ନୀତି ଆୟୋଗ ବୈଠକରେ ଅଧାରୁ ଉଠିଲେ ମମତା, କହିଲେ ‘ମୋ ପ୍ରତି ହୋଇଛି ଅନ୍ୟାୟ’

ମୁଁ କହୁଥିବା ବେଳେ ମୋ ମାଇକ୍ ବନ୍ଦ କରିଦେଲେ । ମତେ କହିବାକୁ କିଛି ବି ଦିଆଗଲା ନାହିଁ । ତେଣୁ, ମୁଁ ଅଧା ବୈଠକରୁ ଉଠି ଚାଲିଆସିଲି । ଏମିତି କିଛି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହୋଇଥିଲେ । ତେବେ ବୈଠକ ଅଧାରୁ ସେ ଉଠି ଚାଲିଆସିଥିଲେ । ଏହାପରେ ସେ କହିଥିଲେ, ମତେ କହିବାକୁ ସୁଯୋଗ ମିଳିଲାନି । ଏମିତି କଲେ କେମିତି ଚାଲିବ ।

ମମତା ବାନାର୍ଜୀ କହିଛନ୍ତି ଯେ, କେନ୍ଦ୍ର ସରକାର ମନମାନି କରୁଛନ୍ତି । ମୁଁ କହିଲି କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସହିତ ଭେଦଭାବ କରିବା ଉଚିତ୍ ନୁହେଁ । ମୁଁ କହିବାକୁ ଚାହୁଁଥିଲି କିନ୍ତୁ, ମତେ ମାତ୍ର ୫ ମିନିଟ୍ କଥା ହେବାକୁ ଅନୁମତି ଦିଆଗଲା । ମୋ ପୂର୍ବରୁ ଅନ୍ୟମାନେ ୧୦-୨୦ ମିନିଟ୍ କଥା ହୋଇଥିଲେ । ବିରୋଧୀ ଦଳରୁ ମୁଁ ହିଁ ଏହି ସଭାରେ ଭାଗ ନେଇଥିଲି । ତଥାପି ମତେ କହିବାକୁ ଅନୁମତି ଦିଆଗଲା ନାହିଁ । ଏହା ଅତ୍ୟନ୍ତ ଅପମାନଜନକ । ଏହା କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ସମସ୍ତ ଆଞ୍ଚଳିକ ଦଳ ପାଇଁ ଅପମାନଜନକ । ତେବେ ଏହି ବୈଠକକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, କର୍ଣ୍ଣାଟକ ସିଏମ ସିଦ୍ଧା ରମେୟା, ତେଲେଙ୍ଗାନା ସିଏମ ରେଓ୍ବନ୍ତ ରେଡୀ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ପ୍ରମୁଖ ମନା କରିଦେଇଥିଲେ ।

Leave a Reply

Your email address will not be published. Required fields are marked *