Blog

  • ପାହାଡ ଉପର ଗଛରେ ଝୁଲୁଛନ୍ତି ଯୁବକ

    ପାହାଡ ଉପର ଗଛରେ ଝୁଲୁଛନ୍ତି ଯୁବକ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜନୈକ ଯୁବକ ବେକରେ ଦଉଡି ବାନ୍ଧି ଗଛରେ ଝୁଲୁଥିବା ପରିଲକ୍ଷିତ ହୋଇଛି । ମୃତକ ରାଜଗାଙ୍ଗପୁର ପୈ।ରାଞ୍ଚଳ ସଂଲଗ୍ନ ଟ୍ରାକ୍ସନ କଲୋନୀର ବାସିନ୍ଦା ଗୈାତମ ଯାଦବ ( ୩୫ ) ବୋଲି ଜଣାପଡ଼ିଛି । ତେବେ କେଉଁ କାରଣରୁ ଏକ ନିଛାଟିଆ ଜଙ୍ଗଲ ଭିତରେ ପ୍ରବେଶ କରି ଗଛରେ ରସି ବାନ୍ଧି ଆତ୍ମହତ୍ୟା ଭଳି ଏତେବଡ଼ ପଦକ୍ଷେପ ନେଲେ କାହିଁକି ? କେହି କୈାଣସି କାରଣରୁ ତାଙ୍କୁ ଅନ୍ୟତ୍ର ହତ୍ୟାକରି ଏଠାରେ ଆଣି ଝୁଲାଇ ଦେଇଥିବା ଆଶଙ୍କା କରାଯାଉଛି । ତେବେ ଘଟଣାସ୍ଥଳରୁ ସ୍ଥାନୀୟ ବାସିନ୍ଦା ପୋଲିଶକୁ ଅବଗତ କରାଇଥିଲେ ହେଁ ବହୁ ବିଳମ୍ବ ପର୍ଯ୍ୟନ୍ତ ପୋଲିଶ ପହଞ୍ଚି ନ ଥିବା ନେଇ ଜନମଞ୍ଚ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଯାଞ୍ଚ କରିବା ସହ ଶବ ବ୍ୟବଚ୍ଛେଦ ପରେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି । ତେବେ ଘଟଣା ବିଷୟରେ ପରିବାର ଲୋକଙ୍କୁ ଅବଗତ କରାଯାଇଛି । ମୃତକ ଝାରବେଡା ଅଞ୍ଚଳରେ ଥିବା ଏକ ଘରୋଇ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ତିନୋଟି ନାବାଳକ ସନ୍ତାନ ଥିବା ଜଣାପଡିଛି । ଏହାର ସଠିକ ତଦନ୍ତ କରି ପରିବାର ବର୍ଗଙ୍କୁ ଉଚିତ ନ୍ୟାୟ ଦେବାକୁ ବୁଦ୍ଧିଜୀବୀ ମହଲ ଦାବି କରିଛି । ସକାଳୁ ଜଙ୍ଗଲକୁ କାଠ ଗୋଟାଇ ବାକୁ ଯାଇଥିବା ଲୋକେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କୁ ଦେଖି ଗ୍ରାମବାସୀଙ୍କୁ ସୂଚିତ କରିଥିଲେ ।

  • ବାବା ରାମେଶ୍ଵର ଶିବ ମନ୍ଦିରର ବାର୍ଷିକ ଉତ୍ସବ

    ବାବା ରାମେଶ୍ଵର ଶିବ ମନ୍ଦିରର ବାର୍ଷିକ ଉତ୍ସବ

    ଶ୍ରୀ ଶ୍ରୀ ବାବା ରାମେଶ୍ୱର ଶିବ ମନ୍ଦିରର ବାର୍ଷିକ ଉତ୍ସବ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସଵ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଧୁମଧାମର ସହ ପାଳନ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ମାସ ୩୧ ତାରିଖରେ ପାଳିତ ହୋଇଛି । ମଙ୍ଗଳବାର ଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମରେ ଭୂୟାଁ ରୋଇଡା ପଞ୍ଚାୟତ ରୋଇଡା ଗ୍ରାମରେ ସ୍ବର୍ଗତ ବିଶ୍ବନାଥ ପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବାବା ରାମେଶ୍ୱର ମହାଦେବ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

    ୨୦୦୪ ମସିହାରେ ଭୂମିପୂଜନ ହେବା ପରେ ୨୦୦୯ ମସିହାରେ ଠିକ୍ ଏହି ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ଶିବ ମନ୍ଦିର। ବାବାଙ୍କ କୃପା ଓ ଅଲୌକିକ ଲୀଳାରୁ ଧୀରେ ଧୀରେ ଯୋଡି ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । ସ୍ଥାନୀୟ ଭୂୟାଁ ରୋଇଡା ସରପଞ୍ଚ ତୁଳସୀ ବବଙ୍ଗାଙ୍କ ନେତୃତ୍ୱରେ ବାବା ରାମେଶ୍ୱର ମନ୍ଦିରର ଏହି ବାର୍ଷିକ ଉତ୍ସବଟି ମନ୍ଦିରର ରୀତିନୀତି ଅନୁଯାୟୀ ପାଳିତ ହୋଇଥିଲା । ଯଜ୍ଞ ଆରମ୍ଭ ପୂର୍ବରୁ ୧୦୮ ଜଣ ମହିଳା କ୍ୟାଥହାଟିଂ ସୁନାନଦୀ ଘାଟରୁ ମନ୍ତ୍ର ଉଚ୍ଚାରଣ ପୂର୍ବକ କଳସୀରୁ ପାଣି ଉଠାଇ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ ।ବ୍ରତଧାରୀ ଜଳଭର୍ତ୍ତୀ କଳସୀ ସମୂହକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରି ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁଯାୟୀ ମାଙ୍ଗଳିକ କାର୍ଯ୍ୟକ୍ରମ ସମୂହ ଅନୁଷ୍ଠିତ ହୋଇଥିଲା । ୩ ଦିନ ଧରି କାର୍ଯ୍ୟକ୍ରମ କରାଯାଉ ଥିବା ବେଳେ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମନ୍ଦିର ତରଫରୁ କରାଯାଇଛି। ଏହି ୧୬ ତମ ମନ୍ଦିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ସଞ୍ଜୟ ପାତ୍ର ଓ ଗ୍ରାମବାସୀ ପରିଚାଳନା କରୁଥିବା ଦେଖା ଯାଇଥିଲା।

  • ବରିଷ୍ଠ ସାମ୍ୱାଦିକ ନାରାୟଣ ସାହାଣୀଙ୍କ ପରଲୋକ

    ବରିଷ୍ଠ ସାମ୍ୱାଦିକ ନାରାୟଣ ସାହାଣୀଙ୍କ ପରଲୋକ

    କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ଇଟିଭି ର ସାମ୍ବାଦିକ ନାରାୟଣ ଚନ୍ଦ୍ର ସାହାଣୀଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ମୃତ୍ଯୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସାମ୍ବାଦିକ କ୍ଷେତ୍ରରେ ସାହାଣୀ ବାବୁ ବୋଲି ସାରା ଜିଲ୍ଲାରେ ଗାଁ ଗହଳିଠୁ ଆରମ୍ଭ କରି ବିଭିନ୍ନ ସରକାରୀ ,ବେସରକାରୀ ଅନୁଷ୍ଠାନ ରେ ବେଶ୍ ପରିଚିତ । ସ୍ଵର୍ଗତ ସାହାଣୀ ବାବୁ ତାଙ୍କ ସାମ୍ବାଦିକତା ସମୟରେ ଅନେକ ସାମ୍ବାଦିକଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଛନ୍ତି । ସ୍ଵର୍ଗତ ସାହାଣୀ ୨୦୨୨ ରେ ଖବର ସଂଗ୍ରହ ପାଇଁ ଯିବା ସମୟରେ ଏକ ସଡକ ଦୁର୍ଘଟଣାରେ ଆହାତ ହୋଇଥିଲେ । ପରେ ପକ୍ଷାଘାତ ଅବସ୍ଥାରେ ପାଟକୁରା ରେ ଥିବା ତାଙ୍କ ସହଧର୍ମିଣୀଙ୍କ ବାସଭବନରେ ରହି ଆସୁଥିଲେ । ଗତ ୨୭ ତାରିଖରେ ତାଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ହେଲେ ଚିକିତ୍ସଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।

    ସ୍ଵର୍ଗତ ସାହାଣୀ ଙ୍କ ମୃତ୍ଯୁ ନିକଟରେ ତାଙ୍କର ସହଧର୍ମିଣୀ ଓ ବଡ ଝିଅ ଉପସ୍ଥିତ ଥିଲେ । ସ୍ଵର୍ଗତ ସାହାଣୀ ପ୍ରଥମେ ଘରୋଇ ଦୈନିକ ଖବରକାଗଜ ରୁ ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ପରେ ଜିଲ୍ଲାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ରୂପେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ଅନେକ ସ୍ଥାନରେ ସାମ୍ବାଦିକତା କାର୍ଯ୍ୟକରି ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କର ଆବର୍ତ୍ତମାନରେ ନୀଳାମ୍ବର ରଥ ,ନନ୍ଦିଘୋଷ ର ସାମ୍ବାଦିକ ମଳୟ ମହାନ୍ତିଙ୍କ ସମେତ ବହୁ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ମାନେ ଶୋକ ପ୍ରକାଶ କରିଛନ୍ତି ।

    ସ୍ଵର୍ଗତ ସାହାଣୀ ଙ୍କ ପରଲୋକ ଖବର ପାଇଁ ପାଟକୁରା ବାସଭବନ ଠାରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ସାମ୍ବାଦିକ ମନୋଜ ସ୍ଵାଇଁ , ଦେବାଶିଷ ମିଶ୍ର , ହିମାଂଶୁ ନାୟକ , ପ୍ଲାବନ ସ୍ଵାଇଁ , ପ୍ରତୀକ ମିଶ୍ର , ସୁବାସ ସାହୁ ଙ୍କ ସମେତ ସମାଜସେବୀ ଅଜୟ ରାଉତ , ନାରୀନେତ୍ରୀ ରାଜଲକ୍ଷ୍ମୀ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ପାର୍ଥିବ ଶରୀରକୁ ନିଜ ଗାଁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଚେରିପଡା ରେ ଥିବା ପୈତୃକ ବାସଭବନ କୁ ଶୋଭାଯାତ୍ରାରେ ନିଆଯାଇଥିଲା । ଆସନ୍ତା କାଲି ତାଙ୍କ ସାନ ଝିଅ ପହଞ୍ଚିବା ପରେ ତାଙ୍କର ଗାଁ ଶ୍ମଶାନରେ ଶେଷ କୃତ୍ୟ କରାଯିବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି ।

    ସାମ୍ବାଦିକ ନାରାୟଣ ସାହାଣୀ ଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର , କଂଗ୍ରେସ ନେତା ରତିକାନ୍ତ କାନୁନଗୋ , ବିଜେଡି ନେତା ରବି ସାମଲ ,ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ ,ସମବାୟବିତ ପ୍ରମୋଦ ସାହୁ , ବିଜେପି ନେତା ତେଜେଶ୍ୱର ପରିଡା ,ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

  • ଟ୍ରଲର – ହାଇୱା ମୁହାଁ ମୁହିଁ ଧକ୍କା

    ଟ୍ରଲର – ହାଇୱା ମୁହାଁ ମୁହିଁ ଧକ୍କା

    ଟ୍ରଲର ସହ ହାଇୱା ମୁହାଁ ମୁହିଁ ଧକ୍କା ହୋଇଛି । ଟ୍ରଲର ଡ୍ରାଇଭର ମୃତ ହୋଇଥିବା ବେଳେ ହେଲପର ଗୁରୁତର ହୋଇଥିବା ଜଣାପଡିଛି । ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର ର ଶୈଲଙ୍ଗ ବିଜି ମୋଟର୍ସ ଛକ ନିକଟରେ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରଲର କୁ ବିପରିତ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା ।

    ଯାହାଫଳରେ ଘଟଣାସ୍ଥଳରେ ହିଁ ଟ୍ରଲର ଡ୍ରାଇଭରଙ୍କ ମୃତ୍ଯୁ ହୋଇଥିବାବେଳେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଡ୍ରାଇଭର ହେଉଛନ୍ତି ବିହାର ଅଞ୍ଚଳର ମାନସ , ଗରୁତର ହେଲପର ଦୋହନଲାଲ ଜାଦବ ହୋଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଘଷିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

  • ଘଷିପୁରାର ପାଣ୍ଡୁଆ ଓ ପଞ୍ଚହରାରେ ଇଦ୍ ପାଳିତ

    ଘଷିପୁରାର ପାଣ୍ଡୁଆ ଓ ପଞ୍ଚହରାରେ ଇଦ୍ ପାଳିତ

    ମୁସଲିମ୍ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍ ବା ଇଦ୍-ଉଲ୍-ଫିତର । ଦାନ ଓ ଧର୍ମର ପର୍ବ ହେଉଛି ଇଦ୍ । ରମଜାନ୍ ଅବସରରେ ଏକ ମାସ ଉପବାସ କରିବା ପରେ ପାଳିତ ହୋଇଛି ଇଦ୍ । ଇଦ୍ ପାଇଁ ଉତ୍ସବମୁଖର ହୋଇଛି ସାରା ରାଜ୍ୟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଅଞ୍ଚଳର ପାଣ୍ଡୁଆ ଓ ପଞ୍ଚହରା ଗ୍ରାମରେ ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍-ଉଲ୍-ଫିତର ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି ।

    ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସର ଶେଷ ଦିବସ ପରଦିନ ଏହି ଇଦ୍-ଉଲ୍-ଫିତର ପାଳନ ଅବସରରେ ନିକଟସ୍ଥ ବିଭିନ୍ନ ଇଦଗା ଓ ମସଜିଦ୍‌ରେ ଅନୁଷ୍ଠିତ ସାମୁହିକ ନମାଜ ପାଠ କରାଯିବା ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ର ଶୁଭେଚ୍ଛା ଜଣାଇଥିଲେ । ପାଣ୍ଡୁଆ ମସଜିଦ ଓ ପଞ୍ଚହାରା ମସଜିଦ ପ୍ରଭୃତିରେ ମୁସଲମାନ ଭାଇମାନେ ସାମୂହିକ ନମାଜ ପାଠ କରିଥିଲେ । ଇଦ୍‌ର ଶୁଭେଚ୍ଛା ଜଣାଇ ଖୁସି ମନାଇବା ସହ କବର ସ୍ଥାନ ଯାଇ ପିତୃପୁରୁଷଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

  • ଘଷିପୁରାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

    ଘଷିପୁରାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

    ଓଡିଶା ସରକାର ଦ୍ବାରା ଆୟୋଜିତ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହି ଅବସରରେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକରେ ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ଓଡ଼ିଶା ସରକାର ଦ୍ବାରା ଆୟୋଜିତ ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କରିଛନ୍ତି ।

    ମୁଖ୍ୟ ଅତିଥି ଭାବେ ବିଧାୟକ ବଦ୍ରି ନାରାୟଣ ପାତ୍ର ଯୋଗ ଦେଇଥିଲେ । ତେବେ ଏହି ଅର୍ଥ ରାଶି ସରକାର ଅଧିକ କରିବା ପାଇଁ ଦାବୀ ରଖିଛନ୍ତି । ବିଡ଼ିଓ ଓ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ୮୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।

  • ଜୟଦେବ ସଦନ ପରିସରରେ ଡା.ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

    ଜୟଦେବ ସଦନ ପରିସରରେ ଡା.ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

    ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ଡା ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ପାରାଦ୍ଵୀପ ଜୟଦେବ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳଙ୍କ ସମେତ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ର ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

    ଡା. ଦେବେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ଆଜି ରାଜ୍ୟରେ ଭାରତୀୟ ଜନତା ପାର୍ଟି ସାଂଗଠନିକ ସ୍ଥାନରେ ଶକ୍ତିଶାଳୀ ହେବା ସହିତ ସରକାର ଗଠନ କରିବାରେ ସଫଳ ହୋଇଛି । ଡାକ୍ତରୀ ପେଶା ଛାଡି ତୃଣ ମୂଳ ସ୍ତରର ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ରାଜନୀତି କୁ ଆସିଥିବା ଡା. ପ୍ରଧାନଙ୍କ ମାର୍ଗଦର୍ଶନ ଓଡିଶାର ବିଜେପି ପାଇଁ ବରଦାନ ପାଲଟିଛି । ତାଙ୍କର ମୃତ୍ୟୁରେ ସମଗ୍ର ଓଡିଶାର ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

  • ତିର୍ତ୍ତୋଲ ବ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

    ତିର୍ତ୍ତୋଲ ବ୍ଲକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

    ଅନ୍ତ୍ୟୋଦୟ ଗୃହ ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ବ୍ଲକ ଅଧକ୍ଷ ମନୋଜ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡଃ. ରମାକାନ୍ତ ଭୋଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲା ପରିଷଦ ରଞ୍ଜିତା ସିଂ, ବ୍ଲକ ଉପାଧ୍ୟକ୍ଷା , ବିଡ଼ିଓ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ , ବ୍ଲକ ପ୍ରକଳ୍ପ ଅଧିକାରୀ , ସରପଞ୍ଚ , କାନୀମୂଳ ସମିତି ସଭ୍ୟ ବସନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

    ଅନ୍ତ୍ୟୋଦୟ ଗୃହ ଯୋଜନାରେ ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତରେ ମୋଟ ୧୩୭ ହିତାଧିକାରୀ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ସମସ୍ତ ଲୋକ ପ୍ରତିନିଧି ଉପସ୍ଥିତ ରହି ସେମାନଙ୍କ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ସହଯୋଗ କରିଥିଲେ ।

  • ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ

    ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ

    ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ (ଓମ୍ଫା)ର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ତିନିବର୍ଷକୁ ଥରେ ନିର୍ବାଚନ ହେଉଥିବା ଏହି ସଙ୍ଘର ୯ ଟି ପଦବି ପାଇଁ ଚଳିତବର୍ଷ ଦୁଇଟି ପ୍ୟାନେଲରୁ ୧୮ ଜଣ ପ୍ରତିଦ୍ବନ୍ଦ୍ବୀ ପାରାଦ୍ଵୀପ ସ୍ଥିତ ଓମ୍ଫା କାର୍ଯ୍ୟାଳୟରେ ପ୍ରାଥିପତ୍ର ଦାଖଲ କରିଛନ୍ତି। ଗୋଟିଏ ପ୍ୟାନେଲର ସଭାପତି ପ୍ରାଥି ଅମରଜିତ୍ ଜେନାଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ପ୍ରାଥି ରଶ୍ମି ରଂଜନ ପରିଡ଼ା, ଉପସଭାପତି ପ୍ରାଥି ବିଜୟ ମହାନ୍ତି, କୋଷାଧ୍ୟକ୍ଷ ପ୍ରାଥି ସରୋଜ ପ୍ରଧାନ ଙ୍କ ସମେତ ସମସ୍ତ ପ୍ରାର୍ଥୀ ଓ ସଂଖ୍ୟାଧିକ ସଭ୍ୟ ଜଗନ୍ନାଥ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ଏକ ଶୋଭାଯାତ୍ରାରେ ପ୍ରାଥିପତ୍ର ଦାଖଲ କରିଥିଲେ।

    ସେହିପରି ଅନ୍ୟ ପ୍ୟାନେଲ ର ସଭାପତି ପ୍ରାର୍ଥୀ ଶ୍ରୀକାନ୍ତ ପରିଡା ଙ୍କ ନେତୃତ୍ବରେ ସଂଖ୍ୟାଧିକ ସଭ୍ୟ ଓ ସମସ୍ତ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୩୦ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବା ସହିତ ଆସନ୍ତା ଏପ୍ରିଲ ୯ ତାରିଖରେ ଭୋଟ ଗ୍ରହଣ ଏବଂ ସନ୍ଧ୍ୟାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

  • ବାଲେଶ୍ଵର ଜିଲ୍ଲା କାସିଆ ଚଟାଣ ଛକଠାରେ ଯୁବକଙ୍କ ମୃତଦେହ ଠାବ

    ବାଲେଶ୍ଵର ଜିଲ୍ଲା କାସିଆ ଚଟାଣ ଛକଠାରେ ଯୁବକଙ୍କ ମୃତଦେହ ଠାବ

    ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୂଳି ଲଙ୍ଗଳେଶ୍ଵର ରାସ୍ତାର କାସିଆ ଚଟାଣ ଛକ ନିକଟରେ ଏକ ଗଳିତ ମୃତଦେହ ଠାବ ହୋଇଛି। ମୃତକ ହେଲେ କୈନଗ୍ରୀ ପଞ୍ଚାୟତର ଡୁବୁଲିଆ ଗ୍ରାମର ମଧୁସୂଦନ ଜେନା । ରାସ୍ତା କଡ଼ରେ ଥିବା ଘାସବୁଦା ଭିତରେ ମୃତଦେହ ପଡ଼ିଥିବାବେଳେ ଦୁର୍ଗନ୍ଧ ହେବାରୁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ୨ ହଳ ଜୋତା ଓ ବାଇକର ଭଙ୍ଗା ଇଣ୍ଡିକେଟର ମିଳିଛି। ଏଥିସହିତ ନିକଟସ୍ଥ ପେଟ୍ରୋଲ ନିକଟରେ ଏକ ପରିତ୍ୟକ୍ତ ବାଇକ ୩ଦିନ ହେଲା ପଡ଼ିଥିବା ଦେଖିବାକୁ ମିଳିଛି। ବାଇକଟି କାହାର କିପରି ସେଠାକୁ ଆସିଲା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ’କଲେ ଜଣାପଡ଼ିବ ବୋଲି କୁହାଯାଉଛି। ତେବେ ଏହା ହତ୍ୟା ନା ଦୁର୍ଘଟଣାଜନିତ ମୃତ୍ୟୁ ତାକୁ ନେଇ ସନ୍ଦେହ ବଢ଼ିଛି।