Blog

  • ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ, ୧୫ରୁ କ୍ରୟ ଆରମ୍ଭ

    ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ, ୧୫ରୁ କ୍ରୟ ଆରମ୍ଭ

    ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୧୫ ତାରିଖରୁ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି l ଏଥି ନିମନ୍ତେ ୬୭ ଗୋଟି ପ୍ୟାକ୍ସ ଓ ପରିବର୍ଦ୍ଧିତ ୦୨ ଗୋଟି କେନ୍ଦ୍ର ସହ ୬୯ ଗୋଟି ଏବଂ ୧୮ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ରହିଥିବା ବେଳେ ସମୁଦାୟ ୮୭ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଯୋଗାଣ ନିଗମ ଧାନ କ୍ରୟ କରିବ। ଚଳିତ ବର୍ଷ ସରକାରଙ୍କ ତରଫରୁ ଜିଲ୍ଲା ନିମନ୍ତେ ୧୬୨୫୮୮୦. ୦୦ କ୍ୟୁଣ୍ଟାଲ ଧାନ କ୍ରୟର ଲକ୍ଷ ଧାର୍ଯ୍ୟ ରହିଛି।ରବି ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ l

    ଚଳିତ ବର୍ଷ ଧାନ କ୍ରୟ କେନ୍ଦ୍ର ଗୁଡିକରେ ସପ୍ତାହର ୬ ଦିନ ରବିବାର ବ୍ୟତୀତ ସକାଳ ୬. ୩୦ ଘଣ୍ଟା ରୁ ପୂର୍ବାହ୍ନ ୧୧ ଘଣ୍ଟା ପର୍ଯ୍ୟନ୍ତ ଧାନ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ପରିସ୍ଥିତିକୁ ଦେଖି ଯଦି ଆବଶ୍ୟକ ପଡେ ତେବେ ରବିବାର ଦିନ ମଧ୍ୟ ମଣ୍ଡି ଚାଲୁ ରହିବ ବୋଲି ସୂଚୀତ କରାଯାଇଛି। ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୩୫୪୪୫ ଜଣ ଚାଷୀ ପଞ୍ଜିକରଣ ହୋଇଥିବା ବେଳେ ଗତ ରବିରେ ୩୫୫୭୯ ଜଣ ଚାଷୀ ପଂଜିକୃତ ହୋଇ ୨୦୩୨୩୪୯. ୦୬ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l

    ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟକେନ୍ଦ୍ର ଗୁଡିକରେ ଯେକୌଣସି ପ୍ରକାର ଆସନ୍ନ ସମସ୍ୟାକୁ ସମ୍ମୁଖୀନ ସହିତ ଉଚିତ ମୁକାବିଳା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳି, ଗୋଦାମଘର, ଆନାଲେସିସ କିଟ, ମୋସ୍ଚାର ମିଟର, ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧା ଓ ସ୍ଵଛତାର ସହ କରିପାରିବ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷା ଶ୍ରୀମତୀ ଦାସ ନିର୍ଦେଶ ଦେଇଛନ୍ତି। ବୈଠକରେ ମାନନୀୟା ସାଂସଦ ବଲାଙ୍ଗୀର ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଯୋଗଦାନ କରି ବିଭାଗୀୟ ସମ୍ପୃକ୍ତ ଅଧିକାରୀ ବୃନ୍ଦ ନିଜ ନିଜ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପୁନଶ୍ଚ ଧାନ କ୍ରୟକୁ ସ୍ୱଚ୍ଛ ତଥା ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

    ବୈଠକରେ ଚାଷୀ ପ୍ରତିନିଧି ତଥା ମିଲର ସଂଘ ପ୍ରତିନିଧି ମାନଙ୍କ ଦ୍ୱାରା ଆଗତ ଗତ ବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରାଯାଇ ତ୍ରୁଟିର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେଇ ଚଳିତ ବର୍ଷ ରବିଧାନ କ୍ରୟକୁ ସୁବ୍ୟବସ୍ଥିତ କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ l ସମ୍ପୃକ୍ତ ସମସ୍ତଙ୍କ ମିଳିତ ସହଯୋଗରେ ଚଳିତ ବର୍ଷ ରବି ଧାନ କ୍ରୟ ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ସମ୍ପୃକ୍ତ ଅଧିକାରୀ ମାନେ ଆଗୁଆ ପ୍ରସ୍ତୁତିର ସରଜମିନ ଯାଞ୍ଚ ସହ ତୃଣମୂଳ ସ୍ତରରେ ସୁ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l

    ଧାନ କ୍ରୟକୁ ବ୍ୟବସ୍ଥିତ ତଥା ସୁଚାରୁ ପରିଚାଳନା ନିମନ୍ତେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକ ଯାଞ୍ଚ ଓ ନିରୀକ୍ଷଣ ନିମନ୍ତେ ଦାୟିତ୍ୱ ପ୍ରଦାନ କରାଯିବା ଉପରେ ସୂଚୀତ କରାଯାଇଛି । ଅନୁଷ୍ଠିତ ଏହି ବୈଠକରେ ବୀରମହାରାଜପୁର ଉପଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ସି , ମୁଖ୍ୟ ଖାଉଟି ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ, ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ସମ୍ପାଦକ ନିୟନ୍ତ୍ରିତ ବଜ଼ାର କମିଟି, ଜିଲ୍ଳା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର, ଜିଲ୍ଲା ଚାଷୀ ସଂଗଠନ କର୍ମକର୍ତ୍ତା, ଜିଲ୍ଲା ମିଲର୍ସ ପ୍ରତିନିଧି, କମିଟି ସଦସ୍ୟ ସଦସ୍ୟା ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ

  • ରାଇରଙ୍ଗପୁରର କୁଲଡ଼ିହା ଗ୍ରାମରେ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା

    ରାଇରଙ୍ଗପୁରର କୁଲଡ଼ିହା ଗ୍ରାମରେ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା

    ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଜୟପୁର ପଞ୍ଚାୟତ ଅନ୍ତର୍ଗତ କୁଲଡ଼ିହା ଗ୍ରାମର ପୂର୍ବ ପୁରୁଷ ଆଧ୍ଯାତ୍ମ ଶୈବ ଭକ୍ତମାନେ ବାବା କାଲେଶ୍ବର ଶିବ ଲିଙ୍ଗ ଆଣି ଚାଳଛପର ଘରେ ଆଣି ପୂଜା କରୁଥିଲେ ।ପରେ ବାବା ବାଲେଶ୍ବର ଜନୈକ ଶିବ ଭକ୍ତଙ୍କୁ ସ୍ୱପ୍ନାଦେଶ କରିଥିଲେ ମୁଁ ଏହି ଛପର ଘରେ ରହିବି ନାହିଁ ।ପରେ ବାବା ଏକ ଗଛମୂଳରେ ଦିର୍ଘ ବର୍ଷ ଧରି ପୂଜା କରି ଆସୁଥିଲେ ।

    ଏହାକୁ ନେଇ କୁଲଡ଼ିହା ଗ୍ରାମର ସମେତ ଆଖପାଖ ଗାଁ ର ଶୈବ ଭକ୍ତମାନେ ବାବାଙ୍କୁ ଗଛମୂଳରେ ନ ରଖି ଏକ ନୂତନ ମନ୍ଦିର କରି ସେଠାରେ ପୂଜା କରିବେ ବୋଲି ଶପଥ ନେଇଥିଲେ ।ବହୁ ଆର୍ଥିକ ପରିସ୍ଥିତି କୁ ସାମ୍ନା କରି ଗ୍ରାମବାସୀ ଓ ଆଖପାଖ ଶିବପୂଜକମାନେ ଅର୍ଥା ଦାନ କରି ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ।ଏପ୍ରିଲ ୨୬ ତାରିଖ ଦିନ ମନ୍ଦିରରେ ରତ୍ନମୁଦ କାର୍ଯ୍ୟ ହୋଇଥିଲା ।୨୮ ତାରିଖ ଦିନ ଅର୍ଶ ଯାତ୍ରା,ଠାକୁର ଶୟନ, ଯଜ୍ଞ ମଣ୍ଡପ,ମାର୍ଜନା ଏବଂ ଯଜ୍ଞ ଆରମ୍ଭ ହୋଇଥିଲା ।୨୯ ତାରିଖ ଦିନ ମଙ୍ଗଳବାର ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା, ଯଜ୍ଞ, ଠାକୁରଙ୍କର ମହାସ୍ନାନ,ମହାଭିଷେକ କାର୍ଯ୍ୟ ଅନୁଷ୍ଠିତ ହୋଇଛି ।

    ବୁଧବାର ଦିନ ଗୋପୂଜା, ଯଜ୍ଞ, ସର୍ବସାଧାରଣଙ୍କ ବାବାଙ୍କ ଦର୍ଶନ ଓ ଅପରାହ୍ନ ୫ ଠାରେ ପୁର୍ଣାହୁତି,ମହାଆଳତି ଓ ସର୍ବସାଧାରଣଙ୍କ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ସବୁଦିନ କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯିବଖ ବ୍ୟବସ୍ଥା କରାଯାଇଛି ।

    କୁଲଡିହା ଗ୍ରାମ ସମେତ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବାଙ୍କ ପୂଜାର୍ଚ୍ଚନା କରିବା ସହ‌ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ।

  • ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳିତ

    ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳିତ

    ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆୟୋଜିତ କୃଷକ ଦିବସ ପାଳନରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରମ୍ପରିକ ପୂଜାର୍ଚ୍ଚନା ପରେ ଅକ୍ଷୀମୁଠି ଅନୁକୂଳ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅକ୍ଷୟ ତୃତୀୟା ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଚଳିତ ଖରିଫ ଋତୁରେ କୃଷି ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି ।

    ଚଳିତ କୃଷିବର୍ଷରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୧ଲକ୍ଷ ୨୮ହଜାର ହେକ୍ଟରରେ ଧାନଚାଷ ସହ ଅଣଧାନ ଚାଷ କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିବାବେଳେ ୭୦ ହଜାର ହେକ୍ଟରରେ ଧାନଚାଷ ଏବଂ ବୀରମହାରାଜପୁର ଓ ସଦର ସୁବର୍ଣ୍ଣପୁର ବ୍ଲକରେ ୨ହଜାର ହେକ୍ଟରରେ ପ୍ରଥମଥର ପ୍ରାକୃତିକ କୃଷି ଅଭିଯାନରେ ଜୈବିକ ଧାନଚାଷକୁ ଗୁରୁତ୍ୱ ଦିଆଯାଇଛି । ମୃତ୍ତିକା ପରୀକ୍ଷଣ,କମ୍ପୋଷ୍ଟ ଖତ, ଜିଆ ଖତ ବ୍ୟବହାର ସହ ଜଳର ସୁପରିଚାଳନାକୁ ଗୁରୁତ୍ୱ ଦେବାକୁ କେ.ବି.କେ କୃଷି ବିଜ୍ଞାନୀ ଶ୍ରୀ ବିଶ୍ୱରଞ୍ଜନ ପଟ୍ଟନାୟକ ଆଲୋକପାତ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ସୋନପୁର ଉପଖଣ୍ଡ ଘନଶ୍ୟାମ ଦେହୁରୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କୃଷକ ଦିବସ ପାଳନର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ ଖରିଫ ୨୦୨୫ ସିଏମ କିସାନ ସହାୟତା ରାଶିର ହସ୍ତାନ୍ତର କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବହୁ ଅଗ୍ରଣୀ ଚାଷୀ, କୃଷକ ଅନୁଷ୍ଠାନର ସଦସ୍ୟ ସଦସ୍ୟା ତଥା ଗଣମାଧ୍ୟ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ।

  • ଶ୍ରେଷ୍ଠ ସମ୍ମାନରେ ସରପଞ୍ଚ ସବିତା ସୋରେନ

    ଶ୍ରେଷ୍ଠ ସମ୍ମାନରେ ସରପଞ୍ଚ ସବିତା ସୋରେନ

    ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ଦିତୀୟ ପୁରସ୍କୃତ ପ୍ରାପ୍ତ କରିଥିବା ହାଟବାଦଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କୁ ହାଟବାଦଡାରେ ସୁସ୍ବାଗତ । ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର‌ ହାଟଵାଦଡା ପଞ୍ଚାୟତକୁ କେନ୍ଦ୍ରସରକାର ଜାତୀୟ ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ସର୍ବ ଭାରତୀୟ ସ୍ତରୀୟ ସ୍ତରରେ ଦିତୀୟ ଶ୍ରେଷ୍ଠ ସମ୍ମାନରେ ହାଟଵାଦଡା ସରପଞ୍ଚ ସବିତା ସୋରେନଙ୍କୁ ସମ୍ମାନିତ କରିଥିଲେ ।

    ଆଜି ହିଟବାଦଡାଠାରେ ଅଂଚଳ ବାସୀଙ୍କ ତରଫରୁ ହାଟବାଦଡାର ସମ୍ମାନକୁ ସର୍ବଭାରତୀୟ ସ୍ତରରେ ଦ୍ଵିଗୁଣିତ କରିଥିବା ସରପଞ୍ଚ ଶ୍ରୀମତୀ ସବିତା ସୋରେନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ହାଟବାଦଡା ବଜାରରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାଜା ବଜାଇ ଶ୍ରୀମତୀ ସୋରେନଙ୍କୁ ପାଛୋଟି ନିଆଯାଇଥିଲା । ସେଠାରେ ଅଂଚଳର ବିଶିଷ୍ଟ ସମାଜସେବୀ ଭଗବାନ ସାହୁ,ନାଣ୍ଡୁ ସାହୁ ,ହରି ସାହୁ,ଜନ୍ମେଜୟ ସେଠୀ ,ଏବଂ ସମସ୍ତ ୱାର୍ଡ ର ୱାର୍ଡ ମେମ୍ବର ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

  • ସରକାରଙ୍କୁ ଚେତାଇଲେ ବାଲିଆପାଳିଆ ମଞ୍ଚ, ପଦବୀ ପୂରଣ ନ ହେଲେ ଆମରଣ ଅନଶନ

    ସରକାରଙ୍କୁ ଚେତାଇଲେ ବାଲିଆପାଳିଆ ମଞ୍ଚ, ପଦବୀ ପୂରଣ ନ ହେଲେ ଆମରଣ ଅନଶନ

    ଆସନ୍ତା ମଇ ମାସ ୫ ତାରିଖ ସୁଦ୍ଧା ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଥିବା ତାକ୍ତର ପଦବୀ ଓ ଅନ୍ୟାନ ପଦବୀ ଗୁଡିକୁ ପ୍ରଶାସନ ପୂରଣ ନ କଲେ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ଆମରଣ ଅନଶନରେ ବସିବ ବୋଲି ମଙ୍ଗଳବାର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି । ମଞ୍ଚ ପଦବୀ ପୂରଣ ପାଇଁ ବାରମ୍ବାର ଅନଶନ କରି ଆସିଥିବା ବେଳେ ପ୍ରଶାସନ ଦେଇଥିବା ପ୍ରତିଶୃତି ପାଣିର ଗାର ହୋଇଛି ବୋଲି କହିଛି।

    ତେବେ ଏଥରର ଅନଶନରେ ” ଡାକ୍ତର ଆସିବ ନୋହିଲେ ମୋ ଶବ ଉଠିବ ” ବୋଲି ମଞ୍ଚର ଆବାହକ ସତ୍ୟକାମ ମହାନ୍ତି କହିଛନ୍ତି। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଦେବାଶିଷ ପାତ୍ର, ହରିହର ପ୍ରଧାନ, ହରବନ୍ଧୁ ଜେନା, ଦିନୁଜ ଜେନା, ରାମ ଚନ୍ଦ୍ର ରାଉତ, ରିଙ୍କୁ ରଞ୍ଜନ କର ପ୍ରମୁଖ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରି ଥିଲେ। ସୂଚନା ଥାଉ କି ଏବେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮ ଟି ଡାକ୍ତର ପଦବୀ ରହିଥିବା ବେଳେ ୬ ଟି ପଦବୀ ଖାଲି ପଡିଛି। ସମୁଦାୟ ୨୫ ତାକ୍ତରୀ ପଦବୀରୁ ୧୨ ଟି ପଦବୀ ଖାଲି ପଡିଛି। ଶ୍ରୀ ରାମପୁର ପି ଏଚ ସି ରେ ତାକ୍ତର କିମ୍ବା ଫାର୍ମାସିଷ୍ଟ କେହି ନାହାଁନ୍ତି। ଏକ୍ସରେ, ସିଟି ସ୍କାନ, ଅଲଟ୍ରା ସାଉଣ୍ଡ ଅଛି, ଟେକ୍ନିକାଲ ଲୋକ ନ ଥିବାରୁ ଲୋକଙ୍କ କାମରେ ଆସୁନାହିଁ। ଅନ୍ୟପକ୍ଷରେ ବାଲିଆପାଳ ଡଗରା ପର୍ଯଟନ କେନ୍ଦ୍ର ରାସ୍ତା ଟେଣ୍ଡର ହୋଇ କାମ ନ ହେବା ମଞ୍ଚ ପରିତାପର ବିଷୟ ବୋଲି କହିଛି।

    ଏନ ଏ ସି ଘୋଷିତ ବାଲିଆପାଳ କୁ ଯଦି ଭାଜପା ସରକାର ଏନ ଏ ସି ନ କରନ୍ତି ତାହାଲେ ରକ୍ତାତ ସଂଘର୍ଷ ହେବ ବୋଲି ମଞ୍ଚ ସରକାର ଙ୍କୁ ମଧ୍ୟ ଚେତାବନୀ ଦେଇଛି। ଆସନ୍ତା ୬ ତାରିଖ ଦିନ ମଞ୍ଚ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଫାଟକ ସାମ୍ନା ରେ ଆମରଣ ଅନଶନରେ ବସିବ ବୋଲି କହିଛି।ଏବେ ବାଲିଆପାଳ ବ୍ଲକରେ ୨ ଟି ସି ଏଚ ସି ଓ ୫ ଟି ପି ଏଚ ସି ରହିଥିବା ବେଳେ ପ୍ରାୟେ 3 ଲକ୍ଷ ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଉପରେ ନିର୍ଭୟ କରନ୍ତି।ଏନେଇ ମଞ୍ଚ ଆଜି ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ, ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ପଦାଧିକାରୀ ମାନଙ୍କୁ ଜଣାଇଛନ୍ତି।

  • ଏପରି ପ୍ରତିଭାବାନ ଡ୍ରାଇଭରଙ୍କଠାରୁ ଭଗବାନ ଆମକୁ ରକ୍ଷା କରିଛନ୍ତି, ଭାଇରାଲ୍ ଭିଡିଓଟିକୁ ଆପଣ ମଧ୍ୟ ଦେଖିନିଅନ୍ତୁ

    ଏପରି ପ୍ରତିଭାବାନ ଡ୍ରାଇଭରଙ୍କଠାରୁ ଭଗବାନ ଆମକୁ ରକ୍ଷା କରିଛନ୍ତି, ଭାଇରାଲ୍ ଭିଡିଓଟିକୁ ଆପଣ ମଧ୍ୟ ଦେଖିନିଅନ୍ତୁ

    ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏମିତି କେଉଁ ଗୋଟିଏ ଦିନ ବି ବିତୁନଥିବ ଯେ ଲୋକମାନେ କିଛି ନା କିଛି ପୋଷ୍ଟ କରୁନଥିବେ ଏବଂ ସେହି ପୋଷ୍ଟଗୁଡ଼ିକ ମଧ୍ୟରୁ ନିଶ୍ଚିନ୍ତ କିଛି ଭାଇରାଲହେଉଥିବ। ଯଦି ଆପଣ ସୋସିଆଲ ମିଡିଆରେ ଅଛନ୍ତି ଏବଂ ନିୟମିତ ଭାବରେ ସକ୍ରିୟ ଅଛନ୍ତି, ତେବେ ଆପଣଙ୍କ ଟାଇମଲାଇନ୍‌ରେ ଅନେକ ଭିଡିଓ ଏବଂ ଫଟୋ ଆସିବ ଏବଂ ସେଥିମଧ୍ୟରୁ କିଛି ଭାଇରାଲ୍ ପୋଷ୍ଟ ମଧ୍ୟ ହେବ। କେତେବେଳେ ଜୁଗାଡର ଭିଡିଓ ତ କେତେବେଳେ ଷ୍ଟଣ୍ଟର ଭିଡିଓ ଭାଇରାଲ ହୁଏ। କେତେବେଳେ ଝଗଡ଼ାର ଭିଡିଓ ତ କେତେବେଳେ ଲୋକଙ୍କ ଅଜବ କାମ କରିବାର ଭିଡିଓ ଭାଇରାଲ ହୁଏ। ସେମିତି ଏକ ଭିଡିଓ ଏବେ ବି ଭାଇରାଲ ହେଉଛି।

    ଏବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଏକ ପିକଅପ୍ ଭ୍ୟାନ୍ ଚଲାଉଛନ୍ତି ଏବଂ ସେ ଏକ ସ୍ଥାନରେ ପହଞ୍ଚିବା ପରେ ଏହାକୁ ବୁଲାଇ ଦେଉଛନ୍ତି। କିନ୍ତୁ ସେ ଗାଡ଼ିକୁ ଏପରି ଭାବରେ ବୁଲାଇ ଦିଅନ୍ତି ଯେ ଭାରସାମ୍ୟ ଏକପାଖିଆ ହୋଇଯାଏ ଏବଂ ପିକଅପ୍ ପଛରେ ବସିଥିବା ଲୋକମାନେ ଏକାଠି ତଳେ ପଡ଼ିଯାଆନ୍ତି। ଆଶ୍ୱସ୍ତିର କଥା ହେଉଛି ଯେ ଏଥିରେ କେହି ଆଘାତ ହୋଇନାହାନ୍ତି ଏବଂ ଭିଡିଓରେ ସମସ୍ତେ ଜଣ ଜଣ କରି ଉଠିବା ଦେଖାଯାଉଛି। ବର୍ତ୍ତମାନ ଏହି ଭିଡିଓଟି କେଉଁଠାର ତାହା କୁହାଯାଇ ନାହିଁ, କିନ୍ତୁ ଭିଡିଓଟି ଭାଇରାଲ ହେଉଛି।

  • ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ

    ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ

    ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଉତ୍ସବ ବରଗଡ,ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି | ଏହି ଅବସରରେ ପ୍ରଥମେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସମ୍ମିଳନୀ କାକ୍ଷଠାରେ ଏକ ସାଧାରଣ ସଭା ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସମତେ ସମ୍ମାନିତ ଅତିଥି ଭାବେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଯୋଗ ଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନକୁ ସ୍ମୃତିଚାରଣ କରିଥିଲେ। ମୁଖ୍ୟ ବକ୍ତା ଡ଼ଃ ରବିନାରାୟଣ ସାହୁ ସ୍ୱତନ୍ତ୍ର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ବାଲ୍ୟ ଜୀବନଠୁ ଆରମ୍ଭ କରି ଓଡିଶା ପ୍ରଦେଶ ଗଠନ ତଥା ଓଡିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତିର ବିକାଶ କ୍ଷେତ୍ରରେ ଥିବା ମହତ ଅବଦାନକୁ ବର୍ଣନା କରି କହିଵା ସହ ବିକଶିତ ଓଡିଶା ଗଠନ ନିମନ୍ତେ ଏଭଳି ମହାପୁରୁଷଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହଵା ଜରୁରୀ ବୋଲି କହିଥିଲେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଅନେକ ଜୀବନକୁ ସୃଜନଶୀଳ କରିବାକୁ ପ୍ରୋତ୍ସାହିତ କରି ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି କୁ ଆଗକୁ ବଢେଇବାରେ କର୍ଣ୍ଣଧାର ସାଜିଥିଲା । ବରପୁତ୍ରଙ୍କ ଜୀବନୀ ଜାଣିବାରେ କୁଣ୍ଠା ବୋଧ ନ କରିବାକୁ ବର୍ତ୍ତମାନର ଯୁବପିଢୀକୁ ଉପଦେଶ ଦେଇଥିଲେ । କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନରୁ ସାଲିଶ ବିହୀନ ମାନସିକତାକୁ ହଟେଇ ଅନ୍ୟାୟ ବିରୁଦ୍ଧରେ ମୂହଁ ଖୋଲି ଆଗକୁ ବଢିବାକୁ ଶିଖିବା ଦରକାର ବୋଲି ସେ କହିଥିଲେ ।

    ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମନ୍ଵୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘର କର୍ମକର୍ତ୍ତା ତଥା ବୁଦ୍ଧିଜୀବୀଙ୍କ ସମେତ ଜିଲ୍ଲା ପାଠାଗାରର ସମସ୍ତ ଯୁବ ପାଠକ ପାଠିକା, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା କାଯ୍ୟକ୍ରମକୁ ପରିଚାଳନା କରିଥିଲେ।

  • ପହଲଗାମ ଆତଙ୍କି ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

    ପହଲଗାମ ଆତଙ୍କି ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

    ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ କୁମାର ଶତପଥୀକୁ ବାଲିଆପାଳ ବଜରଙ୍ଗଦଳ ତରଫରୁ ଜଗନ୍ନାଥ ମନ୍ଦିର ଠାରେ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି । ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହତ୍ୟା କରିଛନ୍ତି ମୁସଲ୍ ମାନ୍ ଆତଙ୍କବାଦୀ ମାନେ । ଜମ୍ମୁ କାଶ୍ମୀର ପହଲଗାମର ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ପ୍ରବେଶ କରିବା ସହ ପର୍ଯ୍ୟଟକଙ୍କ ଉପରେ ଗୁଳି ମାଡ଼ କରିଛନ୍ତି । ପର୍ଯ୍ୟଟକମାନେ ମଜାମସ୍ତି କରିବା ସହ ଖାଉଥିବା ବେଳେ ହଠାତ୍ ଆତଙ୍କବାଦୀ ବନ୍ଧୁକ ଧରି ପ୍ରବେଶ କରିଥିଲେ । ସେମାନେ ପ୍ରଥମେ ପର୍ଯ୍ୟଟକଙ୍କ ପରିଚୟ ମାଗିଥିଲେ ।

    ଏହାପରେ ଜଣକ ପରେ ଜଣଙ୍କୁ ଗୁଳି କରିଥିଲେ । ଏଥିରେ ଜଣେ ବାଲେଶ୍ଵର ଓଡ଼ିଆ ଯୁବକଙ୍କ ସହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଜଣେ ଓଡ଼ିଆ ଯୁବକଙ୍କ ଘର ବାଲେଶ୍ବରର ରେମୁଣାର ପ୍ରଶାନ୍ତ ଶତପ‌ଥୀ । ସେ ଜମ୍ମୁ-କଶ୍ମୀରକୁ ପତ୍ନୀ ଓ ପୁଅଙ୍କ ସହ ବୁଲିବା ପାଇଁ ଯାଇଥିବା ବେଳେ ପହଲଗାମ କୁ ବୁଲିବା ପାଇଁ ଯାଇଥିଲେ । ସେହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରଶାନ୍ତ ଙ୍କ ମୃତ୍ୟୁ ହୋଇଥିଲା । ସେଥିପାଇଁ ବାଲିଆପାଳ ବଜରଙ୍ଗ ଦଳ ତରଫ ରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହାକୁ ପ୍ରତିବାଦ କରିବା ସହ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭାରେ ୨ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ସାମୂହିକ ଦୀପ ଦାନ କରାଯାଇଥିଲା ।

  • ଜିଲ୍ଲା ସ୍ତରୀୟ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ

    ଜିଲ୍ଲା ସ୍ତରୀୟ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ

    ବରଗଡ ଜିଲ୍ଲା ବରପାଲି ମାରୱାଡ଼ି ଧର୍ମଶାଳା ଉଗ୍ରସେନ ଭବନ ଠାରେ ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ସଭାପତି ପ୍ରଦୀପ କୁମାର ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର, ସମ୍ମାନିତ ଅତିଥିଭାବେ ତହସିଲଦାର ରୁକ୍ମଣ ମେହେର ଯୋଗଦାନ କରିଥିଲେ । ସେ କହିଥିଲେ ଏ ଦୁନିଆରେ ଅସହାୟ ବିକଳାଙ୍ଗ ମାନଙ୍କ ପାଇଁ ଯେଉଁ ଯୁବସମାଜ ସହାୟତା ର ହାତ ବଢ଼ାଇ ଗୋଟିଏ ଜୀବନ୍ତ ଉଦାହରଣ ମାନ ସୃଷ୍ଟି କରିଛନ୍ତି ।

    ଏହା ଏବେ ନୂତନ ପିଢ଼ି ପାଇଁ ଉଦାହରଣ ସ୍ୱରୂପ ବୋଲି ଉପସ୍ଥିତ ଅତିଥି ମାନେ ବାକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଏବଂ ବରପାଲି ବ୍ଲକ ସ୍ତରୀୟ ଯୁବାମଞ୍ଚ ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ୬୦ଜଣଙ୍କୁ କୃତ୍ରିମ ଅଙ୍ଗ ମାଗଣାରେ ପ୍ରଦାନ କରିଥିଲେ ।

  • ପୋଖରୀରେ ବୁଡି ନାବାଳକ ମୃତ

    ପୋଖରୀରେ ବୁଡି ନାବାଳକ ମୃତ

    ପୋଖରୀ ରେ ବୁଡି ନାବାଳକ ମୃତ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ପଞ୍ଚାୟତ ନୂଆପଡ଼ା ଗାଁରେ ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ ହୋଇଛି । ଗାଁର ନାଉରୀ ମୁଣ୍ଡା ଙ୍କ ୧୨ ବର୍ଷୀୟ ପୁଅ ଆଦିତ୍ୟ ସାଙ୍ଗ ମାନଙ୍କ ସହିତ ପୋଖରୀ କୁ ଯାଇଥିବା ସମୟରେ ସେଠାରେ ବୁଡି ଯାଇଥିଲା ।

    ନାଉରୀ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ତା ସ୍ତ୍ରୀ ଓ ମା ସ୍ଥାନୀୟ ହାଟ କୁ ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଆଦିତ୍ୟ କୁ ଗାଁ ପୋଖରୀ ରୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।