Blog

  • ଦିବାରାତ୍ର ସୁଶ୍ରୀଦେବୀ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନରେନ୍ଦ୍ରପୁର ମା ପନ୍ଦରଶିଳା ଭଲିବଲ ପଡିଆ ଠାରେ ପ୍ରଥମ ବାର୍ଷିକ ରାଜମାତା ସୁଶ୍ରୀଦେବୀ ମେମୋରିଆଲ ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥିଭାବେ ଦିବଂଗତ ରାଜମାତା ସୁଶ୍ରୀଦେବୀଙ୍କ ସାନପୁଅ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଉକ୍ତ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ମୋଟ ଚାରିଗୋଟି ଦଳ ଯଥା ଯାଜପୁର, ନେହେରୁ ଷ୍ଟାଡିୟମ ଭଦ୍ରକ, ଏପି ସିକ୍ସର ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ନରେନ୍ଦ୍ରପୁର ମା ପନ୍ଦର ଶିଳା ଘରୋଇ ଟିମ ଅଂଶଗ୍ରହଣ କରିଥିଲେ | ଏପି ସିକ୍ସର ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ମା ପନ୍ଦରଶିଳା ଟିମ ଫାଇନାଲକୁ ଉତୀର୍ଣ୍ଣ ହୋଇଥିବା ବେଳେ ୩ଟି ସେଟ ରୁ 2-1 ରେ କେନ୍ଦ୍ରାପଡ଼ାର ମା ପନ୍ଦରଶିଳା ନରେନ୍ଦ୍ରପୁର ଟିମକୁ ପରାସ୍ତ କରି ବାଲେଶ୍ୱର ଏପି ସିକ୍ସର ଚମ୍ପିୟାନ ହୋଇଥିଲା |

    ସମ୍ମାନିତ ଅତିଥି ଭାବରେ ନରେନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଇନ୍ଦୁମତୀ ସ୍ୱାଇଁ, ନଟବର ସ୍ୱାଇଁ ଓ ବଂଶୀଧର ସ୍ୱାଇଁ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ | ରେଫରୀ ଭାବେ ବିଶ୍ୱଜିତ ପରିଡା, ଚନ୍ଦନ କୁମାର ଚଇନି ଓ ସୁବାସ ବାରିକ ଖେଳ ପରିଚାଳନା କରିଥିବାବେଳେ ଭାଷ୍ୟକାର ଭାବରେ ପ୍ରବୀର ସ୍ୱାଇଁ ଖେଳରେ ସମ୍ପୂର୍ଣ ଧାରାବିବରଣୀ ପ୍ରଦାନ କରିଥିଲେ | ଟୁର୍ଣ୍ଣାମେଣ୍ଟକୁ ଅଶୋକ ପଲାଇଙ୍କ ସମେତ ନରେନ୍ଦ୍ରପୁର ମା ପନ୍ଦରଶିଳା ଟିମର ସଦସ୍ୟ ମାନେ ସଫଳତାର ସହିତ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା |

  • କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ବରିଷ୍ଠ ନେତା ବିଜୟ ମହାପାତ୍ର

    କେନ୍ଦ୍ରାପଡ଼ା: ଦିବଂଗତ ବିଜେଡି ନେତା ଅସିତ ମହାପାତ୍ରଙ୍କ ସ୍ମୁତିଚାରଣ ଉଦ୍ଦେଶ୍ୟରେ ପାଟକୁରା ହରିଦାସପୁର ଠାରେ ଅସିତ ମେମୋରିଆଲ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି | ଅସିତ ମହାପାତ୍ରଙ୍କ ଦୁଇ ପୁତ୍ର ଆକାଶ ଓ ଅକ୍ଲାନ୍ତଙ୍କ ମିଳିତ ଉଦ୍ୟମ ଓ ଗ୍ରାମବାସୀଙ୍କ ସହାୟତାରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜାରି ରହିଥିଲା | ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଭାବାନ କ୍ରିକେଟର ମାନେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ | ଫାଇନାଲ ମ୍ୟାଚ କୋଲର ଭରସେସ ବଲିହନ୍ତା କ୍ରିକେଟ ଟିମ ଭିତରେ ଆୟୋଜିତ ହୋଇଥିଲା | ବଲିହନ୍ତା କ୍ରିକେଟ ଟିମ କୋଲରକୁ ହରାଇ ଚଳିତ ବର୍ଷ ଚମ୍ପିୟାନ ହୋଇଥିଲା | ଟୁର୍ଣ୍ଣାମେଣ୍ଟରେ ବେଶ ଆକର୍ଷଣୀୟ ଛକା ଚଉକା ଓ ୱିକେଟ ଦେଖିବାକୁ ମିଳିଥିଲା | ଫାଇନାଲ ମ୍ୟାଚରେ ବରିଷ୍ଠ ନେତା ବିଜୟ ମହାପାତ୍ର ଯୋଗ ଦେଇ ଖେଳାଳିମାନଙ୍କୁ ଓ ବିଜେତା ଟିମକୁ ପୁରସ୍କାର ବିତରଣ କରିଥିଲେ |

  • ସନାତନ ଧର୍ମର ସୁରକ୍ଷାକୁ ନେଇ ଉଠିଲା ସ୍ବର

    ଗଞ୍ଜାମ : ଶ୍ରୀରାମ ନାରାରେ କମ୍ପି ଉଠିଲା ଲକ୍ଷ୍ମୀ ନୃସିଂହ ପାହାଡ଼ । ହିନ୍ଦୁ ଧର୍ମର ବିଶ୍ଵାସ ସେବା, ସୁରକ୍ଷା ଏବଂ ସଂସ୍କାରକୁ ନେଇ ଉଠିଲା ସ୍ୱର । ଆଜି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ କୋକୋଳବା ଲକ୍ଷ୍ମୀ ନୃସିଂହ ପାହାଡ଼ ଉପରେ ପ୍ରଖଣ୍ଡର ସଭାପତି ଚନ୍ଦ୍ରକାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ସ୍ଵୟଂ ସଂଘ ଓ ବିଶ୍ଵ ହିନ୍ଦୁ ପରିଷଦର ବରିଷ୍ଠ କର୍ଯ୍ୟକର୍ତ୍ତା ସହିତ ବିଭିନ୍ନ ଅଞ୍ଚଳର ହିନ୍ଦୁ ବିଚାରଧାରା କର୍ମୀ ଆସିଥିଲେ । ଉକ୍ତ ବୈଠକରେ ହିନ୍ଦୁ ଧର୍ମର ବିଭିନ୍ନ ପ୍ରକାର ସମସ୍ୟା ଓ ଏଥିସହ ଅଞ୍ଚଳରେ ଘଟୁଥିବା ହିନ୍ଦୁଙ୍କ ପ୍ରତି ଅଘଟଣ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ ବରିଷ୍ଠ କାର୍ଯ୍ୟକର୍ତ୍ତା ।

    ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ପ୍ରଖଣ୍ଡର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ । ହିନ୍ଦୁ ଧର୍ମର ଲୋକଙ୍କୁ ଯେଉଁଭଳି ଭାବେ ପ୍ରଲୋଭିତ କରାଇ ସେମାନଙ୍କୁ ଧର୍ମାନ୍ତିକରଣ କରାଯାଉଛି ସେ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୂତନ କର୍ଯ୍ୟକ୍ରତା ଭାବେ ସମ୍ପାଦକ ବିନୋଦ କୁମାର କୁମାର ମହାରଣା,ଗୋରକ୍ଷ ପ୍ରମୁଖ ସଞ୍ଜୟ ପ୍ରଧାନ ସମେତ ଅନେକ ନୂତନ କାର୍ଯ୍ୟକର୍ତ୍ତା ରୂପେ ବହୁ ଯୁବକ ଯୋଗଦେଇ ନିଜର କାର୍ଯ୍ୟ ହିନ୍ଦୁ ସମାଜ ପାଇଁ ଉଦାହରଣ ସୃଷ୍ଟି ଲକ୍ଷ୍ୟରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

  • ଦେବଗଡ଼ ନଗରପାଳିକା ବିଜେଡି ପୌରାଧ୍ୟକ୍ଷା ବହିଷ୍କୃତ

    ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଦେଶ କ୍ରମେ ଓଡ଼ିଶା ମୁନିସିପାଲ ଆକ୍ଟ -୧୯୫୦ର ଧାରା ୫୩ ଅନୁଯାୟୀ ଧାରାବାହିକ ଭାବେ ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଦେବଗଡ଼ ନଗରପାଳିକା ବିଜେଡି ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ସରକାର ଗତ ନଭେମ୍ବର ମାସ ୧୧ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜlରି କରିଥିଲେl ଶାନ୍ତିମଞ୍ଜରୀ ଦେଇ ଏହି ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେl କିନ୍ତୁ ହାଇକୋର୍ଟ ଗତ ଡିସେମ୍ବର ୧୧ ତାରିଖ ଦିନ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଓ ୭ ଦିନ ମଧ୍ୟରେ ନିଜ ଜବାବ ଦlଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେl ତାହାଅନୁଯାୟୀ, ପୌରାଧ୍ୟକ୍ଷl ଡିସେମ୍ବର ୧୭ ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ l ଏହାପରେ ମଧ୍ୟ “ନାଚୁରାଲ ଜଷ୍ଟିସ” ଦୃଷ୍ଟିରୁ ଗତ ତା ୨୫ରିଖ ଦିନ ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ପୌରାଧ୍ୟକ୍ଷlଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲାl କିନ୍ତୁ, ପୌରାଧ୍ୟକ୍ଷlଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ତାଙ୍କୁ ତାଙ୍କ ପଦବୀରୁ ଗତ ୨୮ରିଖ ଦିନଠାରୁ ବହିଷ୍କାର କରାଯାଇଛିl

  • ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

    କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଭଣ୍ଡାରିଡିହା ସ୍ଥିତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । କାର୍ଯକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁଙ୍କ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଯୁଧିଷ୍ଠିର ନାୟକ,ମୁଖ୍ୟ ବକ୍ତା ଆନନ୍ଦପୁର ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଶରତ ରାଉତ, ସମ୍ମାନିତ ଅତିଥି ଭଣ୍ଡାରିଡିହା ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ରାଉତ , ଦେଓଗାଁ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନା, ବଳରାମପୁର ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନିଲ ନାୟକ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଅଜୟ ପଟ୍ଟନାୟକ,ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସୁଦର୍ଶନ ଭଞ୍ଜ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପବିତ୍ର ମୋହନ ରାଉତ , ଭଣ୍ଡାରିଡିହା ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବାସ୍, ସିଆରସିସି ଭଣ୍ଡାରିଡିହା ସତ୍ୟଶିବ ସୁନ୍ଦର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ସମାଜସେବୀ ଯୁଧିଷ୍ଠିର ନାୟକ ଦଶମ ଶ୍ରେଣୀର ଟପ୍ପର ଙ୍କୁ ୧୦୦୦ ହଜାର ଟଙ୍କା ଓ ଗଣିତ ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ ୫୦୦ ଶହ ଟଙ୍କା ପ୍ରତିବର୍ଷ ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ସରପଞ୍ଚ କୃଷ୍ଣ ଚନ୍ଦ୍ର ରାଉତ ବିଦ୍ୟାଳୟ ରେ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଶିକ୍ଷକ ସୌମ୍ୟରଞ୍ଜନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ସନାତନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ଟିଟୁ ପାତ୍ର ଙ୍କ ପରିଚାଳନା ରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

  • ତୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

    କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁରିଆ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି | କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବିଧାୟକ ତଥା ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା ସ୍କୁଲ ଘର ଗୁଡିକ ନୂତନ ଭାବେ ନିର୍ମାଣ କରାଯିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଶିକ୍ଷା ପ୍ରତି ଗୁରୁତ୍ବ ଦେବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୁରୁତ୍ବାରୋପ କରିଥିଲେ |

    କାର୍ଯକ୍ରମରେ ସମ୍ମାନିତ ଅଥିତି ଭାବେ ପଟ୍ଟାଙ୍ଗି ଜିଲ୍ଲା ପରିଷଦ ସଭ୍ୟା ଟୀକାଇ ଗେମେଲ, ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ସାମାଜିକ ସେଵୀ ରୋଞ୍ଜିତ ପାଙ୍ଗି, ପ୍ରଧାନ ଶିକ୍ଷକ କୃପା ପ୍ରସାଦ ଜାନି, ଜିଲ୍ଲା ମଙ୍ଗଳ ଅଧିକାରି ସୁନୀଲ କୁମାର ତାଣ୍ଡି, ସାଂସଦ ପ୍ରତିନିଧି ଶୂକ୍ରା ଖରା, ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା, ବ୍ଲକ ମଙ୍ଗଳ ଅଧିକାରୀ, ଅନିଲ ସେଠୀ, ଏସ ଏମ ସି କମିଟି ସଭାପତି ଗଦ୍ରୁ ଖରା ଯୋଗ ଦେଇଥିଲେ | ଶେଷରେ ଆୟୋଜିତ ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା |

  • ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

    ଗଞ୍ଜାମ/ଭଞ୍ଜନଗର : ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଉଦଯାପନୀ ଉତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଶିକ୍ଷାର ଅଭିବୃଦ୍ଧି ପାଇଁ ପିଲାଙ୍କର ପାଠ ପଢିବା ସହିତ ସେମାନଙ୍କର ସାଠର ମଧ୍ୟ ଆବଶ୍ୟକତା ରହିଅଛି । ତେଣୁ ପ୍ରତ୍ୟେକ ବର୍ଷ ଆରମ୍ଭରୁ ବିଦ୍ୟାଳୟ ଗୁଡ଼ିକରେ ବାର୍ଷିକ ଉତ୍ସବ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମରେ ପ୍ରଭାତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ପ୍ରଧାନ ବିଦ୍ୟାଳୟର ସଂକ୍ଷିପ୍ତ ବିବରଣୀ ପଠନ କରିଥଲେ । ବିଦ୍ୟାଳୟର ଯେଉଁ ସବୁ ଅସୁବିଧା ରହିଛି ତାହା କିପରି ଭାବେ ସୁବିଧା ହେଇ ପାରିବ ସେହି ଉପରେ ପ୍ରଧାନ ଶିକ୍ଷକ ନିଜର ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରଦୀପ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସୁସ୍ମିତା ସାହୁ, ଗୋଷ୍ଠି ସ୍ବାସ୍ଥ୍ୟ ବିଭାଗ ରାହୁଲ୍ ରାଓ ଦୋରା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବୃନ୍ଦାବନ ପାଣିଗ୍ରାହୀ, ସଭାପତି ବଟକୃଷ୍ଣ ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ଶିକ୍ଷା ହିଁ ସୁମାର୍ଗ ଶିକ୍ଷା ହିଁ ମଣିଷ ଜୀବନର ଆଲୋକ ଏଭଳି କିଛି ବକ୍ତବ୍ୟ ରଖିଥିଲେ ଗେରେଡ଼ା କ୍ଲଷ୍ଟର CRCC ମାଧବାନନ୍ଦ ସ୍ୱାଇଁ । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ପାଳିତ ହୋଇଛି । ଏହି ବିଦ୍ୟାଳୟରେ ୨୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ବେଶ୍ ଖୁସି ଜଣାପଡୁଥିବା ଦେଖିବାକୁ ମିଳିଛି ।

  • ଏ କି ପ୍ରକାରର ଜାତୀୟ ପତକାକୁ ସମ୍ମାନ!

    ଏ କି ପ୍ରକାରର ଜାତୀୟ ପତକାକୁ ସମ୍ମାନ!

    ସାରାଦେଶ ୭୬ ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ସମୟରେ ଜାତୀୟ ପତାକା ଉତ୍ତୋଳନ ନେଇ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପତାକା ଉତ୍ତୋଳନ ଅଧାରେ ରହିଲା | ଏଭଳି ଘଟଣା ଘଟିଛି ନିଶ୍ଚିନ୍ତ କୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ରେ ।

    ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ତଥା ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଅନୁଗତ ଅନନ୍ତ କୁମାର ସିଂହ ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ଅଚାନକ ଅସୁରେଶ୍ଵର ଆଥଲଟିକ୍ ଆସୋସିଏସନ୍ ର ପୂର୍ବତନ ସମ୍ପାଦକ ତଥା ବିଜେପି ନେତା ବିଜୟ କୁମାର ବଳ ଜାତୀୟ ପତାକା ଉତ୍ତୋଳନକୁ ବିରୋଧ କରିଥିଲେ । ପରେ, ରାଗିଯାଇ ବାଉଁଶ ଏବଂ ଜାତୀୟ ପତକାକୁ ଉପାଡି ଫିଙ୍ଗି ଦେଇଥିଲେ ବଳ ।

    ବିଜେପି ନେତା ଏବଂ ବିଧାୟକଙ୍କ ମଧ୍ୟରେ ଟଣା ଓଟରା ଚାଲିଛି । କେବଳ ସେତିକି ନୁହେଁ ହାତାହାତି ଯାଏଁ ମଧ୍ୟ କଥା ଯାଇଛି । ଜାତୀୟ ପତାକାକୁ ଅସମ୍ମାନ, ଦୁଇ ନେତାଙ୍କ ମଧ୍ୟରେ ଟଣା ଓଟରାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ଜନସାଧାରଣ ନିନ୍ଦା କରିଛନ୍ତି । ତେବେ, ଏ ନେଇ ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ଅନନ୍ତ ରାମ ସିଂହ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

  • ଡିପୋଜିଟ୍ ଫର୍ମରେ ଏମିତି କଣ ଲେଖିଲେ ମହିଳା…

    ଡିପୋଜିଟ୍ ଫର୍ମରେ ଏମିତି କଣ ଲେଖିଲେ ମହିଳା…

    ଚର୍ଚ୍ଚାରେ ଭାଇରାଲ ବ୍ୟାଙ୍କ ଡିପୋଜିଟ୍ ଫର୍ମ । ବ୍ୟାଙ୍କ୍ ଫର୍ମରେ ଲେଖାଥିବା କଥାକୁ ନେଇ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡିପୋଜିଟ୍ ଫର୍ମରେ ଟଙ୍କା ଜାଗାରେ ଲେଖାଅଛି- ସ୍ବାମୀଙ୍କ ସହ ମେଳା ବୁଲିବାକୁ ଯିବାର ଅଛି ଏବଂ ଆମାଉଣ୍ଟ ସ୍ଥାନରେ ଲେଖାଅଛି କୁମ୍ଭ ମେଳା । ଏହି ଡିପୋଜିଟ୍ ଫର୍ମକୁ ଦେଖି ବ୍ୟାଙ୍କ କର୍ମଚାରୀ ହସିହସି ବେଦମ ହେଇଥିବା ବେଳେ ଏହି ଫର୍ମଟି ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

    ସତକଥା ତେବେ ସୋସିଆଲ ମିଡ଼ିଆରେ କିଏ କେତେବେଳେ ଭାଇରାଲ ହେଇଯିବ ତାହା କହିହେବନି । ତେବେ ଭାଇରାଲ ହେଉଥିବା ଏହି ଫର୍ମରେ ଖାତାଧାରୀଙ୍କ ନାଁ ରାଧିକା ଶର୍ମା ଲେଖା ହୋଇଛି। ସିଏ ୧୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ଫର୍ମ ଭରିଥିଲେ, ମାତ୍ର ଟଙ୍କା ବିବରଣୀ ସ୍ଥାନରେ ସ୍ବାମୀଙ୍କ ସହ ମେଳା ବୁଲି ଯିବାକୁ ଚାହୁଁଛି ଲେଖି ବେଶ ଭାଇରାଲ ହୋଇଛନ୍ତି । ତେବେ ଖାତାଧାରୀଙ୍କ ନାଁ ଜଣା ପଡିଥିଲେ ବି ଏହା କେଉଁ ଅଞ୍ଚଳର କିମ୍ବା କେଉଁ ବ୍ୟାଙ୍କ ଅଧିନରେ ଏହା ଘଟିଛି ତାହା ଜଣାପଡିନାହିଁ । ତେବେ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାରର ମତ ଦେଉଛନ୍ତି ପବ୍ଲିକ। କିଏ ଥଟା କରୁଛନ୍ତି ତ ଆଉ କିଏ ସାବାସ ବୋଲି କହୁଛନ୍ତି ।

  • ହଠାତ ଆସି ଲୁଟି ନେଲେ ଲକ୍ଷାଧିକ ଟଙ୍କା

    ହଠାତ ଆସି ଲୁଟି ନେଲେ ଲକ୍ଷାଧିକ ଟଙ୍କା

    ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ବାଇପାସ ରାସ୍ତାରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି | ସୂଚନା ଅନୁସାରେ, ଯାଜପୁର ବ୍ଲକ ବିଚିତ୍ରପୁରର ବ୍ୟବସାୟୀ ଦିଜେନ୍ଦ୍ର ଦାସ ଓ ସନ୍ତୋଷ ମହାନ୍ତି ଚଣ୍ଡିଖୋଲରୁ ନିଜ କାମ ସାରି ବାରବାଟୀ ସ୍ଥିତ ଗଣେଶ ବଜାରର ଜଣେ ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଆଣି ଘରକୁ ଫେରୁଥିବାବେଳେ ବାରବାଟୀ ବାଇପାସ ରାସ୍ତାରେ କାଲି ରାତି ପ୍ରାୟ ୯ ଟା ୧୫ ମିନିଟ ସମୟରେ ଏକ କ୍ୟାମ୍ପରରେ ୨ ଜଣ ଯୁବକ ଆସି ଶ୍ରୀ ଦାସଙ୍କ ଗାଡିକୁ ଆଡା ପକାଇ ଅଟକାଇ ଥିଲେ | ଅନ୍ୟ ଦୁଇଜଣ ଯୁବକ ଏକ ମଟର ସାଇକେଲରେ ଆସି ଏକ ଭୁଜାଲିରେ କାର କାଚକୁ ଭାଙ୍ଗିବା ସହ ବନ୍ଧୁକରୁ ଗୁଳି ଚଳାଇଥିଲେ ଏବଂ ପାଖରେ ରଖିଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ | ସାଙ୍ଗରେ ଆଣିଥିବା କ୍ୟାମ୍ପର ଗାଡିକୁ ଛାଡି ଚାଲିଯାଇଥିବାବେଲେ ଗୁଳି ଫୁଟା ଶବ୍ଦ ଶୁଣି ଅକ୍ଷପାଖର ଲୋକମାନେ ପହଁଚି ପୋଲିସକୁ ଖବର ଦେଇଥିଲେ |ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ତପନ ନାୟକ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛନ୍ତି l