ଦେଶୀ ମଦ ଦୋକାନକୁ ବିରୋଧ

ପ୍ରସ୍ତାବିତ ଦେଶୀ ମଦ ଦୋକାନ କୁ ବିରୋଧ କରି ଯାଜପୁର ଜିଲପାଳଙ୍କ ଦ୍ଵାରସ୍ଥ ହେଲେ ଶତାଧିକ ମହିଳା ଓ ଗ୍ରାମବାସୀ । ଯାଜପୁର ଜିଲା ବରୀ ବ୍ଲକ ଅରଙ୍ଗାବାଦ ରେ ପ୍ରସ୍ତାବିତ ଦେଶୀ ମଦ ଦୋକାନ କୁ ବିରୋଧ କରି ଯାଜପୁର ଜିଲ୍ଲା ପ୍ରଶାସନ କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସରପଂଚ ନିରୂପମା ମଲ୍ଲିକ ଙ୍କ ନେତୃତ୍ୱରେ ପଂଚାୟତ ବାସୀ ଆସି ଜିଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଦେଶୀ ମଦ ଦୋକାନ କୁ ବନ୍ଦ କରିବାକୁ ଦାବି କରିଛନ୍ତି। ଏଠାରେ ମଦ ଦୋକାନ ଖୋଲା ଗଲେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଏହି ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଏହି ପ୍ରସ୍ତାବିତ ମଦ ଦୋକାନ ବନ୍ଦ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

2 thoughts on “ଦେଶୀ ମଦ ଦୋକାନକୁ ବିରୋଧ

Leave a Reply

Your email address will not be published. Required fields are marked *