Blog

  • ଭିଜିଲାନ୍ସ ଜାଲରେ କୁତ୍ରା ତହସିଲ କାର୍ଯ୍ୟାଳୟ ଅମିନ

    ଭିଜିଲାନ୍ସ ଜାଲରେ କୁତ୍ରା ତହସିଲ କାର୍ଯ୍ୟାଳୟ ଅମିନ

    ଭିଜିଲାନ୍ସ ଜାଲରେ ଅମିନ ବାବୁ । ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲ କାର୍ଯ୍ୟାଳୟର ଜଣେ ଅମିନ ଶିଶିର କୁମାର ନାଏକ ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ଏହି ଲାଞ୍ଚ ଟଙ୍କା ଜବତ କରିବା ସହ ଅଫିସ ଓ ବନ୍ଧବାହାଲସ୍ଥିତ ବାସଭବନରେ ଚଢ଼ାଉ କରିଛି । ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି ପଚରାଉଚରା କରି କୋର୍ଟକୁ ଚାଲାଣ କରିଛି ।

    ସୂଚନାନୁଯାୟୀ, ଅଭିଯୁକ୍ତ ଅମିନ ଜଣେ ବ୍ୟକ୍ତିଙ୍କ ଜମି ଭାଗ ପାଇଁ ଜମିପଟ୍ଟାର ସ୍କେଚ୍‌ ମ୍ୟାପ ତିଆରି ପାଇଁ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଟଙ୍କା ନ ଦେବାରୁ ଅମିନ ଜଣକ ତାଙ୍କୁ ହଇରାଣ କରୁଥିଲେ । ଯାହାଫଳରେ ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପରେ ରାଉରକେଲା ଭିଜିଲାନ୍ସ ଥାନାରେ ଅମିନଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚଟଙ୍କା ନେବା ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଛକି ରହିଥିବା ଭିଜିଲାନ୍ସ ବିଭାଗ ଅମିନଙ୍କୁ କାବୁ କରି ତାଙ୍କ ଠାରୁ ଟଙ୍କା ଜବତ କରିଥିବା ଜଣାପଡିଛି ।

  • ପୋଲିସ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୩ କର୍ମଚାରୀ ଗୁରୁତର

    ପୋଲିସ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୩ କର୍ମଚାରୀ ଗୁରୁତର

    କେନ୍ଦୁଝର ପୁଲିସର ସ୍ପେଶାଲ ସ୍କାର୍ଡ କୌଣସି କାମରେ ନନ୍ଦିପଦା ଥାନା ଅଞ୍ଚଳକୁ ଆସି ଫେରିବା ବାଟରେ ଚାରିନାଳିଆ ନିକଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଅତିରିକ୍ତ ଏସ.ପି ମନୋଜ ରାଉତ , ଏସଡିପିଓ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିି ଗୁରୁତରଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ କଟକ ପଠାଇବାର ସୁବ୍ୟବସ୍ଥା କରାଇ ଥିଲେ।

  • ନିଆଁରେ ୩୦୦ ପରିବାର ଧ୍ଵଂସ,୨୪ ମୃତ୍ୟୁ, ଅନେକ ନିଆଁ ଘେରି ଭିତରେ

    ନିଆଁରେ ୩୦୦ ପରିବାର ଧ୍ଵଂସ,୨୪ ମୃତ୍ୟୁ, ଅନେକ ନିଆଁ ଘେରି ଭିତରେ

    ଦକ୍ଷିଣ କୋରିଆରେ ଜଙ୍ଗଲ ନିଆଁ। ଜଳିଗଲା ୩୦୦ ପରିବାର । ଅଗ୍ନିକାଣ୍ଡରେ ୨୪ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଆଁ ଘେରି ଭିତରେ ଫସିଛନ୍ତି।

    ଦକ୍ଷିଣ କୋରିଆର ଦକ୍ଷିଣ ଭାଗ ଜଙ୍ଗଲରେ ଲାଗିଥିବା ନିଆଁରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବନାଗ୍ନିରେ ୩୦୦ରୁ ଅଧିକ ଘର ଜଳିଯାଇଛି। ନିଆଁର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରାୟ ୨୯,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବୁଧବାର ସେଠାକାର ଅଧିକାରୀମାନେ ସୂଚନା ଦେଇଛନ୍ତି।

    ନିଆଁ ଲିଭାଇବାକୁ ଯାଇଥିବା ଏକ ହେଲିକପ୍ଟର ଉଲ୍‌ସେଓଙ୍ଗ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଥିବା ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ସ୍ଥାନଗୁଡ଼ିକରେ ପ୍ରାଣ ହରାଇଥିବା ୩୦୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ ବୟସ ୬୦ରୁ ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ନ୍ୟାଶନାଲ ଫାୟାର ଏଜେନ୍ସି କହିଛି, ୨୬ ଜଣ ନିଆଁର ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ୬୧୮ ଶତାବ୍ଦୀରେ ନିର୍ମିତ ଏକ ପ୍ରାଚୀନ ବୌଦ୍ଧ ମନ୍ଦିର, ଘରଦ୍ୱାର, ଫ୍ୟାକ୍ଟ୍ରି ଆଦି ଜଳିଯାଇଛି। ୧୭,୭୫୨ ହେକ୍ଟର ଜଙ୍ଗଲ ପାଉଁଶ ହୋଇଯାଇଥିବା ସରକାରଙ୍କ ଜରୁରୀ ପ୍ରଶମନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

    ଶୁକ୍ରବାରଠାରୁ ଲାଗିଥିବା ଏହି ଜଙ୍ଗଲ ନିଆଁକୁ ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍‌ ଡ୍ୟୁକ୍‌-ସୁ ସବୁଠୁ ଭୟଙ୍କର ବୋଲି ଏକ ଟେଲିଭିଜନ୍‌ ସମ୍ବୋଧନରେ କହିଛନ୍ତି। ଏହି ଅଭୂତପୂର୍ବ ସଙ୍କଟ ରେକର୍ଡ ବୁକ୍ସରେ ନୂଆ ଇତିହାସ ଲେଖୁଛି ବୋଲି ସେ କହିଛନ୍ତି। ଭୟାବହ ବନାଗ୍ନିକୁ ଆୟତ୍ତ କରିବା ପାଇଁ ୧୩୦ ହେଲିକପ୍ଟର ସହାୟତାରେ ୪,୬୫୦ ଅଗ୍ନିଶମ କର୍ମଚାରୀ, ସୈନ୍ୟ ଓ ଅନ୍ୟ ଯବାନମାନେ ନିୟୋଜିତ ହୋଇଛନ୍ତି।

  • ଗଣଦୌଡ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

    ଗଣଦୌଡ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

    ଭଦ୍ରକ ଜିଲ୍ଲା ଘଣ୍ଟେଶ୍ବର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ କାର୍ଯ୍ୟକ୍ରମ ଲାଗି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ବଡ଼ ଧୁମଧାମରେ ଘଣ୍ଟେଶ୍ବରରୁ ମେଢ଼ ଗୁଡ଼ିକ ସୁସଜ୍ଜିତ କରାଯାଇ ଭଦ୍ରକ ଅଭିମୁଖେ ବାହାରିବ । ଚଳିତ ବର୍ଷ ସମ୍ପୁର୍ଣ୍ଣ ନିଆରା ଢଙ୍ଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଘଣ୍ଟେଶ୍ବର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୁହଯାଇଛି।

    ହିନ୍ଦୁ ଧର୍ମକୁ ରକ୍ଷା କରିବା, ହିନ୍ଦୁତ୍ବକୁ ରକ୍ଷାକରିବା, ମାତୃଭୂମିର ସ୍ବାଭିମାନକୁ ରକ୍ଷା କରିବା ନିମନ୍ତେ ଆସନ୍ତା ୩୧ ରୁ ସକାଳ ୭ ଘଟିକା ସମୟରେ ମହିମା ମଣିଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇ ସମଗ୍ର ଘଣ୍ଟେଶ୍ବର ଅଞ୍ଚଳ ପରିକ୍ରମା କରି ନୂଆସାହି ଗ୍ରାମ ନିକଟରେ ଗଣଦୈଡ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

    ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ରାମ ଭକ୍ତ, ଯୁବକ, ଛାତ୍ର, ମହିଳା ଓ ବୁଦ୍ଧିଜୀବିମାନେଯୋଗ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ରାମନବମୀ ସମିତିର ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ସମ୍ପାଦକ ଲୋକନାଥ କର, ହରିଶ୍ଚନ୍ଦ୍ର ମହାଳିକ,ବିକ୍ରମ କେଶରୀ ପରିଡ଼ା,ନିତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

  • କ୍ରିଷ୍ଣା ବିକାଶ ମଲ୍ଟି ସ୍ପେପିଆଲିଟୀ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

    କ୍ରିଷ୍ଣା ବିକାଶ ମଲ୍ଟି ସ୍ପେପିଆଲିଟୀ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

    କ୍ରିଷ୍ଣା ବିକାଶ ମଲ୍ଟି ସ୍ପେପିଆଲିଟୀ ହସ୍ପିଟାଲ୍ ପକ୍ଷରୁ ବିକାଶ ଅଡିଟୋରିଅମ ଠାରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଆୟୋଜିତ ହୋଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିରୁପମା ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ସୁବାସ ଅଗ୍ରୱାଲ, ଜିଲ୍ଳା ଯକ୍ଷ୍ମା ଅଧିକାରୀ ଡାକ୍ତର ବିନୟ ବେହେରା, ସମେତ ଅନ୍ୟ ପ୍ରମୁଖ ଡାକ୍ତର ମାନେ ଯୋଗ ଦେଇଥିଲେ |

    ସାରା ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ଯକ୍ଷ୍ମା ରୋଗ ଉପରେ ସଚେତନତା କାର୍ଯ୍ୟକ୍ରମ ମାନ କରିବା ସହ ଲୋକମାନେ କିଭଳି ଉପକୃତ ହୋଇପାରିବେ ତାହା ଉପରେ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଡାକ୍ତରଙ୍କ ସମେତ ଅତିଥି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଯାଇଥିଲା ।

  • ଘଷିପୁରା ବ୍ଲକ କାଠପାଳ ସେବାଶ୍ରମରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

    ଘଷିପୁରା ବ୍ଲକ କାଠପାଳ ସେବାଶ୍ରମରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

    ଘଷିପୁରା ବ୍ଲକ ସରକାରୀ କାଠପାଳ ସେବାଶ୍ରମ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପିତା ମାତା ସହ ଭାଗିତା ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀପ୍ରସାଦ ରାଉତଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରିଚନ୍ଦପୁର ବିଇଓ ଚିନ୍ମୟ କୁମାର ରାଉତ, ମୁଖ୍ୟବକ୍ତା ଭାବେ ଏନପିଏସ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଚମ୍ପାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁମଣୀ ଯେନା, ବିଦ୍ୟାଲୟ ପରିଚାଳନା କମିଟି ସଭାପତି ଚାନ୍ଦମଣୀ ଯେନା,ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

    ପିତାମାତା ସହ ଭାଗିତା କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ ଆଲୋକପାତ କରିବା ସହ ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କୁ ପାଠ ସହ କ୍ରିଡ଼ା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବାକୁ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ । ଫୋଟଷ୍ଟଲ ,ନିମପ୍ଲେଟ ସହ ଆଦର୍ଶ ପିତାମାତାଙ୍କୁ ଉପୋଢ଼ୋକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

  • ମୟୂରଭଞ୍ଜ ଜିଲ୍ଲା ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ’ମୁଁ ବି ବିଦ୍ୟାଳୟ ଯିବି’ସଚେତନତା ରଥ ଶୁଭାରମ୍ଭ

    ମୟୂରଭଞ୍ଜ ଜିଲ୍ଲା ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ’ମୁଁ ବି ବିଦ୍ୟାଳୟ ଯିବି’ସଚେତନତା ରଥ ଶୁଭାରମ୍ଭ

    ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଗୋଷ୍ଠୀ ଶିକ୍ଷାଧୀକାରୀ ଯଜ୍ଞେଶ୍ଵର ଜେନାଙ୍କ ତତ୍ତ୍ଵାବଧାନରେ ବୁଧବାର ଦିନ’ ମୁଁ ବି ବିଦ୍ୟାଳୟ ଯିବି’ଏକ ସଚେତନତା ରଥର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମ୍ମାନିତ ଅତିଥି ସହକାରୀ ଜିଲ୍ଲାପାଳ ବାସନ୍ତୀ ଲାକ୍ରା ,ଅନ୍ୟତମ ଅତିଥି ରାଇରଙ୍ଗପୁର ଡେପୁଟୀ କଲେକ୍ଟର ମାନସ ରଞ୍ଜନ ବେହେରା ଙ୍କ ସମେତ ରାଣୀସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ନୂତନ ଜାତୀୟ ଶିକ୍ଷା ନୀତି ଶୁଭାରମ୍ଭ ହୋଇଛି ‌ଏହି ଶିକ୍ଷା ନୀତି ଅନୁସାରେ ଶୈକ୍ଷିକ ଢାଞ୍ଚା ୫+୩+୩+୪ ରହିଛି । ପ୍ରତ୍ୟେକ ବିଦ୍ୟାଳୟରେ ବାଲ୍ ବାଟିକା ବା ଶିଶୁ ବାଟିକା ନାମରେ ଏକ ନୂଆ ଶ୍ରେଣୀ ଖୋଲିଛି ।୫ ବର୍ଷରୁ ଉର୍ଦ୍ଧ୍ବ ପିଲା ଅଙ୍ଗନବାଡ଼ି କେନ୍ଦ୍ରରେ ନ ରହି ପ୍ରାଥମିକ ବିଦ୍ୟାଳୟ ନାମ ଲେଖାଇବେ ଏବଂ ୫ ଵର୍ଷରୁ ଉର୍ଦ୍ଧ୍ବ ସମସ୍ତ ପିଲା ବିଦ୍ୟାଳୟରେ ନାମ ଲେଖାଇ ପାରିବେ ‌ ।

    ଏହି ଅବସରରେ ତିରିଂ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ‘ ମୁଁ ବି ଵିଦ୍ଯାଳୟ ଯିବି’ ଭଳି ଏକ ଅଭିନବ ଯୋଜନା ଶିକ୍ଷାଧିକାରୀ ଯଜ୍ଞେଶ୍ଵର ଯେନା ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା ।ଏହି ଅବସରରେ ଏକ ସୁସଜ୍ଜିତ ରଥରେ ସଚେତନତା ବାର୍ତା ଲେଖା ସହ ଡ଼ାକବାଜି ଯନ୍ତ୍ର ଦ୍ବାରା ତିରିଂ ବ୍ଳକର ସମସ୍ତ ପଞ୍ଚାୟତ ଗାଁ କୁ ଗାଁ ବୁଲି ପ୍ରଚାର ଓ ପ୍ରସାର ପାଇଁ ଅତିଥିଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି ।ଅତିଥିଗଣ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତା ଲିଫଲେଟ ବଣ୍ଟନ କରିଥିଲେ ।ଏହା ସହ ଆସନ୍ତା ଏପ୍ରିଲ ୨ ରୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ଅଭିଭାବକମାନେ ଏପ୍ରିଲ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ନିଜ ନିଜର ପିଲାମାନଙ୍କୁ ବୟସ ଅନୁଯାୟୀ ନାମ ଲେଖାଇ ନେବା ପାଇଁ ବିଇଓ ତିରିଂ ବ୍ଳକର ସମସ୍ତ ଅଞ୍ଚଳବାସୀଙ୍କୁ ପ୍ରଵେଶ ଉତ୍ସବରେ ଯୋଗଦେବା ପାଇଁ କୁହଯାଇଛି ।

  • ସାଇଁକୁଳ ସେବାଶ୍ରମ ବିଦ୍ୟାଳୟ ପରିସରରେ ପିତା ମାତା ସହଭାଗିତା ବା ଆମେ ଜାଣିବା ଓ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

    ସାଇଁକୁଳ ସେବାଶ୍ରମ ବିଦ୍ୟାଳୟ ପରିସରରେ ପିତା ମାତା ସହଭାଗିତା ବା ଆମେ ଜାଣିବା ଓ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

    ସାଇଁକୁଳ ସେବାଶ୍ରମ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ପିତା ମାତା ସହ ଭାଗିତା ବା ଆମେ ଜାଣିବା ଓ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟା ପ୍ରବେଶ ଖଡ଼ିଛୁଆଁ କାଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଝରଣା ପାଗଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସାଇଁକୁଳ ସିଆରସିସି ପ୍ରାଣନାଥ ଜେନା ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡବ୍ଲୁ ଇ ଓ ଆକାଶ କୁମାର ଜେନା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡ଼ା, ପରିଚାଳନା କମିଟିର ସଭାପତି ମିଟୁ ଶର୍ମା,ଶୁଭଶ୍ରୀ ସସ୍ମିତା ନାୟକ, ସୁକାନ୍ତି ସେଠୀ ଯୋଗଦେଇ ମା ତାରିଣୀଙ୍କ ଫୋଟ ଚିତ୍ରରେ ଦ୍ଵୀପ ଧୂପ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

    ବିଦ୍ୟାଳୟ ସୁପରିଚାଳନା ପାଇଁ ପିତା ମାତା ଓ ଅଭିଭାବକଙ୍କ ଦାୟିତ୍ୱ, କର୍ତ୍ତବ୍ୟ, ସହଭାଗିତା ଓ ସହଯୋଗ ବିଷୟରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସନ୍ତୋଷ କୁମାର କର, ଆନନ୍ଦ ଚନ୍ଦ୍ର ରାଉତ, ସସ୍ମିତା ସାହୁ, ବିଜିପ୍ତ ଦାସ,ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

  • ପାରାଦ୍ଵୀପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

    ପାରାଦ୍ଵୀପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

    ପାରାଦ୍ଵୀପରେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପାରାଦ୍ଵୀପ ମ୍ୟୁନିସିପାଲଟି ଉପାଧ୍ୟକ୍ଷା ଛବିଲତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବି କୈଳାସ ସାହୁ, ବିଜେଡିର ପୂର୍ବତନ ପାରିଷଦ ଶୁଶିଲ ମହାପାତ୍ର, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଚରଣ ମହାନ୍ତିଙ୍କ ସମେତ ବହୁ ଅତିଥି ଯୋଗ ଦେଇ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନ ଉପରେ ଆଲୋଚନା କରିଥିଲେ। ସ୍ବର୍ଗତ ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ପାରାଦ୍ଵୀପ ବନ୍ଦର ପ୍ରତି ତାଙ୍କର ଅବଦାନ, ପୁରୀ-ବାଲେଶ୍ବର ହାଇଓ୍ବେ କାର୍ଯ୍ୟ ତାଙ୍କର ଦୃଢ ମନା ପ୍ରତିପାଦିତ କରେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

  • ଗୋଷ୍ଠୀ ମାନସିକ ସ୍ଵାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଉଦ୍‌ଘାଟନ

    ଗୋଷ୍ଠୀ ମାନସିକ ସ୍ଵାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଉଦ୍‌ଘାଟନ

    ଗୋଷ୍ଠୀ ମାନସିକ ସ୍ଵାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ଵ ଯୁବ କେନ୍ଦ୍ର ବଣିନାଳୀ ଦ୍ଵାରା ଗତ ଜାନୁୟାରୀ ୨୦୨୫ ରୁ ଏହା ପରିଚାଳିତ ହୋଇ ଆସୁଥିଲା । ଆସନ୍ତା ତିନି ବର୍ଷ ମଧ୍ୟରେ ୫୦୦ ମାନସିକ ରୋଗୀଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଠାକୁରଗଡ,ସାନହୁଲା ପେଡିପଥର,ପାଇକ ସାହି, ସାପଘରା ପଞ୍ଚାୟତର ୧୨୫ ଗ୍ରାମରେ କାର୍ଯ୍ୟକାରୀ ହେଉଛି । ମାନସିକ ରୋଗୀଙ୍କୁ ଚିହ୍ନଟି କରଣ ଓ ସେମାନଙ୍କୁ ଉତ୍ତମ ପରାମର୍ଶ, ସ୍ଵାସ୍ଥ୍ୟ ସେବାର ସୁବିଧା, ସରକାରୀ ସହଯୋଗ ମିଳିବା ପାଇଁ ଉକ୍ତ ପ୍ରକଳ୍ପ କାର୍ଯ୍ୟ କରିବ । ୧୦ ଜଣ ସ୍ଥାନୀୟ ସ୍ଵେଚ୍ଛାସେବୀ ଏହି ପ୍ରକଳ୍ପ ରେ କାର୍ଯ୍ୟ କରିବେ ।

    ବିଶ୍ଵ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ ଉଶ୍ଚବରେ ସ୍ଥାନୀୟ ଠାକୁରଗଡ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ ଅଧିକାରୀ ଡା ଅମିୟ ମହାନନ୍ଦ, ଆଠ ମଲ୍ଲିକ ବ୍ଲକର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ନିକୁଞ୍ଜ ରଞ୍ଜନ ଦାଶ, ଭାର ପ୍ରାପ୍ତ ଥାନା ଅଧିକାରୀ ଶଶିଭୂଷଣ ବେହେରା, ବରିଷ୍ଠ ସ୍ଵେଚ୍ଛାସେବୀ ବିରେନ୍ ନାୟକ, ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଶ୍ଵ ଯୁବ କେନ୍ଦ୍ରର ନିର୍ଦେଶକ ମନୋଜ କୁମାର ମହାପାତ୍ର ପ୍ରକଳ୍ପ ଉଦେଶ୍ୟ, କାର୍ଯ୍ୟକାରିତା ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ଆଲୋକ ପାତ କରିଥିଲେ । ୧୧ ଟି ପଞ୍ଚାୟତରୁ ପ୍ରାୟ ଏକ ଶହ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପଞ୍ଚାୟତ ପ୍ରତିନିଧି, ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ବିଶ୍ଵ ଯୁବ କେନ୍ଦ୍ରର ସଂଯୋଜିକା ପୂଜା ସ୍ଵାଇଁ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ବେସିକ ନିଡ୍ସ ଇଣ୍ଡିଆର ପ୍ରକଳ୍ପ ସଂଯୋଜିକା ମନସ୍ଵିନୀ ପାତ୍ର, ବିଶ୍ଵ ଯୁବ କେନ୍ଦ୍ରର କ୍ଷେତ୍ର ଅଧିକାରୀ ଯସ୍ମିତା ପ୍ରଧାନ ଓ ସ୍ଵେଚ୍ଛାସେବୀ ମାନେ ଏଥିରେ ସହଯୋଗ କରିଥିଲେ।