ବଡ଼ ଏକାଦଶୀ ତିଥିରେ ବିଭିନ୍ନ ମଠ ପକ୍ଷରୁ ମହାପ୍ରଭୁଙ୍କୁ ଫଳ ଭୋଗ

ଆଜି ବଡ଼ ଏକାଦଶୀ ତିଥି । ଏହି ଅବସରରେ ରଥ ଉପରେ ବିରାଜମାନ ମହାପ୍ରଭୁଙ୍କୁ ବିଭିନ୍ନ ମଠ ପକ୍ଷରୁ ଫଳ ଭୋଗ କରାଯାଇଛି । ମହାପ୍ରଭୁଙ୍କ ପାଇଁ ଶ୍ରୀକ୍ଷେତ୍ରରେ ଥିବା ମଠ ଗୁଡ଼ିକର ବିଭିନ୍ନ ସେବା ରହିଛି । ବଡ଼ ଏକାଦଶୀ ଅବସରରେ ହରଚଣ୍ଡି ସାହିର ନାଗା ମଠ ପକ୍ଷରୁ ଏହି ଫଳ ଭୋଗ କରାଯାଇଛି । ପରେ ଏହି ଭୋଗକୁ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇଛି । ମହାପ୍ରଭୁ ରଥ ଉପରେ ବିରାଜମାନ କରିଥିବା ବେଳେ କଣ ଭୋଗ ହୁଏ ଏବଂ କିଭଳି ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ସେ ନେଇ ଅନେକ ଭକ୍ତ ଭଲଭାବରେ ଜାଣିନଥିବେ ।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ଯାଏ ମହାପ୍ରଭୁ ରଥ ଉପରେ ବିରାଜମାନ କଲେ ଶ୍ରୀମନ୍ଦିରରେ ଯାହା ନୀତି ହୋଇଥାଏ, ରଥ ଉପରେ ମଧ୍ୟ ସେହି ସମାନ ନୀତି ହୋଇଥାଏ । ତେବେ ଭୋଗ କିନ୍ତୁ ଅଲଗା ପ୍ରକାର ଲାଗି ହୋଇଥାଏ । ମହାପ୍ରଭୁ ରତ୍ନ ସିଂହାସନରେ ଥିବାବେଳେ ଅନ୍ନ ଭୋଗ ସହ ଅନ୍ୟାନ୍ୟ ବ୍ୟଞ୍ଜନ ଭୋଗ ହୋଇଥାଏ କିନ୍ତୁ ରଥ ଉପରେ ଠାକୁରମାନେ ଥିଲେ ଅନ୍ନ ଭୋଗ ହୋଇନଥାଏ । ରଥ ଉପରେ ଠାକୁରମାନଙ୍କ ପାଇଁ ଶୁଖିଲି ଭୋଗ ହୋଇଥାଏ ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ ରଥ ଉପରେ ପୂର୍ବରୁ ହେଉଥିବା ଭୋଗଗୁଡ଼ିକ ମଧ୍ୟରେ ରହିଛି ବଡ଼ ସାନ ମନୋହର, ପଶୁପାଳନ କାକର,ଗଜା,ଟାକୁଆ, ଫେଣି,କାକରା, ଡାଳିମ୍ବ ,ଟାକୁଆ ସାନ ସରା,ଗଜା, ସୁଆର ଲଡୁ ଓ କାକରା । ଏତଦବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ କୋରା,ଖଇ,ବଡ଼ କାକରା,ଉଠା କାକରା, ମହାପ୍ରଶସ୍ତ ମନହର, ଝଡ଼େଇ ନେଦା, ଟାକୁଆ ବଡ଼ସେରା, ରଥ ମନହର, ମରିଚ ନଡୁ ଭୋଗ ହୋଇଥିବା ନେଇ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *