ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ସରନ୍ୟା, ମିସ୍ ଟିନ୍ ସୁପର ଗ୍ଲୋବ-୨୦୨୩ରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି

ପୁଣି ନ୍ୟାଶନାଲ ଷ୍ଟେଜରେ ଚମକିଲେ ଓଡିଆ । ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ଅନୁଷ୍ଠିତ ମିସ୍ ଟିନ୍ ସୁପର ଗ୍ଲୋବ-୨୦୨୩ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୫୨ ଜଣ ପ୍ରତିନିଧି ଭାଗ ନେଇଥିଲେ । ଆଉ ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡିଆ ଝିଅ ସରନ୍ୟା ସାମନ୍ତରାୟ ଶୀର୍ଷ ସ୍ଥାନ ଅଧିକାର କରି କେନ୍ଦ୍ରାପଡାକୁ ଗୌରବନିତ କରିବା ସହ ବେଷ୍ଟ ନ୍ୟାସନାଳ କଷ୍ଟ୍ୟୁମ୍ ଆୱର୍ଡ ପାଇଛନ୍ତି ।

ସରନ୍ୟା ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗରର ପ୍ରଶାନ୍ତ ସାମାନ୍ତରାୟ ଓ ମୋନାଲିଶା ରାଜଗୁରୁଙ୍କ ଝିଅ । ସେ ନିକଟରେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ବିୟୁଟି ପ୍ୟାଜେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ସରନ୍ୟା ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ନିକଟ ସେଣ୍ଟ ଜୋସେଫ ସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି । ପିଲା ବେଳୁ ଅଭିନୟ ପ୍ରତି ୠଚି ରଖିଥିବା ସରନ୍ୟା ଭବିଷ୍ୟତରେ ନୃତ୍ୟୁ, ଅଭିନୟ ଓ ପ୍ରଶାସନିକ ସେବାରେ ଯୋଗ ଦେବେ ବୋଲି କୁହିଛନ୍ତି ସରନ୍ୟା ।

Leave a Reply

Your email address will not be published. Required fields are marked *