Blog

  • ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜୁ ଜନତା ଦଳ ପଲଟନ ପଡିଆ ସ୍ଥିତ କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର , ବେଗୁନିଆଁ ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ,ପୁର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିଶ୍ନା ମାନ୍ଧାତା , ଖୋର୍ଦ୍ଧା ପୌର ପରିଷଦର ୧୫ ରୁ ଉର୍ଦ୍ଧ କାଉନସିଲର ଉପସ୍ଥିତ ଥିଲେ। ଏହି ଆଲୋଚନା ଚକ୍ରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀ ଆହ୍ବାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

  • ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜୁ ଜନତା ଦଳ ପଲଟନ ପଡିଆ ସ୍ଥିତ କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର , ବେଗୁନିଆଁ ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ,ପୁର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିଶ୍ନା ମାନ୍ଧାତା , ଖୋର୍ଦ୍ଧା ପୌର ପରିଷଦର ୧୫ ରୁ ଉର୍ଦ୍ଧ କାଉନସିଲର ଉପସ୍ଥିତ ଥିଲେ। ଏହି ଆଲୋଚନା ଚକ୍ରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀ ଆହ୍ବାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

  • ଆନନ୍ଦପୁରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

    ଆନନ୍ଦପୁରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍ତରେଶ୍ୱର ମନ୍ଦିର ନିକଟ ରେ ବିଜୁବାବୁଙ୍କ ୨୮ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ଯୋଗଦେଇଥିବା ବେଳେ ସ୍ଥାନିୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ବିଜୁବାବୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରାଜ୍ୟ ତଥା ଦେଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଛନ୍ତି । ଆଜିର ଯୁବଗୋଷ୍ଠି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଅତିଥି ମାନେ ମଞ୍ଚରୁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି ।

  • ଆଦିବାସୀ ଚାଷୀ ମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା

    ଆଦିବାସୀ ଚାଷୀ ମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ ଆଦିବାସୀ ଗ୍ରାମ ଦଲକୀ ଗ୍ରାମରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ କୃଷି ଅଧିକାରୀ ମାନେ । ଅନେକ ସମୟରେ ସରକାରଙ୍କ କୃଷି ଉପରେ ଥିବା ବିଭିନ୍ନ ଯୋଜନା ଆଦିବାସୀ ଭାଇ ଭଉଣୀ ମାନେ ଜାଣିପାରିନଥାନ୍ତି ସେଥିପାଇଁ ଆଦିବାସୀ ଗ୍ରାମରେ କୃଷି ବିଭାଗ ପକ୍ଷରୁ ଚାଷ କିପରି କରିବେ ,କେଉଁ କେଉଁ ଚାଷକରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ,ଆନନ୍ଦପୁର ସହକାରୀ ଉଦ୍ୟାନ କୃଷି ଅଧିକାରୀ ମାସୁମ ମହାନ୍ତି , ମଣ୍ଡି ପର୍ଯ୍ୟବେକ୍ଷକ ଶକ୍ତି ପ୍ରସାଦ ମିଶ୍ର, ପ୍ରାଣୀ ଚିକିତ୍ସକ ଡ଼. ଶିବ ପ୍ରସାଦ ନାୟକ, ଗ୍ରାମ୍ୟ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଦିବାସୀ ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।

  • ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

    ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

    ରାଜ୍ୟରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହେବା ପରେ ନୂତନ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଏହି କ୍ରମରେ କଟକର ବିଭିନ୍ନ ବ୍ଲକରେ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଭଦ୍ରେଶ୍ଵର ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ବଣ୍ଟନ ହୋଇଥିଲା । ମାହାଙ୍ଗା ର ନବ ନିର୍ବାଚିତ ବିଧାୟକ ସାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

    ମାହାଙ୍ଗା ବ୍ଲକ ରେ ମୋଟ ୭ ଟି ସ୍ଥାନରେ ସ୍ଵତନ୍ତ୍ର ଭାବେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରେ ମାହାଙ୍ଗା ର ୬ ହଜାର ଲୋକ ଏହି କାର୍ଡ ଦ୍ବାରା ଉପକୃତ ହେବେ । ଏହି ଅବସରରେ ଆୟୁଷ୍ମାନ ଭାରତ ଯୋଜନା ଇନସୁରାନ୍ସ ନୁହେଁ ବରଂ ଆସୁରାନ୍ସ୍ । ଏହା ହେଉଛି ପୃଥିବୀର ସବୁଠାରୁ ବୃହତମ ଯୋଜନା ବୋଲି ବିଧାୟକ ମତ ପ୍ରକାଶ କରିଥିଲେ ।

    ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ମାହାଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଣି ତନୁଜା ବିନ୍ଧାଣି, ଡକ୍ଟର ବିକାଶ ବେହେରା, ମାନସ ବେହେରା ସମେତ ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ ଭଦ୍ରେଶ୍ଵର ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ, ବିଜୟ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହିଥିବା ଜଣାପଡିଛି ।

  • ୨ ମହିଳାଙ୍କୁ ଦଳି ଦେଲା ଦନ୍ତା

    ୨ ମହିଳାଙ୍କୁ ଦଳି ଦେଲା ଦନ୍ତା

    ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ । ମହୁଲ ଗୋଟାଇବାକୁ ଯାଇଥିବା ଦୁଇ ଜଣ ମହିଳାଙ୍କୁ ଦଳି ଦେଲା ବଣୁଆ ହାତୀ । ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ନିଆଯାଉଥିବା ଅନ୍ୟ ଜଣେ ମହିଳାଙ୍କ ହସ୍ପିଟାଲ ରେ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଟୁର୍ଚା ଗାଁର କେତକୀ ସାହୁ ଓ କୁମୋଦିନୀ ସାହୁ ।

    ସୂଚନା ଅନୁସାରେ, ଟୁର୍ଚା ଗାଁର କେତକୀ ସାହୁ ଓ କୁମୋଦିନୀ ସାହୁ ମହୁଲ ଗୋଟାଇବାକୁ ଯାଇଥିଲେ । ଫେରିବା ବାଟରେ ବଣୁଆ ହାତୀ ମହିଳାମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ହସପିଟାଲରେ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଅଞ୍ଚଳବାସୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାର ବର୍ଗଙ୍କୁ ରୋଜଗାର ଯୋଗାଇ ଦେବା ଦାବିରେ ବନ ବିଭାଗର ବରଗଡ଼ ଡିଏଫଓ, ଏସିଏଫ, ରେଞ୍ଜର, ଫରେଷ୍ଟରଙ୍କୁ ଘେରାଉ କରିଥିଲେ । ଉତ୍ତ୍ୟକ୍ତ ଲୋକଙ୍କ ସହିତ ବନ ବିଭାଗ ଅଧିକାରୀମାନେ ଆଲୋଚନା କରିବା ସହ ମୃତକଙ୍କ ପରିବାରକୁ 6ଲକ୍ଷ ଟଙ୍କା ଅନୁକମ୍ପା ଆର୍ଥିକ ସହାୟତା ଓ ପରିବାର ସଭ୍ୟଙ୍କୁ ରୋଜଗାର ବ୍ୟବସ୍ଥା କରିବା ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଶାନ୍ତ ହୋଇଥିଲେ । ହାତୀଟି ବର୍ତ୍ତମାନ ଛିନ୍ଦ୍ରାପାଲି ନିକଟସ୍ଥ ଜଙ୍ଗଲରେ ଘୂରି ବୁଲୁଥିବା ସୂଚନା ମିଳିଛି ।

  • ନାରୀ ନ୍ୟାୟ ପାଇଁ ଖୋର୍ଦ୍ଧା କଂଗ୍ରେସର ମଶାଲ ଶୋଭାଯାତ୍ରା

    ନାରୀ ନ୍ୟାୟ ପାଇଁ ଖୋର୍ଦ୍ଧା କଂଗ୍ରେସର ମଶାଲ ଶୋଭାଯାତ୍ରା

    ରାଜ୍ୟରେ ମହିଳା ମାନଙ୍କ ପ୍ରତି ବଢୁଥିବା ନିର୍ଯାତନା , ଅତ୍ୟାଚାର , ଦୁଷ୍କର୍ମ ଭଳି ଘଟଣାକୁ ବିରୋଧ କରୁଛି କଂଗ୍ରେସ । ଏହା ବିରୁଦ୍ଧରେ କଂଗ୍ରେସ ନେତ୍ରୀ ସୋନାଲି ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା କଂଗ୍ରେସ କମିଟି ଦ୍ୱାରା ଏକ ମଶାଲ ଶୋଭାଯାତ୍ରା ଖୋର୍ଦ୍ଧା ବ୍ୟାଙ୍କ ଛକ ଠାରୁ ବାହାରି ଗୀତାଭବନ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତ୍ରୀ କହିଛନ୍ତି ସାରା ରାଜ୍ୟରେ ୧୦ ମାସର ସରକାର ସମୟରେ ୨୪ ହଜାର ରୁ ଉର୍ଦ୍ଧ୍ବ ମହିଳାଙ୍କ ପ୍ରତି ହିଂସା ହୋଇଥିବା ବେଳେ ୨୦୦୦ ରୁ ଉର୍ଦ୍ଧ୍ବ ମହିଳା ବଲାତ୍କାରର ଶିକାର ହୋଇଛନ୍ତି । ସେହିପରି ସରକାରୀ ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଛୋଟ ଛୋଟ ନାବାଳିକ ମାନେ ଅନ୍ତଃସତ୍ଵା ହେବା ଓ ଶିଶୁଙ୍କୁ ଜନ୍ମଦେବା ଚିନ୍ତାର ବିଷୟ ପାଲଟିଛି । ଖାଲି ସେତିକି ନୁହେଁ ପ୍ରାୟ ୬୪ ଜଣ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ୬୦ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି ।

    ସେମାନେ କୁଆଡେ ଗଲେ କୌଣସି ପତ୍ତା ନମିଳିବା ସନ୍ଦେହକୁ ଆହୁରି ଦୃଢ଼ୀଭୁତ କରୁଛି । ନିଖୋଜ ହୋଇଥିବା ମହିଳା ଓ ଶିଶୁ ଅଙ୍ଗ ତସ୍କରୀର ଶିକାର ହୋଇଛନ୍ତି କି ସେମାନଙ୍କୁ ଯୌନ ଶୋଷଣ କରାଯାଉଛି , ସେ ବିଷୟରେ ସରକାର ଆଦୌ ଚିନ୍ତିତ ନୁହନ୍ତି । ତେଣୁ ସରକାର ମହିଳାଙ୍କ ସୁରକ୍ଷା , ସମ୍ମାନ ଓ ସ୍ୱାଭିମାନକୁ ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟ ସମେତ ଖୋର୍ଦ୍ଧାରେ ମଧ୍ୟ ମଶାଲ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ପ୍ରୟାସ କରାଯାଉଛି । ଏହି ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ସଫଳ କରିଥିବାରୁ ସୋନାଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

  • ପାରାଦ୍ଵୀପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ

    ପାରାଦ୍ଵୀପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ

    ପାରାଦ୍ଵୀପ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ପୌରପରିଷଦ ଅଧ୍ୟକ୍ଷ ତଥା ପାରାଦ୍ଵୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ଵାଳଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଠରବାଙ୍କି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ପୌରପରିଷଦ ଅଧ୍ୟକ୍ଷ ତଥା ପାରାଦ୍ଵୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ଵାଳଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଠରବାଙ୍କି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏକ ସଭାର ଆୟୋଜନ କରାଯାଇଥିଲା । ପୂର୍ବତନ ପରିଷଦ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା ଓ ପରିଷଦ ଯୋଗ ଦେଇଥିଲେ ।

    ଓଡ଼ିଶାକୁ ସମୃଦ୍ଧି ପଥକୁ ଆଗେଇ ନେବାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ସେ ଦଳମତ ନିର୍ବିଶେଷରେ ରାଜନୀତି ଠାରୁ ବହୁ ଉର୍ଦ୍ଧ୍ୱରେ । କିନ୍ତୁ ଓଡ଼ିଶାର ଲୋକଙ୍କ ମନରୁ ବିଜୁ ପଟ୍ଟନାୟକଙ୍କୁ ହଟାଇବା ପାଇଁ ବର୍ତ୍ତମାନ ର ବିଜେପି ସରକାର ହୀନ ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ଓଡ଼ିଶାର ସାଧାରଣ ଲୋକେ କେବେ ଗ୍ରହଣ କରିବେ ନାହିଁ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ମହିଳାମାନେ ଆଜି ଅସୁରକ୍ଷିତ ହୋଇପଡିଛନ୍ତି । ଯାହାର ବିରୋଧ କରିବ ବିଜେଡି , ରାଜ୍ୟ ସରକାରଙ୍କ ଅସଲ ଚେହେରା କୁ ଖୁବଶିଘ୍ର ସାଧାରଣ ଲୋକଙ୍କ ନିକଟରେ ବିଜେଡି ପହଞ୍ଚାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ନେତା ।

  • ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ସଂଘ ପକ୍ଷରୁ ଗଣ ବିକ୍ଷୋଭ

    ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ସଂଘ ପକ୍ଷରୁ ଗଣ ବିକ୍ଷୋଭ

    ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ଧୂଆଁବାଣ । ଏ ସରକାର ଗରିବଙ୍କ ସ୍ୱାର୍ଥ ପାଇଁ ନୁହେଁ , ପୁଞ୍ଜିପତିଙ୍କ ସ୍ଵାର୍ଥ ପାଇଁ ତତ୍ପର । ଏମିତି ସମାଲୋଚନା କରି ୮ଦଫା ଦାବି ନେଇ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ନିକଟରେ ଗଣ ବିକ୍ଷୋଭ କରିଛନ୍ତି ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ସଂଘ । ରାଜ୍ୟବ୍ୟାପି ଏପ୍ରିଲ ୧୭ ତାରିଖରୁ ରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଳକ କିମ୍ବା ତହସିଲ କାର୍ଯ୍ୟାଳୟ ନିକଟରେ ଏଭଳି ବିକ୍ଷୋଭ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

    ମନରେଗା ଯୋଜନାରେ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି , ରାସନ କାର୍ଡରେ ଥିବା ଚାଉଳ ଓ ଗହମର ପରିମାଣ ବୃଦ୍ଧି, ଭୂମିହୀନଙ୍କୁ ଘରଡିହ, ଆବାସ ଯୋଜନାରେ ଅର୍ଥରାଶି ବୃଦ୍ଧି , ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୩୦୦୦ ଟଙ୍କା , ୩୦୦ୟୁନିଟ ମାଗଣା ବିଜୁଳି ଆଦି ୮ ଦଫା ଦାବି ପୂରଣ କରିବା ପାଇଁ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

  • ସରିଲା ମା’ ମାଟିଆ ମଙ୍ଗଳାଙ୍କ ଜନ୍ମଉତ୍ସବ

    ସରିଲା ମା’ ମାଟିଆ ମଙ୍ଗଳାଙ୍କ ଜନ୍ମଉତ୍ସବ

    ପ୍ରତିବର୍ଷ ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତିରେ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ମାଟିଆ ମଙ୍ଗଳାଙ୍କ ଜନ୍ମଉତ୍ସବ ପଡିଥାଏ । ସେହି ଦିନରେ ମା’ ମାଟିଆ ମଙ୍ଗଳା ବାର ଗାଁରେ ଆବିର୍ଭାବ ହୋଇଥିଲେ । ଆଜିକୁ ୬ ଶହ ବର୍ଷ ପୂର୍ବେ ମା’ ମାଟିଆ ମଙ୍ଗଳା ରାଉଳ ବଂଶର ଝିଅ ସାଜି ବୁଢା ଶଙ୍ଖାରି ଠାରୁ ଶଙ୍ଖା ରଖି ବଦଳରେ କଉଡ଼ି ନ ଦେଇ ମୁଁ ସୁମନ୍ତ ରାଉଳଙ୍କ ଝିଅ ମୋ ବାପାଙ୍କ ଠାରୁ କଉଡ଼ି ନେଇଯିବ କହି କୁଆଡେ ଉଭା ହୋଇଯାଇଥିଲେ । ଯେତେବେଳେ ବୁଢା ଶଙ୍ଖାରି ସୁମନ୍ତ ରାଉଳଙ୍କ ଘରେ ପହଁଛି କଉଡ଼ି ମାଗିଥିଲା ସେତେବେଳେ ସୁମନ୍ତ ରାଉଳ ବିବାହ କରିନଥିବା ବୁଢା ଶଙ୍ଖାରି ଜାଣିବାକୁ ପାଇଥିଲେ । ପରେ ବୁଢା ଶଙ୍ଖାରି ଘରକୁ ଫେରିଥିଲେ । ବୁଢା ଶଙ୍ଖାରି ଫେରିବା ସୁମନ୍ତ ରାଉଳ ଘର ଭିତରକୁ ଯିବା ସମୟରେ ଦେଖି ଥିଲେ ଘର ଭିତରେ ମା’ ମାଟିଆ ମଙ୍ଗଳା ବିରାଜମାନ ହୋଇଛନ୍ତି । ତେବେ ସେହିଦିନ ଠାରୁ ମା’ ମାଟିଆ ମଙ୍ଗଳା ବାର ଗାଁରେ ପୂଜା ପାଇ ଆସୁଛନ୍ତି । ଆଉ ସେହି ପୂଜା ବ୍ରାହ୍ମଣ ବଦଳରେ ରାଉଳ ବଂଶ ପୂଜା କରି ଆସୁଛନ୍ତି । ଏହି ଦିନକୁ ମା’ ମାଟିଆ ମଙ୍ଗଳାଙ୍କ ଜନ୍ମ ଦିନ ରୂପେ ପ୍ରତ୍ୟକ ବର୍ଷ ବଡ଼ ଧୁମ ଧାମରେ ଜରିମୂଳ ବାର ଗାଁରେ ପାଳନ ହୋଇ ଆସୁଛି । ମାଙ୍କର ଏହି ଜନ୍ମଉତ୍ସବକୁ ଦେଖିବା ପାଇଁ ଓ ନିଜର ମନସ୍କାମନା ପୂରଣ କରିବା ପାଇଁ ରାଜ୍ୟର କୋଣଅନୁକୋଣରୁ ଭକ୍ତ ମାନଙ୍କ ସୁଅ ଛୁଟେ ବାର ଗାଁ ମା’ ମାଟିଆ ମଙ୍ଗଳାଙ୍କ ମନ୍ଦିରକୁ । ତେବେ ଚଳିତ ବର୍ଷ ମା’ ମାଟିଆ ମଙ୍ଗଳାଙ୍କ ଜନ୍ମଉତ୍ସବ ବଡ଼ ଧୁମ ଧାମରେ ପାଳନ ହୋଇଛି । ପାଖାପାଖି ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ଜନ୍ମଉତ୍ସବରେ ସାମିଲ ହୋଇଥିଲେ ।