Blog

  • ମହାକୁମ୍ବ ଦଳାଚକଟାରେ ବଢିପାରେ ମୃତ୍ୟୁସଂଖ୍ୟା, ସରକାର ଏପର୍ଯ୍ୟନ୍ତ ଦେଇନାହାଁନ୍ତି ସରକାରୀ ବିବୃତ୍ତି

    ମହାକୁମ୍ବ ଦଳାଚକଟାରେ ବଢିପାରେ ମୃତ୍ୟୁସଂଖ୍ୟା, ସରକାର ଏପର୍ଯ୍ୟନ୍ତ ଦେଇନାହାଁନ୍ତି ସରକାରୀ ବିବୃତ୍ତି

    ପ୍ରୟାଗରାଜ ମହାକମ୍ବୁରେ ବିଳମ୍ବିତ ରାତିରେ ମୋୖନି ଅମାବାସ୍ୟା ରେ ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ ଜମିବା କାରଣରୁ ବିଳମ୍ବିତ ରାତିରେ ତ୍ରିବେଣୀରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁ କାରଣରୁ କିଛି ମହିଳା ଶ୍ୱାସରୁଦ୍ଧ ହୋଇ ଆହତ ହୋଇଥିଲେ। ଅନେକ ଆହତଙ୍କ ପରିସ୍ଥିତି ଭୟାଭୟ କରାଯାଉଛି। ତ୍ରିବେଣୀର ଦୃଶ୍ୟ ଏବଂ ଭିଡିଓରେ ମହିଳାଙ୍କ ଚପଲ ଏବଂ ଜିନିଷଗୁଡିକ ଛିନ୍ନଛତ୍ର ହୋଇଥିବାର ଦେଖାଯାଏ | କେତେ ଲୋକ ଆହତ ହୋଇଛନ୍ତି ସେନେଇ ମେଳା ପ୍ରଶାସନ ଏପର୍ଯ୍ୟନ୍ତ ସୂଚନା ଦେଇନାହିଁ। ହଠାତ୍ ଖରାପ ଅବସ୍ଥାକୁ ନିୟନ୍ତ୍ରଣ କରି ମେଳା ପ୍ରଶାସନ ସବୁଜ କରିଡର ତିଆରି କରି ଆହତ ମହିଳାମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।

    ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ପଚାରି ବୁଝୁଛନ୍ତି। ମୌନି ଅମାବାସ୍ୟାରେ, ଶ୍ରଦ୍ଧାଳୁଙ୍କ କ୍ଷମତା ବାହାରେ ଯାହା ଅଣାୟତ୍ତ ହୋଇପଡ଼ିଥିଲା ତେଣୁ ସେମାନଙ୍କ ଅମୃତ ସ୍ନାନକୁ ସ୍ଥଗିତ ରଖିବିକୁ ପଡିଥିଲା | ତେବେ ସାଧାରଣ ଭକ୍ତମାନେ ସଙ୍ଗମରେ ସ୍ନାନ ଜାରି ରଖିଛନ୍ତି। ରେକର୍ଡ ସଂଖ୍ୟକ ଭକ୍ତ ମୋୖନି ଅମାବାସ୍ୟାରେ ପବିତ୍ର ସ୍ନାନ ପାଇଁ ପ୍ରୟାଗରେ ପହଞ୍ଚିଛନ୍ତି | ଆଠରୁ ଦଶ କୋଟି ଭକ୍ତ ଆଜି ପ୍ରୟାଗରରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

    ପ୍ରୟାଗରାଜରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ସରକାରୀ ନିଶ୍ଚିତକରଣ କରାଯାଇ ନାହିଁ।
    ମହାକୁମ୍ଭ ପୋଲିସ୍ ମୁଖ୍ୟ ବୈଭବ କୃଷ୍ଣ କହିଛନ୍ତି ଯେ ଅଖଡା ମାର୍ଗ ଆମର ପ୍ରସ୍ତୁତ ସରିଛି । କିଛି ସମୟ ପରେ ସେମାନେ ସାନ୍ନ କରିବାକୁ ଆସିବେ ଆମେ ଅଖଡାକୁ ଜଣାଇଛୁ ଯେ ଆମେ ପ୍ରସ୍ତୁତ |

    ଆଜି ମୋୖନି ଅମାବାସ୍ୟାରେ ପ୍ରୟାଗରାଜ ମହାକୁମ୍ବରେ ଥିବା ଅଖଡାରେ ହେବ ନାହିଁ ଅମୃତ ସ୍ନାନ | ଦେବତାମାନଙ୍କୁ କେବଳ ସାଙ୍କେତିକ ଭାବରେ ସ୍ନାନ କରାଯିବ | କେବଳ ପରମ୍ପରାର ନିର୍ବନ୍ହ ପାଳନ କରାଯିବ | ସର୍ବାଧିକ ପଚିଶରୁ ତିରିଶ ସନ୍ୟାସୀ ଦେବତାଙ୍କ ସହିତ ସରଳତା ସହିତ ସଙ୍ଗମକୁ ଯିବେ | ବଡ ସାଧୁ ଏବଂ ମହାତ୍ମା ଯିବେ ନାହିଁ | ସେଠାରେ କୌଣସି ରାଜକୀୟ ରଥ ଏବଂ ବାଦ୍ୟଯନ୍ତ୍ର ରହିବ ନାହିଁ | ଅଖଡା ପରିଷଦର ସଭାପତି ମହନ୍ତ ରବିନ୍ଦ୍ର ପୁରୀଙ୍କ କହିବା ଅନୁଯାୟୀ ଦେବତାଙ୍କ ସ୍ନାନରେ ସନ୍ଥ ମହାତ୍ମା ନିଜ ସ୍ନାନ ଉପଭୋଗ କରିବେ।

  • ୩ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା !

    କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରାରେ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଏକ ଖାତରେ ପକାଇଦେଇଥିବା ଖବର ମିଳିଛି। ସୂଚନା ଅନୁସାରେ, ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡା ଓ ସେହି ଗାଁର ଚନ୍ଦନ ମୁଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ରହିଥିଲା | ସେହି ବିବାଦକୁ ନେଇ ଶ୍ରୀତମ ରାଗ ରଖିଥିଲା। ପ୍ରତିଶୋଧର ବାହାନା ଖୋଜୁଥିଲା। ଗତ ରବିବାର ରାଗ ଜର୍ଜର ରେ ଶ୍ରୀତମ ଚନ୍ଦନ ମୁଣ୍ଡାର ୩ବର୍ଷର ଶିଶୁପୁତ୍ରକୁ କୋଳି ଖାଇବା ବାହାନାରେ ଖେଣ୍ଡରାକୁ ଡ଼ାକିନେଇ ସେଠାରେ ଅମାନୁଷିକ ଭାବେ ପଥରରେ ପିଟି ହତ୍ୟା କରିବା ପରେ ପଥର ଖୋଲରେ ଫିଙ୍ଗି ଦେଇଥିଲା।

    ଶନିବାର ଦିନ ପିଲାଟିକୁ ନପାଇ ଝୁମ୍ପୁରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ପୋଲିସ ଶ୍ରିତମ ମୁଣ୍ଡାକୁ ଥାନାକୁ ଆଣି ଜେରା ସମୟରେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସୂଚନା ଦେବାରୁ ଆଜି ସକାଳେ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ଘଟଣସ୍ଥଳରେ ଅତିରିକ୍ତ ଏସ ପି, ମାଜିଷ୍ଟ୍ରେଟ, ପୋଲିସ, ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଲାଇଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

  • କେନ୍ଦୁଝରଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସଧାରଣତନ୍ତ୍ର ଦିବସ ପାଳିତ

    ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଜୟଗାନ କରିବା ସହିତ ଶ୍ରୀଅରବିନ୍ଦ ତଥା ଶ୍ରୀମାଙ୍କର ପାଦପଦ୍ମ ତଳେ ପ୍ରାର୍ଥନା ଓ ନୀରବ ଧ୍ୟାନ ସହ ଶିକ୍ଷାନୁଷ୍ଠାନର ଅପାଭାଇ ମାନେ ସାଧାରଣତନ୍ତ୍ର ଦିବସକୁ ଆଗେଇ ନେଇଥିଲେ।

    ବିଦ୍ୟାଳୟର ସମ୍ପାଦକ ମୁଖ୍ୟଅତିଥି ଭାବେ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ମାର୍ଚ୍ଚପାଷ୍ଟ କରାଯାଇ ମୁଖ୍ୟ ଅତିଥି ରାଜ୍ୟ ସମାନ ଦିଆଯାଇଥିଲା, ପରେ ପରେ ବିଦ୍ୟାଳୟର ସମ୍ପାଦକ ସାଧାରଣତନ୍ତ୍ର ଦେଶଭକ୍ତି, ତ୍ୟାଗ ଓ ବଳିଦାନ ଛାତ୍ରଛାତ୍ରୀଙ୍କର ଉଦ୍ଦେଶ୍ୟରେ ବିଭିନ୍ନ ଅଭିଭାଷଣ କରିଥିଲେ।

  • କେନ୍ଦୁଝର ଜିଲ୍ଲା ଘଷିପୁରାରେ ‘ମିଳିତ ସାଧାରଣ ଅଭିଯୋଗ ଶୁଣାଣି’ ଶିବିର

    ଘସିପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ‘ମିଳିତ ସାଧାରଣ ଅଭିଯୋଗ ଶୁଣାଣି’ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ, ଏସପି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଚିହ୍ନିତ ହୋଇଥିବା ଦଶ ଜଣ ଦିବ୍ୟାଙ୍ଗଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF Keonjhar) ସହାୟତାରେ ଇଲେକ୍ଟ୍ରିକ ହ୍ୱିଲଚେୟାର ପ୍ରଦାନ କରାଯାଇଥିଲା।

  • ମୁକୁନ୍ଦ ଚନ୍ଦ୍ର ସାହୁ ଟ୍ରଷ୍ଟ ପକ୍ଷରୁ ମତୋରେ ନୂତନ ବିଶ୍ରାମାଗାର ଉଦଘାଟିତ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ବଜାରରେ ଏକ ନୂତନ ବିଶ୍ରାମାଗାର ଉଦଘାଟିତ ହୋଇଯାଇଛି। ମୁକୁନ୍ଦ ଚନ୍ଦ୍ର ସାହୁ ଟ୍ରଷ୍ଟ ପକ୍ଷରୁ ଏହି ବିଶ୍ରାମ ଗାର ହୋଇଛି, ଏହି ବିଶ୍ରାମ ଗାର ଟିକୁ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ଚାନ୍ଦବାଲି ଆଇଆଇସି ପଞ୍ଚାନନ ମହାନ୍ତି, ଛତିଶ କୁମାର ଗଛି ଉପସ୍ଥିତ ରହି ଫିତା କାଟି ଉଦଘାଟନ କରିଛନ୍ତି। ଏହି ବିଶ୍ରାମ ଗାରଟି ନିହାତି ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି।

    ମତୋ ବଜାରରେ ବିଶିଷ୍ଟ ବ୍ୟବସାୟୀ ତଥା କମ୍ୟୁନିଷ୍ଟ ପାର୍ଟିର ଜଣେ ଆଗଧାଡିର ନେତୃବୃନ୍ଦ, ଆଜି ସ୍ବର୍ଗତ ମୁକୁନ୍ଦ ଚନ୍ଦ୍ର ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ସୁପୁତ୍ର ବାବୁଲାଲ ସାହୁ ବାପାଙ୍କ କଥାକୁ ରକ୍ଷାକରି ଏହି ମାନବ ସେବା ମନ୍ଦିରଟି ଆରମ୍ଭ କରିଛନ୍ତି।

    ଏହି ଶୁଭ ଉଦଘାଟନ ଉତ୍ସବରେ ମତୋ ପଞ୍ଚାୟତର ବିଜୁଜନତା ଦଳର ସଭାପତି ପ୍ରଦୀପ ପଲ୍ଲାଇ, ପୂର୍ବତନ ସରପଞ୍ଚ ଅଭୟ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ମତୋ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସମେତ ଜନ ସାଧାରଣ ଉପସ୍ଥିତ ରହିଥିଲେ।

  • କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଟାଳ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣୀ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଟାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି | କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଏଡିଏମ ନିଲୁ ମହାପାତ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ,ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର,ଆଳି ବିଡ଼ିଓ ମିନତୀ ଜଗଦେବ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ | ଏହି ଜନଶୁଣାଣୀ ଶିବିରରେ ୧୦୭ ଟି ଅଭିଯୋଗ ହୋଇଥିବା ବେଳେ ୧୩ ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକ ବ୍ୟକ୍ତିଗତ ଅଭିଯୋଗ ରହିଛି |

    ସାମୁହିକ ଅଭିଯୋଗ ମଧ୍ୟରେ ଧାନମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମନରେଗା କାର୍ଯ୍ୟ ଚାଲୁକରିବା ନେଇ ଆଳି ସରପଞ୍ଚ ସଙ୍ଘ ପକ୍ଷରୁ ଦାବି କରା ଯାଇଥିବା ବେଳେ ପାନୀୟ ଜଳ ସମସ୍ୟା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରିବା ନିମନ୍ତେ ଦାବି ହୋଇଥିଲା | ଏହି ଜନଶୁଣାଣି ଶିବିର ନିମନ୍ତେ ପ୍ରଚାର ପ୍ରସାର କରା ଯାଇନଥିବା ନେଇ ଲିଖିତ ଅଭଯୋଗ କଲା ବିଜେପି | ଏହି ଶିବିରରେ ଚିକିତ୍ସା ନିମନ୍ତେ ଜଣକୁ ରେଡକ୍ରସ ଓ ଅନ୍ୟ 4 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଯୋଗାଇ ଦିଆଯାଇଛି |

  • ଉତ୍କଳ ବିଦ୍ଵତ ପରିଷଦ ପକ୍ଷରୁ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ

    ଉତ୍କଳ ବିଦ୍ଵତ ପରିଷଦ ଆନୁକୁଲ୍ୟରେ ୪ର୍ଥ ଥର ପାଇଁ ସମୁହ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖ ରବିବାର ମାଘ କୃଷ୍ଣପକ୍ଷ ଦ୍ଵାଦଶୀ ତିଥିରେ ୨୧ ଜଣ ବ୍ରାହ୍ମଣ ବାଳକଙ୍କର ନିଶୁଳ୍କ ବ୍ରତୋପନୟନ ପାରମ୍ପରିକ ରୀତି ନୀତି ସହ ମହାଆଡମ୍ବରେ ସମ୍ପନ୍ନ ହୋଇଛି | ୪ର୍ଥ ଥର ପାଇଁ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମ ପୁରୀ ଗୁଣ୍ଡିଚା ଭକ୍ତ ନିବାସରେ ଅନୁଷ୍ଠିତ ହୋଇଛି | ଓଡିଶାର ୧୨ ଟି ଜିଲ୍ଲାରୁ ବ୍ରାହ୍ମଣ ବାଳକମାନେ ସେମାନଙ୍କ ପିତା ମାତା ଅଭିଭାବକଙ୍କ ସହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଆର୍ଥିକ ତଥା ସାମାଜିକ ବିପନ୍ନ ଥିବା ବ୍ରାହ୍ମଣ ବାଳକ ଯଜ୍ଞ ଉପବୀତ ଧାରଣ ପରେ ବ୍ରାହ୍ମଣ କର୍ମ କରି ସ୍ୱାବଲମ୍ବୀ ହୋଇପାରିବେ ସେହି ଲକ୍ଷରେ ପ୍ରତିବର୍ଷ ଉତ୍କଳ ବିଦ୍ଵତ ପରିଷଦ ଏହି ନିଶୁଳ୍କ ବ୍ରତୋପନୟନ ଆୟୋଜିତ କରି ଆସୁଛି | କାର୍ଯ୍ୟକ୍ରମରେ ପୁରୀ ତଥା ଅନ୍ୟାନ୍ୟ ସ୍ଥାନରୁ ଶ୍ରଦ୍ଧାଳୁ ଧର୍ମାନୁରାଗୀ ବ୍ୟକ୍ତି ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ | ଅତିଥି ମାନଙ୍କ ପାଇଁ ଜଳପାନ ସହ ପ୍ରୀତିଭୋଜନର ବ୍ୟବସ୍ଥା ହୋଇଥିଲା | ପୁରୀର ପାରମ୍ପରିକ ମଠାଧୀଶ,ଶ୍ରୀମନ୍ଦିରର ବରିଷ୍ଠ ସେବକ ମାନେ ଯୋଗଦେଇ ବ୍ରହ୍ମଚାରି ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ |ସହଯୋଗୀ ସଂସ୍ଥାନ “ଆପଣଙ୍କ ସେବାରେ” ର ସଦସ୍ୟ ମାନେ ଦିନ ତମାମ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |ପରିଶେଷରେ ନବ ବ୍ରହ୍ମଚାରିମାନେ ସିଂହଦ୍ଵାରକୁ ଯାଇ ପତିତପାବନଙ୍କୁ ଦର୍ଶନ କରି ନିଜ ନିଜ ଘରକୁ ବାହୁଡିଥିଲେ |

    କାର୍ଯକ୍ରମରେ ପରିଷଦର ସଭାପତି ମନୋଜ ରଥ, ସମ୍ପାଦକ ବିଜୟକୃଷ୍ଣ ବ୍ରହ୍ମା, କୋଷାଧକ୍ଷ କମଳାକାନ୍ତ ଆଚାର୍ଯ୍ୟ ,’ଆପଣଙ୍କ ସେବାରେ’ ଅନୁଷ୍ଠାନର ରାଜ୍ୟ ସଭାପତି ଜିତେନ୍ଦ୍ର ମହାପାତ୍ର, କୃଷ୍ଣ ଚନ୍ଦ୍ର ଦାସ ,ସମ୍ପାଦକ ଚିତ୍ତ ରଞ୍ଜନ ବିଶ୍ଵାଳ, ପୁରୀ ନଗର ସମ୍ପାଦକ ବିରଞ୍ଚି ମିଶ୍ର, ଦିବ୍ୟରଞ୍ଜନ ଦାଶ, ରଞ୍ଜେଶ ସାହୁ, ଦେବୀ ବ୍ରହ୍ମା , କୃଷ୍ଣ ଚନ୍ଦ୍ର ମିଶ୍ର ,ଦେବେନ୍ଦ୍ର ମହାରଣା, ସୁଶାନ୍ତ ଦାସ, ସିସେନ ପ୍ରତିହାରୀ, ଅନୁପମା କର,ସୌମ୍ୟଶ୍ରୀ ଆଶ୍ରିବାଦ, ଜଗଦୀଶ ପ୍ରଧାନ, ଅର୍ଜୁନ ମହାରଣା,ସତ୍ୟଦୀପ ମିଶ୍ର, ଶାନ୍ତିଲତା ପରିଡା, ପ୍ରଭାତ ପଣ୍ଡା, ମିହିର ଜେନା, ସଞ୍ଜୟ ବେହେରା, ଦେବାନନ୍ଦ ମିଶ୍ର, ପ୍ରକୃତି ବନ୍ଧୁ ବଦ୍ରି ମିଶ୍ର , ଗଣେଶ୍ୱର ମହାସୁଆର , ଗଣେଶ ମହାପାତ୍ର , ଭଗବାନ ମିଶ୍ର , ଲକ୍ଷ୍ମୀପ୍ରିୟା ସାହୁ , କୃଷ୍ଣ ମିଶ୍ର , ଅର୍ଚନା ରଥ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସୁପରିଚାଳନା କରିଥିଲେ |

  • ମହାକୁମ୍ଭକୁ ଯାଉଥିବା ଟ୍ରେନରେ ନାହିଁ ନ ଥିବା ଭିଡ଼, ଉପଦ୍ରଵୀଙ୍କ ପଥର ଫିଙ୍ଗା, କ୍ରୋଧିତ ଯାତ୍ରୀମାନେ ପଥର ଫିଙ୍ଗି ଭାଙ୍ଗିଲେ କାଚ

    ମହାକୁମ୍ଭକୁ ଯାଉଥିବା ଟ୍ରେନରେ ନାହିଁ ନ ଥିବା ଭିଡ଼, ଉପଦ୍ରଵୀଙ୍କ ପଥର ଫିଙ୍ଗା, କ୍ରୋଧିତ ଯାତ୍ରୀମାନେ ପଥର ଫିଙ୍ଗି ଭାଙ୍ଗିଲେ କାଚ

    ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଟ୍ରେନରେଏହି ସମୟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି | ଏପଟେ ମହାକୁମ୍ଭ ଯିବାକୁ ରେଳ ଷ୍ଟେସନରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଦେଖିବାକୁ ମିଳୁଛି | ଠିକ ଏହି ସମୟରେ ମହାକୁମ୍ଭ ଯାଉଥିବା ଯାତ୍ରୀମାନେ ଛତ୍ରପୁର ରେଳ ଷ୍ଟେସନରେ ହଙ୍ଗାମା କରିଛନ୍ତି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମହାକୁମ୍ଭ ଯାଉଥିବା ଯାତ୍ରୀମାନେ ମଧ୍ୟ ଟ୍ରେନରେ ପଥର ଫିଙ୍ଗି ଟ୍ରେନର ଗ୍ଲାସ ଭଙ୍ଗା ଭଙ୍ଗି କରିଛନ୍ତି। ଆମ୍ବେଦକର ନଗରରୁ ଚାଲୁଥିବା ଟ୍ରେନର ସମସ୍ତ କବାଟ ଓ ଝରକା ବନ୍ଦ ଥିବାରୁ ପ୍ଲାଟଫର୍ମରେ ଠିଆ ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରେ କ୍ରୋଧ ଉଠିଥିଲା, ଯାହା ପରେ ସେମାନେ ପଥର ଫୋପଡା ଫିଙ୍ଗା କରିଥିଲେ ।

    କେଉଁ କାରଣରୁ ଟ୍ରେନରେପଥର ଫିଙ୍ଗା ହୋଇଥିଲା
    ବିରାଙ୍ଗନା ଲକ୍ଷ୍ମୀବାଇ ଝାନସିରୁ ପ୍ରୟାଗରାଜକୁ ଯାଉଥିବା ଟ୍ରେନ୍ ନମ୍ବର 11801ରେ ପଥର ମାଡ଼ ହୋଇଥିଲା । ସୂଚନା ଅନୁଯାୟୀ ଯେ ବହୁ ସଂଖ୍ୟାରେ ଯାତ୍ରୀ ହରପାଲପୁର ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଯାତ୍ରୀଙ୍କ ଭିଡ଼ ଲାଗିଥିଲା । କିନ୍ତୁ ଟ୍ରେନ୍ ଭିତରେ ଥିବା ଯାତ୍ରୀମାନେ ଟ୍ରେନ୍ ଗେଟ୍ ଖୋଲୁ ନଥିଲେ। ଯାହା ଫଳରେ ଷ୍ଟେସନରେ ଉପସ୍ଥିତ ଜନତା କ୍ରୋଧିତ ହୋଇ ପଥର ଫିଙ୍ଗିବା ଏବଂ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। ପଥର ଫିଙ୍ଗିବା ଏବଂ ଭଙ୍ଗାରୁଜା ଯୋଗୁଁ ଯାତ୍ରୀମାନେ ଚିତ୍କାର କରିବା ଆରମ୍ଭ କରିଥିଲେ। ଯାତ୍ରୀମାନେ କହିଥିଲେ ଯେ ହଠାତ୍ ଷ୍ଟେସନରେ ଉପସ୍ଥିତ ଜନତା ପଥର ଫିଙ୍ଗିବା ସହ ଆକ୍ରମଣ ଆରମ୍ଭ କରିଥିଲେ। ମହାକୁଂଭ ସ୍ନାନ କରିବାକୁ ପ୍ରୟାଗରାଜକୁ ଯାଉଥିବା ଟ୍ରେନ୍ ଭିତରେ ମହିଳା ଏବଂ ଶିଶୁ ସମସ୍ତେ ଉପସ୍ଥିତ ଥିଲେ।

    ମୁହଁରେ ବନ୍ଧା ହୋଇଥିଲା କପଡା
    ଏହି ଟ୍ରେନ୍ ଝାନସିରୁ ପ୍ରୟାଗରାଜ ଅଭିମୁଖେ ଯାଉଥିଲା, କିନ୍ତୁ ଯେତେବେଳେ ଟ୍ରେନ୍ ମଧ୍ୟପ୍ରଦେଶର ହରପାଲପୁର ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ୍ ସେହି ସ୍ଥାନରେ ଛିଡା ହୋଇଥିଲା ଏବଂ କିଛି ଲୋକ ସେଠାକୁ ଆସିଥିଲେ | ଏହା ପରେ ସେମାନେ ପଥର ଫିଙ୍ଗି ଯାତ୍ରୀମାନଙ୍କୁ ଆଘାତ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ପାଟିରେ କପଡା ବନ୍ଧା ହୋଇଥିଲା, ସେମାନଙ୍କ ସଂଖ୍ୟା ୮-୧୦ ବୋଲି କୁହାଯାଏ | ବର୍ତ୍ତମାନ ସିସିଟିଭି ଫୁଟେଜ ଆଧାରରେ ଏହି ଲୋକଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ ଚାଲିଛି।

    ଟ୍ରେନରେ ପ୍ରବେଶ କରିବାକୁ ପୁରା ଚେଷ୍ଟା
    ଦୁଷ୍କର୍ମକାରୀମାନେ ଟ୍ରେନରେ ପ୍ରବେଶ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ଲୋକମାନେ ଠିକ ସମୟରେ ଟ୍ରେନ୍ ଫାଟକ ବନ୍ଦ କରିଦେଇଥିଲେ। ଯେଉଁଥିପାଇଁ ଲୋକମାନେ ଅଧିକ ଆଘାତ ପାଇନାହାଁନ୍ତି | ଗତକାଲି ରାତି ୧୦ ରୁ ୧୧ ମଧ୍ୟରେ ଏହା ଘଟିଥିବା କୁହାଯାଉଛି | ଏହି ଘଟଣା ଘଟିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତୁରନ୍ତ ଟ୍ରେନକୁ ପଠାଯାଇଥିଲା। ଯେଉଁ ଲୋକମାନେ ଷ୍ଟେସନରେ ଥିଲେ ସେମାନେ ଯେଉଁ ଭିଡିଓ ପ୍ରସ୍ତୁତ କରିଛନ୍ତି। ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ପ୍ରସଙ୍ଗରେ ଅଧିକ ଅନୁସନ୍ଧାନ ଚାଲିଛି।

  • ଆସ କିଏ ଖାଇବ ଆମ ସ୍କୁଲ ଖାନା, ଗରମ ପାଣିକୁ ଗୁଣ୍ଡ ହଳଦୀ ଦିଅ ଚାଖି ଦିଅ…

    ଆସ କିଏ ଖାଇବ ଆମ ସ୍କୁଲ ଖାନା, ଗରମ ପାଣିକୁ ଗୁଣ୍ଡ ହଳଦୀ ଦିଅ ଚାଖି ଦିଅ…

    ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍କୁଲରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କ ଉତ୍ତମ ଶାରୀରିକ ଓ ମାନସିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନରେ ପୃଷ୍ଟିକର ଖାଦ୍ୟ ମଧ୍ୟ ଯୋଗାଉଛନ୍ତି । କିନ୍ତୁ କିଛି ନିର୍ଦ୍ଧିଷ୍ଟ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଭଳି ଅଭିଯୋଗ ଆସିଛି ରାଜନଗର ମଣ୍ଡଳ ଶିକ୍ଷାଧିନସ୍ଥ କହ୍ନୁଆ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଛାତ୍ର ଛାତ୍ରୀମାନଙ୍କୁ ସିଝା ଅଣ୍ଡା ସହିତ ଗରମ ପାଣିରେ ହଳଦୀ ଗୁଣ୍ଡ ପକା ତରକାରୀ ଖାଇବାକୁ ଦିଆଯାଉଛି ।

    ମିଳିଥିବା ସୂଚନାନୁସାରେ , ମଧ୍ୟାହ୍ନ ଭୋଜନରେ ପୃଷ୍ଟିକର ଖାଦ୍ୟ ବଦଳରେ ଛାତ୍ରଛାତ୍ରୀ ମାନଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଯୋଗାଉଛନ୍ତି ଶିକ୍ଷକ,ଶିକ୍ଷୟତ୍ରୀ ମାନେ । ଶିକ୍ଷକ ମାନେ ନିଜ ଖାଦ୍ୟକୁ ସୁଆଦିଆ କରି ଖାଉଥିବା ବେଳେ ପିଲା ଡାଲି ବଦଳରେ ସିଝା ଆଳୁ ପାଣି ପାଉଛନ୍ତି । ଟିକେ ଭଲ କରି ଦେଖନ୍ତୁ ଏ ଭିଡିଓକୁ | କୁନି କୁନି ପିଲା ମାନଙ୍କୁ କିପରି ନିମ୍ନ ମାନର ଖାଦ୍ୟ ମିଳୁଛି | ଏଭଳି ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଭିଭାବକ ।

    କହ୍ନୁଆ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱପ୍ନ ପାଲଟିଛି ପୃଷ୍ଟିକର ଖାଦ୍ୟ । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ମହାସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସରକାର ଅଣ୍ଡାର ବଜାର ମୂଲ୍ୟ ଠାରୁ କମ ଟଙ୍କା ଦେଉଥିବାରୁ ଆମେ ଏଭଳି ନିମ୍ନ ମାନର ଖାଦ୍ୟ ଛାତ୍ରଛତ୍ରୀଙ୍କୁ ଦେବାକୁ ବାଧ୍ୟ ହେଉଛୁ । ପୂର୍ବ ବିଜେଡି ସରକାର ପ୍ରତି ଅଣ୍ଡା ମୂଲ୍ୟ ପିଛା ୫ ଟଙ୍କା ୫୦ ପଇସା ଦେଉଥିବା ବେଳେ ଏବେ ବିଜେପି ସରକାର ଆସିବା ପରେ ମଧ୍ୟାହ୍ନ ଭୋଜନ ଅଣ୍ଡାର ମୂଲ୍ୟ ୫ ଟଙ୍କାରୁ ବୃଦ୍ଧି କରି ୭ ଟଙ୍କା ୬୭ ପଇସା କରିଛି । ତଥାପି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୁର୍ନୀତି କରିବା ବାହାନାରେ ପୂର୍ବ ବିଜେଡି ସରକାର ଦେଇଥିବା ଅଣ୍ଡାର ମୂଲ୍ୟକୁ ବର୍ତ୍ତମାନ ସରକାର ଦେଉଥିବା କହି ମଧ୍ୟାହ୍ନ ଭୋଜନ ଟଙ୍କା ଲୁଟୁଛନ୍ତି ।

    ଏ ବିଷୟରେ ଉଚ୍ଚ କତୃପକ୍ଷ ଜାଣିଛନ୍ତି କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ବିଦ୍ୟାଳୟରେ ଦିଆଯାଉଥିବା ଏହିଭଳି ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉର୍ନ୍ନତି ହେବା ବଦଳରେ ଅବନତି କରିଛି । ତେବେ ନିରୀହ ଛାତ୍ର ଛାତ୍ରୀ ଙ୍କ ପ୍ରତି ଅନ୍ୟାୟ କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପରେ କି ପ୍ରକାର ପଦକ୍ଷେପ ନିଆ ଯାଉଛି ତାହା ଦେଖିବାକୁ ବାକି ରହିଲା । ଯଦି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅବିଭାବକ ମାନେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।

  • ସାବଧାନ! ଘରେ ପାଳିଛନ୍ତି କି ପାରା, ଜୀବନ ନେଉଛନ୍ତି ପାରା, ସଂକ୍ରମିତ ହେଉଛି ‘ବର୍ଡ ବ୍ରିଡର୍ସ ଲଙ୍ଗ୍’ ରୋଗ

    ସାବଧାନ! ଘରେ ପାଳିଛନ୍ତି କି ପାରା, ଜୀବନ ନେଉଛନ୍ତି ପାରା, ସଂକ୍ରମିତ ହେଉଛି ‘ବର୍ଡ ବ୍ରିଡର୍ସ ଲଙ୍ଗ୍’ ରୋଗ

    ଦର୍ଶକ ବନ୍ଧୁ ପାରା, ପାରାକୁ କିଏ ବା ପସନ୍ଦ ନ କରେ । ମଣିଷ ଆଉ ପାରାର ସଂପର୍କ ବେଶ୍ ପୁରୁଣା। ପାରା ଥିଲା ମଣିଷର ବିଶ୍ବସ୍ତ ପତ୍ରବାହକ। ସବୁବେଳେ ଦୂରଦେଶୀ ପ୍ରିୟଜନଙ୍କ ପାଖରେ ପତ୍ର ପହଞ୍ଚାଇବାର ମାଧ୍ୟମ ଥିଲା ତ ପୁଣି ପୋଲିସ ଓ ପ୍ରଶାସନର ଜରୁରୀ ବାର୍ତ୍ତାକୁ ସଠିକ ଠିକଣାରେ ପହଞ୍ଚାଉଥିଲା। ହେଲେ ଏହି ଉପଯୋଗୀ ପକ୍ଷୀ ପାରା ଆଜି ମଣିଷ ପାଇଁ ବିପଦ ପାଲଟିଛି । ପାରାଙ୍କ ସଂଖ୍ୟାବୃଦ୍ଧି ମଣିଷ ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ପାରା ସଂଖ୍ୟା କମାଇବାକୁ ବୈଶ୍ୱ ସ୍ତରରେ ଆରମ୍ଭ ହୋଇଛି ପ୍ରୟାସ।

    ଯୁଗ ଯୁଗରୁ ଘରକୁ ପାରା ଆସିଲେ ଶୁଭ ବୋଲି ବିଶ୍ବାସ ରହିଛି । ଏହି କାରଣରୁ ପାରାକୁ ଦାନା ଦେବା ମଙ୍ଗଳକର ବୋଲି କୁହାଯାଏ। ଏଣୁ ସକାଳୁ ଉଠି ଅନେକ ପାରାକୁ ନିଜ ଘର ଛାତରେ ବା ଅଗଣାରେ ଧାନ, ମୁଗ, ସୋରିଷ ବା ଖୁଦ ଆଦି ଖାଇବାକୁ ଦେଇଥାନ୍ତି ଲୋକେ …. କିନ୍ତୁ ବିଜ୍ଞାନ ମତରେ, ପାରାଙ୍କଠାରୁ ଦୂରେଇ ରହିବା ମଣିଷ ତଥା ପରିବେଶ ପାଇଁ ଭଲ । ଯେମିତି କି ସିଙ୍ଗାପୁରରେ ପାରାଙ୍କୁ ଦାନା ପକାଇଲେ ୫୦୦ ଡଲାର୍ଗ ଜରିମାନା ଦେବାକୁ ପଡ଼ିଥାଏ। ଆମେରିକା ଓ ୟୁରୋପରେ ପାରା ଓ ଗୁଣ୍ଡୁଚିମୂଷାଙ୍କୁ ଗର୍ଭନିରୋଧକ ଔଷଧ ଦିଆଯାଉଥ‌ିବା ବେଳେ ଭାରତରେ ମଧ୍ୟ ଏହାର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକ ମାନେ ମତ ଦେଲେଣି।

    ତେବେ ମୂଷା ଭଳି ପାରାମାନେ ମଧ୍ୟ ବହୁ ରୋଗଜୀବାଣୁ ବାହାକ । ଏଣୁ ପାରାଙ୍କୁ ଦାନା ପକାଇବାର ପ୍ରଚଳିତ ଅଭ୍ୟାସରେ ରୋକ୍ ଲଗାଇବାକୁ ବୈଜ୍ଞାନିକମାନେ ଅନୁରୋଧ କରିଛନ୍ତି। ପାରାଙ୍କ ଯୋଗୁଁ ‘ବର୍ଡ ବ୍ରିଡର୍ସ ଲଙ୍ଗ୍’ ବା ‘ହାଇପର୍ସେନ୍ସିଟିଭିଟି ନ୍ୟୁମାଟାଇଟିସ୍’ ରୋଗ ମଣିଷ ଠାରେ ସଂକ୍ରମିତ ହୋଇଥାଏ। ହିଷ୍ଟୋପ୍ଲାଜ୍ମା କାମ୍ବୁଲାଟମ୍, କ୍ୟାଶ୍ରିଡା ସ୍ଥେସିସେସ୍ ଓ କ୍ରିପ୍ଟୋକୋକସ୍ ନିଓଫର୍ମାନ୍ସ ଭଳି କବକ ପାରାଙ୍କ ମଳରେ ବଢ଼ିଥାନ୍ତି । ଏହି ରୋଗ ସୃଷ୍ଟିକାରୀ କବକକୁ ପାରା ମଣିଷଙ୍କ ସଂସ୍ପର୍ଶକୁ ଆଣିଥାଏ। ଏକ ୪୦୦ ଗ୍ରାମ୍ ଓଜନର ପାରା ତା’ର ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ ୧୧ କେ.ଜି. ମଳତ୍ୟାଗ କରିଥାଏ।

    ଏହି ମଳ ସହର ବା ଗ୍ରାମାଞ୍ଚଳର ଏଣେତେଣେ ପଡ଼ି ଧୂଳିକଣା ହୋଇ ବାୟୁମଣ୍ଡଳରେ ମିଶି ଯାଇଥାଏ। ଏହି ଧୂଳିକଣା ଶ୍ବାସକ୍ରିୟା ଦ୍ବାରା ମଣିଷର ଫୁସଫୁସରେ ପ୍ରବେଶ କରେ । ସେଥ‌ିରେ ଥ‌ିବା କବକ ଓ ଜୀବାଣୁ ଫୁସ୍ଫୁସ୍ ସଂକ୍ରମଣର କାରଣ ହୁଅନ୍ତି। ଏହା ଫୁସ୍ଫୁସ ବାୟୁକୋଷ ଫୁଲାଇଦିଏ। ଫଳରେ ମଣିଷକୁ ଅଣନିଃଶ୍ବାସୀ ଲାଗିବା ସହ କାଶ ହୋଇଥାଏ। ଏହି ସ୍ଥିତିକୁ ‘ବର୍ଡ ବ୍ରିଡର୍ସ ଲଙ୍ଗ୍’ ବା ‘ହାଇପର୍ସେନ୍ସିଟିଭିଟି ନ୍ୟୁମାଟାଇଟିସ୍’ କୁହାଯାଏ। ଯଥାଶୀଘ୍ର ଏହାର ଚିକିତ୍ସା ନ କଲେ ମୃତ ଆଶଙ୍କା ବି ରହିଛି। ଏଥିସହ ଏହା ନିମୋନିଆ, ବ୍ରୋଙ୍କାଇଟିସ୍ ଓ ଶ୍ବାସ ଆଦି ରୋଗକୁ ମଧ୍ଯ ବଢ଼ାଇଦିଏ।

    ବୈଜ୍ଞାନିକଙ୍କ ମତରେ ପାରାମାନେ ସାଧାରଣତଃ ମଣିଷ ଖାଉଥିବା ଖାଦ୍ୟ ସହ ନିଜକୁ ଖାପଖୁଆଇ ନିଅନ୍ତି। ସହର ଓ ଗ୍ରାମାଞ୍ଚଳରେ ପ୍ରଚୁର ପରିମାଣରେ ଖାଦ୍ୟ ମିଳିଯାଉଥ‌ିବାରୁ ସେମାନଙ୍କ ପ୍ରଜନନ ହାର ବଢ଼ିବା ସହ ବଂଶବୃଦ୍ଧି ହେଉଛି। ବିଶେଷ କରି ଦିଲ୍ଲୀ, ପୁନେ, ମୁମ୍ବାଇ, ଭୁବନେଶ୍ବର ଆଦି ସହରାଞ୍ଚଳରେ ପାରାମାନଙ୍କ ସଂଖ୍ୟା ବଢୁଥ‌ିବା ବେଳେ ଫୁସ୍ଫୁସ୍ ସଂକ୍ରମଣଜନିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ମିଳିଥିବା ତଥ୍ଯ ଅନୁସାରେ ଭାରତରେ ଇଣ୍ଟଷ୍ଟିସିଆଲ୍ ଫୁଟୁସ୍ ରୋଗର ୪୭.୩% କେବଳ ‘ହାଇପର୍ସେନ୍ସିଟିଭିଟି ନ୍ୟୁମାଟାଇଟିସ୍’ ମାମଲା ଅଟେ। ପାରା ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ କେତ ହାନିକାରକ, ତାହା ଏଥିରୁ ସୃଷ୍ଟ ଜଣାପଡୁଛି ।

    ବିଶେଷକରି ଯେଉଁ ସ୍ଥାନରେ ଅଧିକ ପାରା ରହିଛନ୍ତି ବା ପାରାମାନଙ୍କୁ ଖାଇବାକୁ ଦିଆଯାଉଛି, ସେହି ଅଞ୍ଚଳରେ କ୍ରୋନିକ୍ କ୍ଲିଭ୍ ପଲ୍ଲୋନାରି ଡିଜିଜ୍ l ଅଧିକ ହେଉଥିବା ଦେଖାଯାଉଛି।

    ବୟସ୍କମାନେ ଏଥିରେ ଅଧୂକ ସଂକ୍ରମିତ ହେଉଛନ୍ତି। ପ୍ରକୃତିର ପ୍ରତିଟି ଜୀବଜନ୍ତୁଙ୍କର ନିଜସ୍ବ ବଞ୍ଚିବା କ୍ଷମତା ରହିଛି। ବୁଲାକୁକୁର ମାନେ ଯେଉଁ ଭଳି ଭାବେ ବିଭିନ୍ନ ଆଡୁ ଖାଦ୍ୟ ସଂଗ୍ରହ କରନ୍ତି, ପାରା ବି ସେମିତି କରିପାରିବେ। ସେମାନଙ୍କୁ ଗୋଟିଏ ସ୍ଥାନରେ ରୁଣ୍ଡ କରି ଖାଇବାକୁ ଦେବା ଅନୁଚିତ।D