ଘରେବି ସୁରକ୍ଷିତ ନୁହଁ ସାଧାରଣ ଜୀବନ,ଦୁର୍ବୁତ୍ତ ଘରେପଶି ଭୂଜାଲିରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର

ଘରେ ବସି ଦେଖୁଥିଲେ ଟିଭି, ହାଠାତ ଘରେ ପଶି ଭୂଜାଲିରେ ଆକ୍ରମଣ କରି ଲୁଟିଲେ ଦୁର୍ବୁତ୍ତ। ନଗଦ ୪୦ ହଜାର ଟଙ୍କା ଓ ଦୁଇଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କୁଜଙ୍ଗ ଥାନା ଅନ୍ତର୍ଗତ ୧୬ ନମ୍ବର ସ୍ଥିତ କେନାଲ ରାସ୍ତାରେ ରହୁଥିବା ଅବସର ପ୍ରାପ୍ତ ଅଧ୍ୟାପକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଦୁଇ ଜଣ ଦୃବୃତ୍ତ ମୁଣ୍ଡରେ ହେଲମେଟ ପିନ୍ଧି ଓ ହାତରେ କଟୁରୀ , ଭୁଜାଲି ଧରି ହଠାତ ଘର ଭିତରେ ପଶି ଅଧ୍ୟାପକ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଏକ ରୁମ ଭିତରେ ଭର୍ତ୍ତି କରି ବାହାରପଟୁ କବାଟ ବନ୍ଦ କରିଦେଇଥଇଲେ । ପରେ ସମସ୍ତ ସୁନା ଅଳଙ୍କାର ଏବଂ ଘରେ ଥିବା ୪୦ ହଜାର ଟଙ୍କା ଲୁଟ ହୋଇଥିବା କହିଛନ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଶ୍ରୀ ମିଶ୍ର

ଏଠାରେ ସୂଚନାଯୋଗ୍ୟ ଗତ ୬ ତାରିଖ ଦିନ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ମୋଟର ସାଇକେଲ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ଅଧ୍ୟାପକ ଜଣଙ୍କ ପହଞ୍ଚି ଯିବାରୁ ସେ ଛାଡ଼ି ପଳାଇଥିଲେ । ଏ ସମ୍ପର୍କରେ ଅଧ୍ୟାପକ ମିଶ୍ର କୁଜଙ୍ଗ ପୋଲିସ କୁ ଜଣାଇବା ସହ ସି ସି ଟି ଭି ଫୁଟେଜ ଦେଇଥିଲେ । ସେହିପରି ଗତ ଶନିବାର ଦିନ ମଧ୍ଯ ଜଣେ ଯୁବକ ପାରାଦ୍ଵୀପ ରୁ ଘରକୁ ଫେରୁଥିବା ବେଳେ ବିଶ୍ବାଳି ଗ୍ରାମରେ ତାଙ୍କୁ କେହି ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ମୋଟରସାଇକେଲ ଛଡାଇ ନେଇଥିଲେ । ତେବେ ଦିନକୁ ଦିନ ଅଞ୍ଚଳରେ ଚୋରମାନଙ୍କ ପାଦ୍ରୁଭାବ ବଢୁଥିବାରୁ ସ୍ଥାନୀୟରେ ଚିନ୍ତାପ୍ରକଟ କରିଛନ୍ତି ଅଞ୍ଚଳବାସୀ…….

Leave a Reply

Your email address will not be published. Required fields are marked *