Blog

  • ମଇଁଷି ଚୋରାଚାଲାଣ ବେଳେ ପିକଅପ ଭ୍ୟାନ ଜବତ

    ମଇଁଷି ଚୋରାଚାଲାଣ ବେଳେ ପିକଅପ ଭ୍ୟାନ ଜବତ

    ଚୋରା ଚାଲାଣ ବେଳେ ମଇଁଷି ବୋଝେଇ ପିକଅପ ଭ୍ୟାନକୁ ଜବତ କରି ପୋଲିସର ଜିମା ଦେଲେ ଗ୍ରାମବାସୀ |

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପ୍ରତାପପଶି ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ମଧ୍ୟ ଦେଇ ଝାଡଖଣ୍ଡକୁ ଚାଲାଣ ବେଳେ ଗ୍ରାମବାସୀ ଗାଡିଟିକୁ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ | ଭ୍ୟାନରୁ ୬ ମଇଁଷି ଉଦ୍ଧାର କରାଯିବା ସହ ଡ୍ରାଇଭରକୁ ଅଟକ ରଖାଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି |

  • ଗାଁ ପୋଖରୀରେ ବୁଡ଼ି ବୃଦ୍ଧ ମୃତ

    ଗାଁ ପୋଖରୀରେ ବୁଡ଼ି ବୃଦ୍ଧ ମୃତ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚୂନବନ୍ଧ ଗ୍ରାମର ପର୍ଶୁରାମ ସାହୁ (୭୪)ଶୌଚ ହେବାକୁ ନିକଟରେ ଥିବା ଗାଁ ପୋଖରୀକୁ ଯାଇଥିଲା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ମୃତ୍ଯୁ ବରଣ କରିଛନ୍ତି |

    ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପୋଖରୀରେ ବୃଦ୍ଧଙ୍କ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ |

    ତୁରନ୍ତ ପରିବାର ଲୋକ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି |

  • ଉଜାଗର ରହି ଜାଗର କଲେ ମିଳେ ଏହି ପୁଣ୍ୟ…

    ଉଜାଗର ରହି ଜାଗର କଲେ ମିଳେ ଏହି ପୁଣ୍ୟ…

    ଆଜି ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରି ବା ଜାଗର । ଦେବଦେବ ମହାଦେବ ସତ୍ୟ, ଶିବ, ସୁନ୍ଦର । ଜୀବନରୁ ପାପତାପରୁ ମୁକ୍ତି କରିବା ସହ ଯିଏ ଆଲୋକର ରାସ୍ତା ଦେଖାନ୍ତି ସେ ହେଉଛନ୍ତି ମହାଦେବ । ଶିବ ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ଆଜି ପ୍ରତ୍ୟେକ ଶୈବଭକ୍ତ ପାଠ କରୁଛନ୍ତି ମହା ମହାମୃତ୍ୟୁଞ୍ଜୟ ମନ୍ତ୍ର । ହର ହର ମହାଦେବରେ କମ୍ପୁଛି ଗଗନ, ପବନ । ଆଜି ଉଜାଗର ରହି ଜାଗର ପାଳନ କରୁଛନ୍ତି ଶିବ ଭକ୍ତ।

    ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୁଏ ମହାଶିବରାତ୍ରି । ଭଗବାନ ଶିବଙ୍କୁ ବ୍ରତ ମଧ୍ୟରେ ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । ଦେବଦେବ ମହାଦେବଙ୍କ ଦ୍ବାରା ବିଶ୍ୱ ସୃଷ୍ଟି ବୋଲି ପୂର୍ବରୁ ବିଶ୍ବାସ ରହିଛି । ପୌରାଣିକ କଥା ଅନୁଯାୟୀ, ଯେତେବେଳେ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ବାହାରିଥିବା ସମସ୍ତ ବିଷକୁ ଶିବ ପାନ କରିଥିଲେ ।

    ଏହାପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତେଣୁ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି ।ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ମଧ୍ୟ ପାଳନ କରାଯାଏ ।

    ଅଖଣ୍ଡ ଦୀପ ଜାଳି ରାତିରେ ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଏ । ଶିବଭକ୍ତ ମାନେ ଆଜିର ଦିନରେ ଉପବାସ ରହିଥାନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହିଥାନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଅନ୍ୟ ଦେବତାଙ୍କ ପୂଜା ଦିନ ବେଳା ହେଉଥିବାବେଳେ ଶିବରାତ୍ରିରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ । ବିଳମ୍ବିତ ରାତିରେ ମହାଦୀପ ଉଠିବା ପରେ ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ । ଶିବରାତ୍ରିକୁ ଭକ୍ତି ଏବଂ ନିଷ୍ଠାର ସହ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

    ଶିବରାତ୍ରିକୁ ଚାରୋଟି ପ୍ରହରରେ ଶେଷ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ କ୍ଷୀରରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହରରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡ଼ାଦେଶକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରେଇ ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ ।

  • ବିବାଦରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ, ଜାଣିପାରୁନାହାନ୍ତି କିଏ ସାବାଳିକା କିଏ ନାବାଳିକା !

    ବିବାଦରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ, ଜାଣିପାରୁନାହାନ୍ତି କିଏ ସାବାଳିକା କିଏ ନାବାଳିକା !

    ପୁଣି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରିଣୀ। ବାଃ ବାଃ ନେବାପାଇଁ ବାହାଘର ପୂର୍ବରୁ ସାବାଳିକା ଝିଅକୁ ନାବାଳିକା ଭାବି ଘରୁ ଉଠଇ ଆଣିଲେ ଅଧିକାରିଣୀ। ଘର ଲୋକଙ୍କ ଠାରୁ ନେଇ ଗାଁ ଲୋକ ବାହାଘରକୁ ନେଇ ସମସ୍ତେ ଖୁସି ଥିବାବେଳେ ହଠାଥ୍ ସେଥିରେ ଭଟ୍ଟା ପଡିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଖୁଡି ପଞ୍ଚାୟତ ବଡ଼ମାର୍ଲା ଗାଁରେ।

    ସୂଚନାନୁସାରେ, କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଖୁଡି ପଞ୍ଚାୟତ ବଡ଼ମାର୍ଲା ଗାଁରେ ଜଣେ ନାବାଳିକା ଝିଅର ବାହାଘର ହେଉଥିବାର ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଖବର ପାଇଥିଲେ । ଏହି ବାହାଘର ବନ୍ଦ କରିବା ପାଇଁ ସେ ନିର୍ଦେଶ ଦେଇଥିଲେ । ଘରେ ଜଗବନ୍ଧୁ ମାଝୀ ଓ ତାଙ୍କ ପତ୍ନୀ ନଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିନା କୌଣସି ଯାଞ୍ଚରେ ତାଙ୍କ ଝିଅ ସାବିତ୍ରୀ ମାଝୀଙ୍କୁ ଜଣେ ସୁପରଭାଇଜର ଉଠାଇ ନେଇଥିଲେ । ପରେ ଖବର ପାଇ ବାପା ଜଗବନ୍ଧୁ ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୋରାପୁଟ ଯାଇଥିଲେ । ସେପଟେ ରାତି ପାହିଲେ ଝିଅର ବାହାଘର, ଘର ଓ ଗାଁ ଖୁସିରେ ଫାଟି ପଡୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲ ଯୋଗୁ ଖୁସିରେ ଭଟ୍ଟା ପଡିଥିଲା । ସାବିତ୍ରୀଙ୍କ ଜନ୍ମ ଓ ସ୍କୁଲ ସାର୍ଟିଫିକେଟ ଯାଞ୍ଚ ପରେ ସେ ସାବାଳିକା ଥିବା ଜଣା ପଡିଥିଲା । ଏଠାରେ ପ୍ରଶ୍ନ ଉଠୁଛି ଅଧିକାରୀ ମାନେ କାହିଁକି ଘଟଣାସ୍ଥଳରେ ସମସ୍ତ ଦସ୍ତାବିଜ ଯାଞ୍ଚ ନକରି ପରିବାରକୁ ଶାରିରୀକ ତଥା ମାନସିକ ଯନ୍ତ୍ରଣା ଦେଇଥିଲେ । ଯାହାକୁ ନେଇ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗବନ୍ଧୁ ମାଝୀ ।

    ଏସମ୍ପର୍କରେ ଖୁଡ଼ି ସେକ୍ଟର ସୁପରଭାଇଜର ମଞ୍ଜୁ ବାଳା ନାୟକଙ୍କୁ ପଚାରିବାରୁ ଡିସିପିଓ ମ୍ଯାଡାମ ତାଙ୍କୁ ଓ ଏନ ଜି ଓ ‘ଶୋଭା’ ର ବିମଳା ପାଙ୍ଗିଙ୍କୁ ମାଳିମାର୍ଲା ଏବଂ ବଡ଼ମାର୍ଲା ର ୨ ଝିଅଙ୍କୁ ତୁରନ୍ତ ଆଣି ସି ଡବ୍ଲୁ ସି ରେ ହାଜର କରିବାକୁ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ସେ ମନାକରି ଉଭୟଙ୍କୁ ପଟ୍ଟାଙ୍ଗି ଥାନାକୁ ନେଇଥିଲେ ସେଠାରେ ମୋତେ କିଛି କହିବାକୁ ମଧ୍ୟ ସୁଯୋଗ ନ ଦେଇ ତୁରନ୍ତ ସି ଡବ୍ଲୁ ସି ଙ୍କ ନିକଟକୁ ନେବାକୁ କହିଥିଲେ । ପରେ ଝିଅ ମାନଙ୍କୁ ଛାଡ଼ିଦେଇଥିଲେ ବୋଲି କହିଥିଲେ । ଅପର ପକ୍ଷରେ ଡ଼ି ସି ପି ଓ ରାଜଶ୍ରୀ ଦାସଙ୍କୁ ପଚାରିବାରୁ ସେ ଅନ୍ୟ ଅଧିକାରୀଙ୍କ ଉପରେ ସବୁ ଦୋଷ ଲଦିବାକୁ ଚେଷ୍ଟା କରିଥିଲେ।

    ଏ ବାବଦରେ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କୁ ପଚାରିବାରୁ ଏ ବାବଦରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି ଯଦି ଦୋଷୀ ହେଲେ ତାଙ୍କ ଉପରେ ଆକ୍ସନ ନିଆଯିବ ବୋଲି କହିଥିଲେ।

    ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀ ଠିକଭାବେ କାଗଜପତ୍ର ଯାଞ୍ଚ ନକରି କିଭଳି ଜଣେ ସାବଳିକାକୁ ଉଠାଇ ଆଣିଥିଲେ |ଏ ସମ୍ପର୍କରେ ତଦନ୍ତର ନିହାତି ଆବଶ୍ୟକତା ରହିଛି ।

  • ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ପିଆରଆଇ ଏକାଦଶକୁ ହରାଇ ମିଡ଼ିଆ ଏକାଦଶ ଚମ୍ପିୟାନ

    ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ପିଆରଆଇ ଏକାଦଶକୁ ହରାଇ ମିଡ଼ିଆ ଏକାଦଶ ଚମ୍ପିୟାନ

    ସୁବର୍ଣ୍ଣରେଖା ବନ୍ଦର କର୍ତ୍ତୃପକ୍ଷ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମିଳିତ ଆୟୋଜନରେ ବାଲିଆପାଳ ବ୍ଲକ ଡଗରା ବେଳାଭୂମି ନିକଟସ୍ଥ ମକର ପଡ଼ିଆରେ ଗତକାଲି ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।

    ଏହି ମ୍ୟାଚରେ ପିଆରଆଇ ମେମ୍ବର ଏକାଦଶ ଓ ମିଡ଼ିଆ ଏକାଦଶ ମଧ୍ୟରେ ମୁକାବିଲା ହୋଇଥିଲା। ପ୍ରଥମେ ମିଡ଼ିଆ ଏକାଦଶର ଅଧିନାୟକ ପ୍ରତାପ କୁମାର ପାତ୍ର ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା ବେଳେ ଅପରପକ୍ଷ ପିଆରଆଇ ମେମ୍ବର ଏକାଦଶ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ମ୍ଯାଚର ପ୍ରଥମ ବଲରେ ମିଡ଼ିଆ ଏକାଦଶ ଅଧିନାୟକ ପ୍ରତାପ କୁମାର ପାତ୍ର ଓ୍ବିକେଟ ନେଇ ଦଳ ପାଇଁ ସଫଳତା ଆଣିଥିଲେ।

    ତେବେ ପିଆରଆଇ ମେମ୍ବର ଏକାଦଶର ବ୍ଯାଟର ଅଶ୍ବୀନୀ ପାତ୍ରଙ୍କ ଧୁଆଁଧାର ୩୫ ରନର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୬୦ରନ ସଂଗ୍ରହ କରିଥିଲେ। ମିଡ଼ିଆ ଏକାଦଶର ବୋଲର ଶମ୍ଭୁନାଥ ଦାସ ୪ଟି ଓ୍ବିକେଟ ନେଇ ଥିଲାବେଳେ ବୋଲର ଚିନ୍ମୟ ଦାସ, ଅଶୋକ ଜେନା ଓ ଅଧିନାୟକ ପ୍ରତାପ କୁମାର ପାତ୍ର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।

  • ଚନ୍ଦ୍ରା ଇଞ୍ଜିନିୟରିଂ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ

    ଚନ୍ଦ୍ରା ଇଞ୍ଜିନିୟରିଂ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ

    ରାଜଗାଙ୍ଗପୁର ତାଲକିପଡା ଚନ୍ଦ୍ରା ଇଞ୍ଜିନିୟରଙ୍ଗ ୱାର୍କ କାରଖାନାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଗତକାଲି ସକାଳ ୬ ଟା ସମୟରେ ରାଜଗାଙ୍ଗପୁର ବ୍ଲକ କୁଟୀନିଆ ପଞ୍ଚାୟତର ଫକୀରପଡା ନିବାସୀ ଫଗୁ ମାଝୀ(51)ଚନ୍ଦ୍ରା ଇଞ୍ଜିନିୟରଙ୍ଗିରେ କାମ କରୁଥିବାବେଳେ ସୁରକ୍ଷା ଉପକରଣର ଅଭାବ ଯୋଗୁଁ ହଠାତ ତାଙ୍କ ମୁଁହରେ ଆଘାତ ଲାଗିଥିଲା, ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ଯୁ ଘଟିଥିଲା | କାରଖାନା କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁଁ ବହୁ ବିଳମ୍ବରେ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ, ସେଠାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲାକୁ ପଠା ଯାଇଥିଲା |

    ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆମକୁ ବହୁତ ବିଳମ୍ବରେ ଖବର ଦେଇଥିଲେ | ତୁମ ବାପାଙ୍କର ଦୁର୍ଘଟଣା ହୋଇଯାଇଛି, ତାଙ୍କୁ ଆମେ ଘରୋଇ ଚିକିତ୍ସାଳୟ ଶାନ୍ତି ସଦନକୁ ନେଇଛୁ, ଆମେ ଆସି ଶାନ୍ତି ସଦନ ଚିକିତ୍ସାଳୟରେ ଦେଖି ସେଠାରେ ନପାଇବାରୁ କାରଖାନା କର୍ତ୍ତୃପକ୍ଷଙ୍କୁ ସମ୍ପର୍କ କରିବା ପରେ ତାଙ୍କୁ ରାଉରକେଲା ମଡେଲ ହସ୍ପିଟାଲକୁ ନେଉଛୁ ବୋଲି କହିଥିଲେ | ସେଠାରେ ଯାଇ ପହଁଚିଲା ପରେ ପୁଣି କହିଥିଲେ ଯେ, ତାଙ୍କୁ ରାଉରକେଲା ଇସ୍ପାତ ହସ୍ପିଟାଲକୁ ନେଉଛୁ ବୋଲି | ସେଠାରେ ତାଙ୍କର ମୃତ୍ୟୁ ଘୋଷଣା ହୋଇଥିବା ଶୁଣିବାକୁ ପାଇଥିଲୁ | ପରିବାର ଲୋକେ କାରଖାନା କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଶତାଧିକ ଗ୍ରାମବାସୀଙ୍କ ସହ ଥାନା ପରିସରରେ ଭିଡ଼ ଜମାଇଥିବା ଜଣାଯାଇଛି |

    ପ୍ରକାଶ ଥାଉକି, ରାଜଗାଙ୍ଗପୁର ଅଞ୍ଚଳରେ ବହୁତ କଳ କାରଖାନା ସ୍ଥାପନ ହୋଇଛି, ଯେଉଁଠି ଶ୍ରମିକ ମାନେ ଅସୁରକ୍ଷିତ ଭାବେ କାର୍ଯ କରୁଛନ୍ତି, ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦିଆଯାଉନଥିବା ଜଣାପଡିଛି | ପ୍ରାୟ ବହୁ ସମୟରେ ଛୋଟ ମୋଟ ଦୁର୍ଘଟଣା ହେବା ସହ ଶ୍ରମିକଙ୍କ ମୃତ୍ୟୁ ହୋଇ ଯାଉଛି | ଶ୍ରମିକଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ଉଚ୍ଚପ୍ରଶାସନଙ୍କୁ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମତବ୍ୟକ୍ତି କରିଛନ୍ତି |

  • ଦକ୍ଷିଣାଞ୍ଚଳରେ ୮ ଦିନରେ ପରିବେଷଣ ହେବ ୧୬ ନାଟକ

    ଦକ୍ଷିଣାଞ୍ଚଳରେ ୮ ଦିନରେ ପରିବେଷଣ ହେବ ୧୬ ନାଟକ

    ଦକ୍ଷିଣ ଓଡିଶା ନାଟ୍ୟ ମହୋତ୍ସବ ତରଫରୁ କୋରାପୁଟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ କୋରାପୁଟ ସାଂସ୍କୃତିକ ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି |

    ଓଡିଶା ନାଟ୍ୟ ସଂଘର ସମ୍ପାଦକ ଶୁଭଙ୍କର ପାଢ଼ୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ ହାଇଥିଲା, ପ୍ରଥମ ଥର ପାଇଁ ଦକ୍ଷିଣ ଓଡିଶାରେ ନାଟ୍ୟ ମହୋତ୍ସବ 2025 ଅନୁଷ୍ଠିତ ହେବ | ନାଟକ ଏପ୍ରିଲ ସାତରୁ ଆରମ୍ଭ ହୋଇ 14 ତାରିଖ ଯାଏ ଚାଲୁ ରହିବ |

    ଏହି ଆଠ ଦିନରେ 16ଟି ନାଟକ ସ୍ଥାନୀୟ କଳାକାରଙ୍କୁ ନେଇ ପରିବେଷଣ କରାଯିବ | ମହୋତ୍ସବ କୋରାପୁଟ ସାଂସ୍କୃତିକ ପରିଷଦ ଠାରେ ପରିବେଷଣ ହେବ | ଏହି ମହୋତ୍ସବରୁ କଳାକାର ଓ ନାଟକ ଟି ସର୍ବଶ୍ରେଷ୍ଠ ବିବେଚିତ ହେବ ତାହାକୁ ରାଜ୍ୟସ୍ତରରେ ପରିବେଷଣ କରାଯିବ |

    ଏଥିରେ କୋରାପୁଟ ସାଂସ୍କୃତିକ ପରିଷଦ, କୋରାପୁଟ ନନ୍ଦନିକା, ସୁନାବେଡା ଗୋଲଡେନ ମିଗ କଳା ପରିଷଦ, କୋଟପାଡ଼ ଦମୟନ୍ତୀ କଳାପରିଷଦ, ସୁନାବେଡା ଉତ୍କଳ ସାଂସ୍କୃତିକ ପରିଷଦ, ପ୍ରିୟା ଥିଏଟର ଏବଂ ଜୟପୁର କଲେଜ ଅଫ ଫାର୍ମାସୀ ଏବଂ ଦାମନଯୋଡି ପଞ୍ଚପଟ ମାଳି ନାଟ୍ୟ ମହୋତ୍ସବ ଭାଗ ନେବା ସହ ପରିଚାଳନା ନେଇ ନିଷ୍ପତି ହଇଛି |

    ବୈଠକରେ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବର ଉପସଭାପତି ମନୋଜ ଦଣ୍ତପାଟ, ରାଜ୍ୟ ଯୁଗ୍ମ ସମ୍ପାଦକ ସମୀର ମହାପାତ୍ର, କୋରାପୁଟ ସାଂସ୍କୃତିକ ପରିଷଦର ସଭାପତି ଶିବପ୍ରସାଦ ରଥ, ସୋମ୍ପାଦକ ଅତନୁ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ପରିଶେଷରେ ଜିତେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ |

  • ଜଙ୍ଗଲ ନିଆଁ ନିବାରଣ ସଚେତନତା ବୈଠକ

    ଜଙ୍ଗଲ ନିଆଁ ନିବାରଣ ସଚେତନତା ବୈଠକ

    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲ୍କାକା ଯୋଗ ଦେଇ ନିଜ ଅଭିଭାଷଣରେ ଜଙ୍ଗଲକୁ ସୁରକ୍ଷା ଦିଆଯିବ, ତାହାର ସଚେତନତା ଆବଶ୍ୟକ ଥିବା ବେଳେ ବିଦେଶରେ କିଛି ଦିନ ତଳେ ଆମେରିକା ଲୋସ୍ ଏନଜେଲସରେ ଅଗ୍ନିକାଣ୍ଡ ଘଟି ଅନେକ କ୍ଷୟକ୍ଷତି ହୋଇଥିବାର ଉଦାହରଣ ଦେଇଥିଲେ। ବନାଞ୍ଚଳ ତରଫରୁ ହୋଇଥିବା ସଚେତନତା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇଥିଲେ।

    ମୁଖ୍ୟ ଭକ୍ତା ଭାବେ ଯୋଗଦେଇ ଥିବା ଅନ୍ୟତମ ଅତିଥି ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଯୋଗ ଦେଇ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପରେ କହିବା ସହ ଜଙ୍ଗଲଜାତ ଦ୍ରବ୍ୟ ଆଦି ସୁରକ୍ଷା ଉପରେ ମତ ଦେଇଥିଲେ। ଉପସ୍ଥିତ ଅନ୍ୟତମ ଅତିଥି ମଧ୍ୟରେ ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ,ଏଫି ଇ ଏ ସ୍ ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, ଆୟୁର୍ବେଦିକ ଚିକିତ୍ସାକ ହରି ପାଙ୍ଗି, ବନଖଣ୍ଡ ଅଧିକାରୀ ତ୍ରିପତି ପଣ୍ଡା, ହାଲ ବିସ୍ଥାପିତ ସଙ୍ଘର ସଭାପତି ତ୍ରିଲୋଚନ ମୁଦୁଲି ସମ୍ମୁଖରେ ବସିଥିବା ଜନସାଧାରଣଙ୍କୁ ଜଙ୍ଗଲ ନିଆଁ ନିବାରଣ ଉପରେ ସଚେତନ କରିଥିଲେ।

    ଅତିଥି ମାନଙ୍କ ଦ୍ବାରା କିଟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସେମିଳିଗୁଡା ବନଖଣ୍ଡ ଅଧିକାରୀ ତ୍ରିପତି ପଣ୍ଡାଙ୍କ ଦ୍ବାରା ଜଙ୍ଗଲ ସୁରକ୍ଷା ନିମନ୍ତେ ପାଞ୍ଚ ମିନିଟର ଶପଥ ପାଠ କରାଯାଇଥିଲା। ଲଷ୍ମୀ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ନିରଞ୍ଜନ ଶତପଥୀ,ଗୋପୀନାଥ ପାଙ୍ଗି, ଏ ସ୍ କେ ସେଠୀ, ଏ ସ୍ କେ ବିଶ୍ୱାଳ, ଏ ସ୍ କେ ପାଣିଗ୍ରାହୀ, ଏବଂ ବନାଞ୍ଚଳ ଅଧିକାରୀ ବିଭାଗର କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହ ଯୋଗ ଦେଇଥିଲେ। ଏହି ଅବସରରେ ସେମିଳିଗୁଡା, ପଟାଙ୍ଗି ନନ୍ଦପୁର ବ୍ଲକର ଶତାଧିକ ଲୋକ ଯୋଗ ଦେଇଥିଲେ। ପରିଶେଷରେ ତ୍ରିପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

  • ହାଇୱା ଧକ୍କାରେ ମହିଳା ମୃତ, ୮ ବର୍ଷର ପୁଅ ଗୁରୁତର

    ହାଇୱା ଧକ୍କାରେ ମହିଳା ମୃତ, ୮ ବର୍ଷର ପୁଅ ଗୁରୁତର

    କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲନଗର ଚଟି ପୋଲ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା | ଯେଉଁଥିରେ ଶ୍ରଦ୍ଧାଞ୍ଜଳି ପୃଷ୍ଟି ନାମକ ମହିଳାଙ୍କ ମୃତ୍ୟ ଘଟିଥିବା ବେଳେ ୮ ବର୍ଷର ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି ହୋଇଛି |

    ସୂଚନା ମୁତାବକ, କେନ୍ଦ୍ରାପଡ଼ା ପୌରପାଳିକା 20 ନମ୍ବର ୱାର୍ଡ ମହୀପାଳର ଦୁର୍ବାସା ସାହୁଙ୍କ ବୋହୁ ଶ୍ରଦ୍ଧାଞ୍ଜଳି ପୃଷ୍ଟି ସକାଳୁ ନିଜ ପୁଅକୁ ଗୁରୁକୁଳକୁ ଛାଡିବା ପାଇଁ ସ୍କୁଟି ସାହାଯ୍ୟରେ ଆସୁଥିବା ବେଳେ ଗୁଲନଗର ଚଟିପୋଲ ନିକଟରେ ଦ୍ରୁତ ଗତିରେ କଟକ ଆଡୁ ଆସୁଥିବା ହାଇୱା ଶ୍ରଦ୍ଧାଞ୍ଜଳିଙ୍କ ଗାଡିକୁ ପଛଆଡୁ ପିଟିଥିଲା |

    ଶ୍ରଦ୍ଧାଞ୍ଜଳି ଗାଡି ଚକା ତଳେ ପଡ଼ିଯିବା ଫଳରେ ହାଇୱା ଚକ ଶ୍ରଦ୍ଧାଞ୍ଜଳିଙ୍କ ମୁଣ୍ଡ ଉପରେ ସମ୍ପୂର୍ଣ୍ଣ ଭାବେ ଚଢିଯାଇଥିଲା | ଯାହା ଫଳରେ ଶ୍ରଦ୍ଧାଞ୍ଜଳିଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଥିଲା | ଭଗବାନଙ୍କ କରୁଣାରୁ ସ୍କୁଟିରେ ବସିଥିବା ପୁଅର ଜୀବନ ବଞ୍ଚିଯାଇଥିବା ବେଳେ ହାତ ଭାଙ୍ଗିଯାଇଛି |

    ଏହି ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ |

    ମୃତକ ପରିବାର କ୍ଷତିପୂରଣ ଦାବି କରିବା ସଙ୍ଗେ ସଙ୍ଗେ ହାଇବା ଡ୍ରାଇଭରକୁ କଠିନରୁ କଠିନ ଦଣ୍ଡ ଦିଆଯିବା ପାଇଁ ଦାବି କରିଛନ୍ତି | ଘଟଣା ସ୍ଥଳରେ ତହସିଲଦାର ଏବଂ ପୋଲିସ ପ୍ରଶାସନ ପହଞ୍ଚି ମୃତକ ପରିବାର ଲୋକଙ୍କୁ ବୁଝାବୁଝି କରିବା ସହ ସ୍ଥାନୀୟ ଲୋକଙ୍କୁ ଶାନ୍ତ କରିବା ପାଇଁ ନିବେଦନ କରିଛନ୍ତି |

  • ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ

    ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ

    କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଚିତ୍ରୋତ୍ପଳା ନଦୀ କୂଳରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ ହୋଇଯାଇଛି | ସାତ ଦିନ ବ୍ୟାପି ଚାଲିଥିବା ଏହି ମହୋତ୍ସବରେ ଗରଦପୁର ଦ୍ବିପ ଅଞ୍ଚଳର କଳା ସଂସ୍କୃତି ଓ ଐତିହ୍ୟକୁ ମହୋତ୍ସବ ମଞ୍ଚରେ ମଞ୍ଚସ୍ଥ କରାଯାଇଥିଲା |

    ଓଡିଶାର ବିଭିନ୍ନ ଐତିହ୍ୟ ସମ୍ପନ୍ନ କଳାକୃତି ପାଇକ ଆଖଡ଼ା, ମାଲଖମ ଆଦି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ମଞ୍ଚରେ ପରିବେଷିତ ହୋଇଥିଲା | ଓଲିଉଡ଼ ଷ୍ଟାର ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ମହୋତ୍ସବରେ ଅତିଥି ଭାବେ ଯୋଗ ଦେଇ ଦର୍ଶକଙ୍କୁ ବିମୋହିତ କରିଥିଲେ |

    ବର୍ତ୍ତମାନର ଟ୍ରେଣ୍ଡରେ ଥିବା ଗୀତ ଛି ଛି ଛି ରେ ନନି ଛି ଓ ରଙ୍ଗବତୀ ଗୀତରେ ସବ୍ୟସାଚୀ ଓ ଅର୍ଚ୍ଚିତା ମଞ୍ଚରେ ନୃତ୍ୟ କରି ମନୋରଞ୍ଜନ ଯୋଗାଇ ଥିଲେ | ସବ୍ୟସାଚୀ ନିଜ ଅପକମିଙ୍ଗ ଓଡ଼ିଆ ଫିଲ୍ମ ରାଣ୍ଡିପୁଅ ଅନନ୍ତାର ପ୍ରମୋସନ କରିଥିଲେ |

    ଏଥିସହ ଅନେକ ଓଲିଉଡ ସିଙ୍ଗର ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କୁ ନିଜ ଗୀତ ମାଧ୍ୟମରେ ମନୋରଞ୍ଜନ ଯୋଗେଇଛନ୍ତି | ମହୋତ୍ସବରେ ଯୋଗ ଆୟୁରବିଜ୍ଞାନୀ କମଳ ଲୋଚନ ପାଣି ଓ ରଂଜିତା ତ୍ରିପାଠୀଙ୍କ ହାତ ତିଆରି ଆୟୁର୍ବେଦିକ ଔଷଧୀୟ ଉପକରଣର ବେଶ ଚାହିଦା ଦେଖିବାକୁ ମିଳିଛି |