
ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ହୋଇଛି । ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ବନ ବିଭାଗ ତରଫରୁ ସୂଚନା ମିଳିଛି । ଗଞ୍ଜାମ ବ୍ଲକର ନୁଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ତଥା ବଟେଶ୍ୱର ମନ୍ଦିର ବେଳାଭୂମି ମଧ୍ୟରେ ଗଣ ଅଣ୍ଡାଦାନ କରିଛନ୍ତି ଅଲିଭ ରିଡ଼ଲେ କଇଁଛ। ପ୍ରଥମ ପର୍ଯ୍ୟାୟରେ ୧୧,୩୯୦ କଇଁଛ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗକୁ ସୂଚନା ମିଳିଥିବା ବେଳେ ଲକ୍ଷ ଲକ୍ଷ କଇଁଛ ଅଣ୍ଡାଦାନ କରିବାର ଦେଖିବାକୁ ମିଳିଛି । କିଭଳି ଭାବେ ସୁରକ୍ଷିତ ଗଣ ଅଣ୍ଡାଦାନ ହୋଇପାରିବ, ସେନେଇ ବନ ବିଭାଗ ପକ୍ଷରୁ ପୂର୍ବରୁ ୫ କିମି ପ୍ରଯ୍ୟନ୍ତ ବ୍ୟାରିକେଡ଼୍ ଦିଆଯାଇଛି ।

ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି । ପ୍ରତ୍ୟେକ କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ସମୁଦ୍ର ମଧ୍ୟକୁ ଫେରିଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଇଥାନ୍ତି । ବନ ବିଭାଗ କର୍ମଚାରୀମାନେ ସାମୁଦ୍ରିକ କଇଁଛ ସୁରକ୍ଷିତ ସମେତ ଗଣ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି । ୨୦୨୪ ରେ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତ ବର୍ଷ ଏହି ଗଣ ଅଣ୍ଡାଦାନ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କୁ ବନ ବିଭାଗ ପକ୍ଷରୁ କଡାକଡ଼ି କରାଯାଇଛି ।