ପିତାପଲ୍ଲୀରେ ଭେହିକିଲ ସ୍କ୍ରାପିଂ ୟୁନିଟ ଉଦଘାଟିତ

ରାଜ୍ୟ ସରକାରଙ୍କ ସହଯୋଗରେ ଦେଶର ଅଗ୍ରଣୀ ଅଟୋମୋବାଇଲ ଉପ୍ତାଦନକାରୀ ସଂସ୍ଥା ଦ୍ୱାରା ରାଜ୍ୟ ରାଜଧାନୀରେ ଉଦଘାଟିତ ହେଲା ବିଶ୍ୱସ୍ତରୀୟ ପୁରୁଣା ଯାନ ସ୍କ୍ରାପିଂ ୟୁନିଟ। ବାର୍ଷିକ ୧୦ ହଜାର ଯାନ ସ୍କ୍ରାପିଂ କ୍ଷମତା ରଖିଛି ଏହି ୟୁନିଟ। ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ୟୁନିଟର ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତ ରାୟ, ଢେଙ୍କାନାଲ ବିଧାୟକ ସୁଧୀର ସାମଲ, ଟାଟା ମୋଟର୍ସର ବିଜିନେସ ମୁଖ୍ୟ ଟ୍ରକ ରାଜେଶ କୌଲ ପ୍ରମୁଖ ଉପସ୍ଥିତ ଥିଲେ। ଏହା ଦେଶର ଦ୍ୱିତୀୟ ଯାନ ସ୍କ୍ରାପିଂ ୟୁନିଟ ହୋଇଛି।


ଖୋର୍ଦ୍ଧା ପିତାପଲ୍ଲୀରେ ଦେଶର ଦ୍ୱିତୀୟ ଯାନବାହନ ସ୍କ୍ରାପିଂ ୟୁନିଟର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଏହି ୟୁନିଟ ଜରିଆରେ ପୁରୁଣା ଓ ଅବୈଧ ଗାଡିର ରିସାଇକେଲିଂ କରାଯିବ। ସମସ୍ତ ବ୍ରାଣ୍ଡର ଯାତ୍ରୀବାହୀ, ବାଣିଜ୍ୟିକ ଓ ଘରୋଇ ଗାଡି ସ୍କ୍ରାପ କରିବ ଟାଟାର ପାର୍ଟନର ଏମ୍ପ୍ରେଓ ପ୍ରିମିୟମ। ପୂର୍ବରୁ ରାଜସ୍ଥାନର ଜୟପୁରରେ ପ୍ରଥମ ସ୍କ୍ରାପିଂ ୟୁନିଟ ସ୍ଥାପିତ ହୋଇଥିଲା। ଏହାର ସଫଳତା ପରେ ପିତାପଲ୍ଲୀରେ ଦ୍ୱିତୀୟ ୟୁନିଟ ସ୍ଥାପନ ହୋଇଛି।

ଟାଟାର ବିଜନେସ ହେଡ ଟ୍ରକ ରାଜେଶ କୌଲ ଉପସ୍ଥିତ ରହି ଗଣମାଧ୍ୟମକୁ କହିଥିଲେ କି, ଟାଟା ମୋଟର୍ସ ଇକୋ ଫ୍ରେଣ୍ଡଲି ମୋବିଲିଟି ସମାଧାନ, ସମ୍ପୂର୍ଣ୍ଣ ଜୀବନଚକ୍ର ପରିଚାଳନା ପାଇଁ ପ୍ରତିଶ୍ରୁତିବଦ୍ଧ। ସ୍କ୍ରାପ ସାମଗ୍ରୀର ସର୍ବାଧିକ ମୂଲ୍ୟ ଓ ଉଜ୍ଜଳ ଭବିଷ୍ୟତ ପାଇଁ ବର୍ଜ୍ୟବସ୍ତୁ ହ୍ରାସ କରାଯିବ। ଏହି ବିକେନ୍ଦ୍ରୀକରଣ ସୁବିଧା ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ। ଏଥିସହ ଏହା ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସୁଯୋଗ ଆଣିଦେବ ଓ ପରିବେଶ ଅନୁକୂଳ ଯାନ ସ୍କ୍ରାପିଂର ଆବଶ୍ୟକତା ପୂରଣ କରିବ।


ଏହି ୟୁନିଟ ଅତ୍ୟାଧୁନିକ ସୁବିଧା, ରିୱିରି ପରିବେଶ ଅନୁକୂଳ ଅଭ୍ୟାସକୁ ନିୟୋଜିତ କରିବା ଉପରେ ଧ୍ୟାନ ଦେଇ ସମସ୍ତ ବ୍ରାଣ୍ଡର ଯାନ ଭାଙ୍ଗିବା ଉଦ୍ଦେଶ୍ୟ ନେଇ ସ୍ଥାପିତ ହୋଇଛି। ଏହା ସମ୍ପୂର୍ଣ୍ଣ ଡିଜିଟାଲ ସୁବିଧା, ସମସ୍ତ ଅପରେଶନ ବିହୀନ ଓ କାଗଜପତ୍ର ହୀନ। ଏହାବ୍ୟତୀତ ଟାୟାର, ବ୍ୟାଟେରୀ, ଇନ୍ଧନ, ତେଲ, ତରଳ ପଦାର୍ଥ ଓ ଗ୍ୟାସ ସହିତ ବିଭିନ୍ନ ଉପାଦାନର ନିରାପଦ ବିସର୍ଜନ ପାଇଁ ଉତ୍ସର୍ଗୀକୃତ ଷ୍ଟେଶନ ହେବ। ଏଥିପାଇଁ ଯାତ୍ରୀବାହୀ ଓ ବାଣିଜ୍ୟିକ ଯାନର ଆବଶ୍ୟକତା ପୂରଣ ପାଇଁ ନିର୍ଦ୍ଦିଷ୍ଟ ଭାବେ ପରିକଳ୍ପିତ ଉପଯୁକ୍ତ ଡକ୍ୟୁମେଣ୍ଟସନ ଓ ବିଲୋପ ପ୍ରକ୍ରିୟା ଗ୍ରହଣ କରିବ। ଏହା ଦ୍ୱାରା ବିଲୋପ ପ୍ରକ୍ରିୟା ସବିଶେଷ ଧ୍ୟାନକୁ ସୁନିଶ୍ଚିତ କରିବ। ସମସ୍ତ ଉପାଦାନଗୁଡିକର ନିରାପଦ ନିଷ୍କାସନକୁ ନିଶ୍ଚିତ କରିବ। ଏଥିସହ ଏହା ଅଟୋମୋବାଇଲ ଶିଳ୍ପରେ ସ୍ଥାୟୀ ଅଭ୍ୟାସ ପ୍ରତିପାଦନ କରିବାକୁ ସୁବିଧା ଯୋଗାଇବ।

ଏହି ୟୁନିଟ ସ୍ଥାପନ ଦ୍ୱାରା ବହୁ ଓଡିଆ ଯୁବକ ଯୁବତୀ ନିଯୁକ୍ତି ପାଇବାରେ ସକ୍ଷମ ହେବ। ଏଥିସହ, ଯେଉଁ ଗାଡି ପଡି ପଡି ସ୍ଥାନ, ପରିବେଶ ଦୁଷିତ କରୁଥିଲା, ତାହାକୁ ନଷ୍ଟ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ବହୁ ସରକାରୀ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *