Blog

  • ଦେବେନ୍ଦ୍ର ଫଡନାଭିସ୍ ଆଜି ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ

    ଦେବେନ୍ଦ୍ର ଫଡନାଭିସ୍ ଆଜି ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ

    ଆଜି ମହାରାଷ୍ଟ୍ରରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି। ଏହି ସମାରୋହରେ ଭେଟେରାନ୍ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ସସପେନ୍ସ ଶେଷ ହେବା ପରେ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ଉପରେ ଥିବା ସନ୍ଦେହ ମଧ୍ୟ ଶେଷ ହୋଇଯାଇଛି। ସୂଚନାନୁସାରେ, ଏକନାଥ ସିନ୍ଦେ ଶେଷରେ ରାଜି ହୋଇଛନ୍ତି। ସେ ଗୁରୁବାର ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏକନାଥ ସିନ୍ଦେଙ୍କୁ ସରକାରରେ ଯୋଗଦେବାକୁ ଅନୁରୋଧ କରିଥିଲେ। ସିନ୍ଦେ ନିଷ୍ପତ୍ତି ନେବାକୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିନ୍ଦେ ଡେପୁଟି ମୁଖ୍ୟମନ୍ତ୍ରୀ ହେବାକୁ ରାଜି ତ ହୋଇଛନ୍ତି। କିନ୍ତୁ, ସେ ଗୃହ ମନ୍ତ୍ରଣାଳୟକୁ ନେଇ ଜିଦ୍ ଧରିଛନ୍ତି। ଏହା ବ୍ୟତୀତ, ଆହୁରି ଅନେକ ବିଭାଗ ଅଛି ଯାହା ସିନ୍ଦେ ନିଜ ସହିତ ରଖିବାକୁ ଚାହୁଁଛନ୍ତି |

    ବୁଧବାର କ୍ରମାଗତ ଦ୍ୱିତୀୟ ଦିନ ଥିଲା ଯେତେବଳେ ଫଡନାଭିସ୍ ବର୍ଷାରେ ସିନ୍ଦେଙ୍କୁ ଭେଟିଥିଲେ, ପ୍ରଥମେ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବରେ ମହାୟୁତି ସରକାରରେ ଯୋଗଦେବାକୁ ଏବଂ କ୍ଷମତାରେ ଭାଗିଦାରୀ ଫରମୁଲାକୁ ଅନ୍ତିମ ବଣ୍ଟନ ସୂତ୍ର ଚୂଡ଼ାନ୍ତ ରୂପକୁ ଦେବାପାଇଁ ସାକ୍ଷାତ କରିଥିଲେ । ସୂଚନା ଅନୁଯାୟୀ, ବୈଠକ ୩୦ମିନିଟରୁ ଅଧିକ ସମୟ ଧରି ଚାଲିଥିଲା।

  • ଭାରତ ଏବଂ ପ୍ରଧାନମନ୍ତ୍ରୀଙ୍କ ଫ୍ୟାନ ହେଲେ ପୁଟିନ

    ଭାରତ ଏବଂ ପ୍ରଧାନମନ୍ତ୍ରୀଙ୍କ ଫ୍ୟାନ ହେଲେ ପୁଟିନ

    ପୁଣି ଥରେ ଭାରତର ଚର୍ଚ୍ଚା ହୋଇଛି ପୁରା ବିଶ୍ୱରେ । ଏଥର ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ ବିଶେଷ କରି ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ (SMEs) ପାଇଁ ସ୍ଥାୟୀ ପରିସ୍ଥିତି ସୃଷ୍ଟି ପାଇଁ ସେମାନଙ୍କ ଉଦ୍ୟମ ପାଇଁ ସେ ଭାରତ ସରକାର ଏବଂ ଏହାର ନେତୃତ୍ୱକୁ ପ୍ରଶଂସା କରିଥିଲେ |

    ବୁଧବାର (ଡିସେମ୍ବର ୪ , ୨୦୨୪) ମସ୍କୋରେ VTB ନିବେଶ ଫୋରମ୍ କୁ ସମ୍ବୋଧିତ କରି ଭ୍ଲାଡିମିର୍ ପୁଟିନ୍ ଋଷର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଏବଂ ଭାରତରେ “ମେକ୍ ଇନ୍ ଇଣ୍ଡିଆ” ପଦକ୍ଷେପ ଏବଂ ଋଷ ମଧ୍ୟରେ ସମାନତା ଆଙ୍କିଛନ୍ତି।

    ପୁଟିନ ଏହା ମଧ୍ୟ କହିଛନ୍ତି ଯେ ଭାରତର ନେତୃତ୍ୱ ଏହାର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ନୀତି ଉପରେ ଧ୍ୟାନ ଦେଇଛନ୍ତି। ରୁଷ ରାଷ୍ଟ୍ରପତି କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଧ୍ୟ ମେକ୍ ଇନ୍ ଇଣ୍ଡିଆ ନାମକ ଏକ କାର୍ଯ୍ୟକ୍ରମ ରହିଛି। ଆମେ ମଧ୍ୟ ଭାରତରେ ଆମର ଉତ୍ପାଦନ ବିନ୍ଦୁ ସୃଷ୍ଟି କରିବାକୁ ପ୍ରସ୍ତୁତ। ଭାରତର ପ୍ରଧାନମନ୍ତ୍ରୀ ସ୍ଥିର ପରିସ୍ଥିତି ସୃଷ୍ଟି କରୁଛନ୍ତି ଏବଂ ଏହାର କାରଣ ହେଉଛି ଆମେ ଅନୁସରଣ କରୁଥିବା ଭାରତୀୟ ନେତୃତ୍ୱ ଭାରତକୁ ପ୍ରାଥମିକତା ଦେବାର ନୀତି ଏବଂ ଆମେ ବିଶ୍ୱାସ କରୁ ଯେ ଭାରତରେ ପୁଞ୍ଜି ବିନିଯୋଗ ଲାଭଦାୟକ ଅଟେ।

    କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ବ୍ରିକ୍ସ ପରିବର୍ତ୍ତନ ପରିପ୍ରେକ୍ଷୀରେ ଋଷର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ଏବଂ ବ୍ରିକ୍ସ + ଦେଶରେ SME ଗୁଡ଼ିକର ଆରାମଦାୟକ ବ୍ୟବହାର ପାଇଁ ତ୍ୱରିତ ବିବାଦର ସମାଧାନ ପ୍ଲାଟଫର୍ମର ଆବଶ୍ୟକତା ଉପରେ ପୁଟିନ ଗୁରୁତ୍ୱାରୋପ କରିଛନ୍ତି। ବଜାର ଛାଡିଥିବା ପାଶ୍ଚାତ୍ୟ ବ୍ରାଣ୍ଡଗୁଡିକର ସ୍ଥାନ ନେଉଥିବା ନୂତନ ଋଷିଆ ବ୍ରାଣ୍ଡର ଉଦୟକୁ ସେ ଉଲ୍ଲେଖ କରିଛନ୍ତି ଏବଂ ଉପଭୋକ୍ତା ସାମଗ୍ରୀ, ଆଇଟି, ଉଚ୍ଚ-ବୈଷୟିକ ତଥା କୃଷି ଭଳି କ୍ଷେତ୍ରରେ ଋଷର ଉତ୍ପାଦକଙ୍କ ସଫଳତାକୁ ସୂଚାଇ ଦେଇଛନ୍ତି।

  • ଆଉ ଛଡ଼ାଯିବନି ବାଲି ମାଫିଆଙ୍କୁ, ଥାନା ଅଧିକାରୀଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

    ଆଉ ଛଡ଼ାଯିବନି ବାଲି ମାଫିଆଙ୍କୁ, ଥାନା ଅଧିକାରୀଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

    କେନ୍ଦୁଝର ଜିଲ୍ଲା ଘଷିପୁରା ରେ ଦିନ କୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟପର୍ଯ୍ୟସ୍ତ୍ ହେଉଥିବା ଦେଖିବାକୁ ମିଳିଛି। ଦୁଇ ଦିନ ତଳେ ଖଣି ଅଧିକାରୀଙ୍କୁ ବାଲି ମାଫିଆ ମାନେ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଥିଲା।ସେ ବିଷୟ ରେ ଶ୍ରୀ ପଟ୍ଟନାୟକ ଘଷିପୁରା ଥାନା ଅଧୀକାରି ଙ୍କୁ ପଚାରି ବୁଝିବା ସହ ଦୋଷୀ ଙ୍କ ବିରୁଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।ଥାନା ଅଧିକାରୀ ଶ୍ରୀ ରମାକାନ୍ତ ସାଇ କହିଥିଲେ ଯେ ୬ ଜଣ ଙ୍କୁ ଗିରଫ କରାଯାଇଛି ଏବଂ ଖୁବଶିଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ।ସେହିପରି ବିଭିନ୍ନ ପଞ୍ଚାୟତ ରେ କିପରି ଗୋଟେ ନିର୍ଦ୍ଦିଷ୍ଟ ନେତା କବଜା କରି ପଞ୍ଚାୟତ କାର୍ଯ୍ୟ ରେ ବାଧା ଦେଉଛି ,ସେ ବିଷୟ ରେ ଘଷିପୁରା ବିଡ଼ିଓ ଓ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଶ୍ରୀ ପଟ୍ଟନାୟକ। ଖାଳିଆମେଣ୍ଟା ପଞ୍ଚାୟତ ର ସରପଞ୍ଚ ପଞ୍ଚାୟତ ର ବିଭିନ୍ନ ସମସ୍ୟା ପାଇଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଆତ୍ମାହୁତି ଦେବେ ବୋଲି ବିଗତ ଦିନରେ କହିଥିଲେ।

    ଆଜି ସେ ସବୁ ସମସ୍ୟା ମଧ୍ୟ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଉଭୟ ବିଡ଼ିଓ ବିନିତା ବିଜୟିନୀ ଓ ଉପଜିଲ୍ଲାପାଳ ଫାଲଗୁନି ମାଝୀ। ଖଲଣା ଓ ଅଳତି ପଞ୍ଚାୟତ ର ମଧ୍ୟ ପ୍ରତ୍ୟେକଟି କାର୍ଯ୍ୟ କୁ ବ୍ଲକ ଅଧ୍ୟକ୍ଷା ଜାଣିଶୁଣି କରାଇ ଦେଉ ନଥିବା ଅଭିଯୋଗ ହୋଇଥିଲା। ସାଇଁକୁଳ ରେ କିଭଳି ସରପଞ୍ଚ ଙ୍କ ସ୍ବାମୀ ବିଭାସ୍ ନାୟକ ଦାଦାଗିରି କରୁଛନ୍ତି ସେ ବିଷୟ ରେ ମଧ୍ୟ ଅଭିଯୋଗ ହୋଇଥିଲା।ସମସ୍ତ ତିନି ଜଣ ଅଧିକାରୀ ଙ୍କୁ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଘଷିପୁରା ରେ ଯେଉଁଭଳି ଶାସନ ଚାଲିଥିଲା ସେସବୁ ଆପଣ ମାନଙ୍କ ଦ୍ଵାରା ପରିବର୍ତ୍ତନ ହେବ ଓ ଶାନ୍ତି ର ଘସିପୁରା ହେବ ବୋଲି ଆଶା ଅଛି ଏବଂ ସମସ୍ତ ଅଧିକାରୀ ମାନେ କୌଣସି ରାଜନୈତିକ ବ୍ୟକ୍ତି ଙ୍କ ଚାପ ରେ କାର୍ଯ୍ୟ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଶ୍ରୀ ପଟ୍ଟନାୟକ ଙ୍କ ସହ ଉପସ୍ଥିତି ଥିଲେ ସମାଜସେବୀ ରତି କାନ୍ତ ବରାଳ,ମନ୍ମଥ ରାଉତ,ସଦାଶିବ ନାୟକ,ସରପଞ୍ଚ ବୃନ୍ଦାବନ ଜେନା,ବିପିନ ମାଝୀ, ଟିକନ୍ ମାଝୀ,ବ୍ରହ୍ମା ସାମଲ ,ସବ୍ୟସାଚୀ ଶିଆଲ,ବିଭୁ ଚକ୍ର ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ସାଥିରେ ଆସିଥିଲେ ।

  • ନୌସେନା ଦିବସ: ଆଜି କେମିତି ଯିବେ ପୁରୀ, ଜାଣନ୍ତୁ ପୋଲିସ ତରଫରୁ ଟ୍ରାଫିକ ନିର୍ଦ୍ଧେଶାବଳୀ

    ନୌସେନା ଦିବସ: ଆଜି କେମିତି ଯିବେ ପୁରୀ, ଜାଣନ୍ତୁ ପୋଲିସ ତରଫରୁ ଟ୍ରାଫିକ ନିର୍ଦ୍ଧେଶାବଳୀ

    ଆଜି ଭାରତୀୟ ନୌସେନା ଦିବସ । ଜାତୀୟସ୍ତରରେ ଏହି ପର୍ବ ପ୍ରଥମ ଥର ପାଇଁ ପୁରୀ ସମୁଦ୍ର କୂଳରେ ଆୟୋଜନ କରାଯାଇଛି। ନୌସେନା ଦିବସରେ ପୁରୀ ସମୁଦ୍ରର ଅଞ୍ଚଳ ଜଳରାଶିରେ ନୌସେନା ସେମାନଙ୍କର ଅପୂର୍ବ ବୀରତ୍ୱ ଓ ରଣ କୌଶଳ ପ୍ରଦର୍ଶନ କରିବେ।

    ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଉଥିବାରୁ ପୁରୀ ସହର ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ନୌସେନା ଦିବସ ଓ ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ମଙ୍ଗଳବାର ପୁରୀ ପୌରପାଳିକାର ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାସହ, ପୁରୀରେ ସମ୍ଭାବ୍ୟ ଭିଡ଼କୁ ନିୟନ୍ତିତ କରିବାକୁ ପୁରୀ ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେଣୁ, ଏ ସମ୍ପର୍କରେ , ପୁରୀ ଯାଉଥିବା ବ୍ୟକ୍ତିମାନଙ୍କର ସୁବିଧା ପାଇଁ ପୁରୀ ପୋଲିସ ତରଫରୁ ଟ୍ରାଫିକ ନିର୍ଦ୍ଧେଶାବଳୀ ମଧ୍ୟ ଜାରି କରାଯାଇଛି ।

    ସୂଚନା ଅନୁସାରେ, ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଭାରତୀୟ ନୌସେନାର ଜଲସା, ଆଇଏନ୍‌ଏସ୍‌ ଶକ୍ତି, ଆଇଏନ୍‌ଏସ୍‌ ସର୍ୟୁ, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍‌ଏସ୍‌ ଦିଲ୍ଲୀ, ଆଇଏନ୍‌ଏସ୍‌ ସାତପୁରା , ଆଇଏନ୍‌ଏସ୍‌ ଅରିହନ୍ତ, ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍‌ଏସ୍‌-୬୦ ହେଲିକପ୍ଟର ପ୍ରମୁଖ ନେଭି ଡେ’ ଉତ୍ସବରେ ନିଜର ପରାକ୍ରମ ଦେଖାଇବେ ।

  • ଚର୍ଚ୍ଚାରେ ଜେଜେ,ସାଜିଲେ ନାତୁଣୀର ଭିଲେନ

    ଚର୍ଚ୍ଚାରେ ଜେଜେ,ସାଜିଲେ ନାତୁଣୀର ଭିଲେନ

    ପୁଣି ଜଣେ ବୁଢା ଜେଜେର କଳା କାରନାମା କୁ ନେଇ କେନ୍ଦ୍ରାପଡାରେ ଚର୍ଚ୍ଚା । ଘରେ କେହି ନଥିବାର ସୁଯୋଗ ନେଇ ନାତୁଣୀ ସହ ଦୁଷ୍କର୍ମ ଉଦ୍ୟମ । ସୁଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ବାସିନ୍ଦା ୬୩ ବର୍ଷୀୟ ବଟକୃଷ୍ଣ ସାହୁଙ୍କ ନାଁରେ ଅ।ସିଛି ସଂଗୀନ ଅଭିଯୋଗ। ବଟକୃଷ୍ଣ ଜନୈକ ନଅ ବର୍ଷର ନାବାଳିକାଙ୍କ ଘରେ ବାପ-ମା’ ନଥିବା ଜାଣି ଝିଅକୁ ଶାଗ ମାଗିଥିଲେ । ଝିଅଟି ମା’ ନାହିଁ ଦେଇ ପାରିବିନି ବୋଲି କହି ସଫା ସଫା ମନା କରିବା ପରେ ଚତୁର ବଟକୃଷ୍ଣ ତତ୍ କ୍ଷଣାତ୍ ଅ।ଉ ଏକ ସୁତ୍ର ଅ।ପଣେଇଲା । ଝିଅଟିକୁ ପାଣି ପିଇବାକୁ ମାଗିଥିଲା …. ଝିଅ ଘର ଭିତରକୁ ଯାଇ ପାଣି ଆଣିବା ସମୟରେ ବଟକୃଷ୍ଣ ଘର ଭିତରକୁ ଜୋର ଜବରଦସ୍ତ ପଶିଯାଇ ଦାଣ୍ଡ କବାଟ ବନ୍ଦ୍ କରି ଦେଲା । ନାବାଳିକା ଜଣକ ବଟକୃଷ୍ଣ କବଳରୁ ନିଜକୁ ବଂଚାଇବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଜଣକ ଜୋର ଜବର ଦସ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲା ।

    ଏନେଇ, ଗାଁ ଲୋକେ ବଟକୃଷ୍ଣଙ୍କୁ ପଚାରିବାରୁ ସେ ସିଧା ମନା କରିଥିଲା ।ଏହାପରେ ପିଡିତା ନାବାଳିକାର ମା’ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଂଚି ବଟକୃଷ୍ଣ ସାହୁଙ୍କୁ ଗିରଫ କରିଛି । ନାବାଳିକା ଝିଅର ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ବଟକୃଷ୍ଣର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ବଟକୃଷ୍ଣଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ପିଡିତା ପରିବାର । ଅନ୍ୟପଟେ, ଅଭିଯୁକ୍ତ କହିଛନ୍ତି ମୁଁ କିଛି ଖରାପ କାର୍ଯ୍ୟ କରିନି ମୋ ନାତୁଣୀ ହିସାବରେ ମଜାରେ ମୁଁ ତାସହ ଲାଗିଥିଲି ।

    ତେବେ ଦର୍ଶକ ବନ୍ଧୁ, ଅ।ମ ସମାଜରେ ହୁ ହୁ ହୋଇ ବଢିବାରେ ଲାଗିଛି ମହିଳାଙ୍କ ଉପରେ ହିଂସା । କିଏ ଜଳି ପୋଡି ପାଉଁଶ ହୋଇ ଯାଉଛି ତ ଅ।ଉ କିଏ ଜୀବନ ସାରା ଜଳି ଜଳି ଜିଇଁବାକୁ ସଂଘର୍ଷ କରୁଛି । ଏ ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଉପରେ ଘରୋଇ ହିଂସା ଯେପରୀ ବ୍ୟାଧୀ ଭଳି ବ୍ୟାପିବାରେ ଲାଗିଛି , ସେହିପରି କୋମଳ ମୋତି ଶିଶୁଙ୍କୁ ମଧ୍ୟ ନିଜ ପ୍ରିୟ ଜନଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେବାକୁ ପଡିଛି ।

    ତେବେ ଅ।ଗାମୀର ପୀଢି, ଏ ନିଷ୍ପାପ ଶିଶୁମାନଙ୍କ ଅଜାଣରେ ହେଉଥିବା ଦୁଷ୍କର୍ମ କିମ୍ବ ଦୁଷ୍କର୍ମ ଭଳି ଅଚରଣ ପଦର୍ଶନ କରୁଥିବା ମଣିଷ ରୂପୀ ରାକ୍ଷସଙ୍କ ବିରୋଧରେ ସ୍ବର ଉଠାନ୍ତୁ । ନିରିହ ନିଷ୍ପାପ ଶିଶୁଙ୍କ ଜୀବନ ବଞ୍ଚାନ୍ତୁ ।

  • ସୁଖବୀର ସିଂହ ବାଦଲଙ୍କୁ ମରଣାତ୍ମକ ଆକ୍ରମଣ, ଅମୃତସରର ସ୍ଵର୍ଣ ମନ୍ଦିରରେ ଫୁଟିଲା ଗୁଳି

    ସୁଖବୀର ସିଂହ ବାଦଲଙ୍କୁ ମରଣାତ୍ମକ ଆକ୍ରମଣ, ଅମୃତସରର ସ୍ଵର୍ଣ ମନ୍ଦିରରେ ଫୁଟିଲା ଗୁଳି

    ପଞ୍ଜାବର ଅମୃତସରର ସ୍ଵର୍ଣ ମନ୍ଦିର ପରିସରରେ ଫୁଟିଲା ଗୁଳି, ଯେଉଁଠାରେ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ସହିତ ଶିରୋମଣି ଅକାଳି ଦଳର ନେତା ଶ୍ରୀ ଅକଲ ତାଖତ ସାହିବଙ୍କ ଦ୍ୱାରା ଘୋଷିତ ଧାର୍ମିକ ଅନୁତାପର ଅଂଶ ଭାବରେ ଡିସେମ୍ବର ୨ରେ ‘ସେବା’ କରୁଥିଲେ। ଏହି ଗୁଳିକାଣ୍ଡରୁ ସୁଖବୀର ସିଂହ ବାଦଲ ଅଳ୍ପକେ ବଞ୍ଚି ଯାଇଛନ୍ତି । ଆପଣଙ୍କୁ କହିରଖୁ ଯେ ପୂର୍ବତନ ଆତଙ୍କବାଦୀ ନାରାୟଣ ସିଂହ ସୁଖବୀର ସିଂହ ବାଦଲଙ୍କୁ ଗୁଳି କରିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ସୁରକ୍ଷା କର୍ମୀମାଙ୍କ ସତର୍କତା ପ୍ରଦର୍ଶନ ହିଁ ନାରାୟଣ ସିଂହଙ୍କୁ କାବୁ କରିଥିଲା ।

    ଏହି ଘଟଣା ସମ୍ପର୍କରେ ଏଡିସିପି ହରପାଲ ସିଂ କହିଛନ୍ତି ଯେ ଏଠାରେ ଦୃଢ଼ ସୁରକ୍ଷାର ବ୍ୟବସ୍ଥା ରହିଛି। ଏହା ପୂର୍ବରୁ ସୁଖବୀର ସିଂହ ବାଦଲଙ୍କୁ ସୂଚିତ କରାଯାଇଥିଲା। ମୁଁ ସକାଳ ସାତଟାରେ ଏଠାକୁ ଆସିଯାଇଥିଲି | ନାରାୟଣ ସିଂହ (ଆକ୍ରମଣକାରୀ) ଗତକାଲି ମଧ୍ୟ ଏଠାରେ ଥିଲା, ଏହାପୂର୍ବରୁ ସେ ଗୁରୁଦ୍ୱାର ପ୍ରଣାମ କରିବାକୁ ଯାଇଥିଲା । ଏହା ପରେ ସେ ବାହାରକୁ ଆସି ଗୁଳି ଚଳାଇଥିଲା, କିନ୍ତୁ ସେ ସିଧା ଏଥିପାଇଁ ଗୁଳି ଚଳାଇପାରିନଥିଲା କାହିଁକିନା ସେଠାରେ ଆମ ସୈନିକମାନେ ଉପସ୍ଥିତ ଥିଲେ । ଗୁଳିକାଣ୍ଡରେ କାହାର କିଛି କ୍ଷତି ଘଟିନାହିଁ ।

    ସୂଚନା ଅନୁଯାୟୀ ଯେ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଶ୍ରୀ ଅକାଲ ତଖତ ସାହିବଙ୍କ ଦ୍ୱାରା ଦିଆ ଯାଇଥିବା ଦଣ୍ଡକୁ ଭୋଗିବା ପାଇଁ ସୁବର୍ଣ୍ଣ ମନ୍ଦିର ପରିସରରେ ପହଞ୍ଚିଛନ୍ତି। ମଙ୍ଗଳବାର ଦିନ ମଧ୍ୟ ସେ ସକାଳ ୯ ଟାରୁ ୧୨ଟା ପର୍ଯ୍ୟନ୍ତ ସୁବର୍ଣ୍ଣ ମନ୍ଦିରରେ ରହିଥିଲେ। ପ୍ରାୟ ଏକ ଘଣ୍ଟା ଧରି ସେ ସେବକଙ୍କ ପୋଷାକ ପିନ୍ଧି ଏବଂ ବର୍ଚ୍ଛା ଧରି ଘଣ୍ଟା ଘର ବାହାରେ ଚଉକିଦାରୀ କରିଥିଲେ । ପରେ ସେ ଏକ ଘଣ୍ଟା କିର୍ତ୍ତନ ଶୁଣିଥିଲେ ଏବଂ ଶେଷରେ ପରିତ୍ୟକ୍ତ ବାସନକୁ ସଫା କରିଥିଲେ |

    ତାଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂହ ଏବଂ ସୁଖଦେବ ସିଂହ ଧିନ୍ଦସା ମଧ୍ୟ ଅଇଁଠା ବାସନ ସବୁ ସଫା କରିଥିଲେ। ସେହି ସମୟରେ ଦଳର ନେତା ଡାକ୍ତର. ଦଲଜିତ ସିଂ , ସୁରଜିତ ସିଂ , ପ୍ରେମ ସିଂ , ମହେଶ ଇନ୍ଦର ଶୌଚାଳୟ ସଫା କରିଥିଲେ। ସୁଖବୀର ସିଂ ବାଦଲଙ୍କୁ ମଧ୍ୟ ଶୌଚାଳୟ ସଫା କରିବାର ଦଣ୍ଡ ଦିଆଯାଇଥିଲା କିନ୍ତୁ ଗୋଡ ଫ୍ରାକ୍ଚର ହେତୁ ଏଥିରୁ ତାଙ୍କୁ ମୁକ୍ତ କରାଯାଇଥିଲା ।

  • ବ୍ରିଜ୍‌ରେ ଝୁଲିଲା ‘ଲକ୍ଷ୍ମୀ’ ବସ, ଟଳିଲା ବଡ଼ ଅଘଟଣ

    ବ୍ରିଜ୍‌ରେ ଝୁଲିଲା ‘ଲକ୍ଷ୍ମୀ’ ବସ, ଟଳିଲା ବଡ଼ ଅଘଟଣ

    ଓଭର ବ୍ରିଜ ଉପରୁ ତଳକୁ ଖସିଲା ଲକ୍ଷ୍ମୀ ବସ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଫାଣ୍ଡି ଛକରେ |ଫାଣ୍ଡି ଛକ ଓଭର ବ୍ରିଜ୍‌ରେ ‘ଲକ୍ଷ୍ମୀ’ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରିଜ୍‌ ସାଇଡ୍ ୱାଲ୍‌କୁ ଧକ୍କା ଦେଇ ତଳକୁ ଝୁଲି ରହିଛି ବସ୍ । ବସ୍‌ରେ କେହି ଯାତ୍ରୀ ନଥିବାରୁ ବଡ଼ ଅଘଟଣ ଟଳିଛି । ବସର ଗୋଟିଏ ପାର୍ଶ୍ବ ବ୍ରିଜରେ ଲାଗି ରହିଥିବା ବେଳେ ଆଗ ଭାଗ ତଳେ ଥିବା ଦୋକାନରେ ଅଟକି ରହିଥିଲା । ବ୍ରିଜ ତଳେ ଫାଣ୍ଡି ଛକରେ ଦୋକାନ ବଜାର ବନ୍ଦ୍ ହୋଇସାରିଥିବାରୁ ସୌଭାଗ୍ୟ ବଶତଃ କାହାରି ମୃତ୍ୟୁ ହୋଇନାହିଁ । ଦୁର୍ଘଟଣାରେ ବ୍ରିଜର ଗଢ଼ୁଆଲ କଂକ୍ରିଟ ପିଲର ଭାଙ୍ଗିଯାଇଛି। ବିଦୁତ୍ ତାର ଛିଣ୍ଡି ପଡ଼ିଛି । ବିଳମ୍ବିତ ରାତିରେ ବସକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ହାଇଡ୍ର। ଓ କ୍ରେନ୍ ସହାଯ୍ୟରେ ଉଦ୍ଧାର ପାଇଁ ବ୍ୟବହାର କରାଯାଉଛି ଓଭରବ୍ରିଜରେ ଝୁଲିଲା ଲକ୍ଷ୍ମୀ ବସ୍ ବାଲେଶ୍ୱର ଲକ୍ଷ୍ମୀ ବସ ଦୁର୍ଘଟଣା । ଯାତ୍ରୀଙ୍କୁ ଛାଡି ଫେରୁଥିବାବେଳେ ସହଦେବଖୁଣ୍ଟା ଓଭରବ୍ରିଜ ଉପରେ ଝୁଲିଗଲା ବସ୍ । ବିଳମ୍ବିତ ରାତିରେ ହେଲା ଉଦ୍ଧାର ହେଲା ବସ୍ । କେମିତି ହେଲା ଦୁର୍ଘଟଣା, ତଦନ୍ତ ଆରମ୍ଭ ।ଖବର ପାଇ ଅଗ୍ନିଶମ ବିଭାଗ, ପୁଲିସ, ପରିରବହନ ବିଭାଗ ଏବଂ ଓଡ୍ରାଫ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବାଲେଶ୍ଵର ଉପ-ଜିଲାପାଳ, ପରିବହନ ଅଧିକାରୀ ଓ ପୁଲିସ ଅଧିକାରୀ ପ୍ରମୁଖ ସେଠାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।

  • ଗୋରୁ ବୋଝେଇ ଟ୍ରକ ଜବତ, ପୋଲିସ ହାତରେ ଡ୍ରାଇଭର ବାବୁ, ଲୁଚିଥିଲା ପାଇଖାନା ଟାଙ୍କିରେ

    ଗୋରୁ ବୋଝେଇ ଟ୍ରକ ଜବତ, ପୋଲିସ ହାତରେ ଡ୍ରାଇଭର ବାବୁ, ଲୁଚିଥିଲା ପାଇଖାନା ଟାଙ୍କିରେ

    ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ବିଳମ୍ବିତ ରାତିରେ SP ମାଡକାର ସନ୍ଦୀପ ସମ୍ପଦଙ୍କ ନିର୍ଦ୍ଧେଶ କ୍ରମେ ବାସୁଦେବପୁର ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ, ଧାମରା ଜାମୁଝାଡି ରାସ୍ତାର ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ଛକ ନିକଟରୁ ଏକ ଗୋରୁ ବୋଝେଇ ୧୪-ଚକିଆ ଟ୍ରକକୁ ଜବତ କରାଯାଇଛି । ଏହା ସହିତ, ଗାଡିର ଡ୍ରାଇଭର ଓ ହେଲପରକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ବିଶେଷ ସୂତ୍ରରୁ ଭଦ୍ରକ SP ଖବର ପାଇଥିଲେ କି, ଚାନ୍ଦବାଲି ବ୍ଲକ ବାଂଶଡା ଆଞ୍ଚଳରୁ ଏକ ଟ୍ରକ ମାଧ୍ୟମରେ ପ୍ରାୟ ୪୦ ଗୋଟି ଗୋରୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି।

    SP ଙ୍କ ନିର୍ଦେଶ କ୍ରମେ ବାସୁଦେବପୁର ପୋଲିସ ବିଭିନ୍ନ ଜାଗାରେ ଜଗି ବସିଥିଲେ। ଟ୍ରକଟି ଦ୍ରୁତଗତିରେ ଖସି ପଳାଇ ଯାଉଥିବା ସମୟରେ ତା’ର ପିଛା କରିଥିଲା ପୁଲିସ । ହାଇସ୍କୁଲ ଛକ ନିକଟରେ ଗାଡିକୁ ଅଟକାଇ ତନଖିକରିବା ସମୟରେ ସେଥିରେ ଗୋରୁ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ତନଖି ସମୟ ମଧ୍ୟରେ ଟ୍ରକର ଡ୍ରାଇଭର କୌଶଳ କ୍ରମେ ଖସିଯାଇ ନିକଟସ୍ଥ ପଶୁଡାକ୍ତରଖାନା ମଧ୍ୟରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରେ ଲୁଚିଥିବା ଅବସ୍ଥାରେ ତାକୁ ଧରିଥିଲେ ପୁଲିସ । ଜବତ କରାଯାଇଥିବା ଟ୍ରକର ନଂ ହେଉଛି। OD04S-3311 ଟ୍ରକକୁ ପୋଲିସ ଥାନାରେ ଅଟକ ରଖିବା ସହିତ ସମସ୍ତ ଗୋରୁଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଶାଳାକୁ ପଠାଇ ଦିଆଯାଇଛି ।

  • ଧାନ ବିଲରୁ ମିଳିଲା ମୃତ ଦେହ, ହତ୍ୟା ସନ୍ଦେହ

    ଧାନ ବିଲରୁ ମିଳିଲା ମୃତ ଦେହ, ହତ୍ୟା ସନ୍ଦେହ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ସଦର ଥାନା ଅନ୍ତର୍ଗତ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା । ବିରେନ୍ଦ୍ର ମାଝି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ଶବ ଧାନ ବିଲରୁ ଚିହ୍ନଟ ହୋଇଥିଲା। ଘଟଣା ପ୍ରଘଟ ହେବା ମାତ୍ରେ ସଦର ପୋଲିଶ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ବିରେନ୍ଦ୍ରଙ୍କ ଘର ଠାରୁ ମାତ୍ର ୩ ଶହ ମିଟର ଦୂରରେ ତାଙ୍କ ଶବ ପଡ଼ିଥିବା ଓ ତାଙ୍କ ଡ଼ାହାଣ ଆଖି ରକ୍ତାକ୍ତ ହୋଇଥିବା ସାଧାରଣରେ ସନ୍ଧେହ ସୃଷ୍ଟି କରିଛି। ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

    ବିରେନ୍ଦ୍ରକୁ ଗତକାଲି ତାଙ୍କ ଟ୍ରାକ୍ଟର ମାଲିକ ୪ ହଜାର ଟଙ୍କା ଦେଇଥିବା କଥା ଟ୍ରାକ୍ଟର ମାଲିକ ପୋଲିଶ ନିକଟରେ କହିଛନ୍ତି । ତେବେ ବିରେନ୍ଦ୍ର ସହ ସୁନିଲ ନାଏକ ନାମକ ଜଣେ ବ୍ୟକ୍ତି ଥିବା କଥା ମୃତ ବିରେନ୍ଦ୍ରର ବାପା କହିଛନ୍ତି । ଅପରପକ୍ଷେ ସୁନିଲ ବିରେନ୍ଦ୍ରକୁ ଗତକାଲି ରାସ୍ତା କଡ଼ରେ ଛାଡିଥିବା କଥା କହିଛି। ଅପର ପକ୍ଷେ ପୋଲିଶ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ତେବେ ବିରେନ୍ଦ୍ରଙ୍କ ଶବ ଠାରୁ ମାତ୍ର କେଇ ମିଟର ଦୂରରେ ଝାଡି ଭିତରେ ଏକ ବେଲଚା ମିଳିବା ଘଟଣା ଏହି ସନ୍ଧେହକୁ ଦ୍ଵିଗୁଣିତ କରିଛି। କେବଳ ଲୋକେ କାହିଁକି ଅନୁରୂପ ସନ୍ଦେହ ପୋଲିଶ ମଧ୍ଯ କରୁଛି। ଅପରପକ୍ଷେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସଦର ଥାନା ଅଧିକାରୀ ସସ୍ମିତା ଦେବତା କହିଛନ୍ତି ।

  • ଦବିଲା ରାସ୍ତା, ଫସିଲା ସିମେଣ୍ଟ ବୋଝେଇ ଟ୍ରକ

    ଦବିଲା ରାସ୍ତା, ଫସିଲା ସିମେଣ୍ଟ ବୋଝେଇ ଟ୍ରକ

    ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହର ଏକ ସିମେଣ୍ଟ ଗୋଦାମ ସମ୍ମୁଖରୁ ଫସିଛି ସିମେଣ୍ଟ ବୋଝେଇ ଟ୍ରକ l ସୁବର୍ଣ୍ଣପୁର ବରପାଲି ଡୁଙ୍ଗୁରିପାଳି ମୁଖ୍ୟ ରାସ୍ତାର ରାମପୁର ସହର ଠାରେ ରାସ୍ତା ଦବି ଯିବାରୁ ମୁଖ୍ୟ ରାସ୍ତା ଉପରେ ଦୀର୍ଘ୍ୟ ସମୟ ହେବ ଫସି ରହିଛି ସିମେଣ୍ଟ ବୋଝେଇ ଟ୍ରକ l ମୁଖ୍ୟ ରାସ୍ତା ଉପରେ ସିମେଣ୍ଟ ବୋଝେଇ ଟ୍ରକ ଫସି ଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି l ସିମେଣ୍ଟ ଗୋଦାମ ଭିତରକୁ ଟ୍ରକ ଯାଇଥିବା ସମୟରେ ରାସ୍ତା ଦବି ଯିବାରୁ ରାସ୍ତାର ଉଭୟ ପଟରେ ଯାନବାହନ ଅଟକି ରହିଛି l ଘଟଣା ସ୍ଥଳରେ ରାମପୁର ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରୁଛି l