Blog

  • ଭଗାନଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ

    ଭଗାନଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ

    ଘଷିପୁରା ବ୍ଲକ ମଦନପୁର ପଞ୍ଚାୟତ ଭଗାନଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କ୍ରୀଡ଼ା ପ୍ରତିଯୋଗିତାର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଞ୍ଚଳର ଦୁଇଜଣ ବରିଷ୍ଠ ବ୍ୟକ୍ତି ବଂଶୀଧର ବେହେରା ଏବଂ ପାଗଳ ସାମଲଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ଜେନା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ମୁକୁନ୍ଦ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଧୁସୁଦନ ସାହୁ, ମଦନପୁର କ୍ଳଷ୍ଟର ସିଆରସିସି ରମେଶ ଚନ୍ଦ୍ର ସାହୁ, ଶିକ୍ଷାବିତ ନଟବର ସାହୁ, ସହକାରୀ ଶିକ୍ଷକ କୁଶଭଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବାର୍ଷିକ କ୍ରୀଡ଼ାରେ ସରୋଜ କୁମାର ସାହୁ ଏବଂ ଛାତ୍ରୀ ପ୍ରିୟଦର୍ଶିନୀ ସାମଲ ଚାମ୍ପିଅନ ହୋଇଥିଲେ । ବିଶେଷ କରି ଆଜିର ଦିନରେ ପୁଲୱାମା ଠାରେ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଛାତ୍ରମାନେ ନୃତ୍ୟ ପ୍ରଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆନନ୍ଦ ଚରମ ସାହୁ, ସୁବ୍ରତ କୁମାର ସାହୁ, ମନୋରମା ଓଝା, ଅଞ୍ଜଳି ପରିଡ଼ା, କଳା ଶିକ୍ଷକ ମଧୁସୂଦନ ରାଉତ, ସନ୍ତୋଷ ମହାନ୍ତି, ବିଷ୍ଣୁପ୍ରିୟା ଦାଶ ପ୍ରମୁଖ ସହ‌ଯୋଗ କରିଥିଲେ।

  • ବିରିଡିହା ଏସ. ଏନ. ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଷ୍ଟମ ବାର୍ଷିକ ଉତ୍ସବ

    ବିରିଡିହା ଏସ. ଏନ. ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଷ୍ଟମ ବାର୍ଷିକ ଉତ୍ସବ

    ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବିରିଡିହା ଏସ. ଏନ. ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଅଷ୍ଟମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ବେହେରାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଭାବେ ଆନନ୍ଦପୁର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ରାଉତ, ମୁଖ୍ୟବକ୍ତା ତକ୍ଷଶିଳା ଏଣ୍ଡ୍ରନେସନାଲ ଇଂରାଜୀ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆକାଶ ରଥ, ସାମ୍ନାନିତ ଅତିଥି ଆନନ୍ଦପୁର ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ହେମେନ୍ଦ୍ରନାଥ ମହାନ୍ତି, ସାମ୍ନାନିତ ଅତିଥି ଅବସରପ୍ରାତ ପ୍ରଧାନ ଶିକ୍ଷକ କଣ୍ଟିପାଳ ଉଚ୍ଚ ବିଦ୍ୟାଳୟର ଶ୍ରୀ ଯୁକ୍ତ ଦାମୋଦର ସାହୁ,ବିଦ୍ଯାଳୟର ସଭାପତି ଶ୍ରୀ ମଳୟ କୁମାର ସାହୁ ପ୍ରମୂଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ମାନସିକ ତଥା ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ,ଏହା ଶିଶୁ ମାନଙ୍କ ଲୁକାୟିତ ପ୍ରତିଭା ପ୍ରଦର୍ଶନର ଏକ ମାତ୍ର ମାଧ୍ଯମ ବୋଲି ଅତିଥି ମାନେ କହିଥିଲେ। ଏହି ଅବସରରେ ବାର୍ଷିକ କ୍ରିଡା ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଗହଣରେ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

  • ସଂକଳ୍ପ ପରିବାରର ପଞ୍ଚମ ସ୍ଥାପନା ଦିବସ ପାଳିତ

    ସଂକଳ୍ପ ପରିବାରର ପଞ୍ଚମ ସ୍ଥାପନା ଦିବସ ପାଳିତ

    ଫେବୃଆରୀ ୧୪ ପୁଲୱାମା ଆତଙ୍କି ହମଲାରେ ସହିଦ ହୋଇଥିବା ଭାରତର ବୀରପୁତ୍ର ମାନଙ୍କ ସ୍ମୁତି ଚାରଣ ଉଦ୍ଦେଶ୍ୟରେ ବିଗତ ପାଞ୍ଚ ବର୍ଷ ଧରି ଉକ୍ତ କଳା ଦିବସଟିକୁ ସ୍ମରଣ କରିବା ପାଇଁ ବରଗଡର ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ଏକ ଅନନ୍ୟ ପ୍ରୟାସ l ତେଣୁ ଉକ୍ତ ଦିନକୁ ସଂକଳ୍ପ ପରିବାରର ପ୍ରତିଷ୍ଠା ଦିବସ ଭାବେ ମଧ୍ୟ ପାଳନ କରାଯାଉଥିବା ପ୍ରକାଶ କରିଛନ୍ତି ଆବାହକ ବିକାଶ ଅଗ୍ରୱାଲ l ତେବେ ପ୍ରତି ବର୍ଷ ଉକ୍ତ କାର୍ଯ୍ୟକ୍ରମରେ ସମାଜରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥାଏ ତେଣୁ ଏହି ମହତ ଉଦ୍ଦେଶ୍ୟ ନେଇ କରାଯାଉଥିବା କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ବରଗଡ ଜନସାଧାରଣ, କଲେଜ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଭାରତୀୟ ସେନା ବାହିନୀ ଏହିପରି ଅନେକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥାନ୍ତି ଏବଂ ଉତ୍ସାହିତ ହୋଇ ରକ୍ତଦାନ ମଧ୍ୟ କରିଥାନ୍ତି lତେବେ ଉକ୍ତ ରକ୍ତଦାନ ଶିବିରରେ ୪୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ତେବେ ଦେଶ ମାତୃଭୂମି ପାଇଁ ଶହୀଦ ହୋଇଥିବା ବରଗଡ ଜିଲ୍ଲାର ୮ ଜଣ ସହୀଦ ଯବାନଙ୍କ ପରିବାର ବର୍ଗଙ୍କୁ ସମ୍ମାନେ ସମ୍ବର୍ଦ୍ଧିତ କରିଥିଲେ ସଂକଳ୍ପ ପରିବାର l

  • IPL ପାଇଁ ଘୋଷଣା ହେଲା ତାରିଖ, ମାର୍ଚ୍ଚ ୨୨ରୁ ମହାସମର ଆରମ୍ଭ

    IPL ପାଇଁ ଘୋଷଣା ହେଲା ତାରିଖ, ମାର୍ଚ୍ଚ ୨୨ରୁ ମହାସମର ଆରମ୍ଭ

    ବାରବାଟୀରୁ ଭାରତୀୟ ଖେଳାଳୀ ଗଲା ପରେ ଏବେ IPL କୁ ଅପେକ୍ଷା କରିଛନ୍ତି ଦର୍ଶକ । ଭାରତୀୟ ଖେଳାଳି ମାନେ ଭାଗ ଭାଗ ହୋଇ ହାତେଇବେ ଆଇପିଏଲ ଟ୍ରଫି। ଆଉ ଜିଣିବେ ଦର୍ଶକଙ୍କ ମନ। ଗତ ବର୍ଷ ଆଇପିଏଲ ଟ୍ରଫିକୁ କୋଲକାତା କିଙ୍ଗ ରାଇଡର୍ସ ହାତେଇ ନେଇଥିଲା। କିନ୍ତୁ ଚଳିତ ବର୍ଷରେ ଆଇପିଏଲ ରେ ଘମା ଘୋଟ୍ ଲଢେଇ ହେବ। ଦମଦାରପ୍ରଦର୍ଶନ ଦେଖିବାକୁ ମିଳିବ। ହଁ ଦର୍ଶକ ବନ୍ଧୁ କାରଣ IPL ପାଇଁ ଘୋଷଣା ହୋଇଛି ତାରିଖ।

    ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସଂସ୍କରଣ କେବେ ଆରମ୍ଭ ହେବ ଏବଂ ଏହାର କାର୍ୟ୍ୟସୂଚୀ କେବେ ପ୍ରକାଶ ପାଇବ ସେ ନେଇ ସୂଚନା ମିଳିଛି । ସୂଚନା ଅନୁସାରେ , ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମେ ୨୫ରେ ଖେଳାଯିବ ।

    ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ ଉଦଘାଟନୀ ମ୍ୟାଚରେ ନିଜ ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ସରେ ଖେଳିବ । ତେବେ ବିସିସିଆଇ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ କାର୍ୟ୍ୟସୂଚୀ ଘୋଷଣା କରିନାହିଁ।

    ରିପୋର୍ଟ ଅନୁଯାୟୀ,ଜାନୁଆରୀ ୧୨ରେ ମୁମ୍ବାଇରେ ବିସିସିଆଇର ଏସଜିଏମ ପରେ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଆଇପିଏଲ ମାର୍ଚ୍ଚ ରୁ ଆରମ୍ଭ ହୋଇପାରେ ବୋଲି ସଙ୍କେତ ଦେଇଥିଲେ । ବ୍ରଡକାଷ୍ଟରମାନେ ଶନିବାରଠାରୁ ସିଜିନ୍ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ବୋର୍ଡ ଗ୍ରହଣ କରିଛି । ଦିନେ ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କାର୍ୟ୍ୟସୂଚୀ ପ୍ରକାଶ ପାଇବ ବୋଲି ସମସ୍ତେ ଆଶା ରଖିଛନ୍ତି ।

  • ସରକାରଙ୍କ ପ୍ରତିଶ୍ରୁତି, ଭତ୍ତା ରାଜନୀତି

    ସରକାରଙ୍କ ପ୍ରତିଶ୍ରୁତି, ଭତ୍ତା ରାଜନୀତି

    ବୟସ ୬୩, ନଇଁ ଗଲାଣି ଅଣ୍ଟା, ଠିକ ସେ ଚାଲିପାରୁନାହାନ୍ତି, ବାଡି ଖଣ୍ଡେ ହିଁ ସାହା ଭରସା, ନଇଁ ନଇଁ ନିଜ ଗାଁ ନରସିଂହପୁରରୁ ଡେରାବିଶ ବ୍ଲକକୁ ପ୍ରାୟ ୧୭ କିଲୋମିଟର ପର୍ଯନ୍ତ ଆସିଛନ୍ତି ସରକାରଙ୍କ ନିଦ ଭାଙ୍ଗିବାକୁ, ହଁ ଆଜ୍ଞା, ଯେଉଁ ସରକାର ଘୋଷଣା କରିଥିଲେ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ହୋଇଥିବେ ସେମାନଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବେ ବୋଲି, ହେଲେ ସେ ନିଜେ ଏଥିରୁ ବଞ୍ଚିତ ଅଛନ୍ତି, ଏହା କେଉଁ ଉପାନ୍ତ ଅଞ୍ଚଳର ଅବ୍ୟବସ୍ଥା ନୁହଁ, ଏହା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଦେଖିବାକୁ ମିଳିଛି | ଦିବ୍ୟଙ୍ଗ ଭାଗ୍ୟଧର ଖଟୁଆଙ୍କ ଉପରେ ଯେମିତି ଦୁର୍ଭାଗ୍ୟର କଳାବାଦଲ ଘୋଟିଯାଇଛି | ନିଜେ ଦିବ୍ୟଙ୍ଗ ହୋଇ ନିଜେ ନିଜ ପାଇଁ ଲଢେଇ କରୁଛନ୍ତି, ଦିବ୍ୟଙ୍ଗ ପ୍ରମାଣପତ୍ର ଥାଇ ୧୨୦୦ ଟଙ୍କା ଭତ୍ତା ମଧ୍ୟ ପାଉଛନ୍ତି, ହେଲେ ସରକାରୀ ନିୟମ ଅନୁସାରେ ୩୫୦୦ ଟଙ୍କା ପାଇବା କଥା, ପ୍ରଶାସନିକ ଅବହେଳା ଯୋଗୁଁ ଭାଗ୍ୟଧରଙ୍କ ବର୍ଦ୍ଧିତ ଭତା ଦେଇପାରିନଥିବା ସରପଞ୍ଚ ସ୍ୱୀକାର କରିଥିବାବେଳେ ଭାଗ୍ୟଧର କିନ୍ତୁ ସରକାର, ପ୍ରଶାସନ ଓ ସରପଞ୍ଚଙ୍କ ଅବହେଳାରୁ ବର୍ଦ୍ଧିତ ଭତା ପାଇନଥିବା କହିଛନ୍ତି,

    ଏ ଘଟଣାକୁ ନେଇ ଡେରାବିଶ ରାଜନୈତିକ ମହଲରେ ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି, ଯଥାଶୀଘ୍ର ତଦନ୍ତ କରି ଭାଗ୍ୟଧରଙ୍କୁ ଭତ୍ତା ବୃଦ୍ଧି କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିବାବେଳେ ନିଜେ ଭାଗ୍ୟଧର ଡେରାବିଶ ବ୍ଲକରେ ପହଁଚି ବିଡ଼ିଓ ଓ ସାମାଜିକ ସୁରକ୍ଷା ବିଭାଗରେ ନିଜ ଭତ୍ତା ୧୨୦୦ ରୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରିଵା ପାଇଁ ଆକୁଳ ନିବେଦନ କରିଛନ୍ତି |

  • BMW ଵାଲା ଘୋଡା ଗାଡି, ଏହି ବ୍ୟକ୍ତିର ଦେଶୀ ଜୁଗାଡ ଦେଖି ଆପଣ ମଧ୍ୟ କହିବେ, କେଉଁଠୁ ପାଉଛ ଏମିତି ଆଇଡ଼ିଆ

    BMW ଵାଲା ଘୋଡା ଗାଡି, ଏହି ବ୍ୟକ୍ତିର ଦେଶୀ ଜୁଗାଡ ଦେଖି ଆପଣ ମଧ୍ୟ କହିବେ, କେଉଁଠୁ ପାଉଛ ଏମିତି ଆଇଡ଼ିଆ

    ଭାରତକୁ ଜୁଗାଡ଼ ବାଜିର ଦେଶ କୁହାଯାଏ। ଭାରତରେ ସବୁକିଛି ଜିନିଷର ଜୁଗାଡ଼ ଅତି ସହଜରେ ହୋଇଯାଇଥାଏ। ଭାରତରେ କୌଣସି ଆବିଷ୍କାର ପଛେ ନ ହେଉ, ହେଲେ ଜୁଗାଡ଼ ବାଜିରେ ଭାରତଠାରୁ କୌଣସି ଦେଶ ଆଗରେ ରହିବା ନଜରକୁ ଆସେ ନାହିଁ । ସୋସିଆଲ ମିଡିଆରେ ପ୍ରତିଦିନ ଭାରତରେ ଜୁଗାଡ଼ର ଘଟଣାର ଉଦାହରଣ ଦେଖିବାକୁ ମିଳି ଯାଇଥାଏ । ଯାନବାହାନଠାରୁ ଆରମ୍ଭ କରି ଘରେ ବ୍ୟବହୃତ ଛୋଟ ଜିନିଷ ପର୍ଯ୍ୟନ୍ତ ସବୁକିଛି ଏଥିରେ ଅନ୍ତର୍ଭୁକ୍ତ। ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଜୁଗାଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଭାରତରେ ବହୁତ ସାଧାରଣ ଅଟେ। ଏହି ଭାଇରାଲ୍ ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡିନାହିଁ, କିନ୍ତୁ ଏହି ବ୍ୟକ୍ତିର ଜୁଗାଡ ଭାରତର ଜୁଗାଡ ଠାରୁ କମ୍ ନୁହେଁ।

    ଜୁଗାଡ ଵାଲା ଘୋଡା ଗାଡି ଯାନ
    ଭାଇରାଲ୍ ଭିଡିଓରେ ଆପଣ ଦେଖିବେ ଯେ ଏକ ସୁନ୍ଦର ଧଳା ରଙ୍ଗର ଘୋଡା କାନ୍ଧରେ ଏକ ଭ୍ୟାନ୍ ଫିକ୍ସ କରାଯାଇଛି ଏବଂ ବିଳାସପୂର୍ଣ୍ଣ କାର୍ କମ୍ପାନୀ BMW ର ଲୋଗୋ ମଧ୍ୟ ଏହି ଭ୍ୟାନ୍ ଉପରେ ରଖାଯାଇଛି । ଭାଇରାଲ୍ ଭିଡିଓରେ, ଆପଣ ଦେଖିବେ ଯେ ଜଣେ ବ୍ୟକ୍ତି କବାଟ ଖୋଲି କାର୍-କମ-ଘୋଡା ଗାଡି ଭିତରେ ବସିଥାଏ ଏବଂ ତା’ପରେ ଘୋଡା ମାଲିକୁ ଧରି ଦୌଡିବା ଆରମ୍ଭ କରିଦିଏ । ଏକ ଓମନି ଭ୍ୟାନ୍ ପରି ଦେଖାଯାଉଥିବା ଏହି ଯାନର ବୋଡିକୁ ଦେଖିଲେ ଲାଗେ ଯେ ଏହା ପ୍ରକୃତରେ BMW ହେଇଥିବ । ସୋସିଆଲ ମିଡିଆରେ ଏହି ଭାଇରାଲ ଭିଡିଓରେ ଅନେକ ଲୋକଙ୍କ ଠାରୁ ମଜାଳିଆ ମନ୍ତବ୍ୟ ମଧ୍ୟ ଆସିଛି ।

    ଲୋକମାନେ ଦେଉଛନ୍ତି ଏ ସବୁ କମେଣ୍ଟସ
    ଜୁଗାଡ ଵାଲା ବିଏମଡବ୍ଲୁ ଘୋଡା ଗାଡିର ଭାଇରାଲ ଭିଡିଓରେ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଏହି ପ୍ରତିଭା ଭାରତ ବାହାରକୁ ଯିବା ଉଚିତ ନୁହେଁ’। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ସୂର୍ଯ୍ୟ କିରଣ ବିନା ଘୋଡା ଗାଡିର ଆନନ୍ଦ, ବାଓ’ । ତୃତୀୟ ଉପଭୋକ୍ତା ଲେଖିଛନ୍ତି, ‘ ଅତ୍ୟନ୍ତ ବିପଜ୍ଜନକ ଲୋକ’ ଇଏ । ଚତୁର୍ଥ ଉପଭୋକ୍ତା ଲେଖିଛନ୍ତି, ‘କେଉଁଠୁ ଆଣୁଛ ଏମିତିକା ଆଇଡ଼ିଆ?’ ଏଥି ସହିତ, ଅନେକ ଉପଭୋକ୍ତା ଏହି ଭିଡିଓରେ କମେଣ୍ଟ ବକ୍ସରେ ହସୁଥିବା ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ଏବଂ ସେଠାରେ ଅନେକ ଉପଭୋକ୍ତା ଅଛନ୍ତି ଯେଉଁମାନେ ଏହାକୁ ଘୋଡା ଉପରେ ନିର୍ଯାତନା ଦେଉଛନ୍ତି ବୋଲି ଲେଖିଛନ୍ତି । ‘ଏଭଳି ଭାରୀ ଭ୍ୟାନ ଘୋଡା ଉପରେଲଦି ଦେଇଛ କିଛି ତ ଦାୟକର ତାହାରି ଉପରେ। ଜଣେ ଲେଖିଛନ୍ତି, ‘ଗଧ ଘୋଡା ସଵାରୀ କରୁଛି ଜଣେ ଗଧ’। ବର୍ତ୍ତମାନ ଏହି ଭିଡିଓରେ ୟୁଜର୍ସଙ୍କ ଠାରୁ ଏଭଳି ମିଶ୍ରିତ ପ୍ରତିକ୍ରିୟା ଆସୁଛି ।

  • ପ୍ରଥମେ ଘୃଣା … ତାପରେ ପ୍ରେମ, ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଅଟେ ୫ଟି ଜାତୀୟ ପୁରସ୍କାର ଜିତିଥିବା ‘ଭିଲେନ୍’ର ପ୍ରେମ କାହାଣୀ…

    ପ୍ରଥମେ ଘୃଣା … ତାପରେ ପ୍ରେମ, ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଅଟେ ୫ଟି ଜାତୀୟ ପୁରସ୍କାର ଜିତିଥିବା ‘ଭିଲେନ୍’ର ପ୍ରେମ କାହାଣୀ…

    ପ୍ରେମୀଯୁଗଳଙ୍କ ପାଇଁ ସେମିତି ତ ପ୍ରତ୍ୟେକ ଦିନ ଭାଲେଣ୍ଟାଇନ୍ସ ଡେ । ଏହି ବିଶେଷ ଦିନରେ, ଆମେ ଆପଣଙ୍କୁ ଏପରି ଜଣେ ଦମ୍ପତିଙ୍କ ପ୍ରେମ କାହାଣୀ କହୁଛୁ ଯାହାର ବିବାହକୁ ହୋଇଗଲାଣି ୩୬ ବର୍ଷ ।

    କୁହାଯାଏ ଯେ ଯୋଡି ଈଶ୍ୱରଙ୍କ ବରଦାନ । ହେଲେ ସେହି ପ୍ରେମକୁ ସମ୍ଭାଳିବା ଏବଂ ପରିଚାଳନା ଲୋକଙ୍କୁ କରିବାକୁ ପଡିଥାଏ। ପ୍ରେମ କରିବା ବଡ଼ କଥା ନୁହେଁ କିନ୍ତୁ ଏହାକୁ ବଜାୟ ରଖିବା ଏବଂ ସବୁବେଳେ ନିଜ ସାଥୀଙ୍କ ସହିତ ଠିଆ ହେବା ବଡ ।

    ପ୍ରଥମ ଦେଖାରେ ନାପସନ୍ଦ
    ଏହାପୂର୍ବରୁ ଏକ ଅନଲାଇନ୍ ମିଡିଆକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସୁଚିତ୍ରା ପ୍ରକାଶ କରିଛନ୍ତି ଯେ ସେ ମୋହନଲାଲଙ୍କ ଫିଲ୍ମ ‘ମଞ୍ଜିଲ ବିରିଞ୍ଜା ପୁକ୍କାଲ’ରେ ତାଙ୍କର ବିରୋଧୀ ଚରିତ୍ରକୁ ଘୃଣା କରିଥିଲେ ଏବଂ ମୋହନଲାଲଙ୍କ ବିଷୟରେ ଏହା ତାଙ୍କର ପ୍ରଥମ ଭାବନା। ପରେ, ଯେତେବେଳେ ସେମାନେ ଡ୍ରାମା ଚଳଚ୍ଚିତ୍ର ‘ଏଣ୍ଟେ ମାମାଟୁକ୍କୁଟିଆମ୍କ୍କୁ’ ଦେଖିଲେ, ସେହି ନାପସନ୍ଦ ପ୍ରେମରେ ପରିଣତ ହେଲା । ସେ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ସେ ଫିଲ୍ମ ଦେଖିବା ପରେ ମୋହନଲାଲଙ୍କ ପ୍ରେମରେ ପଡିଥିଲେ ଏବଂ ସେ ତାଙ୍କର ପ୍ରିୟ ଅଭିନେତା ହୋଇଥିଲେ।

    ମୋହନଲାଲ ଏବଂ ସୁଚିତ୍ରାଙ୍କ ବିବାହ କେବଳ ପ୍ରେମ ବିବାହ ସହିତ ଆରେଞ୍ଜ ମ୍ୟାରେଜ ମଧ୍ୟ ହୋଇଥିଲା ଏବଂ ସେ ବାସ୍ତବ ଜୀବନରେ ସାକ୍ଷାତ ହେବା ପୂର୍ବରୁ ଅଭିନେତାଙ୍କୁ ଫୁଲ ଏବଂ ଅଭିବାଦନ କାର୍ଡ ପଠାଉଥିଲେ । ପରେ ଦୁହେଁ ସେମାନଙ୍କର କିଛି ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ବାସ୍ତବ ଜୀବନରେ ସାକ୍ଷାତ ହୋଇଥିଲେ । ଏହିପରି, ଦୁଇ ଚିରକାଳ ପ୍ରେମୀଙ୍କ ଆତ୍ମା ଏକ ହୋଲା ​​ ଏବଂ ସେମାନଙ୍କ ମଧ୍ୟରେ ପ୍ରେମର ଫୁଲ ଫୁଟିଲା ।

  • ୫୦ ଲିଟର ଆସ୍କା ଫର୍ଟି ସହ କାର ଜବତ

    ୫୦ ଲିଟର ଆସ୍କା ଫର୍ଟି ସହ କାର ଜବତ

    ୫୦ ଲିଟର ଆସ୍କା ଫର୍ଟି ମଦ ସହ କାର ଜବତ କରିଛି ଅଭୟଚାନ୍ଦପୁର ପୋଲିସ । ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଦୁଇ ଚୋରା ମଦ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି। କାରର ପଛ ଡିକିରୁ ୫୦ ଲିଟରର ଚୋରା ଆସ୍କା ଫର୍ଟି ମଦ ଜବତ କରାଯାଇଥିଲା। ଅଭିଯୁକ୍ତ ଦୁଇଜଣ ଏରସମା ବ୍ଲକ୍ ଆମ୍ବିକି ଅଞ୍ଚଳର ବିକ୍ରମ ଭୁଇଁଆ ଓ ଅଜୟ କାଣ୍ଡିଙ୍କୁ ଗିରଫ କରାଯାଇଛି ।

    ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏମାନେ ଏରସମା ଆମ୍ବିକିରୁ ଚୋରାରେ ଆସ୍କା ଫର୍ଟି ମଦ ଆଣି ଗଡ଼କୁଜଙ୍ଗ, ଭୁଇଁଆପାଳ, ବାୟାନାଳକନ୍ଦା ପ୍ରଭୃତି ଅଞ୍ଚଳରେ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରୟ କରୁଥିବା ଆଇଆଇସି ସମୀର ରାଉତ ପ୍ରକାଶ କରିବା ସହିତ ଏହି ବ୍ୟବସାୟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଖୁବ ଶିଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି।

  • ଯୁବତୀଙ୍କୁ ଅପହରଣ ଉଦ୍ୟମ; ଜଣେ ଫେରାର, ଜଣେ ଅଟକ

    ଯୁବତୀଙ୍କୁ ଅପହରଣ ଉଦ୍ୟମ; ଜଣେ ଫେରାର, ଜଣେ ଅଟକ

    ଯୁବତୀଙ୍କୁ ଅପହରଣ ଉଦ୍ୟମ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା। ଅପହରଣ ସମୟରେ ମାଡିବସିଲେ ସ୍ଥାନୀୟ ଗ୍ରାମବାସୀ । ଜଣେ ଯୁବକ ଅଟକ, ଅନ୍ୟଜଣେ ଫେରାର। କୁଜଙ୍ଗ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଯୁବତୀ ଜଣକ ନାବାଳିକା ହୋଇଥିବା ବେଳେ ଗ୍ରାମ ନିକଟସ୍ଥ ଏକ ସ୍ଥାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ।

    ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ନାବାଳିକା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ଘେରିଯାଇଥିଲେ। ସେଠାରୁ ଜଣେ ଯୁବକ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଯୁବକଙ୍କୁ ଧରି ପକାଇଥିଲେ ଗ୍ରାମବାସୀ ‌। ଉକ୍ତ ଯୁବକକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

  • ନୀଳାଚଳ କମ୍ପାନୀ ତରଫରୁ ୩୬ ତମ ସଡ଼କ ସୁରକ୍ଷା ମାସ ଅନୁଷ୍ଠିତ

    ନୀଳାଚଳ କମ୍ପାନୀ ତରଫରୁ ୩୬ ତମ ସଡ଼କ ସୁରକ୍ଷା ମାସ ଅନୁଷ୍ଠିତ

    ଯାଜପୁର କଳିଙ୍ଗନଗର ସ୍ଥିତ ନୀଳାଞ୍ଚଳ କମ୍ପାନୀ ଦ୍ଵାରା ପରିଚାଳିତ ୟୁନିକୋ ଏଣ୍ଟରପ୍ରାଇଜେସ କମ୍ପାନୀ ତରଫରୁ ଦାନଗଦୀ ପୋଲିସକୁ ନେଇ ୩୬ତମ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

    ମୋଟରସାଇକେଲ ଆରୋହୀ କିପରି ହେଲମେଟ ପିନ୍ଧି ନିଜ ଜୀବନ ସୁରକ୍ଷା କରିପାରିବେ ଓ ଚାରି ଚକିଆ ଯାନ ଚଳାଇବା ସମୟରେ ଟ୍ରାଫିକ ନିୟମ ପାଳନ କରିବା ସହିତ ସିଟ ବେଲ୍ଟ ପିନ୍ଧି ଗାଡି ଚଳାଇବା ପାଇଁ ପରାମର୍ଶ ଦେଇଥିଲେ ।

    ଏଥି ସହିତ ଡବଲ ହେଲମେଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଏଵଂ ଚକୋଲେଟ୍ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା କରାଯାଇଥିବାର ଦେଖିବାକୁ ମିଳିଥିଲା । ଜନଜାଗରଣ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କମ୍ପାନୀର ଏହା ଏକ ନିଆରା ପ୍ରୟାସ । ଏହି ଅବସରରେ ଦାନଗଦୀ ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ମିଶ୍ର ଯୋଗଦେଇ ସମସ୍ତ ଡ୍ରାଇଭର ଓ ମାଲିକ ମାନଙ୍କୁ ଗାଡ଼ି ଚଳାଇଲା ବେଳେ ସର୍ବଦା ହେଲମେଟ ବ୍ୟବହାର କଲେ ନିଜର ସୁରକ୍ଷା ସହିତ ପରିବାର ସୁରକ୍ଷିତ ରହି ପାରିବ” ବୋଲି ପରାମର୍ଶ ଦେଇଥିଲେ।

    ୟୁନିକୋ ଏଣ୍ଟର ପ୍ରାଇଜେସର ନିର୍ଦେଶକ ଅଭିନେଶ ପିଭିଙ୍କ ନେତୃତ୍ୱରେ , ଶାଖା ପରିଚାଳକ ରୁଦ୍ର ନାରାୟଣ ବେହେରା, ସୁରକ୍ଷା ଅଧିକାରୀ ପତିତପାବନ ପତି, ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ନାୟକ, ମାନବ ସମ୍ବଳ ଅଧିକାରୀ ସୌଭାଗ୍ୟ ରଂଜନ ପଣ୍ଡା, ପ୍ରଶାନ୍ତ ରାଉତ, ବିଶ୍ୱଜିତ୍ ରାଉତ, ବାସୁଦେବ ମହାନ୍ତଙ୍କ ସହଯୋଗରେରେ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା ।