Blog

  • ଶେଷ ହେଲା ଭଗବତୀ ମା ତାରିଣୀଙ୍କ ଶାକ୍ତ ମହାଯଜ୍ଞ

    ଶେଷ ହେଲା ଭଗବତୀ ମା ତାରିଣୀଙ୍କ ଶାକ୍ତ ମହାଯଜ୍ଞ

    ପଟ୍ଟାମୁଣ୍ଡାଇ ବ୍ଲକ ରେସୋ ଗ୍ରାମର ମା ତାରିଣୀ ପୂଜା କମିଟି ଓ ଗ୍ରାମବାସୀଙ୍କ ଉଦ୍ୟମରେ ଦୀର୍ଘ ତିନି ବର୍ଷ ଧରି ଭଗବତୀ ମା ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହୋଇ ଆସୁଛି। ଆଗରୁ ଭଗବତୀ ମା ତାରିଣୀ ବର ଗଛ ତଳେ ପୂଜା ପାଇ ଆସୁଥିଲେ ମାତ୍ର ଚଳିତ ବର୍ଷ ମା ତାରିଣୀଙ୍କ ପ୍ରତିଷ୍ଠା ଉତ୍ସବରେ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଏହି ଉପଲକ୍ଷେ ଗତ ୨୨,୨୩ ଓ ୨୪ ତାରିଖ ଦୀର୍ଘ ତିନି ଦିନ ଧରି ବୈଦିକ ରୀତିନୀତି ଅନୁଯାଇ ଶାକ୍ତ ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିଲା।

    ଏହି ତିନି ଦିନ ମଧ୍ୟରେ ମା କମିଟି ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ବେଷଣ ସଂସ୍କୃତିକ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ସହିତ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଯାହାକୁ ଦେଖିବାକୁ ପଟ୍ଟାମୁଣ୍ଡାଇ ବ୍ଲକ ସମେତ ରାଜନଗର ବ୍ଲକର ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।

    ଗତ ୨୪ ତାରିଖ ଦିନ ଭଗବତୀ ମା ତାରିଣୀଙ୍କ ଶାକ୍ତ ମହାଯଜ୍ଞ ଶେଷ ସଂନ୍ଧ୍ୟାରେ ଗାଁରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଯଜ୍ଞ ପ୍ରତିବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହେବା ନେଇ କମିଟି ସଦସ୍ୟ କହିଛନ୍ତି।

  • ବରଗଡରୁ ପୁରୀ ଯିବ ରଥ କାଠ

    ବରଗଡରୁ ପୁରୀ ଯିବ ରଥ କାଠ

    ରଥଯାତ୍ରା ପାଇଁ ବରଗଡରୁ ପୁରୀ ଯିବ ରଥ କାଠ । ଏଥିପାଇଁ ବରଗଡ଼ରେ ପହଁଚିଛନ୍ତି ପୁରୀ ମନ୍ଦିରର ୫ ଜଣିଆ ଟିମ୍ । ପଦ୍ମପୁର ଜଙ୍ଗଲରେ ସର୍ଭେ କରିବ ଟିମ୍ । ପୁରୀର ଟିମ୍ ସହ ବରଗଡ଼ DFO ମଧ୍ୟ ଉପସ୍ଥିତ ରହିବେ । ଏନେଇ ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ DFO ଙ୍କୁ କରାଯାଇଛି ଚିଠି । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠ ର ଆବଶ୍ୟକତା ରହିଛି । ହେଲେ ରଥର ଚକ ତିଆରି ପାଇଁ ୭୨ ଖଣ୍ଡ ଫାସୀ ଗଛର ଆବଶ୍ୟକ ରହିଛି । ସେଥିପାଇଁ ପଦ୍ମପୁର ଜଙ୍ଗଲରୁ ଏହି କାଠ ଯିବ ବୋଲି ଟିମର ସଦସ୍ୟ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି ।

  • ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ

    ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ

    ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ । ବରଗଡ଼ ଟାଉନ ଥାନା ଅଞ୍ଚଳରୁ ଗତ ୨୦ ତାରିଖରୁ ନିଖୋଜ ହୋଇଥିବା ନାବାଳିକା ଙ୍କ ମୃତଦେହ ରବିବାର ବୁର୍ଲା ଥାନା ଅଶୋକ ନିବାସ ନିକଟ ଏକ ଜଙ୍ଗଲରୁ ଜବତ କରିଛି ପୋଲିସ । ମୃତ ନାବାଳିକାଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପାରିପାର୍ଶ୍ୱିକ ସ୍ଥିତିରୁ ମୁଣ୍ଡରେ ଆଘାତ ଦେଇ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅତାବିରା ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି । ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଆଜି ପୋଲିସ ବିଜୟୱାଡାରୁ ବରଗଡ ଅତାବିରା ର କାର୍ତ୍ତିକ ବାରିହାକୁ ଗିରଫ କରିଛି । କାର୍ତ୍ତିକ ଏ ଘଟଣା ଘଟାଇ ବିଜୟୱାଡା ଚାଲିଯାଇଥିଲା । ତେବେ ବରଗଡ ପୋଲିସ ଖବର ପାଇ ବିଜୟୱାଡାକୁ ଯାଇ ସେଠାରେ କାର୍ତ୍ତିକକୁ ଗିରଫ କରିଥିବା ଜଣାପଡିଛି ।

  • ପୁଷ୍ପାର ଉ ଆଣ୍ଟାଭା ପାଇଁ ସମନ୍ଥା ପ୍ରଥମ ପସନ୍ଦ ନଥିଲେ, ଜାଣନ୍ତୁ କିଏ ସେ ଅଭିନେତ୍ରୀ ଯାହାକୁ ଅଫର ହୋଇଥିଲା ଏହି ସୁପରହିଟ୍ ଗୀତ…

    ପୁଷ୍ପାର ଉ ଆଣ୍ଟାଭା ପାଇଁ ସମନ୍ଥା ପ୍ରଥମ ପସନ୍ଦ ନଥିଲେ, ଜାଣନ୍ତୁ କିଏ ସେ ଅଭିନେତ୍ରୀ ଯାହାକୁ ଅଫର ହୋଇଥିଲା ଏହି ସୁପରହିଟ୍ ଗୀତ…

    ପୁଷ୍ପା ହେଉଛି ଭାରତୀୟ ସିନେମାର ଏମିତି ଏକ ଚଳଚ୍ଚିତ୍ର ଯାହା ବକ୍ସ ଅଫିସରେ ଏଭଳି ଜଣେ ହିରୋ ଦେଇଥିଲା ଯାହାର ପ୍ରଶଂସକ ସମସ୍ତ ରୋଜଗାରର ରେକର୍ଡ ଭାଙ୍ଗିଥିଲେ | ପୁଷ୍ପା ଆସିଲା ହିଟ୍ ହେଲା, ପୁଷ୍ପା-୨ ଆସିଲା ବ୍ଲକବଷ୍ଟର ହେଲା ଏବଂ ବର୍ତ୍ତମାନ ପୁଷ୍ପା-୩ ବିଷୟରେ କୁହାଯାଉଛି ଯେ ଏହା ୨୦୨୮ ରେ ମୁକ୍ତିଲାଭ କରିପାରେ | ‘ପୁଷ୍ପା: ଦି ରାଇଜ୍’ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା ​​|ଆଇଏମଡ଼ିବି ଅନୁଯାୟୀ, ୧୫୦ କୋଟି ଟଙ୍କା ବଜେଟ୍ ର ଏହି ସିନେମା, ବିଶ୍ୱବ୍ୟାପୀ ୩୫୦ କୋଟି ଟଙ୍କା ସଂଗ୍ରହ କରାଇଥିଲା । ଏହି ଚଳଚ୍ଚିତ୍ରଟିରେ ଡିଏସପି ସଂଗୀତ ଥିଲା ଏବଂ ହିଟ୍ ହୋଇଥିଲା। ‘ପୁଷ୍ପା: ଦି ରାଇଜ୍’ର’ ଉ ଆଣ୍ଟାଭା ‘ଗୀତ ଖୁବ ଶୁଣାଗଲା ଓ ଦେଖାଗଲା ​​| ଏହି ଗୀତରେ ସମାନ୍ଥ ୠତ ପ୍ରଭୂ ଦେଖିବାକୁ ମିଳିଥିଲା ​​ଏବଂ ଅଲୁ ଅର୍ଜୁନଙ୍କ ସହ ତାଙ୍କର କେମିଷ୍ଟ୍ରି ଚମତ୍କାର ଥିଲା |ହେଲେ ଆପଣ ଜାଣନ୍ତି, ଉ ଅଣ୍ଟାୱା ଗୀତ ପାଇଁ ସାମନ୍ତ ପ୍ରଥମ ପସନ୍ଦ ନଥିଲା | ତେବେ କିଏ…

    ନିକଟରେ ସାଉଥ୍ ଚଳଚ୍ଚିତ୍ର ରବିନହୁଡ୍ର ପ୍ରି-ରିଲିଜ୍ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା | ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ରବି ଶଙ୍କର ଏବଂ ନବୀନ ୟେରେନି ଯିଏକି ପୁଷ୍ପା ମଧ୍ୟ କରିଛନ୍ତି। ଏହି ଅବସରରେ ରବି ଶଙ୍କର କହିଛନ୍ତି ଯେ ଉ ଆଣ୍ଟାଭା ଗୀତ ପାଇଁ ପ୍ରଥମେ କେତୀକା ଶର୍ମାଙ୍କ ନିକଟକୁ ଯାଇଥିଲେ। ହେଲେ କିଛି କଥା ହୋଇପାରିନଥିଲା, କିନ୍ତୁ ବର୍ତ୍ତମାନ କେତୀକାଙ୍କୁ ‘ରବିନ୍ ହୁଡ୍’ରେ’ ଆଧି ଧା ସରପ୍ରାଇଜ୍ ‘ସ୍ପେସିଆଲ ଗୀତରେ ସୁଯୋଗ ମିଳିଛି। ରବି କହିଛନ୍ତି, ‘ପୁଷ୍ପା’ ପାଇଁ ଆମେ ପୂର୍ବରୁ କେତୀକାଙ୍କ ନିକଟକୁ ଯାଇଥିଲୁ, କିନ୍ତୁ ସେତେବେଳେ ଏହା ସମ୍ଭବ ହୋଇ ନଥିଲା। ବର୍ତ୍ତମାନ ମୁଁ ତାଙ୍କ ସହ’ରବିନ୍ ହୁଡ୍’ରେ କାମ କରିବାର ସୁଯୋଗ ପାଇଲି, ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି |

    କେତିକା ଶର୍ମା ଫିଲ୍ମ ରବିନ୍ ହୁଡ୍ ର ସ୍ପେସିଆଲ ଗୀତ ଆଦି ଧା ସରପ୍ରାଇଜ୍ ରେ ନଜର ଆସିଛନ୍ତି। ରବିନ୍ ହୁଡ୍ ରେ ନିତିନ ଏବଂ ଶ୍ରୀଲେଲା ମୁଖ୍ୟ ଭୂମିକାରେ ଅଛନ୍ତି। ରବିନହୁଡ୍ ଭେଙ୍କି କୁଡୁମାଲାଙ୍କ ଦ୍ୱାରା ନିର୍ଦ୍ଦେଶିତ | ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ନବୀନ ୟେରେନି ଏବଂ ରବି ଶଙ୍କର। କେତିକା ଶର୍ମା ଦିଲ୍ଲୀର ବାସିନ୍ଦା ଏବଂ ସେ ଜଣେ ସୋସିଆଲ ମିଡିଆ ପ୍ରଭାବଶାଳୀ ମଧ୍ୟ ଅଟନ୍ତି। ଅଧ୍ୟୟନ ସମାପ୍ତ କରିବା ପରେ, କେତିକା ମଡେଲିଂରେ ମଧ୍ୟ ଚେଷ୍ଟା କରିଥିଲେ | କେତିକା ୨୦୨୧ ରେ ରୋମାଣ୍ଟିକ ଚଳଚ୍ଚିତ୍ରରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ | ୨୦୨୧ ମସିହାରେ, କେତିକା ନାଗା ସୂର୍ଯ୍ୟଙ୍କ ସହ ଲକ୍ଷ୍ମୀ ଚଳଚ୍ଚିତ୍ରରେ ନଜର ଆସିଥିଲେ | ୨୦୨୨ ମସିହାରେ, ସେ ରଙ୍ଗା ରଙ୍ଗା ଵୈବଭଙ୍ଗାରେ ମଧ୍ୟ ନଜର ଆସିଥିଲେ | ୨୦୨୩ ମସିହାରେ ତାଙ୍କୁ ବ୍ରୋ ଫିଲ୍ମରେ ସାଇ ଦୁର୍ଗା ତେଜଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। କେତିକା ଶର୍ମା ୨୦୨୪ ମସିହାରେ ବିଜୟ ୬୯ ଚଳଚ୍ଚିତ୍ର ସହିତ ହିନ୍ଦୀ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ।

  • ପଞ୍ଚଭୂତରେ ଲୀନ ହେଲେ ଓଡିଆ ଘରୋଇ ଚ୍ୟାନେଲର ମୁଖ୍ୟ ସମ୍ପାଦକ

    ପଞ୍ଚଭୂତରେ ଲୀନ ହେଲେ ଓଡିଆ ଘରୋଇ ଚ୍ୟାନେଲର ମୁଖ୍ୟ ସମ୍ପାଦକ

    ସୁନ୍ଦରଗଡ଼ର ସାମ୍ବାଦିକ ପରିବାରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତିଲଡେଗା ଗ୍ରାମର ବାସିନ୍ଦା ତଥା ଜଣେ ଯୁବ ସାମ୍ବାଦିକ ସମେତ ଓଡ଼ିଆ ଘରୋଇ ନ୍ୟୁଜ୍ ଚ୍ଯାନେଲର ମୁଖ୍ୟ ସମ୍ପାଦକ ଅଶୋକ କୁମାର ଦାଶଙ୍କ ପରଲୋକ ହୋଇଛି । ଶୁକ୍ରବାର ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ପରେ ରାଉରକେଲା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟ ବେଳକୁ ତାଙ୍କୁ ୩୩ ବର୍ଷ ହୋଇଥିଲା ।

    ତାଙ୍କର ବଳିଷ୍ଠ ସାମ୍ବାଦିକତା ଯୋଗୁଁ ସେ ବାଲିଶଙ୍କରରେ ବେଶ ଲୋକପ୍ରିୟ ହୋଇପାରିଥିଲେ । ସେ ସାମ୍ବାଦିକତା କରିବା ସହ ସମାଜସେବା ମଧ୍ୟ କରୁଥିଲେ । ଶ୍ରୀ ଦାସଙ୍କ ମୃତ୍ୟୁ ବାଲିଶଙ୍କରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଶୋକାକୁଳ ପରିବେଶରେ ତିଲଡ଼େଗା ଗ୍ରାମସ୍ଥିତ ପୈତୃକ ବାସଭବନ ନିକଟରେ ଥିବା ନଦୀରେ ତାଙ୍କର ଅନ୍ତେଷ୍ଟି କ୍ରିୟା ଶେଷ ହୋଇଛି । ସ୍ବର୍ଗତ ଅଶୋକ ଦାସଙ୍କ ପୁତୁରା ମୁଖାଗ୍ନି ଦେଇଛନ୍ତି । ତାଙ୍କର ଏହି ଅକାଳ ବିୟୋଗରେ ପରିବାର ସମେତ ଗ୍ରାମବାସୀ ଓ ସାମ୍ବାଦିକ ପରିବାରରେ ଶୋକର ଛାୟା ଖେଳିଯାଇଥିଲା ।

  • ବାସନ୍ତୀ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବାସନ୍ତୀ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବାସନ୍ତୀ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାହାଙ୍ଗା ବ୍ଲକ ଅଧୀନ ଲଳିତଗିରି ପଞ୍ଚାୟତ ସ୍ଥିତନାରାୟଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବହୁ ଆନନ୍ଦ ଉଲ୍ଲାସରେ ବାସନ୍ତୀ ପବ୍ଲିକ୍ ସ୍କୁଲ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ବାର୍ଷିକ ଉତ୍ସବରେ ପ୍ରଭାତ ଶତପଥି ସମ୍ପାଦକୀୟ ସୂଚନା ପ୍ରଦାନ କରିଥିଲେ । ବାର୍ଷିକ ଉତ୍ସବରେ ବିଭିନ୍ନ ସ୍କୁଲ ର କୁନି କୁନି ଛାତ୍ରଛାତ୍ରୀ ଙ୍କ ସମେତ ସେମାନଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ ।

    ଏହି ଅବସରରେ ସ୍କୁଲ ରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବ ରେ କୃତ କାର୍ଯ୍ୟ ହୋଇଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସ୍କୁଲ ର ଶିକ୍ଷୟତ୍ରୀ ସସ୍ମିତା ସାହୁ, ମିନାକ୍ଷୀ ପଣ୍ଡା, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ବେଳେ ଗାୟତ୍ରୀ ଶତପଥୀ ଧନ୍ୟବାଦ ଦେଇଥିଲେ । ଏହି ବାର୍ଷିକ ଉତ୍ସବରେ ଲଳିତଗିରି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ ।

  • ପାରାଦ୍ବୀପରେ ଏନସିସି ନାଭାଲ ୱିଙ୍ଗ ପକ୍ଷରୁ ୯୪ତମ ଶହୀଦ ଦିବସ ପାଳିତ

    ପାରାଦ୍ବୀପରେ ଏନସିସି ନାଭାଲ ୱିଙ୍ଗ ପକ୍ଷରୁ ୯୪ତମ ଶହୀଦ ଦିବସ ପାଳିତ

    ପାରାଦ୍ବୀପ ମହାବିଦ୍ୟାଳୟ ପରିସରରେ ଏନସିସି ନାଭଲ ଉଇଙ୍ଗ ପକ୍ଷରୁ ୯୪ ତମ ସହିଦ ଦିବସ ପାଳିତ ହୋଇଯାଇଛି। ଦେଶ ମାତୃକାର ସେବା ପାଇଁ ସହିଦ ହୋଇଥିବା ଭଗତ ସିଂ, ରାଜଗୁରୁ ଓ ସୁଖଦେବ ଇଂରେଜଙ୍କ ବଳୀରେ ଶହୀଦ ହୋଇଥିଲେ | ଏହି ଅମର ଦେଶପ୍ରେମୀଙ୍କୁ ମନେ ପକାଇବା ପାଇଁ ଦୀର୍ଘ ୯୪ ବର୍ଷ ଧରି ଶ୍ରଦ୍ଧାଞ୍ଜଳୀ ଦେଇଆସୁଛନ୍ତି ଭାରତବାସୀ। ଭାରତକୁ ସ୍ଵାଧୀନତା ଦେବାରେ ଏହି ୩ ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ଭୂମିକା ଥିଲା ଅତି ଗୁରୁତ୍ୱପୁର୍ଣ୍ଣ । ସେଥିପାଇଁ ସେମାନଙ୍କୁ ଅତି ନିର୍ମମ ଭାବରେ ଇଂରେଜ ସରକାର ଲାହୋରଠାରେ ଫାଶି ଖୁଣ୍ଟରେ ଝୁଲାଇ ଥିଲେ । ସହିଦ ଦିବସ ଅବସରରେ ଅତିଥି ମାନେ ସେହି ମହାନ ଆତ୍ମାଙ୍କର ସ୍ମୃତି ଚାରଣ କରିଥିଲେ।

    ସେହିପରି ଦେଶର ଗର୍ବ ପାଇଁ ଶତ୍ରୁ ପାଖରେ ମୁଣ୍ଡ ନ ନୁଆଁଇ ଦେଶର ଧ୍ଵଜାକୁ କିପରି ଉପରକୁ ନିଆଯିବ ସେଥିପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବା ପାଇଁ ଅତିଥି ମାନେ ନିଜ ନିଜ ଅଭିଭାଷଣରେ କହିଥିଲେ ।

    ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପାରାଦୀପ ମୁଖ୍ୟ ଅର୍ଥ ପରାମର୍ଶଦାତା ଡି.ଏନ.ସୋନ୍ଧି, କ୍ୟାପେଟେନ ଏସ.ପି ପାଣୀଗ୍ରାହି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁସ୍ମିତା ଶତପଥି ଯୋଗଦେଇ ସହିଦଙ୍କ ଫଟୋରେ ପ୍ରଦୀପ ପ୍ରଜ୍ଜଳନ କରି ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

  • କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ଚଡକ ! ପିପିଲିରେ ପ୍ରତିଦିନ ମରୁଛନ୍ତି ଶହ ଶହ କୁକୁଡ଼ା

    କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ଚଡକ ! ପିପିଲିରେ ପ୍ରତିଦିନ ମରୁଛନ୍ତି ଶହ ଶହ କୁକୁଡ଼ା

    ସମ୍ପ୍ରତ୍ତି ପିପିଲିରେ ଦେଖାଦେଇଥିବା କୁକୁଡ଼ା ମଡ଼କକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇଥିବାବେଳେ ପଶୁପାଳନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଭେଟରନାରୀ ଅଫିସର ବିଭିନ୍ନ ଅଞ୍ଚଳକୁ ତୋଫାନି ଗସ୍ତ କରୁଥିଲେ ମଧ୍ୟ କାରଣ ଓ ନିରାକରଣ ସମ୍ପର୍କରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏପଟେ, ମଲା କୁକୁଡ଼ାକୁ ନେଇ ଚିନ୍ତାରେ ଚାଷୀ । ଅଧିକାଂଶ କୁକୁଡ଼ା ଫାର୍ମ ଜନବସତି ମଧ୍ୟରେ ଅବସ୍ଥିତ ହୋଇଥିବାରୁ ଗ୍ରାମବାସୀଙ୍କ ଭିତରେ ବଢୁଛି ଅଜଣା ଭୟ । ଏଣୁ, କୁକୁଡ଼ା ମୃତ୍ୟୁ ଜନିତ କ୍ଷତି ସହିବାପରେ ମଧ୍ୟ ହାତରୁ ଟଙ୍କା ଖର୍ଚ୍ଚକରି ଟ୍ରାକ୍ଟର ଲଗାଇ ଜନବସତିଠାରୁ ଦୂରରେ ଚାଷୀ ପୋତୁଛନ୍ତି କୁଢ଼ କୁଢ଼ ମଲା କୁକୁଡ଼ା ।

    ଶୁକ୍ରବାର ଦିନ ସୂଚନାଟିଭି ଏ ଘଟଣାକୁ ଲୋକଲୋଚନ ତଥା ସରକାରଙ୍କ ନଜରକୁ ଆଣିବା ପାଇଁ ପିପିଲି ବ୍ଲକର ବରାଗଡ଼ ଓ ଗୋକନ ଗ୍ରାମ ଗସ୍ତ କରିଥିଲା । ‘ଗ୍ରାଉଣ୍ଡ ଜିରୋ’ରେ ପହଂଚିବା ପରେ ଆମେ ଜାଣିବାକୁ ପାଇଲୁ ସେହି ଅଂଚଳରେ ଦୁଇଟି କମ୍ପାନୀ — ଇଷ୍ଟର୍ନ ହାଚେରୀ ଓ ପଶୁପତି ତରଫରୁ ଫାର୍ମମାନଙ୍କୁ କୁକୁଡ଼ା ଚିଆଁ ଓ ଦାନା ଯୋଗାଇ ଦିଆଯାଉଛି । ଏ ଦୁଇଟି କମ୍ପାନୀ ମଧ୍ୟରୁ ଗୋଟିଏ ନିର୍ଦ୍ଧିଷ୍ଟ କମ୍ପାନୀର କୁକୁଡ଼ା ମରୁଥିବା କଥା ସାମ୍ନାକୁ ଆସୁଛି । ତେବେ, କାହିଁକି ଓ କେଉଁ ତ୍ରୁଟି ଯୋଗୁ କ୍ରମାଗତ ଭାବରେ କୁକୁଡ଼ା ମରୁଛନ୍ତି ତାହା ନିରପେକ୍ଷ ପରୀକ୍ଷା ହେଲେ ଜଣାପଡିବ । ତେବେ, କୁକୁଡ଼ା ମୃତ୍ୟୁଜନିତ କ୍ଷତି ଭରଣା କରିବାକୁ କ୍ଷତିଗ୍ରସ୍ତ ଚାଷୀ ସରକାରଙ୍କୁ ନିବେଦନ କରୁଥିବା ବେଳେ ଅନ୍ୟ କିଛି ଚାଷୀ ସେମାଙ୍କର କୌଣସି କ୍ଷତି ହୋଇନାହିଁ ଓ ସେମାନଙ୍କ ପାଇଁ କ୍ଷତି ପୁରଣର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

    କୁହାଯାଉଛି, କ୍ଷତିପୂରଣ ଚାହୁଁଥିବା ଚାଷୀ ସରକାରଙ୍କଠାରୁ ଆର୍ଥିକ ସାହାଯ୍ୟ ନେଇ ପୁନର୍ବାର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବାବେଳେ, ଅନ୍ୟ ଚାଷୀମାନେ ସେମାନଙ୍କର ସେମାନଙ୍କ ବ୍ୟବସାୟ ହାନି ହେବା ଭୟରେ କ୍ଷତିପୂରଣ ଚାହୁଁନାହାନ୍ତି । କେହି କେହି ଚାଷୀ କମ୍ପନିଠାରୁ କ୍ଷତିପୂରଣ ପାଇବା ଆଶାରେ ସରକାରୀ ସହାୟତା ନେବାକୁ ସିଧା ମନା କରିଦେଇଛନ୍ତି ।

    ତେବେ, ପଶୁ ପାଳନ ବିଭାଗ ତରଫରୁ ସମୟୋଚିତ ପଦକ୍ଷେପ ଗ୍ରହଣ କରାଗଲେ କୁକୁଡ଼ା ମଡ଼କରେ ଅଙ୍କୁଶ ଲାଗିପାରନ୍ତା ଓ ଚାଷୀ ଆଶ୍ୱସ୍ତ ହୁଅନ୍ତେ । ଏଠାରେ ଉଲ୍ଲେଖ କରାଯାଇପାରେ କି, ମାତ୍ର ଆଠ ମାସ ତଳେ ଏହି ଅଂଚଳରେ କୁକୁଡ଼ା ମଡ଼କ ଦେଖାଦେଇଥିଲା ଓ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା ଦେଖାଦେଇଥିଲା ।

  • ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

    ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

    ପାରାଦୀପରେ କାଳ ବୈଶାଖୀ ଯୋଗୁ ସମୁଦ୍ରକୁ ମାଛ ଧରିବା ପାଇଁ ସୋମବାର ପର୍ଯ୍ୟନ୍ତ ରୋକ ଲଗାଇଛି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ଝଡ ତୋଫାନ ସହିତ ପାଖାପାଖି ୪୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି । ତେଣୁ ୨୪ ତାରିଖ ପର୍ଯ୍ୟନ୍ତ କୈାଣସି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି।

    ମତ୍ସ୍ୟ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ନେହେରୁବଙ୍ଗଳା ମାଛଧରା ବନ୍ଦର, ଷଣ୍ଢକୁଦ ମତ୍ସ୍ୟଜୀବୀଙ୍କ ବସ୍ତି , ଚ‌ଉମୁହାଣୀ ମାଛଧରା ଘାଟ ଓ ଅଠରବାଙ୍କି ବାଲିପ୍ଲଟ ମାଛଧରା ବେସରେ ପ୍ରଚାର କରାଯାଇ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଛନ୍ତି, ସେମାନେ ତୁରନ୍ତ କୂଳକୁ ଫେରି ଆସିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

  • କେନ୍ଦୁଝର ଆନନ୍ଦପୁରରେ ବିଶ୍ଵ ବନ ଦିବସ ପାଳିତ

    କେନ୍ଦୁଝର ଆନନ୍ଦପୁରରେ ବିଶ୍ଵ ବନ ଦିବସ ପାଳିତ

    କେନ୍ଦୁଝର ଆନନ୍ଦପୁର ବନଖଣ୍ଡ କାର୍ଯ୍ଯାଳୟରେ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ବିଶ୍ଵ ବନ ଦିବସ ପାଳିତ ହୋଇଛି । ଜଙ୍ଗଲରେ ନିଆଁକୁ କିଭଳି ରେକାଯାଇପାରିବ, ଜୀବଜନ୍ତୁଙ୍କୁ ସୁରକ୍ଷା ଦିଆଯିବ, ଏଥିସହ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ କିପରି ଅବଗତ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା ।

    ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଏସିଏଫ୍ ପ୍ରଭିନ ମୁର୍ମୁ,ଏସିଏଫ ଦେଓଗାଁ ଉମାକାନ୍ତ ଦାସ, ରେଜଂ ଅଧିକାରୀ ହଦଗଡ ମାର୍ଶାଲ କିସ୍କୁ ଓ ଆନନ୍ଦପୁର ରେଜଂ ଅଧିକାରୀ ନବକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।