Blog

  • ତରିମୁଳ ଗ୍ରାମରେ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ତରିମୁଳ ଗ୍ରାମରେ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

    ଘସିପୁରା ବ୍ଲକ ଅନ୍ତର୍ଗତ ତରିମୁଳ ଠାରେ ମିନି ଷ୍ଟାଡିୟମରେ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୁଲ୍ୟରେ କ୍ରିକେଟ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଟି-୨୦ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତିନି ରାତି ଧରି ରାଜ୍ୟସ୍ତରୀୟ ୧୬ ଟି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହି ଉଦଘାଟନ ଉତ୍ସବରେ ଅତିଥି ଭାବେ ତରିମୁଳ ସରପଞ୍ଚ ପଙ୍କଜିନୀ ରାଉତରାୟ, ସମିତି ସଭ୍ୟା ତଅପୋଇ ବେହେରା, ଜିଲ୍ଳା ପରିଷଦ ସଭ୍ୟା ମଧୁସ୍ମିତା ଦାସ ,ଶିକ୍ଷକ ଦିଲ୍ଲୀପ ରାଉତ, ରଶ୍ମିରଞ୍ଜନ ରାଉତ, ନାଗଭୂଷଣ ରାଉତ, ଏମ୍ ଏମ୍ ସି ସି ପୁରାତନ ସଦସ୍ୟ ଜ୍ୟୋତିର୍ମୟ ରାଉତ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ।

    ରବିବାରରେ ମେଗା ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ମୋଟ ୧୬ଟି ଦଳ କୁ ନେଇ ଟି-୨୦ ଫର୍ମାଟ୍ ରେ ଫ୍ଲଡ ଲାଇଟରେ ଏହି ଖେଳ ଅନୁଷ୍ଠିତ ହେଉଛି ।ମ୍ଯାଚ ପରିଚାଳନାରେ ଅମ୍ପାୟାର ବବୁଲ ସାହୁ ,ଜ୍ଞାନ ସ୍ୱାଇଁ ଦାୟିତ୍ବ ସମ୍ପାଦନ କରିଥିଲେ।ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମା ମଙ୍ଗଳା କ୍ରିକେଟ କ୍ଲବ ପକ୍ଷରୁ ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

  • ଷ୍ଟେସନରୁ ଦୁଇ ନାବାଳିକା ଉଦ୍ଧାର

    ଷ୍ଟେସନରୁ ଦୁଇ ନାବାଳିକା ଉଦ୍ଧାର

    ଯାଜପୁର ଷ୍ଟେସନ ରୁ ଦୁଇ ନାବାଳିକା ଙ୍କୁ ଉଦ୍ଧାର କରିଛି ରାମଚନ୍ଦ୍ରପୁର ପୋଲିସ୍ । ରାମଚନ୍ଦ୍ରପୁର ଥାନା ପନାସିଆ ଗାଁ ର ଦୁଇ ନାବାଳିକା ଘରୁ କେଉଁଆଡେ ଚାଲି ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । କୈଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ଯାଜପୁର ଷ୍ଟେସନ ଠାରେ ଜଗି ବସିଥିଲେ । ୨ ନାବାଳିକା ୨ଜଣ ଯୁବକ ଙ୍କ ସହ ତାମିଲନାଡୁ ଯାଉଥିବା ଜଣାପଡ଼ିଥିଲା । ସେମାନଙ୍କୁ ଷ୍ଟେସନରେ ଠାବ କରିବାପରେ ପରିବାର ଲୋକେ ରାମଚନ୍ଦ୍ରପୁର ପୋଲିସ୍ କୁ ଖବର ଦେଇଥିଲେ ।

    ଖବର ପାଇ ପୋଲିସ୍ ପହଁଞ୍ଚିବାପରେ ସେଠାରୁ ଜଣେ ଯୁବକ ଫେରାର ହୋଇଯାଇଥିଲେ । ଦୁଇ ନାବାଳିକା ଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକକୁ ଥାନାକୁ ଆଣି ପଚାରା ଉଚାରା କରୁଛି ପୋଲିସ । ତେବେ ଅଟକ ଯୁବକ ଜଣକ ଯାଜପୁର ଜିଲ୍ଲା ଟମକା ଥାନା ଚିତ୍ରି ଗାଁ ର ରେନ୍ସ ପୂର୍ତ୍ତି ବୋଲି ଜଣା ପଡିଛି । ନାବାଳିକା ୨ ଜଣ ସ୍ଵଇଚ୍ଛାରେ କାମକରିବାକୁ ତାମିଲନାଡୁ ଯାଉଥିବା ନିଜ ବୟାନରେ କହିଛନ୍ତି । ପରେ ପୋଲିସ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଅଟକ ଯୁବକ କୁ ଛାଡି ଦେଇଥିବା ଆଇଆଇସି କହିଛନ୍ତି ।

  • ବରମାଳ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସହଭାଗୀତା କାର୍ଯ୍ୟକ୍ରମ

    ବରମାଳ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସହଭାଗୀତା କାର୍ଯ୍ୟକ୍ରମ

    ଘଷିପୁରା ବ୍ଲକ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତ ବରମାଲ ସରକାରୀ ଆଶ୍ରମ ବିଦ୍ୟାଳୟରେ ସରକାରଙ୍କ ଅନୁସୂଚିତ ଜନଜାତି,ଜାତି ଉନ୍ନୟନ ଓ ପଛୁଆ ବର୍ଗ ପକ୍ଷରୁ ଅଭିଭାବକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସି ସଞ୍ଜୟ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଦିଲ୍ଲୀପ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ଚକ୍ର, ପରିଚାଳନା କମିଟିର ସଭାପତି ଶରତ ମଲ୍ଲିକ, ସମ୍ପାଦକ କୁନି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ | ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ନୈତିକ ଶିକ୍ଷା ସହ ବୈଷୟିକ ଏବଂ ଶୈଖକ ଶିକ୍ଷା ପ୍ରଦାନ ସହ ଲାଇବ୍ରେରୀ, ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ସେମାନଙ୍କ ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁରେନ୍ଦ୍ର ସୁନ୍ଦର ରାଉତ, ଗୀତାଞ୍ଜଳି ପଣ୍ଡା, ହରେକୃଷ୍ଣ ଦାସ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସନ୍ତୋଷୀ ସାହୁ, ପୂର୍ଣିମା କିସ୍କୁ, ବିମଲ ସୁରେନ ପ୍ରମୁଖ ସହଯୋଗ କରିଥିଲେ ।

  • ଆଦିତ୍ୟ ଆଲୁମିନା ପକ୍ଷରୁ ଜ୍ଞାନବୃଦ୍ଧି ପାଠଶାଳା ଶୁଭାରମ୍ଭ

    ଆଦିତ୍ୟ ଆଲୁମିନା ପକ୍ଷରୁ ଜ୍ଞାନବୃଦ୍ଧି ପାଠଶାଳା ଶୁଭାରମ୍ଭ

    ରାୟଗଡା ଜିଲ୍ଲା କାଶିପୁର ବ୍ଲକ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ପକ୍ଷରୁ ଶିକ୍ଷାର ଉନ୍ନତିପାଇଁ ଜ୍ଞାନବୃଦ୍ଧି ପାଠଶାଳା କାଡାପଦର ଗ୍ରାମଠାରେ ଆରମ୍ଭ ହୋଇଛି । ଏହି ପାଠଶାଳା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳର ଉନ୍ନତ ଶିକ୍ଷା ଯୋଗାଇବା। ଆଦିତ୍ୟ ଆଲୁମିନା ପ୍ରକଳ୍ପର ସିଇଅ ମଜହର ବେଗ ଅଞ୍ଚଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିବାବେଳେ ଶିକ୍ଷା ଉପରେ ଆଉ ଏକ ପାଦ ଆଗକୁ ବଢାଇ ଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣି ପର୍ଯ୍ୟନ୍ତ ଗ୍ରାମର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସକାଳ ଏବଂ ସନ୍ଧ୍ୟା ସମୟରେ ଉନ୍ନତ ମାନର ଶିକ୍ଷା ଦିଆଯିବ।

    ଆଦିତ୍ୟ ଆଲୁମିନା କମ୍ପାନୀର ସିଇଅ ମଜହର ବେଗ, ଲିଭରା ଫାଉଣ୍ଡେସନର ମୁଖ୍ୟ ଡଂ ପ୍ରୋଦ୍ୟୁମ୍ନ କିଶୋର ପ୍ରହରାଜ ,ଏଚ ଆର ହେଡ ଦୀପକ ମହାନ୍ତି ,ସିଏସଆର ହେଡ ତନ୍ମୟମହାନ୍ତି, ସରପଞ୍ଚ ଲିଲାବତୀ ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟ ଅତିଥି ମଧ୍ୟ ଉପସ୍ଥିତ ଥିଲେ। ଆଗକୁ ଆହୁରି ଅଞ୍ଚଳରେ ୧୦ଟି ପାଠଶାଳା କରି ଉଚ୍ଚ ଶିକ୍ଷିତ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବାସହ ଛାତ୍ରଛାତ୍ରୀ ମାନଙ୍କ ସୁନ୍ଦର ଭବିଷ୍ୟତ ଗଠନ କରିବା ପାଇଁ କମ୍ପାନୀର ପ୍ରୟାସ ଜରି ରହିବ ବୋଲି ଶ୍ରୀଯୁକ୍ତ ବେଗ କହିଛନ୍ତି।

  • ଚିକିତ୍ସାଳୟର ସମସ୍ୟାକୁ ନେଇ ଅନଶନରେ କୋଶଳ ସେନାର ସଦସ୍ୟ

    ଚିକିତ୍ସାଳୟର ସମସ୍ୟାକୁ ନେଇ ଅନଶନରେ କୋଶଳ ସେନାର ସଦସ୍ୟ

    ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଉପଯୁକ୍ତ ଡାକ୍ତର,ବେଡ଼, ଆଇସିୟୁ,ନର୍ସ ନାହିଁ । ଖାଲି ଥିବା ପଦବୀ ପୂରଣ କରାଯାଉ ବୋଲି ଦାବିରେ କୋଶଳ ସେନା ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା କରି ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ । ପରେ ଆମରଣ ଅନଶନ ରେ କିକିତ୍ସଲ୍ୟ ସାମ୍ନାରେ ବସିଥିଲେ । ଉପଖଣ୍ଡ ଚିକିତ୍ସାଳୟ ହୋଇଥିଲେ ମଧ୍ୟ ଏହା କେବଳ ଏକ ରେଫରାଲ ସେଣ୍ଟର୍ ଭାବରେ ପରିଣତ ହୋଇଛି । ସମସ୍ତ ଗୁରୁତର ରୋଗୀଙ୍କୁ ବରଗଡ଼ ଓ ବୁର୍ଲା ପଠାଇ ଦିଆଯାଉଛି ।

    ଫାର୍ମାସିଷ୍ଟ ତଥା ଅନ୍ୟାନ୍ୟ ସହଯୋଗୀ ଷ୍ଟାଫ୍ ପୂରଣ ସହିତ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦାବି ହେଉଛି । ସରକାର ବଦଳିବା ପରେ ସମସ୍ତଙ୍କର ଆଶା ଥିଲା ଯେ ନୂତନ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଚେଷ୍ଟା କରିବେ । କିନ୍ତୁ ନୂଆ ସରକାରକୁ ୧୦ ମାସ ବିତି ଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ଡାକ୍ତର ନର୍ସ ମଧ୍ୟ ପୂରଣ ହୋଇ ପାରି ନାହିଁ । ଯାହା ଦ୍ଵାରା କୋଶଳ ସେନା ମାନେ ଅନଶନ ରେ ବସିଛନ୍ତି । ଶୋଭାଯାତ୍ରାରେ ଚାଷୀ ନେତା ଅଜିତ ଶତପଥୀ, ଓକିଲ ସଂଘ ସଭାପତି ଆନନ୍ଦ ପଣ୍ଡା, ମହେଶ ପଣ୍ଡା,ଓ କୋଶଳ ସେନାର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।

  • ଭୂମିକମ୍ପରୁ ସୁରକ୍ଷା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି? ନିରନ୍ତର ହେଉଛି ଭୂମି କମ୍ପିବା ଘଟଣା

    ଭୂମିକମ୍ପରୁ ସୁରକ୍ଷା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି? ନିରନ୍ତର ହେଉଛି ଭୂମି କମ୍ପିବା ଘଟଣା

    ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଘଟିଥିବା ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ଏବଂ ବହୁ ପରିମାଣରେ ଜୀବନ ଏବଂ ସମ୍ପତ୍ତିର କ୍ଷତି ହୋଇଛି। ଭାରତର ବିଭିନ୍ନ ସ୍ଥାନରେ ପ୍ରାୟତଃ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି, ଯାହା ବିପର୍ଯ୍ୟୟର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତିର ଆବଶ୍ୟକତାକୁ ଦର୍ଶାଏ। ପୃଥିବୀର ପୃଷ୍ଠରେ ଚାପ ବୃଦ୍ଧି ପାଇଲେ ଭୂମିକମ୍ପ ହୋଇଥାଏ। ଭୂତ୍ୱକ୍‌ଟି ବଡ଼ ବଡ଼ ପ୍ଲେଟ୍‌ରେ ଗଠିତ ଯାହା ଧୀରେ ଧୀରେ ଗତି କରେ, ଏବଂ ଏହି ଗତି ଭୂମିକମ୍ପ ସୃଷ୍ଟି କରେ। ଯେତେବେଳେ ଜନବସତି ଅଞ୍ଚଳରେ ଭୂମିକମ୍ପ ହୁଏ, ଏହା ବହୁତ କ୍ଷତି କରିଥାଏ ।

    ଚିନ୍ତାର ବିଷୟ ହେଉଛି ଯେ ଭାରତର ପ୍ରାୟ ୫୯% ଅଞ୍ଚଳ ଭୂମିକମ୍ପ ପ୍ରତି ସମ୍ବେଦନଶୀଳ, ତେଣୁ ଏହି ସମସ୍ୟା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ କହିରଖୁଛୁ ଯେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS) ଭୂମିକମ୍ପର ବିପଦକୁ ଆଧାର କରି ଦେଶକୁ ୪ ଟି ଭୂକମ୍ପୀୟ ଜୋନରେ ବର୍ଗୀକୃତ କରିଛି। ଜୋନ୍ V ସବୁଠାରୁ ସକ୍ରିୟ, ହିମାଳୟ ପରି ଅଞ୍ଚଳ ସମେତ, ଜୋନ୍ II ସବୁଠାରୁ କମ୍ ପ୍ରଭାବିତ। ଗତ କିଛି ବର୍ଷ ମଧ୍ୟରେ ଭାରତ ଅନେକ ବିନାଶକାରୀ ଭୂମିକମ୍ପର ସମ୍ମୁଖୀନ ହୋଇଛି।

    ୧୯୦୫ ମସିହାରେ ହୋଇଥିବା କାଙ୍ଗଡ଼ା ଭୂମିକମ୍ପ ଏବଂ ୨୦୦୧ ମସିହାରେ ହୋଇଥିବା ଭୁଜ ଭୂମିକମ୍ପକୁ ଭାରତର ଇତିହାସର ସବୁଠାରୁ ବିନାଶକାରୀ ଭୂମିକମ୍ପ ଭାବରେ ବିବେଚନା କରାଯାଏ। ୧୯୦୫ ମସିହାରେ ହିମାଚଳ ପ୍ରଦେଶର କାଙ୍ଗଡ଼ା ଭୂମିକମ୍ପର ତୀବ୍ରତା ୮.୦ ଥିଲା, ଯେଉଁଥିରେ ୧୯,୮୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ, ୨୦୦୧ ମସିହାରେ, ଗୁଜୁରାଟର ଭୁଜରେ ୭.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୧୨,୯୩୨ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୮୯୦ ଗ୍ରାମ ଧ୍ୱଂସ ପାଇଯାଇଥିଲା। ଅଧିକନ୍ତୁ, ୨୦୦୫ ମସିହାରେ କାଶ୍ମୀରରେ ୭.୬ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ମହାରାଷ୍ଟ୍ରରେ ମଧ୍ୟ ୧୯୯୩ ମସିହାରେ ଲାଟୁରରେ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୯ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।

  • ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

    ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

    ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ପୈତୃକ ସମ୍ପତ୍ତି ର ପଟ୍ଟା କରାଇ ଦେବା ପାଇଁ ମାଗିଥିଲେ ଲାଞ୍ଚ । ପ୍ରଥମେ ଆବେଦନ କରାଇ ଦେବାକୁ ଅନୁରୋଧ କରିଥିଲେ ହିତାଧିକାରୀ । କିନ୍ତୁ ଟଙ୍କା ଦେଲେ ଆବେଦନ କରିବେ ବୋଲି କହିଥିଲେ ସତ୍ୟପ୍ରିୟ ।

    ଆଜି ଆଠମଲ୍ଲିକ ଏସବିଆଇ ମୁଖ୍ୟ ଶାଖା ଏଟିଏମ ସମ୍ମୁଖରେ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଅଭିଯୋଗକାରୀ କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ କହିବା ଅନୁସାରେ, ଏହି କାମ ପାଇଁ ଦୀର୍ଘ ୬ ମାସ ହେଲା ଆଠମଲ୍ଲିକ ତହସିଲ ବିଭାଗ ତାଙ୍କୁ ଦଉଡାଉ ଥିଲେ । ଟ୍ରାପ ପରେ ସତ୍ୟପ୍ରିୟ ନାୟକଙ୍କ ଦୁଇଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

  • ଆଜି ପ୍ରସିଦ୍ଧ ବାରୁଣୀ ସ୍ନାନ

    ଆଜି ପ୍ରସିଦ୍ଧ ବାରୁଣୀ ସ୍ନାନ

    ଆଜି ପବିତ୍ର ବାରୁଣୀ ସ୍ନାନ । ପ୍ରତିବର୍ଷ ଚୈତ୍ର ମାସରେ ଏହି ବୁଡ ପାଳନ କରାଯାଏ । ସନାତନ ଧର୍ମର ଏହା ହେଉଛି ଏକ ଅନନ୍ୟ ସ୍ନାନ। ବାରୁଣୀ ସ୍ନାନ ଅବସରରେ ଚଳଚଞ୍ଚଳ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପୂର୍ଣ୍ଣତୟା ଚିତ୍ରୋତ୍ପଳା ନଦୀ |ନଦୀରେ ପବିତ୍ର ସ୍ନାନ କରିବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଏବଂ ଛୋଟ ପିଲାଙ୍କର ମୁଣ୍ଡନ କରିବା ପାଇଁ ଛୁଟି ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

    ନଦୀ କୂଳରେ ବସିଥିବା ଫକୀର ମାନଙ୍କୁ ଅରୁଆ ଚାଉଳ ବିରି ମିଶାଇ ଦେବା ସହ ଟଙ୍କା ଦାନ ଦେଇଥାନ୍ତି ଶ୍ରଦ୍ଧାଳୁ ମାନେ । ଏହି ପବିତ୍ର ତିଥିରେ ବୁଡ ପକାଇଲେ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଗ୍ରାମବାସୀ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • ଚତୁର୍ଥ ବାଟାଲିୟନ ସିଆରପିଏଫର ଜନ ସମ୍ପର୍କ କାର୍ଯ୍ୟକ୍ରମ

    ଚତୁର୍ଥ ବାଟାଲିୟନ ସିଆରପିଏଫର ଜନ ସମ୍ପର୍କ କାର୍ଯ୍ୟକ୍ରମ

    ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡିମିରିଗୁଡ଼ା ଠାରେ ଥିବା ବି ଚତୁର୍ଥ ବାଟାଲିୟନଙ୍କ ଦ୍ଵାରା ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ୍ କମାଡେଣ୍ଟ ଫୀରୋଜ କୁଜୁର୍ ଙ୍କ ନିର୍ଦ୍ଦେଶରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଡେପୁଟି କମାଡେଣ୍ଟ ମୁକେଶ ସିଂ ଓ ଚତୁର୍ଥ ବାହିନୀ କମ୍ପାନୀ କମାଣ୍ଡର ରାମକେସ ମୀନା ଉପସ୍ଥିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏସ ଆଇ ସୁନାକର ଜେନା, ଏସ ଆଇ ରାମ ସିଂ,ଏସ ଆଇ ଅକ୍ଷୟ କୁମାର, ଡିମିରିଗୁଡା ସରପଞ୍ଚ ଚୁମୁଲି ମାଝୀ, ରଘୁବାରି ସରପଞ୍ଚ ନାଉଙ୍ଗା ମାଝୀ ପ୍ରମୁଖ ସହାୟତା କରିଥିଲେ ।

    ବିଭିନ୍ନ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠିର ସମସ୍ତ ମହିଳା ସଦସ୍ୟାମାନେ ଉପସ୍ଥିତ ଥିଲେ । ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଚତୁର୍ଥ ବାଟାଲିୟନ ଦ୍ଵାରା ଅଞ୍ଚଳର ଗରିବ ଓ ଅସହାୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ । ରାଘୁବାରୀ, ଦୋରା ଗାଁ, ଭାଲିଆପଦର, ଟିକରପଡା, ଡେମା ପଦର ଗ୍ରାମର ମହିଳା ଗୋଷ୍ଠୀଙ୍କୁ ମହୁମାଛି ଚାଷ ପାଇଁ ଉପକରଣ ଡିମିରିଗୁଡ଼ା ମହିଳା ଗୋଷ୍ଠୀଙ୍କୁ ମହବତି ତିଆରି ପାଇଁ ଉପକରଣ ସହ କଞ୍ଚା ମାଲ ଯୋଗାଇ ଦିଆଯାଇଛି ।

  • ବିଜେପିରେ ମିଶିଲେ ୫୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ

    ବିଜେପିରେ ମିଶିଲେ ୫୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ

    ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ର ଚମାଖଣ୍ଡିରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଟାଙ୍ଗଣା ପଲି ସରପଞ୍ଚ ବି.ସୁଦାମ, ସମିତି ସଭ୍ୟା ମୀନା କୁମାରୀ ସାହୁଙ୍କ ସମେତ ବହୁ ବିଜେଡି, କଂଗ୍ରେସ, ସିପିଆଇ ରୁ ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଚମାଖଣ୍ଡି ସ୍ଥିତ ଟାଙ୍ଗଣା ପଲି ପଡିଆଠାରେ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନେତୃତ୍ୱରେ ଅନୁପ୍ରାଣିତ ହୋଇ ସହ ସହ ନେତା ଓ କର୍ମୀ ଯୋଗଦେଇଛନ୍ତି ।

    ଏହି ମିଶ୍ରଣ ପର୍ବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସମସ୍ତ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବ୍ଲକ୍ ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ, ପଦ୍ମ ଚରଣ ସାହୁ, ଜ୍ୟୋତି ରଞ୍ଜନ ସାହୁ, ଏମ ପି ପ୍ରତିନିଧି ସନ୍ତୋଷ ରେଡ୍ଡୀ ଙ୍କ ସମେତ ବହୁ ରାଜନେତା ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ମଣ୍ଡଳ ସଭାପତି ସମ୍ପଦ ନାହାକ, ଏଥିରେ ଅଧ୍ୟକ୍ଷତା କରିଥିଲେ ।