Blog

  • ପୂର୍ବତନ ପ୍ୟାକ୍ସ ସମ୍ପାଦକ ଗିରଫ

    ପୂର୍ବତନ ପ୍ୟାକ୍ସ ସମ୍ପାଦକ ଗିରଫ

    ବରଗଡ଼ ଜିଲା ଲଖନପୁର ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ଧୃବ ଚରଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ପୂର୍ବରୁ ତାଙ୍କ ବିରୋଧରେ ୩୧ଲକ୍ଷ ୪୭ହଜାର ୬୮୫ ଟଙ୍କା ଅନିୟମିତତା ଅଭିଯୋଗ ହୋଇଥିଲା ।

    ଭିଜିଲାନ୍ସ ଏହାର ତଦନ୍ତ କରି ତାଙ୍କୁ ଗିରଫ କରିଛି । ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

  • ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

    ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

    ସନାତନ ଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ରାମ ନବମୀ ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଏହାକୁ ନେଇ ପୁରପଲ୍ଲୀରେ ରାମ ଭକ୍ତଙ୍କ ଚଳଚଞ୍ଚଳ ଦେଖିବାକୁ ମିଳିଛି । ଭକ୍ତ ମାନଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ଚନ୍ଦ୍ରଙ୍କ ରାମ ନବମୀ ଉତ୍ସବ ପାଳନ ହେବ । ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସମସ୍ତ ହିନ୍ଦୁ ସମାଜ ଏକତ୍ରିତ ହୋଇ ଏହି ମହାନ ପର୍ବକୁ ପାଳନ କରିବେ । ଓଡିଶାର ବିଭିନ୍ନ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ବଡ଼ ଧୁମ ଧାମରେ ପାଳନ ହେଉଛି । ଚଳିତ ବର୍ଷ ଠାରୁ ପ୍ରଥମ କରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଆରମ୍ଭ ହେବାକୁ ଯାଉଛି ଶ୍ରୀରାମ ନବମୀ ଶୋଭାଯାତ୍ରା ଉତ୍ସବ । ଏହାକୁ ନେଇ ଗତକାଲି ଶ୍ରୀରାମ ମହାଯଜ୍ଞ ସମିତି ରାଜନଗର କୋର କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ଅବସରରେ ଶ୍ରୀରାମ ମହାଯଜ୍ଞ ସମିତିର ସଂଯୋଜକ ଶ୍ରୀ ରାଜୀବ ଲୋଚନ ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ରାମ ନବମୀ ଶୋଭାଯାତ୍ରା ରାଜନଗର ମାଟିରେ ପ୍ରଥମ କରି ଭବ୍ୟ ଓ ଦିବ୍ୟ ରୂପରେ ପାଳନ କରାଯିବ ।

    ଏହି ଶୋଭାଯାତ୍ରା ଏହି ବର୍ଷ ଠାରୁ ଆରମ୍ଭ ହୋଇ ପ୍ରତିବର୍ଷ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କ ରାମ ନବମୀରେ ପାଳନ କରାଯିବ । କୋର କମିଟିର ସଭାପତି ଶ୍ରୀ ରବୀନ୍ଦ୍ର ସେଠୀ ଶ୍ରୀରାମ ନବମୀର ଶୋଭାଯାତ୍ରା ରୂପରେଖକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଆସନ୍ତା ଏପ୍ରିଲ ମାସ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବ । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଆଜ୍ଞାମାଳ ଶୋଭାଯାତ୍ରା, ଗୋପୂଜନ ଓ ଶହେ ଆଠ ହନୁମାନ ଚାଳିଶା ପାଠ ହେବ । ଦ୍ୱିତୀୟ ଦିନ ଏକ ବିଶାଳ କଳସ ଶୋଭାଯାତ୍ରା, ଶ୍ରୀରାମ ଯଜ୍ଞ ଓ ସଂନ୍ଧ୍ୟାରେ ଭଜନ ସଂନ୍ଧ୍ୟା ଅନୁଷ୍ଠିତ ହେବ । ଓ ଶେଷ ଦିନରେ ଏକ ବିଶାଳ ଭବ୍ୟ ଓ ଦିବ୍ୟ ନଗର ସଂକୀର୍ତ୍ତନ କରାଯିବ । ତେବେ ଏହି ବିଶାଳ ଶୋଭାଯାତ୍ରା ମହୁଲିଆ ପଡିଆରୁ ଠାରୁ ଆରମ୍ଭ ହୋଇ ରାଜନଗର ମୁଖ୍ୟ ବଜାର ଓ ଗୋପାଳପୁର ମୁଖ୍ୟ ବଜାର ଦେଇ ମହିଁସାଷୁର ପଞ୍ଚାୟତ ପଡିଆଠାରେ ଶେଷ ହେବା ନେଇ କୋର କମିଟିର ନଗର ସଂଚାଳନ ପ୍ରମୁଖ ଭରତ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

  • ବଢିଚାଲିଛି ଲୁଟ,ଚେଇଁ ଶୋଇଛି ପୋଲିସ

    ବଢିଚାଲିଛି ଲୁଟ,ଚେଇଁ ଶୋଇଛି ପୋଲିସ

    ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ଫ ଫାଣ୍ଡି ଅନ୍ତର୍ଗତ ଆମ୍ବପୁଞ୍ଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଡ଼ା ବଜାରକୁ ବ୍ୟବସାୟ କରିବାକୁ ଯାଇଥିବା ବେଳେ ଘରୁ ଆନୁମାନିକ ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗ, ସୂଚନା ଅନୁଯାଇ ଆମ୍ବପୁଞ୍ଜା ଗ୍ରାମର ପୂର୍ଣଚଦ୍ର ପରିଡ଼ା ପ୍ରତ୍ୟକ ଦିନ ରାତିରେ ନିକଟସ୍ଥ ନାମ୍ଫ ବଜାର ବ୍ୟବସାୟ ପାଇଁ ଯାଆନ୍ତି। ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଘରୁ ବ୍ୟବସାୟ ପାଇଁ ବାହାରି ଗଲେ ଘର ଫାଙ୍କା ପଡ଼େ।ଏହାର ସୁଯୋଗ ନେଇ ଆଜି ରାତିରେ ଲୁଟ ହୋଇଥିବା ଜଣା ପଡିଛି। ସେପଟେ ପରିବାର ଲୋକେ ଖବର ପାଇ ନାମ୍ପ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ୧୧୨ ରେ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ଆନୁମାନିକ ୫୦ ଲକ୍ଷ ଟଙ୍କାର ଗହଣା ସହ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି

  • ପାରମ୍ପରିକ ରୀତିନୀତିରେ ପାଳନ ହୋଇଯାଇଛି ବାଟିପଡ଼ା ଦୋଳମେଳଣ

    ପାରମ୍ପରିକ ରୀତିନୀତିରେ ପାଳନ ହୋଇଯାଇଛି ବାଟିପଡ଼ା ଦୋଳମେଳଣ

    ପବିତ୍ର ଦୋଳ ପୂର୍ଣମୀ ଅବସରରେ ଆଳି ବାଟିପଡ଼ା ପଞ୍ଚାୟତ ଉତ୍ସବମୁଖର. ନାଚ ଗୀତ ଭଜନ କୀର୍ତନ ରେ କମ୍ପିଲା ବାଟିପଡ଼ା ସ୍କୁଲ ଦୋଳ ମେଳଣ ପଡିଆ.ଗାଁ ଦାଣ୍ଡର ପ୍ରତ୍ୟେକ ଘର ସାମ୍ନାରେ ଝୋଟି ମୁରୁଜ ସାଙ୍ଗକୁ କଳସ ସ୍ଥାପନ କରାଯାଇ ପ୍ରଭୁଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ଗ୍ରାମବାସୀ.ଜମୁଛି ଦୋଳ ମେଳଣ ଉତ୍ସବ ଉଠୁଛି ପଡୁଛି ଗାଁ ପରିବେଶ. ରଙ୍ଗ ଅବିର ରେ ରଙ୍ଗୀନ ହୋଇଛନ୍ତି ଅଞ୍ଚଳ ବାସି.ଆଳି ଅଞ୍ଚଳ ର ବିଭିନ୍ନ ଗାଁ ରୁ ଆସିଥିବା ବିଭାନ ରେ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଭଳିକି ଭଲି ରତ୍ନ ଚାନ୍ଦୁଆର ସିଂହାସନ ରେ ବାଜା ବାଣ ରୋଷଣୀ ରେ ଆଜି ୫୦ ରୁ ଅଧିକ ସୁସଜିତ ବିମାନ ରେ ଗାଁ ପରିକ୍ରମା ପୁରା ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା. ବାଟିପଡ଼ା ଗାଁ ଦୋଳ ମେଳଣ ଉତ୍ସବ ରେ ବିଶ୍ୱ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ଆଲିଙ୍ଗନ କରି ବିଭାନ କୁ ଗାଁ ପରିକ୍ରମା କରି ମେଲଣ ପଡିଆକୁ ଆଣୁଥିବା ଦେଖିବାକୁ ମିଳିଥିଲା. ଭକ୍ତ ମାନେ ଭଜନ କୀର୍ତନ ଡିଜେ ବାଣ ରୋଷଣୀ ଓ ପୁରାତନ ହୋଲି ଗୀତ ପରିବେଷଣ ସହ ବାଟିପଡ଼ା ଗାଁ କମିଟି ପକ୍ଷରୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବୋର୍ଦ୍ଧିତ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା……

  • ଅସୁସ୍ଥ ଏ.ଆର ରେହେମାନ

    ଅସୁସ୍ଥ ଏ.ଆର ରେହେମାନ

    ହସ୍ପିଟାଲରେ ଭର୍ତ୍ତି ହେଲେ ଓସ୍କାର ବିଜେତା ତଥା ବଲିଉଡ ସଂଗୀତଜ୍ଞ ଏ.ଆର ରେହେମାନ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ସକାଳେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 58 ବର୍ଷୀୟ ରହମାନଙ୍କୁ ସକାଳ ସାଢେ 7ଟା ରେ ଗ୍ରୀମ୍ସ ରୋଡରେ ଥିବା ଆପୋଲୋ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ତାଙ୍କର ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ଅନେକ ପରୀକ୍ଷା କରାଯାଇଥିଲା। ଯନ୍ତ୍ରଣାର ଗମ୍ଭୀରତା ସମ୍ବନ୍ଧରେ ଜାଣିବା ପାଇଁ ସଂଗୀତଜ୍ଞଙ୍କୁ ଆଞ୍ଜିଓଗ୍ରାମ କରିବାକୁ ପଡ଼ିପାରେ ବୋଲି ଡାକ୍ତରୀ ସୂତ୍ରରୁ ଜଣାପଡିଛି।

    ରେହେମାନ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି । ଏ.ଆର ରେହେମାନଙ୍କ ଅସୁସ୍ଥତା ଖବର ଶୁଣାବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଏନେଇ ଏକ୍ସରେ ସୂଚନା aଦେଇ ଷ୍ଟାଲିନ କହିଛନ୍ତି,”ଏ.ଆର ରେହେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଶୁଣିବା ମାତ୍ରେ ମୁଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲି ।

    ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଘରକୁ ଫେରି ଆସିବେ ବୋଲି ଡାକ୍ତର କହିଛନ୍ତି।”ବିଲଉଡ ଇଣ୍ଡଷ୍ଟ୍ରିର ମ୍ୟୁଜିକ ଲିଜେଣ୍ଡ ଏ ଆର୍‌ ରେହମାନ । ଦେଶ ତଥା ବିଦେଶରେ ରେହମାନ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରଛନ୍ତି । ସ୍ବରର ଯାଦୁରେ ସଭିଙ୍କ ହୃଦୟରେ ରାଜ କରୁଛନ୍ତି ରେହମାନ । ବିଶ୍ବର କୋଣଅନୁକୋଣରେ ତାଙ୍କର କୋଟିକୋଟି ଫ୍ୟାନ୍ସ ତାଙ୍କ ଆଲବମ ଆଧୁନିକ ସଙ୍ଗୀତ ଦୁନିଆକୁ ଏକ ନୂତନ ସ୍ତରକୁ ନେଇଯାଇଛି ।

    ଜୟ ହୋ, ଏନା ସୋନା ଏବଂ ତେରେ ବିନା ଭଳି ଗୀତର ରଚନା ପାଇଁ ସେ ବେଶ ଜଣାଶୁଣା । ତାଙ୍କୁ ସଙ୍ଗୀତ ଜଗତର ବାଦଶାହ ” ବୋଲି କୁହାଯାଏ ।

  • କଳିଙ୍ଗ ନଗରରେ ନିଆରା ଢଙ୍ଗରେ ‘ହୋଲି’ ପାଳିତ

    କଳିଙ୍ଗ ନଗରରେ ନିଆରା ଢଙ୍ଗରେ ‘ହୋଲି’ ପାଳିତ

    ହୋଲି ଏମିତି ଏକ ପର୍ବ ଯାହାକି ପ୍ରେମ, ଆନନ୍ଦ ଓ ଉଲ୍ଲାସର ପର୍ବ | ଏହି ପର୍ବରେ ନଥାଏ ଜାତି ଧର୍ମ ଓ ସାନ ବଡ଼ର ସମ୍ପର୍କ | ଯିଏ ଯାହାବି ହେଉନା କାହିଁକି ଧାଇଁ ଆସିଥାଏ ଏ ବନ୍ଧୁତ୍ୱର ପର୍ବ ହୋଲି ଖେଳିବାକୁ | ଆଜି ସେହି ପରିପ୍ରେକ୍ଷୀରେ କଳିଙ୍ଗ ନଗର ଅଞ୍ଚଳରେ ଧୁମଧାମରେ ହୋଲି ପର୍ଵ ପାଳିତ ହୋଇଯାଇଛି |

    ଦାନଗଦି ଅଞ୍ଚଳର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଓ ସାମ୍ବାଦିକ ସଙ୍ଘ କିଛି ନିଆରା ଢଙ୍ଗରେ ହୋଲି ପାଳନ କରିଛନ୍ତି ଓ ଅନାଥ ଶିଶୁ ମାନଙ୍କର କେହି ନଥିବା ବେଳେ ସେଠାରେ ପହଞ୍ଚି ତାଙ୍କ ସହ ହୋଲି ପାଳନ ସହ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମୁହଁରେ ଟିକିଏ ହସ ଦେଇପାରିଛି | ହଁ ଆଜ୍ଞା ଆମେ କହୁଛୁ ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଅନ୍ତର୍ଗତ ମଙ୍ଗଳପୁରସ୍ଥିତ ଅର୍ଣ୍ଣପୂର୍ଣା ଚାଇଲଡ଼ କେୟାରଠାରେ ଥିବା ଅନାଥ ଶିଶୁଙ୍କ ଉପସ୍ଥିତରେ ଅଗ୍ରଣୀ ସ୍ୱଚ୍ଛାସେବୀ ସଂଘଠନ” ଟିକିଏ ହସ “ପରିବାର ଓ ସାମ୍ୱାଦିକ ସଂଘ ମିଳିତ ସହଯୋଗରେ ହୋଲି ଉତ୍ସବ ପାଳନ କରାଯାଇଛି |

    ଏହାପରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉପସ୍ଥିତରେ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି | ଆଗାମୀ ଦିନରେ ଦୁଃଖୀ, ଗରିବ ପାଖରେ ପହଞ୍ଚି କୋକଙ୍କ ମୁହଁରେ ଟିକିଏ ହସ ଦେବାପାଇଁ ପ୍ରୟାସ ଜାରିରହିଛି | ଉକ୍ତ କାର୍ଯ୍ୟକ୍ରମରେ ଦାନଗଦି ଶିଶୁ ସୁରକ୍ଷା ମଞ୍ଚର ଆବାହକ ବିଶ୍ୱଜିତ ମାଝୀ, ଟିକିଏ ହସର ସମସ୍ତ ସଦସ୍ୟ ଓ ଷ୍ଟିଲ ସିଟି ପ୍ରେସ କ୍ଲବର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ |

  • ମଦ୍ୟପଙ୍କ ଆକ୍ରମଣରେ ଜଣେ ଗୁରୁତର

    ମଦ୍ୟପଙ୍କ ଆକ୍ରମଣରେ ଜଣେ ଗୁରୁତର

    କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରେକୁଟିଆ ଠାରେ ମଦ୍ୟପ ପଙ୍କଜ ମଲ୍ଲିକଙ୍କ ଆକ୍ରମଣରେ ସୁରିଆ ନାହକ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି | ଏଭଳି ଅଭାବନୀୟ ଘଟଣା ଘଟିଛି ରେକୁଟିଆ ଠାରେ |

    ସୂଚନା ଅନୁଯାୟୀ, ଆଜି ଚଢେଇ ମଦ ପିଇ ରେକୁଟିଆ ଛକରେ ଅନେକ ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଲୋକଙ୍କ ଉପରକୁ ଟେକା ପଥର ଫିଙ୍ଗିଥିଲା ମଦ୍ୟପ | ଲୋକେ ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ମଦ୍ୟପକୁ ପାଟି କରିଥିଲେ |

    ଫଳରେ ସେ କିଛି ସମୟ ଜାଗା ଛାଡି ପଳେଇଥିଲା | ପରେ କାହିଁକି ପୋଲିସକୁ ଡାକିଲ କହି ଗାଳି ଗୁଲଜ କରୁଥିବାବେଳେ ସେଇ ବାଟ ଦେଇ ଗାଈ ଆଣିବାକୁ ସୁରିଆ ଯାଉଥିବା ବେଳେ ମଦ୍ୟପ ଭାଷା ଖରାପ କରି ପାଟି କରୁଥିବା ଦେଖି କାହିଁକି ଏମିତି କହୁଛୁ ପଚାରିବାରୁ ମଦ୍ୟପ ପଙ୍କଜ, ସୁରିଆକୁ ଏକ ମଦ ବୋତଲରେ ମୁଣ୍ଡକୁ ଆକ୍ରମଣ କରିଥଲା |

    ଫଳରେ ସୁରିଆଙ୍କ ମୁଣ୍ଡ ଫାଟି ଯିବାରୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି କେଶଦୁରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଅବସ୍ଥା ଗୁରୁତର ହେବାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ୧୦୮ ଯୋଗେ ସ୍ଥାନାନ୍ତରିତ କରାଯାଇଛି | ମଦ୍ୟପଙ୍କ ବିରୁଦ୍ଧରେ ଘଷିପୁରା ଥାନାରେ ଅଭିଯୋଗ ଦିଆଯିବା ସହ ରେକୁଟିଆ ଛକରେ ଚୋରା ମଦ ବିକ୍ରି ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି |

  • ତପୋବନ ଆଶ୍ରମରେ ‘ପୁଷ୍ପ ହୋଲି’ ଅନୁଷ୍ଠିତ

    ତପୋବନ ଆଶ୍ରମରେ ‘ପୁଷ୍ପ ହୋଲି’ ଅନୁଷ୍ଠିତ

    ବରଗଡ଼ ଭଟଲି ରୋଡ ସ୍ଥିତ ତପୋବନ ଆଶ୍ରମରେ ଷଷ୍ଠ ବାର୍ଷିକ ପୁଷ୍ପ ହୋଲି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତପୋବନର ସଭାପତି ସ୍ବାମୀ ତେଯୋମୟାନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଏହି ପୁଷ୍ପ ହୋଲିରେ ସ୍ବାମୀ ନିତ୍ୟବୋଧାନନ୍ଦ ସରସ୍ଵତୀଙ୍କ ସହିତ ବରଗଡ଼ର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।

    ଏହି ପୁଷ୍ପ ହୋଲି ସମାରୋହକୁ ପ୍ରାଧ୍ୟାପକ ତିର୍ଥବାସୀ ଦେବତା ଓ ଗୌରାଙ୍ଗ ନାୟକ ସଂଯୋଜନା କରିଥିବାବେଳେ ଚନ୍ଦ୍ରଶେଖର ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ନାଗେନପାଲି ଓ ଯାମପାଲିର କୀର୍ତନମଣ୍ଡଳୀ ଯୋଗଦାନ କରି ଉପସ୍ଥିତ ସମସ୍ତଙ୍କୁ ବିହ୍ଵଳିତ ଭଜନ ପରିବେଷଣ କରିଥିଲେ। ତପୋବନର ଏହି ପୁଷ୍ପ ହୋଲି ପ୍ରୟାସ ଅନେକଙ୍କ ଦ୍ଵାରା ଆଦୃତ ଓ ପ୍ରଶଂସିତ କରିଥିଲେ । ଏହାଦ୍ବାରା ପରିବେଶ ପବିତ୍ର ରହିବା ସଙ୍ଗେ ସଙ୍ଗେ ସଦ୍ଭାବପୂର୍ଣ୍ଣ ବାତାବରଣ ଓ ପାରସ୍ପରିକ ସ୍ନେହଶ୍ରଦ୍ଧା ପାଇଁ ଏହା ସହାୟକ ହେଉଅଛି । ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

  • କେନ୍ଦ୍ରାପଡ଼ା ପ୍ରସିଦ୍ଧ ଓଳକଣା ମେଳଣ; ହରିହର ବେଶରେ ଶାଗଭଜା ଖାଇଲେ ଠାକୁର, ସାମିଲ ହେଲେ ଲକ୍ଷାଧିକ ଭକ୍ତ

    କେନ୍ଦ୍ରାପଡ଼ା ପ୍ରସିଦ୍ଧ ଓଳକଣା ମେଳଣ; ହରିହର ବେଶରେ ଶାଗଭଜା ଖାଇଲେ ଠାକୁର, ସାମିଲ ହେଲେ ଲକ୍ଷାଧିକ ଭକ୍ତ

    ଓଡିଶାରେ ବାରମାସରେ ତେର ପର୍ବ । ସେଥିରୁ ଦୋଳ ପର୍ବ ଅନ୍ୟତମ । ଦୋଳ ପର୍ବରେ କେନ୍ଦ୍ରାପଡ଼ାରେ ହେଉଥିବା ଓଁକାର ପୀଠ ଓଳକଣା ମେଲଣ ଓଡ଼ିଶା ପ୍ରସିଦ୍ଧ । କାହିଁ କେଉଁ କାଳରୁ ଏଠାରେ ମେଳଣ ଯାତ୍ରା ହୋଇଆସୁଛି ।

    ଏହାର ବିଶେଷତ୍ବ ହେଉଛି ମେଲଣ ଯାତ୍ରାରେ ଆସୁଥିବା ଠାକୁର ବାଡ଼ି ଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ପରମ୍ପରା ଥାଏ । ପରମ ପ୍ରେମମୟ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ, ଏହି ଦୋଳୋତ୍ସବର ମୁଖ୍ୟ ଆଧାର । ଅନ୍ୟ ପଟେ ଭଗବାନ ଶ୍ରୀକୃଷ୍ଣ ‘ହରି’ ଏବଂ ମହାଦେବ ‘ହର’ଙ୍କର ଭେଟ ଭକ୍ତ ବିଦୁର ଦେଖିବା ଯୋଗୁଁ ଏହାକୁ ‘ହରିହର’ ମେଳଣ ମଧ୍ୟ କୁହାଯାଇଥାଏ ।

    ପୁରାଣ ବର୍ଣ୍ଣିତ ବିଦୁର ଗାଦି ପୀଠରେ ଶ୍ରୀକୃଷ୍ଣ ଓ ବଡ଼ ଠାକୁର ବଳରାମ, ହରି ଓ ହର ଙ୍କ ବିମାନ ଏକତ୍ରିତ ହୋଇ ହରିହର ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି । ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରବାଡ଼ି ମାନେ ଆପଣା ଛାଏଁ ଆସିଥାନ୍ତି । ବିଭିନ୍ନ ସାଜସଜ୍ଜା ଓ ରୋଷଣି ଏବଂ ଆତସବାଜି ଭିଡ଼ରେ ମହାଆଡ଼ମ୍ୱରରେ ଆସୁଥିବା ବିମାନ ଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଇଥାନ୍ତି ମେଳଣ କମିଟିର କାର୍ଯ୍ୟକର୍ତ୍ତା । ୨୫୬ ବିମାନ ଓଳକଣା ମେଳଣରେ ଏକତ୍ରିତ ହୋଇଥାନ୍ତି ।

    ରଘୁଦେଇପୁର ରାଜନଗର ଗ୍ରାମରୁ ଓ ଡେରାବିଶରୁ ଆଳି ରାଜାଙ୍କ ଦୁଇଟି ବିମାନରେ ରାଧା କୃଷ୍ଣ ଓ ଲଷ୍ମୀ ପ୍ରଥମେ ମେଳଣ ପଡିଆକୁ ଆସିବା ପରେ ଅନ୍ୟ ସମସ୍ତ ବିମାନ ମେଳଣ ପଡିଆକୁ ଆସିଥାନ୍ତି । ଭଜନ କୀର୍ତ୍ତନ ସମାବେଶ ମଧ୍ୟ ରେ ମେଳଣ ଆରମ୍ଭ ହୋଇଥାଏ ।

    ପାଖାପାଖି ୨୦ ରୁ ୩୦ ହଜାର ଭକ୍ତଙ୍କ ସମାବେଶ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥିଲା । ଶାଗ ଭଜା ସହ ମାନସିକ ଭୋଗ ଖାଇଥାନ୍ତି ବିମାନ ବିରାଜିତ ଠାକୁର ।

    ପରେ ବୀର ଭଦ୍ରେଶ୍ଵର ମହାଦେବଙ୍କ ଆଜ୍ଞାମାଳ ପାଇ ବଳଦେବ ଜୀଉ ହର ରୂପେ ମେଳଣ ପଡିଆକୁ ଆସିବା ପରେ ମେଳଣ ଶେଷ ହୋଇଥାଏ । ମେଳଣକୁ ଆସିବା ପାଇଁ କୌଣସି ଠାକୁରଙ୍କୁ ନିମନ୍ତ୍ରଣ କରାଯାଇ ନଥାଏ ।

    ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଡେରାବିଶ ଓ ମାହାଙ୍ଗା ଥାନା ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରଯାଇଛି ।

  • ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ | ପାରାଦୀପ ଇଫକୋ ଛକରେ ଦୃର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | ଗାଡ଼ିରୁ ଓହ୍ଲାଇ କାମ କରିବା ପାଇଁ ଯାଉଥିବା ବେଳେ ଚଢ଼ିଗଲା ହାଇୱା । ମୃତ ଯୁବକ ଜଣଙ୍କ ହେଲେ ଭୁତୁମୁଣ୍ଡାଇ ଗ୍ରାମର ପ୍ରଫୁଲ୍ଲ ବାରିକ| ପ୍ରଫୁଲ୍ଲ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷନ୍ତି | ଆଜି ସକାଳୁ ଇଫକୋ କମ୍ପାନୀ ଢଳେଇ କାମ ପାଇଁ ଲାଗି ଘରୁ ବାହାରି ଆସୁଥିବା ବେଳେ ପଛରୁ ଏକ ହାଇୱା ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ | ପଡିଯିବା ପରେ ଗାଡ଼ିର ପଛ ଚକା ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା |

    ଘଟଣାସ୍ଥଳରେ ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ହୋଇଥିବା ବେଳେ ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଛି। ମୃତକଙ୍କ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବୀ କରିଛନ୍ତି । ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ଇଫକୋ କମ୍ପାନୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।