Blog

  • ମରଣାତ୍ମକ ଫାଶରେ କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷ ଗୁରୁତର, ବେଧଡକ ନିଦରେ ଶୋଇଛି ବନ ବିଭାଗ

    ମରଣାତ୍ମକ ଫାଶରେ କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷ ଗୁରୁତର, ବେଧଡକ ନିଦରେ ଶୋଇଛି ବନ ବିଭାଗ

    ବନ୍ୟ ଜନ୍ତୁ ଶିକାର ପାଇଁ ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ ବୋମା ଖଞ୍ଜା ଯାଇଥିଲା । ବୋମା ଉପରେ ଛେଳି ଚରାଳି ଉଦୟ କୁମାର ନାୟକଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ଘଟି ସେ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣରେ ତାଙ୍କ ବାମ ପାଦ କ୍ଷତାକ୍ତ ହୋଇଛି ।

    ବନ୍ୟ ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ଖଞ୍ଜା ଯାଇଥିଲା ବୋମା । ସେହି ବୋମା ଫୁଟି ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି । ଛେଳି ଚରାଳିଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ହୋଇଥିଲା । ଘଟଣା ଘଟିଛି ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ । ବୋମା ଫୁଟି ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଉଦୟ କୁମାର ନାୟକ । ବିସ୍ପୋରଣରେ ତାଙ୍କ ବାମ ପାଦ ସମ୍ପୂର୍ଣ୍ଣ ଭାବେ କ୍ଷତାକ୍ତ ହୋଇଛି । ଅନ୍ଯ ଛେଳି ଚରାଳିମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କିଏ ସେଠାରେ ବୋମା ଖଞ୍ଜିଥିଲା ସେ ସମ୍ପର୍କରେ କିଛି ଜଣାପଡିନାହିଁ ।

  • ପୁଷ୍ପା ୨ ଦେଖିଲେଣି କି ନାହିଁ? ଜାଣି ନିଅନ୍ତୁ ଏହି ୫ଟି କଥା

    ପୁଷ୍ପା ୨ ଦେଖିଲେଣି କି ନାହିଁ? ଜାଣି ନିଅନ୍ତୁ ଏହି ୫ଟି କଥା

    ପୁଷ୍ପା ୨ ଡିସେମ୍ବର ୫ ରେ ବିଶ୍ୱର ସମସ୍ତ ପ୍ରେକ୍ଷାଳୟରେ ଶୁଭମୁକ୍ତି କରିଛି, ​​ଯେଉଁଥିରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫାହାଦ୍ ଫାସିଲ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର। ଫିଲ୍ମ କୁ ନେଇ ହାଇପ୍ରୋଫାଇଲ୍ଜ ବରଦସ୍ତ ହୋଇଛି | ସବୁଠି ଫିଲ୍ମ ବିଷୟରେ ଆଲୋଚନା ଶୁଣିବାକୁ ମିଳୁଛି ଏବଂ ମିଶ୍ରିତ ସମୀକ୍ଷା ମଧ୍ୟ ଆସୁଛି | ଏପରି ପରିସ୍ଥିତିରେ,ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରିପାରେ ଯେ ଆପଣ ପୁଷ୍ପା ୨ ଦେଖିବା ଉଚିତ କି ନୁହେଁ | ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚଟି ଗୁରୁତ୍ୱ ପଏଣ୍ଟ ବିଷୟରେ |

    ପୁଷ୍ପାର ତାକତ ଶ୍ରୀବଲ୍ଲୀ

    ଯଦି ଆପଣ ରଶ୍ମିକା ମନ୍ଦନାଙ୍କର ଜଣେ ପ୍ରଶଂସକ ତେବେ ଚଳଚ୍ଚିତ୍ରଟି ନିଶ୍ଚିତ ଆପଣଙ୍କ ପାଇଁ | ତାଙ୍କ ଅଭିନୟ ଭୂମିକା ମଜାଳିଆ ଏବଂ ପାୱାରଫୁଲ | ଚଳଚ୍ଚିତ୍ରର ମୋଡ଼ କେବଳ ତାଙ୍କ ମାଧ୍ୟମରେ ଆସିଛି |

    ପୁଷ୍ପା ନୁହେଁ, ସେ ସୁପରହିରୋ

    ଅଲୁ ଅର୍ଜୁନ ଦର୍ଶାଇଛନ୍ତି ଯେ ସେ ଜଣେ ଦକ୍ଷ ଅଭିନେତା ଏବଂ ସେ ଯେକୌଣସି ଚରିତ୍ର କରିବାକୁ ସକ୍ଷମ । ପୁଷ୍ପା ୨ ଆଲୁ ଅର୍ଜୁନଙ୍କୁ ଶାଢ଼ୀରେ ନଜର ଆସିବା ପରେ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା | ଏହିପରି, ଯଦି ଆପଣ ଅଲୁ ଅର୍ଜୁନଙ୍କ ଏହି ଶୈଳୀ ଦେଖିବାକୁ ଚାହାଁନ୍ତି, ତେବେ ଫିଲ୍ମଟି କେବଳ ଆପଣଙ୍କ ପାଇଁ |

    ପୁଷ୍ପା କେବଳ FIRE ନୁହେଁ WILDFIRE

    ଯଦି ଆପଣ ଗୋଟିଏ ଲାଇନ୍ କୁ ଭଲ ପାଆନ୍ତି , ତେବେ ପୁଷ୍ପା ୨ ଆପଣଙ୍କ ପାଇଁ କାରଣ ଫିଲ୍ମର ପ୍ରତ୍ୟେକ ଚରିତ୍ର ଭଲ ଲେଖା ଯାଇଥିବା ସଂଳାପ ପ୍ରଦାନ କରିଥାଏ ଏବଂ ପୁଷ୍ପା ବିଷୟରେ ଆମେ କ’ଣ କହିପାରିବା |

    ମନ ନୁହେଁ, ହୃଦୟ ସହିତ ଦେଖନ୍ତୁ

    ଯଦି ଆପଣ କାହାଣୀଠାରୁ କିଛି ଆଶାରେ ଯାଆନ୍ତି ତେବେ ଏହି ଚଳଚ୍ଚିତ୍ରଟି ଆପଣଙ୍କ ପାଇଁ ନୁହେଁ | କାହାଣୀରେ କିଛି ନୂଆ ନାହିଁ | ତେବେ, ଶେଷରେ ପୁଷ୍ପା ୩ ପାଇଁ କିଛି କରାଯାଇଛି ଯାହାଫଳରେ ଫିଲ୍ମରେ ସାମାନ୍ୟ ଟ୍ଵିଷ୍ଟ ଆସିଛି | ମୋଟା-ମୋଟି କହିବାକୁ ଗଲେ ଏହା ଏକ ଏଣ୍ଟରଟ୍ରେନର |

    ଲମ୍ବା ଚଳଚ୍ଚିତ୍ର ବୋରିଂ କରେ ତ ଦୂରେଇ ରୁହନ୍ତୁ

    ଯଦି ଆପଣ ପୁଷ୍ପା ଦେଖିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଏକାଥରକେ ଦୁଇଟି ଚଳଚ୍ଚିତ୍ର ପାଇଁ ସମୟ ବାହାର କରିବାକୁ ପଡିବ କାରଣ ପୁଷ୍ପା ୨ ହେଉଛି ତିନି ଘଣ୍ଟା ୨୦ ମିନିଟର ଚଳଚ୍ଚିତ୍ର | କିନ୍ତୁ ମଲ୍ଟିପ୍ଲେକ୍ସରେ ବିଜ୍ଞାପନ ଏବଂ ଇଂଟରବାଲ ସହିତ ୪୫ ମିନିଟ୍ ବଢି ଯିବା ଫଳରେ, ଫିଲ୍ମ ଚାରି ଘଣ୍ଟା ପାଞ୍ଚ ମିନିଟ୍ ହୋଇଯାଏ | ସମସ୍ତେ ଏତେସମୟ ବସି ଦେଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ |

  • ଶମ୍ଭୁ ସୀମାରେ କୃଷକ, କ’ଣ ‘ଦିଲ୍ଲୀ ଯୋଜନା’, ଆଲର୍ଟ ମୋଡରେ ପୋଲିସ

    ଶମ୍ଭୁ ସୀମାରେ କୃଷକ, କ’ଣ ‘ଦିଲ୍ଲୀ ଯୋଜନା’, ଆଲର୍ଟ ମୋଡରେ ପୋଲିସ

    ଗତ ଦଶ ମାସ ଧରି ପଞ୍ଜାବର ଖନୌରି ସୀମାରେ ଛାଉଣି କରୁଥିବା ଏକ ‘ଗୋଷ୍ଠୀ’ ଆଜି ଦିଲ୍ଲୀ ମୁହାଁ ହୋଇପାରନ୍ତି । ଖନୌରି ସୀମାରେ ଭୋକ ଉପାସରେ ବସିଥିବା କୃଷକମାନେ ପ୍ରତ୍ୟେକ ଘରୁ ଜଣଙ୍କ ଆଗମନ ପାଇଁ ଆହ୍ୱାନ କରିଛନ୍ତି। କୃଷକ ପଦଯାତ୍ରା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ରାଲି ପୂର୍ବରୁ ସୀମା ଉପରେ ସୁରକ୍ଷାକୁ କଡାକଡି କରିଛି ଦିଲ୍ଲୀ ପୋଲିସ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, “ଦିଲ୍ଲୀ ପୋଲିସ ସତର୍କ ରହିଛି ଏବଂ ସୀମାରେ ସୁରକ୍ଷା କଡାକଡି କରାଯାଇଛି। ବର୍ତ୍ତମାନ ସିଂଧୁ ସୀମାରେ ଅଳ୍ପ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି, କିନ୍ତୁ ପଞ୍ଜାବ-ହରିୟାଣା ସୀମାର ଶମ୍ଭୁ ସୀମାରେ ପରିସ୍ଥିତି ଉପରେ ନିର୍ଭର କରି ଏହାକୁ ବୃଦ୍ଧି କରାଯାଇପାରେ ।

    ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଅମ୍ବାଲାର ଶମ୍ଭୁ ସୀମାରେ ପୋଲିସ ପ୍ରଶାସନର ଏକ ଉଚ୍ଚ ସ୍ତରୀୟ ଦଳ ଉପସ୍ଥିତ ରହିଥିଲେ। ଏଥିରେ ଆଇଜି ଅମ୍ବାଲା ଏବଂ ଏସପି ଅମ୍ବାଲା ଘଟଣାସ୍ଥଳ ପରିଦର୍ଶନ କରି ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିଲେ। ଅନ୍ୟପକ୍ଷରେ ହରିୟାଣାର ଦାତା ସିଂହ ଵାଲା ବର୍ଡ଼ର ର ସୁରକ୍ଷା ବାହିନୀକୁ ପୁଣି ସତର୍କ କରାଯାଇଛି । ପଞ୍ଜାବର ଚାଷୀଙ୍କୁ ‘ଦିଲିକୁଚ’ରୁ ରୋକିବା ପାଇଁ ସୁରକ୍ଷା ବାହିନୀ ରଣନୀତି ପ୍ରସ୍ତୁତ କରିସାରିଛି।

    କ’ଣ କୃଷକଙ୍କ ଯୋଜନା?
    ଶମ୍ଭୁ ବର୍ଡ଼ରରେ କୃଷକ ନେତା ସରଭନ ସିଂହ ପଣ୍ଡେର୍ କହିଛନ୍ତି ଯେ ୧୦୧ କୃଷକଙ୍କ ଏକ ‘ମୋର୍ଚ୍ଚା’ ଆଜି ରାତି ୧ ଟାରେ ଶମ୍ଭୁ ବର୍ଡ଼ର ବିରୋଧ ସ୍ଥାନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ପଣ୍ଡେର୍ କହିଛନ୍ତି, “ମୋର୍ଚ୍ଚା ଆରମ୍ଭ ହେବାର ୨୯୭ ଦିନ ହୋଇଗଲାଣି ଏବଂ ଖନୌରୀ ସୀମାରେ ଅମରଣ ଅନଶନ ଏକାଦଶ ଦିନରେ ପ୍ରବେଶ କରିସାରିଛି। ଆଜି ଅପରାହ୍ନ ୧ ଟାରେ ୧୦୧ କୃଷକ-ଶ୍ରମିକ ଦଳ ଶମ୍ଭୁ ସୀମାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।”

    ସେ କହିଛନ୍ତି ସରକାର କଣ କରିବେ, ସେ ଚିନ୍ତା ତାଙ୍କୁ କରିବାକୁ ପଡିବ। ଯଦି ସରକାର ସେମାନଙ୍କୁ ଏହି ପଦଯାତ୍ରା ବନ୍ଦ କରିବାକୁ ଅଟକାନ୍ତି, ତେବେ ଏହା ସେମାନଙ୍କ ପାଇଁ ଏକ “ନୈତିକ ବିଜୟ” ହେବ। ଆମେ ଚାଲିକି ଦିଲ୍ଲୀ ଯିବୁ, ତେବେ ଚାଷୀଙ୍କୁ ଅଟକାଇବା ପାଇଁ କୌଣସି କାରଣ ରହିବା ଉଚିତ୍ ନୁହେଁ |

  • ଆରବିଆଇ CRR ରେ ୫୦ ବେସିସ ପଏଣ୍ଟ ହ୍ରାସ କରିଛି, ଆର୍ଥିକ ବିକାଶ ହେବ ଗତିଶୀଳ, ଶସ୍ତା ହେବ ନାହିଁ EMI

    ଆରବିଆଇ CRR ରେ ୫୦ ବେସିସ ପଏଣ୍ଟ ହ୍ରାସ କରିଛି, ଆର୍ଥିକ ବିକାଶ ହେବ ଗତିଶୀଳ, ଶସ୍ତା ହେବ ନାହିଁ EMI

    ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଗତି ମନ୍ଥର ହେବା ପରେ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଆରବିଆଇ ନଗଦ ସଂରକ୍ଷଣ ଅନୁପାତକୁ ୪.୫୦ ପ୍ରତିଶତରୁ ୪ ପ୍ରତିଶତକୁ ହ୍ରାସ କରିଛି। ଏହି ନିଷ୍ପତ୍ତି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ତରଳତା ବୃଦ୍ଧିରେ ସହାୟକ ହେବ ଯାହା ଦ୍ୱାରା ବ୍ୟାଙ୍କଗୁଡିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକରୁ ଅଧିକ ଋଣ ବଣ୍ଟନ କରିବାରେ ସକ୍ଷମ ହେବେ। ଆରବିଆଇର ଏହି ନିଷ୍ପତ୍ତି ୧.୧୬ ଲକ୍ଷ କୋଟି ଟଙ୍କା ବୃଦ୍ଧିରେ ସହାୟକ ହେବ | ତେବେ ଆରବିଆଇ ମହଙ୍ଗା EMI ରୁ ଛୁଟ ଦେଇନାହିଁ। କେନ୍ଦ୍ରୀୟ ବ୍ୟାଙ୍କ ଏହାର ନୀତି ହାରରେ କୌଣସି ପରିବର୍ତ୍ତନ କରିନାହିଁ ଯଥା ରେପୋ ରେଟ୍। ରେପୋ ହାର ୬.୫୦ ପ୍ରତିଶତରେ ବଜାୟ ରହିଛି | ଫେବୃଆରୀ ୨୦୨୩ ଠାରୁ ରେପୋ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ |

    CRR ହ୍ରାସ କଲା ଆରବିଆଇ
    ନଗଦ ସଂରକ୍ଷଣ ଅନୁପାତରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୫୦ ଆଧାର ପଏଣ୍ଟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। CRR କୁ ୪.୫୦ ପ୍ରତିଶତରୁ ୪ ପ୍ରତିଶତକୁ ହ୍ରାସ କରାଯାଇଛି | ନଗଦ ସଂରକ୍ଷଣ ଅନୁପାତର ହ୍ରାସ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ | ଏହା ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ୧.୧୬ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ନଗଦ ଆଣିବ |

    ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ସହିତ ଅଭିବୃଦ୍ଧି ମଧ୍ୟ ଆବଶ୍ୟକ
    ଆରବିଆଇର ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ଡିସେମ୍ବର ୪ ରୁ ଆରମ୍ଭ ହୋଇଥିଲା ଏବଂ ଆଜି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରାଯାଇଛି। ଅଭିବୃଦ୍ଧି ବଜାୟ ରଖିବା ସହିତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଏବଂ ମୂଲ୍ୟ ସ୍ଥିର ରଖିବା ଆମର ଉଦ୍ଦେଶ୍ୟ ବୋଲି ଆରବିଆଇ ରାଜ୍ୟପାଳ କହିଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ମୂଲ୍ୟ ସ୍ଥିର ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏଥି ସହିତ ଅଭିବୃଦ୍ଧି ବଜାୟ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ଆରବିଆଇ ଅଧିନିୟମରେ ଏହା ମଧ୍ୟ କୁହାଯାଇଛି।

  • ଅଡୁଆରେ ଏହି ଅଭିନେତ୍ରୀଙ୍କ ଭଉଣୀ, କରିଥିଲେ ଏମିତି…

    ଅଡୁଆରେ ଏହି ଅଭିନେତ୍ରୀଙ୍କ ଭଉଣୀ, କରିଥିଲେ ଏମିତି…

    ବଲିଉଡ୍‌ ଅଭିନେତ୍ରୀ ନର୍ଗିସ୍‌ ଫଖରିଙ୍କ ଭଉଣୀଙ୍କୁ ଗିରଫ କରିଛି ପୋଲିସ । ପୂର୍ବତନ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଲିୟା ଫଖରିଙ୍କୁ ନ୍ୟୁୟର୍କ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପୂର୍ବତନ ପ୍ରେମିକ ୩୫ ବର୍ଷୀୟ ଏଡଓ୍ବାର୍ଡ ଜାକୋବସ୍‌ ଏବଂ ତାଙ୍କର ନୂଆ ବାନ୍ଧବୀ ଅନସ୍ତାସିଆ ଜୀବନ୍ତଦଗ୍ଧ ହୋଇଥିଲେ । ଇର୍ଷାପରାୟଣ ହୋଇ ଆଲିୟା ଡବଲ୍‌ ମର୍ଡର କରିଥିବା ଅଭିଯୋଗ ହୋଇଥିଲା । ଏବେ ତାଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ବିଷାକ୍ତ ଧୂଆଁ ଏବଂ ନିଆଁରେ ପୋଡ଼ି ଜୀବନ ହରାଇଥିଲେ ଏଡଓ୍ବାର୍ଡ ଏବଂ ଅନସ୍ତାସିଆ । ଆଲିୟାଙ୍କ ଜାମିନ ଆବେଦନ କ୍ବିନ୍ସର ଏକ କୋର୍ଟ ଖାରଜ କରିଦେଇଛନ୍ତି । ସେପଟେ ୨୦୨୨ ହିନ୍ଦୀ ଚଳଚ୍ଚିତ୍ର ‘ରକ୍‌ଷ୍ଟାର’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ନର୍ଗିସ ତାଙ୍କ ଭଉଣୀଙ୍କ ମାମଲା ସଂପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କିନ୍ତୁ ତାଙ୍କ ମା’ କହିଛନ୍ତି ଯେ, ଆଲିୟା କାହାକୁ ହତ୍ୟା କରିବା ଅସମ୍ଭବ । ସେ ସମସ୍ତଙ୍କ ଯତ୍ନ ନେବାକୁ ଭଲ ପାଏ ଏବଂ ସାହାଯ୍ୟ କରିବାକୁ ସର୍ବଦା ଚେଷ୍ଟା କରେ । ଏହା ବ୍ୟତୀତ ଆଲିୟା ଏକ ଗୁରୁତର ରୋଗରେ ପୀଡ଼ିତ ଥିବା କଥା କହିଛନ୍ତି ତାଙ୍କ ମା’ । ମୃତ ଏଡଓ୍ବାର୍ଡଙ୍କ ମା’ କହିଛନ୍ତି ଯେ, ‘ତାଙ୍କ ପୁଅ ଏବଂ ଆଲିୟାଙ୍କ ମଧ୍ୟରେ ବର୍ଷେ ହେଲା କୌଣସି ସଂପର୍କ ନଥିଲା । ହେଲେ ଆଲିୟା ତାଙ୍କ ପୁଅ ସହ କଥା ହେବାକୁ ସବୁ ବେଳେ ଚାହୁଁଥିଲେ ।ତେବେ ତଦନ୍ତ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା।

  • ବବିଙ୍କ COMEBACK ରେ ଥରିଲା ଯାଜପୁର …

    ବବିଙ୍କ COMEBACK ରେ ଥରିଲା ଯାଜପୁର …

    ଲଢେଇ ହବ.. ଅଲବତ ହବ ..ବରାବର ହବ..ଏଭଳି ନାରାରେ କମ୍ପିଲା ବ୍ୟାସନଗର ପୌରାଞ୍ଚଳସ୍ଥିତ ସେଲିବ୍ରେସନ ମଣ୍ଡପ ।
    । ବେଶ କିଛି ଦିନର ନିରବତା ପରେ ମୈଦାନକୁ ଓହ୍ଲାଇଲେ ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସ । ବବିଙ୍କ ସ୍ବାଗତ ନବୀନ ବାବୁ ଜିନ୍ଦାବାଦା.. ବବି ଭାଇ ଜିନ୍ଦାବାଦ ..ନାରାରେ ହଲଚଲ ସଭା ମଞ୍ଚ । ୨୪ ବର୍ଷର ନବୀନ ସରକାରଙ୍କ ରାଜନୈତିକ ଅବସାନ ପରେ ଏବେ ଦଳ କୁ ବଂଚାଇବାକୁ ଅଣ୍ଟା ଭିଡିଲେ ବବି । ବ୍ୟାସନଗର ଯୁବ ବିଜେଡି ତରଫରୁ ସଭ୍ୟ ସଂଗ୍ରହ ଅଭିଯାନରେ ପୂର୍ବତନ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଯୁବ ବିଜେଡି କର୍ମୀଙ୍କୁ ଉତ୍ସାହିତ କରିବା ସହ ବିଜେପି ସରକାରକୁ ଟାର୍ଗେଟ୍ କରିବା ଅ।ରମ୍ଭ କରିଦେଲେ … ଓଡିଶାରେ କୁଅ।ଡେ ସରକାର ପରିବର୍ତନ ହେବା ପରେ ବିଜେଡି ଉପରେ ଚାଲିଛି ସରକାରୀ ଦମନ ଲୀଳା । ଅ।ଉ ଏପରି କହିଛନ୍ତି

    ସରକାରୀ ଦଳ ନିଜର ଅଭ୍ୟନ୍ତରୀଣ କନ୍ଦଳକୁ ସମ୍ଭାଳୀବାରେ ବିଫଳ ହେବାପରେ ଏବେ ବିରୋଧୀଙ୍କୁ ବାଟରୁ ହଟାଇବାକୁ ଯୋଜନା ଚଳାଇଛନ୍ତି । ଏଭଳି ହୀନ ଉଦ୍ୟମକୁ ବରଦାସ୍ତ କାରିବେନି ସ୍ବାଭିମାନୀ ବିଜେଡି କର୍ମୀ । ଅ।ଗକୁ ସରକାରଙ୍କୁ କଡା ମୁକାବଲା କରିବାକୁ ପ୍ରସ୍ତୁତ ରହିବା ସହ ବିଜୁଜନତା ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ କିପରି ତ୍ୱରାନ୍ୱିତ କରାଯାଇପାରିବ ସେ ବିଷୟରେ କର୍ମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି . । ସେପଟେ ଯାଜପୁର ଜିଲ୍ଲା ମହିଳା ସଭାନେତ୍ରୀ ସବିତା ରାଉତ କହିଛନ୍ତି ସରକାର କେବଳ ଏକୋଇସିଅ। କରୁଛନ୍ତି । ୨୪ ବର୍ଷର ସରକାରଙ୍କ ବିକାଶର ନକ୍ସା ଉପରେ ରଙ୍ଗବୋଳି ରାଜନିତୀ କରୁଛନ୍ତି । ସରକାର ଯେଉଁ ବିଜୁ ଜନତା ଦଳର ମେରୁଦଣ୍ଡ ଭାଙ୍ଗିବାକୁ ଯୋଜନା କରିଛନ୍ତି ତାହା ଫେଲ ମାରିବ ।

    ସେପଟେ ବବି ନିଜ ସଂଗଠନକୁ ପୁରା ସଜାଟିବାକୁ ଜି ଯାନ ଲଗେଇ ଦେଇଥିବା ବେଳେ । ନୂତନ ଓଡିଶା ଗଠନରେ ସାମିଲ ହେବା ପାଇଁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବବି । ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ପୌରାଞ୍ଚଳର ସମସ୍ତ ବିଜେଡି କର୍ମୀ ଓ କାଉନସିଲର ମାନେ ଉପସ୍ଥିତ ରହି ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିବେ ସେଥିପାଇଁ ପ୍ରତିଶୃତି ନେଇଥିଲେ ।

  • ଟାଟାଷ୍ଟିଲରେ ପୁଣି ଶ୍ରମିକ ଅଶାନ୍ତି, କାମ ଠପ୍

    ଟାଟାଷ୍ଟିଲରେ ପୁଣି ଶ୍ରମିକ ଅଶାନ୍ତି, କାମ ଠପ୍

    କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବିଲେଇପଦାସ୍ଥିତ ଟାଟାଷ୍ଟିଲ ସ୍ପଞ୍ଜ ଆଇରନ ଲିମିଟେଡ଼ର ରେଲୱେ ସାଇଡିଂରେ ପୁଣି ଅଶାନ୍ତି । ଗତ ୨୯ ତାରିଖରୁ ଲହଣ୍ଡା ଓ ଭାଗଲପୁର ଗ୍ରାମବାସୀ ୬ ଦଫା ଦାବି ନେଇ କମ୍ପାନୀର ରେଳସାଇଡ଼ିଂରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାପରେ ମଙ୍ଗଳବାର ଏନେଇ ଠିକା ସଂସ୍ଥା, କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରିଥିଲା । ଗ୍ରାମବାସୀଙ୍କ ୬ଟି ଦାବି ମଧ୍ୟରୁ ଠିକା ସଂସ୍ଥା ପକ୍ଷରୁ ୪ଟି ଦାବି ପୂରଣ ପ୍ରତିଶ୍ରୁତି ଦେଇଥିଲେ ।

    ତେବେ ଏହି ନିଷ୍ପତ୍ତି ବିରୁଦ୍ଧରେ ଆଜି ପୁଣି ରେଲୱେ ସାଇଡିଂରେ ଅଶାନ୍ତି ଦେଖାଦେଇଛି । ଆଉ ଏକ ପକ୍ଷ, ଯେଉଁମାନେ କି ଦୀର୍ଘ ବର୍ଷ ଧରି ରେଳ ସାଇଡିଂ କାମରେ ନିୟୋଜିତ ଥିଲେ ସେମାନେ ଠିକା ସଂସ୍ଥାର ଏଭଳି ନିଷ୍ପତ୍ତି ବିରୁଦ୍ଧରେ କାର୍ଯ୍ୟରୁ ବିରତ ରହି ଶାନ୍ତିପୂର୍ଣ୍ଣ ଭାବରେ ବସିରହିଛନ୍ତି । ଏମାନଙ୍କ କହିବା କଥା, ଏକତରଫା ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କୁ କାମ ଦେଇଦେଲେ ସ୍ଥାନୀୟ ଗ୍ରାମବାସୀ କ’ଣ କରିବେ ? ଗ୍ରାମବାସୀ ଦୀର୍ଘ ବର୍ଷ ଧରି କାମକରୁଛନ୍ତି, ସେମାନେ କୁଆଡ଼େ ଯିବେ ? ସେମାନଙ୍କୁ କାହିଁକି ବାଦ୍ କରାଯାଉଛି ? ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ଏହିପରି ବସିବୁ । କମ୍ପାନୀ ଆମକୁ ଅଣଦେଖା ନ କରି ଆମ ଦାବି ପୂରଣକରୁ ।

    ଏ ସମ୍ପର୍କରେ, ଟାଟା ଷ୍ଟିଲ ଅଧିକାରୀ ରାଜକୁମାର୍ ଶ୍ରୀବାସ୍ତବ କମ୍ପାନୀ ତରଫରୁ ନିଜର ମତାମତ ରଖିଥିଲେ । ତେଣୁ, ଏଭଳି ଅଶାନ୍ତି ଭିତରେ ୨ ଦିନ ହେବ ସାଇଡିଂରେ କାମ ପ୍ରାୟତଃ ବନ୍ଦ ରହିଛି । ଏନେଇ ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ ଲିମିଟେଡ଼ର ଅଧିକାରୀ ରାଜ୍ କୁମାର୍ ଶ୍ରୀବାସ୍ତବ ପଲ୍ଲା ଝାଡ଼ିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି ଯେ, ଏଥିରେ ଟାଟା ଷ୍ଟିଲର କିଛି ନାହିଁ, ଲଜିଷ୍ଟିକ୍ ସଲ୍ୟୁସନ୍କୁ ଡକାଇ ଆଲୋଚନା କରାଯିବ । ତେବେ, ଦୁଇ ପକ୍ଷ ରେଳ ସାଇଡିଂରେ କାମ କରିବା ନେଇ ନିଜର ଦାବି ରଖିଥିଲାବେଳେ, ଆଗକୁ ସମାଧାନର ବାଟ ବାହାରି ପାରୁଛି ନା ନାହିଁ ତାକୁ ହିଁ ଅପେକ୍ଷା ରହିଛି ।

  • ପୁଷ୍ପା-୨ର ଫାୟାରରେ ଫ୍ୟାନ୍ସ …

    ପୁଷ୍ପା-୨ର ଫାୟାରରେ ଫ୍ୟାନ୍ସ …

    ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ମୁକ୍ତିଲାଭ କରିଛି । ପୁଷ୍ପା ୨ ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ହୋଇଛି। କିନ୍ତୁ ଲୋକଙ୍କ ପ୍ରତିକ୍ରିୟାକୁ ଦେଖିଲେ ଲାଗୁଛି ଯେ ବାହୁବଲୀ ୨ ଏବଂ ଜୱାନର ରେକର୍ଡ ଭାଙ୍ଗିବ। ଫିଲ୍ମ ରିଲିଜ୍ ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଥିଲା । ପୁଷ୍ପା-୨ ଆଡଭାନ୍ସ ବୁକିଂରେ କରି ବିପୁଳ ଅର୍ଥ ଅର୍ଜନ କରିସାରିଛି। ଏହାର ଫଳାଫଳ ପୁଷ୍ପା ୨ ଓପନିଂରେ ଦେଖିବାକୁ ମିଳିଥିଲା । ଯେଉଁମାନେ ଅଲୁ ଅର୍ଜୁନଙ୍କ ଫିଲ୍ମ ଦେଖିସାରିଛନ୍ତି। ସେମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି ।

    ଭୁବନେଶ୍ୱରରୁ ମୁମ୍ବାଇ, ଦିଲ୍ଲୀରୁ ହାଇଦ୍ରାବାଦ ଯାଏଁ ସବୁଠି ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିବାକୁ ଫ୍ୟାନଙ୍କ ଭିଡ଼ । ତେବେ ପୁଷ୍ପା-୨ ରିଲିଜ୍‌ରେ ବଡ଼ ଅଘଟଣ ହୋଇଛି । ଦଳାଚକଟାରେ ଚାଲିଯାଇଛି ଜଣେ ଫ୍ୟାନଙ୍କ ଜୀବନ । ହାଇଦ୍ରାବାଦରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା । ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ । ତେବେ ତାଙ୍କୁ ଦେଖିବାକୁ ଫ୍ୟାନ୍ ଏତେ ଭିଡ଼ ଜମାଇଥିଲେ ଯେ, ଦଳାଚକଟା ପରିସ୍ଥିତି ଉପୁଜିଥିଲା । RTC କ୍ରସ୍ ରୋଡରେ ଥିବା ସନ୍ଧ୍ୟା ଥିଏଟର୍ ବାହାରେ ଧସ୍ତାଧସ୍ତି ପରିସ୍ଥିତି ବି ଉପୁଜିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡ଼ିଥିଲା । ତେବେ ଦଳାଚକଟାରେ ଜଣେ ୩୯ ବର୍ଷ ବୟସର ମହିଳାଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକେ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

  • ପାକିସ୍ତାନକୁ ହରାଇ ବିଶ୍ବ ବିଜୟୀ ଭାରତ

    ପାକିସ୍ତାନକୁ ହରାଇ ବିଶ୍ବ ବିଜୟୀ ଭାରତ

    ଫାଇନାଲରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ହରାଇ ପୁରୁଷ ଜୁନିୟର ଏସିଆ କପ୍ ୨୦୨୪ର ଚାମ୍ପିଅନ ହୋଇଛି ଭାରତ । ମସ୍କଟରେ ଖେଳା ଯାଇଥିବା ଫାଇନାଲରେ ଭାରତ ୫-୩ରେ ପାକିସ୍ତାନକୁ ହରାଇ ଏସିଆ କପରେ ଲଗାତାର ତୃତୀୟ ଥର ଚାମ୍ପିଅନ ହୋଇଛି । ଭାରତ ପକ୍ଷରୁ ଅରିଜିତ ସିଂହ ଦମଦାର ପ୍ରଦର୍ଶନ କରି ଏକାକୀ ୪ଟି ଗୋଲ୍ ଦେଇଥିବା ବେଳେ ଦିଲରାଜ ସିଂହ ଗୋଟିଏ ଗୋଲ୍ ଦେଇଛନ୍ତି । ଜୁନିୟର ବିଭାଗରେ ଭାରତର ଏହା ପଞ୍ଚମ ଏସିଆ କପ୍ ଟାଇଟଲ୍ ।

    ଫାଇନାଲ୍ ମୁକାବିଲାରେ ପାକିସ୍ତାନ ପ୍ରଥମ ଗୋଲ୍ ସ୍କୋର କରିଥିଲା । ଏହା ପରେ ପରେ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଭାରତ ପକ୍ଷରୁ ପ୍ରଥମ କ୍ଵାର୍ଟର ଶେଷ ସୁଦ୍ଧା ମ୍ୟାଚ୍ ୧-୧ରେ ବରାବର ରହିଥିଲା । ଭାରତୀୟ ଦଳ ଦ୍ଵିତୀୟ କ୍ଵାର୍ଟରରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଦ୍ଵିତୀୟ କ୍ଵାର୍ଟର ଶେଷ ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା ।ତୃତୀୟ କ୍ଵାର୍ଟରରେ ସୁଫିୟାନ ମଧ୍ୟ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ତୃତୀୟ କ୍ଵାର୍ଟର ଖେଳ ଶେଷ ସୁଦ୍ଧା ମ୍ୟାଚ୍ ୩-୩ରେ ବରାବର ସ୍ଥିତିରେ ରହିଥିଲା। କିନ୍ତୁ ଚତୁର୍ଥ କ୍ଵାର୍ଟରରେ ଭାରତର ଅରିଜିତ ଲଗାତର ୨ ଟି ଗୋଲ କରି ଭାରତର ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫-୩ରେ ହରାଇ ଚାମ୍ପିଅନ ହୋଇଛି ।

  • ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଉତ୍ତରାଖଣ୍ଡ! ମହମ୍ମଦ ୟୁନୁସଙ୍କ କୁଶ ପୁତ୍ତଳିକା ଦାହ

    ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଉତ୍ତରାଖଣ୍ଡ! ମହମ୍ମଦ ୟୁନୁସଙ୍କ କୁଶ ପୁତ୍ତଳିକା ଦାହ

    ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ବଢୁଥିବା ହିଂସା ଏବଂ ISKCON ସହିତ ଜଡିତ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରେ ସମଗ୍ର ଭାରତରେ ବାଂଲାଦେଶ ସରକାରଙ୍କ ବିରୋଧରେ ବିରୋଧ ବଢ଼ିବାରେ ଲାଗିଛି। ଏହି କ୍ରମରେ ଉତ୍ତରାଖଣ୍ଡର ବଙ୍ଗଳା ସମ୍ପ୍ରଦାୟ ଏବଂ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତା ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ସମୟରେ ବିକ୍ଷୋଭକାରୀମାନେ ବାଂଲାଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାରଙ୍କୁ ଦାବି କରିଥିଲେ।

    ମୋୖଳିକବାଦୀମାନେ ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିରକୁ ଟାର୍ଗେଟ କରୁଛନ୍ତି ଏବଂ ଅନେକ ସ୍ଥାନରେ ହିନ୍ଦୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ବିରୋଧ କରି ବଙ୍ଗଳା ସମ୍ପ୍ରଦାୟ ଏବଂ ବିଜେପି କର୍ମୀମାନେ ମିଳିତ ଭାବେ ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର ଜିଲ୍ଲାରେ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ବେଳେ ବାଂଲାଦେଶ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ସମୟ ମଧ୍ୟରେ ବିକ୍ଷୋଭକାରୀମାନେ ବାଂଲାଦେଶର ମହମ୍ମଦ ୟୁନୁସ ସରକାରଙ୍କୁ ଦୋଷାରୋପ କରିଥିଲେ ଏବଂ କହିଥିଲେ ଯେ ଯେଉଁ ସରକାର କ୍ଷମତାକୁ ଷଡ଼ଯନ୍ତ୍ର କରି ଗଠନ କରିଥିବା ସରକାର ଗଠନ ହେବା ପରଠାରୁ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଘଟଣାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି, ସନାତନ ଧର୍ମ ସହିତ ଜଡିତ ଲୋକ ଏବଂ ସେମାନଙ୍କ ମନ୍ଦିର ଗୁଡିକୁ କ୍ରମାଗତ ଭାବରେ ଆକ୍ରମଣ କରାଯାଉଛି |

    ବିକ୍ଷୋଭକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଗତ କିଛି ମାସ ଧରି ବାଂଲାଦେଶରେ ଆମର ହିନ୍ଦୁ ବଙ୍ଗୀୟ ଭାଇ ଏବଂ ସେମାନଙ୍କ ମନ୍ଦିରକୁ ବିଶେଷ ଟାର୍ଗେଟ କରାଯାଉଛି। ଅନେକ ସ୍ଥାନରେ ହିନ୍ଦୁମାନେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି। ସେ କହିଛନ୍ତି ଯେ ଏହି ସବୁ ଘଟଣା ପଛରେ ବାଂଲାଦେଶର ମହମ୍ମଦ ୟୁନୁସ ସରକାର କେଉଁଠାରେ ଅଛନ୍ତି, ଯେଉଁଥିପାଇଁ ଦିନକୁ ଦିନ ହିଂସା ବୃଦ୍ଧି ପାଉଛି। ବାଂଲାଦେଶରେ ହେଉଥିବା ଅତ୍ୟାଚାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଭାରତ ସରକାରଙ୍କୁ ନିବେଦନ କରୁଛୁ।