Blog

  • ପାରାଦ୍ଵୀପରେ କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

    ପାରାଦ୍ଵୀପରେ କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

    ପାରାଦ୍ଵୀପ ଠାରେ କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ମତ୍ସ୍ୟଜୀବୀ ଓ ମେରାଇନ ପୋଲିସ ମଧ୍ୟରେ ଦୂରତା ହ୍ରାସ କରିବା ପାଇଁ ନେହେରୁ ବଙ୍ଗଳା ସାମୁଦ୍ରିକ ଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଇଆଇସିଙ୍କ ନେତୃତ୍ବରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସମୁଦ୍ରରେ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀ ଓ ନେହେରୁବଙ୍ଗଳା ଅଞ୍ଚଳରେ ରହୁଥିବା ସେମାନଙ୍କ ପରିବାର ମଧ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଇଥିଲା।

    ୪ ଟି ଟିମ୍ ଏହି ପ୍ରତିଯୋଗୀତାରେ ଭାଗନେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ସମୁଦ୍ର ଭିତରେ ୮ ରୁ ୧୨ ଦିନ ରହୁଥିବା ମତ୍ସ୍ୟଜୀବୀ ମାନଙ୍କର ସଙ୍ଘର୍ଷ ମୟ ଜୀବନ ଉପରେ ଆଲୋଚନା କରିବା ସହିତ ସମୁଦ୍ରରେ ମାଛ ଧରିବା ବେଳେ ଦେଶର ସୁରକ୍ଷା ପାଇଁ ସଚେତନ ଓ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ର ସଭାପତି ଶ୍ରୀକାନ୍ତ ପରିଡା,ନେହେରୁବଙ୍ଗଳା ପାରିଷଦଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗଦେଇ ଥିଲେ |

  • ରାମ୍ପ ସୋ’ରେ ଚାଲିଲେ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ

    ରାମ୍ପ ସୋ’ରେ ଚାଲିଲେ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ

    ବରଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଇଣ୍ଡିଆନ ବିୟୁଟି କାଉନସିଲ ଫେସନ ସୋ ଏବଂ ପାରମ୍ପରିକ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇ ଆଇ ଏମ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୈସ୍ୱାଲ ମୁଖ୍ୟ ଅତିଥି ଓ ଉପନିବନ୍ଧକ ସମୀକ୍ଷା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ବରଗଡ଼ର ମହିଳା ତଥା ଗୃହିଣୀ ମାନଙ୍କୁ ସ୍ୱାବଲମ୍ବୀ କରିବା ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଏ | ଚଳିତ ବର୍ଷ ମହିଳାଙ୍କ ମଧ୍ୟରେ ରିଲସ ପ୍ରତିଯୋଗିତା,ନୃତ୍ୟ,ଫେସନ ସୋ ଆଦି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଚିସ୍ମିତା ଷଡ଼ଙ୍ଗୀ ପରିଚାଳନା କରିଥିଲେ।

    ଏହି ଅବସରରେ ବରଗଡ଼ ବାପୁଜୀ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରୀ ମାନଙ୍କ ରାମ୍ପ ସୋ ରେ ଚାଲିବା ବେଶ ପ୍ରଶଂସନୀୟ ଥିଲା। ଆଇବିସିପିଙ୍କ ପାୱାର ୨୦୨୫ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସୌଗାତ ଷଡ଼ଙ୍ଗୀ,ନୁରା ବିବିଙ୍କୁ ଆଇବିସି ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଆଇ ବି ସି ର ସଭାପତି ମିନତୀ ସାହୁଙ୍କ ତତ୍ତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ର ବିଶିଷ୍ଟ ସେପ୍ ସଂଗୀତା ଦାସ, ନୃତ୍ୟାଞ୍ଜଳୀ ଡ୍ୟାନ୍ସ ଏକାଡେମୀ ର ନିର୍ଦ୍ଦେଶିକା ଅଙ୍କିତା ଷଡ଼ଙ୍ଗୀ, ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସରିତା ସାହୁ, ପ୍ରଜ୍ଞା ଉତ୍କଳିକା ମିଶ୍ର, ପ୍ରତିଭା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।

  • ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା

    ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା

    ଆଳିର ପୂର୍ବତନ ବିଧାୟକ କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୨୦୧୪ରୁ ୨୦୧୯ ବିଧାନସଭାର ସଦସ୍ୟ ଥିଲେ ଦେବେନ୍ଦ୍ର । ୧୫ତମ ବିଧାନସଭାରେ ଆଳି ନିର୍ବାଚନ ମଣ୍ଡଳୀରୁ କରିଥିଲେ ପ୍ରତିନିଧିତ୍ଵ । ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବହୁ ନେତା ମନ୍ତ୍ରୀ । ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

    ସ୍ଵର୍ଗତ ଶର୍ମାଙ୍କ ଦେହାନ୍ତରେ ଆଳି, କନିକା ଓ କେନ୍ଦ୍ରାପଡାର କର୍ମୀମାନେ ମ୍ରିୟମାଣ ହୋଇ ପଡିଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶନିବାର ଅପରାହ୍ନରେ ଶ୍ରୀ ଶର୍ମାଙ୍କ ପାର୍ଥିବ ଶରୀର ପତ୍ରପୁର ସେତୁ ନିକଟରେ ପହଞ୍ଚିବା ପରେ ଏକ ବିଶାଳ ଶୋଭାଯାତ୍ରା ରେ ହଜାର ହଜାର ସମର୍ଥକ ଆଳି ଏବଂ ରାଜକନିକା ଅଞ୍ଚଳ ପରିକ୍ରମା କରିଥିଲେ । ପରେ ତାଙ୍କ ମର ଶରୀର ନିଜ ପୈତୃକ ବାସ ଭବନ ସାମ୍ନାରେ ପଞ୍ଚଭୂତରେ ଲୀନ ହୋଇଥିଲା । ଆଳି ଏବଂ ରାଜକନିକା ଅଞ୍ଚଳ ର ବିଭିନ୍ନ ଦଳର ବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଶ୍ରୀ ଶର୍ମାଙ୍କ ଶେଷ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

  • ସୀତାରାମପୁରରେ ହାତୀ ଉପଦ୍ରବ

    ସୀତାରାମପୁରରେ ହାତୀ ଉପଦ୍ରବ

    ଚମ୍ପୁଆ ରେଞ୍ଜ ସୀତାରାମପୁର ଗାଁରେ ଆଜି ସକାଳୁ ଏକ ଦନ୍ତା ପଶି ଯାଇଛି | ଦନ୍ତାଟି ସକାଳୁ ସଦର ରେଞ୍ଜରୁ ଚମ୍ପୁଆ ରେଞ୍ଜରେ ପ୍ରବେଶ କରି ଚକୁଳିଆ ଗାଁର ଏକ ଗାଇକୁ ଆକ୍ରମଣ କରି ମାରି ଦେଇଛି | ସୀତାରାମପୁର ଗାଁର ଦୁଇଟି ଘର ମଧ୍ୟ ଭାଙ୍ଗିଯାଇଥିବା ଜଣାପଡିଛି |

    ସୂଚନାଯୋଗ୍ୟ ଗତକାଲି ମୟୁରଭଞ୍ଜ ଆଡୁ ଏକ ଚାରିଦଳିଆ ହାତୀପଲ ଚମ୍ପୁଆ ରେଞ୍ଜକୁ ଆସି ହାତୀ ପଲ ଝାଲିଆବେଡା ଗାଁ ଜଙ୍ଗଲରେ ଥିବା ଜଣାପଡିଛି | ହାତୀ ପଲ ଗତ ରାତି ଚମ୍ପୁଆ ବ୍ଲକ ବରପଦା ଗ୍ରାମରେ ବ୍ୟାପକ ପନିପରିବା ନଷ୍ଟ କରିଥିବାରୁ ହାତୀପଲଙ୍କୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି |

  • ଭାରସାମ୍ୟ ହରାଇ କାନ୍ଥରେ ଧକ୍କା ହେଲା ସ୍କୁଟି, ୨ ମୃତ୍ୟୁ

    ଭାରସାମ୍ୟ ହରାଇ କାନ୍ଥରେ ଧକ୍କା ହେଲା ସ୍କୁଟି, ୨ ମୃତ୍ୟୁ

    କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ଛକ ନିକଟରେ ଏକସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି | ସୂଚନା ଅନୁଯାୟୀ କଳିଙ୍ଗା ଦୁଗୁଡ଼ିପାରି ଗ୍ରାମର ବାପି ଚନ୍ଦ୍ର ସାହୁ ଏକ ସ୍କୁଟିରେ କଳିଙ୍ଗା ଠାରୁ ଜି.ଉଦୟଗିରି ଅଭିମୁଖେ ଯାଉଥିଲେ | ସ୍କୁଟିଟି ଭାରସାମ୍ୟ ହରାଇ କାନ୍ଥରେ ବାଡ଼େଇ ହୋଇଯାଇଥିଲା |ଫଳରେ ସ୍କୁଟିରେ ଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ |

    ଲୋକଙ୍କ ସାହାଯ୍ୟରେ ଏକ ଡାଲା ଅଟୋରେ ଆହତଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା | ସେଠାରେ ଡାକ୍ତର ଆହତ ସୁବାଷ ନାୟକ ଓ ବାପି ଚନ୍ଦ୍ର ସାହୁଙ୍କୁ ମୃତ ଘୋଷଣା କରିଛନ୍ତି |ଏସ.ଆଇ କାମରାଜ ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି|

  • ହାତୀ ଆକ୍ରମଣରେ ମହିଳା ଗୁରୁତର

    ହାତୀ ଆକ୍ରମଣରେ ମହିଳା ଗୁରୁତର

    ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ତୋଟା ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି | ନିୟମଗିରି ପାହାଡ଼ ଅନ୍ତର୍ଗତ ଲାଖପଦର, ଡ଼ଙ୍ଗାମାଠି, ଗୁମା, ପଟାଙ୍ଗପଦର, ବୁଡୁଣୀ, ଚାଟିକଣା, ଭଳି ଅନେକ ଗ୍ରାମରେ ହାତୀଙ୍କ ଉତ୍ପାତ ଯୋଗୁ ଅଞ୍ଚଳବାସୀ ପଦାକୁ ବାହାରି ପାରୁନାହାନ୍ତି | ହାତୀ ଯୋଗୁ ନିଜ ଜୀବନ ଜୀବିକା ହରାଇ ବସିଛନ୍ତି ବୋଲି ଡାଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି। ଗତକାଲି ସନ୍ଧ୍ୟାରେ ପାହାଡ଼ ଉପରୁ ନିଜଘରକୁ ଫେରିବା ରାସ୍ତାରେ ହାତୀପୋଲ ମହିଳାଙ୍କୁ ଆକ୍ରମଣ କରିଥିଲେ। ମହିଳାଙ୍କୁ ଦେଖି ଗ୍ରାମବାସୀ ଘରକୁ ଆଣିଥିଲେ |

    ନିକଟସ୍ଥ ଜଙ୍ଗଲରେ ହାତୀପୋଲ ରହିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିନପାରିବାରୁ ମହିଳା ଗୁରୁତର ହୋଇପଡିଥିଲେ।ମହିଳାଙ୍କୁ ଡାକ୍ତର ଖାନା ଆଣିବା ପାଇଁ ଗ୍ରାମବାସୀ ଓ ବନ ବିଭାଗ ଚେଷ୍ଟା କରି ପର ଦିନ ସକାଳୁ କଲ୍ୟାଣସିଂହପୁର ମେଡିକାଲକୁ ଆଣି ଚିକିତ୍ସା କରିଥିଲେ | ଗତ ୩ ମାସରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ନିୟମଗିରି ପାହାଡ଼ ଉପରେ ତିନିଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା | ରେଞ୍ଜରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ବେଳେ ହାତୀ ଗାର୍ଡ ନିଯୁକ୍ତି ନଥିବାରୁ ଲୋକଙ୍କୁ ସଚେତନା ସୃଷ୍ଟି ହେଉନଥିବାରୁ ଲୋକଙ୍କର ଅକାରଣେ ଜୀବନ ଯାଉଛି ବୋଲି କହିଛନ୍ତି ଗ୍ରାମବାସୀ |

  • ନଦୀକୁ ଗାଧୋଇବାକୁ ଯାଇ ୨ ମୃତ

    ନଦୀକୁ ଗାଧୋଇବାକୁ ଯାଇ ୨ ମୃତ

    କାନ୍ଦରେ କମ୍ପି ଉଠୁଛି ଗାଁ ଦଣ୍ଡ । ଭୋ ଭୋ ହୋଇ କାନ୍ଦୁଛନ୍ତି ପରିବାର ଲୋକ ଓ ଗାଁ ସାହି ପଡିଶା । କେମିତି ବା କିଏ ଲୁହ ସମ୍ଭାଳିବ । ଅବେଳରେ ଚାଲିଯାଇଛି ଭେଣ୍ଡିଆ ପୁଅର ଜୀବନ । ହୋଲି ଦିନ ବେଶ ହସ ଖୁସିରେ ହୋଲି ଖେଳିଲେ । ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଗଲେ ହେଲେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ ସୌଭାଗ୍ୟ ଓ ଚନ୍ଦନ । ଫେରିଲା ତ କେବଳ ମୃତଦେହ । ଅକାଳରେ ଚାଲିଗଲା ଦୁଇ ଦୁଇଟା ନିରୀହ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଓ ଘାଗରା ଗାଁରେ । କେନ୍ଦ୍ରାପଡା ପଞ୍ଚୁଦୋଳ ଦିନ ଘଟିଯାଇଛି ଏଭଳି କିଛି ଦୁଃଖଦାୟକ ଘଟଣା । ହୋଳି ଖେଳି ସାରି ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡିଗଲେ ଘାଗରା ଗାଁର ସୌଭାଗ୍ୟ ପରିଡା । ସାଙ୍ଗରେ ଗାଧୋଇ ଯାଇଥିବା କିଛି ବନ୍ଧୁ ସୌଭାଗ୍ୟ ଙ୍କୁ ରକ୍ଷା କରି ପାରିନଥିଲେ । ମାତ୍ର କିଛି ସମୟ ପରେ ନଦୀ ଭିତରୁ ଉଦ୍ଧାର ହେଲା ସୌଭାଗ୍ୟଙ୍କ ମୃତ ଦେହ । ସୌଭାଗ୍ୟ ଦାଣ୍ଡିସାହି ସ୍ଥିତ ବ୍ରାହ୍ମଣୀ କଲେଜର ଯୁକ୍ତଦୁଇର ବିଜ୍ଞାନ ଛାତ୍ର । ଏବେ ତାଙ୍କର ପରୀକ୍ଷା ଚାଲିଥିଲା । ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ଥିଲା ପରବର୍ତ୍ତୀ ପରୀକ୍ଷା ।

    କିନ୍ତୁ ଜୀବନର ସବୁ ପରୀକ୍ଷାକୁ ଅଧାରୁ ଛାଡି ସେ ଆରପାରିକୁ ଚାଲିଗଲେ । ଘରର ଏକ ମାତ୍ର ପୁଅ ସୌଭାଗ୍ୟ ଘରେ ଆଉ ବସ କେବଳ ବାପା,ମା ଓ ସାନ ଭଉଣୀ । ତେବେ ପରିବାର ଲୋକେ ଏଭଳି ଦୁଖ ସମୟରେ ବି ମହତ କାମ କରିଛନ୍ତି । ଶେଷ ମୁହୂର୍ତ୍ତରେ ସୌଭାଗ୍ୟଙ୍କ ଚକ୍ଷୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଗଲା । ପୁଅ ସିନା ଚାଲିଗଲା ପୁଅର ଆଖିରେ ଆଉ କେହି ଦୁନିଆ ଦେଖିବାର ସୁଯୋଗ ପାଇବ ବୋଲି ପରିବାର ଲୋକେ କହିଛନ୍ତି । ସେହିପରି ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଗାଁର ଚନ୍ଦନ ସ୍ଵାଇଁଙ୍କ ଜୀବନ ମଧ୍ୟ ଚାଲିଯାଇଛି । ହୋଲି ଖେଳିସାରି ଘରପାଖ ପୋଖରିକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀରେ ଗାଧୋଇବା ସମୟରେ ଗୋଡ ଖସିଯିବାରୁ ଦେଖୁ ଦେଖୁ ପାଣିରେ ବୁଡିଯାଇଥିଲେ ଚନ୍ଦନ । ଖୋଜା ଖୋଜି କରି ଉପରକୁ ଆଣିବା ବେଳକୁ ଶରୀରରେ ଆଉ ପ୍ରାଣ ନଥିଲା । ଆଉ ଦୁଇଦିନ ପରେ ନୂଆ କରି ପୋଲିସ ଚାକିରିରେ ଯୋଗ ଦେଇ ଥାନ୍ତେ ଚନ୍ଦନ । ରାଉରକେଲା ଠାରେ OSAP ଚତୁର୍ଥ ବାଟାଲିଅନରେ ତାଙ୍କର ଚାକିରି ହୋଇଯାଇଥିଲା । ଚାକିରିକୁ ଯିବେ ବୋଲି ସବୁ ପ୍ରସ୍ତୁତି ସରିଥିଲା । କିନ୍ତୁ ଦଇବର ଇଚ୍ଛା କିଛି ଅଲଗା ଥିଲା ।

    ପୋଲିସ ଚାକିରି କରିବା ପୂର୍ବରୁ ଆର ପାରିକୁ ଚାଲିଗଲେ ଚନ୍ଦନ । ଚନ୍ଦନଙ୍କର ଦୁଇ ଭଉଣୀ ବିବାହ କରିଥିବାବେଳେ ଚନ୍ଦନ ବାପା ମାଙ୍କର ଗୋଟିଏ ପୁଅ ଥିଲେ । ଏହି ଘଟଣା ପରେ ପରିବାରର ଦୁଃଖ କହିଲେ ନସରେ । ରୋଜଗାରିଆ ପୁଅକୁ ହରାଇ ଦାଣ୍ଡ ପିଣ୍ଡାରେ ବସି ଲୁହ ଗଡାଉଛନ୍ତି ବୃଦ୍ଧ ପିତାମାତା । ଅକାଳରେ ପୁଅକୁ ହରାଇ ଉଭୟ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ସୌଭାଗ୍ୟ ଓ ଚନ୍ଦନଙ୍କ ଅକାଳ ବିୟୋଗରେ କେବଳ ପରିବାର ଲୋକ ନୁହଁ ବରଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

  • ବରଗଡ଼ରେ ବିଶ୍ଵ ବନ ଦିବସ-୨୦୨୫ ପାଳିତ

    ବରଗଡ଼ରେ ବିଶ୍ଵ ବନ ଦିବସ-୨୦୨୫ ପାଳିତ

    ବରଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ-୨୦୨୫ ପାଳିତ ହୋଇଛି | ବରଗଡ଼ ଜିଲ୍ଲା ବନଖଣ୍ଡ ବିଭାଗ ଦ୍ଵାରା ସ୍ଥାନୀୟ ବିଜୁ ପଟ୍ଟନାୟକ ହଲଠାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବରଗଡ଼ ଶ୍ରୀ ଆଦିତ୍ୟ ଗୋୟଲ, ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିଆ, ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ, ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଟି. ଅଶୋକ କୁମାର, ବିଭିନ୍ନ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ । ଜିଲ୍ଲାପାଳ ଗୋୟଲ ଏବଂ ମାନ୍ୟବର ବିଧାୟକ ଗଡ଼ତିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସହ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ବିଭାଗ ତରଫରୁ ଆୟୋଜିତ ୫ କିମି ମାରାଥନ ଦୌଡ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା |

    ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସିଆରର ଓ ସିଫ୍ଆର ପ୍ରଦାନ କରଯାଇଥିଲା । ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିଆ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ମାନବ ସମାଜରେ ଏହାର ଉପକାରିତା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ।

  • ମୟୂରଭଞ୍ଜ ରାଇହରିରେ ବିଶ୍ଵ ଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ

    ମୟୂରଭଞ୍ଜ ରାଇହରିରେ ବିଶ୍ଵ ଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ


    ମୟୂରଭଞ୍ଜ ରାଇହରିରେ ୭୩ ତମ ବାର୍ଷିକ ପଞ୍ଚଦୋଳ ମହୋତ୍ସବ ଓ ବିଶ୍ଵଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ ହୋଇଛି | ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବିଜାତଳା ବ୍ଲକ ରାଇହରି ଗ୍ରାମରେ ଜପ ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଛି |ଏଠାରେ ୭୩ ବର୍ଷ ପୂର୍ବରୁ ଅଷ୍ଟପ୍ରହରୀ ନାମ ଯଜ୍ଞରୁ ଶୁଭାରମ୍ବ ହୋଇଥିଲା |ଏହି ପଞ୍ଚଦୋଳ ମହୋତ୍ସବରେ ଠାକୁର ଘର ଘର ବୁଲି ଭୋଗ ଖାଇଥାନ୍ତି | ସର୍ବଧର୍ମ ପ୍ରତିଷ୍ଠିତ ହେଉ ସମସ୍ତଙ୍କ ଭିତରେ ଆଧାତ୍ମକ ଚିନ୍ତାଧାରା ବଜାୟ ରହୁ ଏହା ହିଁ ଏହି ଯଜ୍ଞର ମୂଳ ଉଦ୍ଧ୍ୟେଶ |

    ଏହି ନାମଯଜ୍ଞ ପାଇଁ ହଜାର ହଜାର ହରି ଭକ୍ତମାନେ ଆସିଥିଲେ । ଯଜ୍ଞରେ ଭକ୍ତ ମାନଙ୍କ ପାଇଁ ସକାଳ,ଦ୍ବିପ୍ରହର ଏବଂ ସଂଧ୍ୟାର ପ୍ରସାଦ ସେବନର ଆୟୋଜନ ହୋଇଥିଲା | ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ଧୁମଧାମରେ ଯଜ୍ଞ ପାଳନ ହୋଇଥିଲା | ସଙ୍କୀର୍ତ୍ତନର ପ୍ରେସିଡେଣ୍ଟ ସଂଜିବ କୁମାର ନନ୍ଦ, ସେକ୍ରେଟାରୀ ଅମିୟ ବିକାଶ ନନ୍ଦ,ଉପଦେଷ୍ଟା ମଣ୍ଡଳି ଗୋପାଳ ଚନ୍ଦ୍ର ନନ୍ଦ , ଗ୍ରାମ ମଣ୍ଡଳି ବୃନ୍ଦ ପ୍ରମୁଖଙ୍କ ଉପସ୍ଥିତରେ ମହାସମାରୋହରେ ପାଳିତ ହୋଇଥିଲା ।

  • ପାରାଦ୍ଵୀପରେ  ହୋଟେଲ ଏମ୍ପିୟର୍ସ ପକ୍ଷରୁ ପଖାଳ ଦିବସ ପାଳିତ

    ପାରାଦ୍ଵୀପରେ ହୋଟେଲ ଏମ୍ପିୟର୍ସ ପକ୍ଷରୁ ପଖାଳ ଦିବସ ପାଳିତ

    ପଖାଳ ପ୍ରତ୍ୟେକ ଓଡ଼ିଆଙ୍କ ଘରର ପ୍ରିୟ ଖାଦ୍ୟ । କିନ୍ତୁ ବର୍ତ୍ତମାନର ସାମାଜିକ ଚଳଣିରେ ଫାଷ୍ଟ ଫୁଡ୍ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିଛି । ଏହାର କାରଣ ଆମେ ଆମର ଚଳଣି ଓ ପରମ୍ପରାକୁ ଭୁଲି ଆଧୁନିକତାର ପଛରେ ଗୋଡାଉଛେ । ଯେଉଁଥିପାଇଁ ଆମେ ବିଭିନ୍ନ ଶାରୀରିକ ଅସୁସ୍ଥତାର ଶିକାର ହେଉଛେ । ତେଣୁ ଆମର ପାରମ୍ପରିକ ଖାଦ୍ୟ ପଖାଳ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ପଖାଳ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳିତ ହୋଇଯାଇଛି ।

    ପାରାଦ୍ଵୀପରେ ହୋଟେଲ ଏମ୍ପିୟର୍ସ ପକ୍ଷରୁ ପଖାଳ ଦିବସ ଅବସରରେ ଏକମାସ ପର୍ଯ୍ୟନ୍ତ ଏହି ପଖାଳ ଫେଷ୍ଟିଭାଲ ଆରମ୍ଭ ହୋଇଛି । ମାତ୍ର ୫୯୯ ଟଙ୍କାରେ ପାଖାପାଖି ୧୨ ପ୍ରକାରର ବ୍ୟଞ୍ଜନ ସହିତ ଭେଜ୍ ପଖାଳ କଂସା ଓ ୭୯୯ ଟଙ୍କାରେ ନନଭେଜ ପଖାଳ କଂସା ପ୍ରସ୍ତୁତ କରାଯାଉଛି । ଏହି ଅବସରରେ ହୋଟେଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କରି ପ୍ରକାଶ କରାଯିବା ସହିତ ସାଧାରଣ ଲୋକେ ଏହି ଉତ୍ସବରେ ସାମିଲ ହୋଇ ପାରିବା ଭଳି ଟଙ୍କା ରଖାଯାଇଥିବା କୁହାଯାଇଛି ।