Blog

  • ଆରପି ପ୍ରଡକ୍ସନର ପ୍ରଥମ ଅବଦାନ ‘ଅକ୍ସିଜେନ’ ଖୁବ ଶୀଘ୍ର ଆପଣଙ୍କ….

    ଆରପି ପ୍ରଡକ୍ସନର ପ୍ରଥମ ଅବଦାନ ‘ଅକ୍ସିଜେନ’ ଖୁବ ଶୀଘ୍ର ଆପଣଙ୍କ….

    ବିଷ୍ଣୁ ପୁରାଣରେ କୁହାଯାଇଛି ଯେ କଳିଯୁଗ ଶେଷ ଆଡକୁ ବ୍ରହ୍ମାଣ୍ଡ ବିନାଶକୁ ଗତି କରିବ। ବନ୍ୟା ପୂର୍ବରୁ ଉତ୍ତାପ ସୃଷ୍ଟିକୁ ବିନାଶ ଆଡକୁ ନେଇଯିବ। ଭଗବାନ ବିଷ୍ଣୁ ସୂର୍ଯ୍ୟଙ୍କ କମଳା କିରଣରେ ଅବଶୋଷିତ ହେବେ ଯେଉଁଥିପାଇଁ ଉତ୍ତାପ ଏତେ ଗରମ ହେବ ଯେ ଭୟଙ୍କର ଦୁର୍ଭିକ୍ଷ ଘଟିବ। ଲୋକମାନେ ଆକାଶରୁ ବର୍ଷା ବୁନ୍ଦା ପାଇଁ ଇଚ୍ଛା କରିବେ କିନ୍ତୁ ଆକାଶରେ ବର୍ଷା ହେବ ନାହିଁ ଏବଂ ବର୍ଷା ଅଭାବରୁ କୃଷି ନଷ୍ଟ ହୋଇଯିବ | ମାନବ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଅମ୍ଳଜାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆମେ ନିଶ୍ୱାସ ନେଉଥିବା ବାୟୁରୁ ଶରୀର ଅମ୍ଳଜାନ ପାଇଥାଏ, ଯାହା ଫୁସଫୁସ ଦ୍ୱାରା ଶୋଷିତ ହୁଏ ଏବଂ ପରେ ରକ୍ତ ପ୍ରବାହରେ ପ୍ରବେଶ କରେ। ଏହିପରି ଏକ ଧାରଣାକୁ ନେଇ ତିଆରି ହୋଇଛି ଓଡିଆ ଫିଲ୍ମ ‘ଅକ୍ସିଜେନ’।

    କାହାଣୀ ଅନୁଯାୟୀ ଜଣେ forest ଅଫିସର ବହୁତ କଷ୍ଟରେ ଜଙ୍ଗଲର ରକ୍ଷଣାବେକ୍ଷଣ କରନ୍ତି। ତାଙ୍କ ଝିଅ ଜଣେ IT Engineer ଯିଏକି ଜଣେ ପରିବେଶବିତ ମଧ୍ୟ । କିଛି ଖଳ ଲୋକଙ୍କ କୁଚକ୍ରାନ୍ତ ଯୋଗୁଁ forest officer ର ହଠାତ ମୃତ୍ୟୁ ହୋଇଯାଏ । ସମୟ କ୍ରମେ ତାଙ୍କ ଶିକ୍ଷିତ ଝିଅ ନିଜ ବାପାର କଥା ରଖିବା ପାଇଁ ନିଜକୁ ଏବଂ ତାର pharmacist ପ୍ରେମୀକୁ କିପରି ପ୍ରକୃତି କୁ ସଜାଡିବାକୁ ଚେଷ୍ଟା କରେ ହେଉଛି କାହାଣୀର ମୂଳ ବସ୍ତୁ। ସମ୍ପୂର୍ଣ ମନୋରଞ୍ଜନ ଭିତ୍ତିକ ନୂଆ content ର ଫିଲ୍ମ ଟିଏ ତିଆରି ହୋଇଛି ଦର୍ଶକଙ୍କ ମନୋରଞ୍ଜନ ପାଇଁ।

    ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସଂବିତ, ତମନ୍ନା ଏବଂ ବବି ମିଶ୍ର। କାହାଣୀ ର ପ୍ରତିଟି ଚରିତ୍ର ଜୀବନ୍ତ ହୋଇଛି । କଳାକାର ମାନଙ୍କର ଦମଦାର ଅଭିନୟ ସାଙ୍ଗକୁ, ଫିଲ୍ମର ଗୀତସବୁ ବହୁତ ମଧୁର ଏବଂ ଉଚ୍ଚକୋଟୀର ହୋଇଛି । ଗୀତସବୁ ପ୍ରତି ଓଡିଆ ଲୋକଙ୍କ ଘରେ ବାଜିବ ବୋଲି ପ୍ରଯୋଜକ ଶ୍ରୀ ଶିବ ପ୍ରସାଦ ପଣ୍ଡା ଆଶା ରଖିଛନ୍ତି । କାହାଣୀ ଏବଂ ସଂଳାପ ଶ୍ରୀ ରଶ୍ମି ରଞ୍ଜନ ପଣ୍ଡା ଲେଖିଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଛନ୍ତି ଶ୍ରୀ ଅଭିଜିତ ମଜୁମଦାର। ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ।

  • ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ପ୍ରେମିକା ପାଇଁ ଜୀବନ ହାରିଲେ ସାବିତ୍ରୀ!

    ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାର ୩୬ ଘଣ୍ଟା ଭିତରେ ସାମନାକୁ ଆସିଲା ମର୍ଡର ମିଷ୍ଟ୍ରିର ପୁରା କାହଣୀ । ଆଉ କେହି ନୁହେଁ ବରଂ ସ୍ୱାମୀ ହିଁ ନେଇଥିଲା ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁର ଜୀବନ । ଘଟାଇଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଚୋରି ନାଟକ ରଚିଥିଲା ସ୍ୱାମୀ ଦେବେନ୍ ବେହେରା । ଯୋଜନାବଦ୍ଧ ଭାବେ ସୌମ୍ୟାମୟୀଙ୍କୁ ହତ୍ୟା କରିଥିଲେ ସ୍ବାମୀ ଦେବେନ ବେହେରା। ଦେଖନ୍ତୁ ଏହି video ଟିକୁ କିପରି ଅଭିନୟ କରୁଛି ସୈତାନ ସ୍ବାମୀ | ଆଖି ଛଳ ଛଳ କରି କହୁଛି ମୋ ସ୍ତ୍ରୀକୁ ଆସି ସେମାନେ ମାରି ଚାଲିଗଲେ। ମୋ ସ୍ତ୍ରୀ ସାତ ମାସର ଗର୍ଭବତୀ ଥିଲା।

    ସୂଚନାନୁସରେ , ୨୦୨୩ ଫେବ୍ରୁଆରୀ ମାସରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସୌମ୍ୟାମୟୀ ବେହେରାଙ୍କ ସହିତ ଦେବେନଙ୍କ ର ବିବାହ ହୋଇଥିଲା । ବିବାହାକୁ ବର୍ଷେ ନପୁରୁଣୁ ଘଟିଗଲା ଏଭଳି ଘଟଣା | ବୁଧବାର ବିଳମ୍ବିତ ରାତିରେ ଗୁଳିର ଶିକାର ହୋଇଥିଲେ ସୌମ୍ୟାମୟୀ ବେହେରା । ହଠାତ୍ ବିଳମ୍ବିତ ରାତିରେ କେହି ତାଙ୍କ ଘରର କବାଟ ବାଡ଼େଇ ଥିଲେ। କେହି ଚିହ୍ନା ପରିଚିତ ହୋଇଥିବେ ଭାବି କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍‌ କରି ଡାକିଥିଲେ ଦେବେନ। ସୌମ୍ୟାମୟୀଙ୍କୁ ଧରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ |ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ବାମୀ କେବଳ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁନିଆ ଦେଖିବା ଆଗରୁ ମାଆ ଗର୍ଭରେ ବଢ଼ୁଥିବା ନିଷ୍ପାପ ଶିଶୁକୁ ହତ୍ୟା କରିଛି । ଖବର ପାଇଁ ପୁଲିସ୍‌ ଦେବେନଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ପରକୀୟା ପ୍ରୀତି ପାଇଁ ସେ ସ୍ତ୍ରୀକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲେ। ସେଥିପାଇଁ ସ୍ତ୍ରୀଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୃଜେଶ ରାୟ ଓ ଏସପି ନୀତେଶ ବାଘବାନୀ |

    ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନଙ୍କ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ । ସେପଟେ ମୃତା ମହିଳାଙ୍କର ବାପା ଲିଖିତ ଅଭିଯୋଗ କରିବା ସହ ଜ୍ବାଇଁ ଉପରେ ସନ୍ଦେହ କରିଥିଲେ । ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିଶ ଅଭିଯୁକ୍ତ ସ୍ଵାମୀ ଦେବେନ ବେହେରାକୁ ରାଉରକେଲା ଆଣି ପଚରା ଉଚରା କରିବା ପରେ ସମସ୍ତ ସତ୍ୟାସତ୍ୟ ଓଗାଳି ଦେଇଥିଲା | ତାଙ୍କ ବୟାନ ଆଧାରରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ଗୁଳି ମଧ୍ୟ ଜବତ ହୋଇଛି । ବୁଦ୍ଧିଜୀବୀ ମହଲରେ ପୋଲିଶର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

  • ସର୍ବ ପୁରାତନ ଟ୍ରକ ମାଲିକ ସଂଘ ନିର୍ବାଚନ

    ସର୍ବ ପୁରାତନ ଟ୍ରକ ମାଲିକ ସଂଘ ନିର୍ବାଚନ

    ପାରାଦୀପ ର ସର୍ବ ପୂରାତନ #ର ହେବ ନିର୍ବାଚନ । ଏନେଇ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବତନ ସଭାପତି ସୁମନ୍ତ ବିଶ୍ବାଳଙ୍କ ପ୍ୟାନେଲ ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ବିରଞ୍ଚି ନାରାୟଣ ପରିଡା ସଭାପତି ଭାବେ ମୈଦାନ କୁ ଓହ୍ଲାଇଛନ୍ତି । ବିରଞ୍ଚି ନାରାୟଣ ପରିଡାଙ୍କ ପ୍ୟାନେଲର ସମସ୍ତ ୭ଜଣ ପ୍ରାର୍ଥୀ ପାରାଦୀପ ଗଡ ଲୋକନାଥ ମନ୍ଦିର ରୁ ଏକ ବିଶାଳ ରାଲିରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

    ତେବେ ପାରାଦୀପ ଟ୍ରକ ମାଲିକ ସଂଘ ଏକ ବୃହତ ସଂଘ ହୋଇଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଚଳିତ ନିର୍ବାଚନକୁ ନେଇ ସରଗରମ ହେବ ବୋଲି ଚର୍ଚା କରାଯାଉଛି । ଟ୍ରକ ମାଲିକ ମାନଙ୍କ ର ବିଭିନ୍ନ ସମସ୍ୟା କୁ ଏକାଠି କରି ସଂଘର ସଦସ୍ୟ ମାନକ ନିକଟରେ ପହଞ୍ଚିବେ ବୋଲି ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନେ କହିଛନ୍ତି |

    ଏତତବ୍ୟତିତ ପାରାଦୀପ ଟ୍ରକ ମାଲିକ ସଂଘ କୁ ନେଇ ଚଳିତ ଥର ବିଧାନସଭା ରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ଚଳିତ ଥର ପାରାଦୀପ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା ନିର୍ବାଚନ ବହୁ ସରଗରମ ହେବ ବୋଲି ଆଶା କରାଯାଉଛି।

  • ଅଧାବାଟରେ ଜଗି-ରହିଥିଲା ଯମରାଜା! ପହଞ୍ଚି ପାରିଲେନି ଡାକ୍ତରଖାନା

    ଅଧାବାଟରେ ଜଗି-ରହିଥିଲା ଯମରାଜା! ପହଞ୍ଚି ପାରିଲେନି ଡାକ୍ତରଖାନା

    ପାଣିକୋଇଲି ଛକ ନିକଟ ଜାତୀୟ ରାଜପଥରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ଚିକିତ୍ସା ପାଇଁ ଯାଉଥିବା ଯୁବକଙ୍କର ମୃତ୍ଯୁ ହୋଇଛି | ଜାତୀୟ ରାଜପଥର ପାଣିକୋଇଲି ଓଭରବ୍ରିଜ ନିକଟରୁ ଏକ ମୃତ ଦେହ ଉଦ୍ଧାର କରିଛି ପୋଲିସ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅସହାୟ ଅବସ୍ଥାରେ ଯୁବକ ପ୍ରାଣ ହରାଇଥିଲେ । ଯୁବକଙ୍କ ଘର ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁର ଗ୍ରାମରେ । ଜୟନ୍ତ କୁମାର ଆଚାର୍ଯ୍ୟଙ୍କ ପୁଅ ଜଗତଜ୍ୟୋତି ଆଚାର୍ଯ୍ୟ , ବୟସ ୩୬ ବର୍ଷ ବୋଲି ଜଣାପଡିଛି । ଜଗତଜ୍ୟୋତି ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ଲୋକ କହିଛନ୍ତି । ଚିକିତ୍ସା ପାଇଁ ସେ ସକାଳେ ଘରୁ ବାହାରି ବସ୍‌ରେ କଟକ ଅଭିମୁଖେ ଯାଉଥିଲେ। ଦେହ ଅଧିକ ଅସୁସ୍ଥ ଲାଗିବାରୁ ଜଗତଜ୍ୟୋତି ପାଣିକୋଇଲି ନିକଟରେ ଓହ୍ଲାଇ ପଡ଼ିଥିଲେ। ପରେ ରାସ୍ତା କଡ଼ରେ ବ୍ୟାଗକୁ ମୁଣ୍ଡ ତଳେ ଦେଇ ଶୋଇଥିବା ସମୟରେ ହିଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା | ପ୍ରଥମେ ସ୍ଥାନୀୟ ଲୋକେ ଏହାକୁ ଗୁରୁତ୍ବ ଦେଇନଥିଲେ। କିଛି ସମୟ ପରେ ସନ୍ଦେହ ହେବାରୁ ସେମାନେ ପାଖକୁ ଯାଇ ଜଗତଜ୍ୟୋତିଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ କୁ ଉଦ୍ଧାର କରି ସବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପରିବାର ଲୋକ ପହଁଚିବା ପରେ ପୋଲିସ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

  • ଏଠି,ସେଠି ସବୁଠି ଚାଲିଛି ମନମୁଖୀ, ଚଞ୍ଚକତାର ଶିକାର ହେଲେ CRP ଦିଦି

    ଏଠି,ସେଠି ସବୁଠି ଚାଲିଛି ମନମୁଖୀ, ଚଞ୍ଚକତାର ଶିକାର ହେଲେ CRP ଦିଦି

    ସଭାପତି ଓ ସମ୍ପାଦକ ନାଁରେ ଆସିଲା ସାଙ୍ଘତିକ ଅଭିଯୋଗ | ଏହି ଘଟଣା ଘଟିଛି ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ | ନିଜର ମନମୁଖୀ ଶାସନ ଦ୍ବାରା ଦୁଇଜଣ CRP ଙ୍କୁ ଚାକିରୀରୁ ବହିଷ୍କାର କରିବା, ଦୀର୍ଘ ଅଢେଇ ବର୍ଷର ଦରମା ନ ଦେବା ନେଇ ଅଭିଯୋଗ ହୋଇଛି |ସୁକିନ୍ଦା ଗଡ଼ GPLF ର ଅଧୀନ ରେ ଥିବା ଦୁଇ CRP କର୍ମୀ ଏନେଇ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ ଓ ମିଶନ ଶକ୍ତି ସଚିବଙ୍କ ନିକଟରେ ଅଭିଯୋଗ କରି ନିରାଶ ହୋଇଛନ୍ତି |ଦୁଇ CRP କର୍ମୀ ହେଉଛନ୍ତି ବୈଜୟନ୍ତୀ ସେଠି ଓ ଗୀତାଞ୍ଜଳି ବାରିକ |

    ସୂଚନାନୁସରେ, ୨୦୧୨ ମସିହା ରୁ ଏହି ଦୁଇ ମହିଳା ଆଜି ପର୍ଯ୍ୟନ୍ତ ସୁକିନ୍ଦା ଗଡ଼ ଆରାଧନା GPLF ଅଧୀନରେ ଥିବା ବିରଜା ଓ ଗରିବେଶ୍ୱର OLF ର ସମସ୍ତ SHG ଗ୍ରୁପ ମହିଳା ମାନଙ୍କ ର କାର୍ଯ୍ୟ ସୁଚାରୁ ରୂପେ କରିଆସୁଛନ୍ତି | କିନ୍ତୁ ୨୦୨୨ ଜାନୁଆରୀ ମାସ ଠାରୁ GPLF ର ସଭାପତି କବିତା ବେହୁରି ଓ ସମ୍ପାଦକ ରଶ୍ମିତା ଭଟାଚାର୍ଯ୍ୟ ଚଞ୍ଚକତା କରିବା ସହ ମହିଳା ମାନଙ୍କୁ କିଛି ମିଛ ପ୍ରତିଶୃତି ଦେଇଥିଲେ | SHG ଗ୍ରୁପ ର ସଦସ୍ୟ ମାନଙ୍କ ଠାରୁ ଦସ୍ତଖତ ନେବା ସହ ଅନ୍ୟ କିଛି ମହିଳା ଙ୍କ ଜାଲ ଦସ୍ତଖତ କରି ଏହି ଦୁଇଜଣ CRP ଙ୍କୁ ବହିଷ୍କାର କରିବା ସହ ଅଢେଇ ବର୍ଷ ର ଦରମା ମଧ୍ୟ ଦେଉ ନ ଥିବା ଅଭିଯୋଗ ହେଉଛି |ଏହି ଦୁଇ CRP ସୁକିନ୍ଦା ବିଡ଼ିଓ, ଯାଜପୁର ଜିଲ୍ଲାପାଳ,ମିଶନଶକ୍ତି ସଚିବ, ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ର କୌଣସି ସମାଧାନ ହେଉନ ଥିବା ସେମାନେ ଅଭିଯୋଗ କରିଛନ୍ତି |ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ମିଶନଶକ୍ତି ସଚିବ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଏହାର ତଦନ୍ତ ନିର୍ଦେଶ ଦେଇଥିବା ସତ୍ୱେ ସୁକିନ୍ଦା BPM ଓ ଯାଜପୁର DPM କାହିଁକି ଚୁପ ବସିଛନ୍ତି ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି | ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଏ ଦୁଇଜଣ ଙ୍କୁ ଚାକିରୀ ଦେବା ସହିତ ସମ୍ପୂର୍ଣ ବକେୟା ଦରମା ପ୍ରଦାନ ନ କରା ଗଲେ ସେମାନେ SHG ମହିଳାମାନଙ୍କ ଙ୍କ ସହିତ ବ୍ଲକ ସମୁଖ ରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି |

  • ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ତ, ୬ ଜୀବନ୍ତ ଦଗ୍ଧ

    ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ତ, ୬ ଜୀବନ୍ତ ଦଗ୍ଧ

    ତାମିଲନାଡୁରେ ବଡ ଧରଣର ଅଘଟଣ । ଜଳିଗଲା ପ୍ରାଇଭେଟ୍‌ ହସ୍ପିଟାଲ ।ତାମିଲନାଡୁର ଡିଣ୍ଡିଗୁଲର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ରେ ଜଣେ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନେକ ଜଣ ଆହତ ହୋଇଛନ୍ତି । 20 ରୁ ଅଧିକ ଗୁରୁତର ଆହତଙ୍କୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ତ୍ରିଚି ରୋଡ୍ ରେ ଥିବା ଅର୍ଥୋପେଡିକ୍ କେୟାର ସିଟି ହସ୍ପିଟାଲର ରିସେପସନ୍ ରେ ସର୍ଟ ସର୍କିଟ ଯୋଗୁଁ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ପୂରା ହସ୍ପିଟାଲ କୁ ବ୍ୟାପିଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଡାକ୍ତରଖାନା ଭିତରେ ଫସି ରହିଥିବା ପ୍ରାୟ ୧୦୦ ଲୋକଙ୍କୁ ଉଦ୍ଧାର କରିବା ପାଇଁ ତିନୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଲୋକଙ୍କୁ ୧୦ ଟି ସରକାରୀ ଆମ୍ବୁଲାନ୍ସ ଏବଂ ୩୦ ଟି ଘରୋଇ ଆମ୍ବୁଲାନ୍ସ ବ୍ୟବହାର କରି ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି |

  • ନାଲକୋର ଅବହେଳା ପାଇଁ ବାପ ପୁଅଙ୍କ ଜୀବନ ସଙ୍କଟରେ

    ନାଲକୋର ଅବହେଳା ପାଇଁ ବାପ ପୁଅଙ୍କ ଜୀବନ ସଙ୍କଟରେ

    ସ୍କୁଲରୁ ଫେରିବା ସମୟରେ ମହୁମାଛି ର ଶିକାର ହୋଇଛନ୍ତି ଉଭୟ ବାପା ଓ ପୁଅ | ଗୁରୁତର ଅବସ୍ଥାରେ କରାଯାଇଛି ଉଦ୍ଧାର | ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀ ରେ ଥିବା ୩ ନଂ ଗେଟ୍ ସାମ୍ନାରେ ମହୁମାଛି ଆକ୍ରମଣରେ ବାପପୁଅ ଗୁରୁତ୍ତର ହୋଇଛନ୍ତି। ପୁଅ ସ୍ଵସ୍ତିକ ବିଶ୍ଵାଳ ଦିପ୍ରହର ସମୟରେ ସ୍କୁଲ ଛୁଟି ହେବା ପରେ ବାପା ଲଲିତ ବିଶ୍ଵାଳଙ୍କ ସହ ସ୍କୁଟି ରେ ଘରକୁ ଆସୁଥିଲେ | ଠିକ ସେହି ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। କ୍ଷୀରୋଦ ସାମଲ ନାମକ ଜଣେ ବ୍ୟକ୍ତି ସାହସ ଜୁଟାଇ ଏକ ପାଲ ଘୋଡାଇ ଦୁଇ ଜଣଙ୍କୁ ଉଦ୍ଧାର କରି ନାଲକୋ ମେଡ଼ିକାଲକୁ ପଠାଇଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୂତର ହେବା ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲ୍କୁ ପଠେଇ ଦିଆଯାଇଛି। ପୂର୍ବ ବର୍ଷ ଠିକ ସେହି କଲୋନୀ ରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ଜଣେ ମହିଳା | କିନ୍ତୁ ସରକାରଙ୍କ ଦୃଷ୍ଟି ଏ ଯାଏ କାହିଁକି ଏଠି ପଡୁନାହିଁ ବୋଲି ସାଧାରଣରେ ଚର୍ଚା ହେଉଛି | ଏହିଭଳି ଘଟଣା ଆଗକୁ କିଭଳି ନ ଘଟିବ ସେଥିପାଇଁ ନାଲକୋ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

  • ବାଙ୍ଗଲାଦେଶୀ ମତ୍ସ୍ୟଜୀବୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କୋହଳ ମନୋଭାବ

    ବାଙ୍ଗଲାଦେଶୀ ମତ୍ସ୍ୟଜୀବୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କୋହଳ ମନୋଭାବ

    ବାଙ୍ଗଲାଦେଶୀ ମତ୍ସ୍ୟଜୀବୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କୋହଳ ମନୋଭାବ | କଠୋର ନିନ୍ଦା କଲା ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ | ଓ୍ବେଷ୍ଟବେଙ୍ଗଲକୁ ଯାଇଥିବା ଦୁଇଟି ମାଛ ଧରା ବୋଟ ଓ ମତ୍ସ୍ୟଜୀବୀ ମାନଙ୍କୁ ବାଙ୍ଗଲାଦେଶ ଅଟକ ରଖିଛି | ସେମାନେ ଧରିଥିବା ମାଛକୁ ମଧ୍ୟ ତାଙ୍କ ସରକାର ସେଠାରେ ନିଲାମ କରିଛନ୍ତି। କିନ୍ତୁ ସରକାର ତାଙ୍କୁ ଫେରେଇବା ପାଇଁ ବ୍ୟସ୍ତ କାହିଁକି ? ଭାରତୀୟ ଜଳ ସୀମାରୁ ସେମାନେ ଯେଉଁ ମାଛ ଧରିଛନ୍ତି ସେଥିରେ ଆମର ହକ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ପ୍ରଶ୍ନ କରିଛନ୍ତି | ତେଣୁ ଏହାକୁ ଦୃଷ୍ଟିରେ ରଖି ମାଛ କୁ ଏଠାରେ ନିଲାମ ରଖାଯିବା ସହିତ ସେମାନଙ୍କୁ ଛାଡିବାକୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ପକ୍ଷରୁ ଦାବୀ କରାଯିବା ସହିତ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି |

  • ୩ ବାଇକକୁ ପିଟିଲା ବସ, ଦୁର୍ଘଟଣା କଏଦ କଲା ସିସିଟିଭି

    ୩ ବାଇକକୁ ପିଟିଲା ବସ, ଦୁର୍ଘଟଣା କଏଦ କଲା ସିସିଟିଭି

    ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ପିତୀରି ପଞ୍ଚାୟତ ଖଇରାମୁଣ୍ଡା ଗାଁ ନିକଟରେ ବାଇକକୁ ଏକ ଯାତ୍ରୀବାହୀ ବସ ଧକ୍କାଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ଏବଂ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ରଡ଼ ବାଇଣ୍ଡିଙ୍ଗ ମିସ୍ତ୍ରୀ ପରଜଙ୍ଗ ଥାନା ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ ବୋଲି ଜଣାପଡିଛି । ସେହିପରି, ଆଉ ଦୁଇ ଜଣ ମୃତକଙ୍କୁ ନାଉପାଳକାଟେଣୀ ଗାଁର ପିନୁ ସାହୁ ଏବଂ ସୁମନ୍ତ ପରିଡା ବୋଲି ଚିହ୍ନଟ କରାଯାଇଛି ।

    ସୂଚନା ଅନୁସାରେ, ସମସ୍ତେ ଏକ ବାଇକ ଯୋଗେ ନିଜ ଗାଁରୁ ଛାତ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଖଇରାମୁଣ୍ଡା ଗାଁକୁ ଯାଉଥିବା ବେଳେ ଧକ୍କା ଦେଇଥିଲା ଭୋଳାନାଥ ନାମକ ଯାତ୍ରୀବାହୀ ବସ । ଗୁରୁତର ଆହତ ହୋଇଥବା ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ। ଶବ ଦୁଇଟି ଢେଙ୍କାନାଳ ମେଡ଼ିକାଲରେ ଥିବା ସମୟରେ ଉତ୍ତେଜନା ପ୍ରକାଶ ପାଇବାରୁ ପରଜଙ୍ଗ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ଅଟକ ରଖିଥିଲା ।

    ଅନ୍ୟପଟେ, ସାଗର ପ୍ରଧାନଙ୍କ ମୃତ୍ୟୁକୁ ନେଉ ତାଙ୍କର ସମ୍ପର୍କୀୟ ଓ ଉତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ସକାଳ ୯ ଘଟିକା ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାର ବର୍ଗଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଗଲା ପରେ ସନ୍ଧ୍ୟା ୫ଟା ବେଳକୁ ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଡାକ୍ତରଖାନାକୁ ନିଅ ଯାଇଥିଲେ ।

  • ଚୀନକୁ ହରାଇ ଗୁକେଶ ହେଲେ ସର୍ବକନିଷ୍ଠ ଚମ୍ପିୟାନ

    ଚୀନକୁ ହରାଇ ଗୁକେଶ ହେଲେ ସର୍ବକନିଷ୍ଠ ଚମ୍ପିୟାନ

    ବିଶ୍ବ ବିଜେତା ସାଜିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ । ସବୁ ଆଲୋଚନାର ଅନ୍ତ ଘଟାଇ ଶେଷରେ ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପରେ ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ ହେବାର ଗୌରବ ହାସଲ କରିଛନ୍ତି ।

    ସର୍ବପ୍ରଥମେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ।ମୁଁ ନିଜ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି । ଏହି ମୂହୁର୍ତ୍ତ ପାଇଁ ମୁଁ ୧୦ ବର୍ଷ ହେଲା ସ୍ୱପ୍ନ ଦେଖିଆସୁଛି । ବିଜୟ ପରେ ଭାବବିହ୍ୱଳ ହୋଇପଡିଥିଲେ ଗୁକେଶ । ଏହି ଅବସରରେ ସେ କହିଛନ୍ତି, “ମୁଁ ଭାବବିହ୍ୱଳ ହୋଇପଡିଲି କାରଣ ମୋତେ ସେହି ସ୍ଥିତିରେ ଜିତିବାର ଆଶା ନଥିଲା, ଲିରେନ ମ୍ୟାଚ ଡ୍ର ରଖିବାକୁ ଚାହୁଁଥିଲେ, ଫଳରେ ମୋତେ ଆକ୍ରମଣାତ୍ମକ ଖେଳିବା ପାଇଁ ସୁଯୋଗ ପ୍ରଦାନ କଲା । ସାମାନ୍ୟ ଭୁଲ ମ୍ୟାଚକୁ ଅନ୍ୟ ପକ୍ଷରେ ନେଇ ଯାଇଥାନ୍ତା । ମୁଁ ଭାଗ୍ୟବାନ ଥିଲି ବୋଲି ମଧ୍ୟ ସେ କହିଛନ୍ତି ।। ତେବେ ଏହି ବିଶ୍ବ ବିଜୟ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ଏବଂ ଟ୍ୱିଟ କରି ସେ ଲେଖିଛନ୍ତି,” ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ଗୁକେଶଙ୍କୁ ଅଭିନନ୍ଦନ । ଏହି ସଫଳତା ତାଙ୍କର ଅପୂର୍ବ ପ୍ରତିଭା, କଠିନ ପରିଶ୍ରମ ଏବଂ ଅଦମ୍ୟ ନିଷ୍ଠାର ଫଳାଫଳ । ତାଙ୍କର ବିଜୟ କେବଳ ଚେସ ଇତିହାସରେ ତାଙ୍କ ନାମକୁ ସ୍ଥାନିତ କରିନାହିଁ ବରଂ ଲକ୍ଷ ଲକ୍ଷ ଯୁବକଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଉତ୍କର୍ଷତା ପାଇଁ ପ୍ରେରଣା ଦେଇଛି ।” ତେବେ ଏହି ଐତିହାସିକ ବିଜୟ ପରେ ତାଙ୍କୁ ଭାରତର junior ବିଶ୍ଵନାଥ ଆନନ୍ଦ ରୂପେ ବିବେଚିତ କରାଯାଇଛି ।