Blog

  • ପହଲଗାମ ଆତଙ୍କି ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

    ପହଲଗାମ ଆତଙ୍କି ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

    ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ କୁମାର ଶତପଥୀକୁ ବାଲିଆପାଳ ବଜରଙ୍ଗଦଳ ତରଫରୁ ଜଗନ୍ନାଥ ମନ୍ଦିର ଠାରେ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି । ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହତ୍ୟା କରିଛନ୍ତି ମୁସଲ୍ ମାନ୍ ଆତଙ୍କବାଦୀ ମାନେ । ଜମ୍ମୁ କାଶ୍ମୀର ପହଲଗାମର ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ପ୍ରବେଶ କରିବା ସହ ପର୍ଯ୍ୟଟକଙ୍କ ଉପରେ ଗୁଳି ମାଡ଼ କରିଛନ୍ତି । ପର୍ଯ୍ୟଟକମାନେ ମଜାମସ୍ତି କରିବା ସହ ଖାଉଥିବା ବେଳେ ହଠାତ୍ ଆତଙ୍କବାଦୀ ବନ୍ଧୁକ ଧରି ପ୍ରବେଶ କରିଥିଲେ । ସେମାନେ ପ୍ରଥମେ ପର୍ଯ୍ୟଟକଙ୍କ ପରିଚୟ ମାଗିଥିଲେ ।

    ଏହାପରେ ଜଣକ ପରେ ଜଣଙ୍କୁ ଗୁଳି କରିଥିଲେ । ଏଥିରେ ଜଣେ ବାଲେଶ୍ଵର ଓଡ଼ିଆ ଯୁବକଙ୍କ ସହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଜଣେ ଓଡ଼ିଆ ଯୁବକଙ୍କ ଘର ବାଲେଶ୍ବରର ରେମୁଣାର ପ୍ରଶାନ୍ତ ଶତପ‌ଥୀ । ସେ ଜମ୍ମୁ-କଶ୍ମୀରକୁ ପତ୍ନୀ ଓ ପୁଅଙ୍କ ସହ ବୁଲିବା ପାଇଁ ଯାଇଥିବା ବେଳେ ପହଲଗାମ କୁ ବୁଲିବା ପାଇଁ ଯାଇଥିଲେ । ସେହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଥିଲା । ସେଥିପାଇଁ ବାଲିଆପାଳ ବଜରଙ୍ଗ ଦଳ ତରଫ ରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହାକୁ ପ୍ରତିବାଦ କରିବା ସହ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭାରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ସାମୂହିକ ଦୀପ ଦାନ କରାଯାଇଥିଲା ।

  • ଜିଲ୍ଲା ସ୍ତରୀୟ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ

    ଜିଲ୍ଲା ସ୍ତରୀୟ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ

    ବରଗଡ ଜିଲ୍ଲା ବରପାଲି ମାରୱାଡ଼ି ଧର୍ମଶାଳା ଉଗ୍ରସେନ ଭବନ ଠାରେ ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ସଭାପତି ପ୍ରଦୀପ କୁମାର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର, ସମ୍ମାନିତ ଅତିଥିଭାବେ ତହସିଲଦାର ରୁକ୍ମଣ ମେହେର ଯୋଗଦାନ କରିଥିଲେ । ସେ କହିଥିଲେ ଏ ଦୁନିଆରେ ଅସହାୟ ବିକଳାଙ୍ଗ ମାନଙ୍କ ପାଇଁ ଯେଉଁ ଯୁବସମାଜ ସହାୟତା ର ହାତ ବଢ଼ାଇ ଗୋଟିଏ ଜୀବନ୍ତ ଉଦାହରଣ ମାନ ସୃଷ୍ଟି କରିଛନ୍ତି ।

    ଏହା ଏବେ ନୂତନ ପିଢ଼ି ପାଇଁ ଉଦାହରଣ ସ୍ୱରୂପ ବୋଲି ଉପସ୍ଥିତ ଅତିଥି ମାନେ ବାକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଏବଂ ବରପାଲି ବ୍ଲକ ସ୍ତରୀୟ ଯୁବାମଞ୍ଚ ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ୬୦ଜଣଙ୍କୁ କୃତ୍ରିମ ଅଙ୍ଗ ମାଗଣାରେ ପ୍ରଦାନ କରିଥିଲେ ।

  • ପୋଖରୀରେ ବୁଡି ନାବାଳକ ମୃତ

    ପୋଖରୀରେ ବୁଡି ନାବାଳକ ମୃତ

    ପୋଖରୀ ରେ ବୁଡି ନାବାଳକ ମୃତ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ପଞ୍ଚାୟତ ନୂଆପଡ଼ା ଗାଁରେ ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ ହୋଇଛି । ଗାଁର ନାଉରୀ ମୁଣ୍ଡା ଙ୍କ ୧୨ ବର୍ଷୀୟ ପୁଅ ଆଦିତ୍ୟ ସାଙ୍ଗ ମାନଙ୍କ ସହିତ ପୋଖରୀ କୁ ଯାଇଥିବା ସମୟରେ ସେଠାରେ ବୁଡି ଯାଇଥିଲା ।

    ନାଉରୀ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ତା ସ୍ତ୍ରୀ ଓ ମା ସ୍ଥାନୀୟ ହାଟ କୁ ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଆଦିତ୍ୟ କୁ ଗାଁ ପୋଖରୀ ରୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।

  • ପାଣି ପମ୍ପ ଉଦଘାଟନ କଲେ ସରପଞ୍ଚ

    ପାଣି ପମ୍ପ ଉଦଘାଟନ କଲେ ସରପଞ୍ଚ

    ଘଷିପୁରା ବ୍ଲକ କେଶଦୁରପାଳ ପଞ୍ଚାୟତ ତରଫରୁ ନୂତନ ପାଣି ପମ୍ପ ଉଦଘାଟନ ହୋଇଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କେଶଦୁରାପାଳ ସରପଞ୍ଚ ଙ୍କ ପ୍ରଚେଷ୍ଟା ରେ ଲୋକ ମାନଙ୍କ ପାଣି ସମସ୍ୟା ଦୂର କରିବା ପାଇଁ ରାମ ମନ୍ଦିର ନିକଟରେ ଏକ ନୂତନ ପାଣି ପମ୍ପ ଉଦଘାଟନ କରାଯାଇଛି । ଲୋକମାନେ ଟ୍ୟାପ ଯୋଗେ ପାଣି ପାଇ ପାରିବେ । ଏହି ଉଦଘାଟନ ଅବସରରେ କେଶଦୁରାପାଳ ସରପଞ୍ଚ ମାନସୀ ମହାରଣା ,ସଭ୍ୟ ସଂକୁନ୍ତଳା ମହାରଣା ,ପୂର୍ବତନ ସରପଞ୍ଚ ପଶୁରାମ ମହାରଣା ,ପମ୍ପ ହାଉସ କର୍ମଚାରୀ ରଞ୍ଜନ ମହାରଣା ,ପୂଜକ ଦାଶରଥି ଆଚାର୍ଯ୍ୟ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ଉଦଘାଟନ କରିଛନ୍ତି । ଏଥିରେ କୃଷ୍ଣଚନ୍ଦ୍ର ବିନ୍ଧାଣି ,ନୀଳମଣି ଓଝା ,ମଥୁରା ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଯୋଗ ଦେଇଥିଲେ ।

  • ନଡିଆ ଗଛ ପଡି ଜଣେ ମହିଳା ମୃତ

    ନଡିଆ ଗଛ ପଡି ଜଣେ ମହିଳା ମୃତ

    ନଡିଆଗଛ ଭାଙ୍ଗିପଡିବାରୁ ଜଣେ ମହିଳା ମୃତ । ୪ ଜଣ ଗୁରୁତର । ଘଟଣା ଘଟିଛି କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ । ଗତକାଲି ରାତିରେ ରାମଲୀଳା ଚାଲୁଥିବା ବେଳେ ଘଟିଛି ଅଘଟଣ । ନଡିଆଗଛରେ ରଶି ବାନ୍ଧି ଟ୍ରାକ୍ଟର ରେ ଭିଡୁଥିବା ବେଳେ ଭାଙ୍ଗିପଡିଥିଲା ନଡ଼ିଆ ଗଛ। ସୂଚନା ମୁତାବକ ରାମଲିଳାରେ ହନୁମାନ ଚରିତ୍ରକୁ ନେଇ ନଡ଼ିଆ ଗଛ ରେ ରଶି ବାନ୍ଧୁ ଥିବା ବେଳେ ହଠାତ୍ ନଡ଼ିଆ ଗଛଟି ଭାଙ୍ଗି ପଡିଥିଲା । ଘଟଣା ସ୍ଥଳରେ ଜଣେ ମହିଳା ଦର୍ଶକ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଗୁରୁତର ହୋଇଥିଲେ । ତେବେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବାପରେ ବିଳମ୍ବିତ ରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ର କାମକୁ ବାଡେଇ ଭାଙ୍ଗିଦେଇଥିଲେ । ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୃତ ମହିଳା ଜଣଙ୍କ ସମାଗୋଳ ଅଞ୍ଚଳର ହୋଇଥିବା ସୂଚନା । ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ର ତଦନ୍ତ ଆରମ୍ଭ ।

  • ପାକିସ୍ତାନୀ ଖେଳାଳି ହଠାତ୍ କ୍ରିକେଟରୁ ନେଇଗଲେ ବିରତି, ସାମ୍ନାକୁ ଆସିଲା ଏହି ବଡ଼ କାରଣ

    ପାକିସ୍ତାନୀ ଖେଳାଳି ହଠାତ୍ କ୍ରିକେଟରୁ ନେଇଗଲେ ବିରତି, ସାମ୍ନାକୁ ଆସିଲା ଏହି ବଡ଼ କାରଣ

    ପାକିସ୍ତାନୀ ମହିଳା ଦଳର ଜଣେ ଷ୍ଟାର ଖେଳାଳି କ୍ରିକେଟରୁ ହଠାତ୍ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ୨୫୦ ରୁ ଅଧିକ ୱିକେଟ୍ ରହିଛି ।

    ଅଭିଜ୍ଞ ପାକିସ୍ତାନୀ ମହିଳା ଦଳର ଖେଳାଳି ନିଦା ଦାର କ୍ରିକେଟରୁ ବିରତି ନେବାକୁ ଘୋଷଣା କରିଛନ୍ତି। ସେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କିନ୍ତୁ ନିଦା ତାଙ୍କ ପୋଷ୍ଟରେ ଏହି ବିରତି କେତେ ଦିନ ପାଇଁ ହେବ ତାହା କହି ନାହାଁନ୍ତି। ସେ ପାକିସ୍ତାନ ଦଳ ପାଇଁ ଅଧିନାୟକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

    ନିଦା ଡାର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବରେ ବହୁତ କିଛି ଘଟିଛି, ଯାହା ମୋ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଛି। ଏପରି ପରିସ୍ଥିତିରେ, ମୁଁ ନିଜ ଉପରେ ଧ୍ୟାନ ଦେବା ପାଇଁ କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ନେଇଛି। ଏହି ସମୟ ମଧ୍ୟରେ ମୋର ଗୋପନୀୟତାକୁ ସମ୍ମାନ ଦେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।

    ନିଦା ଦାର କିଛି ସମୟ ଧରି ଖରାପ ଫର୍ମ ସହିତ ସଂଘର୍ଷ କରୁଥିଲେ ଏବଂ ତାଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଦେଖାଯାଇ ନଥିଲା। ସେ ସମ୍ପ୍ରତି ଜାତୀୟ ମହିଳା ଟି-୨୦ କପରେ ମଧ୍ୟ ଖେଳି ନଥିଲେ। ସେ ପାକିସ୍ତାନ ପାଇଁ ତାଙ୍କର ଶେଷ ମ୍ୟାଚ୍ ଅକ୍ଟୋବର ୨୦୨୪ ରେ ଦୁବାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ।

  • ପଞ୍ଚାୟତରାଜ ଦିବସ ଅବସରରେ ନୂତନ ରାସନ କାର୍ଡ ବଣ୍ଟନ

    ପଞ୍ଚାୟତରାଜ ଦିବସ ଅବସରରେ ନୂତନ ରାସନ କାର୍ଡ ବଣ୍ଟନ

    କୋରେଇ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତ ରାଜ ଦିବସ ର ବ୍ଲକ ସ୍ତରୀୟ ସମାରୋହ ଦିବସ ପାଳିତ ହୋଇଯାଇଛି । ବିଡିଓ ଅବନୀକାନ୍ତ ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦଘାଟନ କରିବା ସହିତ କୋରେଇ ରେ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ବେହେରା ପ୍ରମୁଖ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ର ଶୁଭାରମ୍ଭ କରିବା ସହିତ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିବା । କାଶ୍ମୀର ର କାଳବୋମାରେ ଘଟିଥିବା ଅମାନୁଷିକ ଘଟଣା ପାଇଁ ସଭାରେ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହିତ ପୁଷ୍ପମାଲ୍ୟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସ୍ଥଗିତ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ କର୍ମଚାରୀ,ଅନେକ ସରପଞ୍ଚ ଓ ପି ଆର ଆଇ ମେମ୍ବର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

  • ପହଲଗାମ ଆକ୍ରମଣ ପରଠାରୁ ଭାରତୀୟ ସେନା ଆକ୍ସନ ମୋଡ଼ରେ, ଏହି ସମୟରେ ସାମ୍ନାକୁ ଆସିଛି ଏକ ଗୁଇନ୍ଦା ରିପୋର୍ଟ

    ପହଲଗାମ ଆକ୍ରମଣ ପରଠାରୁ ଭାରତୀୟ ସେନା ଆକ୍ସନ ମୋଡ଼ରେ, ଏହି ସମୟରେ ସାମ୍ନାକୁ ଆସିଛି ଏକ ଗୁଇନ୍ଦା ରିପୋର୍ଟ

    ପହଲଗାମ ଆକ୍ରମଣର ଯୋଜନା ଲସ୍କର-ଏ-ତୈବାର ଉପମୁଖ୍ୟ ସୈଫୁଲ୍ଲା କସୁରୀ ରଚିଥିଲେ। ଏହି ଆକ୍ରମଣ ସମ୍ପର୍କରେ ଫେବୃଆରୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୈଫୁଲ୍ଲା ଆକ୍ରମଣ ପାଇଁ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିଥିଲେ। ଏହା ପରେ, ସମସ୍ତ ଆତଙ୍କବାଦୀ ମାର୍ଚ୍ଚ ମାସରେ ପୁଣି ଥରେ ଏକାଠି ହୋଇଥିଲେ। ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପାକିସ୍ତାନର ସଂଯୋଗ ମିଳି ଯାଇଛି।

    ପହଲଗାମ ଆକ୍ରମଣର ଯୋଜନା ଫେବୃଆରୀ ମାସରେ ହିଁ ଆରମ୍ଭ ହୋଇଥିଲା। ଲସ୍କରର ଉପମୁଖ୍ୟ ସୈଫୁଲ୍ଲାଙ୍କ ନିର୍ଦ୍ଦେଶ ପରେ ଯୋଜନା ପ୍ରସ୍ତୁତ ହେବା ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ପ୍ରଥମ ବୈଠକ ଫେବୃଆରୀ ମାସରେ ହିଁ ଅନୁଷ୍ଠିତ ହୋଇଥିଲା। ଏହା ପରେ, ଆତଙ୍କବାଦୀଙ୍କ ପରବର୍ତ୍ତୀ ବୈଠକ ମାର୍ଚ୍ଚ ମାସରେ ମିରପୁରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଆତଙ୍କବାଦୀ ଉପସ୍ଥିତ ଥିଲେ। ଏହି ବୈଠକରେ ପହଲଗାମ ବିଷୟରେ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା। ପାକିସ୍ତାନୀ ସେନା ମଧ୍ୟ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିଲା।

    କିପରି ରଚା ଯାଇଥିଲା ପହଲଗାମ ଆକ୍ରମଣର ଷଡଯନ୍ତ୍ର ? –

    ଲସ୍କରର ଉପମୁଖ୍ୟ ସୈଫୁଲ୍ଲା ପାଞ୍ଚ ଜଣ ଆତଙ୍କବାଦୀଙ୍କ ସହିତ ଏକ ବୈଠକ କରିଥିଲେ। ଏହା ପରେ, ମିରପୁର ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା। ସୈଫୁଲ୍ଲାଙ୍କ ସହିତ ଆବୁ ମୁସା, ଇଦ୍ରିସ୍ ଶାହିନ, ମହମ୍ମଦ ନୱାଜ୍, ଅବଦୁଲ ରାଫା ରସୁଲ ଏବଂ ଅବଦୁଲ୍ଲା ଖାଲିଦ ବୈଠକରେ ଯୋଗ ଦେଇଥିଲେ। ସୈଫୁଲ୍ଲାକୁ ISI ରୁ ନିର୍ଦ୍ଦେଶ ମିଳିଥିଲା ।

    ପହଲଗାମ ଆକ୍ରମଣର ପାକ୍ ସଂଯୋଗ –

    ଲସ୍କରର ଉପମୁଖ୍ୟ ସୈଫୁଲ୍ଲା ପାକିସ୍ତାନୀ ସେନା ଶିବିରରେ ପହଞ୍ଚିଥିଲେ। ପାକିସ୍ତାନୀ ସେନାର କର୍ଣ୍ଣେଲ ଆତଙ୍କବାଦୀ ସୈଫୁଲ୍ଲାଙ୍କୁ ସ୍ୱାଗତ କରିଥିଲେ। ଏହାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ଅଧିକୃତ କାଶ୍ମୀରରେ ମଧ୍ୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ୧୮ ଏପ୍ରିଲରେ ରାୱଲକୋଟରେ ଆୟୋଜିତ ହୋଇଥିଲା। ଏହାର ଭିଡିଓ ସାମ୍ନାକୁ ଆସିଛି। ସୈଫୁଲ୍ଲାଙ୍କ ସହିତ ସେହି ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଦେଖାଯାଇଥିଲା। ସେମାନଙ୍କୁ ଉତ୍ତେଜନାମୂଳକ ବୟାନ ଦେଉଥିବା ମଧ୍ୟ ଦେଖାଯାଇଥିଲା।

    ଜୈଶର ମୁଖ୍ୟାଳୟକୁ ଯାଇଥିଲା ସୈଫୁଲ୍ଲା –

    ଲସ୍କରର ଡେପୁଟି କମାଣ୍ଡର ସୈଫୁଲ୍ଲା ମାର୍ଚ୍ଚ ମାସରେ ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦର ମୁଖ୍ୟାଳୟରେ ପହଞ୍ଚିଥିଲା। ଏଠାରେ ସେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଶ୍ମୀରରେ ଆତଙ୍କ ପ୍ରସାର କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ଜୈଶ ବିଶେଷ ଭାବରେ ସୈଫୁଲ୍ଲାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା, କାରଣ ସେ ସଂଗଠନକୁ ଆହୁରି ମଜବୁତ କରିବାକୁ ଚାହୁଁଛି।

    ଜମ୍ମୁ-କାଶ୍ମୀରରେ ସନ୍ଦିଗ୍ଧ ଆତଙ୍କବାଦୀ ଆଡ୍ଡାକୁ ଉଡ଼ାଇ ଦିଆଯାଇଛି

    ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣର ସନ୍ଦିଗ୍ଧ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଗୁରିର ଘର ସୁରକ୍ଷା ବାହିନୀ ଦ୍ୱାରା ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। ତାଙ୍କ ଘର ବିଜବେହାରା ଅଞ୍ଚଳର। ତ୍ରାଲର ଆସିଫ ଶେଖ ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

  • ପହଲଗାମ ଆକ୍ରମଣରେ ସାମିଲ ଦୁଇ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଓ ଆସିଫର ଘରକୁ ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

    ପହଲଗାମ ଆକ୍ରମଣରେ ସାମିଲ ଦୁଇ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଓ ଆସିଫର ଘରକୁ ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

    ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଜମ୍ମୁ ଏବଂ କାଶ୍ମୀର ବୁଲିବାକୁ ଆସିଥିଲେ। ସାମରିକ ସୂତ୍ର ଅନୁଯାୟୀ, ଏହି ଆକ୍ରମଣ ଲସ୍କର-ଏ-ତୈବାର ୪ ଜଣ ଆତଙ୍କବାଦୀ ଏବଂ ୨ ଜଣ ସ୍ଥାନୀୟ ଆତଙ୍କବାଦୀ କରିଥିଲେ।

    ଅନନ୍ତନାଗ ଜିଲ୍ଲାର ବିଜବେହାରାର ଗୋରୀ ଅଞ୍ଚଳରେ ଥିବା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ସ୍ଥାନୀୟ ଆତଙ୍କବାଦୀ ଆଦିଲ ହୁସେନ ଠୋକରଙ୍କ ଘରକୁ ସୁରକ୍ଷା ବାହିନୀ ଉଡ଼ାଇ ଦେଇଛନ୍ତି। ଆଦିଲ ଠୋକର ଓରଫ ଆଦିଲ ଗୁରି ନାମକ ଏହି ଆତଙ୍କବାଦୀକୁ ପହଲଗାମର ବୈସାରନ ଉପତ୍ୟକାରେ ଏପ୍ରିଲ ୨୨ ରେ ହୋଇଥିବା ଆକ୍ରମଣ ଯୋଜନା ଏବଂ ତାକୁ କାର୍ଯ୍ୟକାରୀ କରିବାରେ ପାକିସ୍ତାନୀ ଆତଙ୍କୀକୁ ସାହାଯ୍ୟ କରିବା ନେଇ ଅଭିଯୋଗ ଅଛି । ସେପଟେ, ଏହି ଆକ୍ରମଣରେ ସାମିଲ ଥିବା ଅନ୍ୟ ଜଣେ ସ୍ଥାନୀୟ ଆତଙ୍କବାଦୀ ଆସିଫ୍ ଶେଖର ତ୍ରାଲରେ ଥିବା ଘରକୁ ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି ।

    ସେନା ସୂତ୍ର ଅନୁଯାୟୀ, ଷ୍ଟିଲ ଟିପ୍ ଗୁଳି, ଏକେ-୪୭ ରାଇଫଲ୍ ଏବଂ ବଡି କ୍ୟାମେରା ପିନ୍ଧି ଚାରି ଜଣ ଲସ୍କର-ଏ-ତୈବା (LeT) ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଏପ୍ରିଲ ୨୨ତାରିଖରେ ଜାମ୍ମୁ ଓ କାଶ୍ମୀରର ପହଲଗାମ ପର୍ଯ୍ୟଟନସ୍ଥଳରେ ହିନ୍ଦୁଙ୍କୁ ଟାର୍ଗେଟ କରି ତାଙ୍କ ଉପରେ ଗୁଳିର ବର୍ଷା କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ଜମ୍ମୁ ଓ କାଶ୍ମୀର ବୁଲିବାକୁ ଆସିଥିଲେ। ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଜଣ ସ୍ଥାନୀୟ ଲୋକ ମଧ୍ୟ ଥିଲେ।

  • ରାଇରଙ୍ଗପୁରରେ ପଞ୍ଚାୟତ ରାଜ ଦିବସ ଅବସରରେ ରାସନ କାର୍ଡ ବଣ୍ଟନ

    ରାଇରଙ୍ଗପୁରରେ ପଞ୍ଚାୟତ ରାଜ ଦିବସ ଅବସରରେ ରାସନ କାର୍ଡ ବଣ୍ଟନ

    ୨୪ ଏପ୍ରିଲ ସାରା ଭାରତରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରାଯାଉଛି ।ଏହି ଅବସରରେ ପୁରୀରେ ରାଜ୍ୟ ସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ଯର ୬ ଲକ୍ଷ ବଞ୍ଚିତ ନୂତନ ରାସନକାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ । ଆଜି ରାଇରଙ୍ଗପୁର ବ୍ଳକ ପରିସରରେ ଜାତୀୟ ପଞ୍ଚାୟତ ରାଜ ଦିବସ ମୁଖ୍ୟମନ୍ତ୍ରୀ ଙ୍କ ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ,ସାଂସଦ ପ୍ରତିନିଧି ରାଜ୍ୟ ବିଜେପି ସଂପାଦକ ନବୀନ ରାମ ,ବିଧାୟକ ପ୍ରତିନିଧି ଅଶୋକ ମହାନ୍ତ ,ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାଂସଦ କହିଥିଲେ ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ତେଣୁ ସରକାର ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ବେଶି ଗୁରୁତ୍ବ ଦେଉଛନ୍ତି ।

    ଆଜିର ପଞ୍ଚାୟତ ରାଜ ଦିବସରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ରୁ ବଞ୍ଚିତ ହୋଇଥିବା ଯୋଗ୍ଯ ହିତାଧିକାରୀ ମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରି ରାସନ କାର୍ଡ ଯୋଗାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଇରଙ୍ଗପୁର ବ୍ଳକର ୩୨ ଜଣ ଏବଂ ମ୍ୟୁନିସିପାଲିଟିର ୧୧ ଜଣଙ୍କୁ ସାଂସଦ ସମେତ ଅନ୍ଯ ଅତିଥିଗଣ ନୂତନ ରେସନ କାର୍ଡ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଳକର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,ସମସ୍ତ ବିଭାଗୀୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।