୧୧ ଦିନ ପରେପହଁଚିଲା ମର ଶରୀର, କାନ୍ଦ ବୋବାଳିରେ ଫାଟୁଛି ଅଶୋକଙ୍କ ଗାଁ

ଅଶୋକଙ୍କ ମୃତ ଦେହ୧୧ ଦିନ ପରେ ପହଁଚିଲା , କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ପରିବାର ପ୍ରତିପୋଷଣ ଲାଗି ସୁଦୁର ଆବୁଧାବି ଯାଇଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଶ୍ରମିକ ଜଣଙ୍କ ହେଲେ ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମର ଝୁଲିଆ ପ୍ରଧାନ ଙ୍କ ପୁତ୍ର ଅଶୋକ ପ୍ରଧାନ। ସେ ଆବୁଧାବିରେ ଥିବ ନାଶିର ଅଲ ହାଜିର  ( NSH) କମ୍ପାନୀ ରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ । ଗତ 20 ତାରିଖ ରେ କୌଣସି କାରଣ ରୁ ତାଙ୍କର ମୃତ୍ୟୁ ହୋଇଥିଲା l ପ୍ରାୟ 11ଦିନ ପରେ ଆଜି ନିଜ ଗ୍ରାମକୁ ଫେରିଛି ମୃତ ଅଶୋକ ପ୍ରଧାନଙ୍କ ମର ଶରୀର  । ଆବୁଧାବିରୁ ବିମାନ ଯୋଗେ କାଲକାଟା ଆସିଥିଲା ଅଶୋକ ଙ୍କ ମର ଶରୀର lଅଶକୋଙ୍କ ମରସରିର ଗ୍ରାମରେ  ପହଞ୍ଚିଲା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା । ଅଶୋକଙ୍କ ପରିବା କହିଲେ ବୁଢ଼ା ବାପା,ମା, ଓ ସ୍ତ୍ରୀ ଙ୍କ ସହିତ ଗୋଟିଏ 14 ବର୍ଷ ଝିଅ ଓ ଦୁଇଟି ପୁଅ । ଘର ର ରୋଜଗାରିଆ ଏକ ମାତ୍ର ପୁଅ ଅଶୋକ l ବର୍ତମାନ ଅଶୋକ ଙ୍କ ବିୟୋଗ ରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଆଉ ପରିବାର ପ୍ରତି ଦୃଷ୍ଟି ଦେବାପାଇଁ  ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଓ ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *