Blog

  • ପହଲଗାମ ଆକ୍ରମଣ ପରେ, ଦିଲ୍ଲୀ-ମୁମ୍ବାଇ ଏବଂ ୟୁପିରେ ହାଇ ଆଲର୍ଟ ଜାରି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହିତ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଉପରେ କଡ଼ା ନଜର

    ପହଲଗାମ ଆକ୍ରମଣ ପରେ, ଦିଲ୍ଲୀ-ମୁମ୍ବାଇ ଏବଂ ୟୁପିରେ ହାଇ ଆଲର୍ଟ ଜାରି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହିତ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଉପରେ କଡ଼ା ନଜର

    ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ୟୁପି, ଦିଲ୍ଲୀ ଏବଂ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି। ୨୦୧୯ ପୁଲୱାମା ଆକ୍ରମଣ ପରେ ଏହି ଆକ୍ରମଣକୁ ଉପତ୍ୟକାର ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି। ପୋଲିସ ଅଧିକାରୀମାନେ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଏବଂ ସୀମା ପୋଷ୍ଟଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିଛନ୍ତି। ଧାର୍ମିକ ସ୍ଥଳଗୁଡ଼ିକରେ ବିଶେଷ ସତର୍କ ରହିବାକୁ ଉତ୍ତର ପ୍ରଦେଶ ପୋଲିସକୁ କୁହାଯାଇଛି।

    ପର୍ଯ୍ୟଟନ ସ୍ଥଳ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ପୋଲିସ ସୂତ୍ର ଏହି ସମ୍ପର୍କରେ ସୂଚନା ଦେଇଛି। ଏହି ସମୟରେ ମୁମ୍ବାଇରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଜୟପୁର ଏବଂ ଅମୃତସରରେ ମଧ୍ୟ ପୋଲିସ ସତର୍କତା ମୋଡରେ ଅଛି। ୟୁପି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରଶାନ୍ତ କୁମାର ରାଜ୍ୟର ସମସ୍ତ ପୋଲିସ କମିଶନର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା, କାଶୀ ଏବଂ ମଥୁରା ଭଳି ଧାର୍ମିକ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସମସ୍ତ ଜିଲ୍ଲାରେ ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

    ଏହି ଘାତକ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ପାଇଁ ବିଭିନ୍ନ ସଂଗଠନ ବୁଧବାର ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଫଳସ୍ୱରୂପ ଜମ୍ମୁରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

    ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନେ ୟୁପି, ମହାରାଷ୍ଟ୍ର, ବଙ୍ଗଳା, କର୍ଣ୍ଣାଟକ, ବିହାର, ମଧ୍ୟ ପ୍ରଦେଶ, ହରିୟାଣା ଓ ଓଡ଼ିଶାର। ଏହି ଆକ୍ରମଣରେ ଆତଙ୍କବାଦୀମାନେ କେବଳ ସେହି ଲୋକମାନଙ୍କୁ ଟାର୍ଗେଟ କରିଥିଲେ ଯେଉଁମାନେ ନିଜ ପରିବାର ସହିତ ଭ୍ରମଣ ପାଇଁ ଯାଇଥିଲେ। ଏପରିକି ଆତଙ୍କବାଦୀମାନେ ଲୋକଙ୍କ ନାଁ ପଚାରି ପଚାରି ଗୁଳି କରିଥିଲେ। ଏହି ଆକ୍ରମଣରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ପ୍ରଶାନ୍ତ କୁମାର ଶତପଥୀ ମୃତ୍ୟୁବରଣ କରିଛନ୍ତି ।

    ଓଡ଼ିଶାର ବାଲେଶ୍ୱରସ୍ଥିତ ସାରଗାଁ ପଞ୍ଚାୟତ ଈଶାଣି ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ(୪୧)। ତେବେ ତାଙ୍କ ପତ୍ନୀ ବାଲେଶ୍ବର ବ୍ଲକ୍ ପ୍ରୋଗ୍ରାମ କୋଅର୍ଡିନେଟର ପ୍ରିୟଦର୍ଶନୀ ଆଚାର୍ଯ୍ୟ ଓ ପୁଅ ତନୁଜ ସୁରକ୍ଷିତ ଅଛନ୍ତି ।

  • ପାର୍ଲିଆମେଣ୍ଟାରୀ  ଷ୍ଟାଣ୍ଡିଂ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

    ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

    କେନ୍ଦ୍ରୀୟ ଯୋଜନା ଗୁଡିକ ପ୍ରଣୟନ ଓ କାର୍ଯ୍ୟକାରିତା ସମୟରେ ସାଂସଦ ମାନଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । ସାଂସଦ ମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପାର୍ଲିଆମେଣ୍ଟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତି ରାଜ ସମ୍ବନ୍ଧୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ସପ୍ତଗିରୀ ଉଲ୍ଲକା । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଉଲ୍ଲକା ସମସ୍ତ ଯୋଜନା ସାଧାରଣ ଲୋକ ମାନଙ୍କ ହିତ ଉଦ୍ଦେଶ୍ୟ ରେ ବ୍ୟବସ୍ଥା ହେଉ ଥିବାରୁ ଏହାର କାର୍ଯ୍ୟ କାରିତା ଓ ସଫଳତା ରେ ଲୋକ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ କେନ୍ଦ୍ର ସରକାର ପ୍ରଦତ୍ତ ମାର୍ଗଦର୍ଶିକା ଅନୁସାରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । ଯେଉଁ ଠାରେ ଏହାର ଉଲ୍ଲଘଂନ ହେଉଛି ସେଠାରେ ସମ୍ପୃକ୍ତ ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ।ପ୍ରକଳ୍ପ ପ୍ରସ୍ତୁତ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇବା, ସେମାନଙ୍କ ପରାମର୍ଶ କୁ ପ୍ରକଳ୍ପ ଚୁଡାନ୍ତ ସମୟରେ ଗୁରୁତ୍ୱ ଦେଇ ସ୍ଥାନିତ କରିବା, ଶୁଭାରମ୍ଭ ଓ ଉଦଘାଟନ ସମୟରେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରିବା, ନିୟମିତ ଭାବେ ଦିଶା ବୈଠକ ଆୟୋଜନ କରିବା ଉପରେ କମିଟି ଗୁରୁତ୍ୱ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରେ ସିସି ରୋଡ ପାଇଁ କମିଟି ଅନୁମୋଦନ କରିଥିଲେ।ଗ୍ରାମର ଆର୍ଥିକ ଅବସ୍ଥା ରେ ଉନ୍ନତି ହିଁ ଦେଶର ବିକାଶ ।

    ୨୦୩୬ କୁ ବିକଶିତ ଓଡିଶାର ସ୍ବପ୍ନ କୁ ସାକାର ପାଇଁ ସମସ୍ତ ଯୋଜନା ର ସଫଳତା ପାଇଁ କମିଟି ଆହ୍ବାନ ଦେଇଥିଲେ।ଲିଡ ବ୍ୟାଙ୍କ ଭାବେ ୟୁକୋ ବ୍ୟାଙ୍କର ସମୀକ୍ଷା କରାଯାଇଥିଲା।ଗ୍ରାହକ ମାନଙ୍କ ପାଇଁ ଥିବା ବିଭିନ୍ନ ସେବା ସଠିକ ସମୟ ଓ ସଠିକ ଭାବେ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ।ସମୀକ୍ଷା ର ରିପୋର୍ଟ ୧୫ ଦିନ ମଧ୍ୟରେ ପାର୍ଲିଆମେଣ୍ଟକୁ ପ୍ରେରଣ ପାଇଁ ପରାମର୍ଶ ଦେଇଥିଲେ।ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଭଜନ ଲାଲ ଯାତବ, ବିଜୟ କୁମାର ଦୁବେ, ଗୀତା ଆଲିଆସ ଚନ୍ଦ୍ରପ୍ରଭା,ରାମ ଶଙ୍କର ରାଝେରା, ଡ.ମହମ୍ମଦ ଜାୱ୍ବେଦ,ନବ ଚରଣ ମାଝୀ, ଦେଶ ରାଜ ଶେଖର,ଏଲ ସିଂସନ, ସୁଶୀଲ କୁମାର, ମୃତ୍ୟୁଞ୍ଜୟ ସିଂ ଯାଦବ, ସୋନିଆ ୱ୍ବାଲିଆ ପ୍ରମୁଖ ଯୋଗ ଦେଇଥିଲେ ।

    ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ପଞ୍ଚାୟତିରାଜ କମିଶନର ତଥା ସଚିବ ଏସ ଏନ ଗିରିଶ,ସାମାଜିକ ସୁରକ୍ଷା ବିଭାଗ କମିଶନର ତଥା ସଚିବ ଆର ଏସ ଗୋପାଲନ,ପଞ୍ଚାୟତରାଜର ସ୍ବତନ୍ତ୍ର ପ୍ରୋଜେକ୍ଟ ର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ,ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ଜୀବିକା ମିଶନ ସିଇଓ ମୋନିକା ପ୍ରିୟଦର୍ଶିନୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ମିନା,ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ମଧୁସ୍ମିତା ସାମଲ,ରାଜ୍ୟ ଅର୍ଥ କମିଶନ ର ସଦସ୍ୟ ସଚିବ ସତ୍ୟପ୍ରିୟ ରଥ,ୟୁକୋ ବ୍ୟାଙ୍କ ର ଏମଡି ତଥା ସିଇଓ ଅଶ୍ବିନୀ କୁମାର,ଜିଏମ ଗୌତମ ପାତ୍ର ପ୍ରମୁଖ ଯୋଗ ଦେଇ କମିଟି ଙ୍କୁ ବିଭିନ୍ନ ସୂଚନା ଓ ତଥ୍ୟ ପ୍ରଦାନ କରିଥିଲେ।ପରେ କମିଟି ସଦର ବ୍ଲକର ବେଲଦଳ ଅର୍ଣ୍ଣାମେଣ୍ଟାଲ ପ୍ଲାଣ୍ଟ ନର୍ସରୀ ବୁଲି ଦେଖିବା ସହ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଙ୍କ ସହ ବାର୍ତ୍ତାଳାପ କରିଥିଲେ।ପରେ ଗୋପ ବ୍ଲକର ସୂତନ ପଞ୍ଚାୟତର ହାଟୁଆଦାଣ୍ଡ ଗ୍ରାମ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହ ପରିଦର୍ଶନ କରି ହିତାଧିକାରୀଙ୍କ ସହ କଥା ହୋଇ ଥିଲେ।ସେହିପରି ଜାତୀୟ ପରିବାର ସହାୟତା ଯୋଜନା ହିତାଧିକାରୀଙ୍କ ସହ ମଧ୍ୟ କଥା ହୋଇଥିଲେ।କମିଟି ଅଧ୍ୟକ୍ଷ ଓ ସଦସ୍ୟ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଇଣ୍ଟରପ୍ରିଟେସନ ସେଣ୍ଟର ପରିଦର୍ଶନ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଓ ଅତିରିକ୍ତ ଉପ ଜିଲ୍ଲାପାଳ ନିଳମାଧବ ମାଝୀ ସମସ୍ତ କାର୍ଯ୍ୟ ର ତଦାରଖ ଓ ପରିଚାଳନା କରିଥିଲେ।

  • ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ

    ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ

    କେନ୍ଦୁଝର ସହର ସ୍ଥିତ ଗାୟତ୍ରୀ ରେସିଡେନସିଆଲ କଲେଜ ନାମକ ଏକ ଘରୋଇ କଲେଜ ହଷ୍ଟେଲ ରେ ବିଳମ୍ବିତ ରାତିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଜଗବନ୍ଧୁ ମହାନ୍ତ ଙ୍କ ପୁଅ ଜଳଧର ମହାନ୍ତ । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଗାୟତ୍ରୀ ରେସିଡେନ୍ସିଆଲ କଲେଜ ହଷ୍ଟେଲରେ ରହି ସମର କୋର୍ସ କରୁଥିଲେ ଜଳଧର । ଗତକାଲି ରାତିରେ ରାତ୍ରୀ ଭୋଜନ ପରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ପରିବାର ଲୋକ ଏହାର ତଦନ୍ତ ଦାବୀ କରିଛନ୍ତି ।

  • ହାଇୱା ଧକ୍କାରେ ଯୁବକ ମୃତ

    ହାଇୱା ଧକ୍କାରେ ଯୁବକ ମୃତ

    ଚିପ୍ସ ବୋଝେଇ ହାଇୱା ଧକ୍କାରେ ବାଇକ ଆରୋହି ମୃତ । ପିରହାଟ ଥାନା ଅଧିନ ବିନ୍ଧା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଯୁବକ ଜଣକ ହେଉଛନ୍ତି ତିହିଡି ବ୍ଳକ ଅନ୍ତର୍ଗତ ସାହାପୁର ପଞ୍ଚାୟତ କାନିସାହି କଣ୍ଡରଗଡ଼ିଆ ଗ୍ରାମର ଉତ୍ତମ ଶଙ୍ଖୁଆ । ସୂଚନା ମୁତାବକ ଆଜି ସକାଳୁ ଉତ୍ତମ କୌଣସି ଏକ କାମରେ ତିହିଡି ବ୍ଳକ କାର୍ଯ୍ୟାଳୟକୁ ନିଜ ବାଇକ ଯୋଗେ ଯାଉଥିଲେ । ବିନ୍ଧା ଛକ ନିକଟରେ ବିପରୀତ ଡିଗରୁ ଦ୍ରୁତ ଗତିରେ ଆସୁଥିବା ଚିପ୍ସ ବୋଝେଇ ହାଇୱା ଉତ୍ତମଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଉତ୍ତମ ମୃତ ବରଣ କରିଛନ୍ତି । ଫଳରେ ବିନ୍ଧା ଛକ ନିକଟରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପିରହାଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟିଥିବା ହାଇୱାକୁ ପିରହାଟ ପୋଲିସ ଜବଦ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡିଛି ।

  • ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ

    ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ

    ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ରେ ଦିଘା ରେ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଙ୍କୁ ପୁରୀ ରୀତି ନୀତି ଅନୁସାରେ ପ୍ରତିଷ୍ଠା କରାଯିବ । ମାତ୍ର ମହାପ୍ରଭୁ ଙ୍କୁ ପ୍ରତିଷ୍ଠା ପୂର୍ବରୁ ଦୀଘାର ମହାନ୍ତି ଘାଟ ନିକଟରେ ସମୁଦ୍ରରେ ପ୍ରଭୁ ଜଗନ୍ନାଥଙ୍କ ଏକ କାଠ ପ୍ରତିମା ଭାସୁଥିବା ଦେଖିବାକୁ ମିଳିଥିଲା । ସେହି ମହାନ୍ତି ଘାଟରେ ଏକ ନୂତନ ଘାଟ ନିର୍ମାଣ ପାଇଁ କାମ ଚାଲିଥିଲା । ଯେତେବେଳେ କର୍ମଚାରୀ ମାନେ ପ୍ରତିମାଟିକୁ ଦେଖିଲେ, ସେମାନେ ତାହାକୁ ଉଠାଇ କୂଳକୁ ଆଣିଲେ । ଖବର ପ୍ରସାରିତ ହେବା ମାତ୍ରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ଠାକୁରଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦୀଘା ମୁହାଣକୁ ଭାସିଆସିଲେ ମହାବାହୁ । ଖବର ଜଣାପଡିବା ପରେ ଲୋକଙ୍କ ଗହଳି ଲାଗିଥିଲା । ଆଖପାଖର ଲୋକ ଓ ପର୍ଯ୍ୟଟକ ଏକାଠି ହୋଇଥିଲେ ଜଗନ୍ନାଥଙ୍କୁ ଦେଖିବାକୁ । ସୂଚନା ଥାଉକି, ଓଡିଶା ପଶ୍ଚିମବଙ୍ଗ ସୀମାନ୍ତରେ ଆସନ୍ତା ୩୦ତାରିଖରେ ଦିଘାରେ ପ୍ରତିଷ୍ଠା ହେବ ଜଗନ୍ନାଥ ମନ୍ଦିର । ପୁରୀ ରୀତିନୀତି ଅନୁସାରେ ଏଠାରେ ପ୍ରତିଷ୍ଠା କରାଯିବ ମହାପ୍ରଭୁଙ୍କର ।

  • ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ, ଜାଣନ୍ତୁ ପୁରା ଘଟଣା

    ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ, ଜାଣନ୍ତୁ ପୁରା ଘଟଣା

    ରିଅଲ ଇଷ୍ଟେଟ୍ ଫାର୍ମଗୁଡ଼ିକ ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତ ସହିତ ଜଡିତ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ନୋଟିସ୍ ଜାରି କରିଛି। ଟଲିଉଡ୍ ଅଭିନେତା ମହେଶ ବାବୁଙ୍କୁ ଏପ୍ରିଲ ୨୭ରେ ପଚରାଉଚରା ପାଇଁ ଡକାଯାଇଛି। ରିପୋର୍ଟ ଅନୁସାରେ, ତଦନ୍ତ ଦୁଇଟି ରିଅଲ୍ ଇଷ୍ଟେଟ୍ କମ୍ପାନୀ – ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାଣା ଗ୍ରୁପ୍ ଦ୍ୱାରା ହୋଇଥିବା ଠକେଇ ଏବଂ ବଡ଼ ଧରଣର ଆର୍ଥିକ ଅନିୟମିତତା ସହିତ ଜଡିତ।

    ସୂଚନା ଅନୁଯାୟୀ, ମହେଶ ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାଣା ଗ୍ରୁପ୍ ଦ୍ୱାରା ଲଞ୍ଚ କରାଯାଇଥିବା ରିଅଲ୍ ଇଷ୍ଟେଟ୍ ପ୍ରୋଜେକ୍ଟ ପାଇଁ ପ୍ରମୋସନାଲ୍ ବିଜ୍ଞାପନରେ କାମ କରିଥିଲେ। ଏହି ବିଜ୍ଞାପନଗୁଡ଼ିକ ପାଇଁ ମହେଶ ୫.୯ କୋଟି ଟଙ୍କା ପାଇଥିବା ଜଣାପଡ଼ିଛି। ଚେକ୍ ମାଧ୍ୟମରେ ୩.୪ କୋଟି ଟଙ୍କା ଏବଂ ନଗଦ ୨.୫ କୋଟି ଟଙ୍କା। ଏବେ ନଗଦ ଦେୟ ଯାଞ୍ଚ ଅଧୀନକୁ ଆସିଛି।

    ତେଲେଙ୍ଗାନା ପୋଲିସ ହାଇଦ୍ରାବାଦ ପ୍ରପର୍ଟିଜ୍ ଲିମିଟେଡର ନରେନ୍ଦ୍ର ସୁରାନା ଏବଂ ସାଇ ସୂର୍ଯ୍ୟ ଡେଭଲପର୍ସର ସତୀଶ ଚନ୍ଦ୍ର ଗୁପ୍ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ଏହି ଦୁଇଜଣ ଅନଧିକୃତ ଲେଆଉଟରେ ପ୍ଲଟ୍ ବିକ୍ରୟ କରି, ସମାନ ପ୍ଲଟ୍ ବହୁବାର ବିକ୍ରୟ କରି ଏବଂ ପଞ୍ଜୀକରଣ ବିଷୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ରେତାମାନଙ୍କୁ ଠକିଥିଲେ। ଇଡି ତଦନ୍ତ ଆରମ୍ଭ କରିବା ମାତ୍ରେ, ସେମାନେ ମହେଶ ବାବୁଙ୍କୁ ଦିଆଯାଇଥିବା ଦେୟ ଉପରେ ଯାଞ୍ଚ କଲେ ଏବଂ ଅନୁମାନ କଲେ ଯେ ନଗଦ ଆକାରରେ ଦିଆଯାଇଥିବା ୨.୫ କୋଟି ଟଙ୍କା ଲଣ୍ଡରିଂ ନେଟୱାର୍କର ଅଂଶ ।

    ତେଲେଙ୍ଗାନା ପୋଲିସ ଦ୍ୱାରା ଦାୟର କରାଯାଇଥିବା ଏଫଆଇଆରରେ ଏହି ସଂସ୍ଥାଗୁଡ଼ିକ ଅନଧିକୃତ ଲେଆଉଟରେ ପ୍ଲଟ୍ ବିକ୍ରୟ କରି, ସମାନ ପ୍ଲଟର ଅନେକ ବିକ୍ରୟ କରି ଏବଂ ନକଲି ପଞ୍ଜିକରଣ ଗ୍ୟାରେଣ୍ଟି ପ୍ରଦାନ କରି ନିବେଶକମାନଙ୍କୁ ଠକୁଥିବା ଅଭିଯୋଗ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକର ଅଭିନେତାଙ୍କ ଅନୁମୋଦନ ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିବାରେ ଏବଂ ଅଭିଯୋଗ ହୋଇଥିବା ଠକେଇ ବିଷୟରେ ଅଜ୍ଞ କ୍ରେତାମାନଙ୍କୁ ଆକର୍ଷିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ବିଶ୍ୱାସ କରାଯାଏ।

    ଆପଣଙ୍କୁ କହି ରଖୁଛୁ ଯେ ମହେଶ ବାବୁ ବର୍ତ୍ତମାନ ଏସଏସ ରାଜାମୌଲିଙ୍କ ସହିତ ତାଙ୍କର ପରବର୍ତ୍ତୀ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ଏହି ମାସର ଆରମ୍ଭରେ ଫ୍ଲୋର ହୋଇଥିବା ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ମୁଖ୍ୟ ମହିଳା ଭୂମିକାରେ ଅଛନ୍ତି।

  • ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

    ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

    ପାଣି ଭିତରେ ଛକି ବସିଥିଲା ମୃତ୍ୟୁ । ପୋଖରୀକୁ ଗାଧୋଇବାକୁ ଆସି ଆଉ ଫେରିଲେନି । ଗାଧୋଇବା ବେଳେ ପୋଖରୀରେ ବୁଡି ଜଣେ ମୃତ୍ଯୁ । ଘଷିପୁରା ଥାନା ଶୈଲଙ୍ଗ ଗାଁ ରେ ଘଟିଛି ଏଭଳି ଏକ ଅଘଟଣ। ସୂଚନା ଅନୁସାରେ ଶୈଲଙ୍ଗ ଗାଁର ଅକ୍ଷୟ କୁମାର ସା ନାମକ ଜଣେ ଯୁବକ ଘରପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଦୁଃଭାଗ୍ୟବଶତଃ ସେ ପାଣିର ବୁଡିଯାଇଥିଲେ । ସେ ବହୁ ସମୟ ଧରି ଘରକୁ ନ ଫେରିବାରୁ ଘରଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ । ପରେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଘର ଲୋକ ଦେଖିବାକୁ ପାଇଲେ ।

  • ଶେଷ ହେଲା ବାବା ପାରୋଳେଶ୍ଵର ଶୈବପୀଠରେ ଚଡକ ଯାତ୍ରା

    ଶେଷ ହେଲା ବାବା ପାରୋଳେଶ୍ଵର ଶୈବପୀଠରେ ଚଡକ ଯାତ୍ରା

    ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବାବା ପାରୋଳେଶ୍ଵର ବିଷ୍ଣୁ ପ୍ରସିଦ୍ଧ ପାଟ ପର୍ବ ବହୁ ଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ୧୪ ଦିନ ଧରି ଅନୁଷ୍ଠିତ ଏହି ବ୍ରତରେ ହଜାର ହଜାର ଭକ୍ତ ଶେଷ ଅର୍ଘ୍ୟ ଦେଇଛନ୍ତି ଶ୍ରୀଜିଉଙ୍କଠାରେ । କୁନା ଭୂଇଁ ଛକ ହା’କାଣ୍ଡ ପୋଖରୀଠାରୁ ଚନ୍ଦନେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏପ୍ରିଲ ୭ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ପର୍ବର ଆଜି ଥିଲା ବହୁ ପ୍ରତୀକ୍ଷିତ ପାଟ ପର୍ବ । ଏହି ପାଟ ପର୍ବର ମୁଖ୍ୟ ଆକର୍ଷଣ ମାଳା, ଚନ୍ଦନା ଓ କଣ୍ଟାପୋଡ଼ା । ସମସ୍ତ ଉପବୀତଧାରୀ ଭକ୍ତ ହା’ କାଣ୍ଡ ପୋଖରୀ ପୋଖରୀକୁ ଯାଇ ସେଠାରେ ବୁଡ଼ ପକାଇ ମନ୍ଦିରକୁ ଫେରିଥାନ୍ତି । ଅପରାହ୍ନରେ ପାଟ ଭକ୍ତା ନରେନ୍ଦ୍ର ପ୍ରଧାନ ଅନ୍ୟ ୧୩ ଜଣ ମୁଖ୍ୟ ଭକ୍ତଙ୍କ ସମେତ ସେବାୟତ ବର୍ଗ ହା’କାଣ୍ଡ ପୋଖରୀ ଅଭିମୁଖେ ଯାତ୍ରା କରିଥିଲେ । ଦିନ ୪ଟାରେ ଏକ ବିଶାଳ ପଟୁଆଳରେ ଦଶନଖୀ ଏବଂ ଶ୍ରୀଘଟକୁ ସେବାୟତମାନେ ମୁଖ୍ୟ ମନ୍ଦିରକୁ ଅଣାଇଥିଲେ । ଏଥିରେ ଶତାଧିକ ସେବାୟତ, ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସାମିଲ ଥିଲେ। କେତେକ ଭକ୍ତ ନିଜକୁ ଶିବ ପାର୍ବତୀ, ରାମ ସୀତା, ରାଧା କୃଷ୍ଣ ଓ ହନୁମାନ ଆଦି ବିଭିନ୍ନ ବେଶରେ ସଜାଇଥିଲେ ।

    ଆଉ କେତେକ ମଣ୍ଡରେ ଧୂଣା ସରା ନେଇ ଆସୁଥିବା ବେଳେ ଅନ୍ୟମାନେ କଣ୍ଟା ଦ୍ୱାରା ଜିର, ଶରୀରର ଦୁଇ ପାର୍ଶ୍ୱ, ପେଟ, ପିଠି ଓ ପାଦରେ ଫୋଡ଼ି ମନ୍ଦିର ଅଭିମୁଖେ ଆସିଥିଲେ । ପ୍ରାୟ ୫ଶହରୁ ଉର୍ଦ୍ଧ ଭକ୍ତ କଣ୍ଟା ଫୋଡ଼ିଥିଲେ। ଏହି ଅବସରରେ ହରିବୋଲ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହେଉଥିଲା। ଶଙ୍ଖ, ଘଣ୍ଟା, ଝାଲି, ପାରମ୍ପାରିକ ବାଦ୍ୟ, ବାଣ, ରୋଷଣୀ ଆଦିରେ ଉଛୁଳି ଉଠିଥିଲା ସମଗ୍ର ଅଞ୍ଚଳ। ଦଶନଖୀ ମନ୍ଦିରରେ ପହଞ୍ଚିବା ପରେ ଶେଷ ଅର୍ଘ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଉପବୀତଧାରୀ ଭକ୍ତଙ୍କ ସମେତ ବହୁ ଶ୍ରଦ୍ଧାଳୁ ସାମିଲ ଥିଲେ ।

  • ବରଗଡ ଶାଖା ଆଇଏମଏର ୪୯ତମ ବାର୍ଷିକଉତ୍ସବ

    ବରଗଡ ଶାଖା ଆଇଏମଏର ୪୯ତମ ବାର୍ଷିକଉତ୍ସବ

    ବରଗଡ ଚେପ୍ଟର ଆଇଏମଏ ତରଫରୁ ସ୍ଥାନୀୟ ଅନ୍ନପୂର୍ଣ୍ଣା ପେଲେସରେ ୪୯ତମ ମାର୍ଶାକୋତ୍ସବ ପାଳିତ ହୋଇଯାଇଛି l ଶାଖା ସଭାପତି ଡ଼ ସୁବଳ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବେଶକୁ ଉଦଘାଟନ କରିଥିବା ବେଳେ ବରଗଡ ବିଧାୟକ ଅଶ୍ୱିନୀ ଷଢଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଜ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଦସ୍ୟ ଡାକ୍ତରମାନଙ୍କୁ ଉତ୍ସାହିତ କରିଥିଲେ।

    ଆଇଏମଏର ସମ୍ପାଦକ ଡ଼ ସୁବଳ କିଶୋର କରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ଡ଼ ଅର୍ଜୁନ ମେହେର ମଂଚାସୀନ ଥିଲେ। ଏ ଅବସରରେ ବକ୍ତା ଭାବେ ଭେଷଜ ବିଶେଷଜ୍ଞ ଡ଼ ନିରୋଜ କୁମାର ମିଶ୍ର ଓ ଡ଼ ସିଦ୍ଧାନ୍ତ କୁମାର କର ଯୋଗଦେଇ ଡାଇବେଟିସ ଓ ପ୍ରଜନନ ବିଜ୍ଞାନ ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ଡ଼ କର ମାନପତ୍ର ପାଠ କରିଥିଲେ।

    ଶେଷରେ ଉପସଭାପତି ଡ଼ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ଜିଲ୍ଲାର ବରିଷ୍ଟ ଚିକିତ୍ସକଗଣ ଡ଼ ପ୍ୟାରେଲାଲ ତ୍ରିପାଠୀ, ଡ଼ ରାମକୃଷ୍ଣ୍ ପୁରୋହିତ, ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟlଧିକାରୀ ଡ଼ ପ୍ରଶାନ୍ତ କିଶୋର ଦାଶ ତଥା ବରିଷ୍ଠ ସଦସ୍ୟଗଣ ଡ଼ ଏଟମ ସାହୁ, ଡ଼ ସରୋଜ ଯୋଶୀ, ଡ଼ ଘନଶ୍ୟାମ ନାଥ, ଡ଼ ସୁନୀଲ ଅlଚlର୍ଯ୍ୟ, ଡ଼ କମଳିନୀ ଦାଶ, ଡ଼ ଓମ ପ୍ରକାଶ ଲାଠ, ଡ଼ ଶଙ୍କରଲାଲ ଶର୍ମା, ଡ଼ ପ୍ରବୀଣ ଅଗ୍ରୱାଲ, ଡ଼ ନାରାୟଣ ମିଶ୍ର ଙ୍କ ସମେତ ଜିଲ୍ଲାର ବହୁତ ଡାକ୍ତରମାନେ ଉପସ୍ଥିତ ଥିଲେ ।

  • ବେଲଣା ନାହିଁ ତ କଣ ହେଲା? ପୁଅଟି ବିୟର ବୋତଲରେ ବେଲିଦେଲା ରୋଟିଗୁଡାକ, ଏହି ନଜାରା ଦେଖି ପବ୍ଲିକଙ୍କ ଅକଲ ଗୁଡ଼ୁମ

    ବେଲଣା ନାହିଁ ତ କଣ ହେଲା? ପୁଅଟି ବିୟର ବୋତଲରେ ବେଲିଦେଲା ରୋଟିଗୁଡାକ, ଏହି ନଜାରା ଦେଖି ପବ୍ଲିକଙ୍କ ଅକଲ ଗୁଡ଼ୁମ

    ଭାରତୀୟମାନେ ନିଶ୍ଚିତ ଭାବରେ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ କିଛି ନା କିଛି ଉପାୟ ଖୋଜି କାଢିଦିଅନ୍ତି । ଏହି ସମୟରେ, ସେମାନେ କିଛି ନୂତନ କାମ ମଧ୍ୟ କରନ୍ତି। ସମ୍ପ୍ରତି, ଏପରି ଜଣେ ଜୁଗାଡ୍ ଇଣ୍ଡିଆନ୍‌ଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପୁଅକୁ ରୁଟି ବେଲିବା ପାଇଁ ବେଲଣା ବଦଳରେ ବିୟର ବୋତଲ ବ୍ୟବହାର କରି ରୋଟି ବେଲୁଥିବାର ଦେଖାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଭାଇରାଲ ଭିଡିଓଟି କେବଳ ଲୋକଙ୍କୁ ମନୋରଞ୍ଜନ କରିନଥିଲା ବରଂ ଆବଶ୍ୟକ ସମୟରେ ଜଣେ ବ୍ୟକ୍ତି କେତେ ସୃଜନଶୀଳ ହୋଇପାରେ ତାହା ମଧ୍ୟ ଦେଖିବାକୁ ମିଳିଛି ।

    ଭିଡିଓରେ ଆପଣ ଦେଖିପାରିବେ ଯେ ଯେତେବେଳେ ଜଣେ ପୁଅ ତାଙ୍କ ଘରେ ବେଲଣା କାଠି ପାଇଲା ନାହିଁ, ସେ ଖାଲିଥିବା ବିୟର ବୋତଲ ବ୍ୟବହାର କରି ରୋଟି ବେଲିବାକୁ ଲାଗିଲା। ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଘରର କିଚେନରେ ଜଣେ ପୁଅ ରୋଟି ତିଆରି କରୁଛି। ମଇଦା ଦଳାଯାଇଛି, କିନ୍ତୁ ବେଲଣା କାଠି ନାହିଁ। ଏପରି ପରିସ୍ଥିତିରେ, ରୋଟିଗୁଡ଼ିକୁ ବେଲିବା ପାଇଁ ପିଲାଟି ଏକ ଦେଶୀ ଯୁଗାଡ଼ କୌଶଳ ବ୍ୟବହାର କରିଛି ଏବଂ ପାଖରେ ପଡ଼ିଥିବା ଏକ ବିୟର ବୋତଲକୁ ବେଲଣା ଭାବରେ ବ୍ୟବହାର କରିବା ଆରମ୍ଭ କରିଦେଉଛି । ପିଲାଟି ଆତ୍ମବିଶ୍ୱାସର ସହିତ ବୋତଲରୁ ରୋଟି ବେଲୁଥିବାର ଦେଖାଯାଉଛି।

    ଭିଡିଓଟି ଦେଖିବା ପରେ ଲୋକମାନେ ହସି ହସି ବେଦମ ହୋଇଯାଉଛନ୍ତି । ଅନେକ ବ୍ୟବହାରକାରୀ ଏହି ଭିଡିଓକୁ ସେୟାର କରିଛନ୍ତି, ସେମାନଙ୍କ ବନ୍ଧୁମାନଙ୍କୁ ଟ୍ୟାଗ୍ କରିଛନ୍ତି ଏବଂ ଲେଖିଛନ୍ତି, “ତୁମେ ମଧ୍ୟ ଏହି ଯୁଗାଡ଼ ଚେଷ୍ଟା କରିବା ଉଚିତ!” ଯେତେବେଳେ ଅନ୍ୟ କିଛି ବ୍ୟବହାରକାରୀ ଏହି ଦେଶୀ ଜୁଗାଡର ପ୍ରଶଂସା କରିଥିଲେ। ସେହି ସମୟରେ, ଅନ୍ୟ କିଛି ଲୋକ ବାଳକର ବୁଦ୍ଧିକୁ ପ୍ରଶଂସା କରିଥିଲେ।