Blog

  • ଫର୍ଣ୍ଣିଚର କାରଖାନାରେ ବନ ବିଭାଗର ଚଢଉ

    ଫର୍ଣ୍ଣିଚର କାରଖାନାରେ ବନ ବିଭାଗର ଅତର୍କିତ ଚଢାଉ | ବଡ଼ବିଲ ରେଞ୍ଜ ବଲାଣି ଶାନ୍ତି ନଗର ଅଞ୍ଚଳରେ ବନ ବିଭାଗ ଟିମ ଚଢାଉ କରି ଏକ ଫର୍ଣ୍ଣିଚର କାରଖାନାରୁ ଶାଗୁଆନ, ପିଆଶାଳ, ଶାଳ, କୁରୁମ କାଠରେ ତିଆରି ପଲଙ୍କ, ଡାଇନିଂ ଟେବୁଲ୍, ଡ୍ରେସିଂ ଟେବୁଲ୍, ଆଳମୀରା ଜବତ କରିଛି |

    ଏହା ସହ ବହୁ ପରିମାଣର କାଠ ପଟା ମଧ୍ୟ ଜବତ୍ କରାଯାଇଛି | ପୂର୍ବରୁ ଅଭିଯୋଗ ହୋଇଆସୁଥିଲା ପାଖ ଜଙ୍ଗଲରୁ କାଠ ଚୋରି କରି ଫର୍ଣ୍ଣିଚର ତିଆରି ହେଉଥିଲା | ଫର୍ଣ୍ଣିଚର କାରଖାନାର ମାଲିକ ସୁକାନ୍ତ ମହାରଣାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବନ ବିଭାଗ ଟିମ | ଆଜି ସକାଳୁ କେନ୍ଦୁଝର ଡି ଏଫ୍ ଓ ଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ରେଞ୍ଜ ଅଧିକାରୀ ସଞ୍ଜୀବ କୁମାର ରାଉତଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା |

    ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି | ଅଭିଯୁକ୍ତ ସୁକାନ୍ତ ମହାରଣା ଦୀର୍ଘଦିନ ଧରି ଶାନ୍ତି ନଗର ଅଞ୍ଚଳରେ ଚୋରା କାଠ ବ୍ୟବହାର କରି ବେଆଇନ୍ ଫର୍ଣ୍ଣିଚର କାରଖାନା ଚଲାଉଥିଲେ | କିଛି ଲୋକଙ୍କୁ ଲଗାଇ ପାଖ ଜଙ୍ଗଲରୁ ଗଛ କଟାଇ ସେହି କାଠକୁ ଫର୍ଣ୍ଣିଚର କାମରେ ଲଗାଉଥିବା ନେଇ ଅଭିଯୋଗ ହୋଇଥିଲା |

  • ଗୌରହରି ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଗିରିବନ୍ଧକୁ ହରାଇ ଦେମାଳ ଚାମ୍ପିଅନ

    ଗୌରହରି ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଞ୍ଚମ ସଂସ୍କରଣ ଆଳି ତେଲିପାଟଣା ଖେଳ ପଡିଆରେ ଉଦଯାପିତ ହୋଇଯାଇଛି | ଏହି ଉଦଯାପନୀ ଫାଇନାଲ ମ୍ୟାଚରେ ଦେମାଳ ଲକ୍ଷ୍ମୀ ବରାହ କ୍ରିକେଟ ଟିମ ଓ ଗିରିବନ୍ଧ କ୍ରିକେଟ ଟିମ ମଧ୍ୟରେ ରୋମାଞ୍ଚକର ହାଇ ଭୋଲ୍ଟେଜ ମ୍ୟାଚ ଅନୁଷ୍ଠିତ ହୋଇଥିଲା |

    ଗିରିବନ୍ଧ କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ବିନିମୟରେ ୧୧୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ବେଳେ ଏହି ରନକୁ ପିଛା କରିବାକୁ ଯାଇ ଦେମାଳ ଲକ୍ଷ୍ମୀ ବରାହ କ୍ରିକେଟ ଟିମ ୮ ଓଭର ୪ ଟି ବଲରେ ୩ ୱିକେଟ ହରେଇ ୧୧୫ରନ ସଂଗ୍ରହ କରି ବିଜୟ ଲାଭ କରି ଚାମ୍ପିୟନ ମୁକୁଟ ପିନ୍ଧିଥିଲା |

    ମ୍ୟାନ ଅଫ ଦ ମ୍ୟାଚ ଓ ସିରିଜ ଭାବେ ବିଶ୍ୱଜିତ ବାରିକ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ |

    ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ବନମାଳୀ ସେନାପତି ଓ ଗୌରହରି ସାହୁ ଚାରିଟେବୁଲ ଟ୍ରଷ୍ଟର ସଭାପତି ସୁଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ୮ ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ରନର୍ସ ଅଫ ଟ୍ରଫି ସହ ୬ ହଜାର ଟଙ୍କା ପ୍ରଦାନ କରିଥିଲେ |

  • ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ

    ପରଲୋକରେ ଭୋଗରାଇର ପୂର୍ବତନ ବିଧାୟକ

    ଆଉ ନାହାଁନ୍ତି ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ତାଙ୍କର 86 ବର୍ଷରେ ଦେହାନ୍ତ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବାରୁ ଆଜି ଭୋର 3.45 ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଅନନ୍ତଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ଅଭିଜିତ ଦାସ ସୂଚନା ଦେଇଛନ୍ତି । ଅନନ୍ତଙ୍କ ଶେଷ ଦର୍ଶନ ଲାଗି ଦଳର ନେତା ଓ କର୍ମୀଙ୍କ ବାସଭବନରେ ଭିଡ଼ ଜମିଛି । ଅନ୍ତିମ ଯାତ୍ରାରେ ଯିବା ପୂର୍ବରୁ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଓ ବିଧାନସଭାକୁ ଅନନ୍ତଙ୍କ ମୃତଦେହ ଅଣାଯିବ। ବିଜେଡି ସଭାପତି ନବୀନ ପଟ୍ଟନାୟକ, ଦଳର ବିଧାୟକ ଅନନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର 4 ଥର ବିଜେଡ଼ିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅନନ୍ତ । ନବୀନ ସରକାରରେ 2 ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ ।

    ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ 1940 ମସିହା ଅଗଷ୍ଟ 28 ତାରିଖରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ । ଏମଏ ଏଲଏଲବି ପାସ କରିବା ପରେ ଅନନ୍ତ ସରକାରୀ ଚାକିରି କରିଥିଲେ । ଚାକିରି ଜୀବନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ ।ନବକଳେବର ସମୟରେ ପୁରୀର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଥିଲେ ଅନନ୍ତ ଦାସ । ଭଦ୍ରକରେ ଏଡିଏମ ଥାଇ ସେ ଅବସର ନେଇଥିଲେ।ଚାକିରିରୁ ଅବସର ପରେ ସେ ଭୋଗରାଇ ବିକାଶ ପରିଷଦ ଗଠନ କରିଥିଲେ । ଭୋଗରାଇର ବିକାଶ ପାଇଁ ଅଣ୍ଟା ଭିଡ଼ି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଥିଲେ । ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ଏନସିପିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ପ୍ରଥମେ ବିଜେଡ଼ିରେ ପ୍ରବେଶ କରି ବଡ଼ ପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ। 2004 ରୁ 2019 ଯାଏଁ କ୍ରମାଗତ ଭାବେ ନିର୍ବାଚନ ଲଢ଼ି ଜିତିଛନ୍ତି । ନବୀନ ସରକାରରେ ଶିଳ୍ପ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଛନ୍ତି । ସେହିପରି ସେ ସରକାରୀ ଦଳର ମୁଖ୍ୟ ସଚେତକ ହୋଇଥିଲେ । ଶିଳ୍ପ ମନ୍ତ୍ରୀ ଥିବାବେଳେ ସେ ବିଦେଶ ଯାଇ ଶିଳ୍ପର ଅଭିବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ବାଲେଶ୍ଵର ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ବିଜେଡି ସଭାପତି ତାଙ୍କୁ ବାଲେଶ୍ଵର ଜିଲ୍ଲା ସଭାପତି ମଧ୍ୟ କରିଥିଲେ । ଅନନ୍ତ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀ ଗ୍ରହଣ କରିବା ସହ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି । ଭୋଗରାଇର ସାମଗ୍ରିକ ବିକାଶରେ ଅନନ୍ତଙ୍କ ଯୋଗଦାନ ଅତୁଳନୀୟ ।

  • ବିଶ୍ବ ଜଳାବାୟୁ ପରିବର୍ତ୍ତନରେ ମହିଳା ମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ

    ବିଶ୍ବ ଜଳାବାୟୁ ପରିବର୍ତ୍ତନରେ ମହିଳା ମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ

    ଭାରତ ସରକାରଙ୍କ ଇକ୍ରୀକ ପ୍ରକଳ୍ପ ଦ୍ବାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ରେ ମହିଳା ମାନଙ୍କ ଭୁମିକା ଉପରେ ଆଲୋଚନା କରାଯାଇଥିଲା । ଜଳାବାୟୁ ପରିବର୍ତ୍ତନ ଓ ଏହାର ମୁକାବିଲା ପାଇଁ ସମୁଦ୍ର କୂଳରେ ବ୍ୟାପକ ଲୁଣା ଜଙ୍ଗଲ ସୃଷ୍ଟି କରାଯିବା , ବିଶ୍ବ ରେ ଜଳବାୟୁ ପରିବର୍ତ୍ତନ ଫଳରେ ଜୀବ ଜଗତ ଉପରେ ପ୍ରଭାବ , ପ୍ରକୃତି ଭାରସାମ୍ୟ ହରାଇବା ଫଳରେ କୃଷି କ୍ଷେତ୍ରରେ ପ୍ରଭାବ ପଡ଼ିବା ଭଳି ବିଭିନ୍ନ ଘଟଣା ଉପରେ ଆଲୋଚନା ହୋଇଥିଲା । ମହିଳା ମାନଙ୍କ ଦ୍ୱାରା ଉତ୍ପାଦିତ କୃଷି କ୍ଷେତ୍ରରେ ବ୍ୟବହାର ଜୈବିକ କୀଟନାଶକ ସାର ଆଦି ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ଜଳବାୟୁ ପରିବର୍ତ୍ତନ ର ସ୍ବେଛାସେବୀ , ଏସ ଏଚ ଜି ମହିଳା , ଅଗ୍ରଣୀ ମହିଳା କୃଷକ , ଅନନ୍ୟ ପତ୍ରିଭା ଧାରି ମହିଳା ବହୁ ସଂଖ୍ୟାରେ ଯୋଗ ଦେଇ ପ୍ରତିଜ୍ଞା କରିଥିଲେ ଯେ , ଆଗାମୀ ଦିନରେ ରସାୟନ ସାର ଓ କିଟନାଶକ ମୁକ୍ତ ବ୍ଲକ ଗଠନ କରିବା ପାଇଁ । ଜୈବିକ ପଦ୍ଧତିରେ ଫସଲ ଉତ୍ପାଦନ କରି କିପରି ନିରୋଗ ସୁସ୍ଥ ସମାଜ , ସୁସ୍ଥ ବିଶ୍ବ ଗଠନ କରି ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଭା ଉପରେ ଖେଳକୁଦ ପ୍ରତିଯୋଗିତା କରାଯାଇଥିଲା । ଏବଂ ମହାକାଳପଡ଼ା ଅଂଚଳ ରେ ଆତ୍ମନିର୍ଭରଶୀଳ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା । ବ୍ଲକ ର ଜଳବାୟୁ ପରିବର୍ତ୍ତନ ର ସ୍ବେଛାସେବୀ , ଏସ ଏଚ ଜି ମହିଳା , ଅଗ୍ରଣୀ ମହିଳା କୃଷକ , ଅନନ୍ୟ ପତ୍ରିଭା ଧାରି ମହିଳା ,ନେଚର କ୍ଲବ ଓ ଉତ୍କଳ ସେବକ ସମାଜ ଭଳି ସ୍ବେଛାସେବୀ ସଂଗଠନ ସଦସ୍ୟ ଯୋଗ ଦେଇଥିଲେ ।

  • ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ପ୍ରତିବାଦ

    ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ପ୍ରତିବାଦ

    ରୋଷେଇ ଘରର ଘରଣୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ମିଶନ ଶକ୍ତି ମାଧ୍ୟମରେ ସଶକ୍ତ କଲେ, ଏବେ ପୁନର୍ଗଠନ କରିବା ପାଇଁ ସରକାର ଘୋଷଣା କରିବା ପରେ କାର୍ଯ୍ୟରତ ମହିଳାମାନେ ପ୍ରତିବାଦ କରିଛନ୍ତି |

    ଆନ୍ତର୍ଜାତୀୟ ମହିଳା ଦିବସରେ ଶତାଧିକ ମହିଳା ଆଜି ପ୍ରତିବାଦ କରିଛନ୍ତି |

    ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମଜୀବୀ ମହିଳାଙ୍କ ଉପରେ ପ୍ରତିହିଂସା ପରାୟଣ ହୋଇ ପୁନର୍ଗଠନ ଆଳରେ କରାଯାଇଥିବା ବହିଷ୍କାର ଆଦେଶକୁ ପ୍ରତ୍ୟାହାର ଦାବି କରିଛି ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ |

    ସେ ନେଇ ଆଜି ରାଜ୍ୟବ୍ଯାପୀ ପ୍ରତିବାଦ କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ପକ୍ଷରୁ ଗଡ଼ବାନ୍ଧଗୋଡ଼ା ଠାରେ ଇସି ମାନଙ୍କର ପୁନର୍ଗଠନ ଗଠନ କରାନଯାଇ କାର୍ଯ୍ୟରତ ଇସିମାନଙ୍କୁ କାର୍ଯ୍ୟରେ ରଖିବା ପାଇଁ ମହିଳା ମାନେ ଦାବି କରି ପ୍ରତିବାଦ କରିଥିଲେ |

  • ସାଇକେଲ କିଣିବାକୁ ଯାଇ ଆଉ ଫେରି ନାହାନ୍ତି ନିରୂପମା, ୫ମାସ ହେବ ବାଟ ଚାହିଁ ବସିଛନ୍ତି ପରିବାର

    ସାଇକେଲ କିଣିବାକୁ ଯାଇ ଆଉ ଫେରି ନାହାନ୍ତି ନିରୂପମା, ୫ମାସ ହେବ ବାଟ ଚାହିଁ ବସିଛନ୍ତି ପରିବାର

    ସାଇକେଲ୍ କିଣା ହେଲା କାଳ ସାଇକେଲ୍ କିଣିବାକୁ ଯାଇଁ ଆଉ ଫେରେଲେନି ନିରୁପମା। ଦୀପାବଳି ଦିନ ବହୁ ଖୁସିରେ ସାନପୁଅକୁ ଧରି ବାହାରିଯାଇଥିଲେ ପିଲାଙ୍କ ପାଇଁ ନୂଆ ସାଇକେଲ୍ କିଣିବାକୁ ହେଲେ କିଏ ଜାଣିଥିଲେ ଆଉ ଫେରିବେନି ନିରୁପମା, ନିରୁପମା ଫେରିବା ବାଟକୁ ଚାଇଁ ବସିଛନ୍ତି ବଡ ପୁଅ ସମେତ ଶାଶୁ, ଶ୍ୱଶୁର, ଯାଆ, ନଣଦ | ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା, ଭଦ୍ରେଶ୍ୱର ଥାନା, କୁରୁଜଙ୍ଗା ପଞ୍ଚାୟତରେ

    ସୂଚନା ଅନୁସାରେ, ମାହାଙ୍ଗା ଥାନା ଧାରପୁର ଗ୍ରାମର କନ୍ୟା ନିରୁପମା ମଲିକ ୧୫ବର୍ଷ ତଳେ ଭଦ୍ରେଶ୍ୱର ଥାନା କୁରଜଙ୍ଗା ପଞ୍ଚାୟତ ଭରତପଡା ଗ୍ରାମର ଭୀମ ମଲିକଙ୍କ ପୁଅ ରତ୍ନାକରଙ୍କୁ ବିବାହ କରିଥିଲେ, ସ୍ୱାମୀ ରତ୍ନାକର ଗୁଜରାଟର ଏକ ଘରୋଇ କମ୍ପାନୀରେ କାମକରୁଥିବା ବେଳେ ନିରୁପମା ଘରେ ଦୁଇ ପୁଅ ଓ ଶାଶୁ ଶ୍ୱଶୁର ଯାଆ ନଣଦଙ୍କୁ ନେଇ ବେଶ ଖୁସିରେ ସଂସାର ଚଳାଇନେଉଥିଲେ | କିନ୍ତୁ ବିଧାତା କିଛି ଅଲଗା ଲେଖିଥିଲା ବୋଧହୁଏ, ନିଶ୍ଚିନ୍ତକୋଇଲି ବଜାରକୁ ସାଇକେଲ୍ କିଣିବାକୁ ଯାଇ ଆଇ ଫେରିନାହନ୍ତି ସେ, କୁଆଡେ ଗଲେ, କଣ ହେଲା ତାଙ୍କର, କିଛି ଖୋଜ ଖବର ପାଉନାହାନ୍ତି ପରିବାର ଲୋକଙ୍କ ସମେତ ଶାଶୁ ଘର ଲୋକେ |

    ଏ ନେଇ ଭଦ୍ରେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଥାନାରୁ କୌଣସି ସୁଫଳ ମିଳିପାରିନାହିଁ | ପୋଲିସ ଏ ଘଟଣାର ତଦନ୍ତ କରି ନିରୁପମାକୁ ଖୋଜି ବାହାର ନ କରିଲେ ଆଗାମୀ ଦିନରେ ଥାନା ସମୁଖରେ ଧାରଣା ଦେବା ସହିତ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ତ ହେବେ ବୋଲି ସୂଚନା ଦେଇଛନ୍ତି |

    ବରିଷ୍ଠ ସମାଜସେବୀ ମଧୁମିତା ରଥ ସୂଚନା ଟିଭି ୨୪ x ୭କୁ କହିଛନ୍ତି ନିଜ ବାପ-ମା’ଙ୍କୁ ପଚାରୁନାହାନ୍ତି ଆଜିକାଲିର ପିଲାମାନେ । ତାଙ୍କ କହିବା କଥା, ଯେଉଁ ବାପ-ମା’ ପେଟ କାଟି ତଥା ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ସନ୍ତାନଙ୍କୁ ମଣିଷ କରିଛନ୍ତି, ସେଇ ସନ୍ତାନ ବିଦେଶ ଗଲା ପରେ ସେମାନଙ୍କୁ ଭୁଲିଯା’ନ୍ତି ତଥା ତାଙ୍କ ଶୁଦ୍ଧି କ୍ରିୟାରେ ନିଜେ ନ ଆସି ଚାକରକୁ କୁହନ୍ତି କେଶଦାନ କରିବାକୁ ।

  • ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅପମାନ; ବିଜେଡିର ପ୍ରତିବାଦ

    ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅପମାନ; ବିଜେଡିର ପ୍ରତିବାଦ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟନାୟକଙ୍କୁ ଅସମାନ କରିଥିବାରୁ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ପ୍ରତିବାଦ କରାଯାଇଛି |

    ଆଜି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକ ଠାରୁ ରାଲି କରି ସହ ସହ ବିଜେଡି ନେତା ଓ କର୍ମୀ ମାନେ ଚାଲି ଚାଲି ଉପଜିଲ୍ଲାପାଳ କାର୍ଯାଳୟ ସମ୍ମୁଖ ରେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ବିଜେଡି ନେତା ମାନେ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ |

    ଏହି ପ୍ରତିବାଦ ରାଲିରେ ବିଜେଡିର ବରିଷ୍ଠ ନେତା ଈଶାନ ମିଶ୍ର, ମନୁ ଚୌଧୁରୀ, ସୁବାଷ ମଣ୍ଡଳ, ରାଇସେନ ମୁର୍ମୁ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା, ରାଇରଙ୍ଗପୁର ପୌରପରିଷଦର ଅଧ୍ୟକ୍ଷ ଅଭିଷେକ ପଟନାୟକ, ଉପାଧ୍ୟାକ୍ଷା ମମିତା ଚୌଧୁରୀ, ବିଜେଡି ନାରୀ ନେତ୍ରୀ ତନୁଜ ମହାନ୍ତ ଏବଂ ଶତାଧିକ ବିଜେଡି ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ |

  • ଅଟୋ ଓଲଟି ୫ମହିଳା ଆହତ

    ଅଟୋ ଓଲଟି ୫ମହିଳା ଆହତ

    ଅଟୋ ଓଲଟି, ୫ମହିଳା ଆହତ | ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଉପଖଣ୍ଡ ଦେଓଗାଁ ଠାରେ ଜାଗର ମେଳା ବୁଲି ଫେରୁଥିବା ବେଳେ କ୍ରସର ଛକ ନିକଟରେ ଅଟୋ ଓଲଟି ପଡିଛି | ଏହି ଅଟୋରେ ଥିବା ୫ଜଣ ମହିଳା ଆହତ ହୋଇଥିବା ଜଣା ପଡିଛି | ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |ଆହତ ମହିଳା ହେଉଛନ୍ତି ଘଷିପୁରା ଥାନା ନାରଙ୍ଗପୁର ଗାଁର ବୋଲି ହୋଇଥିବା ଜଣା ପଡିଛି | ସାମ୍ନାପଟୁ ଆସୁଥିବା ଏକ ପିକପ୍ ଭ୍ଯାନ୍ ଦୃତଗତି ଆସି ସାଇଡ୍ ମାରିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି |

  • ବଲ୍ଲଦା ବକ୍ସାଇଟ୍ ଖଣି ପ୍ରକଳ୍ପ ପାଇଁ ଜନଶୁଣାଣୀ ଅନୁଷ୍ଠିତ

    ବଲ୍ଲଦା ବକ୍ସାଇଟ୍ ଖଣି ପ୍ରକଳ୍ପ ପାଇଁ ଜନଶୁଣାଣୀ ଅନୁଷ୍ଠିତ

    ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ବଲ୍ଲଦା ବକ୍ସାଇଟ୍ ଖଣି ପାଇଁ ଜନଶୁଣାଣୀ ଗୁରୁବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି | କଳିଙ୍ଗ ଆଲୁମିନା ଲିମିଟେଡ୍‌କୁ ଓଡିଶାର କୋରାପୁଟ ଜିଲ୍ଲାରେ ୧୪୪.୯୪୫ ହେକ୍ଟର୍ ଅଂଚଳରେ ବ୍ୟାପ୍ତ ବଲ୍ଳଦା ବକ୍ସାଇଟ୍ ଖଣି ଆବଣ୍ଟନ କରାଯାଇଛି | ଏହି ପ୍ରକଳ୍ପରେ ବକ୍ସାଇଟ୍ ଖନନ ପାଇଁ ଓପନ କାଷ୍ଟ ପଦ୍ଧତି ବ୍ୟବହାର କରାଯିବ ଯାହାର କ୍ଷମତା ବାର୍ଷିକ ୪ ମିଲିୟନ୍ ଟନ୍ (ଏମଟିପିଏ) ଏବଂ ପିଟ୍ ହେଡ୍ (ଖାଦାନ ମୁଣ୍ଡରେ) ଘଂଟା ପ୍ରତି ୮୦୦ ଟନ୍ (ଟିପିଏଚ୍‌)ର କ୍ରସ/ର୍ସ୍କ୍ରିନିଂ ପ୍ଳାଣ୍ଟ ରହିବ |

    ନନ୍ଦପୁର ତହସିଲର ପାର୍ଶ୍ୱବର୍ତୀ ଭେଜା, ବଲ୍ଲଦା, ବଡେଲ, ଅତଣ୍ଡା, ଏବଂ କୁଲାବୀର ପଂଚାୟତର ହଜାର ହଜାର ଗ୍ରାମବାସୀ ପାରମ୍ପରିକ ବେଶରେ ଏହି ଜନଶୁଣାଣୀରେ ଯୋଗ ଦେଇଥିଲେ| ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କୋରାପୁଟ ଅଂଚଳ ଅଧିକାରୀ ଦୀପେଶ୍ ବିଶ୍ୱାଳ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଆଲୋମଣି ସେଠୀ ଏହି ସଭାକୁ ସଭାପତିତ୍ୱ କରିଥିଲେ |

    ଅଧିକାରୀମାନେ ସେମାନଙ୍କର ମତାମତ ଗ୍ରହଣ କରି ପ୍ରକଳ୍ପର ସମ୍ଭାବ୍ୟ ବିକାଶ ଏବଂ ନିଯୁକ୍ତି ସୁଯୋଗ ବିଷୟରେ ପ୍ରଶ୍ନଗୁଡ଼ିକର ସମାଧାନ କରିଥିଲେ | ଏହା ନିଯୁକ୍ତି ସୃଷ୍ଟି ଏବଂ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେଇ ରାଜ୍ୟ ସରକାରଙ୍କ ବିକାଶ ସୂଚକାଙ୍କକୁ ଉନ୍ନତ କରିବାରେ ସହାୟକ ହେବ | ଏହା ଛଡ଼ା ଖନନରୁ ଅର୍ଜିତ ରାଜସ୍ୱ ରାଜ୍ୟ ସରକାରଙ୍କ ଦ୍ୱାରା ଆହୁରି ବିକାଶମୂଳକ ପଦକ୍ଷେପରେ ବିନିଯୋଗ କରାଯିବ | ଏଥିରେ ମହିଳାଙ୍କୁ ସାମିଲ କରି ଅନୁସୂଚିତ ଜନଜାତି ପରିବାରମାନଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ, ଯାହା ସ୍ଥାନୀୟ ଲୋକଙ୍କର ସାମାଜିକ-ଆର୍ଥକ ସ୍ଥିତିକୁ ଉନ୍ନତ କରିବ | କଳିଙ୍ଗ ଆଲୁମିନା ଅଧିକାରୀ ବଲ୍ଲଦା ପ୍ରକଳ୍ପ ଏବଂ ଅଂଚଳ ପାଇଁ ଏହାର ଉଲ୍ଲେଖନୀୟ ଲାଭ ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ |

    ଅପର ପକ୍ଷରେ ସପକ୍ଷ ଓ ବିପକ୍ଷବାଦୀ ନିଜ ମତ ଜନ ଶୁଣାଣିରେ ସାବ୍ୟସ୍ତ କରିଥିଲେ | ଜିଲ୍ଲା ଏସପି ରୋହିତ ବର୍ମାଙ୍କ ନିର୍ଦେଶକ୍ରମେ ଜନ ଶୁଣାଣିରେ ତିରିଶ ପ୍ଲାଟୁନ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ |

  • ଚେରଖଣ୍ଡି ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

    ଚେରଖଣ୍ଡି ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଂଚାୟତ ଅନ୍ତର୍ଗତ ଚେରଖଣ୍ଡି ଗ୍ରାମରେ ଆଜି ବିଶ୍ୱକଲ୍ୟାଣ ନିମିତ୍ତ ଏକ ବିଶ୍ଵାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ 7 ଘଟିକା ସମୟରେ ନାମ ସଂକୀର୍ତ୍ତନ ହରିବୋଲ ହୁଳହୁଳି ଶବ୍ଦର ତାଳେ ତାଳେ ନଗର ପରିକ୍ରମା କରି ନାଳରୁ ଗଙ୍ଗାମାତାଙ୍କୁ ନିମନ୍ତ୍ରିତ କରି କଳସୀ ଯାତ୍ରା ମାଧ୍ୟମରେ ଯଜ୍ଞ ମଣ୍ଡପକୁ ବିରାଜମାନ କରିଥିଲେ | ଯଜ୍ଞ ଆରମ୍ଭ ହୋଇଥିବା ବେଳେ, ଆମ୍ବଶରମୁଣ୍ଡା ପଂଚାୟତର ପ୍ରାୟ 15ଟି ମହିଳା ଓ ପୁରୁଷ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇ ନିଜ ନିଜର ଅଭିଜ୍ଞତା ଅନୁସାରେ ସଂକୀର୍ତ୍ତନ କଳା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି |

    ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷାଗ୍ରହଣ କରି ଅରୁଆ ଅନ୍ନ ସେବନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ବାବୁଲି କୁମାର ଦେହୁରୀ, ସମ୍ପାଦକ ଧନେଶ୍ୱର ଦେହୁରୀ, ସଭ୍ୟଶ୍ରୀ ଦିବାକର ଦେହୁରୀ, କ୍ଷୀରୋଦ କୁମାର ଦେହୁରୀ, ନବୀନ ନାୟକ, ସୁରେଶ ମହାଖୁଡ଼, ଗଣେଶ୍ୱର ସେଠି, ରମାକାନ୍ତ ନାୟକ, କୈଳାସ ଚନ୍ଦ୍ର ମହାଖୁଡ଼, ବିରେନ ମହାଖୁଡ଼, ପିଣ୍ଟୁ ଗହୀର, ଲିଟୁ ପ୍ରଧାନ, ସୁଦର୍ଶନ ମାଝୀ ସମେତ ଗ୍ରାମର ସମସ୍ତ ଜନସାଧାରଣଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି |