ରାୟଗଡ଼ା ଜିଲ୍ଲାରେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଅଣଦେଖା କରୁଛନ୍ତି ପଞ୍ଚାୟତ ଅଧିକାରୀ

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଶରଧାପୁର ପଞ୍ଚାୟତ ର ନଙ୍ଗଲବେଡା ଗ୍ରାମରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ। ଦୁଇ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଓ ପଞ୍ଚାୟତ ଅଧିକାରୀ ମାନଙ୍କ ଗରିବ ଲୋକଙ୍କୁ ଅଣଦେଖା କରୁଥିବା ଅଭିଯୋଗ। ଶରଧାପୁର ପଞ୍ଚାୟତର ସାଧାରଣ ଗରିବ ନିରୀହ ବୃଦ୍ଧା ଜଣକ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ପଞ୍ଚାୟତ ରୁ ବ୍ୟାଙ୍କ ଓ ବ୍ୟାଙ୍କ ରୁ ପଞ୍ଚାୟତ କୁ ବୁଲି ବୁଲି ଥକି ଯାଉଛୁ ବୋଲି ଅଭିଯୋଗ ହେଉଛି। ଅତି ଦୁଃଖର ବିଷୟ ଦୀର୍ଘ ଦୁଇ ବର୍ଷ ହେବ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ନଙ୍ଗଲବେଡା ଗ୍ରାମର ଗରିବ ଆଦିବାସୀ ନନ୍ଦ ହାଜାଡି ଭତ୍ତା ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଥିବା ଦେଖିବାକୁ ମିଳୁଛି।

ଗ୍ରାମ ବାସୀ ଙ୍କ ଠାରୁ ଖବର ନେବାରୁ ଜଣା ପଡ଼ିଛି ଯେ ଗରିବ ଆଦିବାସୀ ବୃଦ୍ଧ ଜଣକ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତି ମାସରେ ନଗଦ ଟଙ୍କା ପାଉଥିଲେ କିନ୍ତୁ ଯେଉଁ ଦିନ ଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ପଠାଇବା ବ୍ୟବସ୍ଥା ଆରମ୍ଭ କଲେ ସେହି ଦିନ ଠାରୁ ନନ୍ଦ ହାଜାଡି ଆଉ ଟଙ୍କା ପାଇ ପାରୁ ନାହାଁନ୍ତି।

ଏହି କ୍ଷେତ୍ରରେ ଦୁଇ ବର୍ଷ ମଧ୍ୟରେ ବାରମ୍ବାର ପଞ୍ଚାୟତକୁ ଯାଇ ଶରଧାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଧବ ମହାନନ୍ଦିଆ ଙ୍କୁ ପଚାରିଲେ ସେ ତୁମ ଆକାଉଣ୍ଟ ରେ ଟଙ୍କା ଯାଇଛି କହି ଫେରାଇ ଦେଇଛନ୍ତି। ଅନ୍ୟ ପକ୍ଷେ ବ୍ୟାଙ୍କକୁ ଯାଇ ଅଧିକାରୀଙ୍କୁ ପଚାରିଲେ ଟଙ୍କା ଆସିନି କହୁଛନ୍ତି । ଏଭଳି ହରଡ଼ ଘରଣା ପଡ଼ି ଛଟ ପଟ ହେଉଛନ୍ତି ବିଚରା ଗରିବ ନିରୀହ ଆଦିବାସି ବୃଦ୍ଧ ଜଣକ । ବାରମ୍ବାର ଧାଁ ଦୌଡ଼ କରି ନୟ ନୟାନ୍ତ ହେଲେଣି। ଆର୍ଥିକ କ୍ଷତି ହେବା ସହ ମାନସିକ ଓ ଶାରୀରିକ ଦୁଃଖରେ ଭାଙ୍ଗି ପଡିଛନ୍ତି। ବୟସର ଅପରାହ୍ନରେ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ମାସିକ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା କୁ ଅନାଇ ରହି ବଞ୍ଚିବାର ସାହାରା ଭାବୁ ଥିବା ବେଳେ ସେହି ମାସିକ ଭତ୍ତା ଟଙ୍କା ମିଳି ପାରୁନି।

ଏଭଳି ଦୁଃଖରେ ଭାଙ୍ଗି ପଡିଛନ୍ତି ଏହି ଗରିବ ଆଦିବାସୀ ବୃଦ୍ଧ ବାପା ଜଣକ। ସ୍ଥାନୀୟ ସରପଞ୍ଚ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କାକୁତି ମିନତି କରି ଗୁହାରୀ ଜଣାଇଛନ୍ତି କିନ୍ତୁ ବୃଦ୍ଧ ବାପା ଙ୍କ ଦୁଃଖ କିଏ ଗୁହାରୀ କରିବ । କେବଳ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଏଣୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅନୁରୋଧ କୁ ସରକାର ଓ ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନିଆଯିବା ପାଇଁ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *