ନତି ହିଁ ସରକାରଙ୍କ ବଡ଼ ଲକ୍ଷ । କିନ୍ତୁ ଦଳର କିଛି ଅସାଧୁ କର୍ମଚାରୀ ଏବଂ କଣ୍ଟ୍ରାକ୍ଟର ଏହି ଅଞ୍ଚଳର ଉର୍ନତି କୁ ଦୁର୍ନୀତିରେ ପରିଣତ କରିଛନ୍ତି । ୨୦୨୦ ମସିହାରେ ବଗପାଟିଆ ମା ପଞ୍ଚୁ ବରାହୀ ନିକଟରେ ହୋଇଥିବା ବିଜୁ ଉଦ୍ୟାନ ପାଇଁ ଚାଳିଶରୁ ପଚାଶ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା ,ସେହି ଟଙ୍କାକୁ କଣ୍ଟ୍ରାକ୍ଟର,ମନ୍ତ୍ରୀ ଯନ୍ତ୍ରୀ ଓ ଠିକାଦାର ମାନେ ମିଶି ସଠିକ ଢଙ୍ଗରେ କାମ ନକରି ସବୁକିଛି ହରିଲୁଟ୍ କରିନେଲେ । ଏବେ ଏହି ଉଦ୍ୟାନ ପାଲଟିଛି ଛେଳି ଗୋରୁ ମଇଁଷିଙ୍କ ଚରିବା ସ୍ଥାନ ।ଚାରିପଟୁ ମୁକୁଳା ହୋଇ ପଡିରହିଛି ଉକ୍ତ ଉଦ୍ୟାନ ଟି । ଖାଲି ସେତିକି ନୁହେଁ ଏହି ଉଦ୍ୟାନ ପାଇଁ ଆସିଥିବା ମ୍ୟାଟ୍ରିଆଲ ଟଙ୍କା ମଧ୍ୟ ବାବୁମାନଙ୍କ ପକେଟ୍ରେ ।ଏହି ଉଦ୍ଯାନଟିକୁ ଦେଖିଲେ ଆପଣମାନେ ବି କହିବେ ସତରେ କଣ ଏଥିରେ ଚାଳିଶରୁ ପଚାଶ ଲକ୍ଷ ଟଙ୍କା ବ୍ୟୟ ହୋଇଛି ?

    ଇଏ ହେଉଛି ବଗପାଟିଆ ବିଜୁ ଉଦ୍ୟାନରେ ହୋଇଥିବା ଦୁର୍ନୀତି କଥା । କିନ୍ତୁ ଆଦର୍ଶ କଲନି ନାଁରେ ହୋଇଥିବା ଦୁର୍ନୀତି ସବୁ ସୀମା ପାର କରିଯାଇଛି । ଚଳିତ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ସର୍ବେସର୍ବା ବୋଲାଉଥିବା ଭିକେ ପାଣ୍ଡିଆନ ବଗପାଟିଆ ଗସ୍ତରେ ଆସି ଆଦର୍ଶ କଲୋନି କରିବା ପାଇଁ ୨୩ କୋଟି ଟଙ୍କାର ଅନୁଦାନ କରିଥିଲେ , ବର୍ତ୍ତମାନ ସେହି୨୩ କୋଟି ଟଙ୍କାରୁ ଦଶ କୋଟି ଟଙ୍କା ଡ୍ରେନେଜ ଓ ଅନ୍ୟ କାର୍ଯ୍ୟ ପାଇଁ ବ୍ୟୟ ହୋଇସାରିଥିବା ବେଳେ ଆଉ ୧୩ କୋଟି ଟଙ୍କା ପଡି ରହିଛି , କିନ୍ତୁ ବଗପାଟିଆବାସୀଙ୍କର ଏପର୍ଯ୍ୟନ୍ତ ସେହି୨୩ କୋଟି ଟଙ୍କାରେ କୌଣସି ଉର୍ନତି ହୋଇନାହିଁ । ଏବେବି ବଗପାଟିଆବାସୀ ବିକାଶ ଠାରୁ ବହୁ ଦୂରରେ ଅଛନ୍ତି। ପୂର୍ବ ବିଜେଡି ସରକାରଙ୍କ ଏହି ଅଞ୍ଚଳକୁ ରୋଲ ମଡେଲ କରିବାର ଲକ୍ଷ କେବଳ ଲକ୍ଷରେ ହିଁ ରହିଗଲା । ବିକାଶ ନାଁରେ ବିଜେଡିର ନେତା ମନ୍ତ୍ରୀ ଯନ୍ତ୍ରୀ ଓ କଣ୍ଟ୍ରାକ୍ଟର କରିଛନ୍ତି ଦୁର୍ନୀତି । ସବୁଠାରୁ ବଡ ପ୍ରଶ୍ନ ହେଲା ବର୍ତ୍ତମାନର ସରକାର ଏହି ଅଞ୍ଚଳଅଧିବାସୀ ଉର୍ନତି ନାମରେ ହୋଇଥିବା କୋଟିକୋଟି ଟଙ୍କାର ଦୁର୍ନୀତିର ତଦନ୍ତ କରିବେ ନା ଏହାକୁ ଛାଡି ଦେବେ ତାହା ଦେଖିବାକୁ ବାକି ରହିଲା

  • ସହାୟତା ଅପେକ୍ଷାରେ ପରିବାର, କାହା ପାଇଁ ସରକାରୀ ଯୋଜନା?

    ସହାୟତା ଅପେକ୍ଷାରେ ପରିବାର, କାହା ପାଇଁ ସରକାରୀ ଯୋଜନା?

    ନାଁ ଟିକିନା, ବୟସ ୨୪ ବର୍ଷ , ବାପଙ୍କ ନାମ ବାବୁଲି ନାଏକେ । ଏହି ପରିବାରର ଦୁଃଖ କହିଲେ ନ ସରେ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନନ୍ଦୀନି କୋଲୋନିରେ ରହୁଥିବା ଟିକିନା ରୋଗରେ ପିଡିତ । ତାଙ୍କ ମୁଣ୍ଡ ବଡ ହେତୁ ତାଙ୍କୁ ଅନେକ ସମୟରେ ହଇରାଣ ହେବାକୁ ପଡୁଛି । ଘରେ ତିନି ପ୍ରାଣି କୁଟୁମ୍ବ ଚଳୁଥିବା ବେଳେ ଚିକିନାଙ୍କ ବାପା ମଧ୍ୟ ପାରାଲିସସରେ ଆକ୍ରାନ୍ତ । ତେବେ ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଉଛି ସରକାରଙ୍କର ମାଳ ମାଳ ଯୋଯନା ହେଲେ ଯୋଯନା ସବୁ କାହାପାଇଁ ।

    ଆଜି ଯାଏଁ ଏହି ପରିବାରକୁ କୈଣସି ପ୍ରକାର ସୁବିଧା ମିଳିପାରିନାହିଁ । ବାରମ୍ବାର ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ଫଳ ସୁନ । ଏମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ । ରାତିହେଲେ ଗୋଟିଏ ବାରଣ୍ଡାରେ ସୋଇରହୁଛନ୍ତି ଏହି ତିନି ପ୍ରାଣି । ସନ୍ଧ୍ଯା ହେଲେ ହାତୀର ଭୟ ମଧ୍ଯ ଘାରୁଛି । ତେବେ ଉକ୍ତ ପରିବାର ନୂତନ କରି ଆସିଥିବା ସରକାରଙ୍କୁ ଏମାନଙ୍କ ଦୁଃଖ ବୁଝିବା ପାଇଁ ଆକୂଳ ନିବେଦନ କରିଛନ୍ତି ।

  • କଂଗ୍ରେସ ସଂଗଠନରେ ହୋଇପାରେ ପରିବର୍ତ୍ତନ! CWC ବୈଠକରେ ରାହୁଲ ଗାନ୍ଧୀ କହିଲେ-ଖଡ଼ଗେଜୀ,ଚାବୁକ …

    କଂଗ୍ରେସ ସଂଗଠନରେ ହୋଇପାରେ ପରିବର୍ତ୍ତନ! CWC ବୈଠକରେ ରାହୁଲ ଗାନ୍ଧୀ କହିଲେ-ଖଡ଼ଗେଜୀ,ଚାବୁକ …

    ବିଧାନସଭା ନିର୍ବାଚନରେ ​​ବିଫଳତା ପରେ ଡକାଯାଇଥିବା କଂଗ୍ରେସ ୱାର୍କିଂ କମିଟିରେ ସଂଗଠନ ଉପରେ ଆଲୋଚନା ହୋଇଥିଲା ଏବଂ ନିର୍ବାଚନ ଆୟୋଗର ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ଇଭିଏମ୍ ସମେତ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିବା ନେଇ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଦଳ ଘୋଷଣା କରିଛି।

    ଏହା ବ୍ୟତୀତ ସଂଗଠନର ଉନ୍ନତି ପାଇଁ କଡା ପଦକ୍ଷେପ ନିଆଯିବା ଉଚିତ ବୋଲି କୁହାଯାଇଥିଲା। ସୂଚନାନୁସାରେ, ରାହୁଲ ଗାନ୍ଧୀ ଉତ୍ତରଦାୟିତ୍ୱକୁ ଦୃଷ୍ଟିରେ ରଖି ଜବାବ ଦେବାକୁ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମଧ୍ୟ କହିଛନ୍ତି।

    ସୂଚନାନୁସାରେ, ବୈଠକରେ ରାହୁଲ ଗାନ୍ଧୀ ନେତାମାନଙ୍କୁ ଧର୍ଯ୍ୟ ଓ ଚେଷ୍ଟା ନ ହରାଇବାକୁ ନିବେଦନ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କେବଳ ଇଭିଏମ୍ ପ୍ରଶ୍ନବାଚୀ ନୁହେଁ, ସମଗ୍ର ନିର୍ବାଚନ ବ୍ୟବସ୍ଥା ସନ୍ଦେହ ଘେରରେ ରହିଛି ଏବଂ ନିର୍ବାଚନ ଆୟୋଗ ନିରପେକ୍ଷ ଭୂମିକା ଗ୍ରହଣ କରୁନାହାଁନ୍ତି।

    CWC ବୈଠକରେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦଳଗତତା ଏବଂ ଶୃଙ୍ଖଳା ସମ୍ବନ୍ଧରେ ପରାମର୍ଶ ଦେଇଥିଲେ। ମଲ୍ଲିକାର୍ଜୁନ ଖାର୍ଗେ ସଂଗଠନରେ କଠୋର ନିଷ୍ପତ୍ତି ଏବଂ ପରିବର୍ତ୍ତନ ବିଷୟରେ କହିଥିଲେ। ବୈଠକରେ ଏକ ମଜାଦାର ଘଟଣା ଘଟିଥିଲା ​​ଯେତେବେଳେ ମଲ୍ଲିକାର୍ଜୁନ୍ ଖାର୍ଗ ନିର୍ବାଚନର ଉତ୍ତରଦାୟିତ୍ୱରେ ବିଳମ୍ବ ଏବଂ ସଂଗଠନର ନିଷ୍ପତ୍ତି ବିଷୟରେ କହିଥିଲେ ଯେ ସିଷ୍ଟମ ଠିକ୍ କରିବା ପାଇଁ ମୋତେ ଚାବୁକ ବ୍ୟବହାର କରିବାକୁ ପଡିବ। ସମର୍ଥନରେ ରାହୁଲ ଗାନ୍ଧୀ ତୁରନ୍ତ କହିଥିଲେ, ଖାର୍ଜ ଜୀ, ଚାବୁକ ବ୍ୟବହାର କର!

    ଏଥି ସହିତ କଂଗ୍ରେସ CWC ପ୍ରସ୍ତାବରେ ନିର୍ବାଚନ ଆୟୋଗକୁ ସମାଲୋଚନା କରିଛି କିନ୍ତୁ ଇଭିଏମ୍ ବନାମ ବାଲାଟ୍ ସମ୍ପର୍କରେ ସ୍ପଷ୍ଟ ମତ ପ୍ରକାଶ କରି ନାହିଁ। କିଛି ଦିନ ପୂର୍ବରୁ କଂଗ୍ରେସ ସଭାପତି ଖାର୍ଗେ କହିଥିଲେ ଯେ ଆମେ ଭୋଟ୍ ମାଧ୍ୟମରେ ନିର୍ବାଚନ ଚାହୁଁ। ଏହି ବୈଠକରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଇଭିଏମ୍ କିମ୍ବା ବାଲାଟ୍ ସମ୍ପର୍କରେ ଦଳର ଆଭିମୁଖ୍ୟ ସ୍ପଷ୍ଟ ହେବା ଉଚିତ୍। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ କଂଗ୍ରେସର ପ୍ରଦର୍ଶନ ନିରାଶାଜନକ ହୋଇଛି। ନିର୍ବାଚନରେ ​​ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଗତ ୧୦ ବର୍ଷ ଧରି ଦିଲ୍ଲୀ ସରକାର ପ୍ରତ୍ୟେକ କ୍ଷେତ୍ରରେ ଲୋକଙ୍କ ପାଇଁ କାର୍ଯ୍ୟ କରିଆସୁଛି । ଏଥିପାଇଁ ପଲିସି ମଧ୍ୟ ଅଣାଯାଉଛି ଯାହା ଦ୍ଵାରା ଦିଲ୍ଲୀ ଏକ ଆଧୁନିକ ସହର ହୋଇପାରିବ। ଆତିଶୀ କହିଛନ୍ତି, “ଅନ୍ୟ ରାଜନୈତିକ ଦଳ ଅରବିନ୍ଦ କେଜ୍ରିୱାଲଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଏବଂ ଏହି କାରଣରୁ ଦିଲ୍ଲୀରେ କରାଯାଉଥିବା କାର୍ଯ୍ୟରେ ମଧ୍ୟ ପ୍ରଭାବିତ ହୋଇଛି। ସେମାନେ କେଜ୍ରିୱାଲଙ୍କୁ ଜେଲକୁ ପଠାଇଛନ୍ତି ଏବଂ ଇଭି ପଲିସି, ପେନ୍‌ସନ୍‌ ଯୋଜନା ସମେତ ଅନେକ କାର୍ଯ୍ୟକାରୀ ବନ୍ଦ ରହିଛି । ଆଜି ଆମ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

    ଇଭି ପକ୍ରିୟା ପୁଣି ଥରେ ଦିଲ୍ଲୀରେ ଆରମ୍ଭ ହେଉଛି। ୨୦୧୯-୨୦ ରେ ଇଭି ଯାନଗୁଡିକ ୪ ପ୍ରତିଶତରୁ କମ୍ ଥିଲା କିନ୍ତୁ ୨୦୨୩-୨୪ ରେ ଏହା ୧୨ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ବର୍ତ୍ତମାନ ଦେଶରେ ସର୍ବାଧିକ | କିନ୍ତୁ କେଜ୍ରିୱାଲଙ୍କୁ ଜେଲ ପଠାଯିବା ହେତୁ ଇଭି ସବସିଡି ନୀତିର କାର୍ଯ୍ୟକାରିତା ବନ୍ଦ ହୋଇଯାଇଥିଲା। ଏହା ବର୍ତ୍ତମାନ ପୁନଃ କାର୍ଯ୍ୟକାରୀ ହୋଇଛି | ଏହି କାରଣରୁ,୧ ଜାନୁଆରୀ ୨୦୨୪ ପରେ ଯିଏ ଇଭି ଗାଡି କିଣିଛି, ତାଙ୍କୁ ଏହି ନୀତି ଅନୁଯାୟୀ ସବସିଡି ଦିଆଯିବ | ଆହୁରି ମଧ୍ୟ, ବର୍ତ୍ତମାନ ଯିଏ ଏକ ଇଭି ଗାଡି ଚାହୁଁଛି, ସେ ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ, ଏହା ଉପରେ ରୋଡ୍ ଟ୍ୟାକ୍ସ ଛାଡ ଦିଆଯିବ |

    ବ୍ୟବସାୟ ଆରମ୍ଭ କରିବା ପାଇଁ ଦିଲ୍ଲୀ ସରକାର ଏସସି / ଏସଟି / ଦିବ୍ୟାଙ୍ଗ ଆଦିଙ୍କୁ କିଛି ଋଣ ଦିଅନ୍ତି କିନ୍ତୁ ଷଡଯନ୍ତ୍ର କରି ଏହାକୁ ମଧ୍ୟ ବନ୍ଦ କରିଦିଆଗଲା। କିନ୍ତୁ ଆଜି ନିଷ୍ପତ୍ତି ନିଆଯାଇଛି ଯେ ଏହି ନିଗମକୁ ୧୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ (ସେମାନେ ଜାନୁଆରୀ-ଫେବୃଆରୀ ମାସରୁ ଦରମା ପାଇବା ଆରମ୍ଭ କରିବେ)।

    ଗୁରୁ ନାନକ ଚକ୍ଷୁ ହସ୍ପିଟାଲରେ ଅପ୍ଟୋମେଟ୍ରି ଟ୍ରେନିଂ ୱିଙ୍ଗ ଆରମ୍ଭ ହେବ ଯେଉଁଥିରେ ୪ ବର୍ଷର ସ୍ନାତକ କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ହେବ |

    ଦିଲ୍ଲୀର ପ୍ରଶାନ୍ତ ବିହାରରେ ହୋଇଥିବା ବିସ୍ଫୋରଣରେ ଆତିଶି କହିଛନ୍ତି ଯେ ଗତ ମାସରେ ମଧ୍ୟ ଏକ CRPF ବିଦ୍ୟାଳୟ ନିକଟରେ ଏକ ବିସ୍ଫୋରଣ ହୋଇଥିଲା ​​ଏବଂ ନିକଟ ଅତୀତରେ ଏଭଳି ଘଟଣା ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବା ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ଅଟେ।

    ଆୟୁଷ୍ମାନ ଯୋଜନା ଏବଂ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ଆତିଶି କହିଛନ୍ତି ଯେ ଦିଲ୍ଲୀ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି କିନ୍ତୁ ଉଭୟ ଯୋଜନା ମଧ୍ୟରେ ଦ୍ୱନ୍ଦ୍ୱ ରହିଛି। ଏହି କାରଣରୁ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ମାମଲା ଚାଲିଛି। ଆୟୁଷ୍ମାନ ଯୋଜନାରେ ଅନେକ ଏକସ୍କଲୁଜନ ଅଛି ଯାହା ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ ନାହିଁ। ଏଭଳି ପରିସ୍ଥିତିରେ ଏହାକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ହେଉଛି ଯେ ଦିଲ୍ଲୀ ସରକାର ସରକାରୀ ଡାକ୍ତରଖାନାରେ ଏହି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି, ତେଣୁ ଆୟୁଷ୍ମାନ ଯୋଜନାରେ ଥିବା ବ୍ୟତିକ୍ରମକୁ ହଟାଇ କାର୍ଯ୍ୟକାରୀ କରାଯାଉ କାରଣ ଆମ ଲୋକଙ୍କୁ ମିଳୁଥିବା ମାଗଣା ସୁବିଧାକୁ ହଟାଇବାକୁ ଚାହୁଁନାହୁଁ ।

    ଇଭି ପକ୍ରିୟା ପୁଣି ଥରେ ଦିଲ୍ଲୀରେ ଆରମ୍ଭ ହେଉଛି। ୨୦୧୯-୨୦ ରେ ଇଭି ଯାନଗୁଡିକ ୪ ପ୍ରତିଶତରୁ କମ୍ ଥିଲା କିନ୍ତୁ ୨୦୨୩-୨୪ ରେ ଏହା ୧୨ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ବର୍ତ୍ତମାନ ଦେଶରେ ସର୍ବାଧିକ | କିନ୍ତୁ କେଜ୍ରିୱାଲଙ୍କୁ ଜେଲ ପଠାଯିବା ହେତୁ ଇଭି ସବସିଡି ନୀତିର କାର୍ଯ୍ୟକାରିତା ବନ୍ଦ ହୋଇଯାଇଥିଲା। ଏହା ବର୍ତ୍ତମାନ ପୁନଃ କାର୍ଯ୍ୟକାରୀ ହୋଇଛି | ଏହି କାରଣରୁ,୧ ଜାନୁଆରୀ ୨୦୨୪ ପରେ ଯିଏ ଇଭି ଗାଡି କିଣିଛି, ତାଙ୍କୁ ଏହି ନୀତି ଅନୁଯାୟୀ ସବସିଡି ଦିଆଯିବ | ଆହୁରି ମଧ୍ୟ, ବର୍ତ୍ତମାନ ଯିଏ ଏକ ଇଭି ଗାଡି ଚାହୁଁଛି, ସେ ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ, ଏହା ଉପରେ ରୋଡ୍ ଟ୍ୟାକ୍ସ ଛାଡ ଦିଆଯିବ |

    ବ୍ୟବସାୟ ଆରମ୍ଭ କରିବା ପାଇଁ ଦିଲ୍ଲୀ ସରକାର ଏସସି / ଏସଟି / ଦିବ୍ୟାଙ୍ଗ ଆଦିଙ୍କୁ କିଛି ଋଣ ଦିଅନ୍ତି କିନ୍ତୁ ଷଡଯନ୍ତ୍ର କରି ଏହାକୁ ମଧ୍ୟ ବନ୍ଦ କରିଦିଆଗଲା। କିନ୍ତୁ ଆଜି ନିଷ୍ପତ୍ତି ନିଆଯାଇଛି ଯେ ଏହି ନିଗମକୁ ୧୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ (ସେମାନେ ଜାନୁଆରୀ-ଫେବୃଆରୀ ମାସରୁ ଦରମା ପାଇବା ଆରମ୍ଭ କରିବେ)।

    ଗୁରୁ ନାନକ ଚକ୍ଷୁ ହସ୍ପିଟାଲରେ ଅପ୍ଟୋମେଟ୍ରି ଟ୍ରେନିଂ ୱିଙ୍ଗ ଆରମ୍ଭ ହେବ ଯେଉଁଥିରେ ୪ ବର୍ଷର ସ୍ନାତକ କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ହେବ |

    ଦିଲ୍ଲୀର ପ୍ରଶାନ୍ତ ବିହାରରେ ହୋଇଥିବା ବିସ୍ଫୋରଣରେ ଆତିଶି କହିଛନ୍ତି ଯେ ଗତ ମାସରେ ମଧ୍ୟ ଏକ CRPF ବିଦ୍ୟାଳୟ ନିକଟରେ ଏକ ବିସ୍ଫୋରଣ ହୋଇଥିଲା ​​ଏବଂ ନିକଟ ଅତୀତରେ ଏଭଳି ଘଟଣା ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବା ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ଅଟେ।

    ଆୟୁଷ୍ମାନ ଯୋଜନା ଏବଂ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ଆତିଶି କହିଛନ୍ତି ଯେ ଦିଲ୍ଲୀ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି କିନ୍ତୁ ଉଭୟ ଯୋଜନା ମଧ୍ୟରେ ଦ୍ୱନ୍ଦ୍ୱ ରହିଛି। ଏହି କାରଣରୁ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ମାମଲା ଚାଲିଛି। ଆୟୁଷ୍ମାନ ଯୋଜନାରେ ଅନେକ ଏକସ୍କଲୁଜନ ଅଛି ଯାହା ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ ନାହିଁ। ଏଭଳି ପରିସ୍ଥିତିରେ ଏହାକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ହେଉଛି ଯେ ଦିଲ୍ଲୀ ସରକାର ସରକାରୀ ଡାକ୍ତରଖାନାରେ ଏହି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି, ତେଣୁ ଆୟୁଷ୍ମାନ ଯୋଜନାରେ ଥିବା ବ୍ୟତିକ୍ରମକୁ ହଟାଇ କାର୍ଯ୍ୟକାରୀ କରାଯାଉ କାରଣ ଆମ ଲୋକଙ୍କୁ ମିଳୁଥିବା ମାଗଣା ସୁବିଧାକୁ ହଟାଇବାକୁ ଚାହୁଁନାହୁଁ ।

  • ପାରାଦ୍ଵୀପ ଅଞ୍ଚଳରୁ ୨ ଲକ୍ଷ ଟଙ୍କାର ଧଳା ଜହର ଜବତ,କେଉଁଠୁ ଆସୁଛି ଏ ଜହର?

    ପାରାଦ୍ଵୀପ ଅଞ୍ଚଳରୁ ୨ ଲକ୍ଷ ଟଙ୍କାର ଧଳା ଜହର ଜବତ,କେଉଁଠୁ ଆସୁଛି ଏ ଜହର?

    ଜଗତସିଂହପୁର ଓ ପାରାଦ୍ଵୀପ ଥାନା ଅଞ୍ଚଳରୁ ପାଖାପାଖି ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦ୍ଗାତା। ପାରାଦ୍ଵୀପ ଆଦର୍ଶ ଥାନା ଅଧିନ କେବିନ ମାର୍କେଟ ନିକଟ ମୁଣ୍ଡା ପଡା ରୁ ସଞ୍ଜୟ ପୋଦାର ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସଞ୍ଜୟ ଏକ ବାଇକରେ ଯାଉଥିବା ବେଳେ ତାକୁ ପୋଲିସ ଅଟକାଇ ଯାଞ୍ଚ କରିବାରୁ ତା ନିକଟରୁ ୧୧.୯୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା।‌ ପୋଲିସ ବାଇକ୍ କୁ ଜବତ କରିବା ସହିତ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

    ସେହିପରି ଜଗତସିଂହପୁର ଥାନା ଅଞ୍ଚଳରୁ ୧୦.୨୫ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କୁ ବ୍ରାଉନ ସୁଗାର ଯୋଗାଉଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଜଗତସିଂହପୁର ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନିଆଯିବ ବୋଲି ଏସପି ପାରାଦ୍ଵୀପ ଆଦର୍ଶ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

  • ସୀମାରେ ଅଟକିଲା ଆଳୁ ଗାଡ଼ି, ହୋଇପାରେ ଆଳୁ ସଙ୍କଟ,ଚିନ୍ତାରେ ରାଜ୍ୟ ସରକାର

    ସୀମାରେ ଅଟକିଲା ଆଳୁ ଗାଡ଼ି, ହୋଇପାରେ ଆଳୁ ସଙ୍କଟ,ଚିନ୍ତାରେ ରାଜ୍ୟ ସରକାର

    ପୁଣି ଓଡିଶା ସୀମାରେ ଅଟକିଲା ଆଳୁ ବୋଝେଇ ଟ୍ରକ। ପଶ୍ଚିମବଙ୍ଗ ବେଲଦାରେ ଶତାଧିକ ଆଳୁ ଟ୍ରକ ଅଟକି ରହିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରୁ ଆଳୁ ଟ୍ର ଗୁଡିକ ଅଟକି ରହିଛି । ଗାଡିକୁ ଜଗି ରହିଛନ୍ତି ପଶ୍ଚିମବଗଂ ପୋଲିସ ।ଗତ କାଲି ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବାନ୍ନାରେ ଗୁରୁତ୍ୱ ପୁର୍ଣ ବୈଠକ ଡାକି ଥିଲେ ।ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେବା ପରେ ବଙ୍ଗ ପ୍ରଶାସନ କାର୍ଯ୍ୟ ନୁଷ୍ଠାନ ଆରମ୍ଭ କରିଛି।

    ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଞ୍ଚ କରାଯାଇଛି। ଯେଉଁ କାରଣରୁ ଆନ୍ତ ରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ ଚାଲାଣ ବନ୍ଦ କରାଯାଇଛି । କାରଣ ଦିନକୁ ଦିନ ବଜାରରେ ଆଳୁ ଏବଂ ପିଆଜ ମୂଲ୍ୟରେ ବୃଦ୍ଧିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପଶ୍ଚିମବଗଂ ର ବେଲଦା ପାଖରେ ଶତାଧିକ ଗାଡି ଅଟକ ରଖା ଯାଇଛି ।

    ରାଜ୍ୟରେ ଆଳୁର ମୂଲ୍ୟ ହ୍ରାସ ନହେବାରୁ ରାଜ୍ୟରେ ଉତ୍ପାଦିତ ଆଳୁକୁ ଗ୍ରାହକଙ୍କୁ ଅଧିକ ମୂଲ୍ୟରେ କିଣିବାକୁ ପଡୁଛି। ତେଣୁ ଆଳୁ ଦର ହ୍ରାସ ପାଇଁ , ପଶ୍ଚିମ ବଙ୍ଗ ସରକାର ଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି। ପଶ୍ଚିମ ବଙ୍ଗ ବିଭିନ୍ନ ଅଞ୍ଚଳରେ, ବେଲଦା ପୋଲିସ୍ ଷ୍ଟେସନର ଶ୍ୟାମପୁରା ଜାତୀୟ ରାଜପଥ, ଦାନ୍ତୁନ ପୋଲିସ୍ ଷ୍ଟେସନର ବାମନପୁକୁର ଏବଂ ସୋନାକୋନିଆ ପୋଲିସ୍ ନାକା ଚେକ୍ ପୋଷ୍ଟ ଖରାଗପୁର ଅତିରିକ୍ତ ପୋଲିସ୍ ଅଧୀକ୍ଷକ ସନ୍ଦୀପ ସେନ୍, ବେଲଦାର ଏସଡିପିଓ ରିପନ୍ ବଲ୍ ଚନ୍ଦ୍ରକୋନାରୁ ଆଳୁ ଟ୍ରକ ଗୁଡିକ ଓଡିଶା ଯାଉଥିବାବେଳେ ଆଳୁରେ ଭର୍ତ୍ତି ହୋଇଥିବା ଟ୍ରକ ଗୁଡ଼ିକୁ ପୁନର୍ବାର ପଶ୍ଚିମ ବଙ୍ଗ ଚନ୍ଦ୍ରକୋନାକୁ ପଠାଯାଇଥିଲା ।

  • ବେଧଡକ ଚାଲିଛି ଚୋରା ବାଲି ଚାଲାଣ,ସବୁ ଜାଣି ଚୁପ ବସିଛି ପ୍ରଶାସନ

    ବେଧଡକ ଚାଲିଛି ଚୋରା ବାଲି ଚାଲାଣ,ସବୁ ଜାଣି ଚୁପ ବସିଛି ପ୍ରଶାସନ

    ଯାଜପୁର ଜିଲ୍ଲା ଦାନଗଦି ବ୍ଲକରେ ଚାଲିଛି ବାଲି ଚୋରା ଚାଲାଣ । ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ । ପ୍ରତିଦିନ ମେସିନ ସାହାଯ୍ୟରେ ବେନିୟମ ଭାବେ ପଙ୍କପାଳ ଦୁଇ ନମ୍ବର ଘାଟ ଓ ଖପୁରିଆପଦାରୁ ସହ ସହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ପ୍ରଶାସନ କାହିଁକି ନିରବଦ୍ରଷ୍ଟା ସାଜିଛି ଓ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଛି ତାହା ସାଧାରଣରେ ପ୍ରସ୍ନବାଚୀ ସୃଷ୍ଟି କରିଛି ।

    ସରକାର ଚୋରା ଲଘୁ ଖଣିଜ ଦ୍ରବ୍ୟ ଉପରେ କଡା ନଜର ରଖିବା ପାଇଁ ନିର୍ଦେଶ ଦେଉଥିବା ବେଳେ ଯାଜପୁର ରେ ଏହାକୁ କେହି ଏହା ଉପରେ ଧ୍ଯାନ ଦେଉନଥିବା ଅଭିଯୋଗ ହୋଇଛି । ପ୍ରଶାସନର ହାତ ବାରିସୀ ସାଝିଛନ୍ତି ବାଲିମାଫିଆ । ମାସିକିଆ ଚାନ୍ଦା ଦେଇ ପ୍ରଶାସନର ମୁହଁ କୁ ବାଲି ମାଫିଆ ମାନେ ବନ୍ଦ କରୁଥିବାକୁ ନେଇ ମଧ୍ଯ ଅନେକ ସମୟରେ ଚର୍ଚ୍ଚା ହୁଏ ।ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିରବ କାହିଁକି ?

    କାହିଁକି ପ୍ରଶାସନ ଏଠି କାଚ କଣ୍ଢେଇ ପରି ବସି ରହିଛି ? ସମସ୍ତେ ନିଜ ନିଜ ଉପରୁ ଦୋଷ ଛଡାଇବାରେ ବ୍ୟସ୍ତ । ତହସିଲଦାର ଙ୍କୁ କହିଲେ ସେ କହୁଛନ୍ତି ଡ଼ିଡ଼ିଏମ ଙ୍କୁ କୁହ । ଡ଼ିଡ଼ିଏମ ଙ୍କୁ କହିଲେ ସେ କହୁଛନ୍ତି ତହସିଲଦାର ଙ୍କୁ କୁହ । ସାଧାରଣ ଜନତା ଗୁହାରି କରିବେ କାହାକୁ ? ଶୁଣିବ କିଏ? ଏଠି ସରକାର ଙ୍କ ଯେଉଁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ଵ ହାନି ହେଉଛି ସେଥିପାଇଁ ଦାୟୀ କିଏ ?

    ଏସବୁ ଭିତରେ ଦେଖିବାକୁ ବାକି ରହିଲା କେବେ ଯାଜପୁର ଜିଲ୍ଲାପାଳ ଓ ରାଜ୍ୟ ଖଣି ବିଭାଗ ର ଏହି ଘାଟ ଉପରେ ଦୃଷ୍ଟି ପଡୁଛି ଓ ବାଲି ଚୋରା ଚାଲାଣ ଉପରେ ରୋକ ଲାଗୁଛି ।

  • ଦଶ ଏକର ଧାନ ନିଆଁରେ ପୋଡ଼ି ପାଉଶଁ

    ଦଶ ଏକର ଧାନ ନିଆଁରେ ପୋଡ଼ି ପାଉଶଁ

    ବରଗଡ଼ ପଦ୍ମପୁରରେ ଅଭାବନୀୟ ଘଟଣା । ଅମଳ ହୋଇ ଥିବା ୧୦ ଏକର ଧାନ ଫସଲରେ ଲାଗିଗଲା ନିଆଁ । ନିଆଁରେ ସମ୍ପୁର୍ଣ୍ଣ ଧ୍ବସଂ ହୋଇଗଲା ସବୁ ଫସଲ । । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବିରଜାମ୍ ଗାଁର ଚାଷୀ ନିର ମେହେରଙ୍କ ବର୍ଷକ ଯାକର କଷ୍ଟ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଛି।ଗତ କାଲି ବିଳମ୍ବିତ ରାତିରେ କେହି ଦୃବୃତ୍ତ ନିଆଁ ଲଗେଇ ଦେଇଥିବା ସନ୍ଦେହ କରାଯାଉଛି । ଧାର କରଜ କରି ବହୁ ପରିଶ୍ରମ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ମେଲଛାମୁଣ୍ଡା ପୋଲିସ ଏବଂ ବିଜେପୁର ଦମକଳ ବାହନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବାକୁ ୨ ଘଣ୍ଟାର ସମୟ ଲାଗିଥିଲା ବିଳମ୍ବ କାରଣରୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା ଯାହା ଫଳରେ ଜନ ସାଧାରଣଙ୍କ ବିରୋଧର ସମ୍ମୁଖିନ ହୋଇଛନ୍ତି ।

  • କଣ ମହିଳାମାଙ୍କ ପାଇଁ ସୁରକ୍ଷିତ ନୁହେଁ କି ସେମାନଙ୍କ ଘର,କ’ଣ କହୁଛି ମିଳିତ ଜାତିସଂଘର ରିପୋର୍ଟ?

    କଣ ମହିଳାମାଙ୍କ ପାଇଁ ସୁରକ୍ଷିତ ନୁହେଁ କି ସେମାନଙ୍କ ଘର,କ’ଣ କହୁଛି ମିଳିତ ଜାତିସଂଘର ରିପୋର୍ଟ?

    ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ୨୦୨୩ ମସିହାରେ ୫୧ ହଜାରରୁ ଅଧିକ ମହିଳାଙ୍କୁ ହତ୍ୟା ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀ କରିଛନ୍ତି । ରିପୋର୍ଟ ଅନୁଯାୟୀ ଗତ ବର୍ଷ ପ୍ରତିଦିନ ହାରାହାରି ୧୪୦ ଜଣ ମହିଳାଙ୍କୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀ ହତ୍ୟା କରିଛନ୍ତି ।ଏହାର ଗୋଟିଏ ବର୍ଷ ପୂର୍ବରୁ ୨୦୨୨ ମସିହାରେ ସାରା ବିଶ୍ୱରେ ଏହି ଭଳି ପ୍ରାୟ ୪୯ ହଜାର ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏଭଳି ହତ୍ୟାକାଣ୍ଡ ଆଫ୍ରିକୀୟ ଦେଶଗୁଡିକରେ ସର୍ବାଧିକ ସଂଖ୍ୟା ରେକର୍ଡ କରାଯାଇଛି । ତା’ପରେ ଏସିଆର ନମ୍ବର । ରିପୋର୍ଟରେ କୁହାଯାଇଛି ଯେ ମହିଳା ଏବଂ ବାଳିକାମାନଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ସ୍ଥାନ ପାଲଟିଛି ସେମାନଙ୍କ ଘର । ଏହି ରିପୋର୍ଟ ପ୍ରସ୍ତୁତ କରୁଥିବା ବିଶେଷଜ୍ଞମାନେ ୧୧୨ ଦେଶରୁ ପ୍ରାପ୍ତ ତଥ୍ୟକୁ ବିଶ୍ଳେଷଣ କରିଛନ୍ତି।

    ମିଳିତ ଜାତିସଂଘର ସଂସ୍ଥା ଉନାଇଟେଡ ନେସନ ଅଫିସ ଅନ୍ ଡ୍ରଗ୍ସ ଆଣ୍ଡ କ୍ରାଇମ ଏବଂ ଉଏଏନ ବୁମଏନ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ଅନୁଯାୟୀ ୨୦୨୩ ମସିହାରେ ସମଗ୍ର ବିଶ୍ୱରେ ପ୍ରାୟ ୮୫ ହଜାର ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏଥିମଧ୍ୟରୁ ପ୍ରାୟ୬୦ ପ୍ରତିଶତ ହତ୍ୟାକାଣ୍ଡ ପରିବାର ସଦସ୍ୟ କିମ୍ବା ସେମାନଙ୍କ ସହଯୋଗୀ କରିଥିଲେ। ଏହାର ଅର୍ଥ ହେଉଛି ପ୍ରତ୍ୟେକ ଦିନ ପ୍ରାୟ ୧୪୦ ମହିଳାଙ୍କୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀ ହତ୍ୟା କରିଥିଲେ।

    ଏଭଳି ହତ୍ୟାକାଣ୍ଡ ମଧ୍ୟରୁ ଆଫ୍ରିକୀୟ ଦେଶଗୁଡିକରେ ପ୍ରାୟ ୨୧ ହଜାର ୭୦୦ ହତ୍ୟାକାଣ୍ଡ ରେକର୍ଡ କରାଯାଇଥିଲା | ଏହି ଭଳି ହତ୍ୟାରେ ଆଫ୍ରିକା ଦେଶ ବିଶ୍ବରେ ପ୍ରଥମ | ଏସିଆରେ ଏଭଳି ହତ୍ୟାକାଣ୍ଡ ସାଢେ ୧୮ ହଜାର ରେକର୍ଡ କରାଯାଇଛି | ଏହା ଛଡା ଆମେରିକା ରେ ଆଠ ହଜାର ତିନିଶହ,ୟୁରୋପ ରେ ୨୩ ଶହ ଏବଂ ତିନି ଶହ ହତ୍ୟା ରେକର୍ଡ ହୋଇଛି ୟୁରୋପରେ ୨୩ ଶହ ଏବଂ ଏସୀୟ ଦେଶଗୁଡିକରେ ୩୦୦ ରେକର୍ଡ କରାଯାଇଛି |

    ଅନ୍ୟପକ୍ଷରେ ଯଦି ଆମେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ହୋଇଥିବା ହତ୍ୟାକାଣ୍ଡର ପାର୍ଥକ୍ୟକୁ ଦେଖିବା ତେବେ କେବଳ ୧୧.୮ ପ୍ରତିଶତ ପୁରୁଷଙ୍କୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସହଯୋଗୀମାନେ ହତ୍ୟା କରିଛନ୍ତି କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୬୦.୨ ପ୍ରତିଶତ ଅଟେ।

  • ଆଜି ସଂସଦରେ ଶୀତ ଅଧିବେଶନର ଚତୁର୍ଥ ଦିନ, ଆଦାନୀ ଏବଂ ସମ୍ୱଲ ପ୍ରସଙ୍ଗରେ ପୁନର୍ବାର ଉତ୍ତେଜନା ହେବାର ସମ୍ଭାବନା, ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

    ଆଜି ସଂସଦରେ ଶୀତ ଅଧିବେଶନର ଚତୁର୍ଥ ଦିନ, ଆଦାନୀ ଏବଂ ସମ୍ୱଲ ପ୍ରସଙ୍ଗରେ ପୁନର୍ବାର ଉତ୍ତେଜନା ହେବାର ସମ୍ଭାବନା, ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

    ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ଗୁରୁବାର କହିଛନ୍ତି ଯେ ୱାକଫ ସଂଶୋଧନ ବିଲ୍ ଉପରେ ମିଳିତ ସଂସଦୀୟ କମିଟିର କାର୍ଯ୍ୟକାଳ ବୃଦ୍ଧି କରାଯିବା ଉଚିତ କାରଣ ଯଦି ଏହା ଶୀଘ୍ର ଉପସ୍ଥାପିତ ହୁଏ ତେବେ ରିପୋର୍ଟ ଅସମ୍ପୂର୍ଣ୍ଣ ରହିବ। ସେ କହିଛନ୍ତି ଯେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ସମୟ ଲାଗିଥାଏ ଏବଂ ଜେପିସିର କାର୍ଯ୍ୟକାଳ ବୃଦ୍ଧି କରିବା ଉପଯୁକ୍ତ ହେବ।

    ରାଜ୍ୟସଭାରେ ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କଂଗ୍ରେସ ସାଂସଦ ଡକ୍ଟର ସୟଦ ନାସିର ହୁସେନ୍ ନିୟମ ୨୬୭ ଅନୁଯାୟୀ ସ୍ଥଗିତାଦେଶ ଦେଇଛନ୍ତି। ଅନେକ ବିରୋଧୀ ସାଂସଦ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି।

    କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଦିଲ୍ଲୀର ବାସଭବନରୁ ସଂସଦ ଯାଇଥିଲେ। କଂଗ୍ରେସ ସମର୍ଥକମାନେ ତାଙ୍କୁ ଫୁଲ ଗୁଛ ଦେଇ ସ୍ୱାଗତ କରିଥିଲେ । ସେ ଆଜି ଲୋକସଭାରେ ସାଂସଦ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

    କଂଗ୍ରେସ ସାଂସଦ ରଣଦୀପ ସୁରଜେୱାଲା ଆଦାନୀ ପ୍ରସଙ୍ଗରେ ଆଲୋଚନା ପାଇଁ ନିୟମ ୨୬୭ ଅନୁଯାୟୀ ରାଜ୍ୟସଭାରେ ସ୍ଥଗିତ ନୋଟିସ ଦେଇଛନ୍ତି।

    ଆଦାନୀ ପ୍ରସଙ୍ଗରେ ନିୟମ୨୬୭ ଅନୁଯାୟୀ AAP ସାଂସଦ ସଞ୍ଜୟ ସିଂ ରାଜ୍ୟସଭାରେ ସ୍ଥଗିତ ନୋଟିସ ଦେଇଛନ୍ତି।